Skip to main content

Posts

Showing posts from September, 2020

ଗୁରୁତର ସିଂହୀ ସୁପ୍ରିୟାର ମୃତ୍ୟୁ

ବାରଙ୍ଗ,୩୦ା୯(ଡି.ଏନ୍‌.ଏ.):ପ୍ରାଣୀ ଉଦ୍ୟାନ ନନ୍ଦନକାନନର ସିଂହ ସଫାରିରେ ଗୁରୁତର ହୋଇ ଚିକିତ୍ସା ହେଉଥିବା ସିଂହୀ ସୁପ୍ରିୟାର ମଙ୍ଗଳବାର ମୃତ୍ୟୁ ଘଟିଛି। ୨୬ବର୍ଷୀୟ ଏହି ସିଂହୀଟି ଗତ କିଛିଦିନ ହେବ ଅସୁସ୍ଥ ଥିଲା। ଏପରି କି ସେ ଧୀରେ ଧୀରେ ରୁଗ୍‌ଣ ହୋଇପଡ଼ିବା ସହ ଖାଇବା ମଧ୍ୟ କମାଇଦେଇଥିଲା। ଫଳରେ କର୍ମଚାରୀମାନେ ଦେଖି ଡାକ୍ତରଙ୍କୁ ଜଣାଇବା ପରେ ସଫାରିରେ ହିଁ ତା’ର ଚିକିତ୍ସା ଆରମ୍ଭ ହୋଇଥିଲା। କିନ୍ତୁ ବାର୍ଦ୍ଧକ୍ୟ ଜନିତ କଷ୍ଟକୁ ସହ୍ୟ କରି ନ ପାରି ଶେଷରେ ସୁପ୍ରିୟା ମଙ୍ଗଳବାର ସକାଳେ ମୃତ୍ୟୁବରଣ କରିଥିଲା। ସୁପ୍ରିୟାର ମୃତ୍ୟୁ ପରେ ନନ୍ଦନକାନନରେ ସିଂହ ସଂଖ୍ୟା ହ୍ରାସପାଇ ୧୪ରେ ପହଞ୍ଚତ୍ଛି। ସେଥିମଧ୍ୟରେ ୮ ଅଣ୍ଡିରା, ୪ ମାଈ ଭାରତୀୟ ସିଂହ ଓ ୨ ଆଫ୍ରିକିୟ ସିଂହ ଥିବା ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। The post ଗୁରୁତର ସିଂହୀ ସୁପ୍ରିୟାର ମୃତ୍ୟୁ appeared first on Dharitri Odia News .

ଅପେକ୍ଷା କର, ବଛାଚାଲିଛି

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ୨୯ ସେପ୍ଟେମ୍ବରରେ ହେବାକୁ ଥିବା ମୁଦ୍ରାନୀତି କମିଟି ବା ମନିଟାରୀ ପଲିସି କମିଟି (ଏମ୍‌ପିସି) ବୈଠକକୁ ୨୮ ସେପ୍ଟେମ୍ବରରେ ସ୍ବଳ୍ପ ସୂଚନାରେ ସ୍ଥଗିତ କରିଦିଆଯାଇଛି। ଏହି କମିଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏହାର ନିଷ୍ପତ୍ତି ଦ୍ୱାରା ଆର୍‌ବିଆଇର କାର୍ଯ୍ୟଶୈଳୀ ସ୍ଥିର ହୋଇଥାଏ। ସେଥିପାଇଁ ଏଭଳି ଏକ ବୈଠକକୁ ହଠାତ୍‌ ସ୍ଥଗିତ କରିଦେବା ଅନେକ ଦିଗକୁ ଇଙ୍ଗିତ କରୁଛି। ସ୍ଥଗିତର କାରଣ ଭାବେ ଦର୍ଶାଯାଇଛି ଯେ ସରକାରଙ୍କ ଦ୍ୱାରା ମନୋନୀତ ହେଉଥିବା ୩ ଜଣ ସ୍ବାଧୀନ ସଦସ୍ୟଙ୍କ ନାମ ଚୂଡ଼ାନ୍ତ ହୋଇପାରି ନ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଆର୍‌ବିଆଇ ଆଇନ, ୧୯୩୪କୁ ସଂଶୋଧନ କରାଯାଇ ବିତ୍ତୀୟ ଆଇନ (ଭାରତ), ୨୦୧୬ ଅଣାଯିବା ପରେ ମୁଦ୍ରାନୀତି ସ୍ଥିର କରିବା ଲାଗି ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ପାଇଁ ଏମ୍‌ପିସି ଗଠନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏଥିଲାଗି ୬ ଜଣିଆ ପ୍ୟାନେଲକୁ ନିଷ୍ପତ୍ତି ନେବାକୁ ଦାୟିତ୍ୱ ଦିଆଯାଇଥିଲା। ଏଥିରେ ୩ ଜଣ ସଦସ୍ୟ ଆର୍‌ବିଆଇରୁ ରହିଥିବା ବେଳେ ଆଉ ୩ ଜଣ ସରକାରଙ୍କ ଦ୍ୱାରା ମନୋନୀତ ବିଶେଷଜ୍ଞଙ୍କୁ ଉକ୍ତ ପ୍ୟାନେଲକୁ ପଠାଯାଇଥିଲା। ନିକଟ ଅତୀତରେ ସେହି ସ୍ବାଧୀନ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ନୂଆ ବ୍ୟକ୍ତିଙ୍କ ନାମ ସରକାର ସ୍ଥିର କରିପାରି ନ ଥିବାରୁ ୨୯ ସେପ୍ଟେମ୍ବର ବୈଠକକୁ ସ୍ଥଗିତ ରଖାଯାଇଛି। ବିଭିନ୍...

ଟାଟାକୁ ମୋଟା ଅଙ୍କ ଦେବା ପ୍ରତିଯୋଗିତା ଚାଲିଛି: କଂଗ୍ରେସ

ଭୁବନେଶ୍ୱର,୩୦ା୯(ବ୍ୟୁରୋ):ବିଦ୍ୟୁତ୍‌ ଦର ବୃଦ୍ଧିକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛିି। ଘରୋଇ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍‌ ବୋଝ ଲଦି ଟାଟା କମ୍ପାନୀକୁ ମୋଟା ଅଙ୍କ ଦେବାକୁ ପ୍ରତିଯୋଗିତା ଚାଲିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ମଙ୍ଗଳବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବରିଷ୍ଠ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, କରୋନା ଯୋଗୁ ବିଦ୍ୟୁତ୍‌ ବ୍ୟବହାରକାରୀ ଛୋଟ ବଡ ଦୋକାନୀ, ବିଦ୍ୟୁତ୍‌ ବ୍ୟବହାରକାରୀ ଶିଳ୍ପ ତଥା କୃଷି ସହ ସମ୍ପୃକ୍ତ ଉପଭୋକ୍ତା ଅଣ୍ଟା ସଳଖି ଛିଡା ହୋଇପାରି ନାହାନ୍ତି। ଏହି ବର୍ଗର ଉପଭୋକ୍ତା ୫୭%ରୁ ଅଧିକ ବିଦ୍ୟୁତ୍‌ ବ୍ୟବହାର କରିଥାଆନ୍ତି। ଅର୍ଥାତ୍‌ ବାର୍ଷିକ ବ୍ୟବହାର ହେଉଥିବା ହାରାହାରି ୩୬୦୦ ମୋଗାଓ୍ବାଟରୁ ପ୍ରାୟ ୨ହଜାର ମେଗାୱାଟ୍‌ ଏମାନେ ବ୍ୟବହାର କରିଥାନ୍ତି। ବିଭିନ୍ନ କମ୍ପାନୀ ଉପରେ ଗ୍ରୀଡ୍‌କୋର ପାଖାପାଖି ୭ ହଜାର କୋଟି ଟଙ୍କା ବକେୟା ପଡିଛି । ସରକାର କରୋନା ପାଇଁ ବିଦ୍ୟୁତ୍‌ ଦର ଅତି କମ୍‌ରେ ୫୦% କମାନ୍ତୁ ବୋଲି ସେ ଦାବି କରିଛନ୍ତି। କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, ବିଦ୍ୟୁତ୍‌ ସଂସ୍କାର ବେଳର ମୂଳ ଲକ୍ଷ୍ୟ ସାଧନ ଦିଗରେ ରାଜ୍ୟ ସରକାର ବିଚ୍ୟୁତ ହୋଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଟାଟା କମ୍ପାନୀକୁ ଲୋକଙ୍କ ଅର୍ଥରୁ ମୋଟା ଅଙ୍କ ଦେବା ପ୍ରତିଯୋଗିତାରେ ଅଛନ୍ତି। ଲୋକଙ୍କ ପାଖରୁ ଦରବୃଦ୍ଧି କରି ହଜାରେ କ...

ଦେହଜୀବୀଙ୍କୁ ତୁରନ୍ତ ମାଗଣା ରାଶନ ସାମଗ୍ରୀ ଦିଅ

ଭୁବନେଶ୍ୱର,୩୦ା୯(ବ୍ୟୁରୋ):କରୋନା ମହାମାରୀ ଯୋଗୁ ଦେହଜୀବୀମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କୁ ତୁରନ୍ତ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ପରିଚୟ ପତ୍ର ମଗାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ ଏଲ୍‌ ନାଗେଶ୍ୱର ରାଓ ଏବଂ ଅଜୟ ରାସ୍ତୋଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସଂଗଠନ(ନାକୋ) ଏବଂ ରାଜ୍ୟ କମିଟି ଦ୍ୱାରା ଚିହ୍ନଟ ଦେହଜୀବୀମାନଙ୍କୁ ମାଗଣା ରାଶନ ସାମଗ୍ରୀ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପରିଚୟ ପତ୍ର ନ ଥିବାରୁ ସେମାନଙ୍କୁ ମାଗଣା ରାଶନ ସାମଗ୍ରୀ, ଟଙ୍କା କିମ୍ବା ଅନ୍ୟ ସହାୟତା ଦିଆଯାଉ ନ ଥିବାରୁ କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେତେ ଦେହଜୀବୀଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି ତାହା ୪ ସପ୍ତାହ ମଧ୍ୟରେ ଜଣାଇବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟ, କରୋନା ଯୋଗୁ ଦେହଜୀବୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ନେଇ ଦୁର୍ବାର ମହିଳା ସମନ୍ବୟ ସମିତି ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରାଯାଇଥିଲା। ଦେଶରେ ଥିବା ୯ ଲକ୍ଷ ଦେହଜୀବୀ ଓ କିନ୍ନରଙ୍କୁ ସହାୟତା ଯୋଗାଇ ଦେବାକୁ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଥିଲେ। ଦେହଜୀବୀମାନଙ୍କୁ ବିନା ପରିଚୟ...

ସଂକ୍ରମିତ ସେବାୟତଙ୍କୁ ଶ୍ରୀମନ୍ଦିର ମନା

ପୁରୀ ଅଫିସ,୩୦ା୯ :କରୋନା ସଂକ୍ରମିତ ସେବାୟତ କିମ୍ବା କର୍ମଚାରୀ କେହି ବି ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିିଁ। ଯଦି କେହି ଏହାକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ଉନ୍ନୟନ ପ୍ରଶାସକ ଜେନା କହିଛନ୍ତି, ପଜିଟିଭ ଚିହ୍ନଟ ହେବା ପରେ ବି ସେବାୟତ ଓ କର୍ମଚାରୀ ମନ୍ଦିର ଭିତରକୁ ଯାଉଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଏହାକୁ ଗୁରୁତ୍ୱର ସହ ନିଆଯାଇଛି। ସମ୍ପ୍ରତି ସେବାୟତଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତାହାକୁ ରୋକିବା ଲାଗି ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କୁ କୋଭିଡ୍‌ କଟକଣା ପାଳନ କରିବା ଲାଗି କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ନିୟମ ମାନିବେ ନାହିିଁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଂକ୍ରମଣ ଯେପରି ନ ବ୍ୟାପିବ ସେଥିଲାଗି ପଜିଟିଭ ଚିହ୍ନଟ ସେବାୟତ ଏବଂ କର୍ମଚାରୀଙ୍କ ରିପୋର୍ଟ ମନ୍ଦିର କମାଣ୍ଡରଙ୍କୁ ଦିଆଯାଇଛି। ସେ ଜେଟିପିଙ୍କ ସହାୟତାରେ ଏହା ଉପରେ କଡ଼ା ନଜର ରଖିବେ। କୌଣସି ସଂକ୍ରମିତ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କଲେ ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ। ଅନ୍ୟପକ୍ଷରେ ଯେଉଁଦିନ ଯିଏ ସଂକ୍ରମିତ ଜଣାପଡ଼ିିବେ ସେବେଠାରୁ ୧୭ ଦିନ ଘରେ କିମ୍ବା ପ୍ରଶାସନର ସ୍ବତନ୍ତ୍ର କୋଭିଡ...

ମାସ୍କ, ପିପିଇ କିଟ୍‌ ଦୁର୍ନୀତିକୁ ନେଇ ହଟ୍ଟଗୋଳ

ଭୁବନେଶ୍ୱର,୩୦ା୯(ବ୍ୟୁରୋ):ସରକାରଙ୍କ କୋଭିଡ୍‌-୧୯ ପରିଚାଳନାକୁ ମଙ୍ଗଳବାର ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ଭାଜପା ଓ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। କରୋନା ପାଇଁ ମାସ୍କ ଓ ପିପିଇ କିଟ୍‌ କିଣାରେ ବହୁ କୋଟି ଟଙ୍କାର ଅନିୟମିତତା ହୋଇଥିବା ନେଇ ବିରୋଧୀ ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଅଡି ବସିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗୃହରେ ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ଏ ନେଇ ସେ ପ୍ରିଭିଲେଜ୍‌ ମୋଶନ ଆଣିଥିଲେ। ମାସ୍କ ଓ ପିପିଇ କିଟ୍‌ କିଣାରେ ଦୁର୍ନୀତି ହୋଇଥିବା କଥା ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ ଅଭିଯୋଗ କରିଥିଲେ ଯେ କରୋନା ପାଇଁ ରାଜ୍ୟ ଔଷଧ ନିଗମ ମାଧ୍ୟମରେ ବହୁ କୋଟି ଟଙ୍କାର ସାମଗ୍ରୀ କିଣାଯାଇଥିଲା। ସାମଗ୍ରୀ କିଣିବାକୁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। ଏହି କମିଟି ସମସ୍ତ ସାମଗ୍ରୀକୁ ଯାଞ୍ଚ କରିବା ସହ ସାମଗ୍ରୀ କିଣିବା ଉପରେ ମୋହର ମାରୁଥିଲେ। ମାତ୍ର ଯାଞ୍ଚ ସମୟରେ ଆଇସିଏମ୍‌ଆର୍‌ ଗାଇଡ୍‌ଲାଇନ୍‌କୁ ନ ମାନି ମନଇଚ୍ଛା ନିମ୍ନାମାନର ପିପିଇ କିଟ୍‌ ଏବଂ ଅନ୍ୟ ସାମଗ୍ରୀ କିଣାଯାଇଥିଲା। କମିଟି ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମାଙ୍କ ଭୂମିକାକୁ ସେ ସନ୍ଦେହ କରିଥିଲେ। ବ୍ଲାଙ୍କ ଚେକ୍‌ ପ୍ରସଙ୍ଗ ମଧ୍ୟ ଉଠାଇ ସେ କହିଥିଲେ, କୋଭିଡ୍‌ ମୁକାବିଲା ପାଇଁ ଯେଉଁ କମ୍ପାନୀରୁ ସାମଗ୍ରୀ କିଣାଯାଉଥିଲା ସେ...

କଟକଣାରେ ଅଧିବେଶନ ଆରମ୍ଭ

ଭୁବନେଶ୍ୱର,୩୦ା୯(ବ୍ୟୁରୋ):ମଙ୍ଗଳବାରଠାରୁ ଷୋଡ଼ଶ ବିଧାନସଭାର ମୌସୁମୀ ଅଧିବେଶନ କରୋନା କଟକଣା ମଧ୍ୟରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଛି। ଯେଉଁ ବିଧାୟକମାନେ କରୋନା ସଂକ୍ରମିତ ହୋଇନାହାନ୍ତି ସେମାନଙ୍କୁ ବିଧାନସଭାରେ ଯୋଗଦେବାକୁ ଅନୁମତି ଦିଆଯାଇଥିଲା। ୮୫ଜଣ ବିଧାୟକ ଯୋଗଦେଇଥିବା ବେଳେ ଅନ୍ୟ ବିଧାୟକମାନେ ବାହାରେ ରହି ଭିଡିଓ କନ୍‌ଫରେନ୍ସ ଜରିଆରେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ବିଧାନସଭାକୁ ପ୍ରବେଶ କରିବା ବେଳେ ବିଧାୟକ, କର୍ମଚାରୀ, ଖରବଦାତାଙ୍କୁ କରୋନା ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିଥିଲା। ଗୃହକୁ ପ୍ରବେଶ କରିବା ପୂର୍ବରୁ ବାଚସ୍ପତିଙ୍କଠାରୁ ଆରମ୍ଭ କରି ସମସ୍ତେ ମୁହଁରେ ମାସ୍କ ଓ ସିଲ୍ଡ କଭର ଲଗାଇବା ସହ ହ୍ୟାଣ୍ଡ ଗ୍ଲୋବ୍‌ସ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ସମସ୍ତ ସଦସ୍ୟଙ୍କ ସିଟ୍‌ ସମ୍ମୁଖରେ କାଚରେ କଭର କରାଯାଇଥିଲା। କେହି କାହା ପାଖକୁ ଯିବାକୁ ସୁଯୋଗ ନ ଥିଲା। ଲୋକସେବା ଭବନର ସମ୍ମିଳନୀ କକ୍ଷ, ବିଭିନ୍ନ ଜିଲାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରୁ କେତେଜଣ ବିଧାୟକ ଏହି ଅଧିବେଶନରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଗୃହ କାର୍ଯ୍ୟରେ ଯୋଗଦେଇଥିବା ବେଳେ ଲୋକସେବା ଭବନରୁ ବିଧାୟକ ବଦ୍ରିନାରାୟଣ ପାତ୍ର, ଉଷାଦେବୀ, ପ୍ରଫୁଲ୍ଲ ସାମଲ, ଶଶିଭୂଷଣ ବେହେରା, ନିତ୍ୟାନନ୍ଦ ସାହୁ ଏବଂ ସାବିତ୍ରୀ ଅ...

କର୍ବର ହାରିଲେ, ପ୍ଲିସ୍‌କୋଭାଙ୍କ ବିଜୟ

ପ୍ୟାରିସ୍‌, ୩୦ା୯ (ଏପି)-ଫ୍ରେଞ୍ଚ ଓପନ୍‌ ମହିଳା ସିଙ୍ଗଲ୍ସରେ ଚେକ୍‌ରିପବ୍ଲିକ୍‌ର କାରୋଲିନା ପ୍ଲିସ୍‌କୋଭା କଷ୍ଟସାଧ୍ୟ ବିଜୟ ହାସଲ କରିଛନ୍ତି। ଦ୍ୱିତୀୟ ସିଡ୍‌ ପ୍ଲିସ୍‌କୋଭା କ୍ୱାଲିଫାୟର ତଥା ଇଜିପ୍ଟର ମେୟାର ଶେରିଫ୍‌ଙ୍କୁ ୬-୭(୯), ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ପୂର୍ବତନ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ରୋଲାଣ୍ଡ ୨୦୧୭ରେ ଗ୍ୟାରୋସଠାରେ ସେମିଫାଇନାଲରେ ପ୍ରବେଶ କରିଥିଲେ। ବର୍ତ୍ତମାନ ସେ ଜେଲେନା ଓଷ୍ଟାପେଙ୍କୋଙ୍କୁ ଭେଟିବେ। ଲାଟିଭିଆର ଏହି ବିଗ୍‌ ହିଟିଂ ଖେଳାଳି ସେହିବର୍ଷ ଫ୍ରେଞ୍ଚ ଓପନ୍‌ ଜିତିଥିଲେ। ଅନ୍ୟପକ୍ଷରେ ୩ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ଆଞ୍ଜେଲିକ୍‌ କର୍ବର କ୍ରମାଗତ ଦ୍ୱିତୀୟ ବର୍ଷ ଫ୍ରେଞ୍ଚ୍‌ ଓପନ୍‌ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଏଠାରେ ୧୮ତମ ସିଡ୍‌ ତଥା ଜର୍ମାନୀର କର୍ବରଙ୍କୁ ସ୍ଲୋଭେନିଆର ୧୯ବର୍ଷୀୟା କାଜା ଜୁଭାନ୍‌ ୬-୩, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ଏକଦା ର଼୍ୟାଙ୍କିଙ୍ଗ ତାଲିକାର ନମ୍ବର ଓ୍ବାନ ଥିବା କର୍ବର ଫ୍ରେଞ୍ଚ ଓପନ୍‌ ବ୍ୟତୀତ ଅନ୍ୟ ସମସ୍ତ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଜିତିପାରିଛନ୍ତି। ୨୦୧୨ ଓ ୨୦୧୮ରେ ରୋଲାଣ୍ଡ ଗ୍ୟାରସରେ ସେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରିଥିଲେ। ଦୁଇଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଶ୍ୱେତଲାନା କୁଜେଁତ୍ସୋଭା ମଧ୍ୟ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଦୁଇଥର ଫ୍ରେଞ୍ଚ ଓପନ୍‌ ଚାମ୍ପିୟନଙ୍କୁ...

ନ୍ୟୁଜିଲାଣ୍ଡର ବ୍ୟସ୍ତ ବହୁଳ କ୍ରିକେଟ କାର୍ଯ୍ୟସୂଚୀ

ଅକ୍‌ଲାଣ୍ଡ, ୩୦ା୯ (ପି.ଟି.)-କୋଭିଡ୍‌ ଯୋଗୁ ୬ମାସରୁ ଅଧିକ ଦିନ ପରେ ନ୍ୟୁଜିଲାଣ୍ଡରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହେବ। ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି) ତରଫରୁ ଏଥିପାଇଁ ମଙ୍ଗଳବାର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ନଭେମ୍ବରରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି୨୦ ସିରିଜ ସହ ଏହା ଆରମ୍ଭ ହେବ। ନଭେମ୍ବରରେ ଓ୍ବେଷ୍ଟଇଣ୍ଡିଜ ଓ ପାକିସ୍ତାନ ପରେ ଫେବୃୟାରୀରେ ଅଷ୍ଟ୍ରେଲିଆ ଏବଂ ମାର୍ଚ୍ଚରେ ବାଂଲାଦେଶ ଟୁର୍‌ରେ ଆସିବା କାର୍ଯ୍ୟକ୍ରମ ରହିଛି। ସରକାର କିନ୍ତୁ ପ୍ରଥମ ଦୁଇଟି ଟିମ୍‌ର ଗସ୍ତକ୍ରମକୁ ଅନୁମୋଦନ ଦେଇ ସାରିଥିବା ଏନ୍‌ଜେଡ୍‌ସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ହ୍ବାଇଟ୍‌ କହିଛନ୍ତି। ଅନ୍ୟ ଦୁଇଟି ଟୁର୍‌ ପାଇଁ ସରକାର ଖୁବ୍‌ଶୀଘ୍ର ସବୁଜ ସଙ୍କେତ ଦେବେ ବୋଲି ସେ କହିଛନ୍ତି। ନଭେମ୍ବର ୨୭ରେ ଇଡେନ୍‌ପାର୍କଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚବିଶିଷ୍ଟ ସିରିଜ ଆରମ୍ଭ ହେବ। ସିରିଜ ଓପନର ପରେ ଅନ୍ୟ ଦୁଇଟି ମ୍ୟାଚ ନଭେମ୍ବର ୨୯ ଓ ନଭେମ୍ବର ୩୦ରେ ବେ’ ଓଭାଲଠାରେ ଖେଳାଯିବ। ଟି୨୦ ସିରିଜ ପରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ ଆୟୋଜନ କରିବ ନ୍ୟୁଜିଲାଣ୍ଡ। ପ୍ରଥମ ଟେଷ୍ଟ ଡିସେମ୍ବର ୩ରୁ ହାମିଲଟନର ସେଡନ ପାର୍କ ଏବଂ ଦ୍ୱିତୀୟଟି ଓ୍ବେଲିଂଟନ୍‌ର ରିଜର୍ଭ ବେସିନଠାରେ ଡିସେମ୍ବର୧୧ରୁ ଖେଳାଯିବ। ଓ୍ବେଷ୍ଟଇଣ୍ଡିଜ ସିରିଜ ପରେ ନ୍ୟୁଜିଲାଣ୍ଡ ଡିସେମ୍ବର ୧୮ରୁ ପାକିସ୍ତାନ ବିପକ୍ଷ...

ଧୋନୀ ଭାରତୀୟ କ୍ରିକେଟ ଓ ଏହି ଗେମ୍‌ର ଜଣେ ଲିଜେଣ୍ଡ: ସାମସନ

ଦୁବାଇ, ୩୦।୯(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ କେରଳ ଉଇକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଛି। ତାଙ୍କ ପ୍ରଦର୍ଶନ ବଳରେ ରାଜସ୍ଥାନ ରୟାଲ୍ସ ରେକର୍ଡ ରନ୍‌ଚେଜ୍‌ ସହ ୨ଟି ଯାକ ମ୍ୟାଚ ଜିତିବାକୁ ସକ୍ଷମ ହୋଇଛି। ଚର୍ଚ୍ଚାରେ ରହିଥିବା ସାମ୍‌ସନ୍‌ଙ୍କୁ କେତେଜଣ ପୂର୍ବତନ ଟିମ୍‌ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ତୁଳନା କରିଛନ୍ତି। ମାତ୍ର ସେ ଏପରି ଚିନ୍ତା କରୁନାହାନ୍ତି ବୋଲି ସାମ୍‌ସନ୍‌ କହିଛନ୍ତି। ”ଧୋନୀଙ୍କ ପରି କେହି ହୋଇ ପାରିବେନି“ ଏବଂ ”କେହି ହେବାକୁ ଚେଷ୍ଟା ମଧ୍ୟ କରିବା ଅନୁଚିତ“ ବୋଲି ସାମସନ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ରାଜସ୍ଥାନ ଏହାର ପ୍ରଥମ ଦୁଇ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ପରାସ୍ତ କରିଛି। ଏହି ପ୍ରଦର୍ଶନକୁ ଦୃଷ୍ଟିରେ ରଖି କଂଗ୍ରେସ ଏମ୍‌ପି କେରଳ ଥିରୁଭାନନ୍ତପୁରମ୍‌ର ଶଶୀ ଥରୁର ତାଙ୍କୁ ପରବର୍ତ୍ତୀ ଧୋନୀଭାବେ ଅଭିହିତ କରିଛନ୍ତି। ମାତ୍ର ସାମ୍‌ସନ ତାହା ଭାବୁ ନାହାନ୍ତି। ” ମୁଁ ନିଶ୍ଚିତ ଯେ, ଧୋନୀଙ୍କ ପରି କେହି ହୋଇ ପାରିବେ ନାହିଁ, କେହି ହେବାକୁ ଚେଷ୍ଟା ମଧ୍ୟ କରିବା ଉଚିତ ନୁହେଁ। ଧୋନୀଙ୍କ ପରି ଖେଳିବା ସହଜ ନୁହେଁ। ମୁଁ କେବେ ତାଙ୍କଭଳି ଖେଳି ପାରିବି ବୋଲି ଚିନ୍ତା କରିନି“। ସେ ଭାରତୀୟ କ୍ରିକେଟ ଏବଂ ଏହି ଗେମ୍‌ର ଜଣେ ଲିଜେଣ୍ଡ“ ବୋଲି ...

ଢେଙ୍କାନାଳ ପୌରସଂସ୍ଥା ରୋଲ୍‌ ମଡେଲ

ଢେଙ୍କାନାଳ ଅଫିସ, ୩୦।୯ – ମଳପଙ୍କ ପରିଚାଳନାରେ ଢେଙ୍କାନାଳ ପୌରସଂସ୍ଥା ସମଗ୍ର ଦେଶରେ ରୋଲ୍‌ ମଡେଲ। ଏପରି ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ସମସ୍ତ ତଥ୍ୟାବଳୀ ଗ୍ରାମାଞ୍ଚଳରେ ପହଞ୍ଚାଇବା ମୂଳ ଉଦ୍ଦେଶ୍ୟ। ଏହି ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ଲାଗି ପ୍ରଶାସନ ବଦ୍ଧପରିକର ବୋଲି କହିଛନ୍ତି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ମଙ୍ଗଳବାର କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପର ଶୁଭାରମ୍ଭ କରି ସେ ଏହା କହିଛନ୍ତି। ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ଓ. ନିଏଲସନ କହିଲେ, କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ ଏକ ପାଇଲଟ୍‌ ପ୍ରୋଜେକ୍ଟ। ଜିଲା ପ୍ରଶାସନ ଓ ସିପିଆଇଆର୍‌ ମିଳିତ ସହଯୋଗରେ ଏହା ଆରମ୍ଭ ହୋଇଛି। ୟୁନିସେଫ୍‌ ୱାଚ୍‌ ସ୍ପେସିଆଲିଷ୍ଟ ସୁଜୟୋ ମଜୁମଦାର କହିଲେ, ଭାରତ ସରକାର ସୁରକ୍ଷିତ ଓ ସହଜସାଧ୍ୟ ଜଳପରିମଳ ସାଧନ ଯୋଗାଉଛନ୍ତି। ଏହାକୁ ଆଧାର କରି ୟୁନିସେଫ୍‌ ପ୍ରଥମ କରି ଢେଙ୍କାନାଳ ଜିଲାରେ କଠିନ, ତରଳ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଆରମ୍ଭ କରିଛି। ଏହା ଅନ୍ୟ ଜିଲା ଓ ରାଜ୍ୟକୁ ମାର୍ଗଦର୍ଶନ ଦେବ। ପ୍ରୋଜେକ୍ଟ ଡାଇରେକ୍ଟର ସୁଭାଗତୋ ଦାସଗୁପ୍ତା କହିଲେ, ସ୍ବଚ୍ଛ ଭାରତ ମିଶନ-୨ ନିର୍ଦ୍ଦେଶାବଳୀ ଅନୁଯାୟୀ ମୁକ୍ତ ଶୌଚ ନିଷିଦ୍ଧାଞ୍ଚଳର ଶୌଚାଳୟଗୁଡ଼ିକୁ ଚିରସ୍ଥାୟୀ କରିବା ନିମନ୍ତେ ଏହା ଉଦ୍ଦିଷ୍ଟ। ସେଣ୍ଟର ଫର ପଲିସୀ ର...

‘ଅର୍ଥ ଥାଇ ଉନ୍ନତି ହେଉନି’

ଢେଙ୍କାନାଳ ଅଫିସ, ୩୦।୯ – ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ଅର୍ଥ ଥାଇ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହେଉନାହିଁ। ଏଥିପାଇଁ ପ୍ରଶାସନିକ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଏମ୍‌ପି ମହେଶ ସାହୁ। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଜିଲାରେ ଅର୍ଥ ଥାଇ କୌଣସି କାର୍ଯ୍ୟ ହୋଇପାରୁନାହିଁ। ପୁନର୍ବାସ ଥଇଥାନ ଏବଂ ପାରିପାର୍ଶ୍ୱିକ ଉପଦେଷ୍ଟା କମିଟି (ଆରପିଡିଏସି) ବୈଠକ ବସୁନାହିଁ। ପ୍ରଶାସନିକ ଅଧିକାରୀ କଳକାରଖାନା ପରିଦର୍ଶନରେ ଯାଉନାହାନ୍ତି। କମ୍ପାନୀ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ (ସିଏସ୍‌ଆର) ଅନ୍ତର୍ଗତ ପାଣ୍ଠି କାର୍ଯ୍ୟକାରୀ ହେଉନାହିଁ। ଏମ୍‌ପିଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ (ଏମ୍‌ପି ଲାଡ୍‌) ପାଣ୍ଠି ଓ ବିଧାୟକଙ୍କ ହାତ ପାଣ୍ଠିରୁ ଅନୁମୋଦିତ ପ୍ରକଳ୍ପ କାମରେ ଅହେତୁକ ବିଳମ୍ବ ହେଉଛି। ଆବଶ୍ୟକ କର୍ମଚାରୀ ଥାଇ ସଫେଇ କାମ ହେଉନାହିଁ। ବ୍ଲକ ଓ ପୌରସଂସ୍ଥାର କାର୍ଯ୍ୟରେ କେହି ସନ୍ତୁଷ୍ଟ ନୁହନ୍ତି ବୋଲି ଏମ୍‌ପି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି। ପୌରସଂସ୍ଥା ଓ ବ୍ଲକରେ କୋଟି କୋଟି ଟଙ୍କା ଥିବାବେଳେ ବିକାଶମୂଳକ କାମରେ ଅବହେଳା କରାଯାଉଛି। ଆଲୋଚନାରୁ ଫଳ ନ ମିଳିବାରୁ ସେ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଥିଲେ। ହେଲେ ଜିଲା ପ୍ରଶାସନ ନୀରବ ରହିଲା। ଜାତୀୟ ରାଜପଥର ଅବସ୍ଥା ଦେଖି ସାଧାରଣରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଲା। ଏଥିପାଇଁ ଆନ୍ଦୋଳନ ଡାକରା ଦେଇଥିଲେ। ହେଲେ ଜିଲାର ଛାମୁଆ ନେତୃବୃନ୍ଦ ...

ଆବର୍ଜନାରୁ ପ୍ରସ୍ତୁତ ହେଲା ଜୈବିକ ଖତ

ଅନୁଗୋଳ ଅଫିସ, ୩୦ା୯ – ଅନୁଗୋଳ ସହରରେ ପ୍ରତିଷ୍ଠା କରାଯାଇଥିବା ୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍‌ସିସି) ମଧ୍ୟରୁ ଗୋଟିଏରୁ ଉତ୍ପାଦନ ଆରମ୍ଭ ହୋଇଛି। ସହରରୁ ସଂଗୃହୀତ ଓଦା ଆବର୍ଜନାରୁ ମଙ୍ଗଳବାର ପ୍ରଥମ କରି ଜୈବିକ ଖତ ପ୍ରସ୍ତୁତ କରିଛି ହୁଲୁରିସିଂହା ଏମ୍‌ସିସି। ଏଠାରୁ ଉତ୍ପାଦିତ ୩୦ କିଲୋଗ୍ରାମ ଜୈବିକ ଖତକୁ ୨୦ ଟଙ୍କା ହିସାବରେ ବିକ୍ରି କରାଯାଇଛି। ୧୦ କେଜି ପରୀକ୍ଷାମୂଳକ ଭାବେ ଗୋଟିଏ ନର୍ସରିକୁ ଦିଆଯାଇଥିବା ବେଳେ ଅବଶିଷ୍ଟକୁ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରାଯାଇଛି। ଆସନ୍ତା ମାସରେ ହେମସୁରପଡ଼ା ଓ ମିଶ୍ରପଡ଼ା ଏମ୍‌ସିସିରୁ ଉତ୍ପାଦନ ଆରମ୍ଭ ହେବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି। ଗତ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳର ଏହି ୩ ଏମ୍‌ସିସିକୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଏହାର ଦୁଇମାସ ପୂର୍ବରୁ ପୌରପାଳିକା ପକ୍ଷରୁ ସହରରୁ ଓଦା ଓ ଶୁଖିଲା ଆବର୍ଜନା ସଂଗ୍ରହ କରାଯାଇ ହୁଲୁରିସିଂହା ଏମ୍‌ସିସିରେ ପକାଯାଉଥିଲା। ଓଦା ଅଳିଆ ସହ ଗୁଡ଼, ଦହି, ପାଣି ଓ କୁଣ୍ଡାରୁ ପ୍ରସ୍ତୁତ ରସାୟନିକ ମିଶ୍ରଣ କରାଯାଉଥିଲା। ୪୨ ଦିନ ଧରି ଏହି ପ୍ରକ୍ରିୟା ଜାରି ରହିବା ପରେ ମଙ୍ଗଳବାର ପ୍ରଥମ କରି ଜୈବିକ ଖତ ପ୍ରସ୍ତୁତ ହୋଇଥିବା ପୌରପାଳିକାର ସାନିଟାଇଜ୍‌ ବିଶେଷଜ୍ଞ ଜିତେନ୍ଦ୍ର କୁମାର ସେଠୀ କହିଛନ୍ତି। ବର୍ତ୍ତମାନ ବିନା ମେଶିନରେ ଖତ ଉତ୍ପାଦନ କରାଯାଉଥିବାବେଳେ ଆଗକୁ ମେଶିନ୍‌...

ଗୋଟିଏ ପଦବୀ, ଦୁଇ ଅଧିକାରୀ

ଢେଙ୍କାନାଳ ଅଫିସ, ୩୦।୯ – ପଦବୀ ଗୋଟିଏ। ଦୁଇଜଣ ଅଧିକାରୀ। କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉଭୟଙ୍କ ମଧ୍ୟରେ ଦାୟିତ୍ୱ ସମ୍ଭାଳିବାକୁ ନେଇ ଚାଲିଛି ଟଣାଓଟରା। କର୍ମଚାରୀମାନେ କାହା ନିର୍ଦ୍ଦେଶ ମାନିବେ, କାହାକୁ ଅଣଦେଖା କରିବେ ତାହାକୁ ନେଇ ପଡ଼ିଛନ୍ତି ଦ୍ୱନ୍ଦ୍ୱରେ। ଢେଙ୍କାନାଳ ଜିଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍‌ଡବ୍ଲ୍ୟୁଓ)ଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଏପରି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାରୁ ଜଣାପଡ଼ିଛି, ଜିଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଗତ ୨୨ ତାରିଖରେ ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରୁରାଲ ଡେଭଲପମେଣ୍ଟକୁ ଇନ୍‌ଷ୍ଟ୍ରକ୍ଟର ଭାବେ ବଦଳି ହୋଇଥିଲା। ଏହାପରେ ସେ ଛୁଟିରେ ରହିବା ସହ ଟ୍ରିବ୍ୟୁନାଲ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପଟେ ଦେବଗଡ଼ ଜିଲାର ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ରାୟଙ୍କୁ ୨୨ ତାରିଖରେ ଢେଙ୍କାନାଳ ଜିଲା ସମାଜ ମଙ୍ଗଳ ଅଧିକାରୀ ଭାବେ ବଦଳି କରାଯାଇଥିଲା। ସେ ୨୫ ତାରିଖରେ ଢେଙ୍କାନାଳରେ ପହଞ୍ଚତ୍ ଜିଲାପାଳଙ୍କୁ ଜଏନିଂ ଅର୍ଡର ଦେବା ପରେ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବସିଥିଲେ। ସେହିଦିନ ଜୟନ୍ତୀ ଛୁଟିରୁ ଫେରିବା ସହ ଟ୍ରିବୁନାଲ ଅଦାଲତରୁ ବଦଳି ଉପରେ ରହିତାଦେଶ ଆଣି କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ଏହପରେ ଦୁଇଜଣଙ୍କ ମଧ୍ୟରେ ଚୌକି ପାଇଁ ଆରମ୍ଭ ହୋଇଥିଲା ଟଣାଓଟରା। ଏପରି କି ମଙ୍ଗଳବାର ରାଜ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷର...

ପଦ ତ୍ୟାଗ କରିବେ ବେଲିଣ୍ଡା କ୍ଲାର୍କ

ସିଡ୍‌ନୀ, ୩୦ା୯ (ପି.ଟି.)-ଅଷ୍ଟ୍ରଲିଆର ପୂର୍ବତନ ମହିଳା ଟିମ୍‌ ଅଧିନାୟକ ବେଲିଣ୍ଡା କ୍ଲାର୍କ କ୍ରିକେଟ ବୋର୍ଡର କମ୍ୟୁନିଟି କ୍ରିକେଟ ଏକ୍‌ଜିକ୍ୟୁଟିଭ୍‌ ଜେନେରାଲ ମ୍ୟାନେଜର ପଦ ତ୍ୟାଗ କରିବେ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି। କ୍ଲାର୍କଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦୁଇଥର ବିଶ୍ୱକପ୍‌ ଟାଇଟଲ ଜିତିଛି। ଦେଶ ତରଫରୁ ସେ ୧୫ ଟେଷ୍ଟ ଏବଂ ୧୧୮ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି। ସେ ଗତ ଅଢେଇବର୍ଷ ହେଲା ଏହି ପଦବୀରେ ଥିଲେ। ନଭେମ୍ବର ୩୦ରୁ ସେ ଏଥିରୁ ଓହରିଯିବେ ବୋଲି କହିଛନ୍ତି। ୫୦ବର୍ଷୀୟା ଏହି ପୂର୍ବତନ କ୍ରିକେଟର କିନ୍ତୁ ଆଇସିସି ଟି୨୦ ବିଶ୍ୱକପ୍‌ ଆୟୋଜକ କମିଟିର ନିର୍ଦ୍ଦେଶକ ପଦବୀରେ ରହିବେ। କ୍ଳାର୍କ ୨୦ବର୍ଷ ହେଲା କ୍ରିକେଟ ଅଷ୍ଟ୍ରେଲିଆ ଏବଂ ୬ ବର୍ଷ କ୍ରିକେଟ ନ୍ୟୁ ସାଉଥ ଓ୍ବେଲ୍ସ ସହ ସମ୍ପୃକ୍ତ ରହି ଆସିଥିବାବେଳେ ଆଇସିସି ମହିଳା କମିଟିର ଦୀର୍ଘକାଳୀନ ଷ୍ଟାଣ୍ଡିଂ କମିଟି ସଦସ୍ୟ ରହିଆସିଛନ୍ତି। ପୁନଶ୍ଚ ୨୦୧୮ରୁ ଆଇସିସି କ୍ରିକେଟ କମିଟିର ଜଣେ ସଦସ୍ୟ ଭାବେ କାର୍ଯ୍ୟକରି ଆସୁଛନ୍ତି। ବର୍ତ୍ତମାନ ସେ ୟଙ୍ଗ ଗର୍ଲଙ୍କର ନେତୃତ୍ୱ ନେବାର କ୍ୱାଲିଟିକୁ ବିକଶିତ କରିବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ। The post ପଦ ତ୍ୟାଗ କରିବେ ବେଲିଣ୍ଡା କ୍ଲାର୍କ appeared first on Dharitri Odia News .

‘କେବିସି’ର ଟିଆର୍‌ପି କମିବାରୁ ଅମିତାଭଙ୍କୁ କ୍ଷମା ମାଗିଥିଲେ ଶାହାରୁଖ୍‌: ଜାଣନ୍ତୁ କାହିଁକି

ଛୋଟ ପରଦାର ଲୋକପ୍ରିୟ ଶୋ’ ‘କୌନ୍‌ ବନେଗା କରୋଡପତି’(କେବିସି) ସିଜିନ୍‌ ୧୨ ଗତ ସୋମବାରଠାରୁ ଆରମ୍ଭ ହୋଇଯାଇଛି। ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ହୋଷ୍ଟ କରୁଥିବା ଏହି ଶୋ’ ଏଥର ନୂଆ ରୂପରେ ଦର୍ଶକଙ୍କ ସମ୍ମୁଖକୁ ଆସିଛି। ଶୋ’ରେ ଅନେକ ଛୋଟ ପରିବର୍ତ୍ତନ କରାଯାଇଛି। ଏହି ଶୋ’ ଟିଆର୍‌ପିରେ ପ୍ରତିବର୍ଷ ବହୁତ ଭଲ ପ୍ରମାଣିତ ହୋଇଛି। କେବଳ ଶୋ’ର ତୃତୀୟ ସିଜିନ୍‌ରେ ଶାହାରୁଖ୍‌ ଖାନ୍‌ ହୋଷ୍ଟ ଦାୟିତ୍ୱରେ ରହିଥିବା ବେଳେ ଏହାର ଟିଆର୍‌ପି ବହୁତ କମ୍‌ ଥିଲା। କୌଣସି କାରଣ ପାଇଁ ବିଗ୍‌ ବି ଶୋ’ର ତୃତୀୟ ସିଜିନ୍‌ରେ ହୋଷ୍ଟ କରିବାକୁ ମନା କରିଦେଇଥିଲେ। ତେଣୁ ଶୋ’ ନିର୍ମାତାମାନେ ତାଙ୍କ ସ୍ଥାନରେ ଶାହାରୁଖଙ୍କୁ ନେଇଥିଲେ। ହେଲେ ଶାହାରୁଖ୍‌ ଶୋ’କୁ ହାଲକା ଭାବେ ନେଲେ। ବିଗ୍‌ ବିଙ୍କ ଗମ୍ଭୀର ସ୍ବର, ତାଙ୍କର ଷ୍ଟାଇଲ ଦ୍ୱାରା ପରିଚିତ ହୋଇସାରିଥିବା ଶୋ’ ଶାହାରୁଖ୍‌ ସେତେଟା ଗ୍ରହଣ କଲା ନାହିଁ। ଫଳରେ ଶୋ’ର ଟିଆର୍‌ପି କମିବାକୁ ଲାଗିଲା। ତେଣୁ ଏହାର ପରବର୍ତ୍ତି ସିଜିନ୍‌ଗୁଡିକରେ ବିଗ୍‌ ବିଙ୍କୁ ହୋଷ୍ଟ ଦାୟିତ୍ୱରେ ନିଆଗଲା। ଅମିତାଭ ହୋଷ୍ଟ ଦାୟିତ୍ୱରେ ଥିବା ବେଳେ ଶାହାରୁଖ୍‌ ଯେତେବେଳେ ନିଜର ଫିଲ୍ମ ‘ରା ଓ୍ବାନ୍‌’ର ପ୍ରମୋଶନ ପାଇଁ ଅତିଥି ସାଜି ଶୋ’କୁ ଆସିଥିଲେ, ସେତେବେଳେ ସେ ବିଗ୍‌ ବିଙ୍କୁ କ୍ଷମା ମାଗିଥିଲେ। ସେ କହିଥିଲେ, ମୁଁ ଅମିତାଭଙ୍କ ସ୍ଥାନ ନେବାକୁ ଚେଷ୍ଟାକରି ମୁଁ ଭୁଲ କରିଛି। ଏହି ଏପିସୋଡ୍‌ ବହୁତ ଲୋକପ୍...

ଜାତୀୟ ମହିଳା ରେସ୍‌ଲିଂ କ୍ୟାମ୍ପ ଅକ୍ଟୋବର ୧୦ରୁ

ନୂଆଦିଲ୍ଲୀ, ୩୦ା୯ (ପି.ଟି.)-ଜାତୀୟ ମହିଳା ରେସ୍‌ଲିଂ କ୍ୟାମ୍ପ ଅକ୍ଟୋବର ୧୦ରୁ ଲକ୍ଷ୍ନୌସ୍ଥିତ ସାଇ ସେଣ୍ଟରରେ ଆରମ୍ଭ ହେବ। ଏଥିରେ ଯେଉଁମାନ ଅଂଶଗ୍ରହଣ ନ କରିବେ ଜାତୀୟ ଦଳ ପାଇଁ ମନୋନୟନ ବେଳେ ସେମାନଙ୍କ ନାମ ବିଚାରକୁ ନିଆଯିବ ନାହିଁ ବୋଲି ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ତରଫରୁ ମଙ୍ଗଳବାର ଚେତାବନୀ ଦିଆଯାଇଛି। ଜାତୀୟ କ୍ୟାମ୍ପ ପ୍ରକୃତରେ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଥାନ୍ତା। କିନ୍ତୁ କରୋନା ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୪ ରେସ୍‌ଲରଙ୍କ ମଧ୍ୟରୁ ଦୁଇଜଣ ଭିନେଶ ଫୋଗତ୍‌ ଏବଂ ଦୀପକ ପୁନିଆ କରୋନା ପଜିଟିଭ ହେବା ଦ୍ୱାରା ବହୁ ରେସ୍‌ଲରଙ୍କ ମନରେ ଭୟ ସଞ୍ଚାର ହୋଇଥିଲା। ପରିସ୍ଥିତିର ଅନୁଧ୍ୟାନ ପରେ ଏବଂ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ପରାମର୍ଶ କ୍ରମେ ଡବ୍ଲ୍ୟୁଏଫ୍‌ଆଇ ଶେଷରେ ୬ଟି ଅଲିମ୍ପିକ କାଟେଗୋରି ଯଥା ୫୦କେଜି, ୫୩ କେଜି, ୫୭ କେଜି, ୬୨, କେଜି, ୬୮ କେଜି ଓ ୭୬ କେଜିରେ କ୍ୟାମ୍ପ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଥିଲା। ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ସୂଚନାଯୋଗ୍ୟ, ‘ଖେଲୋ ଇଣ୍ଡିଆ ଫିର୍‌ ସେ’ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ ଅକ୍ଟୋବର ୫ରୁ ସାଇ ପକ୍ଷରୁ ଯେଉଁ ୯ଟି ଖେଳର କାର୍ଯ୍ୟକଳାପ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଥିଲା ତନ୍ମଧ୍ୟରେ ରେସ୍‌ଲିଂ ଅନ୍ୟତମ ଥିଲା। ରେସ୍‌ଲରମାନଙ୍କୁ ୧୪ ଦିନ କ୍ୱାରାଣ୍ଟା...

ସନ୍‌ରାଇଜର୍ସର ପ୍ରଥମ ବିଜୟ

ଆବୁଧାବି, ୩୦।୯- ଜନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ ଏବଂ ରଶିଦ ଖାଁଙ୍କ ଯାଦୁକରୀ ବୋଲିଂ ସହାୟତାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। କ୍ରମାଗତ ୨ ପରାଜୟ ପରେ ଦଳ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ କରିଛି। ହାଇଦ୍ରାବାଦ ପକ୍ଷରୁ ଧାର୍ଯ୍ୟ ୧୬୩ ରନ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୪୭ ରନ କରିବାକୁ ସକ୍ଷମ ହୋଇଥିଲା। ଚଳିତ ଆଇପିଏଲରେ କ୍ୟାପିଟାଲ୍ସର ୩ ମ୍ୟାଚରୁ ଏହା ପ୍ରଥମ ପରାଜୟ। ବିଜୟ ଲକ୍ଷ୍ୟ ବଡ଼ ନ ଥିଲେ ହେଁ ଶେଖ୍‌ ଜାୟେଦ ଷ୍ଟାଡିୟମର ସ୍ଲୋ ପିଚ୍‌ରେ ଦିଲ୍ଲୀ ଭୁବନେଶ୍ୱର କୁମାରଙ୍କ ପ୍ରଥମ ଓଭରରେ ଓପନର ପୃଥ୍ବୀ ଶ’(୨ ରନ)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଶିଖର ଧାଓ୍ବନ ଓ ଅଧିନାୟକ ଶ୍ରେୟାସ ଆୟାର ଇନିଂସ ଗଢ଼ିବା ଉଦ୍ୟମରେ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ଏଭଳି ପିଚ୍‌ରେ ତାରକା ସ୍ପିନର ରଶିଦ ଖାଁଙ୍କୁ ଜଗିରଖି ଖେଳିବା ଆବଶ୍ୟକ ହେଉଥିଲା। ଦ୍ୱିତୀୟ ଉଇକେଟରେ ୪୦ ରନ ଯୋଗ ହେବାପରେ ଆୟାରଙ୍କୁ ପ୍ରଥମ ଶିକାର ବନେଇ ରଶିଦ ପ୍ରଥମ ସଫଳତା ପାଇଥିଲେ। ୨୧ ବଲ୍‌ ଖେଳିଥିବା ଆୟାର ୨ ଚୌକା ସହାୟତାରେ ୧୭ ରନ କରି ପାରିଥିଲେ। ଏହାର ଅଭିଜ୍ଞ ଧାଓ୍ବନଙ୍କ ଉପରରେ ଦଳର ଭାର ପଡ଼ିଥିଲା। ତେବେ ସେ ୩୧ ବଲ୍‌ରୁ ୩୪(୪ ଚୌକା) ରନ କରି ରଶିଦଙ୍କ ବଲ୍‌ରେ ଆଉଟ ହେବାରୁ ଦିଲ୍ଲୀ ଉପରେ ଚ...

ସନ୍‌ରାଇଜର୍ସର ପ୍ରଥମ ବିଜୟ

ଆବୁଧାବି, ୩୦।୯- ଜନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ ଏବଂ ରଶିଦ ଖାଁଙ୍କ ଯାଦୁକରୀ ବୋଲିଂ ସହାୟତାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। କ୍ରମାଗତ ୨ ପରାଜୟ ପରେ ଦଳ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ କରିଛି। ହାଇଦ୍ରାବାଦ ପକ୍ଷରୁ ଧାର୍ଯ୍ୟ ୧୬୩ ରନ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୪୭ ରନ କରିବାକୁ ସକ୍ଷମ ହୋଇଥିଲା। ଚଳିତ ଆଇପିଏଲରେ କ୍ୟାପିଟାଲ୍ସର ୩ ମ୍ୟାଚରୁ ଏହା ପ୍ରଥମ ପରାଜୟ। ବିଜୟ ଲକ୍ଷ୍ୟ ବଡ଼ ନ ଥିଲେ ହେଁ ଶେଖ୍‌ ଜାୟେଦ ଷ୍ଟାଡିୟମର ସ୍ଲୋ ପିଚ୍‌ରେ ଦିଲ୍ଲୀ ଭୁବନେଶ୍ୱର କୁମାରଙ୍କ ପ୍ରଥମ ଓଭରରେ ଓପନର ପୃଥ୍ବୀ ଶ’(୨ ରନ)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଶିଖର ଧାଓ୍ବନ ଓ ଅଧିନାୟକ ଶ୍ରେୟାସ ଆୟାର ଇନିଂସ ଗଢ଼ିବା ଉଦ୍ୟମରେ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ଏଭଳି ପିଚ୍‌ରେ ତାରକା ସ୍ପିନର ରଶିଦ ଖାଁଙ୍କୁ ଜଗିରଖି ଖେଳିବା ଆବଶ୍ୟକ ହେଉଥିଲା। ଦ୍ୱିତୀୟ ଉଇକେଟରେ ୪୦ ରନ ଯୋଗ ହେବାପରେ ଆୟାରଙ୍କୁ ପ୍ରଥମ ଶିକାର ବନେଇ ରଶିଦ ପ୍ରଥମ ସଫଳତା ପାଇଥିଲେ। ୨୧ ବଲ୍‌ ଖେଳିଥିବା ଆୟାର ୨ ଚୌକା ସହାୟତାରେ ୧୭ ରନ କରି ପାରିଥିଲେ। ଏହାର ଅଭିଜ୍ଞ ଧାଓ୍ବନଙ୍କ ଉପରରେ ଦଳର ଭାର ପଡ଼ିଥିଲା। ତେବେ ସେ ୩୧ ବଲ୍‌ରୁ ୩୪(୪ ଚୌକା) ରନ କରି ରଶିଦଙ୍କ ବଲ୍‌ରେ ଆଉଟ ହେବାରୁ ଦିଲ୍ଲୀ ଉପରେ ଚ...

ଲୁଡୋ ଖେଳରେ ବାପାଙ୍କଠାରୁ ହାରିଲେ ଝିଅ: ପରେ ଯାହା ଘଟିଲା ଶୁଣିିଲେ ହୋଇଯିବେ ଆଶ୍ଚର୍ଯ୍ୟ

କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ଲୁଡୋ ଖେଳ ପରିବାରର ପ୍ରିୟ ଖେଳ ପାଲଟିଲା। ପରିବାର ସଦସ୍ୟ ଏକାଠି ବସି ଲୁଡୋ ଖେଳିବାକୁ ଲାଗିଲେ। କିନ୍ତୁ ଏହି ଲୁଡୋ ଖେଳରେ ବାପା ଝିଅକୁ ହରାଇବାରୁ ସମ୍ପର୍କ ଭାଙ୍ଗଯିବାକୁ ବସିଛି। ହାରିଯାଇଥିବା ଝିଅ ଏବେ ନିଜ ବାପାଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି। ମାମଲା ଯାଇ ଏବେ ପହଞ୍ଚିିଛି ପାରିବାରିକ କୋର୍ଟରେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ବର୍ତ୍ତମାନ ପର୍ଯ୍ୟନ୍ତ ଖେଳ ମଉଜ ମସ୍ତି ଏବଂ ସମ୍ପର୍କ ସ୍ଥାପନ କରିବାର ଏକ ମାଧ୍ୟମ ଥିଲା। ହେଲେ ପରିବର୍ତ୍ତିତ ସମୟ ଯୋଗୁ ଏବେ ଖେଳ ସମ୍ପର୍କ ଭାଙ୍ଗିବାର କାରଣ ସାଜିଛି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ୨୪ ବର୍ଷର ଜଣେ ଯୁବତୀ ବାପା ଏବଂ ଭାଇ ଭଉଣୀଙ୍କ ସହ ମିଶି ଲୁଡୋ ଖେଳୁଥିଲେ। ଏହି ଖେଳରେ ବାପା ଝିଅକୁ ହରାଇ ଦେଲେ। ଏହା ଝିଅଙ୍କ ମନରେ ଏମିତି ପ୍ରଭାବ ପକାଇଲା ଯେ, ସେ ବାପାଙ୍କ ସହ ସବୁଦିନ ପାଇଁ ସମ୍ପର୍କ ଛିିନ୍ନ କରିବାକୁ ନିଷ୍ପତ୍ତି ନେଲେ। ବାପାଙ୍କୁ ଘୃଣା ମଧ୍ୟ କରିବାକୁ ଲାଗିଲେ। ପରେ ଏହି ଘଟଣା ପାରିବାରିକ କୋର୍ଟରେ ପହଞ୍ଚିଲା। କୋର୍ଟର ପରାମର୍ଶଦାତା ସରିତା ରଜନୀ କୁହନ୍ତି, ୨୦ ବର୍ଷର ଜଣେ ଯୁବତୀ ତାଙ୍କ ନିକଟକୁ ଆସି କହିଥିଲେ ଯେ, ସେ ନିଜ ବାପା ଓ ଭାଇଙ୍କ ସହ ଲୁଡୋ ଖେଳୁଥିଲେ। ଏହି ସମୟରେ ତାଙ୍କ ବାପା ତାଙ୍କୁ ଖେଳରେ ହରାଇଦେଲେ। ଏହା ...

୪୦ ଫୁଟ ଗଭୀର ଶୁଖିଲା କୂଅରୁ ଶୁଭିଲା ଶବ୍ଦ, ଲୋକେ ଯାହା ଦେଖିଲେ ଉଡିଗଲା ହୋଶ୍‌

ପାଟଣା,୩୦।୯: ବିହାରର ମୁଙ୍ଗେର ଅଞ୍ଚଳରେ ଥିବା ‘ଆର୍‌ଡି ଆଣ୍ଡ ଡିଜି’ କଲେଜ କ୍ୟାମ୍ପସ ନିକଟରେ ୪୦ ଫୁଟ ଗଭୀରର ଏକ ଶୁଖିଲା କୂଅରୁ ଶବ୍ଦ ଶୁଭୁଥିଲା। ଲୋକ ପାଖକୁ ଯାଇ ଯାହା ଦେଖିଲେ ସେମାନଙ୍କ ହୋଶ୍‌ ଉଡିଗଲା। ଶାଦିପୁର ବଡିଦୁର୍ଗା ନିବାସୀ ସୋନୁ କୁମାର ଚୌରାସିଆ ନିଜର ୧୩ ବର୍ଷର ପୁଅ ଅଭିଷେକଙ୍କ ସହ ପ୍ରତିଦିନ ସକାଳୁ ଚାଲିବା ପାଇଁ କଲେଜ କ୍ୟାମ୍ପସକୁ ଯାଇଥାନ୍ତି। ସବୁଦିନ ପରି ଦିନେ ସେମାନେ ପ୍ରାତଃ ସମୟରେ ବାହାରିଲେ। ସୋନୁ କଲେଜ ପରିସରରେ ବୁଲୁଥିଲେ। ଏହି ସମୟରେ ଅଭିଷେକ କଲେଜ କ୍ୟାମ୍ପସରେ ଥିବା ଗଛରେ ଚଢ଼ି ଫୁଲ ତୋଳୁଥିଲେ। ହଠାତ୍‌ ଗଛର ଡାଳ ଭାଙ୍ଗଯିବାରୁ ସେ ସିଧା ଯାଇ ୪୦ ଫୁଟ ଗଭୀର ଏକ କୂଅରେ ଖସିପଡ଼ିଲେ। ଏହାପରେ ଅଭିଷେକ ଚିତ୍କାର କରିବାକୁ ଲାଗିଲେ । ତାଙ୍କର ଶବ୍ଦ ଶୁଣି ନିକଟରେ ଥିବା ବାପା ସୋନୁ ଏବଂ ଅନ୍ୟ ଲୋକମାନେ କୂଅ ନିକଟକୁ ଦୌଡି ଆସିଲେ। ଅଭିଷେକ କୂଅରେ ପଡ଼ିଯାଇଥିବା ସେମାନେ ଜାଣିପାରି ପୋଲିସକୁ ଖବର ଦେଲେ। ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟରାସ୍ଥଳରେ ପହଞ୍ଚିଥିଲେ। ଏକ ଦଉଡି ସାହାଯ୍ୟରେ ସେମାନେ କୂଅ ମଧ୍ୟକୁ ଯିବାକୁ ଚେଷ୍ଟାକଲେ। ମାତ୍ର ସେମାନେ ଅମ୍ଳଜାନର ଅଭାବ ଅନୁଭବ କଲେ। ତେଣୁ କୌଣସି ପ୍ରକାରେ ସେମାନେ ଅଭିଷେକଙ୍କୁ କୂଅ ମଧ୍ୟରେ ବାନ୍ଧି ବାହାରକୁ ଆଣିଥିଲେ। ସଙ୍ଗେ ସଙ୍ଗେ ତାଙ୍କ ହସ୍ପିଟାଲ ଭର୍ତ୍ତିି କରାଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଡାକ୍ତର କହିଛନ୍ତି। ବର୍ତ୍ତମାନ ସ...

ସ୍ବାମୀ ମାର୍‌ପିଟ କରିବାରୁ ବାପ ଘରକୁ ଚାଲିଗଲେ ସ୍ତ୍ରୀ:ସେଠାରେ କଲେ ଏମିତି କାମ

ଉତ୍ତରପ୍ରଦେଶର କାନପୁରରୁ ଏକ ଅଜବ ପ୍ରେମକାହାଣୀ ଶୁଣିବାକୁ ମିଳିଛି, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାନପୁରର ବାରାର ଗୁଞ୍ଜନ ଅଞ୍ଚଳର ଘଟଣା। ଗୋଟିଏ ଆପାର୍ଟମେଣ୍ଟରେ ରହୁଥିବା ୨ ପଡୋଶୀ ଯୁବତୀ ରତି ତିଓ୍ବାରୀ ଏବଂ ନନ୍ଦିନୀ ଗୌତମଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ସେମାନେ ବିବାହ କରିବାକୁ ଚାହୁଁଥିଲେ। ହେଲେ ପରିବାର ଏବଂ ସମାଜ ଏଥିପାଇଁ ଅନୁମତି ଦେଇ ନ ଥାଲା। ତେଣୁ ଦୁହେଁ ଘରଛାଡି ପଳାଇ ବିବାହ କରିଥିଲେ। ଏ ନେଇ ନନ୍ଦିନୀଙ୍କ ମା’ଗୁଡିୟା ଦେବୀ ରତି ଏବଂ ତାଙ୍କ ଭାଇଙ୍କ ବିରୋଧରେ ଥାନାରେ ଅପହରଣ ନେଇ ମାମଲା ରୁଜୁ କରିଥିଲେ। ଅନ୍ୟପକ୍ଷରେ ନନ୍ଦିନୀ କୁହନ୍ତି, ସେ ନିଜ ଇଚ୍ଛାରେ ରତିଙ୍କୁ ବିବାହ କରିଛନ୍ତି । ତାଙ୍କ ମା’ ରତିଙ୍କ ଉପରେ ମିଛ ଅଭିଯୋଗ ଆଣିଥିବା ସେ କହିଥିଲେ। ଆହୁରି ମଧ୍ୟ ସେ କହିଥିଲେ, ସେ ପୁଅମାନଙ୍କୁ ଘୃଣା କରନ୍ତି। ତେଣୁ ନିଜ ବନ୍ଧୁ ରତିଙ୍କୁ ବିବାହ କରିଛି। ଏ ନେଇ ରତି କହିଛନ୍ତି, ତାଙ୍କ ସ୍ବାମୀ ତାଙ୍କୁ ସବୁବେଳେ ମାଡ଼ ମାରୁଥିଲେ। ତେଣୁ ସେ ସ୍ବାମୀଙ୍କୁ ଛାଡି ବାପ ଘରକୁ ଚାଲି ଆସିଥିଲେ । ସେଠାରେ ତାଙ୍କର ସାକ୍ଷାତ ପଡୋଶୀ ନନ୍ଦିନୀଙ୍କ ସହ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତେଣୁ ସେମାନେ ଘରଛାଡି ପଳାଇ ବିବାହ କରିଥିଲେ। ଏଥିରେ ରାଗିଯାଇ ନନ୍ଦିନୀଙ୍କ ମା’ ମୋ ଉପରେ ମିଥ୍ୟା ଅଭିଯୋଗ କରିଛନ୍ତି ବୋଲି ରତି କହିଛନ୍ତି। The post ସ୍...

ଅନ୍ୟକୁ ସାହାଯ୍ୟ ପାଇଁ କେବେ ଆଗକୁ ଆସି ନାହାନ୍ତି କଙ୍ଗନା: ଏପରି କହିଲେ ବଲିଉଡ୍‌ର ଏହି ଗାୟିକା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ନଣାଓ୍ବତ୍‌ ଗତ କିିଛି ଦିନ ହେବ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଲୋକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କୁ ସମର୍ଥନ ନ କରିବାରୁ କଙ୍ଗନା ବାରମ୍ବାର ବଲିଉଡ୍‌ କଳାକାରଙ୍କୁ ନିନ୍ଦା କରିଛନ୍ତି। ନିକଟରେ କଙ୍ଗନା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଟାର୍ଗେଟ କରିଥିଲେ। କଙ୍ଗନାଙ୍କ ଉପରେ ହୋଇଥିବା ଆକ୍ରମଣ କିମ୍ବା ତାଙ୍କ କାର୍ଯ୍ୟାଳୟ ଭଙ୍ଗାଯିବାକୁ ନେଇ ଅନୁଷ୍କା କେବେ ସ୍ବର ଉତ୍ତୋଳନ କରି ନାହାନ୍ତି ବୋଲି ଗଙ୍ଗନା କହିଥିଲେ। କିନ୍ତୁ ଏବେ କଙ୍ଗନାଙ୍କ ଶୈଳୀରେ ବଲିଉଡ୍‌ର ଜଣେ ଗାୟିକା ଉତ୍ତର ଦେଇଛନ୍ତି। ଗାୟିକା ସୋନା ମହାପାତ୍ର ଟୁଇଟରରେ ଲେଖିଛନ୍ତି, କଙ୍ଗନା ରଣାଓ୍ବତ ନିଜ ବ୍ୟତିତ ଅନ୍ୟ କାହାକୁ ସାହାଯ୍ୟ କରିବାକୁ କେବେ ଛିଡ଼ା ହୋଇ ନାହାନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ସମସ୍ତଙ୍କୁ ସମାଲୋଚନା କରିବାକୁ ଚାହାନ୍ତି, କିନ୍ତୁ ଏହା ଶିଖିବା ଉଚିତ୍‌ ଯେ, ନିଜର ସମାଲୋଚନା ହେଲେ ତାହାକୁ କିପରି ଗ୍ରହଣ କରାଯିବ ବୋଲି ସୋନା ଟୁଇଟ କରି ଗଙ୍ଗନାଙ୍କୁ ଜବାବ ଦେଇଛନ୍ତି। The post ଅନ୍ୟକୁ ସାହାଯ୍ୟ ପାଇଁ କେବେ ଆଗକୁ ଆସି ନାହାନ୍ତି କଙ୍ଗନା: ଏପରି କହିଲେ ବଲିଉଡ୍‌ର ଏହି ଗାୟିକା appeared first on Dharitri Odia News .

ରାଜନୀତିକୁ ଆସିବାକୁ ନେଇ ଏପରି କହିଲେ ସୋନୁ ସୁଦ

ମହାମାରୀ କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ପରୋପକାର କରି ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ଲକ୍‌ଡାଉନ୍‌ ଆରମ୍ଭରେ ସେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବା ସହ ଅନ୍ୟ ଅସହାୟଙ୍କ ପାଇଁ ଅନେକ ପ୍ରକାରର ସାହାଯ୍ୟ କରିଛନ୍ତି। ସେହି ଦିନଠାରୁ ତାଙ୍କର ପରୋପକାର କାମ ଜାରି ରହିଛି। ତେବେ ରାଜନୀତିରେ ପ୍ରବେଶ କରିବାର ତାଙ୍କର କୌଣସି ଯୋଜନା ନ ଥିବା ସେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଜଣେ ଅଭିନେତା ଭାବେ ମୋର ହାତ ପୂର୍ଣ୍ଣ ରହିଛି। ଏଥିସହ ମୁଁ ଅନେକ ଚାରିଟିରେ କାମ କରୁଛି। ଏଥିପାଇଁ ବହୁତ ସମୟ ଲାଗିଥାଏ ଏବଂ ଧ୍ୟାନ ଦେବାକୁ ମଧ୍ୟ ପଡ଼ିଥାଏ। ତେଣୁ ଏବେ ରାଜନୀତିରେ ମୋର ସ୍ଥାନ ନାହିଁ। କିନ୍ତୁ ୧୦ ବର୍ଷ ପରେ ଭାଗ୍ୟ ମୋ ପାଇଁ କ’ଣ ଲେଖିଛି ତାହା ମୁଁ ଜାଣି ନାହିଁ ବୋଲି ସୋନୁ କହିଛନ୍ତି। The post ରାଜନୀତିକୁ ଆସିବାକୁ ନେଇ ଏପରି କହିଲେ ସୋନୁ ସୁଦ appeared first on Dharitri Odia News .

ଆତ୍ମବିଶ୍ୱାସ ବୃଦ୍ଧି, ସଫଳତା ପାଇଁ କରନ୍ତୁ ଏପରି

ଜୀବନରେ ଆଗକୁ ବଢ଼ିବାକୁ ହେଲେ ଆତ୍ମବିଶ୍ୱାସ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ବ୍ୟକ୍ତି ପାଖରେ ଆତ୍ମବିଶ୍ୱାସର ଅଭାବ ଥାଏ ତେବେ ସେ କୌଣସି ଲକ୍ଷ ସ୍ଥଳରେ ପହଞ୍ଚିପାରି ନ ଥାଏ। ଆତ୍ମବିଶ୍ୱାସ ଅଭାବ ଯୋଗୁ ଜଣେ ବ୍ୟକ୍ତିକୁ ନିଜ କଥାକୁ ଅନ୍ୟ ସମ୍ମୁଖରେ ଉପସ୍ଥାପନା କରିବାରେ ଅସୁବିଧା ହୋଇଥାଏ। ତେବେ ବାସ୍ତୁ ଅନୁସାରେ କ’ଣ କଲେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଜାଣିବା। – ଏକ ପିତ୍ତଳ ଧାତୁ ତିଆରି ବାଘକୁ ଘରର ପୂର୍ବ ଦିଗରେ ରଖିଲେ ଆତ୍ମବିଶ୍ୱାର ବୃଦ୍ଧି ପାଇଥାଏ – ପାଠ ପଢ଼ିବା ସମୟରେ ପୂର୍ବ ଦିଗକୁ ମୁହଁକରି ପଢ଼ିଲେ ଆତ୍ମବିଶ୍ୱାସ ବୃଦ୍ଧି ହୁଏ। -ସର୍ବପ୍ରଥମେ ଘରର ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗର ଝରକା, କବାଟ ଖୋଲା ରଖନ୍ତୁ। କାରଣ ଏହି ଦିଗରୁ ସକାରାତ୍ମକ ଶକ୍ତି ଆସିଥାଏ। -ଟେବୁଲ ଉପରେ ଡାହାଣ ପାଶ୍ୱକୁ କ୍ରିଷ୍ଟର ଗଛ ରଖନ୍ତୁ। -ଅଫିସରେ କାମ କରୁଥିଲେ ନିଜ ଟେବୁଲ ବା ଚେୟାର ପାଖରେ ଏକ କ୍ରିଷ୍ଟଲ ଗଛ ବା ଶୋ’ପିସ୍‌ ରଖନ୍ତୁ। ଫଳରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। The post ଆତ୍ମବିଶ୍ୱାସ ବୃଦ୍ଧି, ସଫଳତା ପାଇଁ କରନ୍ତୁ ଏପରି appeared first on Dharitri Odia News .

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...

ବଲିଉଡ୍‌ର ଏହି କଳାକାରମାନେ କୌଣସି ଫିଲ୍ମ ପାର୍ଟିକୁ ଯାଆନ୍ତି ନାହିଁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଯୋଡି ହୋଇଥିବା ଡ୍ରଗ୍ସ ମାମଲାର ତଦନ୍ତ ଏବେ ଜୋର୍‌ ଧରିଛି। ଏନ୍‌ସିବି ଜାଲରେ ଛନ୍ଦି ହୋଇଥିବା ଅନେକ ବଲିଉଡ୍‌ କଳାକାରଙ୍କ ମଧ୍ୟରେ ସାରା ଅଲ୍ଲୀ ଖାନ୍‌, ଦୀପିକା ପାଦୁକୋନ, ରକୁଲ ପ୍ରୀତି ସିଂ ଏବଂ ଫ୍ୟାଶନ ଡିଜାଇନର ସିମୋନ ଖମ୍ବଟାଙ୍କ ନାମ ରହିଛି। ଏନ୍‌ସିବି ଏବେ ସେମାନଙ୍କୁ ପଚରାଉଚରା କରୁଛି। ପୂର୍ବରୁ ମଧ୍ୟ ଅନେକ ବଲିଉଡ୍‌ କଳାକାର ଡ୍ରଗ୍ସ ମାମଲାରେ ଜେଲ ଯାଇ ସାରିଛନ୍ତି। ହେଲେ ଏମିତି କେତେକ କଳାକାର ରହିଛନ୍ତି ଯେଉଁମାନେ ବଲିଉଡ୍‌ର କୌଣସି ପାର୍ଟି ବା ସମାରୋହକୁ ଯିବାକୁ ପସନ୍ଦ କରନ୍ତି ନାହିଁ। ଯଦିବି ଯାଇଥାନ୍ତି ତେବେ କେକ୍‌ କଟାଯିବା ପରେ ସେମାନେ ସେଠାରୁ ଚାଲି ଆସିଥାନ୍ତି। ଜାଣିବା ସେମିତି କେତେଜଣ କଳାକାରଙ୍କ ବିଷୟରେ। ସନ୍ନି ଦେଓଲ: ସନ୍ନି ଦେଓଲଙ୍କ ବାପା ଧର୍ମେନ୍ଦ୍ର ମଦ ପିଇବାକୁ ଭଲ ପାଆନ୍ତି। ହେଲେ ସନ୍ନି ଏହାଠାରୁ ବହୁତ ଦୂରରେ। ପ୍ରଥମେ ପ୍ରଥମେ ସେ ବଲିଉଡ୍‌ ସମାରୋହରେ ଉପସ୍ଥିତ ହେଉଥିଲେ। ମାତ୍ର ମଦ ନ ପିଇବା କାରଣରୁ ଅନ୍ୟମାନଙ୍କ ସହ ତାଙ୍କର ଭଲ ପଡ଼ିଲା ନାହିଁ। ତେଣୁ ସେ ବଲିଉଡ୍‌ର କୌଣସି ସମାରୋହକୁ ଯିବା ବନ୍ଦ କରିଦେଲେ। ଅକ୍ଷୟ କୁମାର: ଖିଲାଡି ହିରୋ ଅକ୍ଷୟଙ୍କୁ ବଲିଉଡ୍‌ ପାର୍ଟିରେ ଖୁବ୍‌ କମ୍‌ ଦେଖିବାକୁ ମିଳେ। ମାତ୍ର ସେ ଏହି ପାର୍ଟିକୁ ଯେତେ ଶୀଘ୍ର ଆସିଥାନ୍ତି ସେତେକି ଶୀଘ୍ର ଚାଲି ମଧ୍ୟ ଯାଇଥାନ୍ତି। ଯେମି...

ଆର୍‌ବିଆଇ ଏମ୍‌ପିସି ବୈଠକ ସ୍ଥଗିତ

ନୂଆଦିଲ୍ଲୀ :ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡଆ (ଆର୍‌ବିଆଇ) ପକ୍ଷରୁ ଏହାର ଦ୍ୱିମାସିକ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଚଳିତ ମାସ ୨୯ ତାରିଖଠାରୁ ଅନୁଷ୍ଠିତ ହେବ ନେଇ ସମୟ ଧାର୍ଯ୍ୟ ହୋଇଥିଲା। ଏହାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଅକ୍ଟୋବର ପହିଲାରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ସମ୍ପର୍କରେ ଘୋଷଣା କରିବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। କେଉଁ କାରଣ ଯୋଗୁ ବୈଠକ ସ୍ଥଗିତ ରଖାଗଲା ସେ ନେଇ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କିଛି କୁହାଯାଇନାହିଁ। ଆଗାମୀ ବୈଠକର ନୂଆ ତାରିଖ ଶୀଘ୍ର ଘୋଷଣା ହେବ ବୋଲି ଜଣାପଡିଛି। ସୂଚନା ମୁତାବକ ଚଳିତ ଥର ରିଜର୍ଭ ବ୍ୟାଙ୍କ ଏହାର ରେପୋ ହାରରେ କୌଣସି ପରିବର୍ତ୍ତନ କରିବ ନାହିଁ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହା ପୂର୍ବର ଏମ୍‌ପିସି ବୈଠକରେ ରିଜର୍ଭ ବ୍ୟାଙ୍କ ସୁଧହାରରେ କୌଣସି ପରିବର୍ତ୍ତନ କରି ନ ଥିଲା। ମୁଦ୍ରାସ୍ଫୀତି ଉଚ୍ଚରେ ରହିବା ଯୋଗୁ ଏହାକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରରେ କୌଣସି ପରିବର୍ତ୍ତନ କରି ନ ଥିଲେ। ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୬.୬୯% ରହିଥିଲା। ଜୁଲାଇ ମାସରେ ଏହା ୬.୭୩% ସ୍ତରରେ ରହିଥିଲା। ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ଫେବୃୟାରୀଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରେପୋରେ ୧.୧୫% ହ୍ରାସ କରି ସାରିଛି। The post ଆର୍‌ବିଆଇ ଏମ୍‌ପିସି ବୈଠକ ସ୍ଥଗିତ appeared first on Dharitr...

ଏସ୍‌ବିଆଇ ରିଟେଲ ଋଣରେ ପ୍ରୋସେସିଂ ଫି ଛାଡ଼

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ପାର୍ବଣ ଅଫର ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ୭.୫% ହାରରେ ଯାନ ଋଣ ପ୍ରଦାନ କରାଯାଉଥିବା ବେଳେ ରିଟେଲ ଋଣ ଉପରେ ପ୍ରୋସେସିଂ ଫି ଛାଡ଼ କରାଯାଇଛି। ବ୍ୟାଙ୍କର ବ୍ୟକ୍ତିଗତ ଋଣ ୬% ହାରରେ ଉପଲବ୍ଧ ହେଉଛି। ୟୁନୋ ଆପ୍‌ ବ୍ୟବହାରକୁ ବ୍ୟାଙ୍କ ବର୍ତ୍ତମାନ ଉତ୍ସାହିତ କରୁଛି। ଏହାଦ୍ୱାରା ସ୍ବତନ୍ତ୍ର ହାରରେ ବ୍ୟାଙ୍କ ରିହାତି ପ୍ରଦାନ କରୁଛି। ଏହି ଆପ୍‌କୁ ବର୍ତ୍ତମାନ ସୁଦ୍ଧା ୫.୮ କୋଟି ଲୋକ ଡାଉନଲୋଡ କରିଛନ୍ତି। ଯାନ, ସୁନା, ବ୍ୟକ୍ତଗତ ଋଣ ଏବଂ ବାସଗୃହର ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପ ଉପରେ ପ୍ରୋସେସିଂ ଫି ଛାଡ ସୁବିଧା ଉପଲବ୍ଧ ହେବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି। ପାର୍ବଣ ଋତୁରେ ଲୋକଙ୍କ ଆର୍ଥତ୍କ ଆବଶ୍ୟକତା ପୂରଣ କରିବା ଲାଗି ଏଭଳି ସ୍ବତନ୍ତ୍ର ପଦକ୍ଷେପ ହାତକୁ ନିଆଯାଇଥିବା ବ୍ୟାଙ୍କର ରିଟେଲ ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗ ଏମ୍‌ଡି ସି.ଏସ୍‌.ସେଟ୍ଟୀ ସୂଚନା ଦେଇଛନ୍ତି। The post ଏସ୍‌ବିଆଇ ରିଟେଲ ଋଣରେ ପ୍ରୋସେସିଂ ଫି ଛାଡ଼ appeared first on Dharitri Odia News .

ରେଲ୍‌ଓ୍ବେର ପ୍ରକୃତ ଅପରେଟିଂ କଷ୍ଟ୍‌ ଦେଖାଯାଇନି:ସିଏଜି

  ନୂଆଦିଲ୍ଲୀ: କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଭାରତୀୟ ରେଲ୍‌ଓ୍ବେର ଆର୍ଥତ୍କ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ନିକଟରେ ପାର୍ଲାମେଣ୍ଟରେ ଉପସ୍ଥାପନ ହୋଇଥିବା ରିପୋର୍ଟରେ ସିଏଜି କହିଛନ୍ତି ଯେ, ରେଲଓ୍ବେର ଅପରେଟିଂ କଷ୍ଟ ପରିଚାଳନା ମୂଲ୍ୟରେ ହେରଫେର ହୋଇଛି। ରେଲଓ୍ବେ ଲାଭରେ ଚାଲୁଥିବା ସରକାର ଦେଖାଇଛନ୍ତି। ଏହା ହୋଇ ନ ଥିବା ବେଳେ ସରକାର ପ୍ରକୃତ ସ୍ଥିତିକୁ ଦେଖାଇ ନ ଥିବା ରିପୋର୍ଟରେ କୁହାଯାଇଛି। ଆର୍ଥତ୍କ ସ୍ଥିତିକୁ ଉନ୍ନତ ଦେଖାଇବା ଲାଗି ଭବିଷ୍ୟତର ଆୟକୁ ନିଜ ଆକାଉଣ୍ଟରେ ରେଲଓ୍ବେ ଯୋଡିଥିବା କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୨୮-୧୯ରେ ରେଲଓ୍ବେର ଏହାର ଅପରେଟିଂ ରେସିଓ ବା ପରିଚାଳନା ଅନୁପାତ ୯୭.୨୭% ଦେଖାଯାଇଛି। ମାତ୍ର ବଜେଟ ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ଏହାକୁ ୯୨.୮%ରେ ସୀମିତ ରଖିବାର ଥିଲା। ରେଲଓ୍ବେ ଯେଉଁ ତଥ୍ୟ ପ୍ରଦାନ କରିଛି ସେଥିଲାଗି ଠିକ୍‌ ତରିକା ଗ୍ରହଣ କରାଯାଇନାହିଁ। ଭବିଷ୍ୟତର ଆୟକୁ ଡାଟାରେ ସାମିଲ କରାଯାଇଛି। ଏନ୍‌ଟିପିସି ଏବଂ କନକରଠାରୁ ଭବିଷ୍ୟତରେ ମିଳିବାକୁ ଥିବା ୮୩୫୧ କୋଟି ଟଙ୍କାକୁ ରେଲଓ୍ବେ ନିଜର ମାଲ୍‌ ଭଡ଼ା ଖାତାରେ ଯୋଡିଛି। ଫଳରେ ରେଲଓ୍ବେକୁ ଅଧିକ ଆୟ ହୋଇଥିବା କୁହାଯାଏ। ଯଦି ଏଭଳି ହୋଇ ନ ଥାନ୍ତା ତେବେ ରେଲଓ୍ବେର ଅପରେଟିଂ ରେସିଓ ୨୦୧୮ରେ ୧୦୧.୭୭ ରହିଥାନ୍ତା। ସରଳ ଭାବେ କହିବାକୁ ଗଲେ ଏହି ସମୟରେ ରେଲଓ୍ବେ ପ୍ରତି ୧୦୦ ଟଙ୍କା ଆୟ କ...

ଖିମ୍‌ଜୀରେ ଅନ୍‌ଲକ୍‌ ସେଲ୍‌

ଭୁବନେଶ୍ୱର: ପ୍ରମୁଖ ଜୁଏଲେରି ବ୍ରାଣ୍ଡ ଖିମ୍‌ଜୀ ପକ୍ଷରୁ ‘ଅନ୍‌ଲକ୍‌ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକଙ୍କ ଲାଗି ଶୋ’ରୁମ୍‌ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ସେଲ୍‌ରେ ସୁନାରେ ନିବେଶ ନେଇ ନୂଆ ସୁଯୋଗ ପ୍ରଦାନ କରାଯାଇଛି। ଏହି ସେଲ୍‌ ଖିମ୍‌ଜୀର ଭୁବନେଶ୍ୱର, କଟକ, ବ୍ରହ୍ମପୁର ଏବଂ ରାଉରକେଲା ଶୋ’ରୁମରେ ଉପଲବ୍ଧ ହେଉଛି। ୨୫ ସେପ୍ଟେମ୍ବରଠାରୁ ଆରମ୍ଭ ହୋଇ ଏହା ଚଳିତ ବର୍ଷ ଅକ୍ଟୋବର ମଧ୍ୟଭାଗ ଯାଏ ଚାଲିବ। ଏହି ଅଫର ସବୁ ବୟସ ବର୍ଗଙ୍କ ଲାଗି ଲାଗୁ ହେବ। ଏହି ସମୟରେ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ୭୦% ପର୍ଯ୍ୟନ୍ତ ରିହାତି ମିଳିବ। ସେହିଭଳି ଲକ୍‌ଜ୍ୟୁରି ଘଣ୍ଟା ଉପରେ ୫୦% ପର୍ଯ୍ୟନ୍ତ ରିହାତି, ରୁପା ଗହଣା ଗଢା ମୂଲ୍ୟ ଉପରେ ଫ୍ଲାଟ୍‌ ୨୦% ରିହାତି ମିଳିବ ବୋଲି ଶୋ’ରୁମ୍‌ ପକ୍ଷରୁ ସୂଚନା ରହିଛି। ଏହି ଅଫରକୁ ଶୁଭାରମ୍ଭ କରି ଖିମ୍‌ଜୀର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଶୋ’ରୁମ୍‌ରେ ସମସ୍ତ ନିୟମ ପାଳନ କରାଯାଉଛି। ସକାଳ ୧୧ରୁ ରାତି ୮ଟା ଯାଏ ଗ୍ରାହକ କ୍ରୟ କରିବାକୁ ସୁବିଧା ପାଇପାରିବେ। The post ଖିମ୍‌ଜୀରେ ଅନ୍‌ଲକ୍‌ ସେଲ୍‌ appeared first on Dharitri Odia News .

ଅନିଲଙ୍କ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ନେବ ଚାଇନା ବ୍ୟାଙ୍କ

ଲଣ୍ଡନ: ପ୍ରାୟ ୩ ଚାଇନା ବ୍ୟାଙ୍କରୁ ଋଣ ଆଣି ଏହାକୁ ପଇଠ କରିବା ଲାଗି ଦେବାଳିଆ ହୋଇ ଯାଇଥିବା ରିଲାଏନ୍ସ କମ୍ୟୁନିକେଶନ ମାଲିକ ଅନିଲ ଅମ୍ବାନୀ ସକ୍ଷମ ହୋଇନାହାନ୍ତି। ଏହି ବ୍ୟାଙ୍କଗୁଡିକ ଅନିଲଙ୍କୁ ପ୍ରାୟ ୫,୨୭୬ କୋଟି ଟଙ୍କାର ଋଣ ଦେଇଛନ୍ତି। ସେ ଏହାକୁ ପଇଠ କରିବାକୁ ସକ୍ଷମ ହୋଇ ନ ଥିବାରୁ ତାଙ୍କ ବିରୋଧରେ ବର୍ତ୍ତମାନ ଲଣ୍ଡନ କୋର୍ଟରେ ମାମଲାର ଶୁଣାଣି ହେଉଛି। ତାଙ୍କ ବିରୋଧରେ ୩ ଚାଇନା ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ ବୋଲି ଜଣାପଡିଛି। ସାରା ବିଶ୍ୱରେ ରହିଥିବା ତାଙ୍କର ସମ୍ପତ୍ତି ଉପରେ ବ୍ୟାଙ୍କ ଏବେ ନଜର ରଖିଛନ୍ତି। ତାଙ୍କୁ ୫,୨୭୬ କୋଟି ଟଙ୍କା ସମେତ ସୁଧ ପ୍ରଦାନ କରିବାକୁ ହେବ। ହେଲେ ଅର୍ଥ ପଇଠ କରିବାକୁ ସକ୍ଷମ ନ ଥିବା ଅନିଲ କହୁଛନ୍ତି। ବକେୟା ଅର୍ଥ ଆଦାୟ କରିବା ଲାଗି ବ୍ୟାଙ୍କ ବିଭିନ୍ନ ବିକଳ୍ପକୁ ବିଚାର କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ନିକଟରେ ହୋଇଥିବା ଶୁଣାଣିରେ ଅନିଲ କୋର୍ଟଙ୍କୁ କହିଥିଲେ ଯେ, ତାଙ୍କ ନିକଟରେ ଗୋଟିଏ କାର ରହିଛି। ସୁନା ଗହଣା ବିକି ସେ ଓକିଲଙ୍କୁ ଫି’ ଦେଇଛନ୍ତି। ମା’ ଏବଂ ପୁଅର ଋଣ ତାଙ୍କ ଉପରେ ରହିଛି। ସେ ସରଳ ଜୀବନ ବଞ୍ଚୁଥିବା କହିଛନ୍ତି। The post ଅନିଲଙ୍କ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ନେବ ଚାଇନା ବ୍ୟାଙ୍କ appeared first on Dharitri Odia News .

ଦାୟିତ୍ୱ ଭୁଲିଛନ୍ତି ଅନୁଗୋଳ ଓ୍ବାର୍ଡ ଅଫିସର

ଅନୁଗୋଳ ଅଫିସ, ୨୯ା୯ ଓ୍ବାର୍ଡବାସିନ୍ଦାଙ୍କ ଅଭିଯୋଗ ଶୁଣିବା ସହ ତାହାର ସମାଧାନ ପାଇଁ ଅନୁଗୋଳ ପୌରପାଳିକାର ୨୩ଟି ଓ୍ବାର୍ଡରେ ଜଣେ ଲେଖାଏ ଅଫିସର ରହିଛନ୍ତି। ଦୈନିକ ଅଭିଯୋଗର ଶୁଣାଣି କରିବାକୁ ପ୍ରତି ଓ୍ବାର୍ଡରେ ଗୋଟିଏ ଲେଖାଏ ଅଫିସ ମଧ୍ୟ ରହିଛି। ବର୍ତ୍ତମାନର କୋଭିଡ୍‌ ସମୟରେ ପୌରପାଳିକା ପକ୍ଷରୁ ଏହି ଅଫିସରମାନଙ୍କୁ ଅଧିକ ଦାୟିତ୍ୱ ପ୍ରଦାନ କରାଯାଇଛି। କିନ୍ତୁ କେତେଜଣ ଓ୍ବାର୍ଡ ଅଫିସର ଉକ୍ତ ଦାୟିତ୍ୱ ତୁଲାଇବା ତ ଦୂରର କଥା ଓ୍ବାର୍ଡ ଅଫିସକୁ ଯାଉ ନ ଥିବା ଅଭିଯୋଗ ହେଉଛି। ନିଜ କାର୍ଯ୍ୟରେ ଅଫିସରମାନଙ୍କ ଏପରି ଅବହେଳା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ। ତେବେ ବିଳମ୍ବରେ ହେଲେ ବି ଏ ନେଇ ପୌର କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଠିକ୍‌ ଭାବେ କର୍ତ୍ତବ୍ୟ ସମ୍ପାଦନ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ (ଇ.ଓ.)ବିନୋଦ ଚନ୍ଦ୍ର ପଣ୍ଡା ଚେତାଇ ଦେଇଛନ୍ତି। ୨୦୧୯ ସେପ୍ଟେମ୍ବରଠାରୁ ଅନୁଗୋଳ ପୌରପାଳିକାରେ ଏହି ୱାର୍ଡ ଅଫିସର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ପ୍ରତି ଓ୍ବାର୍ଡର ପରିମଳ କାର୍ଯ୍ୟ ତଦାରଖ ସହ ବାସିନ୍ଦାଙ୍କ ସମସ୍ୟା ଦୈନିକ ବୁଝି ତତ୍କାଳ ତାହାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଛୋଟମୋଟ ଅଭିଯୋଗ ନେଇ କୌଣସି ଓ୍ବାର୍ଡରୁ ଜନସାଧାରଣ ଯେପରି ମୁଖ୍ୟ କାର୍ଯ୍ୟାଳୟ ଯାଏ ନ ଆସିବେ ସେଥିପାଇଁ ଏହି ଯୋଜନା କରାଯାଇଥିଲା। ତେବେ ସହରରେ କରୋନା ସଂକ୍ର...

କାର୍ଯ୍ୟାଳୟ ନିର୍ମାଣରେ ବାଧା ଜବରଦଖଲ

ବଇଣ୍ଡା, ୨୯ା୯(ଡି.ଏନ.ଏ.) କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାଠାରେ ଅନେକ ସରକାରୀ କାର୍ଯ୍ୟାଳୟ କୋଠା ଭଙ୍ଗାଯାଇଛି। ଏସବୁ ଅନ୍ୟତ୍ର ନିର୍ମାଣ ହେବାର ଯୋଜନା ହୋଇଥିଲେ ବି ଏଥିରେ ଅହେତୁକ ବିଳମ୍ବ ହେଉଛି। ବଇଣ୍ଡା ଛକ ଅଞ୍ଚଳରେ ଥିବା ବହୁ ସରକାରୀ ଜମି ଜବରଦଖଲରେ ଥିବାରୁ ସରକାରୀ ଅଫିସ ପାଇଁ ଆବଶ୍ୟକ ଜାଗା ମିଳୁ ନ ଥିବା ଅଭିଯୋଗ ହେଉଛି। ବଇଣ୍ଡା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କରାଯାଉ ଥିବାରୁ ରାସ୍ତା କଡରେ ଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ବିଶେଷକରି କିଶୋରଗଞ୍ଜ ପ୍ରାଣୀ ଚିକିତ୍ସାକେନ୍ଦ୍ର, ବଇଣ୍ଡା ରାଜସ୍ବ କାର୍ଯ୍ୟାଳୟ, ବଇଣ୍ଡା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ, ଲୁହାମୁଣ୍ଡା ସେବା ସମବାୟ ସମିତି, ପୂର୍ତ୍ତ ବିଭାଗ ଡାକ ବଙ୍ଗଳା, ବଇଣ୍ଡା ଯାତ୍ରୀ ବିଶ୍ରାମାଗାର, ନୁନୁକାପଶି ରାଜୀବ ସେବା କେନ୍ଦ୍ରଗୁଡିକ ଭଙ୍ଗାଯାଇଛି। ୨୦୧୮ ମେ ୧୭ରେ ଉକ୍ତ ସରକାରୀ କାର୍ଯ୍ୟାଳୟଗୁଡିକୁ ଉଚ୍ଛେଦ କରାଯାଇଥିଲା। ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଏସବୁ ସରକାରୀ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇପାରୁନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହିପରି ବଇଣ୍ଡା ଫାଣ୍ଡି, ଶରଧାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ, କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟ, ବଇଣ୍ଡା ଜନତା ମହାବିଦ୍ୟା...

ନୂଆ ରୂପ ନେବ କଣ୍ଡାର ବିଟ୍‌ ହାଉସ୍‌

ଢେଙ୍କାନାଳ ଅଫିସ, ୨୯।୯ ୨୦୦୭ ଜାନୁୟାରୀ ୩୧। ଏହିଦିନ ଲାଲ୍‌ବାହିନୀ ନରସଂହାରରେ ରକ୍ତରଞ୍ଜିତ ହୋଇଥିଲା ଢେଙ୍କାନାଳ ଜିଲା ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକର କଣ୍ଡାର ବିଟ୍‌ ହାଉସ୍‌। ମାଓବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ କାର୍ଯ୍ୟାଳୟର ୩ କର୍ମଚାରୀ। ଏହି ଲୋମଟାଙ୍କୁରା ଘଟଣାକୁ ବିତିଗଲାଣି ଦୀର୍ଘ ୧୩ ବର୍ଷ। ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ଆଉ ମାଓବାଦୀ ଗତିବିଧି ବି ନାହିଁ। ହେଲେ ମାଓବାଦୀ ହିଂସାର ମୂକସାକ୍ଷୀ ପାଲଟିଥିବା ବିଟ୍‌ ହାଉସ୍‌ର କର୍ମଚାରୀଙ୍କ ମନରୁ ଏଯାଏ ଛାଡ଼ିନି ଭୟ। ରାତିରେ କାର୍ଯ୍ୟାଳୟରେ କେହି ରହୁନାହାନ୍ତି, ଯାହା ଚୋରା କାଠ ବ୍ୟବସାୟୀଙ୍କୁ ସୁଯୋଗ ଦେଉଛି। ଅଞ୍ଚଳର ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷା ଦେବା ଏବଂ ମୂଲ୍ୟବାନ କାଠ ଚାଲାଣକୁ ରୋକିବା ଲାଗି ଏହାର ନବକଳେବର କରିବାକୁ ଯୋଜନା କରୁଛି ବନ ବିଭାଗ। ମାଓବାଦୀ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ବିଟ୍‌ ହାଉସ୍‌ ଏକପ୍ରକାର ମୁକୁଳା ପଡ଼ିଛି। ଡ୍ୟୁଟିକୁ ଆସୁଥିବା କର୍ମଚାରୀ ରହୁନାହାନ୍ତି। କାର୍ଯ୍ୟାଳୟ ପରିବର୍ତ୍ତେ ସେମାନେ କଣ୍ଡାର ନିକଟବର୍ତ୍ତୀ ଗ୍ରାମରେ ରହୁଛନ୍ତି। ଏହି ବିଟ୍‌ ହାଉସ୍‌ ଅଧୀନରେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ର ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ରହିଛି। ହେଲେ ରାତ୍ରିକାଳୀନ ପାଟ୍ରୋଲିଂ ହୋଇପାରୁ ନ ଥିବାରୁ ଘନ ଜଙ୍ଗଲର ଦୁର୍ଗମ ଇଲାକାରୁ ମାଫିଆମାନେ ମୂଲ୍ୟବାନ କାଠ କାଟି ଖିଡ଼କି ଦ୍ୱାର ଏବଂ କଣ୍ଡାର ଦେ...

ସୁପର ଓଭରରେ ଜିତିଲା ଆରସିବି

ଦୁବାଇ, ୨୯।୯- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଆରସିବିର ନବଦୀପ ସଇନୀଙ୍କ ଓଭରରୁ ମୁମ୍ବାଇ ଇଣ୍ଡିଆନ୍ସ ୭ ରନ ସଂଗ୍ରହ କରିଥିଲା। ୮ ରନ ବିଜୟ ଲକ୍ଷ୍ୟ ନେଇ ଆରସିବି ମୁମ୍ବାଇର ଯଶପ୍ରୀତ ବୁମ୍‌ରାଙ୍କ ଓଭରରୁ ୧୧ ରନ ସଂଗ୍ରହ କରି ନେଇଥିଲା। ବୁମ୍‌ରା ୫ ଥର ସୁପର ଓଭର ବୋଲିଂ କରିଥିବାବେଳେ ପ୍ରଥମ ଥର ପରାଜୟର ସ୍ବାଦ ଚାଖିଛନ୍ତି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୨୦ ଓଭରରେ ୩ ଉଇକେଟ ହରାଇ ୨୦୧ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୫ ଉଇକେଟ ହରାଇ ଠିକ୍‌ ୨୦୧ ରନ କରିଥିଲା। ଫଳରେ ମ୍ୟାଚ ଟାଇ ହୋଇଥିଲା। ବଡ଼ ସ୍କୋରର ପିଛା କରିଥିବା ମୁମ୍ବାଇ ୩୯ ରନ ମଧ୍ୟରେ ଟପ୍‌ ଅର୍ଡରର ୩ଟି ଉଇକେଟ ହରାଇ ବିପଦରେ ପଡ଼ିଥିଲା। ଦ୍ୱିତୀୟ ଓଭରରେ ସ୍ପିନର ଓ୍ବାଶିଂଟନ ସୁନ୍ଦରଙ୍କୁ ବୋଲିଂ ଦେଇ ଆରସିବି ଅଧିନାୟକ ବିରାଟ କୋହଲି ରିସ୍କ ନେଇଥିଲେ ହେଁ ତାହା କାମ ଦେଇଥିଲା। ସୁନ୍ଦର ନିଜ ପ୍ରଥମ ଓଭରର ୪ର୍ଥ ବଲ୍‌ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କୁ ଆଉଟ କରି ଦଳକୁ ବଡ଼ ସଫଳତା ଦେଇଥିଲେ। ରୋହିତ ୮ ବଲ୍‌ରୁ ମାତ୍ର ୮ ରନ କରିଥିଲେ। ସୂର୍ଯ୍ୟ କୁମାର ଯାଦବ ଖାତା ଖୋଲିପାରି ନ ଥିବାବେଳେ କ୍ୱିଣ୍ଟନ ଡିକକ୍‌(୧୫ ବଲ, ୧୪ ରନ, ୧ ଚୌକା)ଙ୍କୁ ଆଉଟ କରିଥିଲେ...

ଆସନ୍ତା ସିଜନରେ ଗୋଆରୁ ଖେଳିବେ ଦିଣ୍ଡା

ମୁମ୍ବାଇ, ୨୯ା୯ (ପି.ଟି.)-ଗତ ସିଜନରେ ବେଙ୍ଗଲ ଦ୍ୱାରା ଉପେକ୍ଷିତ ହୋଇଥିବା ସିମ୍‌ ବୋଲର ଅଶୋକ ଦିଣ୍ଡା ଆସନ୍ତା ଘରୋଇ ସିଜନରେ ଗୋଆ ରଣଜୀ ଦଳ ତରଫରୁ ଖେଳିବେ। ଦିଣ୍ଡା ଗତବର୍ଷ କହିଥିଲେ ସେ ରାଜନୀତିର ଶିକାର ହୋଇଛନ୍ତି। ସେ ଆଉ ବେଙ୍ଗଲ ତରଫରୁ ଖେଳିବେ ନାହିଁ। ବେଙ୍ଗଲ କିନ୍ତୁ ୨୦୧୯-୨୦୨୦ ସିଜନରେ ରନର୍ସ ଅପ୍‌ ହୋଇଥିଲା। ୩୬ ବର୍ଷୀୟ ଦିଣ୍ଡା ବୋଲିଂ କୋଚ୍‌ ରଣଦେବ ବୋଷଙ୍କୁ ସର୍ବ ସାଧାରଣରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଯାହା ଫଳରେ ସେ ବେଙ୍ଗଲ ଦଳରୁ ବାଦ୍‌ ପଡ଼ିଥିବା କୁହାଯାଉଛି। ଦିଣ୍ଡା ଗୋଆ ଦଳରେ ଯୋଗ ଦେଉଥିବା ରାଜ୍ୟ କ୍ରିକେଟ ଆସୋସିଏଶନ (ଜିସିଏ) ସମ୍ପାଦକ ବିପୁଳ ଫାଡ୍‌କେ ସ୍ପଷ୍ଟ କରିଛନ୍ତି। ଖବର ଅନୁସାରେ କୋଭିଡ୍‌-୧୯ ମହାମାରୀ ଯୋଗୁ ଯଦିଓ ଏଥର ଲୋକପ୍ରିୟ ବ୍ୟୟବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବିଦେଶରେ ଖେଳାଯାଉଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କିନ୍ତୁ ଏଥର ଘରୋଇ କ୍ରିକେଟ ଆୟୋଜନ ନ କରିପାରେ। ଦିଣ୍ଡା ଇତିମଧ୍ୟରେ ୪୨୦ ପ୍ରଥମ ଶ୍ରେଣୀ ଉଇକେଟ ଅକ୍ତିଆର କରି ସାରିଛନ୍ତି। ଭାରତ ତରଫରୁ ସେ ଖେଳିଥିବା ୧୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ୯ ଅନ୍ତର୍ଜାତୀୟ ଟି୨୦ରେ ଯଥାକ୍ରମେ ୧୨ ଓ ୧୭ ଉଇକେଟ ନେଇଛନ୍ତି। ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ମଧ୍ୟ ଖେଳିଛନ୍ତି। The post ଆସନ୍ତା ସିଜନରେ ଗୋଆରୁ ଖେଳିବେ ଦିଣ୍ଡା appeared first on Dharitri Odia News ....

ହ୍ୟାଟ୍ରିକ ବିଜୟ ଦିଲ୍ଲୀର ଲକ୍ଷ୍ୟ

ଆବୁଧାବି, ୨୯।୯(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଦିଲ୍ଲୀ ଏପର୍ଯ୍ୟନ୍ତ ଖେଳିଥିବା ୨ଟି ଯାକ ମ୍ୟାଚରେ ବିଜୟୀ ହୋଇ ୪ ପଏଣ୍ଟ ପାଇଛି। ତେଣୁ ହାଇଦ୍ରାବାଦକୁ ହରାଇ ହ୍ୟାଟ୍ରକ ବିଜୟ ଲକ୍ଷ୍ୟରେ ରହିଛି ଶ୍ରେୟାୟ ଆୟାରଙ୍କ ଯୁବଦଳ। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ଖେଳିଥିବା ୨ଟି ଯାକ ମ୍ୟାଚରେ ପରାଜିତ ହୋଇଛି। ତେଣୁ ଆଗାମୀ ମ୍ୟାଚ ପାଇଁ ଡେଭିଡ ଓ୍ବାର୍ନରଙ୍କ ଦଳ ସ୍ବାଭାବିକଭାବେ ଚାପରେ ରହିବ । ଦିଲ୍ଲୀ ଦଳ ଏହାର ପ୍ରଥମ ମ୍ୟାଚରେ ଏକଦା ପରାଜୟ ସ୍ଥିତିରେ ଥିଲେ ହେଁ ଭାଗ୍ୟ ସାଥ୍‌ ଦେବାରୁ କିଙ୍ଗ୍ସ ଇଲେଭେନକୁ ସୁପର ଓଭରରେ ପରାସ୍ତ କରିଥିଲା। ଏହାପରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ୪୪ ରନରେ ହରାଇବାପରେ ଏହି ଦଳର ମନୋବଳ ବହୁ ଉପରେ ରହିଛି। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ଏକମାତ୍ର ଦଳଭାବେ ଏପର୍ଯ୍ୟନ୍ତ ବିଜୟ ଅପେକ୍ଷାରେ ରହିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ପ୍ରଥମ ମ୍ୟାଚରେ ଜନି ବେୟାରଷ୍ଟୋଙ୍କ ୬୧ ଓ ମନୀଷ ପାଣ୍ଡେଙ୍କ ୩୪ ରନ ସତ୍ତ୍ୱେ ଦଳ ୧୬୪ ରନର ହର୍ଡଲ୍ସ ଅତିକ୍ରମ କରିପାରି ନ ଥିଲା। ସେହିପରି କୋଲକାତା ନାଇଟ ରାଇଡର୍ସ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ମିଡଲ ଅର୍ଡର ଦ୍ରୁତ ହାରରେ ରନ ସଂଗ୍ରହରେ ଫେଲ୍‌ ମାରିବାରୁ ମାତ୍ର ୧୪୨/୪ ରନ କରିପାରିଥିଲା। ଫଳରେ ଦଳକୁ ୭ ଉଇକେଟରେ ପରାଜୟ ମ...

ମୀରାବାଈ ଚାନୁଙ୍କୁ ୪୦ଲକ୍ଷ ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ, ୨୯ା୯ (ପି.ଟି.)-ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ର କାନ୍‌ସାସ୍‌ଠାରେ ୨ ମାସ ଟ୍ରେନିଂ ପାଇଁ ସ୍ପୋଟର୍‌ସ ଅଥରିଟି ଅପ୍‌ ଇଣ୍ଡିଆ(ସାଇ)ର ମିଶନ ଅଲିମ୍ପିକ ସେଲ୍‌(ଏମ୍‌ଓସି) ଷ୍ଟାର ଭାରୋତ୍ତୋଳିକା ମୀରାବାଈ ଚାନୁଙ୍କୁ ୪୦ ଲକ୍ଷ ଟଙ୍କା ମଞ୍ଜୁର କରିଛି।ଏମ୍‌ଓସିର ଭର୍ଚୁଆଲ ବୈଠକ ବେଳେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର ୬ଟି ଖେଳ ବିଭାଗ ଯଥା ଶୁଟିଂ, ବ୍ୟାଡ୍‌ମିଣ୍ଟନ, ବକ୍ସିଂ, ପାରା ସ୍ପୋଟର୍‌ସ, ଭାରୋତ୍ତୋଳନ ଓ ହକିକୁ ୧.୫କୋଟି ଟଙ୍କା ପ୍ରଦାନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଚାନୁଙ୍କ ସହିତ ତାଙ୍କ କୋଚ୍‌ ଓ ଫିଜିଓଥେରାପିଷ୍ଟ ମଧ୍ୟ ୟୁଏସ୍‌ଏ ଯିବେ। ଦୀର୍ଘଦିନ ଧରି ଇଞ୍ଜୁରି ସମସ୍ୟାରେ ଥିବାରୁ ଏହି ଭାରୋତ୍ତୋଳିକାଙ୍କର ରିହାବିଲିଟେଶନ କାର୍ଯ୍ୟ ମଧ୍ୟ ହେବ ବୋଲି ସାଇ ପକ୍ଷରୁ ଏକ ବିବୃତିିରେ କୁହାଯାଇଛି। ଶୁଟିଂ ପାଇଁ ଗୁଳି କ୍ରୟ ଲାଗି ଶୁଟରମାନେ ଦେଇଥିବା ପ୍ରସ୍ତାବ ଅନୁମୋଦ ଲାଭ କରିଛି। ଏହାଦ୍ୱାରା କରୋନା ଭାଇରସ ସମୟରେ ସେମାନେ ସେମାନଙ୍କ ହୋମ୍‌ ରେଞ୍ଜ୍‌ରେ ଟ୍ରେନିଂ ନେଇପାରିବେ। କମିଟି ଆହୁରି ମଧ୍ୟ ଅଞ୍ଜୁମ ମୋଦ୍‌ଗିଲ୍‌ ଏବଂ ମେରାଜ୍‌ ଅହମ୍ମଦ ଖାଁଙ୍କୁ ସେମାନଙ୍କ ସରଞ୍ଜାମ ଓ ଟ୍ରେନିଂ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ୩ମାସ ଧରି ଟ୍ରେନିଂ ପ୍ରୋଗ୍ରାମ୍‌ ପାଇଁ ବକ୍ସର ବିକାଶ କ୍ରିଷନ ଲାଗି ଅର୍ଥ ମଞ...

ଟଓ୍ବୋଟିଆ ପ୍ରସିଦ୍ଧି ଲାଭ କରିବେ ବୋଲି ଜାଣିଥିଲି: ବ୍ୟାଟିଂ କୋଚ ସଚିନ, ଓ୍ବର୍ନଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୯।୯(ପି.ଟି.): ରବିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ଜିତାଇଥିବା ହରିୟାଣା ରାହୁଲ ଟଓ୍ବୋଟିଆ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଧିମା ଆରମ୍ଭ କରିଥିବା ଟଓ୍ବୋଟିଆ ପରେ ୭ଟି ଛକା ମାରି ୩୧ ବଲରୁ ୫୩ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୮ତମ ଓଭରରେ ସେଲଡନ କଟ୍ରେଲଙ୍କ ଓଭରରେ ୫ଟି ଛକା ମାରିଥିଲେ। ଦଳର ବ୍ୟାଟିଂ କୋଚ୍‌ ବିଜୟ ଯାଦବ ଟଓ୍ବୋଟିଆଙ୍କର ଏହି ଇନିଂସକୁ ପ୍ରଶଂସା କରିଛନ୍ତି। ଆଇପିଏଲ୍‌ରେ ସେ ପ୍ରସିଦ୍ଧି ହାସଲ କରି ଜଣେ ବଡ଼ା ତାରକାରେ ପରିଣତ ହେବେ ବୋଲି ପୂର୍ବରୁ ଜାଣିଥିଲି ବୋଲି ସେ କହିଛନ୍ତି। ହରିୟାଣାର ଫରିଦାବାଦ ଜିଲାର ସିହି ଗ୍ରାମରୁ ଆସିଥିବା ଟଓ୍ବୋଟିଆ ଦମ୍‌ଦାର ପ୍ରଦର୍ଶନ କରି ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ଧୂଆଁଧାର ବ୍ୟାଟିଂକୁ ଫିକା କରିଦେଇଥିଲେ। ମୟଙ୍କ ଆଇପିଏଲ୍‌ରେ କ୍ୟାରିୟରର ପ୍ରଥମ ଶତକ ଅର୍ଜନ କରିଥିଲେ ମଧ୍ୟ ଶେଷରେ ଏହା ନିଷ୍ଫଳ ହୋଇଥିଲା। ରାଜସ୍ଥାନ ବ୍ରାଣ୍ଡ ଆମ୍ବାସାଡର ଶେନ୍‌ ଓ୍ବର୍ନ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି। ବ୍ୟାଟିଂ କରିବାକୁ ଆସି ଖରାପ ଆରମ୍ଭ କରିଥିଲେ ମଧ୍ୟ ସେ ସାହସିକତାର ପରିଚୟ ଦେଇଥିଲେ। ସେ ସୁନ୍ଦର ପ୍ରଦର୍ଶନ କରିଛନ୍ତି ବୋଲି ଓ୍ବର୍ନ କହିଛନ୍ତି। ହରିୟାଣାରୁ ଲେଗ୍‌ ସ୍ପି...

କ୍ୱିଟୋଭା, ପିରୋଙ୍କୋଭା, ସେରେନାଙ୍କ ବିଜୟ ଅଭିଯାନ

ପ୍ୟାରିସ୍‌,୨୯।୯(ଏପି): ଫ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସରେ ଚେକ୍‌ ଗଣରାଜ୍ୟର ପେଟ୍ରା କ୍ୱିଟୋଭା, ବୁଲଗେରିଆର ଶ୍ୱେତାନା ପିରଙ୍କୋଭା, ଆମେରିକାର କୋକୋ ଗୌଫ୍‌ ଅନ୍ୟ ଖେଳାଳିମାନେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସପ୍ତମ ସିଡ୍‌ ମାନ୍ୟତା ପାଇଥିବା କ୍ୱିଟୋଭା ୬-୩, ୭-୫ ସେଟ୍‌ରେ ଓସିଏନ ଡୋଡିନଙ୍କୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି। କ୍ୱିଟୋଭା ଦ୍ୱିତୀୟ ରାଉଣ୍ଡରେ ଇଟାଲୀର ଜାସମିନ ପାଓଲିନିଙ୍କୁ ଭେଟିବେ। ପାଓଲିନି ପ୍ରଥମ ରାଉଣ୍ଡରେ ସ୍ପେନ୍‌ର ଆଲିଓନା ବୋଲସୋଭାଙ୍କୁ ୬-୪, ୬-୩ ସେଟ୍‌ରେ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ଗୌଫ୍‌୬-୩, ୬-୩ ସେଟ୍‌ରେ ନବମ ସିଡ୍‌ ବ୍ରିଟେନର ଜୋହାନା କୋଣ୍ଟାଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ଫ୍ରେଞ୍ଚ୍‌ ଓପନ୍‌ରେ ଗୌଫ୍‌ ପଦାର୍ପଣରେ ବିପର୍ଯ୍ୟୟ ଘଟାଇଛନ୍ତି। ଗୌଫ୍‌ ଦ୍ୱିତୀୟ ରାଉଣ୍ଡରେ ଇଟାଲୀର ମାର୍ଟିନା ଟ୍ରେଭିସେନଙ୍କୁ ଭେଟିବେ। ଟ୍ରେଭିସେନ ଇଟାଲୀର କାମିଲା ଜିଓର୍ଜିଙ୍କ ବିପକ୍ଷରେ ଓ୍ବାକ ଓଭର ପାଇଁ ଅଗ୍ରଗତି କରିଛନ୍ତି। ସେହିପରି ପିରୋଙ୍କୋଭା ୬-୩, ୬-୩ ସେଟ୍‌ରେ ଜର୍ମାନୀର ଆଣ୍ଡ୍ରିଆ ପେଟ୍‌କୋଭିକଙ୍କୁ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ସେ ଷଷ୍ଠ ସିଡ୍‌ ଆମେରିକୀୟ ଅଭିଜ୍ଞ ଖେଳାଳି ସେରେନା ଓ୍ବିଲିୟମ୍ସଙ୍କୁ ଭେଟିବେ। ସେରେନା ଅନ୍ୟଏକ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ନିଜ ଦେଶର କ୍ରିଷ୍ଟି ଆନଙ୍କୁ ୭-୬, ୬-୦ ସେଟ୍‌ରେ ...

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ : ଦ୍ୱିତୀୟ ରାଉଣ୍ଡରେ ଥିମ୍‌, ଓ୍ବାରିଙ୍କା, ଜେଭେରେଭ

ପ୍ୟାରିସ୍‌,୨୯।୯(ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ପୁରୁଷ ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ବିଜୟ ଅଭିଯାନ କରିଛନ୍ତି। ୟୁଏସ୍‌ ଓପନ୍‌ ଚାମ୍ପିୟନ ଡୋମିନିକ ଥିମ୍‌, ରନର୍ସଅପ୍‌ ଆଲେକଜାଣ୍ଡର ଜେଭେରେଭଙ୍କ ସମେତ ଷ୍ଟାନିସଲାସ ଓ୍ବାରିଙ୍କା, ଡିଏଗୋ ସ୍ବାର୍ଜମ୍ୟାନ ଓ ଅନ୍ୟମାନେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତୃତୀୟ ସିଡ୍‌ ମାନ୍ୟତା ପାଇଥିବା ଅଷ୍ଟ୍ରିଆର ଥିମ୍‌ ପୂର୍ବତନ ୟୁଏସ୍‌ ଓପନ୍‌ ଚାମ୍ପିୟନ କ୍ରୋଏସିଆର ମାରିନ ସିଲିକଙ୍କୁ ୬-୪, ୬-୩, ୬-୩ ସେଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଥିମ୍‌ ଏବେ ଆମେରିକୀୟ କ୍ୱାଲିଫାୟର ଜ୍ୟାକ୍‌ ସକଙ୍କୁ ଭେଟିବେ। ଜ୍ୟାକ ପ୍ରଥମ ରାଉଣ୍ଡରେ ରିଲି ଓପେଲକାଙ୍କୁ ୬-୪, ୬-୪, ୬-୩ ସେଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଷଷ୍ଠ ସିଡ୍‌ ଖେଳାଳି ଜର୍ମାନୀର ଆଲେକଜାଣ୍ଡର ଜେଭେରେଭ ୭-୫, ୬-୨, ୬-୪ ସେଟ୍‌ରେ ଅଷ୍ଟ୍ରିଆର ଡେନିସ ନୋଭାକଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ସେ ଏବେ ଫ୍ରାନ୍ସର ପିଏର ହ୍ୟୁଗ୍ସ ହେର୍ବାର୍ଟଙ୍କୁ ଭେଟିବେ। ହେର୍ବାର୍ଟ ୬-୩, ୬-୨, ୬-୩ ସେଟ୍‌ରେ ଆମେରିକାର ମାଇକେଟ ମୋଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ଅନ୍ୟପଟେ ୧୬ତମ ସିଡ୍‌ ସୁଇଜରଲାଣ୍ଡର ଷ୍ଟାନିସ୍‌ଲାସ ଓ୍ବାରିଙ୍କା ପ୍ରଥମ ରାଉଣ୍ଡରେ ବ୍ରିଟେନର ଆଣ୍ଡି ମୁରେଙ୍କୁ ୬-୧, ୬-୩, ୬-୨ ସ...

ଭୟର ପାଣ୍ଠି

ଭାରତରେ କୋଭିଡ୍‌-୧୯ ବ୍ୟାପିବା ପରେ ୨୮ ମାର୍ଚ୍ଚ ୨୦୨୦ରେ ପ୍ରାଇମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ୍‌ ରିଲିଫ୍‌ ଇନ୍‌ ଏମର୍ଜେନ୍ସି ସିଚ୍ୟୁଏସନ୍ସ ବା ପିଏମ୍‌ କେୟାର୍ସ ଫଣ୍ଡ୍‌ ଗଠନ କରାଯାଇଥିଲା। କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଓ ଆକ୍ରାନ୍ତଙ୍କୁ ସହାୟତା ଯୋଗାଇ ଦେବା ଏବଂ ଭବିଷ୍ୟତରେ ସମାନ ଧରଣର ମହାମାରୀ ସ୍ଥିତି ଦେଖାଦେଲେ ତାହାର ମୁକାବିଲା ଦିଗରେ ଏହି ପାଣ୍ଠି ବିନିଯୋଗ କରାଯିବ ବୋଲି ଏହାର ଗଠନ ଦିନରେ ଘୋଷଣା କରାଯାଇଥିଲା। କିନ୍ତୁ ପରେ ପ୍ରଶ୍ନ ଉଠାଯାଇଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ଫଣ୍ଡ୍‌ (ପିଏମ୍‌ଏନ୍‌ଆର୍‌ଏଫ୍‌) ଥିବା ସତ୍ତ୍ୱେ ପିଏମ୍‌ କେୟାର୍ସର ଆବଶ୍ୟକତା କାହିଁକି ପଡ଼ିଲା। କେନ୍ଦ୍ର ସରକାର ଏ ବିଷୟକୁ କର୍ଣ୍ଣପାତ କଲେ ନାହିଁ। ତେଣୁ କେତେକେ ସୁପ୍ରିମକୋର୍ଟରେ ଆବେଦନ କଲେ ଯେ, ପିଏମ୍‌ କେୟାର୍ସ ଫଣ୍ଡ ଦ୍ୱାରା ସଂଗୃହୀତ ଅର୍ଥ ପିଏମ୍‌ଏନ୍‌ଆର୍‌ଏଫ୍‌କୁ ହସ୍ତାନ୍ତର କରାଯାଉ। ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ଆବେଦନକୁ ଖାରଜ କରିଦେଇ ପିଏମ୍‌ କେୟାର୍ସ ଫଣ୍ଡ୍‌ରୁ ଅର୍ଥ ପିଏମ୍‌ଏନ୍‌ଆର୍‌ଏଫ୍‌କୁ ସ୍ଥାନାନ୍ତର ବା ଉଭୟ ପାଣ୍ଠି ମଧ୍ୟରେ ମିଶ୍ରଣ ହୋଇପାରିବ ନାହିଁ ବୋଲି ରାୟ ଦେବା ପରେ ପିଏମ୍‌ କେୟାର୍ସ ଫଣ୍ଡ୍‌ ବିଧିବଦ୍ଧ ପରିଚୟ ପାଇଗଲା। ଅର୍ଥାତ୍‌ ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ପ୍ରଶ୍ନ କରିହେଉ ନାହିଁ। ଏଥିସହିତ ଏହା ମଧ୍ୟ ଉଲ୍ଲେଖ କରିବାକୁ ହେବ ଯେ, ପିଏମ୍‌ଏନ୍‌ଆର୍‌ଏଫ୍‌ ବିଧ...

ରାସ୍ତାରୁ ପାଇଥିବା ଟଙ୍କା ଫେରାଇଦେଲେ ଯୁବକ

ଜହ୍ନାପଙ୍କ, ୨୯।୯(ଡି.ଏନ.ଏ.) ଦିନକୁ ଦିନ ମଣିଷ ଅର୍ଥ ସର୍ବସ୍ବ ହୋଇଯାଉଛି। ଟଙ୍କା ପାଇଁ ଭୁଲ୍‌ ରାସ୍ତା ଆପଣାଉଛି। ହେଲେ ଏସବୁ ଭିତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପାଇଥିବା ଟଙ୍କାକୁ ଫେରାଇ ଦେଇ ମଣିଷ ପଣିଆକୁ ଉଜାଗର କରିଛନ୍ତି। ସେହିପରି ଜଣେ ନିଆରା ବ୍ୟକ୍ତି ହେଉଛନ୍ତି ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ପ୍ରକାଶ ବାରିକ। ଗତ ୨୫ତାରିଖରେ ପ୍ରକାଶ ତାଙ୍କ ସାଙ୍ଗ ବିଭୀଷଣ ପ୍ରଧାନ ଜହ୍ନାପଙ୍କ-ଖମାରୀପଡା ରାସ୍ତାରେ ଯାଉଥିବା ବେଳେ କେନାଲ ପୋଲ ନିକଟରୁ ୩ହଜାର ଟଙ୍କା(୬ଟି ୫୦୦ ଟଙ୍କିଆ ନୋଟ) ପାଇଥିଲେ। ଟଙ୍କା ପ୍ରକୃତରେ କାହାର ଓ କିପରି ଫେରାଇବେ ସେ ନେଇ ଉଭୟେ ଚିନ୍ତିତ ହୋଇ ପଡିଲେ। ଉପଯୁକ୍ତ ପ୍ରମାଣ ଦେଇ ତାଙ୍କ ନିକଟରୁ ଟଙ୍କା ନେଇଯିବାକୁ ଅନୁରୋଧ କରି ପ୍ରକାଶ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ସାମାଜିକ ଗଣମାଧ୍ୟମରୁ ସୂଚନା ପାଇ ସୋମବାର ସକାଳେ ବୌଦ୍ଧ ବ୍ଲକ ପଦ୍ମନପୁର ଗ୍ରାମର ବାଦଲ ମହାନନ୍ଦିଆ ପ୍ରକାଶଙ୍କ ନିକଟରେ ପହଞ୍ଚତ୍ଥିଲେ। ବାଦଲ ଏ ନେଇ ଆବଶ୍ୟକ ପ୍ରମାଣ ଦେବା ପରେ ପ୍ରକାଶ ଉକ୍ତ ଟଙ୍କା ତାଙ୍କୁ ଫେରାଇ ଦେଇଥିଲେ। ତିନି ଦିନ ତଳେ ହଜାଇ ଦେଇଥିବା ଟଙ୍କାକୁ ଆଉ ଫେରି ପାଇବାର ଆଶା ହରାଇଥିବା ବାଦଲ ଟଙ୍କା ଫେରିପାଇ ପ୍ରକାଶଙ୍କୁ କୃତଜ୍ଞତା ଜଣାଇଥିଲେ। ପ୍ରକାଶଙ୍କ ଏଭଳି ସଚ୍ଚୋଟ ପଣିଆକୁ ସାଧାରଣରେ ପ୍ରଶଂସା କରାଯାଇଛି । The post ରାସ୍ତାରୁ ପାଇଥିବା...

୫ରେ ଜେଇଇ ଆଡ଼ଭାନ୍ସଡ୍‌ ରେଜଲ୍ଟ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଜେଇଇ ଆଡ଼ଭାନ୍ସଡ୍‌ ପରୀକ୍ଷା ରବିବାର ଅନୁଷ୍ଠିତ ହୋଇଯାଇଛି। ଦେଶର ୨୨୨ଟି ସହରର ୧୧୫୦ କେନ୍ଦ୍ରରେ ପରୀକ୍ଷା ହୋଇଥିବାବେଳେ ମୋଟ ୧,୬୦,୮୬୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଆଦି ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଛନ୍ତି। ପ୍ରଥମଥର ପାଇଁ ଆଇଆଇଟି ଭୁବନେଶ୍ୱରରେ ଛାତ୍ରୀଛାତ୍ରମାନେ ଜେଇଇ ଆଡ଼ଭାନ୍ସଡ ପରୀକ୍ଷା ଦେଇଛନ୍ତି। ଦୁଇଟି ସିଫ୍ଟରେ ପରୀକ୍ଷା ହୋଇଥିଲା। ପ୍ରଥମଟି ପୂର୍ବାହ୍ନ ୯ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଥିଲା। ପରୀକ୍ଷା କେନ୍ଦ୍ରରେ କୋଭିଡ୍‌ର ସବୁ ପ୍ରକାର ନିର୍ଦ୍ଦେଶାବଳୀ ପାଳନ କରାଯାଇଥିଲା। ଅକ୍ଟୋବର ୫ରେ ରେଜଲ୍ଟ ପ୍ରକାଶ ପାଇବ। The post ୫ରେ ଜେଇଇ ଆଡ଼ଭାନ୍ସଡ୍‌ ରେଜଲ୍ଟ appeared first on Dharitri Odia News .

ଡିସେମ୍ବର ସୁଦ୍ଧା ଲାଗୁ ହେବ ୪ ଶ୍ରମ କୋଡ୍‌: ଗଙ୍ଗଓ୍ବାର

ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ବର ସୁଦ୍ଧା ସରକାର ୪ ଶ୍ରମ କୋଡ୍‌କୁ ଏକା ଥରକେ ଲାଗୁ କରିବାକୁ ଲକ୍ଷ୍ୟ ରଖିଥିବା ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ରବିବାର ସୂଚନା ଦେଇଛନ୍ତି। ଇଣ୍ଡଷ୍ଟ୍ର୍ରିଆଲ ରିଲେଶନ କୋଡ୍‌, ସୋସିଆଲ ସିକ୍ୟୁରିଟି କୋଡ୍‌, ଅକ୍ୟୁପେଶନାଲ ସେଫଟି ଏବଂ ହେଲ୍‌ଥ ଆଣ୍ଡ ଓ୍ବାର୍କିଂ କଣ୍ଡିଶନ କୋଡ୍‌କୁ ନିକଟରେ ପାର୍ଲାମେଣ୍ଟର ମଞ୍ଜୁରି ମିଳିଛି। ଗତ ବର୍ଷ ବେତନ କୋଡ୍‌ ବିଲ୍‌କୁ ପାର୍ଲାମେଣ୍ଟର ଅନୁମୋଦନ ମିଳିଥିଲା। ଶ୍ରମ ମନ୍ତ୍ରଣାଳୟ ଗତବର୍ଷ ଏହାର ଡ୍ରାଫ୍ଟ ନିୟମକୁ ଜାରି କରିଥିବା ବେଳେ ଚୂଡାନ୍ତ ଭାବେ ଏହାକୁ କାର୍ଯ୍ୟକାରୀ କରାଇ ନ ଥିଲା। ସମସ୍ତ ଲେବର କୋଡ୍‌କୁ ଏକାଥରକେ ଲାଗୁ କରିବା ଲାଗି ସରକାର ପ୍ରସ୍ତୁତିରେ ରହିଥିବା ଜଣାପଡିଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ସବୁ କାର୍ଯ୍ୟକୁ ଚୂଡାନ୍ତ ରୂପ ପ୍ରଦାନ କରି ଶ୍ରମ ସଂସ୍କାରକୁ ସମ୍ପୂର୍ଣ୍ଣ କରିବାକୁ ସରକାର ଆଶାବାଦୀ ରହିଥିବା ଗଙ୍ଗଓ୍ବାର ସୂଚନା ଦେଇଛନ୍ତି। ନିକଟରେ ଅନୁମୋଦନ ଲାଭ କରିଥିବା ୩ ବିଲ୍‌ର ଡ୍ରାଫ୍ଟ ନିୟମକୁ ନଭେମ୍ବର ପ୍ରଥମ ସପ୍ତାହରେ ଜାରି କରାଯିବ। ମୋଟ ୪ ଶ୍ରମ କୋଡ୍‌ ଲାଗୁ ହେଲେ ଏହା ଗେମ୍‌ଚେଞ୍ଜର ସାବ୍ୟସ୍ତ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି। ଶ୍ରମ ସଂସ୍କାର କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଦ୍ୱାରା ଭାରତକୁ ଇଜ ଅଫ୍‌ ଡୁଇଁ ବିଜନେସରେ ବିଶ୍ୱର ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ସାମିଲ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖ...

ଇଣ୍ଡିଆନ ସୁପର ଲିଗ୍‌ ଖେଳିବ ଇଷ୍ଟବେଙ୍ଗଲ

ମୁମ୍ବାଇ, ୨୮ା୯ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ପ୍ରବେଶ କରିଛି ଦେଶର ଅନ୍ୟତମ ପୁରାତନ ଫୁଟ୍‌ବଲ କ୍ଲବ ଇଷ୍ଟବେଙ୍ଗଲ। ୨୦୨୦ ସିଜନରୁ ଦଳ ଏହି ବ୍ୟୟବହୁଳ ଟୁର୍ନାମେଣ୍ଟରେ ଭାଗ ନେବ। ଫୁଟ୍‌ବଲ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡ୍‌ (ଏଫ୍‌ଏସ୍‌ଡିଏଲ୍‌) ଅଧ୍ୟକ୍ଷା ନୀତା ଅମ୍ବାନୀ ଏହା ଘୋଷଣା କରିଛନ୍ତି। ସେ ଆଇଏସ୍‌ଏଲ୍‌ରେ ଇଷ୍ଟବେଙ୍ଗଲ ଏଫ୍‌ସିର ପ୍ରବେଶକୁ ସ୍ବାଗତ କରିଥିବାବେଳେ ଦେଶରେ ଏହି କ୍ଲବର ରହିଥିବା ଲକ୍ଷ ଲକ୍ଷ ସମର୍ଥକଙ୍କ ପାଇଁ ଏହା ଏକ ଖୁସିର ଖବର ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଇଷ୍ଟବେଙ୍ଗଲର ଇଣ୍ଡିଆନ ସୁପର ଲିଗ୍‌ର ୧୧ତମ ଦଳ ଭାବେ ତାଲିକାଭୁକ୍ତ ହୋଇଛି। ପୂର୍ବରୁ ମୋହନ ବାଗାନ ଆଇଏସ୍‌ଏଲ୍‌ରେ ଯୋଗ ଦେଇ ସାରିଥିଲା। ଅବଶ୍ୟ ଟୁର୍ନାମେଣ୍ଟର ୩ ଥର ଚାମ୍ପିୟନ ଏଟିକେ ସହ ଏହାର ମିଶ୍ରଣ ଘଟିବା ପରେ ଯାଇ ସମ୍ଭବ ହୋଇଥିଲା। ଚଳିତ ବର୍ଷ ଆଇଏସ୍‌ଏଲ୍‌ ନଭେମ୍ବରରୁ ଆରମ୍ଭ ହେବ। ଏଫ୍‌ଏସ୍‌ଡିଏଲ୍‌ ଖୁବ୍‌ଶୀଘ୍ର ଏହାର କାର୍ଯ୍ୟସୂଚୀ ଘୋଷଣା କରିବ। କୋଭିଡ୍‌-୧୯ ମହାମାରୀ ଯୋଗୁ ଦୀର୍ଘ ୩ ମାସ ଧରି ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଗୋଆର ୩ଟି ଭେନ୍ୟୁରେ ନଭେମ୍ବର ମଧ୍ୟଭାଗରୁ ଖେଳାଯିବ। ଦେଶର ଦୁଇ ପୁରାତନ କ୍ଲବକୁ ସାମିଲ କରାଯିବା ଦ୍ୱାରା କେବଳ ଭାରତୀୟ ଫୁଟ୍‌ବଲ ନୁହେଁ ବିଶେଷ କରି ରାଜ୍ୟର ପ୍ରତିଭା ସମ୍ପନ୍ନ ...

ରେଲଓ୍ବେ ପକ୍ଷରୁ ୧୦ନିୟୁତ କାର୍ଯ୍ୟଦିବସ ସୃଷ୍ଟି

ନୂଆଦିଲ୍ଲୀ,୨୭।୯: କରୋନା ମହାମାରୀ ଯୋଗୁ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ ବନ୍ଦ କାରଣରୁ ଶ୍ରମିକମାନେ ଘରେ ହାତ ବାନ୍ଧିି ବସିଛନ୍ତି। ଏହି ମହାମାରୀ ସମୟରେ ଭାରତୀୟ ରେଳ ପକ୍ଷରୁ ଦେଶର ପ୍ରମୁଖ ୬ଟି ରାଜ୍ୟରେ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି। ବିହାର ଓ ରାଜସ୍ଥାନ ସମେତ ଅନ୍ୟ ୪ଟି ରାଜ୍ୟରେ ରେଲଓ୍ବେର ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଶ୍ରମିକମାନଙ୍କୁ ଏହି କାର୍ଯ୍ୟ ଯୋଗାଇ ଦିଆଯାଇଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନା ଜରିଆରେ ଭାରତୀୟ ରେଲଓ୍ବେ ତାର ବିଭିନ୍ନ ରେଳଷ୍ଟେଶନ ଠାରୁ ଆରମ୍ଭ କରି ଲେଭଲ୍‌ କ୍ରସିଂ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ପ୍ରବାସୀ ଶ୍ରମିକଙ୍କୁ ନିୟୋଜିତ କରିଛି। ଫଳରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ସହ ରେଲଓ୍ବେର ବିଭିନ୍ନ କାର୍ଯ୍ୟ ମଧ୍ୟ ଯଥା ସମ୍ଭବ ସମ୍ପୂର୍ଣ୍ଣ ହୋଇପାରିଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଯୋଜନାରେ ବିଶେଷ କରି ବିହାର,ଝାଡଖଣ୍ଡ,ମଧ୍ୟପ୍ରଦେଶ,ଓଡିଶା,ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଏହି ସବୁ କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଥିବା ବିଷୟରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି। ଏହି ସମୟ ମଧ୍ୟରେ ରେଲଓ୍ବେର ପ୍ରାୟ ୧୬୪ଟି ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟ ଏହି ୬ଟି ରାଜ୍ୟରେ ଜାରି ରହିଛି। The post ରେଲଓ୍ବେ ପକ୍ଷରୁ ୧୦...

ବଦଳୁନି ଶହୀଦ ପୀଠ ଭାଗ୍ୟ

ବାସୁଦେବପୁର,୨୮ା୯(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁରର ଇରମ ସ୍ଥିତ ଐତିହାସିକ ମେଳଣ ପଡ଼ିଆରେ ୧୯୪୨ ସେପ୍ଟେମ୍ବର ୨୮ରେ ଲୋମହର୍ଷଣକାରୀ ଗୁଳିକାଣ୍ଡ ଘଟିଥିଲା। ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିବା ସଂଗ୍ରାମୀମାନେ ଏଠାରେ ନିଜ ବୀରତ୍ୱର ପରିଚୟ ଦେଇ ଇଂରେଜମାନଙ୍କ ଗୁଳିକୁ ଖାତିର କରି ନ ଥିଲେ। ଫଳରେ ୨୯ ଜଣ ସଂଗ୍ରାମୀ ଆତ୍ମ ବଳିଦାନ ଦେବା ଭାରତ ଇତିହାସରେ ଏକ ଗୌରବମୟ ଅଧ୍ୟାୟ। ଇରମର ଏହି ଘଟଣାକୁ ଠିକ୍‌ ଭାବରେ ଓ ଉଚିତ ସମୟରେ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରାଯାଇ ନ ଥିବାରୁ ଏହା ଛାତ୍ରୀଛାତ୍ର ଓ ଗବେଷଣାରେ ନିମଗ୍ନ ବ୍ୟକ୍ତି ବିଶେଷଙ୍କ ଉପରେ ଏଯାବତ ଅଧିକ ପ୍ରଭାବ ପକାଇ ପାରିନାହିଁ। ବିଳମ୍ବରେ ହେଲେ ମଧ୍ୟ ଇତିହାସକାରଙ୍କ କେତେକ ତଥ୍ୟ ସମ୍ବଳିତ ପୁସ୍ତକ ଓ ଗଣମାଧ୍ୟମରେ ବାରମ୍ବାର ଇରମ ଗୁଳିକାଣ୍ଡର କଥା ପ୍ରକାଶିତ ହେବା ପରେ ଏହି ଘଟଣା ଜାତୀୟସ୍ତରରେ ପହଞ୍ଚତ୍ ପାରିଛି। ଇରମ ଗୁଳିକାଣ୍ଡର ଗୌରବମୟ ଇତିହାସକୁ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଚଳିତ ମାସ ସଂସଦରେ ଉପସ୍ଥାପନ କରି ଇରମକୁ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି କରିଛନ୍ତି। ଇରମ ଗୁଳିକାଣ୍ଡକୁ ୭୮ବର୍ଷ ଛୁଇଁଥିବା ବେଳେ ଶହୀଦ ପୀଠର ଭାଗ୍ୟ ଆଜି ବି ଅନ୍ଧାରରେ ଥିଲା ପରି ଲାଗୁଛି। ରାଜ୍ୟ ସରକାର ୨୦୧୫ରେ ଇରମକୁ ରାଜ୍ୟ ପର୍ଯ୍ୟଟନସ୍ଥଳୀ ଭାବରେ ଘୋଷଣା କରିଥିଲେ ମଧ୍ୟ ଏଯାବତ୍‌ ଭିତ୍ତିଭୂମିର ବିକାଶ ହୋଇପାରିନି। ଏହି ଐତିହାସିକ ପୀଠର ବିକାଶ ପା...