Skip to main content

ଭୟର ପାଣ୍ଠି

ଭାରତରେ କୋଭିଡ୍‌-୧୯ ବ୍ୟାପିବା ପରେ ୨୮ ମାର୍ଚ୍ଚ ୨୦୨୦ରେ ପ୍ରାଇମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ୍‌ ରିଲିଫ୍‌ ଇନ୍‌ ଏମର୍ଜେନ୍ସି ସିଚ୍ୟୁଏସନ୍ସ ବା ପିଏମ୍‌ କେୟାର୍ସ ଫଣ୍ଡ୍‌ ଗଠନ କରାଯାଇଥିଲା। କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଓ ଆକ୍ରାନ୍ତଙ୍କୁ ସହାୟତା ଯୋଗାଇ ଦେବା ଏବଂ ଭବିଷ୍ୟତରେ ସମାନ ଧରଣର ମହାମାରୀ ସ୍ଥିତି ଦେଖାଦେଲେ ତାହାର ମୁକାବିଲା ଦିଗରେ ଏହି ପାଣ୍ଠି ବିନିଯୋଗ କରାଯିବ ବୋଲି ଏହାର ଗଠନ ଦିନରେ ଘୋଷଣା କରାଯାଇଥିଲା। କିନ୍ତୁ ପରେ ପ୍ରଶ୍ନ ଉଠାଯାଇଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ଫଣ୍ଡ୍‌ (ପିଏମ୍‌ଏନ୍‌ଆର୍‌ଏଫ୍‌) ଥିବା ସତ୍ତ୍ୱେ ପିଏମ୍‌ କେୟାର୍ସର ଆବଶ୍ୟକତା କାହିଁକି ପଡ଼ିଲା। କେନ୍ଦ୍ର ସରକାର ଏ ବିଷୟକୁ କର୍ଣ୍ଣପାତ କଲେ ନାହିଁ। ତେଣୁ କେତେକେ ସୁପ୍ରିମକୋର୍ଟରେ ଆବେଦନ କଲେ ଯେ, ପିଏମ୍‌ କେୟାର୍ସ ଫଣ୍ଡ ଦ୍ୱାରା ସଂଗୃହୀତ ଅର୍ଥ ପିଏମ୍‌ଏନ୍‌ଆର୍‌ଏଫ୍‌କୁ ହସ୍ତାନ୍ତର କରାଯାଉ। ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ଆବେଦନକୁ ଖାରଜ କରିଦେଇ ପିଏମ୍‌ କେୟାର୍ସ ଫଣ୍ଡ୍‌ରୁ ଅର୍ଥ ପିଏମ୍‌ଏନ୍‌ଆର୍‌ଏଫ୍‌କୁ ସ୍ଥାନାନ୍ତର ବା ଉଭୟ ପାଣ୍ଠି ମଧ୍ୟରେ ମିଶ୍ରଣ ହୋଇପାରିବ ନାହିଁ ବୋଲି ରାୟ ଦେବା ପରେ ପିଏମ୍‌ କେୟାର୍ସ ଫଣ୍ଡ୍‌ ବିଧିବଦ୍ଧ ପରିଚୟ ପାଇଗଲା। ଅର୍ଥାତ୍‌ ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ପ୍ରଶ୍ନ କରିହେଉ ନାହିଁ। ଏଥିସହିତ ଏହା ମଧ୍ୟ ଉଲ୍ଲେଖ କରିବାକୁ ହେବ ଯେ, ପିଏମ୍‌ଏନ୍‌ଆର୍‌ଏଫ୍‌ ବିଧିବଦ୍ଧ ଭାବେ ପଞ୍ଜୀକୃତ ହୋଇ ନ ଥିଲା ବୋଲି କୁହାଯାଉଛି। ସେହିଭଳି ପିଏମ୍‌ଏନ୍‌ଆର୍‌ଏଫ୍‌ରେ ଥିବା ସଦସ୍ୟମାନଙ୍କ ବୈଠକ ୧୯୮୦ରୁ ଆୟୋଜିତ ହୋଇ ନ ଥିବା ମଧ୍ୟ କୁହାଯାଉଛି।
ଏବେ ସୂଚନା ଅଧିକାର (ଆର୍‌ଟିଆଇ) ବଳରେ ମିଳିଥିବା ଏକ ତଥ୍ୟରୁ ଜଣାପଡ଼ିଛି ଯେ, କେନ୍ଦ୍ରୀୟ ବ୍ୟାଙ୍କ ଆର୍‌ବିଆଇଠାରୁ ଆରମ୍ଭ କରି ଏସ୍‌ବିଆଇ ସମେତ ୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଜୀବନ ବୀମା ନିଗମ (ଏଲ୍‌ଆଇସି) ଭଳି ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ଦରମା ଓ କମ୍ପାନୀ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ପାଣ୍ଠିରୁ ପ୍ରାୟ ୨୦୫ କୋଟି ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସିଏସ୍‌ଆର୍‌ ପାଣ୍ଠି ସମ୍ପୃକ୍ତ ସଂସ୍ଥା ଯେଉଁଠାରେ ତା’ର କାରଖାନା ବସାଇଥାଏ ବା ସେବା ଯୋଗାଇ ଦେଉଥାଏ ସେହି ଅଞ୍ଚଳର ସାମାଜିକ ଭିତ୍ତିଭୂମି ଉନ୍ନୟନ ଦିଗରେ ବ୍ୟୟ କରିଥାଏ। ଯେଉଁ ହିସାବରେ ସିଏସ୍‌ଆର୍‌ ଅର୍ଥ ପିଏମ୍‌ କେୟାର୍ସକୁ ଦାନ କରାଗଲା, ତାହା ଦ୍ୱାରା କମ୍ପାନୀ କରିବାକୁ ଥିବା ଭିତ୍ତିଭୂମି ଉନ୍ନୟନ ନିଶ୍ଚିତ ବାଧାପ୍ରାପ୍ତ ହୋଇପାରେ ବା ସେଥିଲାଗି ଟଙ୍କା ଅଭାବ ଦେଖା ଦେବାର ଯଥେଷ୍ଟ ଆଶଙ୍କା ରହୁଛି। ସେହିଭଳି ସରକାରୀ ସଂସ୍ଥା ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀ ଏବଂ କେତେକ ଶିକ୍ଷାନୁଷ୍ଠାନରୁ ଶିକ୍ଷକ, ଅଣ-ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଦ୍ୱାରା ଦିଆଯାଇଥିବା ଅର୍ଥ ସ୍ବଇଚ୍ଛାରେ ଯାଇଥିବ ବୋଲି ବିଶ୍ୱାସ ହେଉନାହିଁ। ଅନ୍ୟ କାହାରିକୁ ଆର୍ଥିକ ସାହାଯ୍ୟ କଲାବେଳେ ସ୍ବତଃପ୍ରବୃତ୍ତ ସହାୟତାର ହାତ ବଢ଼ାଇବାକୁ ଇଚ୍ଛା ହୁଏ, କେହି ବାଧ୍ୟ କଲେ ଇଚ୍ଛା ହୁଏ ନାହିଁ। ଏହାକୁ କର୍ମଚାରୀମାନେ ଯେତେ ଅସ୍ବୀକାର କଲେ ମଧ୍ୟ ତା’ ପଛରେ ଚାପର ଆଶଙ୍କା ରହିଥାଇପାରେ। ସମ୍ଭବତଃ ଉପରଲିଖିତ ସଂସ୍ଥାର ମୁଖିଆମାନଙ୍କୁ ନିର୍ଦ୍ଦେଶ ଆସିଥିବ ପିଏମ୍‌ କେୟାର୍ସ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରିବା ପାଇଁ। କାରଣ ପିଏମ୍‌ଏନ୍‌ଆର୍‌ଏଫ୍‌ ସକାଶେ ବ୍ୟକ୍ତିବିଶେଷ ଓ ସଂସ୍ଥାଗୁଡ଼ିକ ନିଜ ଇଚ୍ଛାରେ ସକ୍ଷମତା ଅନୁଯାୟୀ ଦାନ କରିଥାଆନ୍ତି। ଯେହେତୁ ପିଏମ୍‌ କେୟାର୍ସ ଫଣ୍ଡ୍‌ର କାର୍ଯ୍ୟଧାରା ଉପରେ ଲୋକେ ଅବଗତ ହୋଇ ନାହାନ୍ତି, ସେହି ପାଣ୍ଠିକୁ ସ୍ବତଃସ୍ଫୂର୍ତ୍ତ ଦାନ ଦେବାକୁ କୁଣ୍ଠା ପ୍ରକାଶ ପାଇବା ସ୍ବାଭାବିକ।
୨୦୧୬ର ବିମୁଦ୍ରୀକରଣ ପରେ ଦେଶର ଅର୍ଥନୀତି ଦୁର୍ବଳ ହୋଇଥିଲା। ୨୦୧୭ରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ କରାଯାଇ ଏହାର ସୁଫଳ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ପାଇବେ ବୋଲି ଯାହା କୁହାଯାଇଥିଲା, ତାହାର ବାସ୍ତବ ସ୍ଥିତି ପଦାରେ ପଡ଼ିଯାଇଛି। ରାଜ୍ୟଗୁଡ଼ିକ ସେମାନଙ୍କ ଜିଏସ୍‌ଟି ଅଂଶ ନ ପାଇ ଏବେ କେଉଁ ଭାବେ ଋଣ ନେବେ ସେଥିପାଇଁ ବ୍ୟସ୍ତ। ପୁଣି କେନ୍ଦ୍ର ଜିଏସ୍‌ଟି ନାମରେ ସଂଗୃହୀତ ପାଣ୍ଠିକୁ ଅନ୍ୟତ୍ର ବ୍ୟୟ କରିଦେଇଥିବା ନିକଟରେ କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି) ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସେହିଭଳି ବିମଲ ଜଲାନଙ୍କ ନେତୃତ୍ୱରେ ଗଠିତ ବିଶେଷଜ୍ଞ କମିଟିର ସୁପାରିସ ଅନୁଯାୟୀ ୨୦୧୯ ଅଗଷ୍ଟରେ ଆର୍‌ବିଆଇ ତା’ର ବଳକା ଅର୍ଥ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଦେବାକୁ ନିଷ୍ପତ୍ତି ନେଇଥିଲା। ଅର୍ଥାତ୍‌ ଆର୍‌ବିଆଇ ଟଙ୍କା ମଧ୍ୟ ଚାଲିଗଲାଣି। ଏହିଭଳି ଭାବେ କେନ୍ଦ୍ର ଚାରିଆଡ଼ୁ ରାଙ୍କାଣିଆ ହୋଇ ଅର୍ଥ ରାମ୍ପିବାରେ ଲାଗିପଡ଼ିଛି। ଏଥିସହିତ ପିଏମ୍‌ କେୟାର୍ସ ପାଣ୍ଠିରୁ କିଣା ହେଉଥିବା ଭେଣ୍ଟିଲେଟରକୁ ନେଇ ଅନେକ ପ୍ରଶ୍ନ ଉପୁଜିଲାଣି। ଏଥିରୁ ସହଜରେ ବୁଝି ହେଉଛି ଯେ, ଆର୍ଥିକ ପରିଚାଳନାରେ କେନ୍ଦ୍ର ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛି। ଏବେ ଯେତେବେଳେ କୋଭିଡ୍‌ ମହାମାରୀ ପରିଚାଳନା ସହ ଆର୍ଥିକ ବୋଝ ବଢ଼ିବାରେ ଲାଗିଛି କେନ୍ଦ୍ର ସରକାର ଆଇନଗତ ହେଉ ବା ବେଆଇନ ଭାବେ ପାଣ୍ଠି କେଉଁଠୁ ଆସିବ ସେହି ଚିନ୍ତାରେ ପଡ଼ିଯାଇଛି। ଯାହା ଦେଖା ଦେଲାଣି ଆଗକୁ ସ୍ଥିତି ଆହୁରି ବିଷମ ହୋଇପାରେ।

The post ଭୟର ପାଣ୍ଠି appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...