Skip to main content

ଦାୟିତ୍ୱ ଭୁଲିଛନ୍ତି ଅନୁଗୋଳ ଓ୍ବାର୍ଡ ଅଫିସର

ଅନୁଗୋଳ ଅଫିସ, ୨୯ା୯

ଓ୍ବାର୍ଡବାସିନ୍ଦାଙ୍କ ଅଭିଯୋଗ ଶୁଣିବା ସହ ତାହାର ସମାଧାନ ପାଇଁ ଅନୁଗୋଳ ପୌରପାଳିକାର ୨୩ଟି ଓ୍ବାର୍ଡରେ ଜଣେ ଲେଖାଏ ଅଫିସର ରହିଛନ୍ତି। ଦୈନିକ ଅଭିଯୋଗର ଶୁଣାଣି କରିବାକୁ ପ୍ରତି ଓ୍ବାର୍ଡରେ ଗୋଟିଏ ଲେଖାଏ ଅଫିସ ମଧ୍ୟ ରହିଛି। ବର୍ତ୍ତମାନର କୋଭିଡ୍‌ ସମୟରେ ପୌରପାଳିକା ପକ୍ଷରୁ ଏହି ଅଫିସରମାନଙ୍କୁ ଅଧିକ ଦାୟିତ୍ୱ ପ୍ରଦାନ କରାଯାଇଛି। କିନ୍ତୁ କେତେଜଣ ଓ୍ବାର୍ଡ ଅଫିସର ଉକ୍ତ ଦାୟିତ୍ୱ ତୁଲାଇବା ତ ଦୂରର କଥା ଓ୍ବାର୍ଡ ଅଫିସକୁ ଯାଉ ନ ଥିବା ଅଭିଯୋଗ ହେଉଛି। ନିଜ କାର୍ଯ୍ୟରେ ଅଫିସରମାନଙ୍କ ଏପରି ଅବହେଳା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ। ତେବେ ବିଳମ୍ବରେ ହେଲେ ବି ଏ ନେଇ ପୌର କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଠିକ୍‌ ଭାବେ କର୍ତ୍ତବ୍ୟ ସମ୍ପାଦନ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ (ଇ.ଓ.)ବିନୋଦ ଚନ୍ଦ୍ର ପଣ୍ଡା ଚେତାଇ ଦେଇଛନ୍ତି।
୨୦୧୯ ସେପ୍ଟେମ୍ବରଠାରୁ ଅନୁଗୋଳ ପୌରପାଳିକାରେ ଏହି ୱାର୍ଡ ଅଫିସର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ପ୍ରତି ଓ୍ବାର୍ଡର ପରିମଳ କାର୍ଯ୍ୟ ତଦାରଖ ସହ ବାସିନ୍ଦାଙ୍କ ସମସ୍ୟା ଦୈନିକ ବୁଝି ତତ୍କାଳ ତାହାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଛୋଟମୋଟ ଅଭିଯୋଗ ନେଇ କୌଣସି ଓ୍ବାର୍ଡରୁ ଜନସାଧାରଣ ଯେପରି ମୁଖ୍ୟ କାର୍ଯ୍ୟାଳୟ ଯାଏ ନ ଆସିବେ ସେଥିପାଇଁ ଏହି ଯୋଜନା କରାଯାଇଥିଲା। ତେବେ ସହରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଓ ଅଧିକାଂଶ ସଂକ୍ରମିତ ହୋମ୍‌ ଆଇସୋଲେଶନରେ ରହୁଥିବାରୁ ଏହି ଓ୍ବାର୍ଡ ଅଫିସରମାନଙ୍କୁ ଅଧିକ ଦାୟିତ୍ୱ ଦିଆଯାଇଛି। ଘରେ ରହି ଚିକିତ୍ସିତ ହେବାକୁ ପସନ୍ଦ କରୁଥିବା ଆକ୍ରାନ୍ତମାନଙ୍କୁ କୋଭିଡ୍‌ କିଟ୍‌ ଯୋଗାଇଦେବା ଠାରୁ ଆରମ୍ଭ କରି ଆଇସୋଲେଶନ ଅବଧି ସରିବା ଯାଏ ସେମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଛି। କିନ୍ତୁ ଉକ୍ତ ଦାୟିତ୍ୱ ତୁଲାଇବାରେ କେତେଜଣ ଓ୍ବାର୍ଡ ଅଫିସର ଅବହେଳା କରୁଥିବା ଅଭିଯୋଗ ହେଉଛି। ୱାର୍ଡରେ ଥିବା ସଂକ୍ରମିତମାନଙ୍କ ଚିଠା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଉଥିଲେ ବି ଆକ୍ରାନ୍ତମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ଏହି ଅଫିସରମାନଙ୍କ ନିକଟରେ ରହୁନାହିଁ। ୱାର୍ଡରେ କୋଭିଡ୍‌ ପରିଚାଳନା ଓ ରୋଗୀଙ୍କ ସମସ୍ୟା ବୁଝିବା ତ ଦୂରର କଥା ସଂକ୍ରମିତ ବାହାରୁଥିବା ୱାର୍ଡକୁ କିପରି ସାନିଟାଇଜ୍‌ କରାଯିବ ତାହା ମଧ୍ୟ ସେମାନେ ବୁଝୁନାହାନ୍ତି। ଅନେକ ସ୍ଥାନରେ ୱାର୍ଡ ଅଫିସରେ ତାଲା ଝୁଲୁଛି। ଫଳରେ ଅଭିଯୋଗ ନେଇ ସେଠାକୁ ଯାଉଥିବା ଲୋକମାନେ ଫେରି ଆସୁଥିବା ଅଭିଯୋଗ ହେଉଛି। ଏ ନେଇ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ଏଣିକି ଆଉ ୱାର୍ଡ ଅଫସରଙ୍କୁ କ୍ଷମା ଦିଆଯିବ ନାହିଁ। ସେମାନେ ପରିମଳ ବ୍ୟବସ୍ଥା ପ୍ରତ୍ୟକ୍ଷ ଭାବେ ତଦାରଖ କରିବେ। ଯେଉଁ ୱାର୍ଡରୁ ସଂକ୍ରମିତ ବାହାରିବେ ସେମାନଙ୍କ ଉପରେ ନଜର ରଖିବା ସହ ଉକ୍ତ ଅଞ୍ଚଳକୁ କିଭଳି ସାନିଟାଇଜ୍‌ କରାଯିବ ସେ ନେଇ ମଧ୍ୟ ଦାୟିତ୍ୱ ନେବେ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏସବୁ କାର୍ଯ୍ୟ ଠିକ୍‌ ଭାବେ ହେଉ କି ନାହିଁ ତାହା ତଦାରଖ କରାଯିବ। ସରପ୍ରାଇଜ୍‌ ଭିଜିଟ୍‌ ମଧ୍ୟ କରାଯିବ। ଯଦି କୌଣସି ୱାର୍ଡ ଅଫିସର ଅବହେଳା କରୁଥିବା ଦେଖାଯିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।

The post ଦାୟିତ୍ୱ ଭୁଲିଛନ୍ତି ଅନୁଗୋଳ ଓ୍ବାର୍ଡ ଅଫିସର appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...