Skip to main content

ଦାୟିତ୍ୱ ଭୁଲିଛନ୍ତି ଅନୁଗୋଳ ଓ୍ବାର୍ଡ ଅଫିସର

ଅନୁଗୋଳ ଅଫିସ, ୨୯ା୯

ଓ୍ବାର୍ଡବାସିନ୍ଦାଙ୍କ ଅଭିଯୋଗ ଶୁଣିବା ସହ ତାହାର ସମାଧାନ ପାଇଁ ଅନୁଗୋଳ ପୌରପାଳିକାର ୨୩ଟି ଓ୍ବାର୍ଡରେ ଜଣେ ଲେଖାଏ ଅଫିସର ରହିଛନ୍ତି। ଦୈନିକ ଅଭିଯୋଗର ଶୁଣାଣି କରିବାକୁ ପ୍ରତି ଓ୍ବାର୍ଡରେ ଗୋଟିଏ ଲେଖାଏ ଅଫିସ ମଧ୍ୟ ରହିଛି। ବର୍ତ୍ତମାନର କୋଭିଡ୍‌ ସମୟରେ ପୌରପାଳିକା ପକ୍ଷରୁ ଏହି ଅଫିସରମାନଙ୍କୁ ଅଧିକ ଦାୟିତ୍ୱ ପ୍ରଦାନ କରାଯାଇଛି। କିନ୍ତୁ କେତେଜଣ ଓ୍ବାର୍ଡ ଅଫିସର ଉକ୍ତ ଦାୟିତ୍ୱ ତୁଲାଇବା ତ ଦୂରର କଥା ଓ୍ବାର୍ଡ ଅଫିସକୁ ଯାଉ ନ ଥିବା ଅଭିଯୋଗ ହେଉଛି। ନିଜ କାର୍ଯ୍ୟରେ ଅଫିସରମାନଙ୍କ ଏପରି ଅବହେଳା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ। ତେବେ ବିଳମ୍ବରେ ହେଲେ ବି ଏ ନେଇ ପୌର କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଠିକ୍‌ ଭାବେ କର୍ତ୍ତବ୍ୟ ସମ୍ପାଦନ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ (ଇ.ଓ.)ବିନୋଦ ଚନ୍ଦ୍ର ପଣ୍ଡା ଚେତାଇ ଦେଇଛନ୍ତି।
୨୦୧୯ ସେପ୍ଟେମ୍ବରଠାରୁ ଅନୁଗୋଳ ପୌରପାଳିକାରେ ଏହି ୱାର୍ଡ ଅଫିସର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ପ୍ରତି ଓ୍ବାର୍ଡର ପରିମଳ କାର୍ଯ୍ୟ ତଦାରଖ ସହ ବାସିନ୍ଦାଙ୍କ ସମସ୍ୟା ଦୈନିକ ବୁଝି ତତ୍କାଳ ତାହାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଛୋଟମୋଟ ଅଭିଯୋଗ ନେଇ କୌଣସି ଓ୍ବାର୍ଡରୁ ଜନସାଧାରଣ ଯେପରି ମୁଖ୍ୟ କାର୍ଯ୍ୟାଳୟ ଯାଏ ନ ଆସିବେ ସେଥିପାଇଁ ଏହି ଯୋଜନା କରାଯାଇଥିଲା। ତେବେ ସହରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଓ ଅଧିକାଂଶ ସଂକ୍ରମିତ ହୋମ୍‌ ଆଇସୋଲେଶନରେ ରହୁଥିବାରୁ ଏହି ଓ୍ବାର୍ଡ ଅଫିସରମାନଙ୍କୁ ଅଧିକ ଦାୟିତ୍ୱ ଦିଆଯାଇଛି। ଘରେ ରହି ଚିକିତ୍ସିତ ହେବାକୁ ପସନ୍ଦ କରୁଥିବା ଆକ୍ରାନ୍ତମାନଙ୍କୁ କୋଭିଡ୍‌ କିଟ୍‌ ଯୋଗାଇଦେବା ଠାରୁ ଆରମ୍ଭ କରି ଆଇସୋଲେଶନ ଅବଧି ସରିବା ଯାଏ ସେମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଛି। କିନ୍ତୁ ଉକ୍ତ ଦାୟିତ୍ୱ ତୁଲାଇବାରେ କେତେଜଣ ଓ୍ବାର୍ଡ ଅଫିସର ଅବହେଳା କରୁଥିବା ଅଭିଯୋଗ ହେଉଛି। ୱାର୍ଡରେ ଥିବା ସଂକ୍ରମିତମାନଙ୍କ ଚିଠା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଉଥିଲେ ବି ଆକ୍ରାନ୍ତମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ଏହି ଅଫିସରମାନଙ୍କ ନିକଟରେ ରହୁନାହିଁ। ୱାର୍ଡରେ କୋଭିଡ୍‌ ପରିଚାଳନା ଓ ରୋଗୀଙ୍କ ସମସ୍ୟା ବୁଝିବା ତ ଦୂରର କଥା ସଂକ୍ରମିତ ବାହାରୁଥିବା ୱାର୍ଡକୁ କିପରି ସାନିଟାଇଜ୍‌ କରାଯିବ ତାହା ମଧ୍ୟ ସେମାନେ ବୁଝୁନାହାନ୍ତି। ଅନେକ ସ୍ଥାନରେ ୱାର୍ଡ ଅଫିସରେ ତାଲା ଝୁଲୁଛି। ଫଳରେ ଅଭିଯୋଗ ନେଇ ସେଠାକୁ ଯାଉଥିବା ଲୋକମାନେ ଫେରି ଆସୁଥିବା ଅଭିଯୋଗ ହେଉଛି। ଏ ନେଇ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ଏଣିକି ଆଉ ୱାର୍ଡ ଅଫସରଙ୍କୁ କ୍ଷମା ଦିଆଯିବ ନାହିଁ। ସେମାନେ ପରିମଳ ବ୍ୟବସ୍ଥା ପ୍ରତ୍ୟକ୍ଷ ଭାବେ ତଦାରଖ କରିବେ। ଯେଉଁ ୱାର୍ଡରୁ ସଂକ୍ରମିତ ବାହାରିବେ ସେମାନଙ୍କ ଉପରେ ନଜର ରଖିବା ସହ ଉକ୍ତ ଅଞ୍ଚଳକୁ କିଭଳି ସାନିଟାଇଜ୍‌ କରାଯିବ ସେ ନେଇ ମଧ୍ୟ ଦାୟିତ୍ୱ ନେବେ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏସବୁ କାର୍ଯ୍ୟ ଠିକ୍‌ ଭାବେ ହେଉ କି ନାହିଁ ତାହା ତଦାରଖ କରାଯିବ। ସରପ୍ରାଇଜ୍‌ ଭିଜିଟ୍‌ ମଧ୍ୟ କରାଯିବ। ଯଦି କୌଣସି ୱାର୍ଡ ଅଫିସର ଅବହେଳା କରୁଥିବା ଦେଖାଯିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।

The post ଦାୟିତ୍ୱ ଭୁଲିଛନ୍ତି ଅନୁଗୋଳ ଓ୍ବାର୍ଡ ଅଫିସର appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...