Skip to main content

ଆବର୍ଜନାରୁ ପ୍ରସ୍ତୁତ ହେଲା ଜୈବିକ ଖତ

ଅନୁଗୋଳ ଅଫିସ, ୩୦ା୯ – ଅନୁଗୋଳ ସହରରେ ପ୍ରତିଷ୍ଠା କରାଯାଇଥିବା ୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍‌ସିସି) ମଧ୍ୟରୁ ଗୋଟିଏରୁ ଉତ୍ପାଦନ ଆରମ୍ଭ ହୋଇଛି। ସହରରୁ ସଂଗୃହୀତ ଓଦା ଆବର୍ଜନାରୁ ମଙ୍ଗଳବାର ପ୍ରଥମ କରି ଜୈବିକ ଖତ ପ୍ରସ୍ତୁତ କରିଛି ହୁଲୁରିସିଂହା ଏମ୍‌ସିସି। ଏଠାରୁ ଉତ୍ପାଦିତ ୩୦ କିଲୋଗ୍ରାମ ଜୈବିକ ଖତକୁ ୨୦ ଟଙ୍କା ହିସାବରେ ବିକ୍ରି କରାଯାଇଛି। ୧୦ କେଜି ପରୀକ୍ଷାମୂଳକ ଭାବେ ଗୋଟିଏ ନର୍ସରିକୁ ଦିଆଯାଇଥିବା ବେଳେ ଅବଶିଷ୍ଟକୁ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରାଯାଇଛି। ଆସନ୍ତା ମାସରେ ହେମସୁରପଡ଼ା ଓ ମିଶ୍ରପଡ଼ା ଏମ୍‌ସିସିରୁ ଉତ୍ପାଦନ ଆରମ୍ଭ ହେବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।
ଗତ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳର ଏହି ୩ ଏମ୍‌ସିସିକୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଏହାର ଦୁଇମାସ ପୂର୍ବରୁ ପୌରପାଳିକା ପକ୍ଷରୁ ସହରରୁ ଓଦା ଓ ଶୁଖିଲା ଆବର୍ଜନା ସଂଗ୍ରହ କରାଯାଇ ହୁଲୁରିସିଂହା ଏମ୍‌ସିସିରେ ପକାଯାଉଥିଲା। ଓଦା ଅଳିଆ ସହ ଗୁଡ଼, ଦହି, ପାଣି ଓ କୁଣ୍ଡାରୁ ପ୍ରସ୍ତୁତ ରସାୟନିକ ମିଶ୍ରଣ କରାଯାଉଥିଲା। ୪୨ ଦିନ ଧରି ଏହି ପ୍ରକ୍ରିୟା ଜାରି ରହିବା ପରେ ମଙ୍ଗଳବାର ପ୍ରଥମ କରି ଜୈବିକ ଖତ ପ୍ରସ୍ତୁତ ହୋଇଥିବା ପୌରପାଳିକାର ସାନିଟାଇଜ୍‌ ବିଶେଷଜ୍ଞ ଜିତେନ୍ଦ୍ର କୁମାର ସେଠୀ କହିଛନ୍ତି। ବର୍ତ୍ତମାନ ବିନା ମେଶିନରେ ଖତ ଉତ୍ପାଦନ କରାଯାଉଥିବାବେଳେ ଆଗକୁ ମେଶିନ୍‌ ଲଗାଯାଇ କାର୍ଯ୍ୟ କରାଯିବ। ଏ ନେଇ ଜିଇଡି ସହ ଆଲୋଚନା ହୋଇଛି। ଜିଇଡି ଓ ଟିପିସିଏଲ୍‌ ନିକଟରୁ କେତେ ଟଙ୍କା ଖର୍ଚ୍ଚରେ ବିଜୁଳି ସଂଯୋଗ ଅଣାଯାଇପାରିବ ସେ ନେଇ ଆକଳନ ସରିଛି। ବିଜୁଳି ସଂଯୋଗ ହେବା ପରେ ଏମ୍‌ସିସି ଗୁଡ଼ିକରେ ମେଶିନ୍‌ ଲଗାଯିବ। ସୂଚନାଯୋଗ୍ୟ ଯେ, ଅନୁଗୋଳ ସହରରେ ୩ଟି ଏମ୍‌ସିସି ସହ ଗୋଟିଏ ମ୍ୟାଟେ୍‌ରିଆଲ ରିକଭରି ଫ୍ୟାସିଲିଟି(ଏମ୍‌ଆର୍‌ଏଫ୍‌) ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଓଦା ଅଳିଆରୁ ଜୈବିକ ଖତ ପ୍ରସ୍ତୁତ ହେଉଥିବାବେଳେ ଏମ୍‌ଆର୍‌ଏଫ୍‌ରେ ଶୁଖିଲା ଅଳିଆ ପକାଯାଇ ପାଉଡର ବାହାର କରାଯିବ। ଏହାକୁ ଏକ ସିମେଣ୍ଟ ପ୍ରସ୍ତୁତ କାରଖାନାକୁ ଦିଆଯିବ। ହୁଲୁରିସିଂହା ଏମ୍‌ସିସିରୁ ଉତ୍ପାଦନ ଆରମ୍ଭ ହୋଇଥିବାରୁ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଉକ୍ତ ଏମ୍‌ସିସି ଦାୟିତ୍ୱରେ ଥିବା ଧରିତ୍ରୀ ସ୍ବୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏଣିକି ପ୍ରତ୍ୟେକ ଦିନ ଓଦା ଅଳିଆରୁ ଖତ ପ୍ରସ୍ତୁତ ହୋଇ ବିକ୍ରି କରାଯିବ। ଏ ନେଇ କେତେଜଣ ନର୍ସରିମାଲିକଙ୍କ ସହ ଆଲୋଚନା ହୋଇଛି। ସହରର ଯେଉଁମାନେ ଜୈବିକ ଖତ ନେବାକୁ ଚାହିଁବେ ସେମାନଙ୍କୁ ମଧ୍ୟ ବିକ୍ରି କରାଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।

The post ଆବର୍ଜନାରୁ ପ୍ରସ୍ତୁତ ହେଲା ଜୈବିକ ଖତ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...