Skip to main content

ଧୋନୀ ଭାରତୀୟ କ୍ରିକେଟ ଓ ଏହି ଗେମ୍‌ର ଜଣେ ଲିଜେଣ୍ଡ: ସାମସନ

ଦୁବାଇ, ୩୦।୯(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ କେରଳ ଉଇକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଛି। ତାଙ୍କ ପ୍ରଦର୍ଶନ ବଳରେ ରାଜସ୍ଥାନ ରୟାଲ୍ସ ରେକର୍ଡ ରନ୍‌ଚେଜ୍‌ ସହ ୨ଟି ଯାକ ମ୍ୟାଚ ଜିତିବାକୁ ସକ୍ଷମ ହୋଇଛି। ଚର୍ଚ୍ଚାରେ ରହିଥିବା ସାମ୍‌ସନ୍‌ଙ୍କୁ କେତେଜଣ ପୂର୍ବତନ ଟିମ୍‌ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ତୁଳନା କରିଛନ୍ତି। ମାତ୍ର ସେ ଏପରି ଚିନ୍ତା କରୁନାହାନ୍ତି ବୋଲି ସାମ୍‌ସନ୍‌ କହିଛନ୍ତି। ”ଧୋନୀଙ୍କ ପରି କେହି ହୋଇ ପାରିବେନି“ ଏବଂ ”କେହି ହେବାକୁ ଚେଷ୍ଟା ମଧ୍ୟ କରିବା ଅନୁଚିତ“ ବୋଲି ସାମସନ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ରାଜସ୍ଥାନ ଏହାର ପ୍ରଥମ ଦୁଇ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ପରାସ୍ତ କରିଛି। ଏହି ପ୍ରଦର୍ଶନକୁ ଦୃଷ୍ଟିରେ ରଖି କଂଗ୍ରେସ ଏମ୍‌ପି କେରଳ ଥିରୁଭାନନ୍ତପୁରମ୍‌ର ଶଶୀ ଥରୁର ତାଙ୍କୁ ପରବର୍ତ୍ତୀ ଧୋନୀଭାବେ ଅଭିହିତ କରିଛନ୍ତି। ମାତ୍ର ସାମ୍‌ସନ ତାହା ଭାବୁ ନାହାନ୍ତି। ” ମୁଁ ନିଶ୍ଚିତ ଯେ, ଧୋନୀଙ୍କ ପରି କେହି ହୋଇ ପାରିବେ ନାହିଁ, କେହି ହେବାକୁ ଚେଷ୍ଟା ମଧ୍ୟ କରିବା ଉଚିତ ନୁହେଁ। ଧୋନୀଙ୍କ ପରି ଖେଳିବା ସହଜ ନୁହେଁ। ମୁଁ କେବେ ତାଙ୍କଭଳି ଖେଳି ପାରିବି ବୋଲି ଚିନ୍ତା କରିନି“। ସେ ଭାରତୀୟ କ୍ରିକେଟ ଏବଂ ଏହି ଗେମ୍‌ର ଜଣେ ଲିଜେଣ୍ଡ“ ବୋଲି ସାମ୍‌ସନ କହିଛନ୍ତି। ସେ କେବଳ ନିଜ ଗେମ୍‌ ଉପରେ ଫୋକସ କରୁଛନ୍ତି ଏବଂ ତାଙ୍କ ଟିମ୍‌ କିପରି ମ୍ୟାଚ ଜିତି ପାରିବ ତାହା ଚିନ୍ତା କରୁଛନ୍ତି ବୋଲି ସାମସନ ପ୍ରକାଶ କରିଛନ୍ତି।
ତାଙ୍କର ଏହି ପ୍ରଦର୍ଶନ ଜାତୀୟ ଦଳରେ ଚୟନ ପାଇଁ ପର୍ଯାପ୍ତ ହେବ କି ପ୍ରଶ୍ନର ଉତ୍ତରରେ ସାମସନ୍‌ ”ହୋଇପାରେ, ନ ହୋଇବିପାରେ’ ବୋଲି କହିଛନ୍ତି। କୌଣସି ଦଳ ପକ୍ଷରୁ ମୁଁ ଖେଳେ ନା କାହିଁକି ତାକୁ ଜିତାଇବା ମୋର ମୁଖ୍ୟ ଲକ୍ଷ୍ୟ। ଏବେ ମୁଁ ଆଇପିଏଲ୍‌ ଉପରେ ଫୋକସ କରୁଛି। ରାଜସ୍ଥାନ ରୟାଲ୍ସ ଦଳର ଜଣେ ସଦସ୍ୟ ହୋଇଥିବାରୁ ମୁଁ ଭାଗ୍ୟବାନ। ଏଥିରେ ବହୁ ଭଲ ଲୋକ ଅଛନ୍ତି ବୋଲି ସାମସନ ପ୍ରକାଶ କରିଛନ୍ତି। ଟିମ୍‌ ଇଣ୍ଡିଆର ଏକ ଜିମ୍‌ ସେସନ ଅବସରରେ ଅଧିନାୟକ ବିରାଟ କୋହଲିଙ୍କ ସହ ସାମସନଙ୍କ ସାକ୍ଷାତ ହୋଇଥିଲା। ସେ ବିରାଟଙ୍କଠାରୁ କେତେକ କଥା ପଚାରି ବୁଝିଥିଲେ। କୋହଲି ତାଙ୍କୁ ପଚାରିଥିଲେ ତୁମେ ଆଉ କେତେବର୍ଷ ଖେଳିପାରିବ ବୋଲି ଭାବୁଛ। ଉତ୍ତରରେ ସାମସନ ୧୦ ବର୍ଷ କହିଥିଲେ। ବିରାଟ କହିଥିଲେ ତୁମେ ଏହି ୧୦ ବର୍ଷ ଖେଳପାଇଁ ଜୀବନ ଲଗାଇଦିଅ। ଏହାପରେ ତୁମ ମନପସନ୍ଦର କେରଳ ଖାଦ୍ୟ ଖାଇପାରିବ। ଏହା ସାମସନଙ୍କ ମନକୁ ବେଶ୍‌ ଛୁଇଁଥିଲା। ଫଳରେ ସେ ଆଗାମୀ ୧୦-୧୨ ବର୍ଷ ଖେଳ ପାଇଁ ନିଜକୁ ଉତ୍ସର୍ଗ କରିଥିବା କହିଛନ୍ତି।

The post ଧୋନୀ ଭାରତୀୟ କ୍ରିକେଟ ଓ ଏହି ଗେମ୍‌ର ଜଣେ ଲିଜେଣ୍ଡ: ସାମସନ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...