ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ) ପକ୍ଷରୁ ପାର୍ବଣ ଅଫର ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ୭.୫% ହାରରେ ଯାନ ଋଣ ପ୍ରଦାନ କରାଯାଉଥିବା ବେଳେ ରିଟେଲ ଋଣ ଉପରେ ପ୍ରୋସେସିଂ ଫି ଛାଡ଼ କରାଯାଇଛି। ବ୍ୟାଙ୍କର ବ୍ୟକ୍ତିଗତ ଋଣ ୬% ହାରରେ ଉପଲବ୍ଧ ହେଉଛି। ୟୁନୋ ଆପ୍ ବ୍ୟବହାରକୁ ବ୍ୟାଙ୍କ ବର୍ତ୍ତମାନ ଉତ୍ସାହିତ କରୁଛି। ଏହାଦ୍ୱାରା ସ୍ବତନ୍ତ୍ର ହାରରେ ବ୍ୟାଙ୍କ ରିହାତି ପ୍ରଦାନ କରୁଛି। ଏହି ଆପ୍କୁ ବର୍ତ୍ତମାନ ସୁଦ୍ଧା ୫.୮ କୋଟି ଲୋକ ଡାଉନଲୋଡ କରିଛନ୍ତି। ଯାନ, ସୁନା, ବ୍ୟକ୍ତଗତ ଋଣ ଏବଂ ବାସଗୃହର ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପ ଉପରେ ପ୍ରୋସେସିଂ ଫି ଛାଡ ସୁବିଧା ଉପଲବ୍ଧ ହେବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଧୀରେ ଧୀରେ ଟ୍ରାକ୍କୁ ଫେରୁଛି। ପାର୍ବଣ ଋତୁରେ ଲୋକଙ୍କ ଆର୍ଥତ୍କ ଆବଶ୍ୟକତା ପୂରଣ କରିବା ଲାଗି ଏଭଳି ସ୍ବତନ୍ତ୍ର ପଦକ୍ଷେପ ହାତକୁ ନିଆଯାଇଥିବା ବ୍ୟାଙ୍କର ରିଟେଲ ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗ ଏମ୍ଡି ସି.ଏସ୍.ସେଟ୍ଟୀ ସୂଚନା ଦେଇଛନ୍ତି।
The post ଏସ୍ବିଆଇ ରିଟେଲ ଋଣରେ ପ୍ରୋସେସିଂ ଫି ଛାଡ଼ appeared first on Dharitri Odia News.