ଜୀବନରେ ଆଗକୁ ବଢ଼ିବାକୁ ହେଲେ ଆତ୍ମବିଶ୍ୱାସ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ବ୍ୟକ୍ତି ପାଖରେ ଆତ୍ମବିଶ୍ୱାସର ଅଭାବ ଥାଏ ତେବେ ସେ କୌଣସି ଲକ୍ଷ ସ୍ଥଳରେ ପହଞ୍ଚିପାରି ନ ଥାଏ। ଆତ୍ମବିଶ୍ୱାସ ଅଭାବ ଯୋଗୁ ଜଣେ ବ୍ୟକ୍ତିକୁ ନିଜ କଥାକୁ ଅନ୍ୟ ସମ୍ମୁଖରେ ଉପସ୍ଥାପନା କରିବାରେ ଅସୁବିଧା ହୋଇଥାଏ। ତେବେ ବାସ୍ତୁ ଅନୁସାରେ କ’ଣ କଲେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଜାଣିବା।
– ଏକ ପିତ୍ତଳ ଧାତୁ ତିଆରି ବାଘକୁ ଘରର ପୂର୍ବ ଦିଗରେ ରଖିଲେ ଆତ୍ମବିଶ୍ୱାର ବୃଦ୍ଧି ପାଇଥାଏ
– ପାଠ ପଢ଼ିବା ସମୟରେ ପୂର୍ବ ଦିଗକୁ ମୁହଁକରି ପଢ଼ିଲେ ଆତ୍ମବିଶ୍ୱାସ ବୃଦ୍ଧି ହୁଏ।
-ସର୍ବପ୍ରଥମେ ଘରର ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗର ଝରକା, କବାଟ ଖୋଲା ରଖନ୍ତୁ। କାରଣ ଏହି ଦିଗରୁ ସକାରାତ୍ମକ ଶକ୍ତି ଆସିଥାଏ।
-ଟେବୁଲ ଉପରେ ଡାହାଣ ପାଶ୍ୱକୁ କ୍ରିଷ୍ଟର ଗଛ ରଖନ୍ତୁ।
-ଅଫିସରେ କାମ କରୁଥିଲେ ନିଜ ଟେବୁଲ ବା ଚେୟାର ପାଖରେ ଏକ କ୍ରିଷ୍ଟଲ ଗଛ ବା ଶୋ’ପିସ୍ ରଖନ୍ତୁ। ଫଳରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ।
The post ଆତ୍ମବିଶ୍ୱାସ ବୃଦ୍ଧି, ସଫଳତା ପାଇଁ କରନ୍ତୁ ଏପରି appeared first on Dharitri Odia News.