Skip to main content

Posts

Showing posts from October, 2020

କୋଭିଡ୍‌ ଟିକା ପରିଚାଳନା ଲାଗି କମିଟି ଗଠନ କର

ନୂଆଦିଲ୍ଲୀ,୩୧।୧୦(ପି.ଟି.): କୋଭିଡ୍‌-୧୯ ଟିକା ଯେପରି ସୁବିଧାରେ ଉପଯୁକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚତ୍ପାରିବ ସେ ଦିଗରେ ସମନ୍ବୟ ରଖିବା ଓ ଟିକାକରଣର ତଦାରଖ ଲାଗି କମିଟି ଗଠନ କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଟିକାକରଣ ଅଭିଯାନ ବେଳେ ନିୟମିତ ସ୍ବାସ୍ଥ୍ୟସେବା ଯେପରି ବାଧାପ୍ରାପ୍ତ ନ ହୁଏ, ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ସେହିପରି ସୋସିଆଲ ମିଡିଆରେ ଟିକାକୁ ନେଇ ଯେପରି କୌଣସି ଗୁଜବ ପ୍ରଚାର ନ ହୁଏ, ତାହା ଉପରେ ମଧ୍ୟ କେନ୍ଦ୍ର ଜୋର୍‌ ଦେଇଛି। ଟିକା ଆସିବା ପରେ ପ୍ରଥମେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରଦାନ କରାଯିବ ଓ ବର୍ଷକ ମଧ୍ୟରେ ବିଭିନ୍ନ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯିବ। ଏଥିପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ କମିଟି ଗଠନ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟିଅରିଂ କମିଟି (ଏସ୍‌ଏସ୍‌ସି), ଅତିରିକ୍ତ ମୁଖ୍ୟ ସଚିବ କିମ୍ବା ପ୍ରମୁଖ ସ୍ବାସ୍ଥ୍ୟ ସଚିବଙ୍କ ନେତୃତ୍ୱରେ ରାଜ୍ୟ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଏବଂ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲା ଟାସ୍କଫୋର୍ସ (ଡିଟିଏଫ୍‌) ଗଠନ କରିବାକୁ ଗଠନ ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡ଼ିକୁ ପ୍ରସ୍ତାବ ଦେଇଛନ୍ତି। The post କୋଭିଡ୍‌ ଟିକା ପରିଚାଳନା ଲାଗି କମିଟି ଗଠନ କର appeared first on Dharitri Odia News .

ଆରୋଗ୍ୟ ବନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩୧ା୧୦(ପିଆଇବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତରେ ଯାଇ ଶୁକ୍ରବାର କଓ୍ବେଡିଆଠାରେ ବିଭିନ୍ନ ସମନ୍ବିତ ବିକାଶ ପରିଯୋଜନାର ଉଦ୍‌ଘାଟନ କରିଛନ୍ତି। ଆରୋଗ୍ୟ ବନ, ଆରୋଗ୍ୟ କୁଟୀରର ସେ ଶୁଭ ଉଦ୍‌ଘାଟନ କରିବା ସହ ଏକତା ମଲ୍‌ ଓ ଶିଶୁ ପୋଷଣ ଉଦ୍ୟାନକୁ ମଧ୍ୟ ସେ ଲୋକାର୍ପିତ କରିଛନ୍ତି। ପ୍ରାୟ ୧୭ ଏକର ଜାଗା ପରିମିତ ଆରୋଗ୍ୟ ବନରେ ୩୮୦ ପ୍ରକାର ଭିନ୍ନ ଭିନ୍ନ ୫ ଲକ୍ଷ ବୃକ୍ଷ ରହିଛି। ଆରୋଗ୍ୟ କୁଟୀରରେ ବିଭିନ୍ନ ପ୍ରକାର ପୁରୁଣାକାଳର ଚିକିତ୍ସା ବ୍ୟବସ୍ଥା ରହିଛି। ଏହାକୁ ଶାନ୍ତିଗିରି ଓ୍ବେଲ୍‌ନେସ୍‌ ସେଣ୍ଟର ଭାବେ ନାମିତ କରାଯାଇଛି। ଆୟୁର୍ବେଦ, ସିଦ୍ଧ ଓ ପଞ୍ଚକର୍ମ ସହ ଏହା ସ୍ବାସ୍ଥ୍ୟସେବା ଯୋଗାଇବାରେ ସହାୟକ ହୋଇପାରିବ। ମଲ୍‌ରେ ଭାରତର ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଓ ପାରମ୍ପରିକ ବସ୍ତୁ ରହିଛି। ଏହା ଏକତାର ପ୍ରତୀକ ଭାବେ ରହି ୩,୫୦୦ ବର୍ଗଫୁଟ ମଧ୍ୟରେ ରହିଛି। ଏଠାରେ ୨୦ ଏମ୍ପୋରିୟମ ରହିଛି। ମାତ୍ର ୧୧୦ ଦିନରେ ଏହାକୁ ନିର୍ମାଣ କରାଯାଇଛି। ସେଠାରେ ସେହିଭଳି ୩୫,୦୦୦ ବର୍ଗଫୁଟରେ ଶିଶୁ ପୋଷଣ ଉଦ୍ୟାନ ନିର୍ମାଣ କରାଯାଇଛି। ଏହାର ଚାରିପଟେ ଏକ ନ୍ୟୁଟ୍ରି ଟ୍ରେନ୍‌ ବୁଲୁଥିବାର ଦେଖିବାକୁ ମିଳିଛି। ଏହା ଶିଶୁ ପୋଷଣ ନେଇ ସଚେତନତାର ବାର୍ତ୍ତା ପ୍ରଦାନ କରୁଛି। ମୋଦି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପ୍ରାଣୀ ଉଦ୍ୟାନ ସହ ମୋଟ ୧୭ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ୪ ନୂଆ ପ୍ରକଳ୍ପ ଲାଗି ...

ତୁର୍କୀ, ଗ୍ରୀସ୍‌ରେ ଭୂକମ୍ପ ପରେ ସୁନାମି

ଇସ୍ତାନବୁଲ/ଏଥେନ୍ସ,୩୧।୧୦: ଗ୍ରୀସ୍‌ ଓ ତୁର୍କୀରେ ଶୁକ୍ରବାର ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ଶତାଧିକ ଆହତ ହୋଇଛନ୍ତି। ବହୁ ବିଲ୍ଡିଂ ଧୂଳିସାତ୍‌ ହୋଇଯାଇଛି। ଭୂମିକମ୍ପ ପରେ ସୁନାମି ଆସିବାରୁ ତୁର୍କୀର ଇଜ୍‌ମିର୍‌ ରିସର୍ଟ ସହରର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଯାଇଛି। ପୂର୍ବ ଏଜିଆନ୍‌ ସି’ରେ ଥିବା ସାମୋସ୍‌ ଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆମେରିକାର ଭୂତାତ୍ତ୍ୱିକ ସର୍ଭେ ରିପୋର୍ଟ ଅନୁଯାୟୀ ୭.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏଜିଆନ୍‌ ସି’ରେ ଏହାର କେନ୍ଦ୍ରସ୍ଥଳ ଯାହା ଗ୍ରୀକ୍‌ ସହର କାର୍ଲୋଭାସିଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ। ତେବେ ତୁର୍କୀ ସରକାରଙ୍କ ବିପର୍ଯ୍ୟୟ ସଂସ୍ଥା ରିପୋର୍ଟ ଅନୁଯାୟୀ ଭୂକମ୍ପର ତୀବ୍ରତା ୬.୬ ହୋଇଥିବାବେଳେ ଏହା ୬.୭ ବୋଲି ଗ୍ରୀସ୍‌ର ସିସ୍‌ମୋଲୋଜିକାଲ ଏଜେନ୍ସି କହିଛି। ଏଜିଆନ୍‌ ସି ଉପକୂଳରେ ଥିବା ତୁର୍କୀର ଇଜ୍‌ମିର୍‌ରେ ବହୁ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ଦେଖାଯାଇଛି। ଭଗ୍ନାବଶେଷ ରାସ୍ତା ଉପରେ ଜମା ହୋଇରହିଥିବାବେଳେ ଏହା ତଳେ ବହୁ ଲୋକ ରହିଯାଇଥିବା ଆଶଙ୍କା କରାଯାଉଛି। The post ତୁର୍କୀ, ଗ୍ରୀସ୍‌ରେ ଭୂକମ୍ପ ପରେ ସୁନାମି appeared first on Dharitri Odia News .

ତେଜୁଛି ମାକ୍‌ରଁ ବିରୋଧୀ ବିକ୍ଷୋଭ

ନୂଆଦିଲ୍ଲୀ/ପ୍ୟାରିସ୍‌,୩୧ା୧୦: ତଥାକଥିତ ଇସ୍‌ଲାମ ବିରୋଧୀ ଆଭିମୁଖ୍ୟକୁ ନେଇ ଫ୍ରାନ୍ସକୁ ନିନ୍ଦିତ ହେବାକୁ ପଡ଼ିଛି। ବିଶେଷକରି ମୁସଲମାନ ବହୁଳ ରାଷ୍ଟ୍ରଗୁଡ଼ିକରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କୁ କଡ଼ା ବିରୋଧ କରାଯାଇଛି। ଏପରି କି ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ ମାକ୍‌ରଁଙ୍କ କୁଶ ପୁତ୍ତଳିକା ଦାହ ସହ ରାସ୍ତାରେ ଫଟୋ ଛପାଯିବା ଭଳି ଘଟଣା ସାମ୍ନାକୁ ଆସିଛି। ବ୍ୟଙ୍ଗ ପତ୍ରିକା ଶାର୍ଲି ଏବ୍‌ଦୋରେ ପ୍ରୋଫେଟ୍‌ ମହମ୍ମଦଙ୍କ କାର୍ଟୁନ ଓ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତୈୟପ ଏର୍ଡୋଗାନଙ୍କ ବ୍ୟଙ୍ଗଚିତ୍ର ପ୍ରକାଶ ପାଇବା ପରେ ମୁସଲମାନ ସମ୍ପ୍ରଦାୟ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଶୁକ୍ରବାର ମୁମ୍ବାଇସ୍ଥିତ ମହମ୍ମଦ ଅଲି ରୋଡ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍‌ରଁଙ୍କ ପୋଷ୍ଟର ଛପାଯାଇଥିଲା। ଉକ୍ତ ଫଟୋ ଉପରେ ଲୋକେ ଚାଲି ଚାଲି ଯାଉଥିବାବେଳେ ଯାନବାହନଗୁଡ଼ିକ ମଧ୍ୟ ତା’ ଉପରେ ଦେଇ ଯାତାୟାତ କରୁଥିଲା। ପୋଲିସ ଏହାକୁ ହଟାଇବା ବେଳକୁ ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଥିଲା। କେତେଜଣ ବ୍ୟକ୍ତି ହାତରେ ପ୍ଲାକାର୍ଡ ଧରିଥିଲେ। ସେଥିରେ ମାକ୍‌ରଁଙ୍କ ଫଟୋରେ ଚପଲ ମାଡ଼ର ଚିହ୍ନ ଦେଖିବାକୁ ମିଳିଥିଲା। ଏହାକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ବିରୋଧୀ ଭାଜପା ଶାସକ ଶିବସେନାକୁ ଟାର୍ଗେଟ କରିଛି। ଭାଜପା ନେତା କିରିଟ ସୋମୈୟା କହିଛନ୍ତି, ଶିବସେନା ଇସ୍‌ଲାମିକ୍‌ ଆତଙ...

‘କେବଳ ବିବାହ ପାଇଁ ଧର୍ମାନ୍ତରୀକରଣ ଗ୍ରହଣୀୟ ନୁହେଁ’

ନୂଆଦିଲ୍ଲୀ,୩୧।୧୦: କେବଳ ବିବାହ ପାଇଁ ଧର୍ମାନ୍ତରୀକରଣ ଗ୍ରହଣୀୟ ନୁହେଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଏକ ମାମଲାର ବିଚାର ବେଳେ କହିଛନ୍ତି। ଏଥିସହିତ ଅଦାଲତ ଏକ ଦମ୍ପତିଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ରିପୋର୍ଟ ଅନୁଯାୟୀ ମହିଳା ଜଣକ ମୁସଲମାନ ହୋଇଥିବାବେଳେ ସେ ବିବାହର ମାସେ ପୂର୍ବରୁ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଏହି ଦମ୍ପତି ପୋଲିସ ସୁରକ୍ଷା ପାଇଁ ରିଟ୍‌ ପିଟିଶନ ଦାଏର କରିଥିଲେ। ଆବେଦନର ବିଚାର କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ମହେଶ ଚନ୍ଦ୍ର ତ୍ରିପାଠୀ କହିଥିଲେ, କେବଳ ବିବାହ ଉଦ୍ଦେଶ୍ୟରେ ଧର୍ମାନ୍ତରୀକରଣ କରାଯାଇଥିବା ସ୍ପଷ୍ଟ ହେଉଛି। ଏଭଳି ଧର୍ମାନ୍ତରୀକରଣ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ପୂର୍ବରୁ ୨୦୧୪ରେ ଏକ ମାମଲାର ବିଚାର କରି ରାୟ ଦେଇଥିବା ଜଷ୍ଟିସ୍‌ ତ୍ରିପାଠୀ ସୂଚାଇବା ସହ ପିଟିଶନକୁ ଖାରଜ କରିଦେଇଥିଲେ। ଧର୍ମ ଦ୍ୱାରା ଅନୁପ୍ରାଣିତ ନ ହୋଇ ବିବାହକୁ ଏଡାଇବା କିମ୍ବା ଧର୍ମ ଉପରେ ବିଶ୍ୱାସ ନ ଥାଇ କୌଣସି ସୁବିଧା ପାଇବା ପାଇଁ ହେଉଥିବା ଧର୍ମାନ୍ତରୀକରଣ ପ୍ରାମାଣିକ ନୁହେଁ। ଧର୍ମାନ୍ତରୀକରଣ ପାଇଁ ହୃଦୟରେ ପରିବର୍ତ୍ତନ ଆସିବା ଆବଶ୍ୟକ। The post ‘କେବଳ ବିବାହ ପାଇଁ ଧର୍ମାନ୍ତରୀକରଣ ଗ୍ରହଣୀୟ ନୁହେଁ’ appeared first on Dharitri Odia News .

ଟିକା ପାଇଁ ବୀମା କବଚ

ବ୍ରସେଲ୍ସ,୩୧ା୧୦: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରୋନା ଭାକ୍ସିନର ଏକ ବୀମା ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ସ୍କିମ ପାଇଁ ଅନ୍ୟ କେତେକ ପକ୍ଷଙ୍କ ସହ ମିଶି ଡବ୍ଲ୍ୟୁଏଚ୍‌ଓ ଏକ ପାଣ୍ଠି ଗଠନ କରିବ। ବୀମା ଯୋଜନାରେ ୯୨ ସ୍ବଳ୍ପ ଆୟକାରୀ ବା ଗରିବ ରାଷ୍ଟ୍ରକୁ ସାମିଲ କରାଯିବ। ଉକ୍ତ ଦେଶଗୁଡ଼ିକର ଲୋକେ କୋଭିଡ୍‌-୧୯ ଭାକ୍ସିନ ନେବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ସେମାନଙ୍କୁ ବୀମା ଅନୁଯାୟୀ କ୍ଷତିପୂରଣ ମିଳିବ। କରେନା ଭାକ୍ସିନ ଆସିବାରେ ହେଉଥିବା ବିଳମ୍ବ ଯୋଗୁ ସମ୍ଭାବ୍ୟ ନିଅଣ୍ଟିଆ ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ଯୋଜନା ପ୍ରସ୍ତୁତ କରାଯାଉଛି। ଏହାକୁ କରୋନା ଟିକା ପ୍ରସ୍ତୁତକାରୀଙ୍କ ପାଇଁ ସୁରକ୍ଷା କବଚ ବୋଲି କୁହାଯାଉଛି। ୨୦୦୯ରେ ଏଚ୍‌୧ଏନ୍‌୧ ସ୍ବାଇନ୍‌ ଫ୍ଲୁ ଦେଖାଦେଇଥିବା ବେଳେ ଏହି ମହାମାରୀର ଭାକ୍ସିନ ଆସିବାରେ ବିଳମ୍ବ ହୋଇଥିଲା। ସେତେବେଳେ ଭାକ୍ସିନକୁ ନେଇ କୌଣସି ସ୍ପଷ୍ଟ ଉତ୍ତରଦାୟିତ୍ୱ ନ ଥିବାରୁ ଅନେକ ସ୍ବଳ୍ପ ଆୟକାରୀ ଦେଶରେ ଟିକା ପ୍ରଦାନ ପ୍ରକ୍ରିୟା ଧିମେଇ ଯାଇଥିଲା। ସେହି ବିଳମ୍ବର ପୁନରାବୃତ୍ତିକୁ ଏଡ଼ାଇବା ଲାଗି ଡବ୍ଲ୍ୟୁଏଚ୍‌ଓ ଏହି ପଦକ୍ଷେପ ନେବାକୁ ଯାଉଛି। ନୂଆ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ସେହି ଆଶଙ୍କାକୁ ଦୂର କରିବା, ଯାହା ଅନ୍ତର୍ଜାତୀୟ ସ୍ତରରେ ଭାକ୍ସିନକୁ ସାମ୍ନାକୁ ଆଣିବାରେ ପ୍ରତିବନ୍ଧକ ସାଜିଥାଏ। କରୋନା ଭାକ୍ସିନ ବୀମା ଯୋଜନା କୋଭାକ୍ସ ...

ଭୋକ ଓ ଭୂତାଣୁ

ଡ. କିଶୋର ମହାନ୍ତି ଭୋକ ଓ ଭୂତାଣୁ ସମାନ୍ତରାଳ ଭାବରେ ଗତି କରି ଚାଲିଛନ୍ତି। ଯଦିଓ ଭୋକ ସର୍ବକାଳୀନ କିନ୍ତୁ ଭୂତାଣୁର ସ୍ଥିତି ସାମୟିକ। ଏହା ସତ୍ୟ ଯେ ଭୂତାଣୁ ଅପେକ୍ଷା ଭୋକ ଆହୁରି ଭୟଙ୍କର। ବିଶ୍ୱରେ ଭୋକ ଆଉ ଭୂତାଣୁ ମଣିଷ ଜୀବନକୁ ଖିନ୍‌ଭିନ୍‌ କରିବାରେ ଲାଗିଛନ୍ତି। ଭୋକ ଦୀର୍ଘକାଳୀନ ଥିଲାବେଳେ ଭୂତାଣୁର ଭୟଙ୍କରୀ ଓ ତା’ର ପ୍ରଭାବ ଜନଜୀବନ ଏବଂ ଜୀବନ ଜୀବିକା ଉପରେ ଏତେ ବେଶି ଯେ ଜନ ଜୀବନ ଅସ୍ତବ୍ୟସ୍ତ ତଥା ନିଜର ଭାରସାମ୍ୟ ରକ୍ଷା କରିବା ସମ୍ଭବପର ନୁହେଁ । ସାଂପ୍ରତିକ କରୋନା ମହାମାରୀରେ କେତେ ଜୀବନ ମୃତ୍ୟୁର ଦ୍ୱାର ଦେଶରେ ଉପନୀତ ତାହା ଆଜି ସୁସ୍ପଷ୍ଟ। ଏଣୁ ଏକଥା ସତ୍ୟ ଯେ ଭୋକ ଓ ଭୂତାଣୁ ମଣିଷ ଜୀବନର ପ୍ରବାହକୁ ବାଧାଦେଉଛି। ଭୂତାଣୁର ପ୍ରକ୍ରିୟା ଓ ପ୍ରତିକ୍ରିୟା ଯେଭଳି ମଣିଷର କଣ୍ଠରୋଧ କରୁଛି ତାହା ଦୁଃଖଦାୟକ। କହିବାକୁ ଗଲେ ଭୋକଠାରୁ ବଡ଼ ଭୂତାଣୁଜଗତରେ ଆଉ କିଛି ନାହିଁ । ସମାଜର ଉନ୍ନତି କ୍ଷେତ୍ରରେ ଭୋକ ହିଁ ପ୍ରଧାନ ଅନ୍ତରାୟ ଓ ବଡ଼ ଶତ୍ରୁ। ଭାରତରେ ଭୋକର ସ୍ଥିତି ଅତି ଶୋଚନୀୟ। ଏଠାରେ ପୋଷଣର ବିକଟାଳ ରୂପ ଗରିବ ଆଫ୍ରିକା ଦେଶଠାରୁ ଖୁବ୍‌ ଅଧିକ। ଏଠାକାର ୫୦ ଶତାଂଶ ମହିଳାଙ୍କର ରକ୍ତହୀନତା ଅନ୍ୟତମ କାରଣ। ବିଶେଷ କରି ୭୦ଶତାଂଶ ଭାରତର ଗ୍ରାମାଞ୍ଚଳ ଲୋକମାନଙ୍କର କୁପୋଷଣ ଓ ଖାଦ୍ୟାଭାବ ଖୁବ୍‌ ବେଶି। ଦେଶର ଆଦିବାସୀ, ବସ୍ତିବାସୀ ମହିଳା ଓ ପାଞ୍ଚବର୍ଷରୁ ଊର୍ଦ୍ଧ୍ୱ ପିଲାମାନେ କୁପୋଷଣର ଅଧିକ ଶି...

ଭୟାନକ ଷ୍ଟାଗ୍‌ଫ୍ଲେସନ

ଡ. ସନ୍ତୋଷ କୁମାର ମହାପାତ୍ର କରୋନା ସଂକ୍ରମଣର ପ୍ରଭାବ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେଲାଣି ା ବର୍ତ୍ତମାନ ବାଂଲାଦେଶର ମୁଣ୍ଡପିଛା ଜିଡିପିଠାରୁ ଭାରତର ମୁଣ୍ଡପିଛା ଜିଡିପି କମ୍‌ ହେବାକୁ ଯାଉଛି ବୋଲି ଆଲୋଚନା ହେଉଛି ା କିନ୍ତୁ ଚିନ୍ତାର ବିଷୟ ଯେ, ଭାରତୀୟ ଅର୍ଥନୀତିରେ କେବଳ ଜିଡିପି ହ୍ରାସ ହୋଇନାହିଁ ବରଂ ଅର୍ଥନୀତି ଭୟଙ୍କର ବିପର୍ଯ୍ୟୟ ଆଡକୁ ଗତି କରୁଛି ା ଭୟାନକ ଷ୍ଟାଗ୍‌ଫ୍ଲେସନ ବା ରିସେସନ-ମୁଦ୍ରାସ୍ଫୀତି (recession- inflation) ସମ୍ମୁଖୀନ ହୋଇଛି ା ସାଧାରଣତଃ ମୁଦ୍ରାସ୍ଫୀତି ସହିତ ଅଧିକ ଅଭିବୃଦ୍ଧି, ନିଯୁକ୍ତି ଜଡିତ ରହିଛି ା କିନ୍ତୁ ଷ୍ଟାଗଫ୍ଲେସନ ହେଉଛି ଅର୍ଥନୀତିର ସ୍ଥାଣୁତା ଏବଂ ମୁଦ୍ରାସ୍ଫୀତିର ମିଶ୍ରଣ ା ଗୋଟିଏ ପଟେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଲା ବେଳେ ଅପରପଟେ ଆର୍ଥିକ ଅଭିବୃଦ୍ଧି ହ୍ରାସ ଘଟେ, ବେରୋଜଗାରୀ ବୃଦ୍ଧି ପାଏ ା ଏହା ଆର୍ଥିକ ନୀତି ପ୍ରଣୟନ ପାଇଁ ଏକ ଦ୍ୱନ୍ଦ୍ୱ ଉପସ୍ଥାପନ କରେ ା କାରଣ ମୁଦ୍ରାସ୍ଫୀତି ହ୍ରାସ ପାଇଁ ସୁଧହାର ବୃଦ୍ଧି ତଥା ଅନ୍ୟ ଯେଉଁ ପଦକ୍ଷେପ ନିଆଯାଏ ତାହା ବେଳେ ବେଳେ ଅଭିବୃଦ୍ଧିର ପରିପନ୍ଥୀ ହୋଇଥାଏ। ୧୯୭୦ ଦଶକରେ ପ୍ରଥମେ ଷ୍ଟାଗଫ୍ଲେସନ ବିଷୟରେ ଆଲୋଚନା ହୋଇଥିଲା, ଯେତେବେଳେ ତୈଳ ସଙ୍କଟ ଯୋଗୁ ଅନେକ ବିକଶିତ ରାଷ୍ଟ୍ର ମୁଦ୍ରାସ୍ଫୀତି ଓ ଉଚ୍ଚ ବେରୋଜଗାରୀ ସମସ୍ୟା ଅନୁଭବ କରିଥିଲେ ା ଷ୍ଟାଗଫ୍ଲେସନ ପ୍ରସଙ୍ଗ ପ୍ରଥମେ ଗ୍ରେଟବ୍ରିଟେନରେ ଆର୍ଥିକ ସମସ୍ୟା ସମୟର...

ଏଇ ଭାରତରେ

ମଣିପୁରର ଜଣେ ବ୍ୟକ୍ତି ହର୍ବାଲ ଚା’ ଚାଷ କରି ୨୦୦୦ ଗରିବ ଲୋକଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ଜୀବନ ଧାରାରେ ପରିବର୍ତ୍ତନ ଆଣିପାରିଛନ୍ତି। ଇମ୍ଫାଲ୍‌ରେ ରହୁଥିବା ୪୪ ବର୍ଷୀୟ ରାଜେଶ କିଶାମ ଏଭଳି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ମୁଖ୍ୟତଃ ଲେମନଗ୍ରାସ୍‌ ଟି ଉପତ୍ାଦନ କରୁଛନ୍ତି ଯାହା ସମ୍ପୂର୍ଣ୍ଣ ଭିନ୍ନ। ଯେଉଁ ଜମିରେ ଲୋକମାନେ ବେଆଇନ ଭାବେ ଗଞ୍ଜେଇ ଓ ଅଫିମ ଚାଷ କରୁଥିଲେ ସେ ସେମାନଙ୍କୁ ସେହି ଚାଷରୁ ନିବୃତ କରୁଛନ୍ତି। ସେମାନଙ୍କୁ ନିଶା ସେବନରୁ ମୁକ୍ତ କରିବାର ପ୍ରୟାସ ଜାରି ରଖିଛନ୍ତି। ଜମିକୁ ଲିଜରେ ନେଇ ଚାଷ କରି ସେମାନଙ୍କୁ ପ୍ରାପ୍ୟ ଦେଉଛନ୍ତି। ପ୍ରଥମେ ରାଜେଶ ୧ ଏକର ଜମିରେ ଚାଷ ଆରମ୍ଭ କରି ଏବେ ୩୫୦ ଏକର ପର୍ଯ୍ୟନ୍ତ ଏହାକୁ ବଢାଇପାରିଛନ୍ତି। ମଣିପୁରର ୪ଟି ଜିଲାରେ ସେ ଏହି ଚାଷ କରୁଛନ୍ତି। ସେ ଯେଉଁଠାରେ ଫାର୍ମ କରୁଛନ୍ତି ସେଠାକାର ଗରିବ ଲୋକମାନଙ୍କୁ ହିଁ ତାଙ୍କ ଫାର୍ମରେ ନିଯୁକ୍ତି ଦେଉଛନ୍ତି। ଏଭଳି ନିଯୁକ୍ତି ପାଇଥିବା ୨,୦୦୦ ଲୋକଙ୍କୁ ଚାଷ, ପ୍ୟାକେଜିଂ ଓ ସେଲିଂ କାର୍ଯ୍ୟରେ ଲଗାଇଛନ୍ତି। ଯାହାଙ୍କ ଜମିକୁ ସେ ଲିଜ୍‌ ନେଉଛନ୍ତି ତାଙ୍କୁ ଫାର୍ମର ଦାୟିତ୍ୱରେ ରଖୁଛନ୍ତି। ବର୍ଷକୁ ଏଥିତ୍ରୁ ସେ ୮ କୋଟି ଟଙ୍କା ରୋଜଗାର କରୁଛନ୍ତି। ୯ ବର୍ଷ ହେବ ସେ ଏହି ଚାଷ କରୁଛନ୍ତି ଓ ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଆଗ୍ରୋମି କମ୍ପାନୀ ଦ୍ୱାରା ଏହାର ପରିଚାଳନା କରୁଛନ୍ତି। T...

ବାବୁ ଓ ବଜେଟ

କୋଭିଡ୍‌-୧୯ ମହାମାରୀରେ ସାଂଘାତିକ ଭାବେ କ୍ଷତି ହୋଇଥିବା ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ବଢାଇବା ଲାଗି ବଜେଟ୍‌ ୨୦୨୧-୨୨ର ଅବଗଣନା ଆରମ୍ଭ ହୋଇଯାଇଛି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଭାସ ଦେବା ପରେ ତୃତୀୟ ଆର୍ଥିକ ପ୍ୟାକେଜ ଆସିବ ବୋଲି ଜୋରଧରିଛିି। ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେଙ୍କ ନେତୃତ୍ୱରେ ବଜେଟ ପ୍ରସ୍ତୁତିରେ ସାମିଲ ବାବୁମାନେ କାମରେ ଲାଗିପଡିଛନ୍ତି। ବଜେଟ ପ୍ରସ୍ତୁତି ପାଇଁ ପ୍ରଥମ ବୈଠକ ଅର୍ଥ ସେବା ବିଭାଗର ଅଧିତ୍କାରୀମାନଙ୍କ ସହ ଏମ୍‌ଏସ୍‌ଏମ୍‌ଇ, ଗୃହ,ଷ୍ଟିଲ୍‌ ଏବଂ ଶକ୍ତି ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ୨୦୨୦-୨୧ର ପରିବର୍ତ୍ତିତ ବଜେଟ୍‌ ଆକଳନ ( ଆର୍‌ଇ) ଏବଂ ୨୦୨୧-୨୦୨୨ ବଜେଟ ଆକଳନକୁ ଚୂଡାନ୍ତ ରୂପ ଦେବାକୁ ପ୍ରାୟ ୧ ମାସ ଲାଗିଯିବ । ବ୍ୟୟ ସଚିବ ଟି.ଭି. ସୋମନାଥନ ଅନ୍ୟ ବିଭାଗୀୟ ସଚିବ ଏବଂ ଅର୍ଥ ପରାମର୍ଶଦାତାମାନଙ୍କ ସହ ଆଲୋଚନା କରିସାରିବା ପରେ ନଭେମ୍ବର ୧୨ରେ ଏହା ଶେଷ କରାଯିବ। ତେବେ ଚଳିତବର୍ଷ କୋଭିଡ୍‌ ଯୋଗୁ ବଜେଟ୍‌ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ପ୍ରତ୍ୟେକ ବୈଠକରେ ଅଧିକାରୀଙ୍କ ଉପସ୍ଥିତିକୁ ନେଇ କଟକଣା ରହିପାରେ। ଏହି ବୈଠକରେ ଗୋଟିଏ ମନ୍ତ୍ରଣାଳୟ ବା ବିଭାଗରୁ ନିର୍ଦ୍ଦେଶକ ର଼୍ୟାଙ୍କର ଅତିବେଶିରେ ୫ ଜଣ ଅଧିତ୍କାରୀ ଉପସ୍ଥିତ ରହିପାରନ୍ତି। ରାଜସ୍ବ ସଂଗ୍ରହ,ବିନିବେଶ, ବ୍ୟୟ, ରପ୍ତାନି ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ ଉପରେ ମହାମାରୀର ପ୍ରଭାବକ...

ଖାଁ ଖାଁ ଗୋତମରା ଗାଁ

ବଅଁରପାଳ, ୩୧ା୧୦(ଡି.ଏନ.ଏ.) ପ୍ରତିବର୍ଷ ପରି ବାର୍ଷିକ ପୂଜାରେ ଚଳଚଞ୍ଚଳ ହେବନି ବଅଁରପାଳ ବ୍ଲକ ଗୋତମରା ଗ୍ରାମର ମା’ ବ୍ରହ୍ମାୟଣୀଙ୍କ ପୀଠ। ବସିବନି ଦୋକାନ ବଜାର କି ଜମିବନି ଶ୍ରଦ୍ଧାଳୁଙ୍କ ଭିଡ଼। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବନି। ନିରାଡମ୍ବରରେ କେବଳ ବିଧି ରକ୍ଷା କରି ମା’ଙ୍କ ପୂଜାର୍ଚ୍ଚନା କରାଯିବ। ଏଥିଯୋଗୁ ପୂଜା ଅବସରରେ ବି ଖାଁ ଖାଁ ଲାଗିବ ଗୋତମରା ଗାଁ । ଯେଉଁଠି ବାର୍ଷିକ ପୂଜା ପାଇଁ ୩ ଦିନ ଧରି ସମଗ୍ର ଗାଁ ଚଳଚଞ୍ଚଳ ହୋଇଉଠୁଥିଲା ସେଠାରେ ନିରାଡମ୍ବରରେ ପୂଜାକୁ ନେଇ ମନଉଣା କରିଛନ୍ତି ଶ୍ରଦ୍ଧାଳୁ। ପ୍ରତିବର୍ଷ ଆଶ୍ୱିନ ମାସ କୁମାର ପୂର୍ଣ୍ଣିମା ତିଥିରେ ପାଳନ ହୋଇଥାଏ ଏହି ଉତ୍ସବ। ୩ ଦିନ ଧରି ଚାଲୁଥିବା ଏହି ଯାତ୍ରା ନକଟି ଯାତ୍ରା ଭାବରେ ମଧ୍ୟ ଜଣାଶୁଣା। ଯାତ୍ରା ଦିନ ଗ୍ରାମର ଦିଅଁଘରୁ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ପୀଠସ୍ଥଳୀକୁ ଯାଇଥାଏ। ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଘୋଡ଼ା ନାଚ, ନାମ ସଂକୀର୍ତ୍ତନ, ଦଣ୍ଡନୃତ୍ୟ ଆଦି ପରିବେଷଣ କରାଯାଏ। ୩ ଦିନ ଧରି ବିଭିନ୍ନ ଦୋକାନ ବଜାର ବସିଥାଏ। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଏ। ହେଲେ ଚଳିତ ଥର କରୋନା ଯୋଗୁ ଏ ସମସ୍ତ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି। କୋଭିଡ୍‌ ନିୟମ ମଧ୍ୟରେ ପାଳନ ମା’ ବ୍ରହ୍ମାୟଣୀଙ୍କ ପୂଜା ପ୍ରତିବର୍ଷ ଆଡମ୍ବରରେ କରାଯାଇଥାଏ। ହେଲେ ଚଳିତ ବର୍ଷ କୋଭିଡ୍‌ କଟକଣା ଲଗା...

ଭୁଶୁଡ଼ି ପଡ଼ିଛି କ୍ରୀଡ଼ା ଭିତ୍ତିଭୂମି

ଅନୁଗୋଳ ଅଫିସ, ୩୧।୧୦ ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତୀକରଣ ହୋଇପାରୁ ନାହିଁ। ଅର୍ଥର ଅଭାବ ନ ଥିଲେ ମଧ୍ୟ ପ୍ରଶାସନର ଆନ୍ତରିକତା ଅଭାବରୁ ସହରରେ ଥିବା ଏକମାତ୍ର ଇନ୍‌ଡୋର ହଲ୍‌ ଜୀରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଛି। ଏପରି କି ହଲ୍‌ ମଧ୍ୟରେ ଥିବା ଟେବୁଲ୍‌ ଟେନିସ୍‌ ଓ ବ୍ୟାଡ୍‌ମିଣ୍ଟନ କୋର୍ଟର ଆଧୁନିକୀକରଣ କରାଯାଉ ନାହିଁ। ବର୍ଷା ହେଲେ ଛାତରୁ ପାଣି ଗଳୁଥିବା ବେଳେ ଏହାର ମରାମତି ମଧ୍ୟ କରାଯାଉ ନାହିଁ। ୨୦୧୩ ଜୁନ୍‌ ୨୮ରେ ଅନୁଗୋଳ ଷ୍ଟାଡିୟମରେ ଇନ୍‌ଡୋର ହଲ୍‌ କମ୍‌ ଟେବୁଲ ଟେନିସ୍‌ ଏକାଡେମୀ ଉଦ୍‌ଘାଟନ ହୋଇଥିଲା। କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଏକପ୍ରକାର ପରିତ୍ୟକ୍ତ ଅବସ୍ଥାକୁ ଚାଲିଯାଇଛି। ଏହାର ଚତୁଃପାର୍ଶ୍ୱ ଅନାବନା ଲଟାବୁଦାରେ ଆବଦ୍ଧ ହୋଇଥିବାବେଳେ ରାତିରେ ମଦ୍ୟପ, ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏପରିକି ଉଦ୍‌ଘାଟନ ହେବା ପର ଠାରୁ ଦିନେ ହେଲେ ଏଠାରେ ଟେବୁଲ ଟେନିସ୍‌ ପ୍ରତିଯୋଗିତାର ଆୟୋଜନ ହୋଇନାହିଁ। କିଣାଯାଇଥିବା ସରଞ୍ଜାମ ମଧ୍ୟ ଗୋଟିଏ ଘରେ ତାଲା ପଡ଼ି ରହିଛି। ବ୍ୟାଡ୍‌ମିଣ୍ଟନ ପାଇଁ ଭଲ କୋର୍ଟ ନ ଥିବାରୁ ଖେଳାଳିମାନେ ସମସ୍ୟାରେ ପଡ଼ୁଛନ୍ତି। ଖେଳିବା ବେଳେ କଂକ୍ରିଟ୍‌ ଢଳେଇ କୋର୍ଟରେ ଖସିପଡ଼ିବା ଭୟ ରହୁଛି। ଆଣ୍ଠୁରେ ମଧ୍ୟ ଯନ୍ତ୍ରଣା ହେଉଥିବା ଖେଳାଳିମାନେ କହିଛନ୍ତି। ଏହାର ରକ୍ଷଣା ବେକ୍ଷଣା ଓ ଆଲୋକୀକରଣ ଖର୍ଚ୍ଚ ମଧ୍ୟ ଖେଳାଳିମାନେ ...

ଇନ୍ଦ୍ରପୁରୀ ହେବନାହିଁ ବିଷ୍ଣୁପୁରୀ

ଓଡ଼ାପଡ଼ା, ୩୧ା୧୦ କରୋନା ଆତଙ୍କ ଯୋଗୁ ସତେ ଯେମିତି କେଉଁଠି ଅଟକିଯାଇଛି ପୃଥିବୀ। ପ୍ରଭାବିତ ହୋଇଛନ୍ତି ମଣିଷ। ଅସ୍ତବ୍ୟସ୍ତ ହୋଇଛି ଜୀବନଯାତ୍ରା। ସବୁଠୁ ବେଶି ପ୍ରତିକୂଳ ପ୍ରଭାବ ପଡ଼ିଛି ହୋଇଛି କଳା, ସଂସ୍କୃତି ଏବଂ ଶିକ୍ଷା ଉପରେ। ଗଣେଶପୂଜା, ଦଶହରା ପରେ ଏବେ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉପରେ ଘୋଟିଛି କୋଭିଡ୍‌ କଳାବାଦଲ। ତେଣୁ ଚଳିତବର୍ଷ ବିଷ୍ଣୁପୁରୀ ପାଲଟିବନି ଇନ୍ଦ୍ରପୁରୀ (ଇନ୍ଦିପୁର), ଯାହାକୁ ନେଇ ପୂଜା କମିଟି, ଶ୍ରଦ୍ଧାଳୁ ଏବଂ ଗ୍ରାମବାସୀଙ୍କ ମନରୁ ମରିଯାଇଛି ସରାଗ। ଢେଙ୍କାନାଳ ପରେ ଓଡ଼ାପଡା ବ୍ଲକ ଇନ୍ଦିପୁରର ଲକ୍ଷ୍ମୀପୂଜାର ସ୍ବତନ୍ତ୍ର ମହତ୍ତ୍ୱ ରହିଛି। ଦୀର୍ଘଦିନରୁ ଏଠାରେ ମହାମାୟାଙ୍କ ଆବାହନ କରାଯାଉଛି। ଗଣପର୍ବ ଲକ୍ଷ୍ମୀପୂଜାକୁ ଶ୍ରଦ୍ଧାର ସହ ପାଳନ କରାଯାଉଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ, ବନ୍ଧୁବାନ୍ଧବଙ୍କ ଭିଡ଼, ଯାତ୍ରା ବୁଲାରେ ଗଁାରେ ସୃଷ୍ଟି ହୋଇଥାଏ ସହରର ଭ୍ରମ। ସତେଯେମିତି ଇନ୍ଦିପୁର ପାଲଟିଯାଏ ବିଷ୍ଣୁପୁରୀ। ତେବେ ଚଳିତ ବର୍ଷ ସବୁକିଛି ଫିକା କରିଦେଇଛି କରୋନା। ଅନ୍ୟପଟେ ଗ୍ରାମର ୨୪ ମଣ୍ଡପରେ ଶୁକ୍ରବାର ସନ୍ଧ୍ୟାରୁ ନିରାଡମ୍ବର ଭାବେ ପୂଜା ଆରମ୍ଭ ହୋଇଛି। କେବଳ ବିଧି ପାଳନକୁ ଛାଡ଼ିଦେଲେ ଆଉ ସବୁକୁ ନା’ କରାଯାଇଛି। କୌଣସି ସାଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ କି ଆକର୍ଷଣୀୟ ଭସାଣି ଶୋଭାଯାତ୍ରା ମଧ୍ୟ ହେବନାହିଁ। କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରାଯାଇ ପୂଜା ଆୟୋଜନ କ...

ପଞ୍ଜାବକୁ ରୋକିଲା ରାଜସ୍ଥାନ

ଆବୁଧାବି, ୩୧।୧୦- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ କିଙ୍ଗ୍ସ ଇଲେଭେନ ପଞ୍ଜାବର କ୍ରମାଗତ ୬ ବିଜୟରେ ବ୍ରେକ୍‌ ଲଗାଇଛି ରାଜସ୍ଥାନ ରୟାଲ୍ସ। ଲଗାତାର ୫ ମ୍ୟାଚ ଜିତି ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ କରିଥିବା ପଞ୍ଜାବକୁ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ୭ ଉଇକେଟରେ ପରାସ୍ତ କରିଛି। କ୍ରିସ୍‌ ଗେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ପଞ୍ଜାବ ୨୦ ଓଭରରେ ୪ ଉଇକେଟ ହରାଇ ୧୮୫ ରନ କରିଥିଲା। ଜବାବରେ ରାଜସ୍ଥାନ ୧୭.୩ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଚଳିତ ଆଇପିଏଲରେ ଦୁଇଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ୪ ଉଇକେଟରେ ବିଜୟୀ ହୋଇଥିଲା। ଏଠାରେ ବିଜୟୀ ହୋଇ ତାହାକୁ ଡବଲରେ ପରିଣତ କରିଛି ଷ୍ଟିଭ୍‌ ସ୍ମିଥଙ୍କ ଦଳ। ରାଜସ୍ଥାନ ୧୩ ମ୍ୟାଚରୁ ୬ଷ୍ଠ ବିଜୟ ସହ ୧୨ ପଏଣ୍ଟରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ପଞ୍ଜାବ ମଧ୍ୟ ୧୩ ମ୍ୟାଚରୁ ୧୨ ପଏଣ୍ଟରେ ସ୍ଥିର ରହିଛି। ଟସ୍‌ ହାରି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ। ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରି ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ପ୍ରଥମ ଓଭରରେ ମନଦୀପ ସିଂଙ୍କୁ ଆଉଟ କରି ପଞ୍ଜାବ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ମାତ୍ର ଅଧିନାୟକ ଲୋକେଶ ରାହୁଲ ଓ ଚଳିତ ସିଜନରେ କିଙ୍ଗ୍ସ ଇଲେଭେନ ପାଇଁ ଭାଗ୍ୟବାନ ସାବ୍ୟସ୍ତ ହୋଇଥିବା କ୍ରିସ୍‌ ଗେଲ୍‌ ପ୍ରତିପକ୍ଷ ବୋଲରଙ୍କୁ ଧୂଲେଇ କରି ଦ୍ୱିତୀୟ ଉଇକେଟ...

ଆଇଏସ୍‌ଏଲ୍‌ କାର୍ଯ୍ୟସୂଚୀ ଘୋଷଣା

ମାର୍ଗାଓ, ୩୧।୧୦: ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ୍‌) ୭ମ ସଂସ୍କରଣର ପ୍ରଥମ ଚରଣ ପାଇଁ ଶୁକ୍ରବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଯାଉଥିବା ଏହି ହାଇ ପ୍ରୋଫାଇଲ ଫୁଟବଲ ଇଭେଣ୍ଟର ଉଦ୍‌ଘାଟନୀ ମ୍ୟାଚ ଏଟିକେ ମୋହନବାଗାନ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଅନୁଷ୍ଠିତ ହେବ। ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫସି ୨୩ ତାରିଖରେ ଏହାର ପ୍ରଥମ ମ୍ୟାଚ ଗୋଆ ବାମ୍ବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ହାଇଦ୍ରାବାଦ୍‌ ଏଫ୍‌ସି ସହିତ ଖେଳିବ। ପରେ ଏହି ଦଳ ୨୯ରେ ଜାମସେଦପୁର, ଡିସେମ୍ବର ୩ରେ ଏଟିକେ ମୋହନ ବାଗାନ, ୬ରେ ମୁମ୍ବାଇ ସିଟି ଏଫ୍‌ସି, ୧୨ରେ ଏଫ୍‌ସି ଗୋଆ, ୧୭ରେ ବେଙ୍ଗାଲୁରୁ ଏଫ୍‌ସି, ୨୨ରେ ନର୍ଥଇଷ୍ଟ ୟୁନାଇଟେଡ, ଜାନୁୟାରୀ ୩ରେ ଏସ୍‌ସି ଇଷ୍ଟବେଙ୍ଗଲ, ୭ରେ କେରଳ ବ୍ଲାଷ୍ଟର୍ସ, ୧୦ରେ ଚେନ୍ନାଇନ୍‌ ଏଫ୍‌ସିକୁ ଭେଟିବ। କୋଭିଡ-୧୯ ମହାମାରୀ ପାଇଁ ପ୍ରତିଯୋଗିତା ଏଥର ଗୋଆର ଜିଏମ୍‌ସି, ତିଳକ ମଇଦାନ ଏବଂ ଫତୋର୍ଦା ଷ୍ଟାଡିୟମରେ ରୁଦ୍ଧଦ୍ୱାର ମଧ୍ୟରେ ବିନା ଦର୍ଶକରେ ଅନୁଷ୍ଠିତ ହେବ। ଗତ ସିଜନରେ ଏଟିକେ ଫାଇନାଲରେ ଚେନ୍ନାଇନ୍‌ ଏଫ୍‌ସିକୁ ହରାଇ ଟାଇଟଲ ଜିତିଥିଲା। ସେହିପରି ଏଫ୍‌ସି ଗୋଆ ଲିଗ୍‌ ପର୍ଯ୍ୟାୟରେ ଶୀର୍ଷରେ ରହି ଶିଲ୍ଡ ହାସଲ କରିବା ସହ ଏଏଫ୍‌ସି ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ସେବେଠାରୁ ଏଟିକେ ଆଇ-ଲିଗ୍‌ ଚାମ୍ପିୟନ ମୋହନବାଗାନ ସହିତ ମିଶି ଯାଇଛି। ଏବେ...

ଟାଇସନ-ଜୋନ୍ସ ପ୍ରଦର୍ଶନୀ ବାଉଟ୍‌

ଲସ୍‌ଏଞ୍ଜେଲସ୍‌ ୩୧ା୧୦ (ଏପି): ବକ୍ସିଂ ରିଙ୍ଗ୍‌କୁ ଫେରିବେ ମାଇକ୍‌ ଟାଇସନ ଓ ରୟ ଜୋନ୍ସ ଜୁନିୟର। ଦୁଇ ବକ୍ସରଙ୍କ ମଧ୍ୟରେ ଏହା ଏକ ପ୍ରଦର୍ଶନୀ ମୁକାବିଲା ହେବ। ଏଥିରେ ବକ୍ସିଂର ଉଚ୍ଚକୋଟୀର କୌଶଳ ଦେଖିବାକୁ ମିଳିବ। ଏହା ପ୍ରଦର୍ଶନୀ ବାଉଟ୍‌ ନୁହେଁ, ସେମାନେ ଏହାକୁ ଗମ୍ଭୀରତାର ସହ ନେଉଥିବା ୫୦ରୁ ଊର୍ଦ୍ଧ୍ୱ ବୟସର ବକ୍ସର ଦ୍ୱୟ କହିଛନ୍ତି। ନଭେମ୍ବର ୨୮ରେ ଲସ୍‌ଏଞ୍ଜେଲସ୍‌ର ଷ୍ଟାପଲ୍ସ ସେଣ୍ଟରଠାରେ ଏହି ଲଢେଇର ଆୟୋଜନ କରାଯାଇଛି। ୫୪ ବର୍ଷୀୟ ଟାଇସନ ଏବଂ ୫୧ ବର୍ଷୀୟ ଜୋନ୍ସଙ୍କ ମଧ୍ୟରେ ୮ ରାଉଣ୍ଡ ବିଶିଷ୍ଟ ଇଭେଣ୍ଟ ଅନୁଷ୍ଠିତ ହେବ। କାଲିଫର୍ନିଆର ଆଥଲେଟିକ୍‌ କମିଶନଠାରୁ ଏଥିପାଇଁ ଅନୁମତି ନିଆଯାଇଛି। ୨୦୦୫ ଜୁନ୍‌ରେ ଟାଇସନଙ୍କ ଶେଷ ଅଫିସିଆଲ ବାଉଟ୍‌ ଥିଲା। ପୂର୍ବତନ ନିର୍ବିବାଦୀୟ ହେଭିଓ୍ବେଟ୍‌ ଚାମ୍ପିୟନ ୧୯୯୬ରୁ ଏକ ଟାଇଟଲ ଧରି ରଖିପାରି ନାହାନ୍ତି। ଅନ୍ୟପକ୍ଷରେ ଜୋନ୍ସଙ୍କୁ ୪୦ ବର୍ଷ ହେବା ପରେ ସେ ବହୁ ଦିନ ଧରି ସୁପର ମିଡଲଓ୍ବେଟ୍‌ ଏବଂ ଲାଇଟ୍‌ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିଥିଲେ। ନିକଟ ଅତୀତରେ ସେ ୨୦୧୮ ଫେବୃୟାରୀରେ ଲଢେଇ କରିଥିଲେ। The post ଟାଇସନ-ଜୋନ୍ସ ପ୍ରଦର୍ଶନୀ ବାଉଟ୍‌ appeared first on Dharitri Odia News .

କାଭିନ୍ଦର, ସଞ୍ଜିତ୍‌ ଫାଇନାଲରେ

ନୂଆଦିଲ୍ଲୀ, ୩୧ା୧୦ (ପି.ଟି.)- ଭାରତୀୟ ବକ୍ସର କାଭିନ୍ଦର ସିଂ ବିସ୍ତ୍‌ (୫୭କେଜି) ଓ ସଞ୍ଜିତ (୯୧କେଜି) ଫ୍ରାନ୍ସର ନାଣ୍ଟିସ୍‌ଠାରେ ଚାଲିଥିବା ଆଲେକ୍ସିସ୍‌ ଭାଷ୍ଟିନେ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ୪ଥର ଏସିଆନ୍‌ ପଦକ ବିଜେତା ଶିବ ଥାପ୍ପା (୬୩କେଜି) ତାଙ୍କ ସେମିଫାଇନାଲ ମୁକାବିଲାରେ ପରାଜିତ ହୋଇ ଏକ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ସେ ସ୍ଥାନୀୟ ଫେଭରାଇଟ୍‌ ଲୋନେସ୍‌ ହାମରାଇଙ୍କ ନିକଟରୁ ୨-୧ରେ ପରାଜିତ ହୋଇଛନ୍ତି। ଏସିଆନ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା ଏବଂ ପୂର୍ବତନ ବିଶ୍ୱଚାମ୍ପିୟନଶିପ୍‌ କ୍ୱାର୍ଟରଫାଇନାଲିଷ୍ଟ କାଭିନ୍ଦର ଫ୍ରାନ୍ସର ବେନିକ୍‌ ଜର୍ଜ ଭେଲକୁମିଆନଙ୍କ ବିପକ୍ଷ ଲଢେଇ ୩-୦ରେ ସହଜ ବିଜୟ ଲାଭ କରିଛନ୍ତି। ସେ ଟାଇଟଲ ମୁକାବିଲାରେ ଅନ୍ୟ ଜଣେ ସ୍ଥାନୀୟ ଆଶାୟୀ ସାମୁଏଲ୍‌ କିସ୍ତୋହରିଙ୍କୁ ଭେଟିବେ। ଇଣ୍ଡିଆ ଓପନ୍‌ ସ୍ବର୍ଣ୍ଣ ବିଜେତା ସଞ୍ଜିତ ଆମେରିକାର ଶେରଡ୍‌ ଫଲ୍‌ଗମ୍‌ଙ୍କୁ ୨-୧ରେ ହରାଇ ଦେଇଛନ୍ତି। ସଞ୍ଜିତ ମଧ୍ୟ ଫାଇନାଲରେ ଜଣେ ଫ୍ରେଞ୍ଚ ପ୍ରତିଦ୍ୱନ୍ଦ୍ୱୀ ସୋହେବ ବୋଆଫିଆଙ୍କ ସହ ମୁକାବିଲା କରିବେ। ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ଅମିତ ଫଙ୍ଗାଲ (୫୨କେଜି) ମଧ୍ୟ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେ ଆମେରିକାର ଖ୍ରିଷ୍ଟୋଫର ହେରେରାଙ୍କୁ ଭେଟିବେ। ଏହି ବିଭାଗରେ ହୋଇଥିବା ଡ୍ର’ରେ ମାତ୍ର ୪ ବକ୍ସର ଭାଗ ନେଇଥିଲେ। ମାର୍ଚ୍ଚରେ ଜୋର୍ଡାନରେ ଅ...

ଟୋକିଓ ଅଲିମ୍ପିକ୍ସ: ଜାପାନରେ ଟିକେଟ କ୍ରେତା ମୂଲ୍ୟ ଫେରିପାଇବେ

ଟୋକିଓ, ୩୧ା୧୦ (ଏପି): ଜାପାନରେ ଟୋକିଓ ଅଲିମ୍ପିକ୍ସର ଟିକେଟ କ୍ରେତାମାନେ ଚାହିଁଲେ ସେମାନଙ୍କ ମୂଲ୍ୟ ଫେରିପାଇବେ। ଏଥିପାଇଁ ସ୍ଥାନୀୟ ଆୟୋଜକ ଶୁକ୍ରବାର ଗ୍ୟାରେଣ୍ଟି ପ୍ରଦାନ କରିଛି। କିନ୍ତୁ ଜାପାନ ବାହାରେ ନ୍ୟାଶନାଲ ଅଲିମ୍ପିକ କମିଟି ଦ୍ୱାରା ନିଯୁକ୍ତ ସ୍ବୀକୃତିପ୍ରାପ୍ତ ଟିକେଟ ରିସେଲରଙ୍କଠାରୁ ଖରିଦ କରିଥିବା ଖେଳପ୍ରେମୀମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ। କାରଣ ଅନେକ ଟିକେଟମୂଲ୍ୟ ଫେରାଇବାକୁ ନେଇ ସର୍ତ୍ତ ରଖିଛନ୍ତି। ଦେଶକୁ ଦେଶ ଏଥିରେ ଫରକ ରହିଛି। ଜାପାନର ଯେଉଁ ଖେଳପ୍ରେମୀମାନେ ଆସନ୍ତାବର୍ଷ ଟିକେଟ ବ୍ୟବହାର କରିପାରିବେ ନାହିଁ ବୋଲି ମନେ କରୁଛନ୍ତି ସେମାନେ ନଭେମ୍ବର ୧୦ରୁ ୩୦ ମଧ୍ୟରେ ମୂଲ୍ୟ ଫେରସ୍ତ ପାଇଁ ଆବେଦନ କରିପାରିବେ। ପାରା ଅଲିମ୍ପିକ୍ସ ପାଇଁ ଡିସେମ୍ବର ୧ରୁ ୨୧ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ଯଦି ଭେନ୍ୟୁଗୁଡ଼ିକରେ ଆସନ ସଂଖ୍ୟାକୁ ସୀମିତ କରାଯାଏ ତେବେ କ୍ରେତାଙ୍କୁ ଟିକେଟ ମୂଲ୍ୟ ଫେରାଇବାକୁ ପଡ଼ିବ ବୋଲି ଟୋକିଓ ୨୦୨୦ ମୁଖପାତ୍ର ମାସା ଟାକାୟା କହିଛନ୍ତି। ଆସନ୍ତାବର୍ଷ ମଧ୍ୟ ଅଲିମ୍ପିକ୍ସ ସମ୍ଭବ ହେବନାହିଁ ବୋଲି ଅନେକେ କଳ୍ପନାଜଳ୍ପନା କରୁଛନ୍ତି। ଏହା ସେ ସମୟର ମହାମାରୀ ପରିସ୍ଥିତି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି। ଅଲିମ୍ପିକ୍ସ ୨୦୨୧ ଜୁଲାଇ ୨୩ରୁ କରିବା ଲାଗି ଆୟୋଜକ ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ସ୍ଥିର କରିଛନ୍ତି। କିନ୍ତୁ ବିନା ଭ...

ଋତୁରାଜ ଜଣେ ପ୍ରତିଭାସମ୍ପନ୍ନ କ୍ରିକେଟର: ଧୋନୀ

ଦୁବାଇ,୩୧।୧୦(ପି.ଟି.): ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ ନିଜ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରଭାବିତ କରିଛନ୍ତି। ଶ୍ରେଷ୍ଠ ପ୍ରତିଭାସମ୍ପନ୍ନ କ୍ରିକେଟରମାନଙ୍କ ମଧ୍ୟରୁ ସେ ଅନ୍ୟତମ ବୋଲି ଧୋନୀ କହିଛନ୍ତି। ଗୁରୁବାର କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଋତୁରାଜ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରି ଚେନ୍ନାଇ ବିଜୟରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ। ଏଥର ଆଇପିଏଲ୍‌ ଖେଳି ନ ଥିବା କ୍ରିକେଟରଙ୍କୁ ଅନ୍ତିମ ଏକାଦଶରେ ସାମିଲ କରିବାକୁ ଚେନ୍ନାଇ ନିଷ୍ପତ୍ତି ନେଇଥିଲା। ଫଳରେ ଋତୁରାଜ ଖେଳିବାକୁ ସୁଯୋଗ ପାଇଥିଲେ ଓ ସେ ଏହାର ଫାଇଦା ଉଠାଇଥିଲେ। ଋତୁରାଜ ନେଟ୍ସରେ ଭଲ ଖେଳୁଥିଲେ, ତେବେ କୋଭିଡ୍‌ ପଜିଟିଭ ହେବା କାରଣରୁ ସେ ୨୦ ଦିନ ଖେଳରୁ ଦୂରେଇ ରହିଥିଲେ। ସେ ଅଧିକ କଥା କହିବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ମ୍ୟାନେଜମେଣ୍ଟ ତାଙ୍କ ପ୍ରତିଭା ଆକଳନ କରିବାରେ ସମର୍ଥ ହୋଇ ନ ଥିଲା। ୨୩ ବର୍ଷୀୟ ଏହି ମହାରାଷ୍ଟ୍ର ବ୍ୟାଟ୍ସମ୍ୟାନ ସବୁପ୍ରକାର ଶଟ୍‌ ଖେଳିପାରିନ୍ତି ଓ ତାଙ୍କ ଶଟ୍‌ମାନ ଦେଖବା ପାଇଁ ବେଶ୍‌ ଉପଭୋଗ୍ୟ ବୋଲି ଧୋନୀ କହିଛନ୍ତି। ତେବେ ଋତୁରାଜ ତାଙ୍କ ପ୍ରଥମ ୩ଟି ଇନିଂସରେ ଯଥାକ୍ରମେ ୦, ୫ ଓ ୦ ରନ ସଂଗ୍ରହ କରିଥିଲେ। କ୍ରିଜ୍‌ରେ କିଛି ସମୟ ଜମିଯିବା ପରେ ସେ ନିଜ ଇଚ୍ଛା ଅନୁଯାୟୀ ଶଟ୍‌ ଖେଳିଥାନ୍ତି। ସେହିପରି ଅନ୍ତିମ ଓଭରରେ କ୍ରମାଗତ ୨ଟି ଛକାମାରି ଚେ...

ପ୍ରଥମ ଦିନିକିଆ: ଟେଲରଙ୍କ ଶତକ ନିଷ୍ଫଳ: ପାକିସ୍ତାନ ୨୬ ରନରେ ବିଜୟୀ

ରାଓ୍ବଲପିଣ୍ଡି,୩୧।୧୦(ପି.ଟି.): ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ୨୬ ରନରେ ବିଜୟୀ ହୋଇଛି। ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ଓଭରରେ ୮ ଉଇକେଟ ବିନିମୟରେ ୨୮୧ ରନ ସଂଗ୍ରହ କରିଥିଲା। ଜବାବରେ ଜିମ୍ବାଓ୍ବେ ୪୯. ୪ ଓଭରରେ ୨୫୫ ରନ କରି ଅଲ୍‌ ଆଉଟ ହୋଇ ପରାଜୟ ବରଣ କରିଛି। ଏଥିସହ ପାକିସ୍ତାନ ୩ ମ୍ୟାଚ୍‌ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଶତକୀୟ ପାଳି ଖେଳିଥିବା ଜିମ୍ବାଓ୍ବେ ଉଇକେଟକିପର ବ୍ୟାଟ୍ସମ୍ୟାନ ବ୍ରେଣ୍ଡନ ଟେଲର ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ୨୮୨ ରନ ବିଜୟ ଲକ୍ଷ୍ୟର ପିଛା କରି ଜିମ୍ବାଓ୍ବେ ଆରମ୍ଭରୁ କେତୋଟି ଉଇକେଟ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ତେବେ ବ୍ରେଣ୍ଡନ ଟେଲର ୧୧୨ ରନର ଶତକୀୟ ପାଳି ଖେଳି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଚାମୁ ଚିଭାଭା ୧୩, କ୍ରେଗ୍‌ ଏରିଭିନ୍‌ ୪୧, ଓ୍ବେସ୍‌ଲି ମାଧେଭେର ୫୫ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇ ନ ଥିଲା। ବୋଲିଂରେ ପାକିସ୍ତାନ ତରଫରୁ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ସର୍ବାଧିକ ୫, ଅଭିଜ୍ଞ ଦ୍ରୁତ ବୋଲର ଓ୍ବାହାବ ରିୟାଜ ୪, ଇମାଦ ଓ୍ବାସିମ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ପ୍ରଥମେ...

ଦିଲ୍ଲୀ ପାଇଁ କର ବା ମର ପରିସ୍ଥିତି

ଦୁବାଇ,୩୧।୧୦: ଶନିବାର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। ଗତଥରର ଚାମ୍ପିୟନ ମୁମ୍ବାଇ ପ୍ଲେ- ଅଫ୍‌ରେ ସ୍ଥାନ ପାଇସାରିଥିତ୍ବାରୁ ଏହି ମ୍ୟାଚ୍‌ ଦିଲ୍ଲୀ ପାଇଁ ଅଧିକ ଗୁରୁତ୍ୱବହନ କରୁଛି। ଏଥିରେ ବିଜୟୀ ହୋଇ ମୁମ୍ବାଇ ଦିଲ୍ଲୀର ପ୍ଲେ- ଅଫ୍‌ ଆଶାକୁ ପ୍ରଭାବିତ କରିବା ଲକ୍ଷ୍ୟରେ ରହିଛି। କ୍ରମାଗତ ୩ଟି ମ୍ୟାଚ୍‌ରେ ପରାସ୍ତ ହୋଇ ଦିଲ୍ଲୀ କିନ୍ତୁ ଏହି ମ୍ୟାଚ୍‌ ଜିତି ମ୍ୟାଜିକ ୧୬ ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ରହିଛି। ମୁମ୍ବାଇ ୧୨ ମ୍ୟାଚ୍‌ ଖେଳି ୮ ବିଜୟ, ୪ ପରାଜୟ ସହ ୧୬ ପଏଣ୍ଟ ହାସଲ କରି ପ୍ଲେ- ଅଫ୍‌କୁ ଉଠିସାରିଛି। ଅନ୍ୟପଟେ ଦିଲ୍ଲୀ ୧୨ ମ୍ୟାଚ୍‌ ଖେଳି ୭ ବିଜୟ, ୫ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ତୃତୀୟସ୍ଥାନରେ ରହିଛି। ଦିଲ୍ଲୀ ଆଉ ୨ଟି ମ୍ୟାଚ ମୁମ୍ବାଇ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବ। ତେଣୁ ଏହି ମ୍ୟାଚ୍‌ ଜିତି ଦିଲ୍ଲୀ ଆଗୁଆ ପ୍ଲେ ଅଫ୍‌କୁ ଉଠିବା ଲକ୍ଷ୍ୟରେ ରହିଛି। ଯଦି ଦିଲ୍ଲୀ ତା’ର ବାକି ଦୁଇଟି ମ୍ୟାଚ୍‌ରେ ପରାସ୍ତ ହୁଏ ତେବେ ପଞ୍ଜାବ ୧୪ ପଏଣ୍ଟ ହାସଲ କରି ଭଲ ଏନ୍‌ଆରଆରରେ ଦିଲ୍ଲୀକୁ ଏଲିମିନେଟ୍‌ କରିବ। ମୁମ୍ବାଇ କ୍ୱାଲିଫାଏ କରିସାରିଥିବାରୁ ବିନା ଚାପରେ ଖେଳିବ। ସବୁଦୃଷ୍ଟିକୋଣୁ ଦିଲ୍ଲୀ ବିପକ୍ଷରେ ମୁମ୍ବାଇ ଫେଭରାଇଟ୍‌ ମନେ ହେଉଛି। ଅପରପକ୍ଷରେ ଦିଲ୍ଲୀ ହ୍ୟାଟ୍ରିକ ପରାଜୟକୁ ଭୁଲି ନୂଆ ଉତ୍ସାହରେ ପଡିଆକୁ ଓହ୍ଲାଇବ ବୋଲି ଆ...

ପ୍ଲେ- ଅଫ୍‌ରେ ସ୍ଥାନ ହାସଲ ଲକ୍ଷ୍ୟରେ ବାଙ୍ଗାଲୋର

ଶାରଜା,୩୧।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୫୨ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନ ରାଇଜର୍ସ ହାଇଦ୍ରାବାଦ୍‌ ମୁହଁାମୁହିଁ ହେବେ। ଶନିବାର ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହୋଇ ବାଙ୍ଗାଲୋର ପ୍ଲେ- ଅଫ୍‌ ସ୍ଥାନ ହାସଲ ଲକ୍ଷ୍ୟରେ ରହିଛି। ବାଙ୍ଗାଲୋର ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍‌ ଖେଳି ୭ ବିଜୟ ୫ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। କ୍ରମାଗତ ଦୁଇଟି ମ୍ୟାଚ୍‌ରେ ପରାସ୍ତ ହୋଇ ବାଙ୍ଗାଲୋର ତା’ର ପ୍ରଶଂସକଙ୍କୁ ନିରାଶ କରିଛି। ଅନ୍ୟପଟେ ହାଇଦ୍ରାବାଦ୍‌ ଦମ୍‌ଦାର ପ୍ରଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇବା ପରେ ଆତ୍ମବିଶ୍ୱାସ ଦୃଢ କରିଛି। ବାକିଥିବା ୨ଟି ମ୍ୟାଚ୍‌ରୁ ଗୋଟିଏରେ ବିଜୟୀ ହେଲେ ବାଙ୍ଗାଲୋର ପ୍ଲେ- ଅଫ୍‌ରେ ସ୍ଥାନ ହାସଲ କରିବ। ପ୍ଲେ- ଅଫ୍‌ ଦୌଡ଼ରୁ ଏକମାତ୍ର ଦଳ ଭାବେ ଚେନ୍ନାଇ ସୁପର କିଙ୍ଗ୍ସ ବାଦ୍‌ ପଡିଛି। ତେବେ ଗତ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ହରାଇ ଚେନ୍ନାଇ ପ୍ଲେ- ଅଫ୍‌ ରେସ୍‌କୁ ଆହୁରି ରୋମାଞ୍ଚିତ କରିଛି। ବାଙ୍ଗାଲୋର ବାକି ଦୁଇଟି ମ୍ୟାଚ୍‌ରେ ପରାସ୍ତ ହେଲେ ମଧ୍ୟ କ୍ୱାଲିଫାଏ କରିପାରିବ। ତେବେ ସେଥିପାଇଁ ତାକୁ ଅନ୍ୟ ମ୍ୟାଚ୍‌ଗୁଡିକ ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। ଅବଶ୍...

ବିତ୍ତୀୟ ନିଅଣ୍ଟ ୯.୧୪ ଲକ୍ଷ କୋଟି ଛୁଇଁଲା

  ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ଗତ ତ୍ରୈମାସ ସୁଦ୍ଧା ସରକାରଙ୍କ ବିତ୍ତୀୟ ନିଅଣ୍ଟ(ଆୟ ଏବଂ ବ୍ୟୟ ମଧ୍ୟରେ ପାର୍ଥକ୍ୟ) ୯.୧୪ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହା ବଜେଟ ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ପ୍ରାୟ ୧୧୪.୮% ସ୍ତରରେ ରହିଛି। ସରକାରଙ୍କ ରାଜସ୍ବ ସଂଗ୍ରହ ଚଳିତ ବର୍ଷ କମିଥିବା ବେଳେ ଖର୍ଚ୍ଚ ବଢିବାରୁ ଏଭଳି ସ୍ଥିତି ସାମ୍ନାକୁ ଆସିଛି। କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ସରକାର ମାର୍ଚ୍ଚ ଶେଷରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏହା ପରଠାରୁ ବଜାର ବ୍ୟବସ୍ଥା ବିଗିଡିଯାଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ସୁଧାର ଆସିପାରିନାହିଁ; ଯାହାର ପ୍ରଭାବ ଟିକସ ସଂଗ୍ରହ ଉପରେ ପଡୁଛି। କମ୍ପଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟ(ସିଜିଏ) ଦେଇଥିବା ଡାଟା ମୁତାବକ, ବିତ୍ତୀୟ ନିଅଣ୍ଟ ୯ ଲକ୍ଷ ୧୩ ହଜାର ୯୩୩ କୋଟି ଟଙ୍କା ରହିଛି। ଗୋଟିଏ ବର୍ଷ ସମାନ ତ୍ରୈମାସରେ ଏହା ବଜେଟ ଧାର୍ଯ୍ୟ ଲକ୍ଷ୍ୟର ୯୨.୬% ସ୍ତରରେ ରହିଥିଲା। ଚଳିତ ବର୍ଷ ସରକାରଙ୍କ ରାଜସ୍ବ ଅଦ୍ୟାବଧି ୩୨.୫% ହ୍ରାସ ହୋଇଛି। ଏଭଳି ଡାଟାକୁ ଦେଖିଲେ ଜଣାଯିବ ଯେ, ସରକାରଙ୍କ ଖର୍ଚ୍ଚ ବଢିଥିବା ବେଳେ ରାଜସ୍ବରେ ହ୍ରାସ ହୋଇଛି। ସରକାରଙ୍କ ରାଜସ୍ବ ତୁଳନାରେ ଖର୍ଚ୍ଚ ୧୧୪% ସ୍ତରରେ ରହିଛି। ଚଳିତ ବର୍ଷ ଜୁଲାଇରେ ଏହି ସ୍ତରରେ ମଧ୍ୟ ଉଚ୍ଚରେ ରହିଥିଲା। ୨୦୨୦-୨୧ର ରାଜସ୍ବ ସଂଗ୍ରହ ଆକଳନ ତୁଳନାରେ ସେପ୍ଟେମ୍ବର ସୁଦ୍ଧା ସରକାର ୨୫.୧୮% ରାଜସ୍ବ ମିଳିଛି। ସରକାର ଏହି ଅବ...

କୋର୍‌ ସେକ୍ଟରରେ ସ୍ଥିତାବସ୍ଥା ଫେରୁଛି

ନୂଆଦିଲ୍ଲୀ: ଦେଶର ୮ କୋର୍‌ ସେକ୍ଟର ଗତ ୭ ମାସ ଧରି ପ୍ରଭାବିତ ସ୍ଥିତିରେ ରହିଛି। କରୋନା ମହାମାରୀ ଯୋଗୁ ଏଭଳି ସ୍ଥିତି ଉପୁଜିଛି। ମାତ୍ର ଅନ୍‌ଲକ ପରେ ଏଥିରେ ପ୍ରଭାବ କମୁଥିବା ନଜରକୁ ଆସିଛି। କୋର ସେକ୍ଟର କାର୍ଯ୍ୟକଳାପ ପୁଣି ଥରେ ଟ୍ରାକ୍‌କୁ ଫେରୁଥିବା ଜଣାପଡିଛି। ସେପ୍ଟେମ୍ବର ମାସରେ କୋର୍‌ ସେକ୍ଟର ମାତ୍ର ୦.୮% ଖସିଛି। ଏହା ଅଗଷ୍ଟରେ ୭.୩% ହ୍ରାସ ହୋଇଥିଲା। କୋର ସେକ୍ଟର ସୂଚୀରେ କୋଇଲା, ବିଦ୍ୟୁତ୍‌ ଶକ୍ତି ଏବଂ ଇସ୍ପାତର ଭଳି କ୍ଷେତ୍ରଗୁଡିକର ଭାଗ ପ୍ରାୟ ଅଧାରୁ ଅଧିକ। ସେପ୍ଟେମ୍ବରରେ ଏହି କ୍ଷେତ୍ରଗୁଡିକର କାର୍ଯ୍ୟକଳାପ ବେଶ୍‌ ଉନ୍ନତ ରହିଛି। ଲଗାତର ଦ୍ୱିତୀୟ ମାସ ଲାଗି କୋଇଲା କ୍ଷେତ୍ରରେ ଉତ୍ପାଦନ ବଢିଛି। ସେପ୍ଟେମ୍ବରରେ ଏହା ୨୧.୧କୁ ବଢିଥିବା ବେଳେ ଅଗଷ୍ଟରେ ଏହା ୩.୬% ରହିଥିଲା। The post କୋର୍‌ ସେକ୍ଟରରେ ସ୍ଥିତାବସ୍ଥା ଫେରୁଛି appeared first on Dharitri Odia News .

ଇଥାନଲ ମୂଲ୍ୟ ବୃଦ୍ଧିକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ପକ୍ଷରୁ ୩ ବଡ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ ବୈଠକରେ ଇଥାନଲ ମୂଲ୍ୟ ବୃଦ୍ଧି, ଝୋଟ ପ୍ୟାକେଜିଂ ଏବଂ ଡ୍ୟାମ୍‌ଗୁଡିକର ସୁରକ୍ଷା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଇଥାନଲ ମୂଲ୍ୟରେ ୫ରୁ ୮% ବୃଦ୍ଧି କରାଯିବ। ଚିନିରୁ ପ୍ରସ୍ତୁତ ଇଥାନଲ ମୂଲ୍ୟ ଲିଟର ପିଛା ୬୨.୬୫ ଟଙ୍କାକୁ ବଢ଼ାଯାଇଛି। ସେହିଭଳି ବି ହେଭି ମୋଲାସେସ୍‌ ମୂଲ୍ୟ ୫୭.୬୧ ଟଙ୍କା ଏବଂ ସି ହେଭି ମୋଲାସେସ୍‌ ମୂଲ୍ୟ ୪୫.୬୯ ଟଙ୍କା ପ୍ରତି ଲିଟର ରହିଛି। ଏଭଳି ନିଷ୍ପତ୍ତି ଦ୍ୱାରା ଚିନି ମିଲ୍‌ ନିକଟକୁ ଅଧିକ ଅର୍ଥ ଆସିପାରିବ। ଫଳରେ ମିଲ୍‌ କୃଷକଙ୍କ ବକେୟା ରାଶି ପ୍ରଦାନ କରିପାରିବେ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ସେ ପୁଣି କହିଛନ୍ତି ଯେ, ଇଥାନଲ ମୂଲ୍ୟ ବୃଦ୍ଧି ହେବା ଦ୍ୱାରା ତେଲ ଆମଦାନୀରେ ହ୍ରାସ ହୋଇପାରିବ। କାରଣ ୧୦% ଇଥାନଲ ପେଟ୍ରୋଲରେ ମିଶ୍ରଣ କରାଯାଇପାରିବ। ଏଭଳି ପଦକ୍ଷେପ ଦ୍ୱାରା ପ୍ରଦୂଷଣ ମଧ୍ୟ କମ୍‌ କରାଯାଇ ପାରିବ। ଇଥାନଲ ପରିବେଶ ଉପଯୋଗୀ ହୋଇଥିବାରୁ ଏହାଦ୍ୱାରା ଦେଶକୁ ଲାଭ ମିଳିପାରିବ। ଏହାବାଦ କ୍ୟାବିନେଟ ପକ୍ଷରୁ ପ୍ୟାଜେଜିଂ ଲାଗି ଅନିବାର୍ଯ୍ୟ ନିୟମ ସଂକ୍ରାନ୍ତରେ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି। ଖାଦ୍ୟ...

ଟାଟା ହାତ ଛାଡ଼ିବ ଏସ୍‌ପି ଗ୍ରୁପ୍‌;ସୁପ୍ରିମକୋର୍ଟଙ୍କୁ ଦେଲା ଚୂଡ଼ାନ୍ତ ପ୍ଲାନ୍‌

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ ଛାଡ଼ିବାକୁ ସାପୋରଜୀ ପାଲୋନଜି(ଏସ୍‌ପି ) ଗ୍ରୁପ୍‌ ଯୋଜନା ରଖିଛି। ଏଥିଲାଗି ଚୂଡ଼ାନ୍ତ ପ୍ଲାନ୍‌କୁ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଥିବା ଗ୍ରୁପ କହିଛି। ଯୋଜନା କାର୍ଯ୍ୟକ୍ଷମ ହେଲେ ୨ ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ମଧ୍ୟରେ ରହିଥିବା ୭୦ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିବ। ଟାଟା ଗ୍ରୁପ୍‌ରେ ଏସ୍‌ପି ଗ୍ରୁପ୍‌ର ହୋଲ୍ଡିଂ ଭାଲ୍ୟୁ ପ୍ରାୟ ୧.୭୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଏହା ଆକଳନ କରିଛି। ଏ ସଂକ୍ରାନ୍ତ ଚୂଡ଼ାନ୍ତ ଯୋଜନାକୁ ଗ୍ରୁପ୍‌ ସର୍ବୋଚ୍ଚ ଅଦାଲତଙ୍କୁ ଗୁରୁବାର ପ୍ରଦାନ କରିଛି। ସୂଚନାଯୋଗ୍ୟ, ବର୍ତ୍ତମାନ ଏସ୍‌ପି ଗ୍ରୁପ୍‌ର ଦାୟିତ୍ୱରେ ଥିବା ସାଇରସ ମିସ୍ତ୍ରିଙ୍କୁ ୨୮ ଅକ୍ଟୋବର ୨୦୧୬ରେ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ଏହା ପରଠାରୁ ଦୁଇ ଗ୍ରୁପ ମଧ୍ୟରେ ବିବାଦ ବଢିଯାଇଥିଲା। ଏହି ମାମଲାର ଲମ୍ବା ଶୁଣାଣି ପରେ ଶେଷରେ ଟାଟା ଗ୍ରୁପ ହାତ ଛାଡ଼ିବାକୁ ସାଇରସ ମିସ୍ତ୍ରି ମନ ବଳାଇଥିବା ଜଣାପଡ଼ିଛି। ଟାଟା ଗ୍ରୁପ୍‌ରେ ୨ ଗ୍ରୁପ୍‌ କମ୍ପାନୀ ରହିଛି। ଏହା ମଧ୍ୟରୁ ଗୋଟିଏ ଟାଟା ଟ୍ରଷ୍ଟ। ଏଥିରେ ଟାଟା ପରିବାର ସଦସ୍ୟ ଏବଂ ଟାଟା ଗ୍ରୁପ କମ୍ପାନୀଗୁଡିକର ହୋଲ୍ଡିଂ ପ୍ରାୟ ୮୧.୬% ରହିଛି। ଅନ୍ୟ ୧୮.୭% ହୋଲ୍ଡିଂ ମିସ୍ତ୍ରି ପରିବାର ନିକଟରେ ରହିଛି। ମିସ୍ତ୍ରି ଗ୍ରୁପଠାରୁ ସମ୍ପର୍କ ଛିନ୍ନ କରିବା ଲାଗି ପୂର୍ବରୁ ଟାଟା ଗ୍ରୁପ ମଧ୍ୟ ଏକ ପ୍ଲାନ୍‌ ଦେଇଥିଲା। ଟାଟା...

ଆଜିଠୁ ପ୍ରସିଦ୍ଧ ଲକ୍ଷ୍ମୀପୂଜା

ଢେଙ୍କାନାଳ ଅଫିସ, ୩୦।୧୦ ଧରାବତରଣ କରିବେ ଧନଦାତ୍ରୀ। ହେଲେ ମଣ୍ଡପ ଝଲସୁଥିବ ନା ଥିବେ ଭକ୍ତ। କେବଳ ବିଧିରକ୍ଷା କରିବାକୁ ଶ୍ରଦ୍ଧାଳୁଶୂନ୍ୟ ମଣ୍ଡପରେ ପାରମ୍ପରିକ ନୀତି ଅନୁଯାୟୀ ମା’ଙ୍କ ଆବାହନ ହେବ। ୮୦ ବର୍ଷର ଐତିହ୍ୟସମ୍ପନ୍ନ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ମାହୋଲକୁ କରୋନା ଡର ବିଗାଡ଼ି ଦେଇଥିବାବେଳେ ମହାମାୟାଙ୍କ ମନଖୋଲା ଦର୍ଶନରୁ ବଞ୍ଚତ୍ତ ହେବେ ସହରବାସୀ, ଯାହାକୁ ନେଇ ଏବେ ସୃଷ୍ଟି ହୋଇଛି ଭାବାବେଗ ପରିବେଶ। ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହେଉଛି। ୩୮ ପୂଜା ମଣ୍ଡପରେ ମା’ଙ୍କ ଆବାହନ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ହେଲେ କରୋନା ସଂକ୍ରମଣ ରୋକିବାକୁ ଜାରି କରାଯାଇଥିବା କଟକଣା ପୂଜା ଉତ୍ସାହକୁ ପାଣିଚିଆ କରିଦେଇଛି। ୮୦ବର୍ଷର ଲକ୍ଷ୍ମୀପୂଜା ଇତିହାସରେ ପ୍ରଥମଥର ମା’ଙ୍କ ପୂଜା ବିନା ଭକ୍ତରେ ପରଦା ଆଢୁଆଳରେ ହେବ। ତେଣୁ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କ ମଧ୍ୟରେ ପୂର୍ବ ଉତ୍ସାହ ଦେଖିବାକୁ ମିଳୁନାହଁ। ପ୍ରତିବର୍ଷ ପୂଜାକୁ ନେଇ ସହରରେ ଭାବଭକ୍ତିମୟ ପରିବେଶ ସୃଷ୍ଟି ହେଉଥିବାବେଳେ ଚଳିତବର୍ଷ ସହର ଖଁା ଖଁା ଲାଗୁଛି। ସେହିପରି ଲକ୍ଷ୍ମୀପୂଜାରେ ଓର୍‌ମାସ ଏବଂ ପ୍ରଶାସନର ସହଯୋଗରେ ମହିଷାପାଟ ପଡ଼ିଆରେ ଆୟୋଜିତ ପଲ୍ଲିଶ୍ରୀ ମେଳାକୁ ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀ ଆସୁଥିଲେ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ସେମା...

ପ୍ରୋତ୍ସାହନ ନାହିଁ, ଦୁର୍ଦ୍ଦିନରେ ପଥର କାରିଗର

କୋକସରା, ୩୦।୧୦ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ ହେଉଛି ପଥର କାରିଗରଙ୍କ ପାଇଁ ପରିଚିତ ଶିଳ୍ପୀ ଗ୍ରାମ। ଏହି ଗାଁର ଅନେକ ଯୁବକ ପଥର ଶିଳ୍ପକୁ ଜୀବିକା କରି ପରିବାର ପ୍ରତିପୋଷଣ କରୁଥିଲେ। ଏହି ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ଜିଲା ଓ ରାଜ୍ୟ ବାହାରେ ମଧ୍ୟ ନିଜର କଳାକୃତି ପାଇଁ ପ୍ରଶଂସିତ ହୋଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅନୁଦାନରୁ ୧୯୯୩ ମସିହାରେ ତତ୍କାଳୀନ ଜିଲାପାଳ ଅଶୋକ କୁମାର ଦଳବାଇ କନ୍ଦାଗଡରେ ପଥର ଖୋଦେଇ ପାଇଁ ଏକ ଗୃହ ଯୋଗାଇ ଦେଇଥିଲେ। କେତେକ ଯୁବକଙ୍କୁ ଭୁବନେଶ୍ୱର ପଠାଇ ତାଲିମ ଦିଆଯାଇଥିଲା। ତାଲିମ ନେଇ ଫେରିବା ପରେ ସେହି ଯୁବକମାନେ ନିହାଣ ମୁନରେ ପଥରରେ ତିଆରି ଅନେକ ଦେବାଦେବୀଙ୍କ ମୂର୍ତ୍ତି ତିଆରି କରି ପ୍ରଶଂସା ସାଉଁଟିଥିଲେ। କଳାହାଣ୍ଡି ଉତ୍ସବ ହେଉ ଅବା ଯାନିଯାତ୍ରା ଏହି ଶିଳ୍ପୀଙ୍କ ନିର୍ମିତ ମୂର୍ତ୍ତିର ଚାହିଦା ରହିଥିଲା। ମୂର୍ତ୍ତି ବିକ୍ରି କରି ବେଶ୍‌ ଦୁଇ ପଇସା ରୋଜଗାର କରି ସେମାନେ ପରିବାର ପ୍ରତିପୋଷଣ କରୁଥିଲେ। ତେବେ ଆଜି ଆଉ ସେହିଦିନ ନାହିଁ। ସରକାରୀ ପ୍ରୋତ୍ସାହନ ଅଭାବରୁ ଏବେ ଏହି କାରିଗରମାନେ ପଥର ଶିଳ୍ପ ପ୍ରତି ମୁହଁ ମୋଡିଲେଣି। ପେଟପାଟଣା ପାଇଁ ଅଧିକାଂଶ ଯୁବ କାରିଗର ଏବେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ନୂତନ ପିଢି ଆଉ ପଥର ଶିଳ୍ପୀ ହେବାକୁ ମନ ବଳାଉ ନାହାନ୍ତି। ଏବେ ଗାଁରେ ଥିବା ଜଣେ ଦୁଇଜଣ ବରିଷ୍ଠ ...

ମିଳିଲାନି ଦ୍ୱିତୀୟ କିସ୍ତି ଟଙ୍କା: ଆଜବେଷ୍ଟସ ପକାଇଲେ ଇନ୍ଦିରାଆବାସ ହିତାଧିକାରୀ

ଲାଠୋର, ୩୦ା୧୦ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତ ଅନ୍ତର୍ଗତ ଫୁଲଝର ଗ୍ରାମର ରୁକୁଣୀ ବିଭାର। ସ୍ବାମୀ ଲକ୍ଷ୍ମଣ ବିଭାର, ଦୁଇ ଝିଅ ଅହଲ୍ୟା, ଜ୍ୟୋତ୍ସ୍ନା ଓ ଦୁଇ ପୁଅ ରମେଶ ଏବଂ ଯଶୋବନ୍ତଙ୍କୁୁ ନେଇ ତାଙ୍କ ପରିବାର। ଏସ୍‌ଇସିସି ତାଲିକାରେ ତାଙ୍କ ପରିବାରର ନାମ ଅନ୍ତର୍ଭୁକ୍ତ ଥିବାରୁ ରୁକୁଣୀଙ୍କୁ ଇନ୍ଦିରା ଆବାସ ଯୋଜନାରେ ସାମିଲ କରାଯାଇ ଖପ୍ରାଖୋଲ ପଞ୍ଚାୟତ ସମିତ ପକ୍ଷରୁ ତା୨୬ା୧୨ା୨୦୧୪ରିଖରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ପ୍ରକଳ୍ପର ଅଟକଳ ଥିଲା ୭୫ ହଜାର ଟଙ୍କା। ବାସଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତିରେ ୧୫ ହଜାର ଟଙ୍କା ମଞ୍ଜୁର କରାଗଲା। ପୈତୃକ ଘରଭାଙ୍ଗି ବାସଗୃହ ନିର୍ମାଣ କାମ ଆରମ୍ଭ କରି ଛାତ ଲେଭଲ ପର୍ଯ୍ୟନ୍ତ କରିଥିଲେ। ଦ୍ୱିତୀୟ କିସ୍ତି ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଧାଇଁ ସେ ନୟାନ୍ତ ହୋଇଥିଲେ ବି ତାହା ମିଳିଲା ନାହିଁ। ଏହି ସମୟ ମଧ୍ୟରେ ଲକ୍ଷ୍ମଣ ରୋଗାଗ୍ରସ୍ତ ହୋଇ ତା୧୮ା୨ା୨୦୧୯ ରିଖରେ ମୃତ୍ୟୁବରଣ କଲେ। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆର୍ଥିକ ଦୁର୍ଗତି ମଧ୍ୟକୁ ଟାଣି ହୋଇଗଲା ଏହି ଗରିବ ପରିବାର। ଦୁଇଓଳି ଖାଇବା ଯୋଗାଡ କରିବା କଷ୍ଟକର ହେଉଥିବା ବେଳେ ଘର କାମ କରିବା ସମ୍ଭବ ହେଲାନାହିଁ। ତେଣୁ ଲୋକଙ୍କଠାରୁ ଧାରକରଜ କରି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡି ରହିଥିବା ବାସଗୃହରେ ଆଜବେଷ୍ଟସ୍‌ ପକାଇ କୌଣସି ମତେ ପରିବାରବର୍ଗ ମ...

କ୍ୟାନସର ପୀଡ଼ିତାଙ୍କୁ ସହଯୋଗର ହାତ, ଚିକିତ୍ସା ପାଇଁ ଗଲେ କଟକ

ଲୋଇସିଂହା,୩୦।୧୦(ଡି.ଏନ.ଏ.) ବଲାଙ୍ଗୀର ଜିଲା ଲୋଇସିଂହାର ମୁଖୀ ପଧାନ ା ସିକଲିନ, କ୍ୟାନସର ଓ ପଥରି ରୋଗରେ ପୀଡିତ ହୋଇ ସେ ଯନ୍ତ୍ରଣା ପାଉଥିଲେ ା ଅର୍ଥାଭାବ ଯୋଗୁ ତାଙ୍କର ଚିକିତ୍ସା ହୋଇ ପାରୁ ନ ଥିଲା। ସିଡିଏମ୍‌ଓ ଭୀମସେନ ସାହୁଙ୍କ ସହଯୋଗ ଓ ଲୋଇସିଂହା ମାହେଶ୍ୱରୀ ସଂଗଠନର ସହାୟତାରେ ମୁଖୀଙ୍କୁ କଟକ ହରିହର କ୍ୟାନସର ମେଡିକାଲକୁ ବୁଧବାର ସନ୍ଧ୍ୟାରେ ପଠାଯାଇଛି। ସୂଚନା ଅନୁଯାୟୀ, ଲୋଇସିଂହା ଧୁବାପଡାର ଗରିବ ମହିଳା ମୁଖୀ ପଧାନ(୪୦)। ବୃଦ୍ଧା ମା’ ନୂଆ ପଧାନ ଓ ଦୁଇ ଭିନ୍ନକ୍ଷମ ଭଉଣୀ ଘରେ ଅଛନ୍ତି। ୪ ପ୍ରାଣୀ କୁଟୁମ୍ବଙ୍କ ଦାୟିତ୍ୱ ମୁଖୀଙ୍କ ଉପରେ ଥିଲା ା ଲୋଇସିଂହା ସହରରେ ଶାଗ ବିକ୍ରି କରି ବଡକଷ୍ଟରେ ପରିବାର ଚଳାଉଥିଲେ ା ପରିବାରର ଏକମାତ୍ର ରୋଜଗାର କରୁଥିବା ମୁଖୀ ଅନେକ ରୋଗରେ ଆକ୍ରାନ୍ତ ହୋଇ ଘରେ ବସିଲେ। ସ୍ବଳ୍ପ ରୋଜଗାର ଓ ସଞ୍ଚୟ ଟଙ୍କାରେ ବଲାଙ୍ଗୀର, ବୁର୍ଲା ମେଡିକାଲରେ ଚିକିତ୍ସିତ ହୋଇଥିଲେ। ବୁର୍ଲା ମେଡିକାଲରେ ଚିକିତ୍ସିତ ବେଳେ କ୍ୟାନସରରେ ପୀଡିତ ଥିବା ଜଣାପଡିଲା ା ସେଠାକାର ଡାକ୍ତର ତାଙ୍କୁ କଟକ ଯିବାକୁ ପରାମର୍ଶ ଦେଇଥିଲେ। ହେଲେ କଟକ ଯିବା ପାଇଁ ତାଙ୍କ ପାଖରେ ଅର୍ଥ ନ ଥିଲା। ଫଳରେ ଗତ ଏକମାସ ହେଲା ଘରେ ପଡି ରହି ମୁଖୀ ଯନ୍ତ୍ରଣା ପାଉଥିଲେ। ଖବର ପାଇ ସ୍ଥାନୀୟ ମାହେଶ୍ୱରୀ ସଂଗଠନର ସଭାପତି ଦେବାଶିଷ ବିଶାଇ, ଅଙ୍କୁଶ ପାଣ୍ଡେ, ସାହିଲ ସିଂ ଗଡତ୍ୟା, ମନୋଜ ମହାଣା ଓ ସିଲୁ ସେବକ ପ୍ରମୁଖ ତାଙ୍...

ଭାରତୀୟ ବଂଶୋଦ୍ଭବ ସିଚେଲ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦ା୧୦:ଭାରତୀୟ ବଂଶୋଦ୍ଭବ ପୂଜକ ଓ୍ବାଭେଲ ରାମକଲଓ୍ବାନ ସିଚେଲ୍ସର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଡାନ୍ନି ଫଉର୍‌ଙ୍କୁ ପରାସ୍ତ କରିଛନ୍ତି। ରାମକଲଓ୍ବାନଙ୍କ ଅଜା ବିହାର ଗୋପାଳଗଞ୍ଜରୁ ସିଚେଲ୍ସ ଆସିଥିଲେ। ୧୯୬୧ ମାର୍ଚ୍ଚ ୧୫ରେ ଜନ୍ମିତ ରାମକଲଓ୍ବାନଙ୍କ ବାପା ଜଣେ ଟିଣ କାରିଗର ଥିବାବେଳେ ମାଆ ପ୍ରଧାନ ଶିକ୍ଷୟିତ୍ରୀ। ମରିସସ୍‌ର ସେଣ୍ଟ ପାଉଲ୍ସ ଥିଓରିଟିକାଲ କଲେଜରେ ଧାର୍ମିକ ଶିକ୍ଷା ଶେଷ କରିବା ପରେ ୧୯୮୫ରେ ରାମକଲଓ୍ବାନ ଜଣେ ପୂଜକ ଭାବେ କାର୍ଯ୍ୟ କରିଥିଲେ। ସେ ୧୯୯୩ରୁ ୨୦୧୧ ଏବଂ ୨୦୧୬ରୁ ୨୦୨୦ ବିରୋଧୀ ଦଳ ଏମ୍‌ପି ଥିଲେ। ଏଥିସହିତ ସେ ଦୁଇଥର ବିରୋଧୀ ଦଳ ନେତା ହୋଇଥିଲେ। ଭାରତକୁ ଆସମ୍ପଶନ ଦ୍ୱୀପ ହସ୍ତାନ୍ତର ପାଇଁ ହୋଇଥିବା ଚୁକ୍ତିନାମାକୁ ସେ ବିରୋଧ କରୁଥିଲେ। ସେଠାରେ ଏବେ ରାଜନୈତିକ ପାଣିପାଗ ବଦଳିଛି। ରାମକଲଓ୍ବାନଙ୍କ ନେତୃତ୍ୱରେ ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଲିନ୍‌ୟୋନ ଡୋମୋକ୍ରାଟିକ୍‌ ସେସେଲ୍‌ଓ୍ବା (ଏଲ୍‌ଡିଏସ୍‌) ଉକ୍ତ ଚୁକ୍ତିନାମା ମଞ୍ଜୁର କରିବାକୁ ମନା କରିଦେଇଛି। The post ଭାରତୀୟ ବଂଶୋଦ୍ଭବ ସିଚେଲ୍ସ ରାଷ୍ଟ୍ରପତି appeared first on Dharitri Odia News .

ସୁନୀଲ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ

ନ୍ୟୁୟର୍କ, ୩୦ା୧୦:ଆମେରିକା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ। ସେ ହେଉଛନ୍ତି ସୁନୀଲ ଫ୍ରିମ୍ୟାନ୍‌। ପାର୍ଟି ଫର୍‌ ସୋସିଆଲିଜମ୍‌ ଆଣ୍ଡ୍‌ ଲିବରେଶନରୁ ସେ ଟିକେଟ ପାଇଛନ୍ତି। ସୁନୀଲଙ୍କ ମା’ ଫ୍ଲୋରା ନଭିତା ଭାରତ ଜନ୍ମିତ। ଦେଶ ବିଭାଜନ ବେଳେ ସେ ବାରାଣସୀରେ ଶିକ୍ଷକତା କରୁଥିଲେ। ଲକ୍ଷ୍ନୌ ଓ ନୂଆଦିଲ୍ଲୀରେ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ। ଓ୍ବାଶିଂଟନରେ ବଢ଼ିଥିବା ସୁନୀଲ ୧୦ ବର୍ଷ ତଳେ ଭାରତ ଆସିଥିଲେ। କମ୍ୟୁନିଷ୍ଟ ସଙ୍ଗଠନ ସହ ଥିଲେ ହେଁ କୌଣସି ହିଂସାରେ ସେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି। ଆମେରିକାରେ ଅସମାନତା ବୃଦ୍ଧି ପାଉଥିବାବେଳେ ସମାଜବାଦ ପ୍ରତିଷ୍ଠାକରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ମତ ଦେଇଛନ୍ତି। ପ୍ରକାଶଯେ, ଭାରତୀୟ ବଂଶୋଦ୍ଭବ ତଥା ଡେମୋକ୍ରାଟ୍‌ ପ୍ରାର୍ଥୀ କମଲା ହାରିସ୍‌ ଏହି ଦୌଡ଼ରେ ଅଛନ୍ତି। The post ସୁନୀଲ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ appeared first on Dharitri Odia News .

କେନ୍ଦ୍ରକୁ ଡିସେମ୍ବର ୩୧ ଯାଏ ମହଲତ

ନୂଆଦିଲ୍ଲୀ,୩୦ା୧୦(ପି.ଟି.):ଭାରତୀୟ ନୌସେନାରେ ମହିଳା ଏସ୍‌ଏସ୍‌ସି ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟର କାର୍ଯ୍ୟକାରିତା ହୋଇ ନ ଥିବାରୁ ଅଦାଲତ ଗୁରୁବାର ଏହାର ସମୟସୀମାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୁରୁଷ ଓ ମହିଳା ଅଫିସରମାନଙ୍କୁ ସମାନ ସୁଯୋଗ ମିଳିବା ଉଚିତ। ନୌସେନାରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପ୍ରକ୍ରିୟା ୩ ମାସ ମଧ୍ୟରେ ଶେଷ କରିବାକୁ ସର୍ବୋଚ୍ଚ ଅଦାଲତ ଗତ ମାର୍ଚ୍ଚରେ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। କରୋନା ମହାମାରୀ କାରଣରୁ ସମୟସୀମା ୬ ମାସ ବଢ଼ାଇବାକୁ ଗତ ଜୁନ୍‌ରେ କେନ୍ଦ୍ର ପକ୍ଷରୁ ଆବେଦନ କରାଯାଇଥିଲା। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଇନ୍ଦୁ ମାଲହୋତ୍ରା ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସମୟସୀମାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇଛନ୍ତି। The post କେନ୍ଦ୍ରକୁ ଡିସେମ୍ବର ୩୧ ଯାଏ ମହଲତ appeared first on Dharitri Odia News .

କୋଲକାତାକୁ ହରାଇଲା ଚେନ୍ନାଇ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ଉଇକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୫ ଉଇକେଟ ହରାଇ ୧୭୨ ରନ କରିଥିବାବେଳେ ଚେନ୍ନାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୭୮ ରନ ସଂଗ୍ରହ କରି ନେଇଛି। ଏହି ପରାଜୟ କୋଲକାତା ପ୍ଲେ-ଅଫ୍‌ ଆଶାରେ ବାଧା ସୃଷ୍ଟି କରିଛି। ଦଳ ୧୩ ମ୍ୟାଚରୁ ୧୨ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ି ସାରିଥିବା ଚେନ୍ନାଇ ବିଜୟୀ ହୋଇ ସମ୍ମାନର ସହ ପ୍ରତିଯୋଗିତା ଶେଷ କରିବା ଦିଗରେ ଅଗ୍ରସର ହୋଇଛି। ଚଳିତ ଲିଗ୍‌ରେ ପୂର୍ବରୁ ହୋଇଥିବା ଭେଟରେ କୋଲକାତା ୧୦ ରନରେ ବିଜୟୀ ହୋଇଥିଲା। ଏଠାରେ ବିଜୟୀ ହୋଇ ଚେନ୍ନାଇ ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଦ୍ୱିତୀୟାର୍ଦ୍ଧରେ କାକର ପଡ଼ିବା ସମସ୍ୟାକୁ ଦୃଷ୍ଟିରେ ରଖି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଶୁବମନ ଗିଲ୍‌ ଓ ନୀତୀଶ ରାଣା କୋଲକାତା ପକ୍ଷରୁ ଇନିଂସ ଓପନ କରିଥିଲେ। ଦୁହେଁ ପାଓ୍ବାରପ୍ଲେ ୬ ଓଭରରେ ୪୮ ରନ ସଂଗ୍ରହ କରି ଭଲ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ଓପନିଂ ଯୋଡ଼ିରେ ୪୪ ବଲ୍‌ରୁ ୫୩ ରନ ହୋଇଥିବାବେଳେ ଶୁବମନ ଆଉଟ ହୋଇଥିଲେ। ଇନିଂସର ପ୍ରଥମ ବଲ୍‌କୁ ଚୌକା ମାରି ଆକ୍ରମଣାତ୍ମକ ଆରମ୍ଭ କରିଥିବା ଶୁବମନ ୧୭ ବଲ୍‌ ଖେଳି ୪ ଚୌକା ସହାୟତା...

ହଓ୍ବେିଟ୍‌ଙ୍କୁ ଅଧିକ ଭୋଟ୍‌

ନ୍ୟୁପୋର୍ଟ (ଯୁକ୍ତରାଷ୍ଟ୍ର ଆମେରିକା): ଇଣ୍ଟରନ୍ୟାଶନାଲ ଟେନିସ ହଲ୍‌ ଅଫ୍‌ ଫେମ୍‌ର କ୍ଲାସ୍‌ ଅଫ୍‌ ୨୦୨୧ ପାଇଁ ହୋଇଥିବା ଫ୍ୟାନ୍‌ ଭୋଟିଂରେ ଦୁଇଥର ଗ୍ରାଣ୍ଡସ୍ଳାମ ଟାଇଟଲ ବିଜେତା ଲେଟନ ହଓ୍ବେିଟ୍‌ ଅଗ୍ରଣୀ ଲାଭ କରିଛନ୍ତି। ଫଳରେ ଅଫସିଆଲ ଭୋଟିଂ ଗ୍ରୁପ୍‌ରେ ତାଙ୍କୁ ମିଳିଥିବା ଭୋଟ୍‌ରେ ଆଉ ୩% ଯୋଗ କରାଯିବ। ୪ ସପ୍ତାହ ଧରି ଚାଲିଥିବା ଫ୍ୟାନ୍‌ ଭୋଟିଂର ପଳାଫଳ ହଲ୍‌ ବୁଧବ ାର ଘୋଷଣା କରିଛି। ଦ୍ୱିତୀୟ ସ୍ଥାନରେ ରହିଥିବା ଲିସା ରେମଣ୍ଡଙ୍କର ଅଫିସିଆଲ ଭୋଟ୍‌ରେ ଆଇ ୨% ଯୋଗ କରାଯିବ। ଜୋନାସ ବର୍କମ୍ୟାନ ତୃତୀୟ ହୋଇଥିବାବେଳେ ତାଙ୍କୁ ୧% ପ୍ରତିଶନ ବୋନସ ଭୋଟ୍‌ ମିଳିବ। ଖେଳାଳି କାଟେଗୋରିରେ ଜୁଆନ କାର୍ଲୋସ ଫେରର ଏବଂ ସର୍ଗି ବ୍ରୁଗୁଏରାଙ୍କ ପାଇଁ ମଧ୍ୟ ଭୋଟ ନିଆଯାଇଥିଲା। ଅଫିସିଆଲ ଭୋଟିଂ ଗ୍ରୁପ୍‌ରେ ଟେନିସ ମିଡିଆ ଓ ଐତିହାସିକଙ୍କୁ ନିଆଯାଇଥାଏ। ଖେଳାଳିମାନଙ୍କୁ ଏହି ଗ୍ରୁପ୍‌ରୁ ୭୫ ପ୍ରତିଶତ ସମର୍ଥନ ଆବଶ୍ୟକ ପଡ଼ିଥାଏ। ଫ୍ୟାନ୍‌ ଭୋଟ୍‌ ବିଶେଷ ସହାୟକ ହୋଇଥାଏ। ଟେନିସ ହଲ୍‌ ଅଫ୍‌ ଫେମ୍‌ ସ୍ଥାନ ପାଇଁ ମନୋନୀତ ଖେଳାଳିଙ୍କ ନାମ ଆସନ୍ତା ବର୍ଷ ପ୍ରଥମ ଭାଗରେ ଘୋଷଣା କରାଯିବ। ଜୁଲାଇରେ ଏକ ସ୍ବତନ୍ତ୍ର ଉତ୍ସବରେ ଏହା ବିଧିବଦ୍ଧ ଭାବେ ହଲ୍‌ ଅଫ୍‌ ଫେମ୍‌ ତାଲିକାରେ ସ୍ଥାନ ପାଇବ। The post ହଓ୍ବେିଟ୍‌ଙ୍କୁ ଅଧିକ ଭୋଟ୍‌ appeared first on Dharitri Odia News .

ମୁଙ୍ଗେର ଜିଲାପାଳ, ଏସ୍‌ପି ବିଦା

ପାଟନା, ୩୦ା୧୦:ବିହାରର ମୁଙ୍ଗେରରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ସୋମବାର ହିଂସାକାଣ୍ଡ ଘଟି ଢେଲା ଓ ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସୁରକ୍ଷାକର୍ମୀଙ୍କ ସମେତ ୧୪ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ଗୁରୁବାର ନିର୍ବାଚନ ଆୟୋଗ ଜିଲାପାଳ ରାକେଶ୍‌ ମିନା ଓ ଏସ୍‌ପି ଲିପି ସିଂଙ୍କୁ ତୁରନ୍ତ ବରଖାସ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଘଟଣାର ତଦନ୍ତ ଲାଗି ମଗଧ ଡିଭିଜନାଲ କମିଶନର ଆସଙ୍ଗ୍‌ବା ଚୁବାଙ୍କୁ ନିର୍ବାଚନ ଆୟୋଗ ଦାୟିତ୍ୱ ଅର୍ପଣ କରିଛନ୍ତି। ଏହି ହିଂସାକାଣ୍ଡକୁ ନେଇ ବିକ୍ଷୋଭ ଜାରି ରହିଛି। ଗୁରୁବାର ବିକ୍ଷୋଭକାରୀମାନେ ଏସ୍‌ପି ଅଫିସ ଭଙ୍ଗାରୁଜା କରି ଏକ ପୋଲିସ ପୋଷ୍ଟ ପୋଡ଼ିଦେଇଛନ୍ତି। ଏସ୍‌ଡିଓ ଅଫିସକୁ ମଧ୍ୟ ବିକ୍ଷୋଭକାରୀ ଟାର୍ଗେଟ କରିଛନ୍ତି। The post ମୁଙ୍ଗେର ଜିଲାପାଳ, ଏସ୍‌ପି ବିଦା appeared first on Dharitri Odia News .

ସାର୍‌ଲର୍‌ ଲକ୍ସ ଓପନରୁ ଓହରିଲେ ଅଜୟ ଜୟରାମ, ଶୁଭଙ୍କର

ସାରବ୍ରକେନ୍ସ (ଜର୍ମାନୀ): କୋଭିଡ୍‌ ଆଶଙ୍କାରେ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଅଜୟ ଜୟରାମ ଏବଂ ଶୁଭଙ୍କର ଦେ ଗୁରୁବାର ସାର୍‌ଲର୍‌ ଲକ୍ସ ଓପନ୍‌ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ଏହି ଦୁଇ ଖେଳାଳି ବର୍ତ୍ତମାନ ଆଇସୋଲେଶନରେ ଅଛନ୍ତି। ଗତଥରର ଚାମ୍ପିୟନ ୧୯ବର୍ଷୀୟ ଲକ୍ଷ୍ୟ ସେନ୍‌ଙ୍କ ପିତା ତଥା କୋଚ୍‌ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ସେ ନିଜେ ବୁଧବାର ପ୍ରତିଯୋଗିତାରୁ ଓହରିଯାଇଥିଲେ। ଡି.କେ. ସେନ୍‌ଙ୍କ ନିକଟରେ କିନ୍ତୁ କୌଣସି ଲକ୍ଷଣ ଦେଖା ନ ଥିଲା। ତାଙ୍କ ସହ ସଂସ୍ପର୍ଶରେ ଆସିଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଅଜୟ ଜୟରାମ ଏବଂ ଶୁଭଙ୍କର ଦେ ଟୁର୍ନାମେଣ୍ଟରୁ ଓହରିଯିବାକୁ ବାଧ୍ୟ ହୋଇଛନ୍ତି। ଗୁରୁବାର ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ତରଫରୁ ଏହି ସୂଚନା ଦିଆଯାଇଛି। ପରେ ଜୟରାମ୍‌ ଏହି ପ୍ରସଙ୍ଗରେ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ, ଜାତୀୟ ବ୍ୟାଡ୍‌ମିଣ୍ଟନ ମହାସଂଘ ଏବଂ ବିଡବ୍ଲ୍ୟୁଏଫ୍‌ ଟୁଇଟର ପୋଷ୍ଟ କରିଛନ୍ତି। ଆୟୋଜକଗଣ ସେମାନଙ୍କୁ କେବଳ ଆଇସୋଲେଶନରେ ରହିବାକୁ କହିଛନ୍ତି। ଏହାଛଡ଼ା ଅନ୍ୟ କୌଣସି ସୂଚନା କିମ୍ବା ସହାୟତା ପ୍ରଦାନ କରି ନାହାନ୍ତି। ଏଠାରେ ସେମାନେ ଏକ ଅପ୍ରୀତିକର ପରିସ୍ଥିତିରେ ପଡ଼ିଛନ୍ତି। ସେମାନେ ଭାରତ ଫେରିଯିବାକୁ ଚାହାନ୍ତି। ଜୟରାମ କହିଛନ୍ତି, ସେମାନଙ୍କ ନିକଟରେ କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ ରହିଥିଲା ଏବଂ କୌଣସି ଲକ୍ଷଣ ମଧ୍ୟ ନ ଥିଲା। ଜର୍ମ...

ମୋରିସ୍‌ ଓ ପାଣ୍ଡ୍ୟାଙ୍କୁ ଭର୍ତ୍ସନା

ଆବୁଧାବି: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଲ୍‌ରାଉଣ୍ଡର ଖ୍ରିସ୍‌ ମୋରିସ ଓ ତାଙ୍କ ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭର୍ତ୍ସନା କରାଯାଇଛି। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସେମାନଙ୍କ ଦଳ ମଧ୍ୟରେ ମ୍ୟାଚ ଚାଲିଥିବାବେଳେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ବୁଧବାର ମୁମ୍ବାଇ ଇଣ୍ଡିଆନ୍ସର ରନ୍‌ ଚେଜ୍‌ ବେଳେ ୧୯ତମ ଓଭରରେ ଏହି ଘଟଣା ଦେଖିବାକୁ ମିଳିଥିଲା। ମୋରିସଙ୍କ ବୋଲିଂ ବେଳେ ପାଣ୍ଡ୍ୟା ଏକ ବିଶାଳ ଛକା ମାରିଥିଲେ ଏବଂ ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କ ପ୍ରତି ଇଶାରା କରିଥିଲେ। ଏହି ଓଭରରେ ମୋରିସ୍‌ ତାଙ୍କ ୫ମ ବଲ୍‌ରେ ପାଣ୍ଡ୍ୟାଙ୍କୁ ଆଉଟ କରି ପ୍ୟାଭିଲିଅନ ପଠାଇ ପ୍ରତିଶୋଧ ନେବା ସହ ଇଶାରା କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚରେ ୫ଉଇକେଟରେ ବିଜୟ ଲାଭ କରିଥିଲା। ଉଭୟ ଖେଳାଳି ଆଇପିଏଲ୍‌ ଆଚରଣବିଧି ଉଲ୍ଲଂଘନ କରିଥିବା ସ୍ବୀକାର କରିଥିଲେ। ମ୍ୟାଚ ରେଫରି କୌଣସି ଦଣ୍ଡ ବିଧାନ ନ କରି କେବଳ ଭର୍ତ୍ସନା କରି ଛାଡ଼ିଦେଇଥିଲେ। The post ମୋରିସ୍‌ ଓ ପାଣ୍ଡ୍ୟାଙ୍କୁ ଭର୍ତ୍ସନା appeared first on Dharitri Odia News .

ଲେହ ମାନଚିତ୍ର ବିବାଦ: ଗୃହ କମିଟିରେ କ୍ଷମା ମାଗିଲା ଟୁଇଟର

ନୂଆଦିଲ୍ଲୀ,୩୦ା୧୦: ଲେହକୁ ଚାଇନାର ଅଞ୍ଚଳ ଭାବେ ଦର୍ଶାଇଥିବା ମାଇକ୍ରୋ-ବ୍ଲଗିଙ୍ଗ୍‌ ସାଇଟ ଟୁଇଟର ଗୁରୁବାର ଏଥିପାଇଁ ଯୁଗ୍ମ ସଂସଦୀୟ କମିଟି ନିକଟରେ କ୍ଷମାପ୍ରାର୍ଥନା କରିଛି। ଏନେଇ ସ୍ପଷ୍ଟୀକରଣ ଦେବା ସହ ଭାରତୀୟ ଆଇନକୁ ଅନୁପାଳନ କରିବା ଲାଗି ସତ୍ୟପାଠ ଦାଖଲ କରିବାକୁ ଗୃହ କମିଟି ଆମେରିକାର ଏହି ସୋସିଆଲ ମିଡିଆ କମ୍ପାନୀକୁ ବୁଧବାର ନିର୍ଦ୍ଦେଶ ଦେଇଥିଲା। ଭାରତୀୟ ମାନଚିତ୍ରର ଭୁଲ ଉପସ୍ଥାପନା ଲାଗି ଦେଶଦ୍ରୋହ ମାମଲା ଲାଗିପାରିବ ବୋଲି କମିଟିର ଅଧ୍ୟକ୍ଷା ମୀନାକ୍ଷୀ ଲେଖି ଟୁଇଟର୍‌ର ପ୍ରତିନିଧିମାନଙ୍କୁ ଚେତାବନୀ ଦେଇଥିଲେ। ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌, ୨୦୧୯ ଉପରେ ଗଠିତ ଯୁଗ୍ମ କମିଟି ଆଗରେ ଟୁଇଟର୍‌ର ଭାରତ ପାଇଁ ଥିବା ସାଧାରଣ ନୀତି ଓ ଯୋଗାଯୋଗ ଟିମ୍‌ର ସଦସ୍ୟ ଶଗୁଫ୍‌ତା କମ୍‌ରାନ, ଆୟୁଷି କପୁର, ପଲ୍ଲଭି ଓ୍ବାଲିଆ ଏବଂ ମନଭିନ୍ଦର ବାଲି ହାଜର ହୋଇଥିଲେ। ଉପରୋକ୍ତ ପ୍ରସଙ୍ଗରେ ଭାରତୀୟଙ୍କ ସମ୍ବେଦନଶୀଳତା ନେଇ କମ୍ପାନୀ ସଚେତନ ଅଛି ବୋଲି ସୂଚନା ପ୍ରଯୁକ୍ତି ସଚିବଙ୍କୁ ଲେଖିଥିବା ପତ୍ର ଉପରେ କମିଟି ସେମାନଙ୍କୁ ପ୍ରଶ୍ନ କରିଥିଲା। ଏହା କେବଳ ସମ୍ବେଦନଶୀଳତା ନୁହେଁ, ଭାରତର ଆଞ୍ଚଳିକ ସଂହତି ଓ ସାର୍ବଭୌମତ୍ୱର ପ୍ରସଙ୍ଗ ବୋଲି କମିଟି ସଦସ୍ୟମାନେ କହିଥିଲେ। ମାନଚିତ୍ରର ଭୁଲ୍‌ ଚିତ୍ରଣ ପାଇଁ ଦେଶଦ୍ରୋହ ମାମଲା ଚାଲିପାରିବ ଓ ଏଥିପାଇଁ ୭ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଭାରତରେ ବ୍ୟବସାୟ କରୁଥିବା ଯେକୌଣ...

ବାର୍‌କ୍ଲେଙ୍କୁ ସମର୍ଥନ କରିବ ବିସିସିଆଇ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଚେୟାରମ୍ୟାନ ପଦବୀ ପାଇଁ ହେବାକୁ ଥିବା ନିର୍ବାଚନରେ ଭାରତୀୟ କ୍ରିକେଟ କାଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ଭବତଃ ନ୍ୟୁଜିଲାଣ୍ଡ ପ୍ରାର୍ଥୀ ଗ୍ରେଗ୍‌ ବ୍ରାକ୍‌ଲେଙ୍କୁ ସମର୍ଥନ କରିବ। ଗତ ଜୁଲାଇରେ ଭାରତର ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ହେବାପରେ ଏହି ପଦବୀ ଖାଲି ପଡ଼ିଛି। ନିର୍ବାଚନରେ ବାର୍‌କ୍ଲେଙ୍କ ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ସିଙ୍ଗାପୁରର ଇମ୍ରାନ ଖ୍ବାଜା। ଡିସେମ୍ବର ପ୍ରଥମ ସପ୍ତାହରେ ଭୋଟ ଗ୍ରହଣ ହେବ। ସବୁଠାରୁ ଶକ୍ତିଶାଳୀ ଆଇସିସି ବୋର୍ଡର ୧୬ ସଦସ୍ୟ ସେମାନଙ୍କ ମତ ସାବ୍ୟସ୍ତ କରିବେ। କେତୋଟି ପ୍ରସଙ୍ଗକୁ ନେଇ ଆଇସିସି ଡେପୁଟି ଚେୟାରମ୍ୟାନ ଖ୍ବାଜାଙ୍କୁ ସମର୍ଥନ କରିବ ନାହିଁ ବିସିସିଆଇ। ଆଇସିସି ରାଜସ୍ବର ସିଂହ ଭାଗ ଇଂଲଣ୍ଡ ଭାରତ ଓ ଅଷ୍ଟ୍ରେଲିଆକୁ ଦିଆଯିବା ପ୍ରସ୍ତାବର ପ୍ରତ୍ୟାହାର ପ୍ରସଙ୍ଗରେ ମନୋହରଙ୍କୁ ସମର୍ଥନ କରିଥିଲେ ଖ୍ବାଜା। The post ବାର୍‌କ୍ଲେଙ୍କୁ ସମର୍ଥନ କରିବ ବିସିସିଆଇ appeared first on Dharitri Odia News .

ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ

ପ୍ୟାରିସ୍‌,୩୦ା୧୦:୪ ବର୍ଷ ୩ ମାସ ବ୍ୟବଧାନରେ ପୁଣି ଥରେ ଆତଙ୍କରେ ଥରି ଉଠିଛି ଫ୍ରାନ୍ସର ପର୍ଯ୍ୟଟନ ନଗରୀ ନିସ୍‌। ସହରସ୍ଥିତ ଏକ ଚର୍ଚ୍ଚରେ ଗୁରୁବାର ଜଣେ ଆତଙ୍କବାଦୀ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସେ ଛୁରାମାଡ଼ କରି ଦୁଇଜଣଙ୍କୁ ମାରିଦେବା ପରେ ଜଣେ ମହିଳାଙ୍କ ମୁଣ୍ଡ କାଟିଦେଇଛନ୍ତି। ଆକ୍ରମଣରେ ଅନେକେ ଆହତ ମଧ୍ୟ ହୋଇଛନ୍ତି। ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରି ପଚରାଉଚରା କରୁଛି। ନିସ୍‌ ମେୟର ଖ୍ରୀଷ୍ଟିଆନ ଏଷ୍ଟ୍ରୋସି ଟୁଇଟ୍‌ କରି କହିଛନ୍ତି, ଆକ୍ରମଣକାରୀଙ୍କୁ କାବୁ କରାଯିବା ବେଳେ ସେ ବାରମ୍ବାର ଚିତ୍କାର କରୁଥିଲେ ‘ଆଲ୍ଲାହୁ ଆକବର’। ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷା ବଳ ଘେରି ରହିଥିବାବେଳେ ଆତଙ୍କବାଦ ନିରୋଧୀ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତତ୍ପରତା ସହ ତନାଘନା ଚଳାଇଛନ୍ତି। ପ୍ରସିଦ୍ଧ ବ୍ୟଙ୍ଗ ପତ୍ରିକା ଶାର୍ଲି ଏବ୍‌ଦୋରେ ପ୍ରୋଫେଟ୍‌ ମହମ୍ମଦଙ୍କ କାର୍ଟୁନ ଓ ତୁର୍କୀ ରାଷ୍ଟ୍ରପତି ରେସେପ ତୈୟପ ଏର୍ଡୋଗାନଙ୍କ ବ୍ୟଙ୍ଗ ଚିତ୍ର ପ୍ରକାଶ ପାଇବା ପରେ ମୁସ୍‌ଲିମ ରାଷ୍ଟ୍ରଗୁଡ଼ିକ ମୁହଁାମୁହିଁ ଅବସ୍ଥାରେ ଥିବା ଫ୍ରାନ୍ସ ଏହି ଘାତକ ଆକ୍ରମଣକୁ ନେଇ ସ୍ତବ୍ଧ ହୋଇଯାଇଛି। ଆକ୍ରମଣ ପରେ ଫ୍ରାନ୍ସରେ ହାଇ ଆଲର୍ଟ ଜାରି କରାଯାଇଛି। ଭୂମଧ୍ୟସାଗରୀୟ ସହର ନିସ୍‌ ଏହାର ବିସ୍ତୃତ ବେଳାଭୂମି ଓ ଶାନ୍ତ ପରିବେଶ ପାଇଁ ଖ୍ୟାତି ଅର୍ଜନ କରିଛି। ଏହାର ପ୍ରାକୃତିକ ଦୃଶ୍ୟରାଜି ପ୍ରତ୍ୟହ ଅଗଣିତ ପର୍ଯ୍ୟଟକଙ୍କୁ ଆକର୍ଷ...

ମରାମତି ହେବ ୭୩୬ ଡ୍ୟାମ୍‌

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ପୁରୁଣା ଜଳଭଣ୍ଡାରଗୁଡିକର ମରାମତି ହେବ। କେନ୍ଦ୍ର ସରକାର ୧୯ଟି ରାଜ୍ୟର ୭୩୬ ଡ୍ୟାମ୍‌ର ଉନ୍ନତୀକରଣ ଓ ମରାମତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଓଡ଼ିଶାର ୩୬ଟି ଡ୍ୟାମ୍‌ ରହିଛି। ଆସନ୍ତା ୧୦ ବର୍ଷ ଭିତରେ ଏହି କାର୍ଯ୍ୟ ଶେଷ ହେବ। କେନ୍ଦ୍ର କ୍ୟାବିନେଟରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ୧୦,୨୧୧ କୋଟି ଟଙ୍କା ଖର୍ଚ୍ଚ କରିବ। ଡ୍ୟାମ୍‌ ପୁନରୁଦ୍ଧାର ଓ ବିକାଶ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ କ୍ୟାବିନେଟ ବୈଠକ ପରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ୨୦୧୨ରେ ଆରମ୍ଭ ହୋଇଥିଲା। ୭ଟି ରାଜ୍ୟର ୨୨୩ ଡ୍ୟାମ୍‌କୁ ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଥିଲା। ୨୦୨୦ରେ ଏହାର ସମୟ ସୀମା ଶେଷ ହେଉଛି। ଡ୍ୟାମ୍‌ ରକ୍ଷଣାବେକ୍ଷଣ ପାଇଁ ବିଶ୍ୱ ବ୍ୟାଙ୍କ ୮୦ ପ୍ରତିଶତ ଅନୁଦାନ ପ୍ରଦାନ କରିବ। ଡ୍ୟାମ୍‌ଗୁଡିକ ରାଜ୍ୟମାଲିକାନାରେ ରହିଛି। କେଉଁ ଡ୍ୟାମ୍‌ର ରକ୍ଷଣାବେକ୍ଷଣ ଆବଶ୍ୟକ ସେ ନେଇ ରାଜ୍ୟ ସରକାରମାନେ ପ୍ରସ୍ତାବ ଦେବେ। ଏହି ପର୍ଯ୍ୟାୟରେ ଡ୍ୟାମଗୁଡିକର ଉନ୍ନତୀକରଣ ସହ ଏହାର ଜଳଧାରଣ କ୍ଷମତାକୁ ମଧ୍ୟ ବୃଦ୍ଧି କରାଯିବ। ଏ ନେଇ ଅଧିକାରୀମାନଙ୍କର ତାଲିମ ପ୍ରଦାନ କାର୍ଯ୍ୟ ଜାରିରହିଛି। ଏହାଛଡ଼ା ଡ୍ୟାମ୍‌ଗୁଡିକରେ ଜଳ ପର୍ଯ୍ୟଟନ...

ବିଦାହେବେ ଅପାରଗ କର୍ମଚାରୀ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ଅପାରଗ ସରକାରୀ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ଯେଉଁ କର୍ମଚାରୀଙ୍କ କାର୍ଯ୍ୟଶୈଳୀ ସନ୍ତୋଷଜନକ ନୁହେଁ କିମ୍ବା ସେମାନଙ୍କ ନିକଟରେ ପ୍ରଶାସନିକ ଦକ୍ଷତାର ଅଭାବ ରହିଛି ସେଭଳି କର୍ମଚାରୀଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରଶାସନିକ ଦକ୍ଷତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ଭଲ କାମ କରିଥିବା କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ସହ ପଦୋନ୍ନତି ମଧ୍ୟ ମିଳିବ। ରାଜ୍ୟ ସରକାର ୨୦୧୯ ସେପ୍ଟେମ୍ବର ୨୪ରେ ଏକ ସର୍କୁଲାର ନଂ. ୨୭୦୩୭ ଜାରି କରି ଏନେଇ ରିପୋର୍ଟ ପ୍ରସ୍ତୁତ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ଅଧିକାଂଶ ବିଭାଗ ଓ ବିଭାଗୀୟ ମୁଖ୍ୟ ଦପ୍ତର କାର୍ଯ୍ୟକାରୀ କରିନାହାନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବୁଧବାର ଆଉ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେଥିପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯାଇଛି। ନଭେମ୍ବର ୧୫ ସୁଦ୍ଧା କର୍ମଚାରୀମାନଙ୍କର ବାଧ୍ୟତାମୂଳକ ଅବସର, ପଦୋନ୍ନତି ଏବଂ ପ୍ରୋତ୍ସାହନ ରାଶି ପାଇଁ ଏକ କମିଟି ଗଠନ କରିବାକୁ ବିଭାଗଗୁଡିକୁ କୁହାଯାଇଛି। ଏଥିପାଇଁ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା(ଏଚ୍‌ଆର୍‌ଏମ୍‌ଏସ୍‌) ଜରିଆରେ ଏକ ଅନ୍‌ଲାଇନ ବ୍ୟବସ୍ଥା କରାଯାଇଛି। ସେଥିରେ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଏବଂ ଜିଲାସ୍ତରୀୟ କାର୍ଯ୍...

୮ ବର୍ଷର ‘ଛୋଟ କଙ୍ଗନା’ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ

୮ ବର୍ଷର ଜଣେ ଝିଅ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ସୁମନ ପୁରୀ। ମାତ୍ର ଲୋକମାନେ ତାଙ୍କୁ ଛୋଟ କଙ୍ଗନା ନାମରେ ଡାକୁଛନ୍ତି। ଏହା ପଛରେ କାରଣ ମଧ୍ୟ ରହିଛି। ବାସ୍ତବରେ ସୁମନ ଦେଖିବାକୁ ଅବିକଳ କଙ୍ଗନା ରଣାଓ୍ବତ୍‌ଙ୍କ ପରି ଦେଖାଯାଉଛନ୍ତି। ସୁମନଙ୍କର ଏମିତି ଅନେକ ଫଟୋ ରହିଛି, ଯେଉଁଥିରେ ସେ କଙ୍ଗନାଙ୍କୁ କପି କରିଛନ୍ତି। ଏଥିରେ କଙ୍ଗନାଙ୍କ ଥଲାଇବି, ମଣିକର୍ଣ୍ଣିକା, ତନୁ ଓ୍ବେଡ୍‌ସ ମନୁ ଆଦି ଫିଲ୍ମର ଲୁକ୍‌ ଆଦି ରହିଛି। ଏହାକୁ ଦେଖିବା ପରେ କଙ୍ଗନାଙ୍କ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କଙ୍ଗନାଙ୍କ ଏହି ଛୋଟ ପ୍ରଶଂସକ ସୁମନ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ନାମ ‘ଛୋଟ କଙ୍ଗନା’ ରଖିଛନ୍ତି। The post ୮ ବର୍ଷର ‘ଛୋଟ କଙ୍ଗନା’ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ appeared first on Dharitri Odia News .

ପୁଞ୍ଜିନିବେଶରେ ଉଦାସୀନତା ବାଧା

ରାଜ୍ୟରେ ଶିଳ୍ପାୟନ ହେବ। ଜାତୀୟ ଅନ୍ତର୍ଜାତୀୟ ସ୍ତରରୁ ପୁଞ୍ଜିନିବେଶକାରୀ ଓଡ଼ିଶା ଆସି ପୁଞ୍ଜି ଖଟାଇବେ । ନିଯୁକ୍ତି ସୁଯୋଗ ବହୁଗୁଣିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭଠାରୁ ଆରମ୍ଭକରି ଦେଶ ବିଦେଶରେ ରୋଡ୍‌ ଶୋ ଭଳି କାର୍ଯ୍ୟକ୍ରମ କରୁଛନ୍ତି। ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବା ଏବଂ ଏ ଦିଗରେ ହେଉଥିବା ସମସ୍ୟାର ସମାଧାନ କରିବାକୁ ଅଧିକାରୀମାନଙ୍କୁ ବାରମ୍ବାର ତାଗିଦ କରୁଛନ୍ତି। ହେଲେ ବିଭାଗୀୟ ଉଦାସୀନତା ଏବଂ ପ୍ରକଳ୍ପ ପାଇଁ ଭିତ୍ତିଭୂମି ନିର୍ମାଣରେ ହେଉଥିବା ବିଳମ୍ବ ଲକ୍ଷ୍ୟ ପୂରଣରେ ବାଧା ସୃଷ୍ଟି କରୁଛି। ଫଳରେ ରାଜ୍ୟ କେନ୍ଦ୍ରୀୟ ଅନୁଦାନ ହରାଇବା ସହ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇପାରୁନାହିଁ। ରାଜ୍ୟର ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ମିଳିପାରୁନାହିଁ। ଭୁବନେଶ୍ୱର,୨୯ା୧୦(ବ୍ୟୁରୋ):ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଇନ୍‌ଫୋସିଟି-୨ ସୂଚନା ପ୍ରଯୁକ୍ତି (ଆଇଟି) ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ(ଏସ୍‌ଇଜେଡ୍‌) ଲକ୍ଷ୍ୟ ପୂରଣ ଦିଗରେ ଫେଲ୍‌ ମାରିଛି। ଭିତ୍ତିଭୂମି ନିର୍ମାଣରେ ବିଳମ୍ବ, ଜମି ଅଧିଗ୍ରହଣ ଏବଂ ଏସ୍‌ଇଜେଡ୍‌ ପଲିସି ପ୍ରସ୍ତୁତ କରିବାରେ ବିଳମ୍ବ ଯୋଗୁ ଇନ୍‌ଫୋସିଟି-୨ ଏସ୍...

‘ସ୍ପୋଟର୍‌ସ ମ୍ୟାନେଜମେଣ୍ଟରେ କ୍ୟାରିୟର’ ଓ୍ବେବିନାର

ଭୁବନେଶ୍ୱର,୨୯।୧୦(ସ୍ପୋଟର୍‌ସ ବ୍ୟୁରୋ): ‘ସ୍ପୋଟର୍‌ସ ମ୍ୟାନେଜେମେଣ୍ଟରେ କ୍ୟାରିୟର’ ଶୀର୍ଷକ ଏକ ଓ୍ବେବିନାର ଟାଟା ଷ୍ଟିଲ୍‌ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ବିଶ୍ୱରେ କ୍ରୀଡ଼ା ଶିଳ୍ପର ଉନ୍ନତି ହେଉଥିବା ବେଳେ ସ୍ପୋଟର୍‌ସ ମ୍ୟାନେଜମେଣ୍ଟର ଚାହିଦା, ମିଳିବାକୁ ଥିବା ସୁବିଧା ସୁଯୋଗ ନେଇ ଏଥିରେ ଆଲୋଚନା ହୋଇଥିଲା। ଓ୍ବେବିନାରରେ ଅଂଶ୍ରଗହଣ କରିଥିବା ପ୍ୟାନେଲିଷ୍ଟମାନେ ହେଲେ ଜାଭିଅର ଏମିଲିୟନ ବିଜନେସ୍‌ ସ୍କୁଲ୍‌ ଆଣ୍ଡ ଇଟ୍ସ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଇନ୍‌ ସ୍ପୋଟର୍‌ସ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ଆଶଲେ ଫର୍ନାଣ୍ଡିଜ୍‌, ପ୍ୟାରିସ୍‌ ସାକ୍‌ଲେ ୟୁନିଭର୍ସିଟିର ପ୍ରଫେସର ମିଚେଲ ଡେସ୍‌ବୋର୍ଡେସ୍‌, ଆଇଆଇଟି କାନପୁରର ଡିପାର୍ଟମେଣ୍ଟ ଅଫ୍‌ ଇାକୋନୋମିକ ସାଇନ୍ସ ପ୍ରଫେସର ସୋମେଶ କେ. ମାଥୁର, ପୂର୍ବତନ ଭାରତୀୟ ହକି ଅନ୍ତର୍ଜାତୀୟ ଖେଳାଳି ତଥା ଭାରତୀୟ ଦଳର ପୂର୍ବତନ କୋଚ୍‌ ହରେନ୍ଦ୍ର ସିଂ, ଦି ବ୍ୟାଡମିଣ୍ଟନ ପ୍ରଫେସ୍‌ନାଲର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟ ଲନ୍ସି ମାସ୍କାରେନହାସ ଓ ୪୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସର ୧ ନମ୍ବର ଖେଳାଳି ତଥା ଫନ୍‌ଏଜ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ କରନ ସିଂ। ନାଭାଲ ଟାଟା ହକି ଏକାଡେମୀ (ଏନ୍‌ଟିଏଚ୍‌ଏ) ଓଡ଼ିଶାର ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ସେଠ, ମାଇ ସିଟି ଲିଙ୍କ୍ସ ମାଗାଜିନର କନ୍‌ସଲଟିଂ ସିନିୟର ଆସୋସିଏଟ ଏଡିଟର ଦୀକ୍ଷା ତିଓ୍ବାରୀ ଏହି ...