Skip to main content

ଭୋକ ଓ ଭୂତାଣୁ

ଡ. କିଶୋର ମହାନ୍ତି

ଭୋକ ଓ ଭୂତାଣୁ ସମାନ୍ତରାଳ ଭାବରେ ଗତି କରି ଚାଲିଛନ୍ତି। ଯଦିଓ ଭୋକ ସର୍ବକାଳୀନ କିନ୍ତୁ ଭୂତାଣୁର ସ୍ଥିତି ସାମୟିକ। ଏହା ସତ୍ୟ ଯେ ଭୂତାଣୁ ଅପେକ୍ଷା ଭୋକ ଆହୁରି ଭୟଙ୍କର। ବିଶ୍ୱରେ ଭୋକ ଆଉ ଭୂତାଣୁ ମଣିଷ ଜୀବନକୁ ଖିନ୍‌ଭିନ୍‌ କରିବାରେ ଲାଗିଛନ୍ତି। ଭୋକ ଦୀର୍ଘକାଳୀନ ଥିଲାବେଳେ ଭୂତାଣୁର ଭୟଙ୍କରୀ ଓ ତା’ର ପ୍ରଭାବ ଜନଜୀବନ ଏବଂ ଜୀବନ ଜୀବିକା ଉପରେ ଏତେ ବେଶି ଯେ ଜନ ଜୀବନ ଅସ୍ତବ୍ୟସ୍ତ ତଥା ନିଜର ଭାରସାମ୍ୟ ରକ୍ଷା କରିବା ସମ୍ଭବପର ନୁହେଁ । ସାଂପ୍ରତିକ କରୋନା ମହାମାରୀରେ କେତେ ଜୀବନ ମୃତ୍ୟୁର ଦ୍ୱାର ଦେଶରେ ଉପନୀତ ତାହା ଆଜି ସୁସ୍ପଷ୍ଟ। ଏଣୁ ଏକଥା ସତ୍ୟ ଯେ ଭୋକ ଓ ଭୂତାଣୁ ମଣିଷ ଜୀବନର ପ୍ରବାହକୁ ବାଧାଦେଉଛି। ଭୂତାଣୁର ପ୍ରକ୍ରିୟା ଓ ପ୍ରତିକ୍ରିୟା ଯେଭଳି ମଣିଷର କଣ୍ଠରୋଧ କରୁଛି ତାହା ଦୁଃଖଦାୟକ। କହିବାକୁ ଗଲେ ଭୋକଠାରୁ ବଡ଼ ଭୂତାଣୁଜଗତରେ ଆଉ କିଛି ନାହିଁ । ସମାଜର ଉନ୍ନତି କ୍ଷେତ୍ରରେ ଭୋକ ହିଁ ପ୍ରଧାନ ଅନ୍ତରାୟ ଓ ବଡ଼ ଶତ୍ରୁ।
ଭାରତରେ ଭୋକର ସ୍ଥିତି ଅତି ଶୋଚନୀୟ। ଏଠାରେ ପୋଷଣର ବିକଟାଳ ରୂପ ଗରିବ ଆଫ୍ରିକା ଦେଶଠାରୁ ଖୁବ୍‌ ଅଧିକ। ଏଠାକାର ୫୦ ଶତାଂଶ ମହିଳାଙ୍କର ରକ୍ତହୀନତା ଅନ୍ୟତମ କାରଣ। ବିଶେଷ କରି ୭୦ଶତାଂଶ ଭାରତର ଗ୍ରାମାଞ୍ଚଳ ଲୋକମାନଙ୍କର କୁପୋଷଣ ଓ ଖାଦ୍ୟାଭାବ ଖୁବ୍‌ ବେଶି। ଦେଶର ଆଦିବାସୀ, ବସ୍ତିବାସୀ ମହିଳା ଓ ପାଞ୍ଚବର୍ଷରୁ ଊର୍ଦ୍ଧ୍ୱ ପିଲାମାନେ କୁପୋଷଣର ଅଧିକ ଶିକାର ହେଉଛନ୍ତି। ପିଲାର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏମାନଙ୍କର ତଦନୁରୂପେ ଉଚ୍ଚତା ବୃଦ୍ଧି ପାଉନାହିଁ। ଶକ୍ତି ଓ ସାମର୍ଥ୍ୟ ହରାଇ ବସି ବିକଳାଙ୍ଗ ହୋଇଯାଉଛନ୍ତି। ପ୍ରାୟତଃ ୩୦କୋଟି ଭାରତୀୟ ଭୋକ ଓ କୁପୋଷଣ ଦ୍ୱାରା ପ୍ରଭାବିତ ହେଉଛନ୍ତି।
ଭାରତରେ ଖାଦ୍ୟ ବ୍ୟବସ୍ଥା ବ୍ରିଟିଶ ଶାସନ କାଳରୁ ସଙ୍କଟମୟ ପରିସ୍ଥିତି ଦେଇ ଗତି କରି ଆସୁଛି। ଓଡ଼ିଶାରେ ୧୮୮୬ରେ ହୋଇଥିବା ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ଅସ୍ତିତ୍ୱକୁ ଦୋହଲାଇ ଦେଇଥିଲା; କ୍ଷୁଧା ଅନାହାରରେ ଲୋକେ ପୋକ ମାଛି ପରି ମରିଶୋଇଲେ। ସେହି ଶୋଚନୀୟ ଅବସ୍ଥାରେ ଚିତ୍ର ଏତେ ଭୟଙ୍କର ଥିଲା ଯେ ଇତିହାସ ଓ ଆମ ଲେଖକମାନେ ସେମାନଙ୍କର ଉପନ୍ୟାସରେ ଏହାର ଭୟାବହତା ଚିତ୍ରଣ କରିଯାଇଛନ୍ତି। ଅର୍ଥନୀତି ଓ ସାମାଜିକ ପ୍ରଗତିର ଅନ୍ତରାୟ ଘଟିଲା। ୧୯୪୩ ରେ ବଙ୍ଗରେ ଘଟିଥିବା ଶୋଚନୀୟ ଓ ହୃଦୟ ବିଦାରକ ଦୁର୍ଭିକ୍ଷ। ୧୯୩୭ରେ ଭାରତକୁ ବର୍ମାଠାରୁ ଅଲଗା କରିଦିଆଗଲା। ସେତେବେଳେ ଭାରତକୁ ପ୍ରତିବର୍ଷ ଲକ୍ଷେଟନ୍‌ରୁ ଊର୍ଦ୍ଧ୍ୱ ଚାଉଳ ମିଳୁଥିଲା। ୧୯୪୭ରେ ଭାରତ ସ୍ବାଧୀନତା ପାଇଲା ସତ କିନ୍ତୁ ଭୋକ ମଲାନି। ସେତେବେଳେ ବି ଭାରତକୁ ବିଭାଜିତ କରିଦିଆଗଲା। ଯାହାଫଳରେ କି ଧାନ ଓ ଗହମ ଉପତ୍ାଦନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ବଙ୍ଗଳା ଓ ପଞ୍ଜାବର କେତେକ ସ୍ଥାନ ପାକିସ୍ତାନ ଅଧୀନକୁ ଚାଲିଗଲା ଏବଂ ଲକ୍ଷ ଲକ୍ଷ ଶରଣାର୍ଥୀ ଭାରତକୁ ଅନୁପ୍ରବେଶ କଲେ। ସ୍ବାଧୀନତା ପରେ ପରେ ଭାରତ ଭୀଷଣ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଲା। ଯଦିଓ ଭାରତ କୃଷିପ୍ରଧାନ ଦେଶ, ହୁ ହୁ ହୋଇ ବଢ଼ୁଥିବା ଜନସଂଖ୍ୟା ଯୋଗୁ ସମସ୍ତଙ୍କୁ ଖାଦ୍ୟ ଯୋଗାଇବାରେ ଅକ୍ଷମତା ପ୍ରକାଶ ପାଇଲା। ଭୋକକୁ ରୋକିବାରେ ଆମେ ଏବେ ବି ସମ୍ପୂର୍ଣ୍ଣ ଭାବରେ ଅକ୍ଷମ।
ସଂପ୍ରତି କ୍ଷୁଧା ହେଉଛି ଭାରତ ପାଇଁ ବଡ଼ ସମସ୍ୟା। ଯେଉଁଠି ପେଟ ପାଇଁ ମୁଠାଏ ଦାନା ନାହିଁ ସେଠି ବିକାଶର ସ୍ବପ୍ନ ଦେଖିବା ନିରର୍ଥକ। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ, ପୃଥିବୀରେ ୧୮୯.୨ କୋଟି ଲୋକ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସେଥିରୁ ୧୪ ପ୍ରତିଶତ ଲୋକ ଭାରତର। ୫୧.୪ ପ୍ରତିଶତ ମହିଳା ରକ୍ତହୀନତା ରୋଗ ଦ୍ୱାରା ଆକ୍ରାନ୍ତ। ୩୪.୫ ଶତାଂଶ ପାଞ୍ଚବର୍ଷରୁ କମ ପିଲାଙ୍କ ଅଭିବୃଦ୍ଧି ଘଟେନା। କୁପୋଷଣ କାରଣରୁ ଶିଶୁମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି। କିଛି ପିଲା ନିମୋନିଆ, ଡାଇରିଆ ଓ ମ୍ୟାଲେରିଆ ଦ୍ୱାରା ପୀଡ଼ିତ। ଗ୍ଲୋବାଲ ଇଣ୍ଡେକ୍ସର ୨୦୧୯ ରିପୋର୍ଟ ଅନୁସାରେ ୧୧୭ଟି ଦେଶ ଭିତରୁ ଭାରତ ୧୦୨ ସ୍ଥାନରେ ରହିଛି।
କରୋନା ଭୂତାଣୁ ସଂକ୍ରମିତ ଦେଶର ଖାଦ୍ୟ ବ୍ୟବସ୍ଥାରେ ମଧ୍ୟ ଭିନ୍ନତା ପରିଲକ୍ଷିତ ହେଉଛି। ସମସ୍ତଙ୍କୁ ଏ ମହାମାରୀରେ ଖାଦ୍ୟ ଯୋଗାଇ ଦେବା ଏତେ ଉତ୍ସାହ ଜନକ ନୁହେଁ । ଆବଶ୍ୟକ ପରିମାଣରେ ସୁବିଧାରେ ଓ ଶସ୍ତାରେ ବହୁ ପରିମାଣର ଫଳ ଓ ପନିପରିବା ମିଳୁନାହିଁ। ଏ ଅସମୟରେ ଖାଦ୍ୟବିନା କିଛି କିଛି ବି ପ୍ରାଣ ହରାଉଛନ୍ତି। ଏ ବେଳେ ଗରିବ ତଥା ଦିନ ମଜୁରିଆ ବେଶି ହଇରାଣ ହେଉଛନ୍ତି। ଅଧିକାଂଶ ଗାଁ ଗଣ୍ଡା ଲୋକମାନେ ଓଳିଏ ଖାଇଲେ ଓଳିଏ ଉପାସ ରହନ୍ତି। ଭିକାରି ତଥା ବାରବୁଲାଙ୍କର ଅବସ୍ଥା ଅତି ଶୋଚନୀୟ। ସରକାର ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କର ଖାଦ୍ୟର ବ୍ୟବସ୍ଥା କରିଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ପରି। ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ବେଳେ ଲୋକମାନେ ପେଟରେ ଓଦାକନା ପକାଇ ଶୋଇ ଯିବାର ନଜିର ମଧ୍ୟ ରହିଛି। କାମଧନ୍ଦା ବନ୍ଦ, ମୂଲ ଲାଗିବା ବନ୍ଦ, ଏ ଅବସ୍ଥାରେ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷିବା ସହଜ ନୁହେଁ । ଜୀବନ ଓ ଜୀବିକା କ୍ଷେତ୍ରରେ କରୋନା ପାଖରେ ହାର ମାନିଛି ମଣିଷ। ଭୂତାଣୁ ଯିବାର ନା ଧରୁନି। ସେଥିପାଇଁ ମଧ୍ୟ ଟିକା ଏଯାବତ୍‌ ବାହାରିପାରିଲା ନାହିଁ । କିଛି କିଛି ଲୋକ ନିଜ ନିଜର ବୃତ୍ତିରେ ଯୋଗ ଦେଲେଣି। ମଜୁରିଆଙ୍କୁ କାମଧନ୍ଦା ଯୋଗାଇ ଦିଆଯାଉଛି ତଥାପି ଗୋଟାଏ ଭୟ ଓ ଆଶଙ୍କା କାବୁ କରି ଦେଇଛି। ପଦାକୁ ଗୋଡ଼ କାଢ଼ି ହେଉନାହିଁ ଏପରି ସ୍ଥଳେ, ଜୀବନ ଗତିଶୀଳ ହୋଇପାରୁନାହିଁ । ଏଣୁ ଭୋକ ଓ ଭୂତାଣୁର ସରଳାର୍ଥ ଆମ ପାଖରେ ଏବେ ଅସ୍ପଷ୍ଟ ନାହିଁ।
ମୋ-୯୪୩୭୭୨୮୪୭୫

The post ଭୋକ ଓ ଭୂତାଣୁ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...