Skip to main content

ଆଇଏସ୍‌ଏଲ୍‌ କାର୍ଯ୍ୟସୂଚୀ ଘୋଷଣା

ମାର୍ଗାଓ, ୩୧।୧୦: ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ୍‌) ୭ମ ସଂସ୍କରଣର ପ୍ରଥମ ଚରଣ ପାଇଁ ଶୁକ୍ରବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଯାଉଥିବା ଏହି ହାଇ ପ୍ରୋଫାଇଲ ଫୁଟବଲ ଇଭେଣ୍ଟର ଉଦ୍‌ଘାଟନୀ ମ୍ୟାଚ ଏଟିକେ ମୋହନବାଗାନ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଅନୁଷ୍ଠିତ ହେବ। ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫସି ୨୩ ତାରିଖରେ ଏହାର ପ୍ରଥମ ମ୍ୟାଚ ଗୋଆ ବାମ୍ବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ହାଇଦ୍ରାବାଦ୍‌ ଏଫ୍‌ସି ସହିତ ଖେଳିବ। ପରେ ଏହି ଦଳ ୨୯ରେ ଜାମସେଦପୁର, ଡିସେମ୍ବର ୩ରେ ଏଟିକେ ମୋହନ ବାଗାନ, ୬ରେ ମୁମ୍ବାଇ ସିଟି ଏଫ୍‌ସି, ୧୨ରେ ଏଫ୍‌ସି ଗୋଆ, ୧୭ରେ ବେଙ୍ଗାଲୁରୁ ଏଫ୍‌ସି, ୨୨ରେ ନର୍ଥଇଷ୍ଟ ୟୁନାଇଟେଡ, ଜାନୁୟାରୀ ୩ରେ ଏସ୍‌ସି ଇଷ୍ଟବେଙ୍ଗଲ, ୭ରେ କେରଳ ବ୍ଲାଷ୍ଟର୍ସ, ୧୦ରେ ଚେନ୍ନାଇନ୍‌ ଏଫ୍‌ସିକୁ ଭେଟିବ।
କୋଭିଡ-୧୯ ମହାମାରୀ ପାଇଁ ପ୍ରତିଯୋଗିତା ଏଥର ଗୋଆର ଜିଏମ୍‌ସି, ତିଳକ ମଇଦାନ ଏବଂ ଫତୋର୍ଦା ଷ୍ଟାଡିୟମରେ ରୁଦ୍ଧଦ୍ୱାର ମଧ୍ୟରେ ବିନା ଦର୍ଶକରେ ଅନୁଷ୍ଠିତ ହେବ। ଗତ ସିଜନରେ ଏଟିକେ ଫାଇନାଲରେ ଚେନ୍ନାଇନ୍‌ ଏଫ୍‌ସିକୁ ହରାଇ ଟାଇଟଲ ଜିତିଥିଲା। ସେହିପରି ଏଫ୍‌ସି ଗୋଆ ଲିଗ୍‌ ପର୍ଯ୍ୟାୟରେ ଶୀର୍ଷରେ ରହି ଶିଲ୍ଡ ହାସଲ କରିବା ସହ ଏଏଫ୍‌ସି ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ସେବେଠାରୁ ଏଟିକେ ଆଇ-ଲିଗ୍‌ ଚାମ୍ପିୟନ ମୋହନବାଗାନ ସହିତ ମିଶି ଯାଇଛି। ଏବେ ଗୋଟିଏ କ୍ଲବଭାବେ ଆଇଏସ୍‌ଏଲ୍‌ ଖେଳିବାକୁ ଯାଉଛନ୍ତି।
ପ୍ରତିଯୋଗିତାରେ ମୋଟ ୧୧ଟି ଦଳ ଅଂଶଗ୍ରହଣ କରିବେ। ସେଗୁଡ଼ିକ ହେଲେ ଏଟିକେ ମୋହନବାଗାନ, ବେଙ୍ଗାଲୁରୁ ଏଫ୍‌ସି, ଚେନ୍ନାଇନ୍‌ ଏଫ୍‌ସି, ଏଫ୍‌ସି ଗୋଆ, ହାଇଦ୍ରାବାଦ ଏଫ୍‌ସି, ଜାମସେଦପୁର ଏଫ୍‌ସି, କେରଳ ବ୍ଲାଷ୍ଟର୍ସ ଏଫ୍‌ସି, ମୁମ୍ବାଇ ସିଟି ଏଫ୍‌ସି, ନର୍ଥଇଷ୍ଟ ୟୁନାଇଟେଡ, ଓଡ଼ିଶା ଏଫସି ଓ ସ୍ପୋର୍ଟିଂ କ୍ଲବ ଇଷ୍ଟବେଙ୍ଗଲ। ଆୟୋଜକମାନେ ୨୦୨୧ ଜାନୁୟାରୀ ୧୧ ପର୍ଯ୍ୟନ୍ତ କେବଳ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଅବଶିଷ୍ଟ ପରେ ପ୍ରକାଶ ପାଇବ। କୋଲକାତାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏଟିକେ ମୋହନ ବାଗାନ ଓ ଇଷ୍ଟବେଙ୍ଗଲ ମଧ୍ୟରେ ପ୍ରଥମ ମ୍ୟାଚ ନଭେମ୍ବର ୨୭ ତାରିଖରେ ଭାସ୍କୋସ୍ଥିତ ତିଳକ ମଇଦାନରେ ଅନୁଷ୍ଠିତ ହେବ। କୋଲକାତାଭିତ୍ତିକ ଶ୍ରୀ ସିମେଣ୍ଟ୍ସ ବଡ଼ ଅଂଶଧନ କିଣିଥିବାରୁ ଆଇ-ଲିଗ୍‌ର ଅନ୍ୟତମ ଶକ୍ତିଶାଳୀ ଦଳ ଇଷ୍ଟବେଙ୍ଗଲ ଏବେ ଏସ୍‌ସି ଇଷ୍ଟବେଙ୍ଗଲରେ ପରିଣତ ହୋଇଛି। ପ୍ରଥମଥରପାଇଁ ଏହି ଦଳ ଆଇଏସ୍‌ଏଲ ଖେଳିବାକୁ ଯାଉଛି। ଆୟୋଜକ ଏଫ୍‌ସି ଗୋଆ ଏହାର ପ୍ରଥମ ମ୍ୟାଚ ପୂର୍ବତନ ଚାମ୍ପିୟନ ବେଙ୍ଗାଲୁରୁ ଏଫସି ବିପକ୍ଷରେ ନଭେମ୍ବର ୨୨ରେ ଖେଳିବ।
ଚଳିତମାସ ପ୍ରାରମ୍ଭରେ ଗୋଆରେ ପହଞ୍ଚତ୍ବାପରେ ନର୍ଥଇଷ୍ଟ ୟୁନାଇଟେଡର ୭ ଖେଳାଳି ଓ ଜଣେ ସହକାରୀ କୋଚ୍‌ ଖାଲିଦ ଜାମିଲ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେଣୁ ପ୍ରତି ଦଳର ଖେଳାଳି ଓ ଅଫିସିଆଲମାନଙ୍କୁ ଭିନ୍ନଭିନ୍ନ ହୋଟେଲରେ ଜୈବ-ସୁରକ୍ଷିତ ପରିବେଶରେ ରଖାଯାଇଛି। କୌଣସି ଖେଳାଳି କିମ୍ବା ଅଫିସିଆଲ କରୋନା ସଂକ୍ରମିତ ହେଲେ ଯେପରି ତାହାର କଣ୍ଟାକ୍ଟ ଟ୍ରେସିଂ ହୋଇପାରିବ ସେଥିପାଇଁ ସମସ୍ତଙ୍କୁ ଆରୋଗ୍ୟ ସେତୁ ଓ ଆଇଏସଏଲ ହେଲ୍‌ଥ ଆପ୍‌ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ଖେଳାଳି କିମ୍ବା ଅଫିସିଆଲ ପଜିଟିଭ୍‌ ହେଲେ ସଙ୍ଗେସଙ୍ଗେ କ୍ୱାରାଣ୍ଟାଇନ୍‌ରେ ରଖାଯିବ ଏବଂ ୭ ଦିନ ମଧ୍ୟରେ ୩ ଥର ନେଗେଟିଭ୍‌ ରେଜଲ୍ଟ ଆସିଲେ ଯାଇ ଦଳକୁ ପ୍ରତ୍ୟାବର୍ତ୍ତନ ଅନୁମତି ମିଳିବ। ଗୋଆରେ ପହଞ୍ଚତ୍ବା ପୂର୍ବରୁ ସବୁ ଦଳକୁ କୋଭିଡ ଟେଷ୍ଟ କରାଇ ୩ ଥର ନେଗେଟିଭ୍‌ ଫଳାଫଳକୁ ଅପେକ୍ଷା କରିବାକୁ କୁହାଯାଇଥିଲା। ଗୋଆରେ ପହଞ୍ଚତ୍ବାପରେ ଭାରତୀୟ ଖେଳାଳି ଓ ଅଫିସିଆଲମାନେ ୧୦ ଦିନ ଏବଂ ବିଦେଶୀମାନେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏହି ସମୟ ମଧ୍ୟରେ ସମସ୍ତଙ୍କର ୫ ଥର କୋଭିଡ୍‌ ଟେଷ୍ଟ କରାଯାଇଥିଲା।

The post ଆଇଏସ୍‌ଏଲ୍‌ କାର୍ଯ୍ୟସୂଚୀ ଘୋଷଣା appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...