Skip to main content

ଆଜିଠୁ ପ୍ରସିଦ୍ଧ ଲକ୍ଷ୍ମୀପୂଜା

ଢେଙ୍କାନାଳ ଅଫିସ, ୩୦।୧୦

ଧରାବତରଣ କରିବେ ଧନଦାତ୍ରୀ। ହେଲେ ମଣ୍ଡପ ଝଲସୁଥିବ ନା ଥିବେ ଭକ୍ତ। କେବଳ ବିଧିରକ୍ଷା କରିବାକୁ ଶ୍ରଦ୍ଧାଳୁଶୂନ୍ୟ ମଣ୍ଡପରେ ପାରମ୍ପରିକ ନୀତି ଅନୁଯାୟୀ ମା’ଙ୍କ ଆବାହନ ହେବ। ୮୦ ବର୍ଷର ଐତିହ୍ୟସମ୍ପନ୍ନ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ମାହୋଲକୁ କରୋନା ଡର ବିଗାଡ଼ି ଦେଇଥିବାବେଳେ ମହାମାୟାଙ୍କ ମନଖୋଲା ଦର୍ଶନରୁ ବଞ୍ଚତ୍ତ ହେବେ ସହରବାସୀ, ଯାହାକୁ ନେଇ ଏବେ ସୃଷ୍ଟି ହୋଇଛି ଭାବାବେଗ ପରିବେଶ।
ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହେଉଛି। ୩୮ ପୂଜା ମଣ୍ଡପରେ ମା’ଙ୍କ ଆବାହନ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ହେଲେ କରୋନା ସଂକ୍ରମଣ ରୋକିବାକୁ ଜାରି କରାଯାଇଥିବା କଟକଣା ପୂଜା ଉତ୍ସାହକୁ ପାଣିଚିଆ କରିଦେଇଛି। ୮୦ବର୍ଷର ଲକ୍ଷ୍ମୀପୂଜା ଇତିହାସରେ ପ୍ରଥମଥର ମା’ଙ୍କ ପୂଜା ବିନା ଭକ୍ତରେ ପରଦା ଆଢୁଆଳରେ ହେବ। ତେଣୁ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କ ମଧ୍ୟରେ ପୂର୍ବ ଉତ୍ସାହ ଦେଖିବାକୁ ମିଳୁନାହଁ। ପ୍ରତିବର୍ଷ ପୂଜାକୁ ନେଇ ସହରରେ ଭାବଭକ୍ତିମୟ ପରିବେଶ ସୃଷ୍ଟି ହେଉଥିବାବେଳେ ଚଳିତବର୍ଷ ସହର ଖଁା ଖଁା ଲାଗୁଛି। ସେହିପରି ଲକ୍ଷ୍ମୀପୂଜାରେ ଓର୍‌ମାସ ଏବଂ ପ୍ରଶାସନର ସହଯୋଗରେ ମହିଷାପାଟ ପଡ଼ିଆରେ ଆୟୋଜିତ ପଲ୍ଲିଶ୍ରୀ ମେଳାକୁ ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀ ଆସୁଥିଲେ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ସେମାନେ ବେଶ୍‌ ଦୁଇ ପଇସା ରୋଜଗାର କରୁଥିଲେ। ହେଲେ କରୋନା ମାଡ଼ରେ ସବୁ ବନ୍ଦ ହୋଇଯାଇଛି। ଉଠା ଦୋକାନୀଙ୍କଠାରୁ ଆରମ୍ଭ କରି ବାହାରୁ ଆସୁଥିବା ଖାଦ୍ୟଷ୍ଟଲ, ଦୋଳିକୁ ନିଷେଧ କରାଯାଇଛି।
ସୂଚନାଯୋଗ୍ୟ, ୧୯୪୨ରେ ଢେଙ୍କାନାଳର ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିଲା। ପ୍ରଥମେ ମିନାବଜାର ଏବଂ ପରବର୍ତ୍ତୀ ସମୟରେ ଜବାହରଚୌକ, ଲକ୍ଷ୍ମୀବଜାର, ଗଣେଶ ବଜାର, ମହାବୀର ବଜାର ସମେତ ଅନ୍ୟମାନେ ଏଥିରେ ସାମିଲ ହୋଇଥିଲେ। ଛାମୁଣ୍ଡିଆ ଏବଂ ପେଟ୍ରୋମାକ୍ସ ଲାଇଟ୍‌ରୁ ଆରମ୍ଭ ହୋଇଥିବା ପୂଜାରେ ଏବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଚଳିତବର୍ଷ କରୋନା ପ୍ରାଦୁର୍ଭାବ ସବୁକିଛି ଫିକା କରିଦେଇଛି। ଆସନ୍ତା ୮ ତାରିଖ ଯାଏ ମଣ୍ଡପରେ ପୂଜାର୍ଚ୍ଚନା କରାଯିବାପରେ ୯ରେ ମା’ଙ୍କୁ ନିରାଡମ୍ବର ଭାବେ ମେଲାଣି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ମରିଯାଇଛି ଉତ୍ସାହ, ଉଦ୍ଦୀପନା
ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା ଦୀର୍ଘବର୍ଷ ହେଲା ପାଳିତ ହୋଇଆସୁଛି। ପାରମ୍ପରିକ ନୀତିନିୟମ ଅନୁଯାୟୀ ହେଉଥିବା ଏହି ଗଣମହୋତ୍ସବକୁ ଶ୍ରଦ୍ଧାଳୁ ଅପେକ୍ଷା କରିଥାନ୍ତି। କିନ୍ତୁ ଚଳିତବର୍ଷ କରୋନା ସବୁ ଉତ୍ସାହ ଉଦ୍ଦୀପନାକୁ ଚୂର୍‌ମାର କରିଦେଇଛି। ବର୍ଷକର ବ୍ୟବସାୟ ଓ ଜୀବନଜୀବିକାକୁ କ୍ଷତି ପହଞ୍ଚାଇଛି। ବିନାଭକ୍ତରେ ମା’ ପୂଜା ପାଇବେ ଭାବିଲେ ଦୁଃଖ ଲାଗୁଛି। ଇଚ୍ଛା ଥିଲେ ବି ମଣ୍ଡପକୁ ଯାଇ ମନଖୋଲା ଦର୍ଶନ କରିହେବନାହିଁ। ସରକାରଙ୍କ କୋଭିଡ୍‌ ନିୟମକୁ ମାନିବା ସହିତ ଆମକୁ ସହଯୋଗ କରିବାକୁ ପଡିବ ା
-ଦୀପ୍ତିବାଳା ମିଶ୍ର, ସହରବାସୀ
ପ୍ରତି ପରିବାର ପାଇଁ ଦୁଃଖର ବିଷୟ
ଢେଙ୍କାନାଳର ଐତିହ୍ୟ ଓ ପରମ୍ପରାକୁ ବହନ କରୁଥିବା ଲକ୍ଷ୍ମୀପୂଜା ମହୋତ୍ସବକୁ ଧୁମଧାମରେ ପାଳନ କରିବାକୁ ସହରବାସୀ ଚାହିଁ ବସିଥିଲେ। ହେଲେ କରୋନା ମାଡ଼ରେ ସବୁକିଛି ସ୍ବପ୍ନ ଧୂଳିସାତ ହୋଇଯାଇଛି। ବର୍ଷକୁ ଥରେ ମା’ ଲକ୍ଷ୍ମୀଙ୍କ ଆବାହନ ହେଉଥିବା ବେଳେ ଏଥର ପୂଜା ମଣ୍ଡପରେ ସର୍ବସାଧାରଣଙ୍କ ଦର୍ଶନ ବାରଣ କରାଯାଇଛି। ଏହା ଢେଙ୍କାନାଳର ପ୍ରତି ପରିବାର ପାଇଁ ଦୁଃଖର ବିଷୟ। ପରିସ୍ଥିତିକୁ ଦେଖି କରୋନା ସଂକ୍ରମଣକୁ ଏଡାଇବା ଲାଗି ସମସ୍ତଙ୍କୁ କଟକଣାକୁ ସମ୍ମାନ ଦେବାକୁ ପଡ଼ିବ।
-ଡ. ପୁଷ୍ପଲତା ରଥ, ବୁଦ୍ଧିଜୀବୀ

The post ଆଜିଠୁ ପ୍ରସିଦ୍ଧ ଲକ୍ଷ୍ମୀପୂଜା appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...