Skip to main content

ଟାଟା ହାତ ଛାଡ଼ିବ ଏସ୍‌ପି ଗ୍ରୁପ୍‌;ସୁପ୍ରିମକୋର୍ଟଙ୍କୁ ଦେଲା ଚୂଡ଼ାନ୍ତ ପ୍ଲାନ୍‌

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ ଛାଡ଼ିବାକୁ ସାପୋରଜୀ ପାଲୋନଜି(ଏସ୍‌ପି ) ଗ୍ରୁପ୍‌ ଯୋଜନା ରଖିଛି। ଏଥିଲାଗି ଚୂଡ଼ାନ୍ତ ପ୍ଲାନ୍‌କୁ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଥିବା ଗ୍ରୁପ କହିଛି। ଯୋଜନା କାର୍ଯ୍ୟକ୍ଷମ ହେଲେ ୨ ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ମଧ୍ୟରେ ରହିଥିବା ୭୦ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିବ। ଟାଟା ଗ୍ରୁପ୍‌ରେ ଏସ୍‌ପି ଗ୍ରୁପ୍‌ର ହୋଲ୍ଡିଂ ଭାଲ୍ୟୁ ପ୍ରାୟ ୧.୭୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଏହା ଆକଳନ କରିଛି। ଏ ସଂକ୍ରାନ୍ତ ଚୂଡ଼ାନ୍ତ ଯୋଜନାକୁ ଗ୍ରୁପ୍‌ ସର୍ବୋଚ୍ଚ ଅଦାଲତଙ୍କୁ ଗୁରୁବାର ପ୍ରଦାନ କରିଛି। ସୂଚନାଯୋଗ୍ୟ, ବର୍ତ୍ତମାନ ଏସ୍‌ପି ଗ୍ରୁପ୍‌ର ଦାୟିତ୍ୱରେ ଥିବା ସାଇରସ ମିସ୍ତ୍ରିଙ୍କୁ ୨୮ ଅକ୍ଟୋବର ୨୦୧୬ରେ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ଏହା ପରଠାରୁ ଦୁଇ ଗ୍ରୁପ ମଧ୍ୟରେ ବିବାଦ ବଢିଯାଇଥିଲା। ଏହି ମାମଲାର ଲମ୍ବା ଶୁଣାଣି ପରେ ଶେଷରେ ଟାଟା ଗ୍ରୁପ ହାତ ଛାଡ଼ିବାକୁ ସାଇରସ ମିସ୍ତ୍ରି ମନ ବଳାଇଥିବା ଜଣାପଡ଼ିଛି।
ଟାଟା ଗ୍ରୁପ୍‌ରେ ୨ ଗ୍ରୁପ୍‌ କମ୍ପାନୀ ରହିଛି। ଏହା ମଧ୍ୟରୁ ଗୋଟିଏ ଟାଟା ଟ୍ରଷ୍ଟ। ଏଥିରେ ଟାଟା ପରିବାର ସଦସ୍ୟ ଏବଂ ଟାଟା ଗ୍ରୁପ କମ୍ପାନୀଗୁଡିକର ହୋଲ୍ଡିଂ ପ୍ରାୟ ୮୧.୬% ରହିଛି। ଅନ୍ୟ ୧୮.୭% ହୋଲ୍ଡିଂ ମିସ୍ତ୍ରି ପରିବାର ନିକଟରେ ରହିଛି। ମିସ୍ତ୍ରି ଗ୍ରୁପଠାରୁ ସମ୍ପର୍କ ଛିନ୍ନ କରିବା ଲାଗି ପୂର୍ବରୁ ଟାଟା ଗ୍ରୁପ ମଧ୍ୟ ଏକ ପ୍ଲାନ୍‌ ଦେଇଥିଲା। ଟାଟା ସନ୍ସ ଗ୍ରୁପ୍‌ର ମୁଖ୍ୟ ନିବେଶ କମ୍ପାନୀ ଭାବେ କାର୍ଯ୍ୟ କରୁଛି। ଏହା ଟାଟାର ଏକ ହୋଲ୍ଡିଂ କମ୍ପାନୀ। ଏହାର ଭାଲ୍ୟୁ ସୂଚୀଭୁକ୍ତ କମ୍ପାନୀଗୁଡିକର ଆଧାରରେ ନିର୍ଦ୍ଧାରଣ କରାଯାଇଛି। ଅନ୍ୟ ପକ୍ଷରେ ଗ୍ରୁପ କମ୍ପାନୀରେ ଅଣ ସୂଚୀଭୁକ୍ତ ଇକ୍ୱିଟିଜ କମ୍ପାନୀ ମଧ୍ୟ ସାମିଲ ରହିଛି। ଏହା ମଧ୍ୟରେ ବ୍ରାଣ୍ଡ, କ୍ୟାଶ ବାଲାନ୍ସ ଏବଂ ସ୍ଥାବର ସମ୍ପତ୍ତି ମଧ୍ୟ ରହିଛି।
ଏସ୍‌ପି ଗ୍ରୁପ୍‌ ଏହାର ଅଲଗା ହେବା ସ୍କିମ୍‌ରେ କହିଛି ଯେ, ଭାଲ୍ୟୁଏଶନ ସଂକ୍ରାନ୍ତ ଯାହା କିଛି ବି ବିବାଦ ରହିଛି ତା’ର ତୁରନ୍ତ ସମାଧାନ ହେବା ଆବଶ୍ୟକ। ବ୍ରାଣ୍ଡର ଭାଲ୍ୟୁଏଶନ ଆଧାରରେ ଚୂଡାନ୍ତ ନିଷ୍ପତ୍ତି ହେବା ଉଚିତ। ଅଣ ସୂଚୀଭୁକ୍ତ କମ୍ପାନୀଗୁଡିକ ଲାଗି ତୃତୀୟ ପକ୍ଷଙ୍କ ଦ୍ୱାରା ଭାଲ୍ୟୁଏଶନ କରାଯାଇପାରିବ। ଏଥିରେ ନେଟ୍‌ ଡେଟ୍‌ ପ୍ରସଙ୍ଗକୁ ମଧ୍ୟ ଦେଖିବାକୁ ହେବ।

The post ଟାଟା ହାତ ଛାଡ଼ିବ ଏସ୍‌ପି ଗ୍ରୁପ୍‌;ସୁପ୍ରିମକୋର୍ଟଙ୍କୁ ଦେଲା ଚୂଡ଼ାନ୍ତ ପ୍ଲାନ୍‌ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...