Skip to main content

ବାବୁ ଓ ବଜେଟ

କୋଭିଡ୍‌-୧୯ ମହାମାରୀରେ ସାଂଘାତିକ ଭାବେ କ୍ଷତି ହୋଇଥିବା ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ବଢାଇବା ଲାଗି ବଜେଟ୍‌ ୨୦୨୧-୨୨ର ଅବଗଣନା ଆରମ୍ଭ ହୋଇଯାଇଛି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଭାସ ଦେବା ପରେ ତୃତୀୟ ଆର୍ଥିକ ପ୍ୟାକେଜ ଆସିବ ବୋଲି ଜୋରଧରିଛିି। ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେଙ୍କ ନେତୃତ୍ୱରେ ବଜେଟ ପ୍ରସ୍ତୁତିରେ ସାମିଲ ବାବୁମାନେ କାମରେ ଲାଗିପଡିଛନ୍ତି। ବଜେଟ ପ୍ରସ୍ତୁତି ପାଇଁ ପ୍ରଥମ ବୈଠକ ଅର୍ଥ ସେବା ବିଭାଗର ଅଧିତ୍କାରୀମାନଙ୍କ ସହ ଏମ୍‌ଏସ୍‌ଏମ୍‌ଇ, ଗୃହ,ଷ୍ଟିଲ୍‌ ଏବଂ ଶକ୍ତି ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ୨୦୨୦-୨୧ର ପରିବର୍ତ୍ତିତ ବଜେଟ୍‌ ଆକଳନ ( ଆର୍‌ଇ) ଏବଂ ୨୦୨୧-୨୦୨୨ ବଜେଟ ଆକଳନକୁ ଚୂଡାନ୍ତ ରୂପ ଦେବାକୁ ପ୍ରାୟ ୧ ମାସ ଲାଗିଯିବ । ବ୍ୟୟ ସଚିବ ଟି.ଭି. ସୋମନାଥନ ଅନ୍ୟ ବିଭାଗୀୟ ସଚିବ ଏବଂ ଅର୍ଥ ପରାମର୍ଶଦାତାମାନଙ୍କ ସହ ଆଲୋଚନା କରିସାରିବା ପରେ ନଭେମ୍ବର ୧୨ରେ ଏହା ଶେଷ କରାଯିବ। ତେବେ ଚଳିତବର୍ଷ କୋଭିଡ୍‌ ଯୋଗୁ ବଜେଟ୍‌ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ପ୍ରତ୍ୟେକ ବୈଠକରେ ଅଧିକାରୀଙ୍କ ଉପସ୍ଥିତିକୁ ନେଇ କଟକଣା ରହିପାରେ। ଏହି ବୈଠକରେ ଗୋଟିଏ ମନ୍ତ୍ରଣାଳୟ ବା ବିଭାଗରୁ ନିର୍ଦ୍ଦେଶକ ର଼୍ୟାଙ୍କର ଅତିବେଶିରେ ୫ ଜଣ ଅଧିତ୍କାରୀ ଉପସ୍ଥିତ ରହିପାରନ୍ତି। ରାଜସ୍ବ ସଂଗ୍ରହ,ବିନିବେଶ, ବ୍ୟୟ, ରପ୍ତାନି ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ ଉପରେ ମହାମାରୀର ପ୍ରଭାବକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାକୁ ସମାଧାନ କରିବା ଲାଗି ଏହି ବଜେଟ କାର୍ଯ୍ୟ କରିବ। ଏଥିପାଇଁ ଆଗାମୀ ବଜେଟ ମୋଦି ସରକାରଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମନେହୁଏ। ଅର୍ଥବ୍ୟବସ୍ଥା ୧୦.୩% ଖସିବ ବୋଲି ଅନ୍ତଃରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ଆକଳନ କରିଛି। ଏପରି କି ରିଜର୍ଭବ୍ୟାଙ୍କ ଅଫ୍‌ ଇଣ୍ଡିଆ( ଆର୍‌ବିଆଇ) ମଧ୍ୟ ମତ ରଖିତ୍ଛି ଯେ, ଏହା ୯.୫% ଖସିବ। ଏଭଳି ସୂଚନା ବାସ୍ତବରେ ଅତି ଭୟାନକ। ଏହି ବଜେଟ୍‌ ମହାମାରୀ ଯୋଗୁ ଅଭିବୃଦ୍ଧି ହ୍ରାସ ସମ୍ବନ୍ଧିତ ତଥା ରାଜସ୍ବ ସଂଗ୍ରହକୁ ନିୟନ୍ତ୍ରଣକୁ ନେବାରେ ରହିଥିବା ଜଟିଳ ସମସ୍ୟାର ସମ୍ମୁଖୀନ ହେବ।
ନିଯୁକ୍ତିକୁ ଅପେକ୍ଷା
ମହାରାଷ୍ଟ୍ରରେ ୩୬ରୁ ଅଧିକ ଆଇପିଏସ୍‌ ଅଧିକାରୀ ନୂଆ ନିଯୁକ୍ତିକୁ ଚାହିଁ ବସିଛନ୍ତି। କିନ୍ତୁ ଏଥିରେ ହେଉଥିତ୍ବା ଅହେତୁକ ବିଳମ୍ବ ବିରୋଧୀ ଭାଜପାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସମାଲୋଚନା କରିବାର ଖୋରାକ ଯୋଗାଇଛି। ନିଯୁକ୍ତି ପାଇବାକୁ ଅପେକ୍ଷାରେ ରହିଥିବା ଅଧିକାରୀମାନଙ୍କ ତାଲିକା ମଧ୍ୟରେ ହାଇ ପ୍ରୋଫାଇଲ ପୋଲିସ ଅଧିକାରୀ ଦେବେନ ଭାରତୀଙ୍କ ସମେତ ୧୫ ଜଣ ଏସ୍‌ପି ପାହ୍ୟା ଅଧିକାରୀ ରହିଛନ୍ତି। ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଭାରତୀଙ୍କୁ ନୂଆପଦବୀରେ ଅବସ୍ଥାପିତ କରାଯାଇନାହିଁ। ତାଙ୍କୁ ବଦଳି କରାଯାଇଥିବା ସତ୍ତ୍ୱେ ବି ରିଲିଭ୍‌ କରାଯାଇ ନ ଥିବାରୁ ସେ ଏବେ ଏଡିଜି( ଆଣ୍ଟି ଟେରରିଜମ୍‌ ସ୍କ୍ବାଡ) ଭାବେ ଦାୟିତ୍ୱ ତୁଲାଉଛନ୍ତି। ରାଜ୍ୟ ସରକାର ନିଯୁକ୍ତି ଦେବାକୁ ମନା କରିଦେବାରୁ ପୋଲିସ ବ୍ୟବସ୍ଥାରେ ଏହା ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଛି, ଯାହାକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜୁଲାଇରେ ମୁମ୍ବାଇ ପୋଲିସ କମିଶନର ୧୦ ଜଣ ଡିସିପି ପାହ୍ୟାର ଅଧିକାରୀଙ୍କୁ ସରକାରଙ୍କ ସହ ଆଲୋଚନା କରି ଯେତେବେଳେ ଅଦଳବଦଳ କରିଥିଲେ ସେତେବେଳେ ଠାକ୍‌ରେ ଏଥିରେ ଅଧିକ ସନ୍ତୁଷ୍ଟ ନ ଥିଲେ। ପରେ ଏହି ବଦଳିଗୁଡ଼ିକୁ ସ୍ଥଗିତ ରଖାଯାଇଥିଲା। ଏହି ବିଷୟରେ ସରକାରରେ ତୀବ୍ର ମତ ପାର୍ଥକ୍ୟ ଓ ସନ୍ଦେହ ରହିଥିବା ସ୍ପଷ୍ଟ ହୋଇଛି। ଆଇପିଏସ୍‌ମାନଙ୍କ ଅପେକ୍ଷାର ଅବଧି ବଢିଚାଲିଛି। ସରକାର କହୁଛନ୍ତି,ଏହା ଶୀଘ୍ର କାର୍ଯ୍ୟକାରୀ କରାଯିବ। ଏହା ସରକାରଙ୍କ ନିଷ୍ପତ୍ତିକୁ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ପୋଲିସ ଅଧିକାରୀମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇପାରେ।
ଅସନ୍ତୁଷ୍ଟ ଆଇଏଏସ୍‌
ଯେ କୌଣସି ସରକାରରେ ଆଇଏଏସ୍‌ ଓ ଅନ୍ୟ ସର୍ଭିସ ବା ସେବା ମଧ୍ୟରେ ସବୁବେଳେ ଲଢ଼େଇ ହୋଇଥାଏ। ଏଭଳି ଲଢ଼େଇ ଦେଖିବାକୁ ମିଳିଛି ହରିୟାଣାରେ। ହରିୟାଣା ସିଭିଲ ସର୍ଭିସ ଅଫିସର୍ସ ଆସୋସିଏଶନର ସଭାପତି ଜଗଦୀପ ଢାଣ୍ଡାଙ୍କ ଇସ୍ତଫାକୁ ନେଇ ହରିୟାଣା ଆଇଏଏସ୍‌ ଅଫିସରମାନଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ଅସନ୍ତୋଷ ପ୍ରକଟ କରିଛନ୍ତି। ସେମାନେ ଅନୁଭବ କରୁଛନ୍ତି ଯେ, ମନୋହର ଖଟ୍ଟର ସରକାର ଅନ୍ୟ ସର୍ଭିସ ଦ୍ୱାରା ଆଇଏଏସ୍‌ କ୍ୟାଡର ପଦବୀକୁ ଛଡ଼ାଇନେବା ଲାଗି ଅନୁମତି ଦେଇଛନ୍ତି। ସୂତ୍ରରୁ ଜଣାପଡିଛି ଯେ,ରାଜ୍ୟ ପରିବହନ ବିଭାଗରେ ଏଚ୍‌ସିଏସ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ଢାଣ୍ଡା ଅସନ୍ତୋଷ ପ୍ରକାଶ କରିବା ସହ ଇସ୍ତଫା ଦେଇଛନ୍ତି। ରାଜ୍ୟ ସରକାର ସଦ୍ୟତମ ବଦଳିକୁ ନେଇ ବିଦ୍ୱେଷ ଶୀର୍ଷରେ ପହଞ୍ଚିଛି। ଏହି କ୍ରମରେ ଜଣେ ଆଇପିଏସ୍‌ ଅଧିକାରୀ ପ୍ରମୁଖ ସଚିବ ଭାବେ ନିଯୁକ୍ତ ହେଲେ ଏବଂ ଆଉ ଜଣଙ୍କୁ ରାଜ୍ୟରେ ଥିବା ଦୁଇଟି ପାଓ୍ବାର ୟୁୁଟିଲିଟି ମଧ୍ୟରୁ ଗୋଟିକର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଗଲା। ଆଉ ଜଣେ ଆଇଏଫ୍‌ଏସ୍‌ ଅଧିକାରୀ ମଧ୍ୟ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଲେ। ପୁନଶ୍ଚ ରାଜ୍ୟ ସରକାର ଡିଏସ୍‌ପି ଏବଂ ଏମ୍ପ୍ଲଏମେଣ୍ଟ ଅଫିସର୍‌ମାନଙ୍କୁ ଜିଲା ପରିବହନ ଅଧିକାରୀ(ଡିଟିଓ)ମାନଙ୍କ ଲାଗି ଉଦ୍ଦିଷ୍ଟ ପଦରେ ନିଯୁକ୍ତି ଦେଇଛନ୍ତି। ଏହାଯୋଗୁ ରାଜ୍ୟ ସିଭିଲ ସର୍ଭିସ ଅଫିସର୍‌ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହାହେଉ ସେମାନଙ୍କ ମଧ୍ୟରେ ଆଲୋଚନା ପରେ ଆଇଏଏସ୍‌ କ୍ୟାଡର ପଦବୀରେ ଅନ୍ୟ ସର୍ଭିସର ଅଧିକାରୀଙ୍କୁ ଦିଆଯାଉଥିବା ନିଯୁକ୍ତି ସମ୍ପର୍କରେ ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।
Email: dilipcherian@gmail.com

The post ବାବୁ ଓ ବଜେଟ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...