Skip to main content

ଟୋକିଓ ଅଲିମ୍ପିକ୍ସ: ଜାପାନରେ ଟିକେଟ କ୍ରେତା ମୂଲ୍ୟ ଫେରିପାଇବେ

ଟୋକିଓ, ୩୧ା୧୦ (ଏପି): ଜାପାନରେ ଟୋକିଓ ଅଲିମ୍ପିକ୍ସର ଟିକେଟ କ୍ରେତାମାନେ ଚାହିଁଲେ ସେମାନଙ୍କ ମୂଲ୍ୟ ଫେରିପାଇବେ। ଏଥିପାଇଁ ସ୍ଥାନୀୟ ଆୟୋଜକ ଶୁକ୍ରବାର ଗ୍ୟାରେଣ୍ଟି ପ୍ରଦାନ କରିଛି। କିନ୍ତୁ ଜାପାନ ବାହାରେ ନ୍ୟାଶନାଲ ଅଲିମ୍ପିକ କମିଟି ଦ୍ୱାରା ନିଯୁକ୍ତ ସ୍ବୀକୃତିପ୍ରାପ୍ତ ଟିକେଟ ରିସେଲରଙ୍କଠାରୁ ଖରିଦ କରିଥିବା ଖେଳପ୍ରେମୀମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ। କାରଣ ଅନେକ ଟିକେଟମୂଲ୍ୟ ଫେରାଇବାକୁ ନେଇ ସର୍ତ୍ତ ରଖିଛନ୍ତି। ଦେଶକୁ ଦେଶ ଏଥିରେ ଫରକ ରହିଛି। ଜାପାନର ଯେଉଁ ଖେଳପ୍ରେମୀମାନେ ଆସନ୍ତାବର୍ଷ ଟିକେଟ ବ୍ୟବହାର କରିପାରିବେ ନାହିଁ ବୋଲି ମନେ କରୁଛନ୍ତି ସେମାନେ ନଭେମ୍ବର ୧୦ରୁ ୩୦ ମଧ୍ୟରେ ମୂଲ୍ୟ ଫେରସ୍ତ ପାଇଁ ଆବେଦନ କରିପାରିବେ। ପାରା ଅଲିମ୍ପିକ୍ସ ପାଇଁ ଡିସେମ୍ବର ୧ରୁ ୨୧ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ଯଦି ଭେନ୍ୟୁଗୁଡ଼ିକରେ ଆସନ ସଂଖ୍ୟାକୁ ସୀମିତ କରାଯାଏ ତେବେ କ୍ରେତାଙ୍କୁ ଟିକେଟ ମୂଲ୍ୟ ଫେରାଇବାକୁ ପଡ଼ିବ ବୋଲି ଟୋକିଓ ୨୦୨୦ ମୁଖପାତ୍ର ମାସା ଟାକାୟା କହିଛନ୍ତି। ଆସନ୍ତାବର୍ଷ ମଧ୍ୟ ଅଲିମ୍ପିକ୍ସ ସମ୍ଭବ ହେବନାହିଁ ବୋଲି ଅନେକେ କଳ୍ପନାଜଳ୍ପନା କରୁଛନ୍ତି। ଏହା ସେ ସମୟର ମହାମାରୀ ପରିସ୍ଥିତି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି। ଅଲିମ୍ପିକ୍ସ ୨୦୨୧ ଜୁଲାଇ ୨୩ରୁ କରିବା ଲାଗି ଆୟୋଜକ ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ସ୍ଥିର କରିଛନ୍ତି। କିନ୍ତୁ ବିନା ଭ୍ୟାକ୍ସିନ୍‌ରେ କ୍ୱାରାଣ୍ଟାଇନ୍‌ ଅବା ରାପିଡ୍‌ ଟେଷ୍ଟିଂ ଦ୍ୱାରା ଅଲିମ୍ପିକ୍ସ ଆୟୋଜନ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ମହାମାରୀ ଦୃଷ୍ଟିରୁ ଜାପାନ ଅନ୍ୟ ଦେଶ ତୁଳନାରେ ତୁଳନାତ୍ମକ ଭାବେ ଅଧିକ ସୁରକ୍ଷିତ। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ପ୍ରାୟ ୧,୭୫୦ ବୋଲି କୁହାଯାଉଛି।

The post ଟୋକିଓ ଅଲିମ୍ପିକ୍ସ: ଜାପାନରେ ଟିକେଟ କ୍ରେତା ମୂଲ୍ୟ ଫେରିପାଇବେ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...