ନୂଆଦିଲ୍ଲୀ: ଦେଶର ୮ କୋର୍ ସେକ୍ଟର ଗତ ୭ ମାସ ଧରି ପ୍ରଭାବିତ ସ୍ଥିତିରେ ରହିଛି। କରୋନା ମହାମାରୀ ଯୋଗୁ ଏଭଳି ସ୍ଥିତି ଉପୁଜିଛି। ମାତ୍ର ଅନ୍ଲକ ପରେ ଏଥିରେ ପ୍ରଭାବ କମୁଥିବା ନଜରକୁ ଆସିଛି। କୋର ସେକ୍ଟର କାର୍ଯ୍ୟକଳାପ ପୁଣି ଥରେ ଟ୍ରାକ୍କୁ ଫେରୁଥିବା ଜଣାପଡିଛି। ସେପ୍ଟେମ୍ବର ମାସରେ କୋର୍ ସେକ୍ଟର ମାତ୍ର ୦.୮% ଖସିଛି। ଏହା ଅଗଷ୍ଟରେ ୭.୩% ହ୍ରାସ ହୋଇଥିଲା। କୋର ସେକ୍ଟର ସୂଚୀରେ କୋଇଲା, ବିଦ୍ୟୁତ୍ ଶକ୍ତି ଏବଂ ଇସ୍ପାତର ଭଳି କ୍ଷେତ୍ରଗୁଡିକର ଭାଗ ପ୍ରାୟ ଅଧାରୁ ଅଧିକ। ସେପ୍ଟେମ୍ବରରେ ଏହି କ୍ଷେତ୍ରଗୁଡିକର କାର୍ଯ୍ୟକଳାପ ବେଶ୍ ଉନ୍ନତ ରହିଛି। ଲଗାତର ଦ୍ୱିତୀୟ ମାସ ଲାଗି କୋଇଲା କ୍ଷେତ୍ରରେ ଉତ୍ପାଦନ ବଢିଛି। ସେପ୍ଟେମ୍ବରରେ ଏହା ୨୧.୧କୁ ବଢିଥିବା ବେଳେ ଅଗଷ୍ଟରେ ଏହା ୩.୬% ରହିଥିଲା।
The post କୋର୍ ସେକ୍ଟରରେ ସ୍ଥିତାବସ୍ଥା ଫେରୁଛି appeared first on Dharitri Odia News.