Skip to main content

୮ ବର୍ଷର ‘ଛୋଟ କଙ୍ଗନା’ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ

୮ ବର୍ଷର ଜଣେ ଝିଅ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ସୁମନ ପୁରୀ। ମାତ୍ର ଲୋକମାନେ ତାଙ୍କୁ ଛୋଟ କଙ୍ଗନା ନାମରେ ଡାକୁଛନ୍ତି। ଏହା ପଛରେ କାରଣ ମଧ୍ୟ ରହିଛି।
ବାସ୍ତବରେ ସୁମନ ଦେଖିବାକୁ ଅବିକଳ କଙ୍ଗନା ରଣାଓ୍ବତ୍‌ଙ୍କ ପରି ଦେଖାଯାଉଛନ୍ତି। ସୁମନଙ୍କର ଏମିତି ଅନେକ ଫଟୋ ରହିଛି, ଯେଉଁଥିରେ ସେ କଙ୍ଗନାଙ୍କୁ କପି କରିଛନ୍ତି। ଏଥିରେ କଙ୍ଗନାଙ୍କ ଥଲାଇବି, ମଣିକର୍ଣ୍ଣିକା, ତନୁ ଓ୍ବେଡ୍‌ସ ମନୁ ଆଦି ଫିଲ୍ମର ଲୁକ୍‌ ଆଦି ରହିଛି। ଏହାକୁ ଦେଖିବା ପରେ କଙ୍ଗନାଙ୍କ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କଙ୍ଗନାଙ୍କ ଏହି ଛୋଟ ପ୍ରଶଂସକ ସୁମନ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ନାମ ‘ଛୋଟ କଙ୍ଗନା’ ରଖିଛନ୍ତି।

The post ୮ ବର୍ଷର ‘ଛୋଟ କଙ୍ଗନା’ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ appeared first on Dharitri Odia News.