ନୂଆଦିଲ୍ଲୀ,୩୦ା୧୦(ପି.ଟି.):ଭାରତୀୟ ନୌସେନାରେ ମହିଳା ଏସ୍ଏସ୍ସି ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟର କାର୍ଯ୍ୟକାରିତା ହୋଇ ନ ଥିବାରୁ ଅଦାଲତ ଗୁରୁବାର ଏହାର ସମୟସୀମାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୁରୁଷ ଓ ମହିଳା ଅଫିସରମାନଙ୍କୁ ସମାନ ସୁଯୋଗ ମିଳିବା ଉଚିତ। ନୌସେନାରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପ୍ରକ୍ରିୟା ୩ ମାସ ମଧ୍ୟରେ ଶେଷ କରିବାକୁ ସର୍ବୋଚ୍ଚ ଅଦାଲତ ଗତ ମାର୍ଚ୍ଚରେ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। କରୋନା ମହାମାରୀ କାରଣରୁ ସମୟସୀମା ୬ ମାସ ବଢ଼ାଇବାକୁ ଗତ ଜୁନ୍ରେ କେନ୍ଦ୍ର ପକ୍ଷରୁ ଆବେଦନ କରାଯାଇଥିଲା। ଜଷ୍ଟିସ୍ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଇନ୍ଦୁ ମାଲହୋତ୍ରା ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସମୟସୀମାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇଛନ୍ତି।
The post କେନ୍ଦ୍ରକୁ ଡିସେମ୍ବର ୩୧ ଯାଏ ମହଲତ appeared first on Dharitri Odia News.