Skip to main content

କୋଲକାତାକୁ ହରାଇଲା ଚେନ୍ନାଇ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ଉଇକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୫ ଉଇକେଟ ହରାଇ ୧୭୨ ରନ କରିଥିବାବେଳେ ଚେନ୍ନାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୭୮ ରନ ସଂଗ୍ରହ କରି ନେଇଛି। ଏହି ପରାଜୟ କୋଲକାତା ପ୍ଲେ-ଅଫ୍‌ ଆଶାରେ ବାଧା ସୃଷ୍ଟି କରିଛି। ଦଳ ୧୩ ମ୍ୟାଚରୁ ୧୨ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ି ସାରିଥିବା ଚେନ୍ନାଇ ବିଜୟୀ ହୋଇ ସମ୍ମାନର ସହ ପ୍ରତିଯୋଗିତା ଶେଷ କରିବା ଦିଗରେ ଅଗ୍ରସର ହୋଇଛି। ଚଳିତ ଲିଗ୍‌ରେ ପୂର୍ବରୁ ହୋଇଥିବା ଭେଟରେ କୋଲକାତା ୧୦ ରନରେ ବିଜୟୀ ହୋଇଥିଲା। ଏଠାରେ ବିଜୟୀ ହୋଇ ଚେନ୍ନାଇ ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେଇଛି।
ଦ୍ୱିତୀୟାର୍ଦ୍ଧରେ କାକର ପଡ଼ିବା ସମସ୍ୟାକୁ ଦୃଷ୍ଟିରେ ରଖି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଶୁବମନ ଗିଲ୍‌ ଓ ନୀତୀଶ ରାଣା କୋଲକାତା ପକ୍ଷରୁ ଇନିଂସ ଓପନ କରିଥିଲେ। ଦୁହେଁ ପାଓ୍ବାରପ୍ଲେ ୬ ଓଭରରେ ୪୮ ରନ ସଂଗ୍ରହ କରି ଭଲ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ଓପନିଂ ଯୋଡ଼ିରେ ୪୪ ବଲ୍‌ରୁ ୫୩ ରନ ହୋଇଥିବାବେଳେ ଶୁବମନ ଆଉଟ ହୋଇଥିଲେ। ଇନିଂସର ପ୍ରଥମ ବଲ୍‌କୁ ଚୌକା ମାରି ଆକ୍ରମଣାତ୍ମକ ଆରମ୍ଭ କରିଥିବା ଶୁବମନ ୧୭ ବଲ୍‌ ଖେଳି ୪ ଚୌକା ସହାୟତାରେ ୨୬ ରନ ସଂଗ୍ରହ କରିଥିଲେ। ନୀତୀଶ ଧୈର୍ଯ୍ୟର ସହ ବ୍ୟାଟିଂ କରି ଇନିଂସକୁ ଆଗେଇ ନେଇଥିବାବେଳେ ଅପର ପଟରେ ସୁନୀଲ ନାରିନ(୭) ଓ ରିଙ୍କୁ ସିଂ(୧୧)ଙ୍କ ଶୀଘ୍ର ଉଇକେଟ ପତନ କୋଲକାତାର ଦ୍ରୁତ ରନ ହାରରେ ଅଙ୍କୁଶ ଲଗାଇଥିଲା। ଫଳରେ ୧୪.୨ ଓଭରରେ ଯାଇ ଦଳର ୧୦୦ ରନ ପୂରଣ ହୋଇଥିଲା। ଇତିମଧ୍ୟରେ ୪୪ ବଲ୍‌ରୁ ମୂଲ୍ୟବାନ ଅର୍ଦ୍ଧଶତକ ହାସଲ କରିଥିଲେ ନୀତୀଶ। ଏହାଥିଲା ଆଇପିଏଲରେ ତାଙ୍କର ୧୦ତମ ଏବଂ ଦଳ ପାଇଁ ଅତ୍ୟନ୍ତ ଉପଯୋଗୀ ଅର୍ଦ୍ଧଶତକ। ସେ ୬୧ ବଲ୍‌ରୁ ୧୦ ଚୌକା ଓ ୪ ଛକା ସହାୟତାରେ ୮୭ ରନ କରିଥିବାବେଳେ ଲୁନ୍‌ଗି ଏନ୍‌ଗିଡିଙ୍କ ଏକ ଅଫ୍‌କଟର ଖେଳିବାକୁ ଯାଇ ଲଙ୍ଗଅନ୍‌ରେ ସାମ୍‌ କୁରାନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ଇଅନ ମୋର୍ଗାନ ୧୨ ବଲ୍‌ରୁ ୧୫(୨ ଚୌକା) ରନ କରିବାକୁ ସକ୍ଷମ ହୋଇଥିବାବେଳେ ବିଦାୟୀ ଅଧିନାୟକ ଦୀନେଶ କାର୍ତ୍ତିକ ୧୦ ବଲ୍‌ରୁ ୩ ଚୌକା ସହ ୨୧ ରନରେ ଅପରାଜିତ ରହିବାରୁ ନାଇଟ ରାଇଡର୍ସ ସ୍କୋର ୧୭୨/୫ରେ ପହଞ୍ଚତ୍ଥିଲା। ଚେନ୍ନାଇ ପକ୍ଷରୁ ଲୁନ୍‌ଗି ଏନ୍‌ଗିଡି ୨ଟି ଏବଂ ମିଚେଲ ସାଣ୍ଟନର, କର୍ନ ଶର୍ମା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୧୭୩ ରନର ପିଛା କରିଥିବା ଚେନ୍ନାଇ ଓପନିଂ ଯୋଡ଼ିରେ ୪୫ ବଲ୍‌ରୁ ୫୦ ରନ କରିବାପରେ ଶେନ ଓ୍ବାଟସନଙ୍କ ଉଇକେଟ ହରାଇଥିଲା। କିଛିଦିନର ବ୍ରେକ୍‌ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଏହି ଅଷ୍ଟ୍ରେଲୀୟ ଖେଳାଳି ଏଠାରେ ୧୯ ବଲ୍‌ରୁ ୧୪(୧ ଚୌକା, ୧ ଛକା) ରନ କରି ପାରିଥିଲେ। ଋତୁରାଜ କିନ୍ତୁ ଖେଳିଥିଲେ ସ୍ମରଣୀୟ ଇନିଂସ। ତାଙ୍କୁ ଉପଯୁକ୍ତ ସହଯୋଗ ଯୋଗାଇ ଦେଇଥିଲେ ଅମ୍ବାତି ରାୟୁଡ଼ୁ। ଉଭୟ ଦ୍ୱିତୀୟ ଉଇକେଟରେ ୬୮ ରନର ଭାଗୀଦାରି ଗଢ଼ି କୋଲକାତା ବୋଲରଙ୍କୁ ନିରାଶ କରିଥିଲେ। ଏହା ମଧ୍ୟରେ ପ୍ରତିଭା ସମ୍ପନ୍ନ ଗାଏକ୍ୱାଡ୍‌ ହାସଲ କରିଥିଲେ ଅର୍ଦ୍ଧଶତକ। ସେ ୩୭ ବଲ୍‌ରୁ ୫୦ ରନ ପୂରଣ କରିଥିଲେ। ଚଳିତ ଆଇପିଏଲରେ ଏହାଥିଲା ତାଙ୍କର କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ। ପୂର୍ବ ମ୍ୟାଚରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୬୫ ରନକରି ଅପରାଜିତ ରହିଥିଲେ। ରାୟୁଡ଼ୁ ପ୍ୟାଟ୍‌ କୁମିନ୍ସଙ୍କ ତୃତୀୟ ଓଭରରେ କ୍ରମାଗତ ୨ଟି ଚୌକା ମାରିବାପରେ ପରବର୍ତ୍ତୀ ବଲ୍‌କୁ ମିଡ୍‌ଅଫ୍‌ ଉପରେ ମାରିବା ଚକ୍କରରେ ସୁନୀଲ ନାରିନ୍‌ଙ୍କୁ କ୍ୟାଚ ଦେଇଥିଲେ। ୨୦ଟି ବଲ୍‌ ଖେଳିଥିବା ରାୟୁଡ଼ୁ ୫ ଚୌକା ଓ ୧ ଛକା ସହାୟତାରେ ୩୮ ରନ କରିଥିଲେ। ରାୟୁଡ଼ୁଙ୍କ ବିଦାୟପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମାତ୍ର ୧ ରନ କରି ଆଉଟ ହେବାରୁ ଚେନ୍ନାଇକୁ ଶକ୍ତ ଧକ୍କା ଲାଗିଥିଲା। କୋଲକାତା କ୍ରମେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ସେଟ୍‌ ହୋଇ ଖେଳୁଥିବା ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ୫୩ ବଲ୍‌ରୁ ୭୨ (୬ ଚୌକା, ୨ ଛକା) ରନ କରିଥିବାବେଳେ କୁମିନ୍ସଙ୍କ ବଲ୍‌ରେ ପ୍ୟାଡଲ ଶଟ୍‌ ଖେଳିବାକୁ ଯାଇ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ଶେଷ ୨ ଓଭରରୁ ଚେନ୍ନାଇକୁ ୩୦ ରନ ଆବଶ୍ୟକ ହେଉଥିଲା। ଏହି ଓଭରରେ ରବୀନ୍ଦ୍ର ଜାଡେଜା ଓ ସାମ୍‌ କୁରାନ ୨୦ ରନ ନେଇ ଆଶା ସଞ୍ଚାର କରାଇଥିଲେ। ଶେଷ ୬ ବଲ୍‌ରୁ ୧୦ ରନ ଦରକାର ଥିଲା। କମଲେଶ୍‌ ନାଗରକୋଟିଙ୍କ ପ୍ରଥମ ବଲ୍‌ ଡଟ୍‌ ରହିଥିଲା। ଦ୍ୱିତୀୟ ବଲ୍‌ରୁ ସାମ୍‌ କୁରାନ ୨ ଓ ତୃତୀୟ ବଲ୍‌ରୁ ୧ ରନ ନେଇ ଦଳର ଚିନ୍ତା ବଢ଼ାଇ ଦେଇଥିଲେ। ୪ର୍ଥ ବଲ୍‌ରୁ କୌଣସି ରନ୍‌ ହୋଇ ନ ଥିଲା। ୫ମ ବଲ୍‌କୁ ଛକାରେ ପରିଣତ କରି ଜାଡେଜା ଉତ୍କଣ୍ଠାର ଅବସାନ ଘଟାଇଥିଲେ। ଶେଷ ବଲ୍‌କୁ ମଧ୍ୟ ସେ ଛକା ମାରି ମ୍ୟାଚର ପରିସମାପ୍ତି ଘଟାଇଥିଲେ। ଜାଡେଜା ୧୧ ବଲ୍‌ରୁ ୩୧(୨ ଚୌକା, ୩ ଛକା) ଓ କୁରାନ ୧୪ ବଲ୍‌ରୁ ୧୩ ରନକରି ଅପରାଜିତ ରହିଥିଲେ। କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଆକର୍ଷଣୀୟ ବୋଲିଂ କରି ୪ ଓଭର ସ୍ପେଲରେ ମାତ୍ର ୨୦ ରନ ଦେଇ ୨ଟି ଉଇକେଟ ନେଇଥିଲେ। ଅନ୍ୟ ୨ ଉଇକେଟ ପ୍ୟାଟ୍‌ କୁମିନ୍ସ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୭୨/୫ (ନୀତୀଶ-୮୭, ଶୁବମନ-୨୬, କାର୍ତ୍ତିକ-୨୧*, ଏନ୍‌ଗିଡି-୨/୩୪, ସାଣ୍ଟନର-୧/୩୦, କର୍ନ-୧/୩୫, ଜାଡେଜା-୧/୨୦)। ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୭୮/୪ (ଋତୁରାଜ-୭୨, ରାୟୁଡ଼ୁ-୩୮, ଜାଡେଜା-, ୩୧*, ବରୁଣ-୨/୨୦, କୁମିନ୍ସ-୨/୩୧)।

The post କୋଲକାତାକୁ ହରାଇଲା ଚେନ୍ନାଇ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...