Skip to main content

ଇନ୍ଦ୍ରପୁରୀ ହେବନାହିଁ ବିଷ୍ଣୁପୁରୀ

ଓଡ଼ାପଡ଼ା, ୩୧ା୧୦ କରୋନା ଆତଙ୍କ ଯୋଗୁ ସତେ ଯେମିତି କେଉଁଠି ଅଟକିଯାଇଛି ପୃଥିବୀ। ପ୍ରଭାବିତ ହୋଇଛନ୍ତି ମଣିଷ। ଅସ୍ତବ୍ୟସ୍ତ ହୋଇଛି ଜୀବନଯାତ୍ରା। ସବୁଠୁ ବେଶି ପ୍ରତିକୂଳ ପ୍ରଭାବ ପଡ଼ିଛି ହୋଇଛି କଳା, ସଂସ୍କୃତି ଏବଂ ଶିକ୍ଷା ଉପରେ। ଗଣେଶପୂଜା, ଦଶହରା ପରେ ଏବେ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉପରେ ଘୋଟିଛି କୋଭିଡ୍‌ କଳାବାଦଲ। ତେଣୁ ଚଳିତବର୍ଷ ବିଷ୍ଣୁପୁରୀ ପାଲଟିବନି ଇନ୍ଦ୍ରପୁରୀ (ଇନ୍ଦିପୁର), ଯାହାକୁ ନେଇ ପୂଜା କମିଟି, ଶ୍ରଦ୍ଧାଳୁ ଏବଂ ଗ୍ରାମବାସୀଙ୍କ ମନରୁ ମରିଯାଇଛି ସରାଗ।
ଢେଙ୍କାନାଳ ପରେ ଓଡ଼ାପଡା ବ୍ଲକ ଇନ୍ଦିପୁରର ଲକ୍ଷ୍ମୀପୂଜାର ସ୍ବତନ୍ତ୍ର ମହତ୍ତ୍ୱ ରହିଛି। ଦୀର୍ଘଦିନରୁ ଏଠାରେ ମହାମାୟାଙ୍କ ଆବାହନ କରାଯାଉଛି। ଗଣପର୍ବ ଲକ୍ଷ୍ମୀପୂଜାକୁ ଶ୍ରଦ୍ଧାର ସହ ପାଳନ କରାଯାଉଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ, ବନ୍ଧୁବାନ୍ଧବଙ୍କ ଭିଡ଼, ଯାତ୍ରା ବୁଲାରେ ଗଁାରେ ସୃଷ୍ଟି ହୋଇଥାଏ ସହରର ଭ୍ରମ। ସତେଯେମିତି ଇନ୍ଦିପୁର ପାଲଟିଯାଏ ବିଷ୍ଣୁପୁରୀ। ତେବେ ଚଳିତ ବର୍ଷ ସବୁକିଛି ଫିକା କରିଦେଇଛି କରୋନା। ଅନ୍ୟପଟେ ଗ୍ରାମର ୨୪ ମଣ୍ଡପରେ ଶୁକ୍ରବାର ସନ୍ଧ୍ୟାରୁ ନିରାଡମ୍ବର ଭାବେ ପୂଜା ଆରମ୍ଭ ହୋଇଛି। କେବଳ ବିଧି ପାଳନକୁ ଛାଡ଼ିଦେଲେ ଆଉ ସବୁକୁ ନା’ କରାଯାଇଛି। କୌଣସି ସାଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ କି ଆକର୍ଷଣୀୟ ଭସାଣି ଶୋଭାଯାତ୍ରା ମଧ୍ୟ ହେବନାହିଁ। କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରାଯାଇ ପୂଜା ଆୟୋଜନ କରାଯିବ। ସେହିପରି ଚଳିତବର୍ଷ ପୂଜାକୁ ୯ଦିନ ପରିବର୍ତ୍ତେ ୫ ଦିନରେ ସୀମିତ ରଖାଯାଇଛି। ୪ ତାରିଖରେ ମା’ଙ୍କୁ ମେଲାଣି ଦିଆଯିବ ବୋଲି ପୂଜା କମିଟି ମିଳିତ ନିଷ୍ପତ୍ତି ନେଇଛନ୍ତି।

କୋଭିଡ୍‌ ନିୟମ ପାଳନ ହେବ
ସବୁ ପୂଜା କମିଟି, ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରାଯାଇ କୋଭିଡ୍‌ ନିୟମ ପାଳନ ସହ ପୂଜା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଭସାଣି ଉତ୍ସବ ହେବନାହିଁ। କେବଳ ବିଧିରକ୍ଷା ପାଇଁ ରୁଦ୍ଧ ମଣ୍ଡପରେ ପୂଜା ଅନୁଷ୍ଠିତ ହେବ।
-ରାଜକିଶୋର ସାହୁ
ସରପଞ୍ଚ, ଇନ୍ଦିପୁର
୯ ଦିନ ବଦଳରେ ୫ଦିନ ପୂଜା
କରୋନା ଭୟରେ ପୂଜା ବ୍ୟତୀତ ଆଉ କୌଣସି କାର୍ଯକ୍ରମ ହେବନାହିଁ। ପୂଜାମଣ୍ଡପକୁ ଚାରିପଟୁ ଘୋଡ଼େଇ ଦିଆଯାଇଛି। କେବଳ ପୂଜକ ଏବଂ କର୍ତ୍ତାଙ୍କ ବ୍ୟତୀତ କାହାରିକୁ ଭିତରକୁ ଛଡ଼ା ଯିବ ନାହିଁ। ୯ଦିନ ବଦଳରେ ୫ଦିନ ପୂଜା ପାଇଁ ମିଳିତ ନିଷ୍ପତ୍ତି ହୋଇଛି।
-ସୁବାସ ପ୍ରଧାନ,
ସମ୍ପାଦକ, ବଡ଼ଦାଣ୍ଡସାହି ପୂଜା କମିଟି
ପରଦା ଆଢୁଆଳରେ ବିରାଜିବେ ମା’
କରୋନା ଯୋଗୁ ପରଦା ଆଢୁଆଳରେ ମା’ଙ୍କର ପୂଜା ଅନୁଷ୍ଠିତ ହେବ। ସମସ୍ତଙ୍କ ମଙ୍ଗଳ ପାଇଁ କଟକଣାକୁ ମାନିବାକୁ ପଡ଼ିବ। ପ୍ରଶାସନର ନିୟମ ମାନି ପୂଜାର୍ଚ୍ଚନା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
-କାମାକ୍ଷା ପ୍ରସାଦ ବେହେରା,
ସଭାପତି, ସାରସ୍ବତ ମା’ଲକ୍ଷ୍ମୀ ପୂଜା ଅନୁଷ୍ଠାନ
କେବଳ ନୀତି ସମ୍ପନ୍ନ ହେବ
କରୋନା ପାଇଁ ସବୁ ବନ୍ଦ। ହେଲେ ମା’ଙ୍କ ପୂଜା ବନ୍ଦ ହେବନାହିଁ। ଯଥାସାଧ୍ୟ ନୀତି ସମ୍ପନ୍ନ ହେବ। ସେଥିପାଇଁ କମିଟି ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି। ପୂଜା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଛି।
-ଗଣେଶ୍ୱର ମହାରଣା,
ସଭାପତି, କଲେଜ ଛକ ପୂଜା କମିଟି
କାହାରି ମନରେ ଉତ୍ସାହ ନାହିଁ
କରୋନା କଟକଣା ଯୋଗୁଁ କାହା ମନରେ ଉତ୍ସାହ ନାହିଁ। ସମସ୍ତେ ଭୟ ଭିତରେ ଅଛନ୍ତି। ମା’ଙ୍କ ପୂଜା ପାଇଁ କେବଳ ବିଧି ପାଳନ ହେବ। ସରକାରୀ ନୀତିନିୟମ ମାନି କେବଳ ବିଧିରକ୍ଷା ବ୍ୟବସ୍ଥା କରାଯାଇଛି।
-ସୁଶୀଲ କୁମାର ନାୟକ, ସମ୍ପାଦକ,
ସାରସ୍ବତ ମା’ ଲକ୍ଷ୍ମୀ ପୂଜା ଅନୁଷ୍ଠାନ

The post ଇନ୍ଦ୍ରପୁରୀ ହେବନାହିଁ ବିଷ୍ଣୁପୁରୀ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...