Skip to main content

Posts

Showing posts from May, 2021

ଶୁଟିଂ ସେଟ୍‌ରେ କାନ୍ଦିଥିଲେ ରୁପା ଗାଙ୍ଗୁଲି, କାହିଁକି ଜାଣନ୍ତୁ

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର ଦ୍ରୌପଦୀଙ୍କ ବସ୍ତ୍ରହରଣ ସିନ୍‌ କରିବା ସମୟରେ ରୁପା କାନ୍ଦି ପକାଇଥିଲେ। ରୁପା ଶୁଟିଂ ସେଟ୍‌ରେ ଏତେ କାନ୍ଦିଲେ ଯେ, ମେକର୍ସ ଏବଂ ତାରକାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚୁପ ରହିଥିଲେ। ଜଣେ ଅଭିନେତ୍ରୀ ଭାବରେ ରୁପା ଏହି ଦୃଶ୍ୟକୁ ଏତେ ଭଲ ଭାବରେ ଅଭିନୟ କରିଥିଲେ ଯେ, ଏହାକୁ ଗୋଟିଏ ଥର ଶୁଟ କରାଯାଇଥିଲା। ସେ ଏଥିରେ କୌଣସି ରିଟେକ ନେଇ ନଥିଲେ। The post ଶୁଟିଂ ସେଟ୍‌ରେ କାନ୍ଦିଥିଲେ ରୁପା ଗାଙ୍ଗୁଲି, କାହିଁକି ଜାଣନ୍ତୁ appeared first on Dharitri Odia News .

ଦ୍ୱାଦଶ ପରୀକ୍ଷା ବିକଳ୍ପ ବିଚାର କରୁଛି ସିବିଏସ୍‌ଇ

ନୂଆଦିଲ୍ଲୀ, ୩୧।୫: ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିକଳ୍ପକୁ ନେଇ ବିଚାର କରୁଛନ୍ତି। ଯଦି ପରୀକ୍ଷା ବାତିଲ ହୁଏ ତେବେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଫଳ ଆଧାରରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ମାର୍କ ଦେବା ଲାଗି ପ୍ରସ୍ତାବ ରହିଛି। ଅଧିକାଂଶ ରାଜ୍ୟ ପରୀକ୍ଷାକୁ ସଂକ୍ଷିପ୍ତ କରିବା ସପକ୍ଷରେ ମତ ଦେଇଥିବାବେଳେ ଅନ୍ୟ କେତେକ ରାଜ୍ୟ ଏଥିରେ ରାଜି ନାହାନ୍ତି। ସମସ୍ତ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କୁ କୋଭିଡ୍‌ ଟିକା ଦେବା ପରେ ପରୀକ୍ଷା କରାଇବାକୁ ଅନ୍ୟ କେତେକ ଦାବି କରିଛନ୍ତି। ତେବେ ପରୀକ୍ଷା ସମ୍ପୂର୍ଣ୍ଣ ବାତିଲ କରିବା ପାଇଁ ଛାତ୍ରୀଛାତ୍ର ଅଦାଲତର ଆଶ୍ରୟ ନେଇଥିବାବେଳେ ଟୁଇଟର ଆଦି ସୋସିଆଲ ମିଡିଆରେ ମତ ରଖୁଛନ୍ତି। ଗତ ୨୧ ତାରିଖରେ ଶିକ୍ଷା ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ସଚିବମାନଙ୍କର ଉଚ୍ଚସ୍ତରୀୟ ବୈଠକ ୨୩ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିଥିଲେ। କେବଳ ୧୯ ମୁଖ୍ୟ ବିଷୟ ଉପରେ ପରୀକ୍ଷା କରାଇବା ଏବଂ କମ୍‌ ସମୟ ମଧ୍ୟରେ ସଂକ୍ଷିପ୍ତ ଉତ୍ତରମୂଳକ ପରୀକ୍ଷା କରାଇବା ପାଇଁ ସିବିଏସ୍‌ଇ ପ୍ରସ୍ତାବ ଦେଇଥିଲା। ରାଜ୍ୟଗୁଡ଼ିକଠାରୁ ମେ’ ୨୫ ମଧ୍ୟରେ ମତାମତ ଲୋଡ଼ାଯାଇଥିଲା। ଆ...

୪ ନୂଆ ହେଲ୍ପଲାଇନ ନମ୍ବର ଦେଖାଅ

ନୂଆଦିଲ୍ଲୀ, ୩୧।୫ (ପି.ଟି.): କୋଭିଡ୍‌-୧୯ ସଚେତନତା ପଦକ୍ଷେପର ଅଂଶବିଶେଷ ଭାବେ ନାଗରିକଙ୍କ ସୁବିଧା ପାଇଁ ୪ଟି ନୂଆ ଜାତୀୟ ହେଲ୍ପଲାଇନ ନମ୍ବର ପ୍ରଦର୍ଶନ କରିବା ଲାଗି କେନ୍ଦ୍ର ସରକାର ରବିବାର ଘରୋଇ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିରତି ସମୟରେ ଏହି ନମ୍ବରଗୁଡ଼ିକୁ ପ୍ରଦର୍ଶନ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟିଭି ଚ୍ୟାନେଲଗୁଡ଼ିକୁ ପତ୍ର ଲେଖି ଜଣାଇଛି। ଲୋକଙ୍କ ମଧ୍ୟରେ କୋଭିଡ୍‌ ଚିକିତ୍ସା, ଉପଯୁକ୍ତ ବ୍ୟବହାର ଏବଂ ଟିକାକରଣ ସମ୍ପର୍କିତ ସଚେତନତା ସୃଷ୍ଟି କରାଇବାରେ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକର ଭୂମିକାକୁ ମନ୍ତ୍ରଣାଳୟ ପ୍ରଶଂସା କରିଛି। ଏବେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ୪ଟି ଜାତୀୟ ହେଲ୍ପଲାଇନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ମନ୍ତ୍ରଣାଳୟ କହିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପାଇଁ ହେଲ୍ପଲାଇନ ନମ୍ବର ୧୦୭୫ ରହିଥିବାବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ନଂ. ୧୦୯୮, ସାମାଜିକ ନ୍ୟାୟ ଓ ସଶକ୍ତୀକରଣର ବରିଷ୍ଠ ନାଗରିକମାନଙ୍କ ପାଇଁ ହେଲ୍ପଲାଇନ ନଂ. ୧୪୫୬୭ ଏବଂ ମାନସିକ ସହାୟତା ଲାଗି ଜାତୀୟ ମାନସିକ ସ୍ବାସ୍ଥ୍ୟ ଓ ନ୍ୟୁରୋସାଇନ୍ସର ହେଲ୍ପଲାଇନ ନଂ. ୦୮୦୪୬୧୧୦୦୦୭ ରହିଛି। କୋଭିଡ୍‌ ଚିକିତ୍ସା ପ୍ରୋଟୋକଲ୍‌, କୋଭିଡ୍‌ ଉପଯୁକ୍ତ ଆଚରଣ ଏବଂ ଟିକାକରଣ ଉପରେ ସଚେତନତା ସୃଷ୍ଟି ପାଇଁ ମନ୍ତ୍ରଣାଳୟ ଘରୋଇ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକୁ ପତ୍ର ଲେଖିଛି। ...

ତଳ ମୁହାଁ କରୋନା ଗ୍ରାଫ୍‌: କମିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୩୧।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଲଗାତାର ୪ ଦିନ ଧରି ୨ ଲକ୍ଷରୁ କମ୍‌ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୨ ହଜାର ୭୩୪ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୩,୧୨୮ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୨ ଲକ୍ଷ ୩୮ ହଜାର ୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୨୦ ଲକ୍ଷ ୨୬ ହଜାର ୯୨ ଜଣ ଚିକିତ୍ସିତ ହେଉଛନ୍ତି। ଅଧିକ ସଂଖ୍ୟକ ଆକାନ୍ତଙ୍କ ମୃତ୍ୟୁ ଘଟୁ ଥିବାରୁ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଦେଖାଦେଇଛି। ଶ୍ମଶାନରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ବର୍ତ୍ତମାନ ସୁଦ୍ଧା ୨୧ କୋଟି ୩୧ ଲକ୍ଷ ୫୪ ହଜାର ୧୨୯ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୪ କୋଟି ୪୮ ଲକ୍ଷ ୬୬ ହଜାର ୮୮୩ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। The post ତଳ ମୁହାଁ କରୋନା ଗ୍ରାଫ୍‌: କମିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା… appeared first on Dharitri Odia News .

୩ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ,୩୧ା୫: ମୌସୁମୀ ସାଧାରଣତଃ ଜୁନ୍‌ ୧ରେ କେରଳ ଛୁଇଁଥାଏ। ଦେଶରେ ଏଇଠୁ ଆରମ୍ଭ ହୋଇଥାଏ ୪ ମାସିଆ ବର୍ଷାଋତୁ। କିନ୍ତୁ ଏଥର ପୂର୍ବାନୁମାନଠାରୁ ଆଉ ୨ ଦିନ ବିଳମ୍ବରେ ଅର୍ଥାତ୍‌ ଜୁନ୍‌ ୩ରେ କେରଳକୁ ଆସିପାରେ। ଏନେଇ ରବିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, କର୍ନାଟକ ଉପକୂଳରେ ସାଇକ୍ଲୋନିକ୍‌ ସର୍କ୍ୟୁଲେଶନ୍‌ ଯୋଗୁ ଦକ୍ଷିଣପଶ୍ଚିମ ମୌସୁମୀ ଆଗକୁ ବଢ଼ିବାରେ ବାଧା ସୃଷ୍ଟି ହୋଇଛି। ଜୁନ୍‌ ୧ରୁ ଧୀରେ ଧୀରେ ଦକ୍ଷିଣ ପଶ୍ଚିମା ପବନର ଶକ୍ତି ବୃଦ୍ଧି ଘଟିପାରେ। ଏହା କେରଳରେ ବୃଷ୍ଟିପାତ ଗତିବିଧିକୁ ପ୍ରଭାବିତ କରିବା ସମ୍ଭାବନା ରହିଛି। ଏପରି ହେବା ଦ୍ୱାରା କେରଳକୁ ମୌସୁମୀ ଆସିବା ୩ ତାରିଖ ପର୍ଯ୍ୟନ୍ତ ବିଳମ୍ବିତ ହୋଇପାରେ। ଦକ୍ଷିଣପଶ୍ଚିମା ପବନର ନିମ୍ନସ୍ତର ବଳଶାଳୀ ହେଲେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ବିଭିନ୍ନ ସ୍ଥାନରେ ଆସନ୍ତା ୫ ଦିନ ମଧ୍ୟରେ ବର୍ଷା ହେବ। ପ୍ରକାଶ ଯେ, ଚଳିତ ବର୍ଷ ମେ’ ୩୧ରେ (ପ୍ରାୟ ୫ ଦିନ ଆଗୁଆ କିମ୍ବା ପଛୁଆ) କେରଳକୁ ମୌସୁମୀ ଛୁଇଁବ। ଏଥର ମୌସୁମୀଜନିତ ସ୍ବାଭାବିକ ବର୍ଷା ହେବ ବୋଲି ପୂର୍ବରୁ ଆଇଏମ୍‌ଡି ଆକଳନ କରିଥିଲା The post ୩ରେ କେରଳ ଛୁଇଁବ ମୌସୁମୀ appeared first on Dharitri Odia News .

ଚାଇନାରେ କରୋନା ଉତ୍ପତ୍ତି

ଲଣ୍ଡନ,୩୧ା୫: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ପାଇଁ ସବୁଠୁ ଘାତକ ସାବ୍ୟସ୍ତ ହୋଇଥିବା କୋଭିଡ୍‌-୧୯ ଭୂତାଣୁର ଉତ୍ପତ୍ତିକୁ ନେଇ ଖୋଳତାଡ଼ ଜାରି ରହିଥିବାବେଳେ ବ୍ରିଟେନର ଗବେଷକମାନେ ଏହା ଉପରୁ ପରଦା ହଟାଇଛନ୍ତି। ନୋଭେଲ କରୋନା ଭାଇରସ୍‌ର କୌଣସି ପୂର୍ବଜ ନାହିଁ। ଚାଇନା ବୈଜ୍ଞାନିକମାନେ ଉହାନ୍‌ ଲାବ୍‌ରେ କୋଭିଡ୍‌ ଭୂତାଣୁ ତିଆରି କରିଥିଲେ। ଏହା ପରେ ସେମାନେ ରିଭର୍ସ ଇଞ୍ଜିନିୟରିଂ ଭର୍ସନରେ ଏହି ଘାତକ ଭାଇରସ୍‌କୁ ଲୁଚାଇବା ପାଇଁ ଉଦ୍ୟମ କରିଥିଲେ, ଯେମିତି ଲାଗିବ ଏହା ବାଦୁଡ଼ିଠାରୁ ପ୍ରାକୃତିକ ରୂପେ କ୍ରମବିକଶିତ ହୋଇଛି। ଏହି ନୂଆ ପ୍ରଘଟ ପରେ ଏହାକୁ ଅସ୍ବୀକାର କରିଆସୁଥିବା ବେଜିଂ ପାଇଁ ଅଡ଼ୁଆ ସ୍ଥିତି ଉପୁଜିଛି। କୋଭିଡ୍‌-୧୯ ଅଦ୍ୟାବଧି ବିଶ୍ୱର ୧୭୦,୬୯୬,୧୫୦ ଜଣଙ୍କୁ ସଂକ୍ରମିତ କରିଛି। ରବିବାର ରାତି ସୁଦ୍ଧା ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇ ୩,୫୫୦,୨୩୪ ଜଣଙ୍କ ମୃତ୍ୟୁ ଘଟିଥିବା ଓ୍ବାଲେର୍‌ଡାମିଟର ପକ୍ଷରୁ ଓ୍ବେବ୍‌ସାଇଟ୍‌ରେ ଅପ୍‌ଡେଟ୍‌ କରାଯାଇଛି। ଏହି ଭୂତାଣୁ ଯୋଗୁ ସାରା ବିଶ୍ୱର ଅର୍ଥନୀତି ଉଜୁଡ଼ିଯାଇଛି। ଭାରତ ସମେତ ବିଭିନ୍ନ ଦେଶର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସଂକ୍ରମିତଙ୍କ ବୋଝ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଛି। ତେଣୁ କରୋନାର ମୂଳ କେଉଁଠି ତାହା ଜାଣିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସମେତ ଶକ୍ତିଶାଳୀ ଆମେରିକା ଏବଂ ଅନ୍ୟ ବହୁଳ ପ୍ରଭାବିତ ଦେଶଗୁଡ଼ିକ ଆଗ୍ରହ ପ୍ରକା...

କାହିଁକି ସର୍ବସାଧାରଣରେ ମୁହଁ ଲୁଚାନ୍ତି ଇର୍‌ଫାନ୍‌ ପଠାନଙ୍କ ସ୍ତ୍ରୀ: ଖୋଲିଲେ ରହସ୍ୟ

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇର୍‌ଫାନ୍‌ ପଠାନଙ୍କ ସ୍ତ୍ରୀ ସଫା ବାଗ ଏବେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ଇରଫାନ ପଠାନଙ୍କ ସ୍ତ୍ରୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ପରେ ଅନେକ ଯୁଜର୍ସ ତାଙ୍କୁ ସମାଲୋଚନା କରୁଛନ୍ତି। ସଫା କହିଛନ୍ତି ଯେ ମୁଁ ମୋ ପୁଅ ଇମ୍ରାନଙ୍କ ପାଇଁ ଇନଷ୍ଟାଗ୍ରାମରେ ଏକ ଆକାଉଣ୍ଟ ଖୋଲିଥିଲି ଏବଂ ମୁଁ ସେଠାରେ ଫଟୋ ପୋଷ୍ଟ କରିଥିଲି, ଯାହାଫଳରେ ସେ ବଡ ହେବା ପରେ କିଛି ସୁନ୍ଦର ସ୍ମୃତି ଦେଖିପାରିବେ। ମୁଁ ଏହି ଆକାଉଣ୍ଟ ପରିଚାଳନା କରେ ଏବଂ ବିଶେଷତଃ ସେହି ଫଟୋ ପାଇଁ, ମୁଁ ମୋ ପସନ୍ଦ ସହିତ ମୁହଁକୁ ଅସ୍ପଷ୍ଟ କରିଥିଲି। ଏହା ସମ୍ପୂର୍ଣ୍ଣ ଭାବେ ମୋର ନିଷ୍ପତ୍ତି ଥିଲା ଏବଂ ଇରଫାନଙ୍କ ସହିତ ଏହାର କୌଣସି ସମ୍ପର୍କ ନାହିଁ। ସଫା କହିଛନ୍ତି ଯେ ମୁଁ କେବେ ଭାବି ନ ଥିଲି ଯେ ଏଭଳି ପାରିବାରିକ ଫଟୋ ଶେୟାର ଦ୍ୱାରା ଏପରି ବିବାଦ ସୃଷ୍ଟି ହେବ । ମୁଁ ଏକ ବ୍ୟକ୍ତିଗତ ଜୀବନ ବଞ୍ଚିବାକୁ ପସନ୍ଦ କରେ ଏବଂ ମୁଁ କେବେବି ଆକର୍ଷଣର କେନ୍ଦ୍ର ହେବାକୁ ପସନ୍ଦ କରେ ନାହିଁ। ସ୍ବାମୀଙ୍କୁ ରକ୍ଷା କରି ସଫା ତାଙ୍କ ଜନ୍ମ ସ୍ଥାନ ସାଉଦି ଆରବରୁ ଭାରତ ଆସିବା ପରେ ଏକ ଘଟଣା ବିଷୟରେ କହିଥିଲେ। ଫେବୃଆରୀ ୨୦୧୬ରେ ବିବାହ ପରେ ପାସପୋର୍ଟ ଅଫିସରେ ତାଙ୍କ ଉପନାମ ବ୍ୟବହାର ନ କରିବା ପାଇଁ ଇରଫାନ ତାଙ୍କୁ କିପରି ସମର୍ଥନ କରିଥିଲେ ତାହା ସଫା କହିଛନ୍ତି। ସମ୍ପ୍ରତି ସୋସିଆଲ ମିଡିଆରେ ଇରଫାନ ପ...

ପୁଣି ରେକର୍ଡ ଭାଙ୍ଗିଲା ମୃତ୍ୟୁସଂଖ୍ୟା: ଦିନକରେ କରୋନା ନେଲା ୩୫ ଜୀବନ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ ସୋମବାର କରୋନାରେ ୩୫ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୭୫୪ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। The post ପୁଣି ରେକର୍ଡ ଭାଙ୍ଗିଲା ମୃତ୍ୟୁସଂଖ୍ୟା: ଦିନକରେ କରୋନା ନେଲା ୩୫ ଜୀବନ appeared first on Dharitri Odia News .

ରାଜ୍ୟରେ ଆଜି ୮,୩୧୩ ସଂକ୍ରମିତ ଚିହ୍ନଟ:ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ କିଛିଟା କମିବାରେ ଲାଗିଛି। ସୋମବାର ରାଜ୍ୟରେ ୮,୩୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫୫ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୩୬୫୮ ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୭୪ ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୫୯୩, ମୟୂରଭଞ୍ଜରୁ ୫୩୨ ଓ ଅନୁଗୋଳ ଜିଲାରୁ ୫୦୫ ଜଣ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ଜିଲାରୁ ୪୫୨ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ ୨୭୯, ଭଦ୍ରକରୁ ୧୧୭, ବଲାଙ୍ଗିରରୁ ୧୧୯, ବୌଦ୍ଧରୁ ୨୦୯, ଦେବଗଡ ୫୫, ଢେଙ୍କାନାଳରୁ ୪୦୭, ଗଜପତିରୁ ୮୫, ଗଞ୍ଜାମରୁ ୧୨୯, ଜଗତସିଂହପୁରରୁ ୨୮୦, ଯାଜପୁରରୁ ୩୫୪, ଝାରସୁଗୁଡା ୧୧୧, କଳାହାଣ୍ଡିରୁ ୧୬୨, କନ୍ଧମାଳରୁ ୯୦, କେନ୍ଦ୍ରାପଡା ୩୩୧, କେନ୍ଦୁଝରରୁ ୧୮୦, କୋରାପୁଟରୁ ୧୯୮, ମାଲକାନଗିରିରୁ ୧୦୩, ନବରଙ୍ଗପୁରରୁ ୨୦୫, ନୟାଗଡ ୨୮୩, ନୂଆପଡା ୫୩, ପୁରୀରୁ ୪୦୫, ରାୟଗଡା ୧୪୮, ସମ୍ବଲପୁରରୁ ୨୦୪, ସୋନପୁରରୁ ୧୨୩ ଓ ସୁନ୍ଦରଗଡ ୪୬୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ୧୬୨ ଜଣ ଚିହ୍ନଟ ହୋଇଛନ୍ତି। ୮୩୧୩ ଜଣ ନୂଆ କେସ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୪ ହଜାର ୯୯୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୭୦ ହଜାର ୫୨୭ ଜଣ ସୁସ୍ଥ ହୋଇସାରିଛନ୍ତି। ୯୧ ହଜାର ୬୬୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ ...

ଜାଣନ୍ତୁ କାହିଁକି ହୁଏ ଅର୍ଶ

ପାଚନତନ୍ତ୍ରରେ ହେଉଥିବା ସମସ୍ୟା ନେଇ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଉ ଥିବା ବେଳେ କୋଷ୍ଠକାଠିନ୍ୟ ବା ମଳତ୍ୟାଗ ସମୟରେ କଷ୍ଟ ହୋଇଥାଏ। ଏ ନେଇ ଅର୍ଶ ସମସ୍ୟା ଦେଖାଯାଇଥାଏ। ତେଣୁ ଏ ନେଇ ବିଶେଷ ଭାବେ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ଅର୍ଶରୋଗର କାରଣ: କୋଷ୍ଠକାଠିନ୍ୟ ଗୋଟିଏ ସ୍ଥାନରେ ଅନେକ ସମୟ ବସି ରହିବା କିମ୍ବା ଛିଡ଼ା ହୋଇ ରହିବା। ମେଦ ବହୁଳତା ଫାଇବର କମ୍‌ ଅନୁବଂଶୀୟ ଗୁଣ ଅର୍ଶ ସମସ୍ୟା ହୋଇଥିଲେ କ’ଣ ଖାଇବା ଉଚିତ୍‌ ନୁହେଁ: ଫାଷ୍ଟଫୁଡ୍‌: ଫାଷ୍ଟଫୁଡ୍‌ ଠାରୁ ନିଜକୁ ଦୂରେଇ ରଖନ୍ତୁ। ଏହି ରୋଗୀ ପାଇଁ ଫାଷ୍ଟଫୁଡ୍‌ ଆଦୌ ଭଲ ହୋଇ ନ ଥାଏ। ଲଙ୍କା: ଅର୍ଶରୋଗୀ କଞ୍ଚା କିମ୍ବା ଶୁଖିଲା ଲଙ୍କା ଖାଇବା ଅନୁଚିତ। ବାହାର ଖାଦ୍ୟ: ତେଲ, ମସଲାଜାତୀୟ ଖାଦ୍ୟଠାରୁ ଅର୍ଶରୋଗୀମାନେ ଦୂରେଇ ରହିବା ଉଚିତ୍‌। The post ଜାଣନ୍ତୁ କାହିଁକି ହୁଏ ଅର୍ଶ appeared first on Dharitri Odia News .

ଉଡ଼ନ୍ତା ବିମାନରେ ମହିଳା ପାଇଲଟଙ୍କ ସହ କ୍ୟାପଟେନ୍‌ କଲେ ଏମିତି, କୋର୍ଟ ଦେଲେ ଏପରି ରାୟ

ଓ୍ବାଶିଂଟନ,୩୦ା୫: ଆମେରିକାରେ ଏକ ଉଡ଼ନ୍ତା ବିମାନରେ ଜଣେ ମହିଳା ପାଇଲଟଙ୍କ ସାମ୍ନାରେ କ୍ୟାପଟେନ୍‌ ଖରାପ ଆଚରଣ ପ୍ରଦର୍ଶନ କରିଥିଲେ। ଫଳରେ ଅଭିଯୁକ୍ତ କ୍ୟାପଟେନଙ୍କୁ ବର୍ଷେ ପାଇଁ ଚାକିରିରୁ ନିଲମ୍ବନ କରାଯାଇଥିବା ବେଳେ ୫ ହଜାର ଡଲାର ଜରିମାନା ବି କରାଯାଇଛି। ଏହି ଘଟଣା ୨୦୨୦ ଅଗଷ୍ଟ ୧୦ରେ ଘଟିଥିଲା। ଯେତେବେଳେ ଫିଲାଡେଲ୍‌ଫିଆରୁ ଅରଲାଣ୍ଡଙ୍କୁ ସାଉଥ୍‌ଓ୍ବେଷ୍ଟ ଏୟାରଲାଇନ୍ସ ଉଡ଼ାଣ କରୁଥିଲା। ଏହି ସମୟରେ ବିମାନରେ ୬୦ ବର୍ଷୀୟ କ୍ୟାପଟେନ ମାଇକେଲ୍‌ ହକ୍‌ ଜଣେ ମହିଳା ପାଇଲଟଙ୍କ ସାମ୍ନାରେ ଖରାପ କାମ କରିଥିଲେ। କ୍ୟାପଟେନ କକ୍‌ପିଟ୍‌ରେ ଲାପ୍‌ଟପ୍‌ ରଖି ଅଶ୍ଳୀଳ ଫିଲ୍ମ ଦେଖୁଥିଲେ। ଯାହା ମହିଳା ପାଇଲଟଙ୍କୁ ଖରାପ ଲାଗିଥିଲା। ଏନେଇ ମହିଳା ପାଇଲଟ କୋର୍ଟର ଆଶ୍ରୟ ନେଇଥିଲେ। ଏବେ କୋର୍ଟ ଏହାର ଶୁଣାଣି କରିଛନ୍ତି। ଏଥିରେ କ୍ୟାପଟେନଙ୍କୁ ୫୦୦୦ ଡଲାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। The post ଉଡ଼ନ୍ତା ବିମାନରେ ମହିଳା ପାଇଲଟଙ୍କ ସହ କ୍ୟାପଟେନ୍‌ କଲେ ଏମିତି, କୋର୍ଟ ଦେଲେ ଏପରି ରାୟ appeared first on Dharitri Odia News .

ମଜୁରିଆ, ଗରିବଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା ଦାବି

ଭୁବନେଶ୍ୱର,୩୧।୫(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ଭୟ ଦୂର ହୋଇ ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଶେଷଜ୍ଞମାନଙ୍କ ମତାମତ ନେଇ ଜୁନ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ ବୃଦ୍ଧି କରିଛନ୍ତି। ସାମୂହିକ ସ୍ବାର୍ଥ ଦୃଷ୍ଟିରୁ ଲକ୍‌ଡାଉନ ଓ ଶଟ୍‌ଡାଉନ ଘୋଷଣାକୁ ସମାଜବାଦୀ ପାର୍ଟି ସମ୍ପୂର୍ଣ୍ଣ ସମର୍ଥନ କରିଛି। କିନ୍ତୁ ଦିନ ମଜୁରିଆ, ଖଟିଖିଆ, ଗରିବ ଓ ଛୋଟ ଜୀବନ ଜୀବିକାକୁ ଆଖି ଆଗରେ ରଖି ସେମାନଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିବା ପ୍ରେସ୍‌ ବିଜ୍ଞପ୍ତି ଦ୍ୱାରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ଦିନ ମଜୁରିଆ, ଖଟିଖିଆ, ଦୁଗ୍ଧ ପନିପରିବା ଚାଷୀ ଓ ରାସ୍ତାକଡ଼ରେ ବସି ଛୋଟ ବ୍ୟବସାୟ କରୁଥିବା ଲୋକେ ବହୁତ କ୍ଷତିଗ୍ରସ୍ତ ହେଉଛନ୍ତି। ଗରିବ ଲୋକଙ୍କ ଜୀବନ ଜୀବିକାର ସହାୟତା ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛନ୍ତି। The post ମଜୁରିଆ, ଗରିବଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା ଦାବି appeared first on Dharitri Odia News .

ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ପଠାଉଛି ଏମ୍ସ

ଭୁବନେଶ୍ୱର,୩୧ା୫(ବ୍ୟୁରୋ):କୋଭିଡ୍‌ ମହାମାରୀ ସମୟରେ ମେଡିକାଲରେ ବେଡ୍‌ ପାଇବାକୁ ରୋଗୀଙ୍କୁ ହଇରାଣ ହେବାକୁ ପଡ଼ୁଛି। ଏପରିସ୍ଥିତିରେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଗୁରୁତର ଅଣକୋଭିଡ୍‌ ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିବାକୁ ଅନୁମତି ଦିଆ ନ ଯାଇ ଅନ୍ୟତ୍ର ନେବାକୁ କୁହାଯାଉଥିବା ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ ହୋଇଛି। ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ, ଏମ୍‌ସ ଭଳି ଜାତୀୟସ୍ତରୀୟ ଚିକିତ୍ସାଳୟରେ ରୋଗୀଙ୍କ ସ୍ବାସ୍ଥ୍ୟ, ସମ୍ମାନ ଓ ମାନବାଧିକାର କ୍ଷୁଣ୍ଣ ହେଉଛି। କୋଭିଡ-୧୯ ମହାମାରୀ ସମୟରେ ଏମ୍‌ସର ଆଉଟ୍‌ଡୋର ବନ୍ଦ କରାଯାଇଛି। ଏଥିସହିତ ଏଠାକୁ ଆସୁଥିବା ଗୁରୁତର ଅଣ-କୋଭିଡ୍‌ ରୋଗୀଙ୍କୁ ଭେଣ୍ଟିଲେଟର ସହିତ ଆଇସିୟୁ ବେଡ୍‌ ପ୍ରଦାନ କରିବାକୁ ମନା କରାଯାଇ ଅନ୍ୟତ୍ର ପଠାଯାଉଛି। ରୋଗୀଙ୍କୁ ଭର୍ତ୍ତି କରାଗଲେ ମଧ୍ୟ ଓ୍ବାର୍ଡ ମିଳିବାକୁ ୨ରୁ ୩ଦିନ ଲାଗିଯାଉଛି। ଫଳରେ କେତେଜଣ ରୋଗୀ ଘରୋଇ ମେଡିକାଲକୁ ଯାଇ ଶୋଷଣର ଶିକାର ହେଉଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ସମାଧାନ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଦୀପ୍ତ କମିଶନଙ୍କୁ ନିବେଦନ କରିଛନ୍ତି। The post ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ପଠାଉଛି ଏମ୍ସ appeared first on Dharitri Odia News .

ଟିକା ଅଭାବରୁ ସ୍ବତନ୍ତ୍ର ଟିକାକରଣ ବନ୍ଦ

ଭୁବନେଶ୍ୱର, ୩୧ା୫ (ବ୍ୟୁରୋ):ସ୍ବାସ୍ଥ୍ୟ ବିଭାଗ ଯେଉଁ ଆଶଙ୍କା କରୁଥିଲା ଶେଷରେ ସେୟା ହିଁ ହେବାକୁ ଯାଉଛି। ଟିକା ଅଭାବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଟିକାକରଣ ବାଧାପ୍ରାପ୍ତ ହୋଇଛି। ସୋମବାରଠାରୁ ରାଜଧାନୀର ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ଚାଲିଥିବା କେବଳ ସ୍ବତନ୍ତ୍ର ଟିକାକରଣ ବନ୍ଦ ରହିବ ବୋଲି ସୂଚନା ମିଳିଛି। ସହରରେ କରୋନା ସ୍ଥିତି ଜଟିଳ ରହିଥିବାବେଳେ ରାଜଧାନୀବାସୀଙ୍କ ପାଇଁ ଟିକା ଅଭାବ ଚିନ୍ତା ବଢ଼ାଇ ଦେଇଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ କୋଭିଶିଲ୍ଡ ଟିକା ଦିଆଯାଉଥିବାବେଳେ କେବଳ ଭୁବନେଶ୍ୱରରେ କୋଭାକ୍ସିନ ଦିଆଯାଉଛି। ଉଭୟ ୧୮ରୁ ୪୪ ବର୍ଷ ଓ ୪୫ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ଟିକାକରଣ ଜାରି ରହିଛି। ସହରର ବସ୍ତିବାସିନ୍ଦା ଓ ଅନ୍ୟମାନଙ୍କ ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଟିକାଦାନର ବ୍ୟବସ୍ଥା ହୋଇଥିଲା। ଟୋକନ୍‌ ବ୍ୟବସ୍ଥା କରି ବିଭିନ୍ନ କମ୍ୟୁନିଟି ସେଣ୍ଟର ଓ ଅନ୍ୟାନ୍ୟ ୧୭ଟି ସ୍ଥାନରେ ଟିକାକରଣ କରାଯାଉଥିଲା। ତେବେ ଟିକାର ଅଭାବ ଦେଖାଦେଇଥିବାରୁ ୧୮ରୁ ୪୪ବର୍ଷ ବ୍ୟକ୍ତିଙ୍କ ପାଇଁ ଏହି ସ୍ବତନ୍ତ୍ର ଟିକାକରଣ ବନ୍ଦ ରହିବ। ରାଜ୍ୟରେ ଟିକାର ସେପରି ଅଭାବ ନାହିଁ ଓ ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଟିକା ଦେବା ଲକ୍ଷ୍ୟ ରଖାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ...

‘ପୃଥିବୀ ମନ୍ଥନ’କୁ ଜାତିସଂଘର ସମର୍ଥନ

ଭୁବନେଶ୍ୱର, ୩୧।୫(ବ୍ୟୁରୋ):ପୁଣି ବିଶ୍ୱସ୍ତରରେ ଚମକିଛନ୍ତି ଓଡ଼ିଆ କଳାକାର। ଆସନ୍ତା ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ପ୍ରଦୂଷଣ ଓ ପରିବେଶକୁ ନେଇ ପ୍ରସ୍ତୁତ ହୋଇଛି ସଚେତନତା ଧର୍ମୀ ମ୍ୟୁଜିକ୍‌ ଭିଡିଓ ‘ପ୍ରଥିବୀ ମନ୍ଥନ’। ଏହାର ପ୍ରଚାର ପ୍ରସାର ପାଇଁ ସମର୍ଥନ ଜଣାଇଛି ଜାତିସଂଘ। ଶିବ ତାଣ୍ଡବ ସ୍ତ୍ରୋତମ ଓ ସାଗର ମନ୍ଥନ ଉପରେ ଆଧାରିତ ଏହି ହିନ୍ଦୀ ମ୍ୟୁଜିକ୍‌ ଭିଡିଓର କଳାକାରମାନେ ହେଉଛନ୍ତି ଓଡ଼ିଆ। ଅରୋମିରା ଏଟଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ହୋଇଥିବା ଏହି ଗୀତକୁ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଗାଇଛନ୍ତି। ଭାରତ ସରକାରଙ୍କ ବନ ବିଭାଗର ପୂର୍ବତନ ଡାଇରେକ୍ଟର ଜେନେରାଲ୍‌ ସିଦ୍ଧାନ୍ତ ଦାସ ଏହି ମ୍ୟୁଜିକ୍‌ ଭିଡିଓର ପରିକଳ୍ପନା କରିଥିବାବେଳେ ଶିବ କୁମାର ବିଲଗ୍ରାମୀ ଗୀତ ରଚନା କରିଛନ୍ତି। ଓମ୍‌ ପ୍ରକାଶ ମହାନ୍ତି ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି। ମ୍ୟୁଜିକ୍‌ ଭିଡିଓଟି ଦେବ ମେହେରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ବେଳେ ଅଭିନେତ୍ରୀ ସୂର୍ଯ୍ୟମୟୀ ଅଭିନୟ କରିଛନ୍ତି। ଏହି ମ୍ୟୁଜିକ୍‌ ଭିଡିଓଟିର ପୋଷ୍ଟର ୟୁଟୁବ୍‌ରେ ରବିବାର ରିଲିଜ୍‌ ହୋଇଛି। ପରିବେଶ ଦିବସ ଅବସରରେ ଜାତିସଂଘ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବ। ଏ ସମ୍ପର୍କରେ ଦେବ ମେହେର କହିଛନ୍ତି, ‘୨୦୨୧ ବର୍ଷ ଲାଗି ଜାତିସଂଘର ସମର୍ଥନ ଥିବା ଏହା ଭାରତର ଏକମାତ୍ର ମ୍ୟୁଜିକ୍‌ ଭିଡିଓ, ଯାହାକୁ ପ୍ରଦୂଷଣ ବିଷୟରେ ସଚେ...

ଖବରଦାତାଙ୍କୁ ପୋଲିସର ଆକ୍ରମଣ: ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଯାଜପୁର ଅଫିସ,୩୧ା୫:ଧରିତ୍ରୀର ପୁରୀ ଜିଲା ପ୍ରତିନିଧି ଦତ୍ତାତ୍ରେୟ ନାୟକଙ୍କୁ ପୋଲିସର ଆକ୍ରମଣ ଘଟଣା ସମ୍ପର୍କରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଜାତୀୟ ମାନବାଧିକାର ଡିଫେଣ୍ଡର ଭଜମନ ବିଶ୍ୱାଳଙ୍କ ଆବେଦନ (୮୫୦୦/ଆଇଏନ୍‌/୨୦୨୧)କୁ ଏନ୍‌ଏଚ୍‌ଆର୍‌ସି ଶନିବାର ଗ୍ରହଣ କରିଛନ୍ତି। ବିଶ୍ୱାଳ ତାଙ୍କ ଆବେଦନ ପତ୍ରରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ଜୀବନ, ସ୍ବତନ୍ତ୍ରତା ଏବଂ ସମ୍ମାନର ମାନବିକ ଅଧିକାର ଉଲ୍ଲଂଘନ ହେତୁ ଖବରଦାତା ଦତ୍ତାତ୍ରେୟ ନାୟକଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ। ଉକ୍ତ ଅପରାଧରେ ଜଡ଼ିତ ଦୋଷୀ ତଥା ପୋଲିସ କର୍ମଚାରୀଙ୍କ ବେତନରୁ କ୍ଷତିପୂରଣ ରାଶି କଟାଯିବାକୁ ବିଶ୍ୱାଳ ଅନୁରୋଧ କରିଛନ୍ତି। ସେ ଆହୁରି ଦର୍ଶାଇଛନ୍ତି ଯେ, କୋଭିଡ୍‌-୧୯ ପରିସ୍ଥିତିରେ ଖବରଦାତା ଦତ୍ତାତ୍ରେୟ ନିଜ ଜୀବନକୁ ଭୟ ନ କରି ବୃତ୍ତିଗତ ସେବା ଅନୁଯାୟୀ କର୍ତ୍ତବ୍ୟ କରୁଥିଲେ। ରାଜ୍ୟ ସରକାର ଖବରଦାତାମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରିଛନ୍ତି, ଯେଉଁମାନେ ସାରା ରାଜ୍ୟରେ ନାଗରିକଙ୍କ ସୁରକ୍ଷା ତଥା କଲ୍ୟାଣ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। କରୋନା ସଂକ୍ରମଣକୁ ସଙ୍କୁଚିତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଅଧୀନରେ ରଖାଯାଇଥିବା ପ୍ରତିବନ୍ଧକରୁ ଗଣମାଧ୍ୟମକୁ ମୁକ୍ତ କରାଯାଇଛି। ଏଭଳି ସ୍ଥିତିରେ ପୁରୀ ପୋଲିସ ଦ୍ୱାରା ଖ...

୧୪ ଜିଲାରୁ ୪.୨୫ ଲକ୍ଷ ମେଟ୍ରିକ୍‌ ଟନ୍‌ ରବିଧାନ କ୍ରୟ

ଭୁବନେଶ୍ୱର,୩୧।୫(ବ୍ୟୁରୋ):ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପାକ୍ସ/ଲ୍ୟାମ୍ପସ୍‌ ଜରିଆରେ ରବିଧାନ କିଣା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୪ ଜିଲାରୁ ମୋଟ ୬୩,୮୨୭ଜଣ ଚାଷୀଙ୍କ ନିକଟରୁ ୭୯୩କୋଟି ଟଙ୍କାରେ ୪ ଲକ୍ଷ ୨୫ ହଜାର ମେଟ୍ରିକ ଟନ୍‌ ରବିଧାନ କ୍ରୟ କରାଯାଇଛି। ବିଭିନ୍ନ ଜିଲାରେ ଥିବା ୧୦୨୦ଟି କେନ୍ଦ୍ର ମାଧ୍ୟମରେ ରବିଧାନ ସଂଗ୍ରହ କରାଯାଉଛି। ଆଗକୁ ସୋସାଇଟିଗୁଡ଼ିକରେ କୋଭିଡ୍‌ ନିୟମକୁ ପାଳନ କରି ରବିଧାନ ସଂଗ୍ରହକୁ ତ୍ୱରାନ୍ବିତ କରାଯିବ। ଏଥିସହିତ ନାମ ପଞ୍ଜୀକରଣ କରିଥିବା ଚାଷୀମାନେ ଯେପରି ସହଜରେ ମଣ୍ଡିରେ ଧାନ ବିକ୍ରି କରିପାରିବେ ସେ ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପାକ୍ସ ଓ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବରଗଡ଼ ଜିଲାରେ ସର୍ବାଧିକ ୨ ଲକ୍ଷ ୮ ହଜାର ୮୯ ମେଟ୍ରିକ୍‌ ଟନ୍‌ ରବି ଧାନ ସଂଗ୍ରହ କରାଯାଇଥିବାବେଳେ ଏହା ତଳକୁ ସୁବର୍ଣ୍ଣପୁରରେ ୮୧,୮୨୪ ମେଟ୍ରିକ୍‌ ଟନ୍‌, ସମ୍ବଲପୁରରେ ୫୩,୬୩୦ ମେଟ୍ରିକ୍‌ ଟନ ଓ କଳାହାଣ୍ଡି ଜିଲାରେ ୫୦,୬୧୦ ମେଟ୍ରିକ୍‌ ଟନ୍‌ ରହିଛି ା ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁସାରେ, ଚଳିତ ବର୍ଷ ରବିଧାନ ସଂଗ୍ରହ ପାଇଁ ମୋଟ ୨ ଲକ୍ଷ ୩୨ ହଜାର ୪୦୯ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ ା ଅଦ୍ୟାବ...

ଅଟୋ ଡିଲରଶିପ୍‌ ଖୋଲିବାକୁ ଅନୁମତି ମିଳୁ

ଭୁବନେଶ୍ୱର,୩୧ା୫:କରୋନା କଟକଣା ଯୋଗୁ ବର୍ତ୍ତମାନ ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଅଟୋମୋବାଇଲ ଡିଲରଶିପ୍‌ଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଏହି ଡିଲରଶିପ୍‌ଗୁଡିକୁ ଖୋଲିବାକୁ ଅନୁମତି ଦେବା ଲାଗି ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଶନ (ଏଫ୍‌ଏଡିଏ) ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିବେଦନ କରାଯାଇଛି। ଏଥିରେ କୁହାଯାଇଛି ଯେ ସାମାଜିକ ଦୂରତ୍ୱ ପାଇଁ ବର୍ତ୍ତମାନ ସାଧାରଣ ପରିବହନ ଉପରେ କଟକଣା ଲାଗିଥିବାରୁ ଲୋକମାନେ ବ୍ୟକ୍ତିଗତ ଯାନରେ ଯିବାକୁ ପସନ୍ଦ କରୁଛନ୍ତି। ଫଳରେ ଯାନବାହନ ଚାହିଦା ବଢ଼ିଛି। କୋଭିଡ୍‌ ଯୋଦ୍ଧା, ସମ୍ମୁଖ ଯୋଦ୍ଧା ଏବଂ ଗ୍ରାହକମାନେ ବ୍ୟକ୍ତିଗତ ବ୍ୟବହାର ଲାଗି ପାସେଞ୍ଜର କାର୍‌ ଏବଂ ୨ ଚକିଆ ଯାନ ଡେଲିଭରି ଦେବାକୁ କହୁଛନ୍ତି। ବର୍ତ୍ତମାନ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ପହଞ୍ଚାଇବା ଲାଗି ବାଣିଜି୍ୟକ ଯାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସଂଘ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଲକ୍‌ଡାଉନ କଟକଣା ଯୋଗୁ ଗ୍ରାହକଙ୍କୁ ସେବା ଯୋଗାଇବା କଷ୍ଟକର ହେଉଛି। ସାଧାରଣତଃ ଅଟୋମୋବାଇଲ ଶୋ’ରୁମ୍‌ଗୁଡ଼ିକ ବଡ଼ ହୋଇଥିବାରୁ ଏଥିରେ ସାମାଜିକ ଦୂରତ୍ୱ ରଖିବା ସହଜ ହେବ। ୫୦% କର୍ମଚାରୀଙ୍କ ଦ୍ୱାରା ଗ୍ରାହକଙ୍କୁ ସେବା ଯୋଗାଇ ଦେବା ଲାଗି ଅନୁମତି ଦିଆଯାଉ। ଶୋ’ରୁମ୍‌ ପରିଚାଳନା ସମୟରେ କୋଭିଡ୍‌-୧୯ ନିୟମ କଡ଼ାକଡ଼ି ଭାବେ ପାଳନ...

୪୦ ଡିଗ୍ରୀ ଉପରେ ୬ ସହର

ଭୁବନେଶ୍ୱର, ୩୧।୫(ବ୍ୟୁରୋ): ରାଜ୍ୟରେ ପାରଦ ଏବେ ପୁଣି ଉପରମୁହଁା ହେଲାଣି। ରବିବାର ୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ରେ ସର୍ବାଧିକ ୪୨ଡିଗ୍ରୀ ଥିବାବେଳେ ସୋନପୁରରେ ୪୦.୬, ଭବାନିପାଟଣାରେ ୪୧.୫, ବଲାଙ୍ଗୀରରେ ୪୧.୨, ମାଲକାନଗିରିରେ ୪୧, ବୌଦ୍ଧରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେପଟେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଏକାଳବୈଶାଖୀ ସହ ବଜ୍ରପାତ ହେବ ବୋଲି ସତର୍କ ସୂଚନା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଛି। The post ୪୦ ଡିଗ୍ରୀ ଉପରେ ୬ ସହର appeared first on Dharitri Odia News .

ଚାଇନାରୁ ଆସିଲା ଖାଲି ଅକ୍ସିଜେନ ସିଲିଣ୍ଡର

ଭୁବନେଶ୍ୱର, ୩୧।୫(ବ୍ୟୁରୋ): ଚାଇନାରୁ ଓଡ଼ିଶା ଆସିଛି ଖାଲି ଅକ୍ସିଜେନ ସିଲିଣ୍ଡର। ସିଲିଣ୍ଡର ଧରି ଆସିଥିବା କାର୍ଗୋ ବିମାନଟି ରବିବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ଛି। ଖୁବ୍‌ଶୀଘ୍ର ଏହି ଅକ୍ସିଜେନ ସିଲିଣ୍ଡରଗୁଡ଼ିକୁ ରାଜ୍ୟର ବିଭିନ୍ନ ମେଡିକାଲକୁ ପଠାଯିବ। ସେହିପରି ଆବଶ୍ୟକସ୍ଥଳେ ଅକ୍ସିଜେନ ସିଲିଣ୍ଡରକୁ ମହଜୁଦ ରଖାଯିବ। ଏ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚାଇନାରୁ ଆସିଥିବା ଏହି ସିଲିଣ୍ଡର ଏବଂ ଆଗକୁ ଆସିବାକୁ ଥିବା ସିଲିଣ୍ଡର କରୋନା ମୁକାବିଲା କ୍ଷେତ୍ରରେ ବେଶ୍‌ ସହାୟକ ହେବ। ଅକ୍ସିଜେନ ଅଭାବରୁ କୌଣସି ରୋଗୀ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚାଇନାରୁ ଅକ୍ସିଜେନ୍‌ ସିଲିଣ୍ଡର ଆସିବା ଦେଶରେ ପ୍ରଥମ ବୋଲି ତ୍ରିପାଠୀ କହିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତ କୋଭିଡ୍‌ ସଂକ୍ରମିତଙ୍କ ପାଇଁ ଅମ୍ଳଜାନର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ବିଦେଶରୁ ମେଡିକାଲ ଅକ୍ସିଜେନ୍‌ ସିଲିଣ୍ଡର ଆଣୁଛି। ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ୍‌ ଇଣ୍ଡିଆର କର୍ପୋରେଟ୍‌ ସାମାଜିକ ଦାୟିତ୍ୱ ମାଧ୍ୟମରେ ଅକ୍ସିଜେନ ସିଲିଣ୍ଡରର ଏହି ପ୍ରଥମ ଲଟ୍‌ ପହଞ୍ଚତ୍ଛି। The post ଚାଇନାରୁ ଆସିଲା ଖାଲି ଅକ୍ସିଜେନ ସିଲିଣ୍ଡର ap...

ଜୁନ୍‌ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ

ଜୁନ୍‌ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ ଜୁନ ୧୦ରେ ହେବ। ଏଥର ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେଉଥିବାରୁ ଚନ୍ଦ୍ର ପୃଥିବୀକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କରିବ। ଏହି ପରିପ୍ରେକ୍ଷୀରେ କେବଳ ସୂର୍ଯ୍ୟର ବାହ୍ୟ ସ୍ତର ଦୃଶ୍ୟମାନ ହେବ। ଏହି ଗ୍ରହଣରେ ଚନ୍ଦ୍ର ସୂର୍ଯ୍ୟଙ୍କ ପ୍ରାୟ ୯୪ ପ୍ରତିଶତ ଗ୍ରାସ କରିନେବ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେତୁ ଦିନରେ ଅନ୍ଧକାର ରହିବ। ଭାରତରେ ଏହି ସୂର୍ଯ୍ୟପରାଗ ଗ୍ରହଣ କେବଳ ଆଂଶିକ ଦେଖାଦେବ। ଆମେରିକା, ୟୁରୋପ ଏବଂ ଏସିଆର ଉତ୍ତର ଭାଗରେ ମଧ୍ୟ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଉତ୍ତର କାନାଡା, ଗ୍ରୀନଲ୍ୟାଣ୍ଡ ଏବଂ ରୁଷିଆରେ ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେବ। ସୂର୍ଯ୍ୟପରାଗ ଅପରାହ୍ନ ୧ ଟାରୁ ସନ୍ଧ୍ୟା ୪୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧ ପର୍ଯ୍ୟନ୍ତ ରହିବ। ସୂର୍ଯ୍ୟପରାଗର ସମୁଦାୟ ଅବଧି ପ୍ରାୟ ୫ ଘଣ୍ଟା ହେବ। ମେଷ – ଏହି ସୂର୍ଯ୍ୟପରାଗ କାଳରେ ମେଶ ରାଶିର ବ୍ୟକ୍ତିମାନେ ବିତର୍କରୁ ଦୂରେଇ ରହିବା ଉଚିତ୍‌। ନିଜ କଥାକୁ ନିୟନ୍ତ୍ରଣରେ ରଖ। ଆର୍ଥିକ କ୍ଷତି ହୋଇପାରେ। ବୃଷ – ସୂର୍ଯ୍ୟପରାଗ ହେତୁ ବୃଷର ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ। କ୍ୟାରିୟର ଏବଂ କାର୍ଯ୍ୟ କ୍ଷେତ୍ରରେ ସତର୍କତା ବ୍ୟବହାର କରନ୍ତୁ। ମିଥୁନ – ଏହି ରାଶିର ବ୍ୟକ୍ତିମାନେ ଆର୍ଥିକ ପ୍ରତିବନ୍ଧକର ସାମ୍ନା କରିପା...

ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହାତୀ କରୁଛି ଏପରି, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀକୁ ଦେଖିବାକୁ ମିଳୁଛି। ହାତୀଟି ରାସ୍ତା କଡ଼ରେ ଥିବା ଉଚ୍ଚ ପାଚେରିରୁ ତଳକୁ ଆସିବା ପାଇଁ ଚେଷ୍ଟା କରୁଛି । ବହୁ ଚେଷ୍ଟା କରି ଆଗ ଗୋଡ଼ ବଢ଼ାଉଛି ପରେ କଷ୍ଟରେ ତଳକୁ ଆସୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।   When our road cuts across their road… pic.twitter.com/gpRTLvCuMi — Susanta Nanda IFS (@susantananda3) May 30, 2021 The post ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହାତୀ କରୁଛି ଏପରି, ଭିଡିଓ ଭାଇରାଲ appeared first on Dharitri Odia News .

ରାତି ୩.୩୦ରେ କୋଚ୍‌ଙ୍କ ଘରେ ହଠାତ୍‌ ପହଞ୍ଚି ଯାଇଥିଲେ ରିଷଭ ପନ୍ତ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସମସ୍ତ ତିନୋଟି ଫର୍ମାଟରେ ଟିମ ଇଣ୍ଡିଆରେ ନିଜର ସ୍ଥାନ ନିଶ୍ଚିତ କରିଛନ୍ତି। ୨୩ ବର୍ଷୀୟ ପନ୍ତ ଆଜିକାଲି ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ପନ୍ତଙ୍କ ପିଲାଦିନର ପ୍ରଶିକ୍ଷକ ତାରକ ସିହ୍ନା ତାଙ୍କ କ୍ୟାରିଅରକୁ ସଜାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଦିଲ୍ଲୀର ସୋନେଟ କ୍ଲବ ଚଳାଉଥିବା ତାରକ ଶିଖର ଧାୱନ, ଆଶିଷ ନେହେରା, ଆକାଶ ଚୋପ୍ରାଙ୍କ ଭଳି ଖେଳାଳିଙ୍କୁ କୋଚିଂ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କୋଚ ତାରକ ସିହ୍ନା ଏକ ସାକ୍ଷାତକାରରେ କହିଛନ୍ତି ଯେ ପନ୍ତ ଆରମ୍ଭରୁ ଜଣେ କଠିନ ପରିଶ୍ରମୀ ଖେଳାଳି ଅଟନ୍ତି। ଥରେ ଦକ୍ଷିଣ ଦିଲ୍ଲୀରେ ମୋର କ୍ଲବ ସୋନେଟ ପାଇଁ ଖେଳିବାବେଳେ ମୁଁ ନେଟ ଅଧିବେଶନରେ ପନ୍ତଙ୍କ ଉପରେ ଚିଡି ଯାଇଥିଲି। ଏହା ପରେ ପନ୍ତ ପୁରା ରାତି ଶୋଇ ପାରି ନ ଥିଲେ ଏବଂ ଭୋର ୩.୩୦ ବେଳେ ମୋ ଘରେ ପହଞ୍ଚିଥିଲେ। ମୁଁ ସେତେବେଳେ ବୈଶାଳୀରେ ରହୁଥିଲି। ପନ୍ତଙ୍କ ଘରୁ ସେଠାରେ ପହଞ୍ଚିବା ଦୂରତା ପ୍ରାୟ ଏକ ଘଣ୍ଟା ଥିଲା। ପନ୍ତଙ୍କୁ ଦେଖି ପଚାରିଥିଲି ଯେ ସେ ଏପରି ରାତିରେ କାହିଁକି ଆସିଛନ୍ତି, ପନ୍ତ କହିଥିଲେ, ମୁଁ ଆପଣଙ୍କୁ ଏତେ ରାଗିବା ଦେଖି ନାହିଁ। ମୁଁ ତୁମକୁ କ୍ଷମା ମାଗିବାକୁ ଚାହେଁ। ଏହା ମୋ ପାଇଁ ଏକ ସ୍ପର୍ଶକାତର ଏବଂ ବିବ୍ରତ ଘଟଣା ଥିଲା। କାରଣ ଅଧା ରାତ...

୪୬ ଦିନରେ ନୂୂଆ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବନିମ୍ନ: ୨୪ ଘଣ୍ଟାରେ ୩,୪୬୦ ମୃତ…

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଲଗାତାର ୩ ଦିନ ଧରି ୨ ଲକ୍ଷରୁ କମ୍‌ ରହିଛି। ଶନିବାର ଗତ ଦେଢ଼ ମାସରେ ନୂୂଆ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବନିମ୍ନରେ ପହଞ୍ଚିଥିଲା। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୭୯୦ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୩,୬୧୭ ଥିଲା। ଗତ ୪୬ ଦିନ ମଧ୍ୟରେ ରବିବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବନିମ୍ନ ରହିଛି ଏବଂ ମୃତକଙ୍କ ସଂଖ୍ୟା ପୁଣି କମିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ୫୫୩ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୩,୪୬୦ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୨ ଲକ୍ଷ ୭୬ ହଜାର ୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୨୧ ଲକ୍ଷ ୧୪ ହଜାର ୫୦୮ ଜଣ ଚିକିତ୍ସିତ ହେଉଛନ୍ତି। ଅଧିକ ସଂଖ୍ୟକ ଆକାନ୍ତଙ୍କ ମୃତ୍ୟୁ ଘଟୁ ଥିବାରୁ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଦେଖାଦେଇଛି। ଶ୍ମଶାନ ଆଗରେ ଏବେ ବି ଧାଡ଼ିଧାଡ଼ି ମୃତଦେହ ରହିଥିବାର ଦେଖିବାକୁ ମିଳୁଛି। ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ସ୍ଥିତିରେ ଆଶା ଜନକ ପରିବର୍ତ୍ତନ ହେଉ ନ ଥି...

ଗିରୋ ଡି’ ଇଟାଲିଆ: କାରୁସୋ ଜିତିଲେ ଷ୍ଟେଜ୍‌-୨୦

ରୋମ୍‌, ୩୦ା୫: ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୨୦ତମ ଷ୍ଟେଜ୍‌ ଶନିବାର ଅନୁଷ୍ଠିତ ହୋଇଯାଇଛି। ଭର୍ବାନିଆରୁ ଭାଲି ସ୍ପଲଗା ୧୬୪ କିଲୋମିଟର ବିଶିଷ୍ଟ ଏହି ଷ୍ଟେଜ୍‌ରେ ଇଟାଲିର ଡାମିଆନୋ କାରୁସୋ (ବାହାରିନ୍‌ ଭିକ୍ଟୋରିଅସ୍‌) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୪ ଘଣ୍ଟା ୨୭ ମିନିଟ୍‌ ଓ ୫୩ ସେକେଣ୍ଡ ଟାଇମିଂରେ ତାଙ୍କ ରେସ୍‌ ଶେଷ କରିଛନ୍ତି। ତାଙ୍କଠାରୁ ଯଥାକ୍ରମେ ୨୪ ସେକେଣ୍ଡ ଓ ୩୫ ସେକେଣ୍ଡ ପଛରେ ରେସ୍‌ ଶେଷ କରି କଲମ୍ବିଆର ଇଗାନ ବର୍ନାଲ ଗୋମେଜ (ଇନୋସ୍‌ ଗ୍ରେନାଡିଅର୍ସ) ଓ କଲମ୍ବିଆର ଡାନିଏଲ୍‌ ମାର୍ଟିନେଜ୍‌ ପୋଭେଡା (ଇନୋସ ଗ୍ରେନେଡିଅର୍ସ) ଦ୍ୱିତୀୟ ଓ ତୃତୀୟ ହୋଇଥିଲେ। ରେସ୍‌ର ଟପ୍‌ ଟେନ୍‌ରେ ରହିଥିବା ଅନ୍ୟ ରାଇଡରମାନେ ଯଥାକ୍ରମେ ହେଲେ ଫ୍ରାନ୍ସର, ରୋମେନ ବାର୍ଡେଟ୍‌ (ଟିମ୍‌ ଡିଏସ୍‌ଏମ୍‌), ପର୍ତ୍ତୁଗାଲର ଜୋଆଓ ଅଲ୍‌ମିଦା (ଡେସିଉନିକ୍‌ କୁଇକ୍‌ ଷ୍ଟେପ୍‌), ଗ୍ରେଟ୍‌ ବ୍ରିଟେନର ସିମନ ୟେଟ୍ସ ( ଟିମ୍‌ ବାଇକ୍‌ ଏକ୍ସଚେଞ୍ଜ୍‌), ରୁଷିଆର ଆଲେକ୍‌ସାଣ୍ଡର ଭ୍ଲାସୋଭ (ଅଷ୍ଟାନା ପ୍ରିମିୟର ଟେକ୍‌), ଗ୍ରେଟ୍‌ ବ୍ରିଟେନର ହଗ୍‌ କାର୍ଥତ୍ (ଇଏଫ୍‌ ଏଜୁକେଶନ ନିପ୍ପୋ), ଇଟାଲୀର ଲରେନ ଫର୍ଟୁନାଟୋ (କୋମେଟା ସାଇକ୍ଲିଂ ଟିମ୍‌) ଓ ସ୍ପେନର ଆଣ୍ଟୋନିଓ ପେଡ୍‌ରେରୋ (ମୋଭିଷ୍‌ଟାର ଟିମ୍‌)। ୨୦ତମ ଷ୍ଟେଜ୍‌ ପରେ ଜେନେରାଲ କ୍ଲାସିଫିକେଶନରେ କଲମ୍ବିଆର ଇଗାନ ବର୍ନାଲ ଗୋମେଜ୍‌, ଇଟାଲୀର ଡାମିଆନୋ କାରୁସୋ ଓ ସିମନ ୟେଟ...

ଜେମିମା ଖେଳିବେ ଦି ହଣ୍ଡ୍ରେଡ୍‌ ଟୁର୍ନାମେଣ୍ଟ

ମୁମ୍ବାଇ, ୩୦ା୫ (ପି.ଟି.)-ୟୁନାଇଟେଡ କିଙ୍ଗ୍‌ଡମ୍‌ (ୟୁକେ) ରେ ଜୁଲାଇ ୨୧ରୁ ଆରମ୍ଭ ହେଉଥିବା ଦି ହଣ୍ଡ୍ରେଡ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଭାରତର ସ୍ବଳ୍ପ ବୟସ୍କା ମହିଳା ବ୍ୟାଟ୍ସଓମ୍ୟାନ ଜେମିମା ରୋଡ୍ରିଗୁଏଜ୍‌ ନର୍ଦ୍ଦର୍ନ ସୁପର ଚାର୍ଜର୍ସ ତରଫରୁ ଖେଳିବେ। ଏହି ୧୦୦-ବଲ୍‌ ଇଭେଣ୍ଟ ୮ଟି ପୁରୁଷ ଓ ମହିଳା ଦଳକୁ ନେଇ ଖେଳାଯିବ। ଏଥିରେ ଅଂଶଗ୍ରହଣ କରୁଥିବା ଅନ୍ୟ ଭାରତୀୟ ମହିଳା କ୍ରିକେଟରମାନେ ହେଲେ ଜେମିମାଙ୍କ ଟି୨୦ ଅଧିନାୟିକା ହରମନପ୍ରୀତ କୌର, ଉପଅଧିନାୟିକା ସ୍ମୃତି ମାନ୍ଧନା ଓ ଅଲରାଉଣ୍ଡର ଦୀପ୍ତି ଶର୍ମା। ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ଦ୍ୱାରା ଆୟୋଜିତ ‘ଦି ହଣ୍ଡ୍ରେଡ୍‌’ ଏକ ଭିନ୍ନ ଧରଣର ଟୁର୍ନାମେଣ୍ଟ ହୋଇଥିବାରୁ ଏଥିରେ ଖେଳିବା ଲାଗି ତାଙ୍କର ଉତ୍କଣ୍ଠା ରହିଥିବା ଜେମିମା ପ୍ରକାଶ କରିଛନ୍ତି। ଜେମିମା ପୂର୍ବରୁ ୟର୍କଶାୟାର ଡାଇମଣ୍ଡ୍ସ ଏବଂ ତାଙ୍କ ଟିମ୍‌ ନର୍ଦ୍ଦର୍ନ ସୁପରଚାର୍ଜର୍ସ ତରଫରୁ ଖେଳିଛନ୍ତି। ଲରେନ ଓ୍ବିନଫିଲ୍ଡ ତାଙ୍କର ଅଧିନାୟିକା ରହିଛନ୍ତି। ଇଂଲଣ୍ଡ ଟୁର୍‌ ପାଇଁ ଘୋଷଣା କରାଯାଇଥିବା ଭାରତୀୟ ମହିଳା କ୍ରିକେଟ ଦଳରେ ଜେମିମାଙ୍କୁ ସ୍ଥାନ ମିଳିଛି। ଜୁନ୍‌ ୧୬ରୁ ବ୍ରିଷ୍ଟଲଠାରେ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ। ପରେ ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ସମାନ ସଂଖ୍ୟକ ଟି୨୦ ଖେଳାଯିବ। ଇଂଲଣ୍ଡ ଟୁର୍‌ ପୂର୍ବରୁ ଭାରତର ଉଭୟ ମହିଳା ଓ ପୁରୁଷ କ୍ରିକେଟ ଦଳ ଏଠାରେ ୧୪ ଦିନ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଭାରତୀୟ ଦଳ ସ୍ବତନ୍ତ୍ର ଆଇସୋଲେଶନରେ ରହିବ

ଦୁବାଇ,୩୦।୫(ପି.ଟି.): ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଖେଳିବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ସାଉଥାମ୍ପଟନରେ ସ୍ବତନ୍ତ୍ର ମ୍ୟାନେଜ୍‌ଡ ଅର୍ଥାତ ପ୍ରବନ୍ଧିତ ଆଇସୋଲେଶନରେ ରହିବ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ସ୍ପଷ୍ଟ କରିଛି। ୟୁକେରେ ପହଞ୍ଚିବା ପରେ ଭାରତୀୟ ଦଳର ସଦସ୍ୟମାନେ ହାର୍ଡ କ୍ୱାରାଣ୍ଟାଇନ୍‌ରେ ରହିବେ। ତେବେ ଏହାର ପ୍ରକୃତ ସମୟ ଅବଧୀ କେତେ ରହିବ ସେ ନେଇ ଆଇସିସି କିଛି କହିନାହିଁ। ଜୁନ୍‌ ୧୮ରୁ ୨୨ ତାରିଖ ମଧ୍ୟେ ର ସାଉଥାମ୍ପଟନର ହାମ୍ପସାୟାର ବାଉଲ୍‌ରେ ବିଶ୍ୱର ଶ୍ରେଷ୍ଠ ଦୁଇଟି ଟେଷ୍ଟ ଦଳ ଡବ୍ଲ୍ୟୁଟିସି ଫାଇନାଲ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ନ୍ୟୁଜିଲାଣ୍ଡ ଦଳ ଏବେ ଇଂଲଣ୍ଡ ରହୁଛି ଓ ଘରୋଇ ଦଳ ବିପକ୍ଷରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଅପରପକ୍ଷରେ ବିରାଟ କୋହଲିଙ୍କ ଭାରତୀୟ ଦଳ ଜୁନ୍‌ ୩ ତାରିଖରେ ୟୁକେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ଭାରତୀୟ ଖେଳାଳିମାନେ ଭାରତରେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ପିରିୟଡ୍‌ରେ ରହିବେ। ୟୁକେରେ ପହଞ୍ଚିବା ପରେ ଭାରତୀୟ ଖେଳାଳିମାନେ ହାମ୍ପଶୟାର ବାଉଲର ଟିମ୍‌ ହୋଟେଲକୁ ଯିବେ। ଏଠରେ ଖେଳାଳିମାନଙ୍କର ଆଉଥରେ ପରୀକ୍ଷା କରାଯିବ। ଏହାପରେ ଯାଇ ଭାରତୀୟ ଖେଳାଳିମାନେ ସ୍ବତନ୍ତ୍ର ଆଇସୋଲେଶନରେ ରହିବେ ବୋଲି ଆଇସିସି ତରଫରୁ କୁହାଯାଇଛି। କ୍ୱାରାଣ୍ଟାଇନର ସମୟ ଅବଧୀ ସମ୍ପର୍କରେ କିଛ...

ଠିକ୍‌ ଉତ୍ତର ଦେଲେନି

ଆକାର ପଟେଲ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ଆମେରିକା ଗସ୍ତର ପ୍ରଥମାର୍ଦ୍ଧ ସ୍ପଷ୍ଟତଃ ଅଧିତ୍କ ଫଳପ୍ରଦ ନ ଥିଲା। କାରଣ ଆମେରିକାନ ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ଙ୍କୁ ଆମ ବୈଦେଶିକ ମନ୍ତ୍ରୀ ସାକ୍ଷାତ କରିବାକୁ ଯାଇଥିତ୍ଲେ ମଧ୍ୟ ତାଙ୍କୁ ସେହି ସମୟରେ ଜରୁରୀ ଗସ୍ତରେ ମଧ୍ୟପ୍ରାଚ୍ୟ ଯିବାକୁ ପଡ଼ିଲା। ତେବେ ସେହି ସମୟରେ ଜୟଶଙ୍କର ଆମେରିକାରେ ଭାରତୀୟ ଟିମ୍‌କୁ ସାକ୍ଷାତ କଲେ ଏବଂ ଆଉ କିଛି ବୈଠକ କରିଥିତ୍ଲେ। ଟ୍ରମ୍ପଙ୍କ ସମୟରେ ଥିବା ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେନେରାଲ ଏଚ୍‌.ଆର୍‌. ମ୍ୟାକ୍‌ମାଷ୍ଟରଙ୍କ ସହ ମଧ୍ୟ ତାଙ୍କର ସାକ୍ଷାତଆଲୋଚନା ହୋଇଥିଲା। ଭାରତରେ ରାଜନୈତିକ ବିକାଶକୁ କେଉଁ ଦୃଷ୍ଟିରେ ବିଚାର କର ବୋଲି ସେ ଜୟଶଙ୍କରଠାରୁ ଜାଣିବାକୁ ଚାହଁିଥିଲେ। ଜୟଶଙ୍କରଙ୍କୁ କହିଥିଲେ-ତୁମେ ଜଣେ ପକ୍ଷପାତୀ ବ୍ୟକ୍ତି ନୁହଁ। ତୁମେ ଅନେକ ସରକାରରେ ପ୍ରଶାସନିକ ଦାୟିତ୍ୱର ଉକତ୍ୃଷ୍ଟତା ପ୍ରତିପାଦନ କରିଛ। ମହାମାରୀ ସମୟରେ କିଛି ହିନ୍ଦୁତ୍ୱ ନୀତିଗୁଡ଼ିକ ଚିନ୍ତା ବଢ଼ାଇଦେଇଛି ଓ ତାହା ଭାରତର ଧର୍ମନିରପେକ୍ଷତା ଛବିକୁ କ୍ଷୁଣ୍ଣ କରିପାରେ ବୋଲି ସେ କହିଥିତ୍ଲେ। ମ୍ୟାକ୍‌ମାଷ୍ଟରଙ୍କ ଚିନ୍ତାଧାରା ସୁଧାରିବା ଲାଗି ଜୟଶଙ୍କର ପ୍ରଥମେ କହିଥିତ୍ଲେ ଯେ, ସେ ବାସ୍ତବରେ ଜଣେ ପକ୍ଷପାତୀ ବ୍ୟକ୍ତି ଥିଲେ ଓ ସିଭିଲ ସର୍ଭାଣ୍ଟ ଥିଲାବେଳେ ଅନେକ ଶାସନରେ ପ୍ରଶାସନିକ ଦାୟିତ୍ୱ ତୁଲାଇଥିଲେ। କିନ୍ତୁ ଏବେ ସେ ସଂସଦର...

ଭାରତୀୟ ଗଣତନ୍ତ୍ରର ଡିଜିଟାଲ ରୂପାନ୍ତର

ଅମର ପଟ୍ଟନାୟକ ମହାମାରୀ ଦ୍ୱିତୀୟ ଲହରରେ ମଧ୍ୟ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ କୋଭିଡ୍‌-ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଥିଲା। ଏ ନେଇ ନିକଟରେ ମାଡ୍ରାସ ଏବଂ କଲିକତା ହାଇକୋର୍ଟ ନିର୍ବାଚନ କମିଶନର (ଇସି)ଙ୍କୁ କଡ଼ା ସମାଲୋଚନା କରିଥିଲେ। ଗତବର୍ଷ ପ୍ରଥମ ଲହର ବେଳେ ଜାତୀୟ ତଥା ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ସହ ପରାମର୍ଶ ପରେ ନିର୍ବାଚନ କମିଶନର କୋଭିଡ୍‌-୧୯ ସମୟରେ ନିର୍ବାଚନ ପରିଚାଳନା ପାଇଁ ବ୍ୟାପକ ଗାଇଡ୍‌ଲାଇନ ଜାରି କରିଥିଲେ। ତଥାପି, ଇସିଙ୍କ ଗାଇଡ୍‌ଲାଇନ କେବଳ ସାମୂହିକ ସମାରୋହର ସଂଖ୍ୟା କମାଉଛି, ଯେତେବେଳେ ଏବେ ଏକ ପ୍ରତ୍ୟକ୍ଷ ନିର୍ବାଚନ ପ୍ରଚାରର ମୌଳିକ ସଂରଚନାକୁ ବଜାୟ ରଖିଛି। ଆମ ମଧ୍ୟରୁ ଅନେକେ ଜାଣିଥିବେ ଯେ, ଏହି କଟକଣା ଠିକ୍‌ ଭାବେ ପାଳନ କରିବା କିମ୍ବା ପ୍ରଭାବଶାଳୀ ଭାବେ ନିରୀକ୍ଷଣ କରିବା ଅସମ୍ଭବ। ଭବିଷ୍ୟତରେ ଉତ୍ତମ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ସାମ୍ପ୍ରତିକ ସ୍ଥିତିକୁ ପ୍ରଭାବିତ କରିବା ସକାଶେ ଅନେକ ଉପାୟ ଅଛି। ପ୍ରଥମତଃ ଅନ୍‌ଲାଇନ୍‌ ଏବଂ ସୋସିଆଲ ମିଡିଆ, ଓ୍ବେବ୍‌ ଆଧାରିତ ପ୍ରସାରଣ, ଓ୍ବେବ୍‌କାଷ୍ଟ ଏବଂ ଓ୍ବେବିନାର୍‌ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚତ୍ବା ପାଇଁ ଲକ୍‌ଡାଉନ୍‌ ଅନେକ ସମ୍ଭାବନା ଆଣିଦେଇଥିଲା। ୨୦୧୪ରେ ୧୦%ରୁ କମ୍‌ ଭୋଟର ଏବଂ ୨୦୧୯ରେ ୩୦%ରୁ ଅଧିକ ଭୋଟର ସୋସିଆଲ ମିଡିଆ ଦ୍ୱାରା ପ୍ରଭାବିତ ହୋଇଥିବା ଜଣାଯାଏ। କିନ୍ତୁ ଅଗଷ୍ଟ ୨୦୨୦ରେ ଦୁ...

ଫ୍ରେଞ୍ଚ୍‌ ଓପନ୍‌: ନାଡାଲ ଫେଭରାଇଟ୍‌, ଯୁବ ଖେଳାଳିଙ୍କ ପାଇଁ ସୁଯୋଗ

ପ୍ୟାରିସ,୩୦।୫(ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ଟେନିସ ରବିବାରଠାରୁ ଆରମ୍ଭ ହେବ। ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଟେନିସର ଏହି ମେଗା ଇଭେଣ୍ଟ ଆରମ୍ଭ ହେବା ବିଶ୍ୱ କ୍ରୀଡ଼ା ପାଇଁ ଏକ ଖୁସି ଖବର ବୋଲି ବିବେଚିତ ହେଉଛି। ଫ୍ରେଞ୍ଚ୍‌ ଓପନର ଏହି ୧୨୫ତମ ସଂସ୍କରଣ ଉପରେ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି। କ୍ଲେ କୋର୍ଟ ଉପରେ ଖେଳାଯାଇଥିବା ଏହି ଟୁର୍ନାମେଣ୍ଟର ଗତ ସଂସ୍କରଣରେ ସ୍ପେନର ରାଫାଲ ନାଡାଲ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ସେହିପରି ମହିଳା ସିଙ୍ଗଲ୍ସରେ ପୋଲାଣ୍ଡର ଇଗା ସ୍ବିଟେକ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ପ୍ରାୟ ସବୁ ଇଭେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଅଂଶଗ୍ରହଣ କରିବେ। ପୁରୁଷ ସିଙ୍ଗଲ୍ସରେ ସାମିଲ ଥିବା ଟପ୍‌-୧୦ ସିଡେଡ୍‌ ଖେଳାଳିମାନେ ହେଲେ ସର୍ବିୟାର ନୋଭାକ ଜୋକୋଭିଚ୍‌, ରୁଷିଆର ଡାନିଲି ମେଡଭେଡେଭ, ସ୍ପେନ୍‌ର ନାଡାଲ, ଅଷ୍ଟ୍ରିଆର ଡୋମିନିକ ଥିମ୍‌, ଗ୍ରୀସ୍‌ର ଷ୍ଟିଫାନୋସ ସିତିସପାସ, ଜର୍ମାନୀର ଆଲେକଜାଣ୍ଡର ଜେଭେରେଭ, ରୁଷିଆର ଆନ୍ଦ୍ରେ ରୁବ୍ଲେଭ, ସୁଇଜରଲାଣ୍ଡର ଅଭିଜ୍ଞ ଖେଳାଳି ରୋଜର ଫେଡେରର, ଇଟାଲୀର ମାଟେଓ ବେରେଟିନୀ ଓ ଆର୍ଜେଣ୍ଟିନାର ଡିଏଗୋ ସ୍ବାର୍ଜମ୍ୟାନ। ଅନ୍ୟପଟେ ମହିଳା ସିଙ୍ଗଲ୍ସରେ ଟପ୍‌-୧୦ ଖେଳାଳିମାନେ ହେଲେ ଅଷ୍ଟ୍ରେଲିଆର ଆଶଲେ ବାର୍ଟି, ଜାବାନ ନାଓମି କ୍ୟାମ...

ସିମ୍ପାଜି ଗବେଷିକା

ଖେଳରେ ମାତି ରହିବା ସକାଶେ ମାତାପିତା ସାଧାରଣତଃ ପିଲାଙ୍କୁ ଟେଡି ବିୟର ବା ଭାଲୁ କଣ୍ଢେଇ ଦେଇଥାଆନ୍ତି। କିନ୍ତୁ ଛୁଆଟିଏ ଥିବା ବେଳେ ବାପା ତାଙ୍କୁ ସିମ୍ପାଜି କଣ୍ଢେଇ ବା ବଣମଣିଷର ଚିତ୍ରସଂଲଗ୍ନ ଖେଳଣା ‘ଜୁବ୍‌ଲି’ ଉପହାର ଦେଇଥିଲେ। ସେତିକିରେ ସନ୍ତୁଷ୍ଟ ହୋଇ ଜୁବ୍‌ଲି ସହ ଖେଳିବା ଆରମ୍ଭ କରିଥିବା ଶିଶୁକନ୍ୟା ଜେନ୍‌ ଗୁଡ୍‌ଅଲ୍‌ ବିଶ୍ୱର ଅନ୍ୟତମ ପ୍ରକୃତି ବିଜ୍ଞାନୀ ପାଲଟି ଯାଇଛନ୍ତି। ସିମ୍ପାଜିଙ୍କ ଉପରେ ଦୀର୍ଘବର୍ଷର ଗବେଷଣା ଓ ଅନୁଧ୍ୟାନ କରି ସେ ଯେଉଁ ତଥ୍ୟ ବିଶ୍ୱବାସୀଙ୍କ ଆଗରେ ଉପସ୍ଥାପିତ କରିଛନ୍ତି, ତାହା ଆଗାମୀ ପିଢ଼ି ପାଇଁ ବୃହତ୍‌ ଦସ୍ତାବିଜ୍‌ରେ ପରିଣତ ହୋଇଛି। ସେହି ଦିଗରେ ଜୀବନବ୍ୟାପୀ କାର୍ଯ୍ୟ ଲାଗି ସେ ୨୦୨୧ ଟେମ୍ପଲଟନ୍‌ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଛନ୍ତି। ପ୍ରକୃତି ସହ ମାନବଜାତି ଓ ତାହାର ଉଦ୍ଦେଶ୍ୟ ସଂକ୍ରାନ୍ତ ରହସ୍ୟକୁ ଉନ୍ମୋଚନ କରି ଜନହିତକର କାର୍ଯ୍ୟରେ ମନୋନିବେଶ କରୁଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଛି। ଉଲ୍ଲେଖଯୋଗ୍ୟ ଯେ, ଆମେରିକା ଜନ୍ମିତ ବ୍ରିଟିଶ ନିବେଶକାରୀ, ଟେମ୍ପଲଟନ୍‌ ଗ୍ରୋଥ୍‌ ଫଣ୍ଡ୍‌ର ପ୍ରବର୍ତ୍ତକ ତଥା ଜନହିତକାରୀ ଜନ୍‌ ଟେମ୍ପଲ୍‌ଟନ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ପୁରସ୍କାର ୧୯୭୩ ମସିହାରେ ପ୍ରଥମେ ସେବାର ମୂର୍ତ୍ତିମନ୍ତ ପ୍ରତୀକ ମଦର ଟେରେସାଙ୍କୁ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ପରିସର ବୃଦ୍ଧି ପାଇ ଗବେଷଣା କିମ୍ବା...

ନିରାପଦ ମାତୃତ୍ୱ: ଆଜିର ଆହ୍ବାନ

ଡା. କାନ୍ତୀ ନାୟକ ନିରାପଦ ମାତୃତ୍ୱ କହିଲେ ଉଭୟ ମାଆ ଓ ଶିଶୁର ସୁରକ୍ଷାକୁ ବୁଝାଏ। ଗର୍ଭଧାରଣ ଓ ପ୍ରସବ ବାବଦରେ ଉପଯୁକ୍ତ ଜ୍ଞାନ ହାସଲ ଏବଂ ଠିକ୍‌ ପଦକ୍ଷେପ ଦ୍ୱାରା ନିରାପଦ ମାତୃତ୍ୱ ଲାଭ ସମ୍ଭବ। ଏହାଦ୍ୱାରା ମାଆ ଓ ଶିଶୁ ମୃତ୍ୟୁହାର କମିବ। ସୁଷମ ଓ ପୁଷ୍ଟିକର ଆହାର ସହ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ରୋଗ ପ୍ରତିଷେଧକ ଟିକା ଗ୍ରହଣ, ପ୍ରସବ ସମୟରେ ତାଲିମପ୍ରାପ୍ତ ଧାତ୍ରୀଙ୍କ ସାହାଯ୍ୟ ନେବା ଉଚିତ। ଏହାଯୋଗୁ ମାଆ-ଶିଶୁଙ୍କ ଜୀବନ ସୁରକ୍ଷିତ ରହିବ। ଏବେ ମହିଳାମାନେ ନିଜ କର୍ମ ସଂସ୍ଥାନର ଦାୟିତ୍ୱ କୁହନ୍ତୁ ବା ଘର ସଂସାରର ବୋଝ, ସବୁଠି ନିଜକୁ ନିଜେ ହିଁ ଅବହେଳିତ କରୁଛନ୍ତି। ଯାହାପାଇଁ ଦିନକୁ ଦିନ ଉଦ୍‌ବେଗଜନକ ଭାବେ ମହିଳାଙ୍କର ଶାରୀରିକ ଅସୁସ୍ଥତା ଦେଖାଯାଉଛି। ନିରାପଦ ମାତୃତ୍ୱ କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ହେଉଛି ଅସଚେତନତା, ଦାରିଦ୍ର୍ୟ, କୁପୋଷଣ ଓ ଅଶିକ୍ଷା। ଅଳ୍ପ ବୟସରୁ ବିବାହ କରି ସଂସାରକୁ ନ ବୁଝିଥିବା ଝିଅଟି ଖୁବ୍‌ଶୀଘ୍ର ଗର୍ଭଧାରଣ କରିବା ଦ୍ୱାରା ଏହା ଉଭୟ ମାଆ ଓ ଶିଶୁ ଉପରେ ଭୟଙ୍କର ପ୍ରଭାବ ପକାଇଥାଏ। ଅନେକ କ୍ଷେତ୍ରରେ ମାତୃ ମୃତ୍ୟୁହାରର ଏହା ବଡ଼ କାରଣ ପାଲଟିଥାଏ। କେବଳ ମାତୃ ମୃତ୍ୟୁହାର ନୁହେଁ, କେତେକ କ୍ଷେତ୍ରରେ ପିଲାଟି ଜନ୍ମ ହେବା ପୂର୍ବରୁ ବା ଜନ୍ମ ହେବାର କିଛି ଦିନ ପରେ ମୃତ୍ୟୁବରଣ କରିଥାଏ। ଅନେକ କ୍ଷେତ୍ରରେ ଦୁର୍ବଳିଆ ଶିଶୁ ଜନ୍ମ ନେଇ ସାରା ଜୀବନ ବିଭିନ୍ନ ରୁଗ୍‌ଣ ସମସ୍ୟାକୁ ...

ଏଇ ଭାରତରେ

ରାଜନୀତିରେ ମହିଳାମାନଙ୍କର ଭାଗୀଦାରି ବଢ଼ାଇବା ଏବଂ ହିଂସା ବିରୋଧରେ ଲଢ଼େଇ କରିବାକୁ ୧୬୦୦ ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିପାରିଛନ୍ତି ପଶ୍ଚିମବଙ୍ଗର ୪୫ ବର୍ଷୀୟା ଅନିନ୍ଦିତା ମଜୁମଦାର। ୨୦୧୬ରେ ଅନିନ୍ଦିତା ଇକ୍ୱିଡାଇଭର୍‌ସିଟି ଫାଉଣ୍ଡେଶନ ଗଠନ କରି ତା’ ମାଧ୍ୟମରେ ପୁରୁଲିଆ, ବୀରଭୂମ ଏବଂ ସୁନ୍ଦରବନ ଅଞ୍ଚଳରେ ଏହି ଅଭିଯାନ ଚଳାଇଛନ୍ତି। ତାଙ୍କ ଉଦ୍ୟମରେ ବୀରଭୂମରେ ୯ ଜଣ ଓ ୨୪ ପ୍ରଗଣାରେ ୩ ଜଣ ମହିଳା ନିର୍ବାଚିତ ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି। ଅନିନ୍ଦିତାଙ୍କ ଜନ୍ମ କୋଲକାତାରେ। ସେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ୨୦ ବର୍ଷ ହେବ କାର୍ଯ୍ୟ କରୁଛନ୍ତି। ଘରୋଇ ଓ ସାମାଜିକ ହିଂସାକୁ କିିଭଳି ରୋକାଯାଇପାରିବ ସେ ସମ୍ପର୍କରେ ମହିଳାମାନଙ୍କୁ ବି ପ୍ରଶିକ୍ଷଣ ଦେଉଛନ୍ତି। ଲିଙ୍ଗଗତ ପ୍ରଭେଦ ହ୍ରାସ କରିବା ଦିଗରେ ବି ଲୋକମାନଙ୍କୁ ସଚେତନ କରୁଛନ୍ତି ଅନିନ୍ଦିତା। ବାଲ୍ୟ ବିବାହ ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ପଶ୍ଚିମବଙ୍ଗରେ ଏହାକୁ ହ୍ରାସ କରିବାକୁ ପ୍ରୟାସ କରୁଛନ୍ତିି। ମହିଳାମାନଙ୍କ ଦ୍ୱାରା ସେ ନ୍ୟୁଟ୍ରିଶନ ଗାର୍ଡେନ ପ୍ରତିଷ୍ଠା କରି ପିଲାମାନଙ୍କ ପାଇଁ ଜୈବିକ ପରିବା ଉପତ୍ାଦନ କରୁଛନ୍ତି। ଏହା ବ୍ୟତୀତ ୩୦ ଜଣ ଭିନ୍ନକ୍ଷମ ପିଲାଙ୍କୁ ନୂଆ ଜୀବନ ଦେବାଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। The post ଏଇ ଭାରତରେ appeared first on Dharitri Odia News .

ନଭନୀତ କାର୍ଲାଙ୍କୁ ଜାମିନ

ନୂଆଦିଲ୍ଲୀ, ୩୦।୫: ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର ବେଆଇନ ମହଜୁଦ୍‌ ରଖିବା ମାମଲାରେ ବ୍ୟବସାୟୀ ନଭନୀତ କାର୍ଲାଙ୍କୁ ଦିଲ୍ଲୀର ଏକ ଅଦାଲତ ଶନିବାର ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଦୁଇଟି ସିଓରିଟି ବ୍ୟକ୍ତିଗତ ବଣ୍ଡ୍‌ ଦାଖଲ କରି ଜାମିନରେ ଯିବାକୁ କୁହାଯାଇଛି। ମହାମାରୀ ସମୟରେ କରୋନା ରୋଗୀ ଅକ୍ସିଜେନ୍‌ ନ ପାଇ ମରୁଥିବାବେଳେ ଦିଲ୍ଲୀର ବ୍ୟବସାୟୀ ନଭନୀତ ବିପୁଳ ପରିମାଣରେ ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର ବେଆଇନ ଭାବେ ମହଜୁଦ୍‌ ରଖି ଏହାର କଳାବଜାର କରୁତ୍ଥିଲେ। ଗତ ରବିବାର ଦିଲ୍ଲୀ ପୋଲିସର କ୍ରାଇମ୍‌ ବ୍ରାଞ୍ଚ୍‌ ତାଙ୍କୁ ଗିରଫ କରିଥିଲା। The post ନଭନୀତ କାର୍ଲାଙ୍କୁ ଜାମିନ appeared first on Dharitri Odia News .

କିରାଣିଙ୍କ ଘରୁ ୮ କିଲୋ ସୁନା, ୨.୧୭ କୋଟି ଟଙ୍କା ଜବତ

ଭୋପାଳ, ୩୦।୫ : ଏକ ଲାଞ୍ଚ ମାମଲାର ତଦନ୍ତ କରୁଥିବା ସିବିଆଇ ଶନିବାର ମଧ୍ୟପ୍ରଦେଶର ଭୋପାଳରେ ଜଣେ ସରକାରୀ କିରାଣିଙ୍କ ଘରେ ଚଢ଼ାଉ କରି ୨.୧୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା, ୮ କିଲୋଗ୍ରାମ ସୁନା ଅଳଙ୍କାର ଜବତ କରିଛି। ଏଥିସହିତ ସେଠାରୁ ଟଙ୍କା ଗଣା ମେଶିନ ମଧ୍ୟ ସିବିଆଇ ଅଧିକାରୀମାନେ ଜବତ କରିଛନ୍ତି। ଭାରତର ଖାଦ୍ୟ ନିଗମ (ଏଫସିଆଇ) ଲାଞ୍ଚ କାରବାର ମାମଳାରେ ପୂର୍ବରୁ ୪ ଜଣ ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ଶନିବାର ଚଢ଼ାଉ ବେଳେ ଏଫ୍‌ସିଆଇ କିରାଣି କିଶୋର ମୀନାଙ୍କ ଘରୁ ଏହି ନଗଦ ଟଙ୍କା ଜବତ ହୋଇଛି। The post କିରାଣିଙ୍କ ଘରୁ ୮ କିଲୋ ସୁନା, ୨.୧୭ କୋଟି ଟଙ୍କା ଜବତ appeared first on Dharitri Odia News .

ଆଜମ୍‌ ଖାନ୍‌ ଗୁରୁତର

ଲକ୍ଷ୍ନୌ, ୩୦।୫ : ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସେ ଅକ୍ସିଜେନ୍‌ ସପୋର୍ଟରେ ରହିଥିବା ଲକ୍ଷ୍ନୌସ୍ଥିତ ମେଦାନ୍ତ ହସ୍ପିଟାଲ ପକ୍ଷରୁ କୁହାଯାଇଛି। କରୋନାରେ ଆକ୍ରାନ୍ତ ଥିବା ଆଜମ୍‌ଙ୍କୁ ସୀତାପୁର ଜେଲ୍‌ରୁ ଗତ ୯ ତାରିଖରେ ମେଦାନ୍ତ ହସ୍ପଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ପୁଅ ଅବଦୁଲ୍ଲା ଖାନ୍‌ ମଧ୍ୟ ଉକ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପ୍ରିଲ ୩୦ରେ ଉଭୟ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆଜମ୍‌ଙ୍କ ବିରୋଧରେ ଶତାଧିକ ମାମଲା ରୁଜୁ ହୋଇଥିବାବେଳେ ଗତବର୍ଷ ଫେବୃୟାରୀରୁ ସେ ସୀତାପୁର ଜେଲ୍‌ରେ ରହିଥିଲେ। The post ଆଜମ୍‌ ଖାନ୍‌ ଗୁରୁତର appeared first on Dharitri Odia News .

ଲାଭା ଉଦ୍‌ଗିରଣ ଆଶଙ୍କା: ୪ ଲକ୍ଷଙ୍କୁ ସ୍ଥାନାନ୍ତର

କିନ୍‌ଶାସା, ୩୦ା୫: ଆଗ୍ନେୟ ଉଦ୍‌ଗିରଣ ଆଶଙ୍କାରେ ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ (ଡିଆର୍‌ସି)ର ଗୋମାରୁ ୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନାଇରାଗୋଙ୍ଗୋ ଆଗ୍ନେୟଗିରି ଉଦ୍‌ଗିରଣ ହେବାର ସମ୍ଭାବନା ଥିବାରୁ ଉତ୍ତର କିଭୁ ପ୍ରଦେଶର ମିଲିଟାରୀ ଗଭର୍ନର ଜେନେରାଲ କନଷ୍ଟାଣ୍ଟ ନଦିମା ବୁଧବାର ଗୋମା ସମେତ ପଡ଼ୋଶୀ ର୍ବାଣ୍ଡା ବାସିନ୍ଦାଙ୍କୁ ଉକ୍ତ ସ୍ଥାନ ଛାଡ଼ିବା ନିମନ୍ତେ ପରାମର୍ଶ ଦେଇଥିଲେ। ପୂର୍ବରୁ ମେ’ ୨୨ରେ ଆଗ୍ନେୟ ଉଦ୍‌ଗିରଣ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏଥିରେ ୩୨ ଜଣଙ୍କ ମୃତ୍ୟୁ ଘଟିବା ସହ ପ୍ରାୟ ୨ ହଜାରରୁ ଅଧିକ ଘର ନଷ୍ଟ ହୋଇଛି। The post ଲାଭା ଉଦ୍‌ଗିରଣ ଆଶଙ୍କା: ୪ ଲକ୍ଷଙ୍କୁ ସ୍ଥାନାନ୍ତର appeared first on Dharitri Odia News .

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଧନିଆ ପତ୍ର

ଧନିଆ ପତ୍ର କେବଳ ତରକାରିର ସ୍ବାଦ ବଢ଼ାଇଥାଏ ତାହା ନୁହେଁ, ଏଥିରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍‌ସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମଣିଷକୁ ରୋଗମୁକ୍ତ କରାଇଥାଏ। ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ… – ଏଥିରେ ଥିବା କେତେକ ଗୁଣ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। – ଏଥିରେ କ୍ୟାଲୋରି କମ୍‌ ଥାଏ, ଯାହା ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। -ଏହା କୋଲେଷ୍ଟରଲ ସ୍ତର କମ୍‌ ମଧ୍ୟ କରିଥାଏ। – ପାଚନତନ୍ତ୍ରକୁ ଠିକ୍‌ ଭାବେ କାର୍ଯ୍ୟ କରାଇବା ସହ ଯକୃତକୁ ମଧ୍ୟ ସୁସ୍ଥ ରଖିଥାଏ। – ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ବରଦାନ ସଦୃଶ ହୋଇଥାଏ। – ରକ୍ତହୀନତା ସହ ହୃତ୍‌ପିଣ୍ଡ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ। The post ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଧନିଆ ପତ୍ର appeared first on Dharitri Odia News .

କୋଭିଡ୍‌ ସଙ୍କଟ କେନ୍ଦ୍ରର ବଡ଼ ବିଫଳତା

ନୂଆଦିଲ୍ଲୀ, ୩୦।୫(ଆଇଏଏନ୍‌ଏସ୍‌): କୋଭିଡ୍‌ ସଙ୍କଟ ନରେନ୍ଦ୍ର ମୋଦଙ୍କ ଦ୍ୱିତୀୟ ପାଳି ସରକାରର ସବୁଠୁ ବଡ଼ ବିଫଳତା ବୋଲି ଏକ ସର୍ଭେରେ କୁହାଯାଇଛି। ମୋଦିଙ୍କ ୭ ବର୍ଷର ଶାସନରେ ପ୍ରଥମ ଥର ପାଇଁ ଅନୁମୋଦନ ରେଟିଂରେ ନାଲି ଗାର ଅତିକ୍ରମ କରିଛି। ଏବିପି-ସି ଭୋଟର ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ମୋଦି-୨.୦ ରିପୋର୍ଟ କାର୍ଡରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସରକାରଙ୍କର ସବୁଠୁ ବଡ଼ ସଫଳତା ବୋଲି ଭୋଟରମାନେ ମତ ଦେଇଥିବାବେଳେ କରୋନା ସଙ୍କଟକୁ ଉପଯୁକ୍ତ ଭାବେ ପରିଚାଳନା କରି ନ ପାରିବା ସବୁଠୁ ବିଫଳତା ବୋଲି କହିଛନ୍ତି। ମୋଟ ୫୪୩ ଲୋକ ସଭା କ୍ଷେତ୍ରର ୧.୩୯ ଲକ୍ଷ ଲୋକଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ଜାନୁୟାରୀ ୧ରୁ ମେ’ ୨୮ ମଧ୍ୟରେ ଏହି ସର୍ଭେ ହୋଇଥିବା କୁହାଯାଇଛି। ସର୍ଭେ ଅନୁଯାୟୀ ବିଭିନ୍ନ ପ୍ରସଙ୍ଗରେ ଭୋଟରମାନେ ମୋଦି ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି। ଗତ ୭ ବର୍ଷରେ ସରକାର ଯେଉଁ ଉଚ୍ଚ ଲୋକପ୍ରିୟତା ରେଟିଂ ହାସଲ କରିଥିଲେ, ଏବେ ତାହା ନଷ୍ଟ ହୋଇଯାଇଛି। ସର୍ଭେରେ ୪୭.୪ ପ୍ରତିଶତ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ସରକାରଙ୍କ ବଡ଼ ସଫଳତା କହିଥିବାବେଳେ ୪୧.୧% କରୋନା ସଙ୍କଟ ପରିଚାଳନାକୁ ବଡ଼ ବିଫଳତା କହିଛନ୍ତି। ନୂଆ କୃଷି ଆଇନ ମୋଦି ସରକାରଙ୍କ ଦ୍ୱିତୀୟ ବଡ଼ ବିଫଳତା ବୋଲି ୨୩.୧ ପ୍ରତିଶତ କହିବା ସହ ଉକ୍ତ ଆଇନକୁ ନେଇ କୃଷକଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ରୋଧ ରହିଥିବା ମତ ଦେଇଛନ୍ତ...

ସେନାରେ ପୁଲ୍‌ଓ୍ବାମା ଶହୀଦଙ୍କ ସ୍ତ୍ରୀ

୨୦୧୯ ଫେବୃୟାରୀ ୧୪ ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ମେଜର ବିଭୂତି ଶଙ୍କର ଧୌଣ୍ଡିୟାଲଙ୍କ ସ୍ତ୍ରୀ ନିକିତା କୌଲ ଶନିବାର ଭାରତୀୟ ସେନାରେ ସାମିଲ ହୋଇଛନ୍ତି। ନିକିତା ୧୧ ମାସ ଧରି ଚେନ୍ନାଇରେ ଅଫିସର୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ। ତାଙ୍କ ସହ ୧୬୭ ପୁରୁଷ କ୍ୟାଡେଟ୍‌ ଏବଂ ୩୦ ମହିଳା କ୍ୟାଡେଟ୍‌ ମଧ୍ୟ ସେନାରେ ଯୋଗ ଦେଇଛନ୍ତି। ଗତ ୧୧ ମାସରେ ବହୁତ କିଛି ଶିଖିବାକୁ ମିଳିଛି ବୋଲି ନିକିତା କହିଛନ୍ତି। ପରିବାର ଲୋକଙ୍କ ସହଯୋଗ ଏହି ଯାତ୍ରାକୁ ସହଜ କରିଥିଲା ବୋଲି ସେ କହିବା ସହ ତାଙ୍କ ଉପରେ ବିଶ୍ୱାସ ରଖିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। The post ସେନାରେ ପୁଲ୍‌ଓ୍ବାମା ଶହୀଦଙ୍କ ସ୍ତ୍ରୀ appeared first on Dharitri Odia News .

ମୁନ୍‌ମୁନ୍‌ ଦତ୍ତାଙ୍କ ବିରୋଧରେ ମାମଲା

ହିନ୍ଦୀ କମେଡି ସିରିଏଲ ‘ତାରକ୍‌ ମେହତା କା ଉଲ୍‌ଟା ଚଷ୍‌ମା’ରେ ବବିତା ଚରିତ୍ରରେ ଅଭିନୟ କରୁଥିବା ମୁନ୍‌ମୁନ୍‌ ଦତ୍ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି। ମୁନ୍‌ମୁନ୍‌ ଏକ ସମ୍ପ୍ରଦାୟ ବିରୋଧରେ ଜାତିଆଣ ମନ୍ତବ୍ୟ ଦେବା ନେଇ ଅଭିଯୋଗ ହୋଇଥିଲା। ମେକ୍‌ଅପ୍‌ ସଂକ୍ରାନ୍ତରେ ମୁନ୍‌ମୁନ୍‌ କରିଥିବା ଏକ ଭିଡିଓକୁ ମେ’ ୯ରେ ସୋସିଆଲ ମିଡିଆରେ ଅପଲୋଡ୍‌ କରିଥିଲେ। ଏଥିରେ ସେ ଜାତିଆଣ ମନ୍ତବ୍ୟ ଦେଇଥିବା ନେଇ ନରେଶ ବୋହିତ୍‌ ନାମକ ଜଣେ ଯୁବକ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ମୁନ୍‌ମୁନ୍‌ ମେ’ ୧୦ରେ ଆଉ ଏକ ଭିଡିଓ କରିଥିଲେ। ଭାଷାଗତ ପ୍ରତିବନ୍ଧକ ଯୋଗୁ ଏପରି ହୋଇଥିବା କହି ସେ କ୍ଷମା ମଧ୍ୟ ମାଗିଥିଲେ। The post ମୁନ୍‌ମୁନ୍‌ ଦତ୍ତାଙ୍କ ବିରୋଧରେ ମାମଲା appeared first on Dharitri Odia News .

କୋଭିଡ୍‌ ମୃତକଙ୍କ ପରିବାରକୁ ପେନ୍‌ସନ

ନୂଆଦିଲ୍ଲୀ, ୩୦ା୫: କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଫାମିଲି ପେନ୍‌ସନ୍‌ ଦିଆଯିବ ବୋଲି ଶନିବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହା ବ୍ୟତୀତ କର୍ମଚାରୀଙ୍କ ଜମା ସଂଯୁକ୍ତ ବୀମା(ଇଡିଏଲ୍‌ଆଇ) ଯୋଜନାରେ ବୀମା ରାଶିକୁ ବୃଦ୍ଧି କରାଯାଇ ଏହାର ପ୍ରକ୍ରିୟାକୁ ସରଳୀକୃତ କରାଯାଇଛି। ସର୍ବନିମ୍ନ ବୀମା ସୁବିଧା ୨.୫ ଲକ୍ଷ ଟଙ୍କା ଅପରିବର୍ତ୍ତିତ ରହିଥିବାବେଳେ ସର୍ବାଧିକ ବୀମା ରାଶି ୬ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ସମ୍ପର୍କିତ ସବିଶେଷ ଗାଇଡ୍‌ଲାଇନ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ଯେଉଁ ମୃତକଙ୍କ ପରିବାର ଆର୍ଥିକ ଅସୁବିଧା ଦେଇ ଗତି କରୁଛନ୍ତି, ସେମାନଙ୍କ ପାଇଁ ଏହି ପଦକ୍ଷେପ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବର୍ତ୍ତମାନର ନିୟମ ଅନୁଯାୟୀ କର୍ମଚାରୀ ଉଠାଇଥିବା ହାରାହାରି ଦୈନିକ ମଜୁରିର ୯୦% ନିର୍ଭରଶୀଳ ପରିବାର ସଦସ୍ୟ ପେନ୍‌ସନ୍‌ ପାଇବାକୁ ହକ୍‌ଦାର ହେବେ। ଏହି ସୁବିଧା ପିଛିଲା ଭାବେ ୨୦୨୦ ମାର୍ଚ୍ଚ ୨୪ ରୁ ୨୦୨୨ ମାର୍ଚ୍ଚ ୨୪ ମଧ୍ୟରେ ଉପଲବ୍ଧ ହେବ। The post କୋଭିଡ୍‌ ମୃତକଙ୍କ ପରିବାରକୁ ପେନ୍‌ସନ appeared first on Dharitri Odia News .

ଥାଇଲାଣ୍ଡକୁ କଳାକୃତି ଫେରାଇଲା ଆମେରିକା

ଓ୍ବାଶିଂଟନ୍‌, ୩୦ା୫: ସାନ୍‌ଫ୍ରାନ୍ସିସ୍‌କୋ ଏସିଆନ୍‌ ଆର୍ଟ ମ୍ୟୁଜିୟମ୍‌ରେ ଶୋଭା ପାଉଥିବା ଦୁଇଟି ଧାର୍ମିକ ପ୍ରସ୍ତର କଳାକୃତିକୁ ଥାଇଲାଣ୍ଡକୁ ଫେରାଇଛି ଆମେରିକା। ୧୯୬୦ ଦଶକରେ ଭିଏତନାମ ଯୁଦ୍ଧବେଳେ ବେଆଇନ ଭାବେ ଏହାକୁ ଥାଇଲାଣ୍ଡରୁ ଅଣାଯାଇଥିଲା। ଏହି ଷ୍ଟୋନ୍‌ ଲିଣ୍ଟେଲ୍‌ସକୁ ଆମେରିକା ମ୍ୟୁଜିୟମ୍‌ରେ ରଖାଯାଇଥିଲା। ମଙ୍ଗଳବାର ଲସ ଏଞ୍ଜେଲସ୍‌ରେ ଏକ ସମାରୋହରେ ଏହି କଳାକୃତିଗୁଡ଼ିକୁ ଥାଇଲାଣ୍ଡ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକଠାରେ ଥିବା ଜାତୀୟ ମ୍ୟୁଜିୟମରେ ଏହି କଳାକୃତିକୁ ରଖାଯିବ। ପ୍ରତି ପ୍ରସ୍ତର କଳାକୃତିର ଓଜନ ୬୮୦ ଗ୍ରାମ ହେବ ବୋଲି ଏସିଆନ୍‌ ଆର୍ଟ ମ୍ୟୁଜିୟମ ପକ୍ଷରୁ କୁହାଯାଇଛି। ବଲ୍ଲୁଆ ପଥରରେ ନିର୍ମିତ ଏହି ବସ୍ତୁ ଦଶମ ଶତାବ୍ଦୀର। ଏଥିରେ ହିନ୍ଦୁ ଦେବତା ଇନ୍ଦ୍ର ଓ ଯମଙ୍କ ପ୍ରତିମୂର୍ତ୍ତି ରହିଛି। ଥାଇଲାଣ୍ଡର ପ୍ରାଚୀନ ମନ୍ଦିରଗୁଡ଼ିକରେ ଏଭଳି କଳାକୃତି ଦେଖିବାକୁ ମିଳେ। ଆମେରିକା ଫେରାଇଥିବା କଳାକୃତି ଭିଏତନାମ ଯୁଦ୍ଧବେଳେ ଥାଇଲାଣ୍ଡରୁ ଚୋରି ହୋଇଥିବା କୁହାଯାଏ। ଏହା ବାସ୍ତବରେ କେଉଁଠୁ ଆସିଛି ସେ ନେଇ ଆମେରିକା ପକ୍ଷରୁ ୩ ବର୍ଷ ଧରି ଅନୁସନ୍ଧାନ ଚାଲିଥିଲା। ଏହି ଧାର୍ମିକ ସ୍ମୃତିର ପ୍ରତ୍ୟାବର୍ତ୍ତନ ଥାଇଲାଣ୍ଡ ସରକାର ଓ ସେଠାକାର ଲୋକଙ୍କ ପାଇଁ ଇତିହାସ, ସଂସ୍କୃତି, ପ୍ରତ୍ନତତ୍ତ୍ୱ ଆଦି ଦୃଷ୍ଟିରୁ ଅନେକ ମହତ୍ତ୍ୱ ରଖେି ବୋଲି ଥାଇଲାଣ୍ଡ ବିଦେଶ ମନ୍ତ...

କବରରେ ୨୧୫ ପିଲାଙ୍କ ଦେହାବଶେଷ

ଅଟାଓ୍ବା, ୩୦ା୫ :ଆଦିବାସୀଙ୍କ ଭାଷା, କଳା ସଂସ୍କୃତିକୁ ଧ୍ୱଂସ ଓ ସେମାନଙ୍କୁ ବିଲୁପ୍ତ କରିଦେବାକୁ ଚକ୍ରାନ୍ତ ହେଉଥିଲା। ଆଦିବାସୀ ପିଲାଙ୍କୁ ସେମାନଙ୍କ ଘରୁ ଜୋରଜବରଦସ୍ତ ନିଆଯାଇ ରେସିଡେନ୍ସିଆଲ ସ୍କୁଲରେ ଭର୍ତ୍ତି କରାଯାଉଥିଲା। ଛୋଟ ପିଲାମାନଙ୍କୁ ଶାରୀରିକ ନିର୍ଯାତନା ଏପରି କି ବଳାତ୍କାର ମଧ୍ୟ କରାଯାଉଥିଲା। କେତେକ ଚର୍ଚ୍ଚ ଦ୍ୱାରା ପରିଚାଳିତ ହେଉଥିବା ରେସିଡେନ୍ସିଆଲ ସ୍କୁଲରେ ଚାଲିଥିଲା ‘କଲ୍‌ଚରାଲ ଜେନୋସାଇଡ୍‌’ ବା ‘ସାଂସ୍କୃତିକ ନରସଂହାର’। ଏକ ସ୍କୁଲ ପରିସରରେ ବିଶାଳ କବରରୁ ୨୧୫ ଆଦିବାସୀ ପିଲାଙ୍କ ଦେହାବଶେଷ ମିଳିବା ପରେ କାନାଡାର ସେହି କଳଙ୍କିତ ଇତିହାସ ପୁଣି ସାମ୍‌ନାକୁ ଆସିଛି। କାନାଡାର ଏକ ରେସିଡେନ୍ସିଆଲ ବା ଆବାସିକ ସ୍କୁଲ ପରିସରରୁ ୨୧୫ ପିଲାଙ୍କ ଦେହାବଶେଷ ମିଳିଛି। ସେମାନଙ୍କ ମଧ୍ୟରୁ ମୃତ୍ୟୁବେଳେ କେତେଜଣଙ୍କ ବୟସ ମାତ୍ର ୩ ବର୍ଷ ହୋଇଥିଲା। ଟେମ୍‌ଲୁପ୍ସ ସି କ୍ୱେପେମସି ଫାଷ୍ଟ ନେଶନର ମୁଖ୍ୟ ଏହି କବର ଠାବ ହୋଇଥିବା ନେଇ ଗୁରୁବାର ଘୋଷଣା କରିଥିଲେ। ଭୂମି ଭେଦକ ବା ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍‌ ସ୍ପେଶିଆଲିଷ୍ଟ୍‌ ଟିମ୍‌ କବରକୁ ଖୋଜି ପାଇଥିବା ଫାଷ୍ଟ ନେଶନ ପକ୍ଷରୁ କୁହାଯାଇଛି। ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ବୋଲି ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଶୁକ୍ରବାର ଟୁଇଟ୍‌ କରିଛନ୍ତି। ଦେଶର କଳା ଇତିହାସ ଏବଂ ଏଭଳି ଲଜ୍ଜାଜନକ ଘଟଣା ମନେପଡ଼ିଲେ କଷ୍ଟ ହୁଏ ବୋଲି ଟ୍ରୁଡୋ କହିଛନ୍ତି...

ଜାଣନ୍ତି ଅମିତାଭଙ୍କ ପାଖରେ କେତେ ଟଙ୍କାର ସମ୍ପତ୍ତି ଅଛି

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ବିଗ୍‌-ବି ଅମିତାଭ ବଚ୍ଚନ ମୁମ୍ବାଇ ବ୍ୟତୀତ ବିଦେଶରେ ଅନେକ ସମ୍ପତ୍ତିର ମାଲିକ ଅଟନ୍ତି। ଅମିତାଭ ମୁମ୍ବାଇରେ ୩୧ କୋଟି ଟଙ୍କାରେ ୫୭୦୪ ବର୍ଗଫୁଟ ଡୁପ୍ଲେକ୍ସ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ସମ୍ପତ୍ତି ହେଉଛି ୩୪ ମହଲା ବିିଲ୍ଡିଂର ୨୭ ଓ ୨୮ତମ ଫ୍ଲୋରରେ ଏହା ରହିଛି। ଏହି ସମ୍ପତ୍ତି ୩୧ ଡିସେମ୍ବର ୨୦୨୦ରେ କ୍ରୟ କରାଯାଇଥିଲା, ଯାହା ୧୨ ଏପ୍ରିଲ ୨୦୨୧ରେ ପଞ୍ଜୀକୃତ ହୋଇଛି। ଅମିତାଭଙ୍କର ମଧ୍ୟ ଅନେକ ବଙ୍ଗଳା ଅଛି। ସେ ଜଲ୍‌ସା ବଙ୍ଗଳାରେ ରୁହନ୍ତି। ଏହି ବଙ୍ଗଳାକୁ ଅମିତାଭ ଏନ୍‌ସିସିପିରୁ କିଣିଥିଲେ। ଏହି ବଙ୍ଗଳାଟି ୧୦୧୨୫ ବର୍ଗଫୁଟ। ଜଲସା ପଛରେ ୮୦୦୦ ବର୍ଗଫୁଟର ଅନ୍ୟ ଏକ ସମ୍ପତ୍ତି କିଣିଛନ୍ତି ୨୦୧୩ରେ। ଏହାର ମୂଲ୍ୟ ୫୦ କୋଟି ଥିଲା। ଅମିତାଭଙ୍କ କାର୍ଯ୍ୟାଳୟ ହେଉଛି ଜନକ ବଙ୍ଗଳା। ଯାହା ସେ ୨୦୦୪ରେ ୫୦ କୋଟି ଟଙ୍କାରେ କିଣିଥିଲେ। ସେ ପ୍ରାୟତଃ ତାଙ୍କ ଜ୍ୱାଇଁ ଅଗସ୍ତ୍ୟ ନନ୍ଦାଙ୍କ ସହ ଏଠାରେ ନଜର ଆସିଥାନ୍ତି।  ଜୁହୁରେ ଥିବା ତାଙ୍କ ପ୍ରଥମ ବଙ୍ଗଳା ନାମ ପ୍ରତୀକ୍ଷା । ବଚ୍ଚନ ପରିବାର ୧୯୭୬ ମସିହାରେ ଏହି ଘର କିଣିଥିଲେ। ଏହି ବଙ୍ଗଳାରେ ହିଁ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ୨୦୦୭ରେ ବିବାହ କରିଥିଲେ। ପ୍ରୟାଗରାଜରେ ଅମିତାଭ ବଚ୍ଚନଙ୍କର ମଧ୍ୟ ଏକ ପୈତୃକ ସମ୍ପତ୍ତି ରହିଛି, ଯାହା ବର୍ତ୍ତମାନ ଏକ ଶିକ୍ଷଣୀୟ ଟ୍ରଷ୍ଟରେ ପରିଣତ ହୋଇଛି। ତାଙ୍କର ଗୁରୁଗାଓଁରେ ମଧ୍ୟ ଏକ ଫ୍ଲ...

‘ବିଗ୍‌ବସ୍‌’ ଜିତିଥିଲେ, ହେଲେ ପ୍ରେମରେ ହାରିଯାଇଥିଲେ ସିଦ୍ଧାର୍ଥ ଶୁକ୍ଲା; ଯନ୍ତ୍ରଣା ନେଇ କହିଲେ..

‘ବିଗ୍‌ବସ୍‌’ ଶୋ ଜିତିବା ପରେ ସିଦ୍ଧାର୍ଥ ଶୁକ୍ଲା ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ସହ ପ୍ରତିଯୋଗୀ ଶାହନାଜଙ୍କ କେମେଷ୍ଟ୍ରିକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଶୋ ପରେ ଏହି ଯୋଡି ଚର୍ଚ୍ଚାରେ ରହିଥିଲେ। ସିଦ୍ଧାର୍ଥ ଅନେକ ମ୍ୟୁଜିକ ଭିଡିଓରେ କାମ କରିଛନ୍ତି। ବର୍ତ୍ତମାନ ଏକତା କପୁରଙ୍କ ୱେବ ସିରିଜ ‘ବ୍ରୋକେନ ବଟ୍‌ ବିୟୁଟିଫୁଲ’ରୁ ଡିଜିଟାଲ ଡେବ୍ୟୁ କରୁଛନ୍ତି। ଏହି ଧାରାବାହିକରେ ସେ ତାଙ୍କ କୋ-ଷ୍ଟାର ସୋନିଆ ରାଥେଙ୍କ ସହ ଏକ ରୋମାଣ୍ଟିକ ଶୈଳୀରେ ନଜର ଆସିଛନ୍ତି । ୨୯ ମେ ରେ, ‘ବ୍ରୋକେନ ବଟ୍‌ ବିୟୁଟିଫୁଲ’ ଅଲ୍ଟ ବାଲାଜୀରେ ପ୍ରସାରିତ ହେବ। ଏହି ୱେବ ସିରିଜରେ ସିଦ୍ଧାର୍ଥ ନିଜର କାହାଣୀକୁ ଅନୁଭବ କରନ୍ତି। ଏକ ସାକ୍ଷାତକାରରେ ସିଦ୍ଧାର୍ଥ ଶୁକ୍ଲା କହିଛନ୍ତି, ମୋର ବ୍ୟକ୍ତିଗତ ଜୀବନର କାହାଣୀ ‘ବ୍ରୋକେନ ବଟ୍‌ ବିୟୁଟିଫୁଲ ୩’ର କାହାଣୀ ସହିତ ସମାନ। ଏହି ଧାରାବାହିକ ଅଗସ୍ତ୍ୟର ଚରିତ୍ର ପରି, ମୁଁ ମଧ୍ୟ ଘଟିଥିବା ପରିସ୍ଥିତିର ଶିକାର ହୋଇଛି। ବାସ୍ତବ ଜୀବନରେ ମଧ୍ୟ ହୃଦୟ ଭାଙ୍ଗିବା ଯନ୍ତ୍ରଣା ଭୋଗଛି। ତଥାପି, ଏଥିରୁ ଏକ ଶିକ୍ଷା ଗ୍ରହଣ କରି  ଏପରି ଭୁଲର ପୁନରାବୃତ୍ତି ନକରିବାକୁ ନିଷ୍ପତ୍ତି ନେଇଛି। The post ‘ବିଗ୍‌ବସ୍‌’ ଜିତିଥିଲେ, ହେଲେ ପ୍ରେମରେ ହାରିଯାଇଥିଲେ ସିଦ୍ଧାର୍ଥ ଶୁକ୍ଲା; ଯନ୍ତ୍ରଣା ନେଇ କହିଲେ.. appeared first on Dharitri Odia News .

ଡେରିରେ ଆସିଲେ, ଅଧାରୁ ଉଠିଲେ

କୋଲକାତା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗକୁ ସାମୁଦ୍ରିକ ଝଡ଼ ‘ୟାସ୍‌’ କ୍ଷୟକ୍ଷତିର ସମୀକ୍ଷା ପାଇଁ ଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ତାଙ୍କୁ ଅଧଘଣ୍ଟା ଅପେକ୍ଷା କରାଇଥିଲେ। ମମତା ଓ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ସମାନ ସ୍ଥାନରେ ଥାଇ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ୩୦ ମିନିଟ ବିଳମ୍ବରେ ପହଞ୍ଚତ୍ଥିଲେ ଏବଂ ଅଧାରୁ ଉଠିଯାଇଥିଲେ। ମମତାଙ୍କ ଏପରି ବ୍ୟବହାରକୁ ନେଇ ସୋସିଆଲ ମିଡିଆରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି। ନନ୍ଦିଗ୍ରାମରେ ମମତାଙ୍କୁ ହରାଇଥିବା ଭାଜପାର ଶୁଭେନ୍ଦୁ ଅଧିକାରୀ (ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା) ଉକ୍ତ ବୈଠକରେ ଉପସ୍ଥିତ ଥିବାରୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ଏପରି କରିଥିବା ଆଲୋଚନା ହେଉଛି। ପଶ୍ଚିମ ମେଦିନୀପୁର ଜିଲା ଖଡ଼ଗପୁରସ୍ଥିତ କଲାଇକୁଣ୍ଡାରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ହୋଇଥିଲା। ସେଠାରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କ ସମେତ ଆଉ କେତେଜଣ ଅଧିକାରୀ ଉପସ୍ଥିତ ଥିଲେ। ମମତା ସେଠାରେ ୩୦ ମିନିଟ ବିଳମ୍ବରେ ପହଞ୍ଚତ୍ଥିଲେ। ସେ ପ୍ରଧାନମନ୍ତ୍ରୀଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେଇ ଅନ୍ୟ ବୈଠକରେ ଯୋଗଦେବା ପାଇଁ ଚାଲିଯାଇଥିଲେ। ଏନେଇ ରାଜ୍ୟପାଳ ଟୁଇଟ୍‌ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା ବୈଠକରେ ସାମିଲ ହୋଇ ଆଲୋଚନା କରିଥିଲେ ରାଜ୍ୟବାସୀଙ୍କ ସ୍ବା...

କମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୩୫ ଜୀବନ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାଜନିତ ୩୫ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨,୬୮୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଗୋଳ ଜିଲାରୁ ସର୍ବାଧିକ ୫ଜଣ ପ୍ରାଣ ହରାଇଥିବା ବେଳେ କଳାହାଣ୍ଡି ଓ ରାୟଗଡ଼ା ଜିଲାରୁ ୪ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଖୋର୍ଦ୍ଧା, ଝାରସୁଗୁଡ଼ା, ନବରଙ୍ଗପୁର ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିଭଳି ବୌଦ୍ଧ, ଜଗତସିଂହପୁର, ଓ କୋରାପୁଟରୁ ୨ଜଣ ଏବଂ କଟକ, ମାଲକାନଗିରି, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। The post କମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୩୫ ଜୀବନ appeared first on Dharitri Odia News .

ରାଜ୍ୟରେ ୭ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଶନିବାର ରାଜ୍ୟରେ ୭,୧୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୪,୦୨୬ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୩,୧୬୨ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୧୩୪, କଟକରୁୁ ୬୯୦ ଓ ଅନୁଗୋଳରୁ ୫୧୫ରହିଛନ୍ତି। ସେହିପରି ବାଲେଶ୍ୱରରୁ ୧୦୩, ବରଗଡ଼ ୨୭୧, ଭଦ୍ରକ ୮୯, ବଲାଙ୍ଗୀର ୯୩, ବୌଦ୍ଧ ୨୫୭, ଦେବଗଡ଼ ୬୧, ଢ଼େଙ୍କାନାଳ ୨୫୫, ଗଜପତି ୧୦୬, ଗଞ୍ଜାମ ୧୬୩, ଜଗତସିଂହପୁର ୧୫୪, ଯାଜପୁର ୪୦୬, ଝାରସୁଗୁଡ଼ା ୧୧୪, କଳାହାଣ୍ଡି ୧୭୭, କନ୍ଧମାଳ ୫୪, କେନ୍ଦ୍ରାପଡ଼ା ୭୫, କେନ୍ଦୁଝର ୫୭, କୋରାପୁଟ ୨୪୨, ମାଲକାନଗିରି ୯୨, ମୟୁରଭଞ୍ଜ ୩୨୦, ନବରଙ୍ଗପୁର ୨୧୬, ନୟାଗଡ଼ ୨୦୭, ନୂଆପଡ଼ା ୬୨, ପୁରୀ ୪୫୭, ରାୟଗଡ଼ା ୧୬୫, ସମ୍ବଲପୁର ୧୨୦, ସୋନପୁର ୧୨୯, ସୁନ୍ଦରଗଡ଼ ୧୭୨ ଓ ଷ୍ଟେଟ ପୁଲରୁ ୧୦୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୭,୧୪୩ରେ ପହଞ୍ଚିଛି। ସେଥିମଧ୍ୟରୁ ୬,୪୭,୧୩୩ଜଣ ସୁସ୍ଥ ହୋଇଥିବା ବେଳେ ୯୭,୨୭୧ ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। The post ରାଜ୍ୟରେ ୭ହଜାରରୁ ଊର୍ଦ୍ଧ୍...

ଉମରକୋଟ ଏସ୍‌ଏନ୍‌ସିୟୁ ରାଜ୍ୟରେ ଶ୍ରେଷ୍ଠ

ଉମରକୋଟ,୨୯।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶୁଙ୍କ ସ୍ବତନ୍ତ୍ର ଯତ୍ନ ନିମନ୍ତେ ରହିଥିବା ସ୍ପେଶିଆଲ ନ୍ୟୁ ବର୍ନ କେୟାର ୟୁନିଟ୍‌ (ଏସ୍‌ଏନ୍‌ସିୟୁ) ସମଗ୍ର ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଛି। ୧୫ଟି ଦିଗରେ ଉନ୍ନତ ପ୍ରଦର୍ଶନକୁ ନେଇ ପ୍ରସ୍ତୁତ ତାଲିକାରେ ଉମରକୋଟ ଶୀର୍ଷରେ ରହିଥିବା ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡ଼ିଛି। ଏହି ସମୀକ୍ଷା ୩ ମାସରେ ଥରେ ହେଉଥିବାବେଳେ ଗତଥର ଉମରକୋଟ ଦ୍ୱିତୀୟ ସ୍ଥାନରେ ରହିଥିଲା। ୨୦୧୪ରେ ଉମରକୋଟଠାରେ ଆରମ୍ଭ ହେଇଥିଲା ଏହି ଏସ୍‌ଏନ୍‌ସିୟୁ। ଉମରକୋଟ, ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ବ୍ଲକର ଶିଶୁ ଚିକିତ୍ସା ଲାଗି ଏଠାକୁ ଆସିଥାଆନ୍ତି। ସ୍ପେଶିଆଲ ନ୍ୟୁ ବର୍ନ କେୟାର ୟୁନିଟ୍‌ରେ ୧୨ ଶଯ୍ୟା ରହିଥିଲେ ହେଁ ଦୈନିକ ୨୦ରୁ ଊର୍ଦ୍ଧ୍ୱ ଶିଶୁ ଭର୍ତ୍ତି ହେଉଛନ୍ତି। ଜଣ୍ଡିସ୍‌, ଅଳ୍ପ ଓଜନ, ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଯାଉଥିବା ନବଜାତକଙ୍କୁ ଏଠାରେ ରଖି ଚିକିତ୍ସା କରାଯାଇଥାଏ। ଏଠାରେ ଶିଶୁଙ୍କ ପାଇଁ ଅମ୍ଳଜାନ, ୱାର୍ମର, ଫଟୋଥେରାପି ଆଦି ସମସ୍ତ ସୁବିଧା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିଭାଗରେ କଙ୍ଗାରୁ ମଦର କେୟାର ୟୁନିଟ୍‌ ମଧ୍ୟ ରହିଛି, ଯେଉଁଠାରେ ଥରକେ ୭ ମହିଳା ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ। ଏବେ ଏହି ଏସ୍‌ଏନ୍‌ସିୟୁରେ ୩ କରୋନା ସଂକ୍ରମିତ...

ଅନୁବାଦକ ଶୁଭେନ୍ଦୁ ମୁଣ୍ଡଙ୍କ ପରଲୋକ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ବିଶିଷ୍ଟ କବି, ସାହିତି୍ୟକ, ସମାଲୋଚକ, ଅନୁବାଦକ ଓ ଭାଷାବିତ୍‌ ଡ. ଶୁଭେନ୍ଦୁ ମୁଣ୍ଡଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କୁ ୭୦ବର୍ଷ ହୋଇଥିଲା। ୧୯୫୧ରେ କଳାହାଣ୍ଡି ଜିଲାର ଭବାନୀପାଟଣାରେ ଜନ୍ମ ଗ୍ରହଣ କରିଥିବା ଶୁଭେନ୍ଦୁ ୧୯୭୩ରେ ଶିକ୍ଷା କ୍ଷେତ୍ରରେ ଯୋଗଦାନ କରିଥିଲେ। ଦୀର୍ଘ ୩୬ବର୍ଷ ଧରି ଅଧ୍ୟାପନା ସହ ଶିକ୍ଷାନୁଷ୍ଠାନ ପରିଚାଳନା କରିଥିଲେ। ୨୦୦୯ରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ। ତେବେ ଚାକିରି ଜୀବନ ଆରମ୍ଭ ପୂର୍ବରୁ ସେ ୧୯୬୮ରୁ ଲେଖାଲେଖି ଆରମ୍ଭ କରିଥିଲେ। ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଅଜସ୍ର କବିତା, ଗଳ୍ପ, ପ୍ରବନ୍ଧ ସହିତ ବହୁ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି। ସେଥିମଧ୍ୟରୁ କବିତା ସଂକଳନ ‘ଶବ୍ଦ ନିଶବ୍ଦ’, ‘ମୁହୂର୍ତ୍ତଟିଏ, ମୋହିନି’, ‘ସ୍ବପ୍ନାବର୍ତ୍ତ’, ‘ସ୍ଥିର ଉଡାଣ’, ‘ଛକ’, ଗଳ୍ପ ସଂକଳନ- ‘ଛକ’, ‘ସୀମାବଦ୍ଧ’, ପ୍ରବନ୍ଧ/ ସମାଲୋଚନା ପୁସ୍ତକ ‘କବି ପଦ୍ମଚରଣ ପଟ୍ଟନାୟକ’, ‘ନାଟକ ଜିଜ୍ଞାସା’, ‘ଓଡ଼ିଆ ସାହିତ୍ୟ ଓ ସାହିତି୍ୟକ’, ଅନୁବାଦ ପୁସ୍ତକ ‘ଲୋଭୀ ବାଛୁରୀ’, ‘ତ୍ୟାଗରାଜ’, ଭ୍ରମଣ ସାହିତ୍ୟ ‘ଦେଶ ଦେଶ ମଣିଷ ମଣିଷ’, ଇଂଲିଶ ପୁସ୍ତକ ‘ଓଡ଼ିଆ ପୋଏଟ୍ରି ଟୁଡେ’, ‘ଦି ଇଣ୍ଡିଆନ୍‌ ନୋବେଲ୍‌ ଇନ୍‌ ଇଂଲିଶ’, ‘ଜେଷ୍ଟ ଅଫ୍‌ ଲାଇଫ୍‌’, ‘ମେକର୍ସ ଅଫ୍‌ ଦି ମଡର୍ନ ଓ୍ବାଲର୍‌ଡ’, ‘ଗ୍ରେଟ୍‌ ଟେଲ୍‌ସ ଅଫ୍‌ ଓଡ଼ିଶା’ ଅ...

ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ୭ ଦିନ ଘୁଞ୍ଚିଲା

ଭୁବନେଶ୍ୱର,୨୯।୫(ବ୍ୟୁରୋ): କରୋନା ଟିକା କିଣିବା ଲାଗି ଡକାଯାଇଥିବା ଗ୍ଲୋବାଲ ଟେଣ୍ଡରକୁ ରାଜ୍ୟ ସରକାର ଆଉ ଗୋଟିଏ ସପ୍ତାହ ପାଇଁ ଘୁଞ୍ଚାଇ ଦେଇଛନ୍ତି। ଶୁକ୍ରବାର ଟେଣ୍ଡର ଖୋଲିବା ପ୍ରକ୍ରିୟା ବନ୍ଦ କରାଯାଇଛି। ଫଳରେ ଆସନ୍ତା ଜୁନ୍‌ ୪କୁ ଏହା ଘୁଞ୍ଚାଇ ଦିଆଯାଇଛି। କୋଭିଡ୍‌ ମହାମାରୀରୁ ଲୋକମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ବିଶ୍ୱ ବଜାରରୁ ଟିକା କିଣିବା ଲାଗି ଗ୍ଲୋବାଲ ଟେଣ୍ଡର ଆହ୍ବାନ କରିଥିଲେ। ଏଥିରେ ବିଦେଶର ଅନେକ ଟିକା ଉତ୍ପାଦନକାରୀ କମ୍ପାନୀ ଅଂଶଗ୍ରହଣ କରିଥିଲେ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଟେକ୍ନିକାଲ୍‌ ବିଡ୍‌ ଖୋଲାଯିବାର ଥିଲା। ଏହା ପରେ ଫାଇନାନ୍ସିଆଲ୍‌ ବିଡ୍‌ ଖୋଲା ଯାଇଥାଆନ୍ତା। ହେଲେ ସରକାରଙ୍କ ପକ୍ଷରୁ ଏହାକୁ ଆଉ ୭ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ଜୁନ୍‌ ୪ ତାରିଖ ପୂର୍ବାହ୍ନ ୧୦ଟା ଯାଏ ଅନ୍‌ଲାଇନ ବିଡ୍‌ ଦାଖଲ କରାଯାଇ ପାରିବ। ୧୧ଟା ୩୦ ମିନିଟ୍‌ରେ ଟେକ୍ନିକାଲ ବିଡ୍‌ ଖୋଲାଯିବ। ଅପରାହ୍ନ ୫ଟାରେ ଟେଣ୍ଡର ମୂଲ୍ୟ ନିର୍ଦ୍ଧାରଣ ବିଡ୍‌ ଖୋଲାଯିବ। ଦେଶରେ ଉତ୍ପାଦନ ହେଉଥିବା କୋଭାକ୍ସିନ ଓ କୋଭିଶିଲ୍ଡ ଆବଶ୍ୟକ ପରିମାଣର ମିଳି ପାରୁ ନ ଥିବାରୁ ଗ୍ଲୋବାଲ୍‌ ଟେଣ୍ଡର ଜରିଆରେ ରାଜ୍ୟ ସରକାର ଟିକା କିଣି ଲୋକଙ୍କୁ ଦେବା ଲାଗି ଯୋଜନା କରିଛନ୍ତି। ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୧୮ରୁ ୪୪ ବର୍ଷର ଲୋକଙ୍କୁ ମାଗଣାରେ ଟିକା ଦେବେ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ...

ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି

ଭଦ୍ରକ ଅଫିସ /ଭଣ୍ଡାରିପୋଖରୀ/ ଭୋଗରାଇ/ ଯାଜପୁର ଅଫିସ,୨୮ା୫ (ଡି.ଏନ.ଏ.): ବାତ୍ୟା ‘ୟାସ’ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଉତ୍ତରଓଡ଼ିଶାର ୪ ଜିଲା ସମେତ ଯାଜପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇଦିନ ହେଲା ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଶୁକ୍ରବାର ଜଳସ୍ତର କମିଛି। ଅପରପକ୍ଷରେ ଝାଡ଼ଖଣ୍ଡ ଗାଲୁଡ଼ିହି ଜଳାଧାରରୁ ୧୮ଟି ଗେଟ୍‌ ଖୋଲାଯାଇ ଥିବାରୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇଥିଲା। ଗୁରୁବାର ଆନନ୍ଦପୁରଠାରେ ବିପଦ ସଙ୍କେତ ପାଖାପାଖି ବନ୍ୟା ଜଳ ପ୍ରବାହିତ ହୋଇଥିବା ବେଳେ ଭଦ୍ରକ ଜିଲା ଆଖୁଅପଦାଠାରେ ବିପଦ ସଙ୍କେତ ଟପିଥିଲା। ଫଳରେ ଭଣ୍ଡାରିପୋଖରୀ, ଧାମନଗର ସମେତ ଯାଜପୁର ଜିଲାର କୋରେଇ, ଦଶରଥପୁର ଓ ଯାଜପୁର ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଶୁକ୍ରବାର ଭଣ୍ଡାରିପୋଖରୀ, ଧାମନଗର ଓ ତିହିଡ଼ି ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବାରୁ ଅନେକ ଚାଷ ଜମି ଜଳମଗ୍ନ ହୋଇ ରହିଛି। ଏଥିସହ ଧାମନଗର ବ୍ଲକର ୮ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅପରପକ୍ଷରେ ବୈତରଣୀ ନଦୀବନ୍ଧର ତଳମୁଣ୍ଡରେ ଯାଜପୁର ଜିଲାର ୩ଟି ସ୍ଥାନ କଣ୍ଟପଡ଼ା, ପଲ୍ଲାସାହି ଓ ନିଉବାଙ୍କ କାମଦେବମହରାଠାରେ ଘାଇ ସୃଷ୍ଟି ହୋଇଛି। ଏହି ୩ ଘାଇ ଯୋଗୁ ୪ ବ୍ଲକର ୧୦୧ ଗ୍ରାମର ...

ଫାଣ୍ଡିରେ କନଷ୍ଟେବଳଙ୍କୁ ବଳାତ୍କାର

ବାଲେଶ୍ୱର ଅଫିସ/ବାହାନଗା, ୨୯।୫(ଡି.ଏନ.ଏ.): ବାତ୍ୟା ଡ୍ୟୁଟିରେ ଥିବା ଜଣେ ମହିଳା କନଷ୍ଟେବଳଙ୍କୁ ଫାଣ୍ଡି ପରିସରରେ ବଳାତ୍କାର କରାଯାଇଛି। ଏହି ଲଜ୍ଜାଜନକ ଘଟଣା ଘଟାଇଛନ୍ତି ସମ୍ପୃକ୍ତ ଫାଣ୍ଡି ଅଧିକାରୀ ଏସ୍‌ଆଇ ବଂଶୀଧର ପ୍ରଧାନ। ୩ଦିନ ପରେ ଘଟଣା ପଦାକୁ ଆସିବାରୁ ଏହା ବାଲେଶ୍ୱର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ ପରେ ଗିରଫ କରାଯାଇଥିବା ଡିଏସ୍‌ପି ଉମେଶ ପଣ୍ଡା ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଜିଲାର ଏକ ଥାନାରେ କାର୍ଯ୍ୟରତ ସମ୍ପୃକ୍ତା ମହିଳା କନଷ୍ଟେବଳ ଗତ ୨୪ ତାରିଖରେ ‘ୟାସ୍‌’ ବାତ୍ୟା ମୁକାବିଲା ପାଇଁ ଗୋପାଳପୁର ଫାଣ୍ଡି ଅଧୀନ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ଡ୍ୟୁଟି କରିବାକୁ ଯାଇଥିଲେ। ଡ୍ୟୁଟି ସରିବା ପରେ ୨୫ ତାରିଖରେ ସେ ଗୋପାଳପୁର ଫାଣ୍ଡି ଆଶ୍ରୟସ୍ଥଳୀରେ ରାତ୍ରିଯାପନ କରିଥିଲେ। ଏହି ସମୟରେ ଫାଣ୍ଡି ଏସ୍‌ଆଇ ତାଙ୍କୁ ବଳାତ୍କାର କରିଥିଲେ। ଏଥିରେ ମ୍ରିୟମାଣ ହୋଇ ମହିଳା କନଷ୍ଟେବଳ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଠିକଣା ସମୟରେ ସହକର୍ମୀମାନେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲେ। ପୀଡ଼ିତା ଘଟଣା ସମ୍ପର୍କରେ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ, ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କୁ ଭେଟି ଅବଗତ କରାଇବା ସହ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଅଭିଯୁକ୍ତ ଏସ୍‌ଆଇଙ୍କୁ ବାଲେଶ୍ୱର ଡକାଯାଇ ପଚରାଉଚୁରା କରାଯାଇଥିଲା। ଆଇଜି ...

୧ରୁ ଖୋଲିବ ଉଚ୍ଚଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ଜୁନ୍‌ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଶୁକ୍ରବାର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ ଓ ଘରୋଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି। ବିଭାଗ ପକ୍ଷରୁ ପୂର୍ବ ଘୋଷିତ ଗ୍ରୀଷ୍ମ ଛୁଟି ଅବଧି ଆସନ୍ତା ୩୧ରେ ଶେଷ ହେଉଛି। ଛୁଟି ସରିବା ପରେ ଜୁନ୍‌ ପହିଲାରୁ ପାଠପଢ଼ା ହେବ। ୨୦୨୧ ଏପ୍ରିଲ ୧୬ରେ ବିଭାଗ ପକ୍ଷରୁ ଜାରି କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ହେବ। ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦେଇଥିଲେ। The post ୧ରୁ ଖୋଲିବ ଉଚ୍ଚଶିକ୍ଷାନୁଷ୍ଠାନ appeared first on Dharitri Odia News .

ଦୂରସ୍ତାନକୁ ଯାତ୍ରା କରୁଥିଲେ

ଯାତ୍ରା ସର୍ବଦା ଆନନ୍ଦ ଦାୟକ ଓ ରୋମାଞ୍ଚକର ହୋଇଥାଏ। ମାତ୍ର ଏକୁଟିଆ ଯାତ୍ରା ଅନେକ କଷ୍ଟଦାୟକ। ଆଉ ଏହି ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ଏକେଲା ଯାତ୍ରା ସମୟରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷ, କ୍ଷୁଦ୍ର ଯନ୍ତ୍ରପାତି ପାଖରେ ରଖିବା ନିତ୍ୟାନ୍ତ ଆବଶ୍ୟକ। କାରଣ ଦୂର କିମ୍ବା ପାହାଡ ଆଦି ସ୍ତାନଗୁଡ଼ିକରେ ସେ ସବୁ ମିଳିବା ଅସମ୍ଭବ। ଆଜି ଆପଣ ଏପରି କିଛି ଯନ୍ତ୍ରପାତି ବିଷୟରେ ଜାଣିବେ ଯାହା ଆପଣଙ୍କ ଏକୁଟିଆ ଯାତ୍ରାକୁ ସହଜ କରିଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ। ଭିଜୁଆଲ ଲେକ୍‌ ପ୍ରୁଫ୍‌ ଟ୍ରାଭେଲ୍‌ ବଟଲ୍‌: ଏଥିରେ ଆପଣଙ୍କର ଯରୁରି ବ୍ୟବହାର୍ଯ୍ୟ ଜିନିଷ ରଖିପାରିବେ। ଯାହା ଲଗେଜ୍‌ ବ୍ୟାଗ୍‌ରେ କମ୍‌ ଯାଗା ନେଇଥାଏ। ସବୁଠୁ ଖାସ୍‌ ଖଥା ଏହାକି ପ୍ରେସର ପଡ଼ିଲେ ମଧ୍ୟ ଏଥିରେ ଥିବା ଜିନିଷ ଲିକେଜ୍‌ ହୋଇ ନଥାଏ। ଟ୍ରାଭେଲୋନ୍‌ ଆଣ୍ଟି ଥେପ୍ଟ ବ୍ୟାଗ୍‌: ଏହି ବ୍ୟାଗ୍‌ ଅଧିକ ମଜଭୁତ ହୋଇ ଥାଏ। ଏଥିରେ ଅନେକ ପ୍ୟାକେଟ୍‌ ମଧ୍ୟ ରହିଥାଏ ଯେଉଁଥିରେ ଆପଣ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ଜିନିସ ବିନ କୌଣସି ଭୟରେ ରଖିପାରିବେ। ହେଡଫୋନ୍‌: ଯଦି ଆପଣଙ୍କ ବାହାରର କୋଳାହଳ ଓ ଶବ୍ଦକୁ ଶୁଣିବାକୁ ନାପସନ୍ଦ କରୁଥାନ୍ତି ତେବେ ଏହା ଆପଣଙ୍କୁ ସାଯାର୍ଯ୍ୟ କରିବ। ଏନର୍ଜି ପ୍ରୋ ପ୍ୟାକ୍‌ ପାଓ୍ବାର ବ୍ୟାକ: ଏଥିରେ ୩ ଟି ଡେଭିସ୍‌ ଏକ ସାଥିରେ ଚାର୍ଜ ହୋଇଥାଏ। The post ଦୂରସ୍ତାନକୁ ଯାତ୍ରା କରୁଥିଲେ appeared f...