କିନ୍ଶାସା, ୩୦ା୫: ଆଗ୍ନେୟ ଉଦ୍ଗିରଣ ଆଶଙ୍କାରେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (ଡିଆର୍ସି)ର ଗୋମାରୁ ୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନାଇରାଗୋଙ୍ଗୋ ଆଗ୍ନେୟଗିରି ଉଦ୍ଗିରଣ ହେବାର ସମ୍ଭାବନା ଥିବାରୁ ଉତ୍ତର କିଭୁ ପ୍ରଦେଶର ମିଲିଟାରୀ ଗଭର୍ନର ଜେନେରାଲ କନଷ୍ଟାଣ୍ଟ ନଦିମା ବୁଧବାର ଗୋମା ସମେତ ପଡ଼ୋଶୀ ର୍ବାଣ୍ଡା ବାସିନ୍ଦାଙ୍କୁ ଉକ୍ତ ସ୍ଥାନ ଛାଡ଼ିବା ନିମନ୍ତେ ପରାମର୍ଶ ଦେଇଥିଲେ। ପୂର୍ବରୁ ମେ’ ୨୨ରେ ଆଗ୍ନେୟ ଉଦ୍ଗିରଣ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏଥିରେ ୩୨ ଜଣଙ୍କ ମୃତ୍ୟୁ ଘଟିବା ସହ ପ୍ରାୟ ୨ ହଜାରରୁ ଅଧିକ ଘର ନଷ୍ଟ ହୋଇଛି।
The post ଲାଭା ଉଦ୍ଗିରଣ ଆଶଙ୍କା: ୪ ଲକ୍ଷଙ୍କୁ ସ୍ଥାନାନ୍ତର appeared first on Dharitri Odia News.