Skip to main content

ଜେମିମା ଖେଳିବେ ଦି ହଣ୍ଡ୍ରେଡ୍‌ ଟୁର୍ନାମେଣ୍ଟ

ମୁମ୍ବାଇ, ୩୦ା୫ (ପି.ଟି.)-ୟୁନାଇଟେଡ କିଙ୍ଗ୍‌ଡମ୍‌ (ୟୁକେ) ରେ ଜୁଲାଇ ୨୧ରୁ ଆରମ୍ଭ ହେଉଥିବା ଦି ହଣ୍ଡ୍ରେଡ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଭାରତର ସ୍ବଳ୍ପ ବୟସ୍କା ମହିଳା ବ୍ୟାଟ୍ସଓମ୍ୟାନ ଜେମିମା ରୋଡ୍ରିଗୁଏଜ୍‌ ନର୍ଦ୍ଦର୍ନ ସୁପର ଚାର୍ଜର୍ସ ତରଫରୁ ଖେଳିବେ। ଏହି ୧୦୦-ବଲ୍‌ ଇଭେଣ୍ଟ ୮ଟି ପୁରୁଷ ଓ ମହିଳା ଦଳକୁ ନେଇ ଖେଳାଯିବ। ଏଥିରେ ଅଂଶଗ୍ରହଣ କରୁଥିବା ଅନ୍ୟ ଭାରତୀୟ ମହିଳା କ୍ରିକେଟରମାନେ ହେଲେ ଜେମିମାଙ୍କ ଟି୨୦ ଅଧିନାୟିକା ହରମନପ୍ରୀତ କୌର, ଉପଅଧିନାୟିକା ସ୍ମୃତି ମାନ୍ଧନା ଓ ଅଲରାଉଣ୍ଡର ଦୀପ୍ତି ଶର୍ମା। ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ଦ୍ୱାରା ଆୟୋଜିତ ‘ଦି ହଣ୍ଡ୍ରେଡ୍‌’ ଏକ ଭିନ୍ନ ଧରଣର ଟୁର୍ନାମେଣ୍ଟ ହୋଇଥିବାରୁ ଏଥିରେ ଖେଳିବା ଲାଗି ତାଙ୍କର ଉତ୍କଣ୍ଠା ରହିଥିବା ଜେମିମା ପ୍ରକାଶ କରିଛନ୍ତି। ଜେମିମା ପୂର୍ବରୁ ୟର୍କଶାୟାର ଡାଇମଣ୍ଡ୍ସ ଏବଂ ତାଙ୍କ ଟିମ୍‌ ନର୍ଦ୍ଦର୍ନ ସୁପରଚାର୍ଜର୍ସ ତରଫରୁ ଖେଳିଛନ୍ତି। ଲରେନ ଓ୍ବିନଫିଲ୍ଡ ତାଙ୍କର ଅଧିନାୟିକା ରହିଛନ୍ତି। ଇଂଲଣ୍ଡ ଟୁର୍‌ ପାଇଁ ଘୋଷଣା କରାଯାଇଥିବା ଭାରତୀୟ ମହିଳା କ୍ରିକେଟ ଦଳରେ ଜେମିମାଙ୍କୁ ସ୍ଥାନ ମିଳିଛି। ଜୁନ୍‌ ୧୬ରୁ ବ୍ରିଷ୍ଟଲଠାରେ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ। ପରେ ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ସମାନ ସଂଖ୍ୟକ ଟି୨୦ ଖେଳାଯିବ। ଇଂଲଣ୍ଡ ଟୁର୍‌ ପୂର୍ବରୁ ଭାରତର ଉଭୟ ମହିଳା ଓ ପୁରୁଷ କ୍ରିକେଟ ଦଳ ଏଠାରେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଇଂଲଣ୍ଡର ବିଶ୍ୱକପ୍‌ ବିଜୟିନୀ ଲରେନ୍‌ ଓ୍ବିନ୍‌ଫିଲ୍ଡ ହିଲ୍‌ଙ୍କ ନେତୃତ୍ୱାଧୀନ ନର୍ଦ୍ଦର୍ନ ସୁପର ଚାର୍ଜର୍ସ ଦଳରେ ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଆଲିସା ହିଲି ରହିଛନ୍ତି। ଜେମିମା, କୌର, ମାନ୍ଧନା ଓ ଶର୍ମା ମଧ୍ୟ ଏହି ଦଳର ସଦସ୍ୟା ରହିଛନ୍ତି। କୋଭିଡ୍‌ ଯୋଗୁ ଗତବର୍ଷ ଦି ହଣ୍ଡ୍ରେଡ୍‌ ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ ଜୁଲାଇ ୨୧ରେ ଲଣ୍ଡନଠାରେ ଓଭାଲ ଇନ୍‌ଭିନ୍‌ସିବଲ୍ସ ଓ ମାଞ୍ଚେଷ୍ଟର ଓରିଜିନାଲ୍ସ ମଧ୍ୟରେ ଖେଳାଯିବ।

The post ଜେମିମା ଖେଳିବେ ଦି ହଣ୍ଡ୍ରେଡ୍‌ ଟୁର୍ନାମେଣ୍ଟ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...