Skip to main content

ଠିକ୍‌ ଉତ୍ତର ଦେଲେନି

ଆକାର ପଟେଲ

ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ଆମେରିକା ଗସ୍ତର ପ୍ରଥମାର୍ଦ୍ଧ ସ୍ପଷ୍ଟତଃ ଅଧିତ୍କ ଫଳପ୍ରଦ ନ ଥିଲା। କାରଣ ଆମେରିକାନ ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ଙ୍କୁ ଆମ ବୈଦେଶିକ ମନ୍ତ୍ରୀ ସାକ୍ଷାତ କରିବାକୁ ଯାଇଥିତ୍ଲେ ମଧ୍ୟ ତାଙ୍କୁ ସେହି ସମୟରେ ଜରୁରୀ ଗସ୍ତରେ ମଧ୍ୟପ୍ରାଚ୍ୟ ଯିବାକୁ ପଡ଼ିଲା। ତେବେ ସେହି ସମୟରେ ଜୟଶଙ୍କର ଆମେରିକାରେ ଭାରତୀୟ ଟିମ୍‌କୁ ସାକ୍ଷାତ କଲେ ଏବଂ ଆଉ କିଛି ବୈଠକ କରିଥିତ୍ଲେ। ଟ୍ରମ୍ପଙ୍କ ସମୟରେ ଥିବା ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେନେରାଲ ଏଚ୍‌.ଆର୍‌. ମ୍ୟାକ୍‌ମାଷ୍ଟରଙ୍କ ସହ ମଧ୍ୟ ତାଙ୍କର ସାକ୍ଷାତଆଲୋଚନା ହୋଇଥିଲା। ଭାରତରେ ରାଜନୈତିକ ବିକାଶକୁ କେଉଁ ଦୃଷ୍ଟିରେ ବିଚାର କର ବୋଲି ସେ ଜୟଶଙ୍କରଠାରୁ ଜାଣିବାକୁ ଚାହଁିଥିଲେ। ଜୟଶଙ୍କରଙ୍କୁ କହିଥିଲେ-ତୁମେ ଜଣେ ପକ୍ଷପାତୀ ବ୍ୟକ୍ତି ନୁହଁ। ତୁମେ ଅନେକ ସରକାରରେ ପ୍ରଶାସନିକ ଦାୟିତ୍ୱର ଉକତ୍ୃଷ୍ଟତା ପ୍ରତିପାଦନ କରିଛ। ମହାମାରୀ ସମୟରେ କିଛି ହିନ୍ଦୁତ୍ୱ ନୀତିଗୁଡ଼ିକ ଚିନ୍ତା ବଢ଼ାଇଦେଇଛି ଓ ତାହା ଭାରତର ଧର୍ମନିରପେକ୍ଷତା ଛବିକୁ କ୍ଷୁଣ୍ଣ କରିପାରେ ବୋଲି ସେ କହିଥିତ୍ଲେ। ମ୍ୟାକ୍‌ମାଷ୍ଟରଙ୍କ ଚିନ୍ତାଧାରା ସୁଧାରିବା ଲାଗି ଜୟଶଙ୍କର ପ୍ରଥମେ କହିଥିତ୍ଲେ ଯେ, ସେ ବାସ୍ତବରେ ଜଣେ ପକ୍ଷପାତୀ ବ୍ୟକ୍ତି ଥିଲେ ଓ ସିଭିଲ ସର୍ଭାଣ୍ଟ ଥିଲାବେଳେ ଅନେକ ଶାସନରେ ପ୍ରଶାସନିକ ଦାୟିତ୍ୱ ତୁଲାଇଥିଲେ। କିନ୍ତୁ ଏବେ ସେ ସଂସଦର ଜଣେ ନିର୍ବାଚିତ ସଦସ୍ୟ। ତାଙ୍କର ରାଜନୈତିକ ଦୃଷ୍ଟିକୋଣ ଏବଂ ରାଜନୈତିକ ସ୍ବାର୍ଥ ରହିଛି। ସେ ରାଜନୈତିକ ସ୍ବାର୍ଥ ସପକ୍ଷରେ କହିବେ ଏବଂ ସେଥିତ୍ତ୍ପାଇଁ ସେ ପ୍ରତିନିଧିତ୍ୱ କରୁଛନ୍ତି। ଜୟଶଙ୍କ ତାଙ୍କର ସିଧାସଳଖ ରାଜନୈତିକ ଉତ୍ତରରେ ଅତୀତରେ ଭାରତର ଭୋଟବ୍ୟାଙ୍କ ରାଜନୀତି ଥିଲା ଓ ଏହା ଏବେ ଆଉ ନାହିଁ ବୋଲି ଦର୍ଶାଇଥିଲେ। କିନ୍ତୁ ଭାରତୀୟ ଜନତା ପାର୍ଟି (ଭାଜପା) ଅଧୀନରେ ଭାରତର ଲୋକତନ୍ତ୍ର ଅଧିକ ମଜଭୁତ ହେବା ସହ ରାଜନୀତି, ନେତୃତ୍ୱ ଏବଂ ସିଭିଲ ସୋସାଇଟିରେ ଲୋକମାନଙ୍କର ପ୍ରତିନିଧିତ୍ୱ ବ୍ୟାପକ ହେବା ଏବଂ ସଂସ୍କୃତି, ଭାଷା ଓ ସେମାନଙ୍କ ବିଶ୍ୱାସ ଉପରେ ସେମାନେ ନିଶ୍ଚିତ ଥିବା ଯୋଗୁ ଏହା ଘଟିଥିବା କହିଥିଲେ। ଲୋକମାନଙ୍କର ବୈଶ୍ୱିକ କେନ୍ଦ୍ରଗୁଡ଼ିକ ସହ ଯୋଗାଯୋଗ କମ୍‌ ରହିଛି ଓ ରାଜନୈତିକ ଦୃଷ୍ଟିକୋଣରୁ ସେମାନଙ୍କୁ ଖରାପ ଦୃଷ୍ଟିରେ ଦେଖାଯାଇ ବହୁ ସମୟରେ କାହାଣୀ ସୃଷ୍ଟି କରାଯାଉଛି। ସାମାଜିକ ସ୍ତରରେ ରହିଥିବା ସୂକ୍ଷ୍ମ ଅନ୍ତର ସମ୍ପର୍କରେ ଜୟଶଙ୍କର ଉତ୍ତର ଦେଇଥିତ୍ଲେ ଯେ ଭାଜପା ସରକାର ଭେଦଭାବର ସରକାର ନୁହେଁ। କାରଣ ମହାମାରୀ ସମୟରେ ସରକାର କୌଣସି ଧାର୍ମିକ ବିଭେଦ ବିନା ଲୋକମାନଙ୍କୁ ସେ ଅଧିତ୍କ ରାଶନ ଦେଇଥିତ୍ଲେ ଓ ଲୋକଙ୍କ ଜନଧନ ଆକାଉଣ୍ଟରେ ସିଧାସଳଖ ଟଙ୍କା ପଠାଇଥିଲେ।
ଯାହାହେଉ ଜୟଶଙ୍କରଙ୍କ ଉତ୍ତରରୁ ଜଣାପଡ଼ୁଛି ଯେ, ଭାରତ ଏଯାବତ ଗରିବ ଲୋକମାନଙ୍କୁ ଧାର୍ମିକ ଭିତ୍ତିରେ ସେମାନଙ୍କ ଅଧିକାର ଦେବା ଲାଗି ନିଷ୍ପତ୍ତି ନେଇ ନାହିଁ। ଏଥିପାଇଁ ଜୟଶଙ୍କର ପ୍ରତି ଆମେ କୃତଜ୍ଞ ରହିବା ଉଚିତ। ତାଙ୍କ ପ୍ରତି କୃତଜ୍ଞ ହେବାବେଳେ ଆମେ ମଧ୍ୟ ଜାଣିବା ଉଚିତ ଯେ,ଜୟଶଙ୍କରଙ୍କୁ ଯାହା ପ୍ରଶ୍ନ କରାଯାଇଥିଲା ବାସ୍ତବରେ ସେ ତାହାର ଠିକ୍‌ ଉତ୍ତର ଦେଲେନାହିଁ। ମ୍ୟାକ୍‌ମାଷ୍ଟରଙ୍କ ପ୍ରଶ୍ନ ଥିଲା ବିଶ୍ୱ ହିନ୍ଦୁତ୍ୱ ଏବଂ ଏହାର ନୀତିଗୁଡ଼ିକ ସମ୍ପର୍କରେ। ସେହି ନୀତିଗୁଡ଼ିକ ହେଲା ନାଗରିକତ୍ୱରେ ଧର୍ମ ବା ସମ୍ପ୍ରଦାୟର ପ୍ରବେଶ। ଆମେରିକା ଏବଂ ୟୁରୋପିଆନ ୟୁନିୟନ ଓ ଆମେରିକା କଂଗ୍ରେସର ସଦସ୍ୟମାନେ ଏହା ଉପରେ କ୍ଷୋଭ ପ୍ରକାଶ କରିବା ସହ ଭାରତର ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ଚେତାବନୀ ଦେଇଛନ୍ତି। ୟୁନାଇଟେଡ୍‌ ଷ୍ଟେଟସ୍‌ ଇଣ୍ଟର୍‌ନ୍ୟାଶନାଲ କମିଶନ ଅନ୍‌ ରିଲିଜିୟସ ଫ୍ରିଡମ୍‌(ୟୁଏସ୍‌ସିଆଇଆର୍‌ଏଫ୍‌)ର ରିପୋର୍ଟ(୨୦୨୧) ଧର୍ମ ପରିବର୍ତ୍ତନକୁ (ମୁଖ୍ୟତଃ ମହିଳାମାନେ ଇସଲାମ ଧର୍ମକୁ)ଅପରାଧ ଭାବେ ବିବେଚନା କରୁଥିତ୍ବା ଆଇନଗୁଡ଼ିକୁ ଚିହ୍ନଟ କରିଛି। ଏହି ଆଇନଗୁଡ଼ିକ ମଧ୍ୟରେ ରହିଛି ଭାଜପାର ଉତ୍ତରାଖଣ୍ଡ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ଆକ୍ଟ, ୨୦୧୮; ହିମାଚଳ ପ୍ରଦେଶ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ଆକ୍ଟ,୨୦୧୯; ମଧ୍ୟପ୍ରଦେଶ ଧର୍ମ ସ୍ବାତନ୍ତ୍ର୍ୟ ଅଧ୍ୟାଦଶ,୨୦୨୦; ଉତ୍ତରପ୍ରଦେଶ ବିଧି ବିରୁଦ୍ଧ ଧର୍ମସମ୍‌ପରିବର୍ତ୍ତନ ପ୍ରତିଷେଧ ଅଧ୍ୟାଦେଶ,୨୦୨୦ ଏବଂ ଗୁଜରାଟ ଫ୍ରିଡମ୍‌ ଅଫ୍‌ ରିଲିଜିଅନ(ଆମେଣ୍ଡ୍‌ମେଣ୍ଟ) ଆକ୍ଟ, ୨୦୨୧। ୟୁଏସ୍‌ସିଆଇଆର୍‌ଏଫ୍‌ ରିପୋର୍ଟ ପ୍ରକାଶ କରିଛି ଯେ, ଏହି ଆଇନଗୁଡ଼ିକ ଆନ୍ତଃଧର୍ମ ବିବାହକୁ ଟାର୍ଗେଟ କରିଥିବାବେଳେ ଅନ୍ୟ କେତେକ ରାଜ୍ୟ ବଳପ୍ରୟୋଗ,ପ୍ରଲୋଭନ, ଲାଞ୍ଚ, ଜବରଦସ୍ତି, ପ୍ରବଞ୍ଚନା ଆଦି ଅସ୍ପଷ୍ଟ ମାନଦଣ୍ଡ ଆଧାରରେ ଧର୍ମାନ୍ତରୀକରଣକୁ ନିଷେଧ କରିଛନ୍ତି। ଏହି ଧର୍ମନ୍ତରୀକରଣ ବିରୋଧୀ ଆଇନଗୁଡ଼ିକ ବହୁ ସମୟରେ ଅଣ ହିନ୍ଦୁଙ୍କ ବିରୋଧରେ ମିଥ୍ୟା ଅଭିଯୋଗ,ନିର୍ଯାତନା ଏବଂ ହିଂସାର କାରଣ ମଧ୍ୟ ହେଉଛି।
ଗୁଜରାଟ ଆନିମଲ ପ୍ରିଜରଭେଶନ (ଆମେଣ୍ଡ୍‌ମେଣ୍ଟ) ବିଲ୍‌, ୨୦୧୭ ଗୋ ହତ୍ୟାକରୀକୁ ଦଣ୍ଡ ଦିଏ, ଯାହା ସ୍ପଷ୍ଟ ଭାବେ ଏକ ଇକୋନୋମିକ କ୍ରାଇମ୍‌ ବା ଆର୍ଥିକ ଅପରାଧ, ଯେଉଁଥିରେ ଆଜୀବନ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। କୌଣସି ଆର୍ଥିକ ଅପରାଧରେ ଏଭଳି ଆଜୀବନ କରାଦଣ୍ଡର ବ୍ୟବସ୍ଥା ନାହଁି। ୨୦୨୦ରେ ଉତ୍ତରପ୍ରଦେଶରେ ନ୍ୟାଶନାଲ ସିକ୍ୟୁରିଟି ଆକ୍ଟରେ ଗିରଫ ହୋଇଥିବା ଲୋକଙ୍କ ମଧ୍ୟରୁ ଅଧାରୁ ଅଧିକ ଥିଲେ ଗୋ ହତ୍ୟା ଅଭିଯୁକ୍ତ। ଏହି ଆଇନରେ କୌଣସି ଅପରାଧ ନ କରିଥିଲେ ବି ଲୋକଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇପାରିବ। କଶ୍ମୀରରେ ପ୍ରତିବାଦକାରୀଙ୍କ ଉପରେ ପିିଲେଟ ଗନ୍‌ ବ୍ୟବହାର କରାଯାଉଛି। ଏହାଦ୍ୱାରା ଶିଶୁଙ୍କ ସମେତ ହଜାର ହଜାର ଲୋକ ଆହତ ହୋଇଛନ୍ତିି, ଏପରି କି ଦୃଷ୍ଟିଶକ୍ତି ହରାଇଛନ୍ତି। ଏହି ଘଟଣାଗୁଡ଼ିକୁ ନେଇ ଭାରତର ବନ୍ଧୁରାଷ୍ଟ୍ରଗୁଡ଼ିକ ଚିନ୍ତା ପ୍ରକଟ କରିଛନ୍ତି। ଏହି ସବୁ ନୂଆ ଆଇନ ହିନ୍ଦୁତ୍ୱର ଆମ ପାଇଁ ଉପହାର, ଯେଉଁଥିପାଇଁ ମ୍ୟାକମାଷ୍ଟର ନିର୍ଦ୍ଦିଷ୍ଟ ଭାବେ ଶବ୍ଦକୁ ବ୍ୟବହାର କରିଥିତ୍ଲେ। କିନ୍ତୁ ହିନ୍ଦୁତ୍ୱ ଶବ୍ଦ ଏବଂ ଯେଉଁ ଆଇନଗୁଡ଼ିକ ଲାଗି ଭାରତ ବିଶ୍ୱରେ ପଛକୁ ଟାଣି ହୋଇଯାଉଛି ତା’ର ନଁା ନ ଧରି ଜୟଶଙ୍କର ମ୍ୟାକମାଷ୍ଟରଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ସମସ୍ୟାଠାରୁ ଦୂରେଇ ଯାଇ ମ୍ୟାକମାଷ୍ଟରଙ୍କ ଅଭିଯୋଗର ଉତ୍ତର ଦେବାର ଏହା ଏକ ମାତ୍ର ଉପାୟ ଥିଲା। ଏହାକୁ ଭାରତ ଠିକ୍‌ ଭାବୁଛି, ଯାହା ଦ୍ୱାରା ହିନ୍ଦୁତ୍ୱ ମାଧ୍ୟମରେ ନିଜର ତଥା ଲୋକମାନଙ୍କର କ୍ଷତି କରୁଛି।

The post ଠିକ୍‌ ଉତ୍ତର ଦେଲେନି appeared first on Dharitri Odia News.



Popular posts from this blog

ପ୍ରଚାର ମୋଡ଼ ବଦଳାଇଲେ କମଲା ହାରିସ୍‌

ଓ୍ବାଶିଂଟନ,୧୪/୮:ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଆମେରିକାର ରାଜନୈତିକ ପାଣିପାଗରେ ଉଷ୍ମତା ଭରିଦେଇଛି। ବିଶେଷକରି ଭାରତୀୟ ବଂଶୋଦ୍ଭବ କାଲିଫର୍ନିଆ ସିନେଟର କମଲା ହାରିସ୍‌ ଡେମୋକ୍ରାଟିକ୍‌ ପାର୍ଟିରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ପରେ ତାଙ୍କ ପ୍ରେସିଡେନ୍ସିଆଲ ନୋମିନି ଜୋ ବିଡେନଙ୍କ ପ୍ରଚାର ରୋଚକ ମୋଡରେ ପହଞ୍ଚତ୍ଛି। ବିଡେନ ଓ ହାରିସ୍‌ ବୁଧବାର ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ଛିଡ଼ାହୋଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ହ୍ବାଇଟ୍‌ ହାଇସ୍‌ ରେକର୍ଡ ଶେୟାର କରିଛନ୍ତି। ରିପବ୍ଲିକାନ ଟ୍ରମ୍ପ୍‌ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହନ୍ତି ବୋଲି ଦୁହେଁ ସମାଲୋଚନା କରିଛନ୍ତି। ୭୭ ବର୍ଷୀୟ ଶ୍ୱେତାଙ୍ଗ ଜୋ ବିଡେନ ମଙ୍ଗଳବାର ୫୫ ବର୍ଷୀୟା କମଲା ହାରିସ୍‌ଙ୍କୁ ତାଙ୍କର ଭାଇସ୍‌ ପ୍ରେସିଡେନ୍ସିଆଲ ରନିଂ ମେଟ୍‌ ଭାବେ ଚୟନ କରିଥିଲେ। ଆମେରିକାର ଏକ ବଡ଼ ରାଜନୈତିକ ଦଳରୁ ଜଣେ କୃଷ୍ଣକାୟ ମହିଳା ଭାବେ ଏହି ଦୌଡ଼ିରେ ସାମିଲ ହେବାରେ ହାରିସ୍‌ ହେଉଛନ୍ତି ପ୍ରଥମ। ଏହାର ଦିନକ ପରେ ଦୁଇନେତା ଡେଲାଓ୍ବେରସ୍ଥିତ ଓ୍ବିଲମିଙ୍ଗଟନରେ ପ୍ରଥମଥର ପାଇଁ ଗୋଟିଏ ମଞ୍ଚରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ବିଡେନ କହିଥିଲେ, ଉପରାଷ୍ଟ୍ରପତି ପଦ ଲାଗି ହାରିସ୍‌ ଜଣେ ସ୍ମାର୍ଟ, ଟାଣୁଆ ଏବଂ ଆମେରିକାର ମଧ୍ୟବିତ୍ତଙ୍କ ପାଇଁ ଲଢ଼ୁଆ ପ୍ରାର୍ଥୀ। କିପରି କଠୋର ନିଷ୍ପତ୍ତି ନିଆଯାଏ ତାଙ୍କୁ ଭଲ

କୁଶଳୀ ଶିଳ୍ପୀ ନିହଣ ସଙ୍ଗେ ଅସ୍ତ୍ର ବି ଧରୁଥିଲେ

ପୂର୍ବ ଆଲୋଚନାରେ (ଧରିତ୍ରୀ, ୨୬ା୪ା୨୧) ‘ମଗୋ ଜାତୀୟ ବ୍ରାହ୍ମଣ’ଙ୍କ ପ୍ରସଙ୍ଗ ଆମେ ଆଲୋଚନା କରିଥିଲେ। ପ୍ରାଚୀନ ଭାରତର ଇତିହାସ ପୁସ୍ତକରେ ବା ଭଗବତ୍‌ ଶରଣ ଉପାଧ୍ୟାୟ ଏ ସମ୍ପର୍କିତ ମତ ଦେବାପରେ ଡ. ରାମ୍‌ଜୀ ଉପାଧ୍ୟାୟ ଏହି ମତକୁ ଆଗେଇ ନେଇଥିଲେ। ମଗୋମାନେ ତୃତୀୟ ଶତାବ୍ଦୀରେ ଭାରତକୁ ଆସି ସୂର୍ଯ୍ୟଙ୍କ ଉପାସନା କରିଥିଲେ ବୋଲି ଲେଖିବା ପରେ କେତେକ ଐତିହାସିକ କୁଶାଣ ଯୁଗରେ ସୂର୍ଯ୍ୟ ଉପାସନା ଇରାନରୁ ଭାରତକୁ ଆସିଥିଲା ବୋଲି ମତ ଦେଇଥିଲେ। ବାସ୍ତବରେ କୁଶାଣ ଯୁଗ ପୂର୍ବରୁ ଭାରତରେ ସୂର୍ଯ୍ୟ ଉପାସନା ପ୍ରଚଳିତ ଥିଲା। ବେଦ ହିଁ ଏହାର ପ୍ରମାଣ। ତୃତୀୟ ଶତକ ପୂର୍ବରୁ ରାମାୟଣ, ମହାଭାରତ, କେତେକ ପୁରାଣ ଓ ତନ୍ତ୍ରଗ୍ରନ୍ଥ ଲେଖା ସରିଥିଲା। ମହାଭାରତରେ ସେତେବେଳକୁ ସୂର୍ଯ୍ୟ ହୋଇ ସାରିଥିଲେ ‘ବ୍ରହ୍ମଶାଶ୍ୱତ’। ପୁରାଣ ଶାସ୍ତ୍ରରେ ସୂର୍ଯ୍ୟଙ୍କର କ୍ରାନ୍ତିବୃତ୍ତିକୁ ସୂର୍ଯ୍ୟରଥ ବୋଲି ପ୍ରମାଣ କରାଯାଇ ସାରିଲାଣି। ଜ୍ୟୋତିଷ ତତ୍ତ୍ୱର ରହସ୍ୟ ପୁରାଣ ଶାସ୍ତ୍ରରେ ସ୍ଥାନ ପାଇ ସାରିଥିଲା। ସୂର୍ଯ୍ୟଙ୍କ ରଥ ବେଦମୟ, ମୁହୂର୍ତ୍ତକେ ୩୪ ଲକ୍ଷ ୮୦୦ ଯୋଜନ ଏହି ରଥ ଗତିକରେ। ଗୋଟିଏ ଚକ ହେଉଛି ସମ୍ବତ୍ସର। ୧୨ ମାସର ପ୍ରତୀକ ୧୨ଟି ଅର। ୬ ଋତୁ ପରି ୬ଟି ପଇ। ଅରୁଣ ହେଉଛନ୍ତି ସାରଥି। ଦତ୍ତାତ୍ରେୟ ତନ୍ତ୍ରରେ ସୂର୍ଯ୍ୟଙ୍କର ରଥର ରହସ୍ୟ ସବିଶେଷ ବର୍ଣ୍ଣନା ହୋଇ ସାରିଥିଲା। ସ୍ଥାପତ୍ୟ କଳାର ଏତେସବୁ ରହସ୍ୟ ଓଡ଼ିଆ ଶିଳ୍ପୀ ଜାଣିଥିଲେ। ବ

ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ(ଆଇସିଏସ୍‌ଆଇ) ପକ୍ଷରୁ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି(ବିଜିୟୁ) ଭୁବନେଶ୍ୱର ଏବଂ ଜାମସେଦପୁରସ୍ଥିତ ଆର୍କଜେନ୍‌ ୟୁନିଭର୍ସିଟି ସହ ଏକାଡେମିକ ସହବନ୍ଧନ ଏମ୍‌ଓୟୁରେ ସାମିଲ ହୋଇଛି। ଛାତ୍ରୀଛାତ୍ର ଏବଂ ଅଂଶୀଦାରଙ୍କ ଉନ୍ନତି ତଥା ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ଏଭଳି ଏକ ଚୁକ୍ତି ବିଶେଷ ଭାବେ ସହାୟକ ହେବ ବୋଲି ଆଇସିଏସ୍‌ଆଇ ସଭାପତି ସିଏସ୍‌ ଆଶିଷ ଗର୍ଗ ସୂଚନା ଦେଇଛନ୍ତି। ଉଭୟ ବିଶ୍ୱବିଦ୍ୟାଳୟ ଆଇସିଏସ୍‌ଆଇ ସହ ମିଳିତ ହୋଇ କାମ କରିବାକୁ ଆଗେଇ ଆସିଥିବାରୁ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଛାତ୍ରୀଛାତ୍ରଙ୍କ ଉନ୍ନତି ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯାଉଥିବା ଉପସଭାପତି ସିଏସ୍‌ ନାଗେନ୍ଦ୍ର ରାଓ କହିଛନ୍ତି। ନୂଆ ସହବନ୍ଧନ ଦ୍ୱାରା ଉଭୟ ଅନୁଷ୍ଠାନ ଲାଭବାନ ହୋଇପାରିବେ ବୋଲି ବିଜିୟୁ କୁଳପତି ପ୍ରଫେସର ପି.ପି. ମାଥୁର ମତ ପ୍ରକାଶ କରିଥିଲେ। ଏଭଳି ପଦକ୍ଷେପ ପାଇଁ ଅର୍କଜେନ ୟୁନିଭର୍ସିଟି କୁଳପତି ଡ.ଏସ୍‌.ଏସ୍‌.ରାଜି ଆଇସିଏସ୍‌ଆଇକୁ ଧନ୍ୟବାଦ ପ୍ରଦାନ କରିଛନ୍ତି। The post ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି appeared first on Dharitri Odia News .