Skip to main content

ଥାଇଲାଣ୍ଡକୁ କଳାକୃତି ଫେରାଇଲା ଆମେରିକା

ଓ୍ବାଶିଂଟନ୍‌, ୩୦ା୫: ସାନ୍‌ଫ୍ରାନ୍ସିସ୍‌କୋ ଏସିଆନ୍‌ ଆର୍ଟ ମ୍ୟୁଜିୟମ୍‌ରେ ଶୋଭା ପାଉଥିବା ଦୁଇଟି ଧାର୍ମିକ ପ୍ରସ୍ତର କଳାକୃତିକୁ ଥାଇଲାଣ୍ଡକୁ ଫେରାଇଛି ଆମେରିକା। ୧୯୬୦ ଦଶକରେ ଭିଏତନାମ ଯୁଦ୍ଧବେଳେ ବେଆଇନ ଭାବେ ଏହାକୁ ଥାଇଲାଣ୍ଡରୁ ଅଣାଯାଇଥିଲା। ଏହି ଷ୍ଟୋନ୍‌ ଲିଣ୍ଟେଲ୍‌ସକୁ ଆମେରିକା ମ୍ୟୁଜିୟମ୍‌ରେ ରଖାଯାଇଥିଲା। ମଙ୍ଗଳବାର ଲସ ଏଞ୍ଜେଲସ୍‌ରେ ଏକ ସମାରୋହରେ ଏହି କଳାକୃତିଗୁଡ଼ିକୁ ଥାଇଲାଣ୍ଡ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକଠାରେ ଥିବା ଜାତୀୟ ମ୍ୟୁଜିୟମରେ ଏହି କଳାକୃତିକୁ ରଖାଯିବ।
ପ୍ରତି ପ୍ରସ୍ତର କଳାକୃତିର ଓଜନ ୬୮୦ ଗ୍ରାମ ହେବ ବୋଲି ଏସିଆନ୍‌ ଆର୍ଟ ମ୍ୟୁଜିୟମ ପକ୍ଷରୁ କୁହାଯାଇଛି। ବଲ୍ଲୁଆ ପଥରରେ ନିର୍ମିତ ଏହି ବସ୍ତୁ ଦଶମ ଶତାବ୍ଦୀର। ଏଥିରେ ହିନ୍ଦୁ ଦେବତା ଇନ୍ଦ୍ର ଓ ଯମଙ୍କ ପ୍ରତିମୂର୍ତ୍ତି ରହିଛି। ଥାଇଲାଣ୍ଡର ପ୍ରାଚୀନ ମନ୍ଦିରଗୁଡ଼ିକରେ ଏଭଳି କଳାକୃତି ଦେଖିବାକୁ ମିଳେ। ଆମେରିକା ଫେରାଇଥିବା କଳାକୃତି ଭିଏତନାମ ଯୁଦ୍ଧବେଳେ ଥାଇଲାଣ୍ଡରୁ ଚୋରି ହୋଇଥିବା କୁହାଯାଏ। ଏହା ବାସ୍ତବରେ କେଉଁଠୁ ଆସିଛି ସେ ନେଇ ଆମେରିକା ପକ୍ଷରୁ ୩ ବର୍ଷ ଧରି ଅନୁସନ୍ଧାନ ଚାଲିଥିଲା। ଏହି ଧାର୍ମିକ ସ୍ମୃତିର ପ୍ରତ୍ୟାବର୍ତ୍ତନ ଥାଇଲାଣ୍ଡ ସରକାର ଓ ସେଠାକାର ଲୋକଙ୍କ ପାଇଁ ଇତିହାସ, ସଂସ୍କୃତି, ପ୍ରତ୍ନତତ୍ତ୍ୱ ଆଦି ଦୃଷ୍ଟିରୁ ଅନେକ ମହତ୍ତ୍ୱ ରଖେି ବୋଲି ଥାଇଲାଣ୍ଡ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏସିଆନ ଆର୍ଟ ମ୍ୟୁଜିୟମର ନିର୍ଦ୍ଦେଶକ ରବର୍ଟ ମିଣ୍ଟଜ୍‌ କଳାକୃତି ପ୍ରତ୍ୟାବର୍ତ୍ତନକୁ ସ୍ବାଗତ କରିଛନ୍ତି।

The post ଥାଇଲାଣ୍ଡକୁ କଳାକୃତି ଫେରାଇଲା ଆମେରିକା appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...