Skip to main content

ସେନାରେ ପୁଲ୍‌ଓ୍ବାମା ଶହୀଦଙ୍କ ସ୍ତ୍ରୀ

୨୦୧୯ ଫେବୃୟାରୀ ୧୪ ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ମେଜର ବିଭୂତି ଶଙ୍କର ଧୌଣ୍ଡିୟାଲଙ୍କ ସ୍ତ୍ରୀ ନିକିତା କୌଲ ଶନିବାର ଭାରତୀୟ ସେନାରେ ସାମିଲ ହୋଇଛନ୍ତି। ନିକିତା ୧୧ ମାସ ଧରି ଚେନ୍ନାଇରେ ଅଫିସର୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ। ତାଙ୍କ ସହ ୧୬୭ ପୁରୁଷ କ୍ୟାଡେଟ୍‌ ଏବଂ ୩୦ ମହିଳା କ୍ୟାଡେଟ୍‌ ମଧ୍ୟ ସେନାରେ ଯୋଗ ଦେଇଛନ୍ତି। ଗତ ୧୧ ମାସରେ ବହୁତ କିଛି ଶିଖିବାକୁ ମିଳିଛି ବୋଲି ନିକିତା କହିଛନ୍ତି। ପରିବାର ଲୋକଙ୍କ ସହଯୋଗ ଏହି ଯାତ୍ରାକୁ ସହଜ କରିଥିଲା ବୋଲି ସେ କହିବା ସହ ତାଙ୍କ ଉପରେ ବିଶ୍ୱାସ ରଖିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

The post ସେନାରେ ପୁଲ୍‌ଓ୍ବାମା ଶହୀଦଙ୍କ ସ୍ତ୍ରୀ appeared first on Dharitri Odia News.