Skip to main content

ଆଜମ୍‌ ଖାନ୍‌ ଗୁରୁତର

ଲକ୍ଷ୍ନୌ, ୩୦।୫ : ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସେ ଅକ୍ସିଜେନ୍‌ ସପୋର୍ଟରେ ରହିଥିବା ଲକ୍ଷ୍ନୌସ୍ଥିତ ମେଦାନ୍ତ ହସ୍ପିଟାଲ ପକ୍ଷରୁ କୁହାଯାଇଛି। କରୋନାରେ ଆକ୍ରାନ୍ତ ଥିବା ଆଜମ୍‌ଙ୍କୁ ସୀତାପୁର ଜେଲ୍‌ରୁ ଗତ ୯ ତାରିଖରେ ମେଦାନ୍ତ ହସ୍ପଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ପୁଅ ଅବଦୁଲ୍ଲା ଖାନ୍‌ ମଧ୍ୟ ଉକ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପ୍ରିଲ ୩୦ରେ ଉଭୟ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆଜମ୍‌ଙ୍କ ବିରୋଧରେ ଶତାଧିକ ମାମଲା ରୁଜୁ ହୋଇଥିବାବେଳେ ଗତବର୍ଷ ଫେବୃୟାରୀରୁ ସେ ସୀତାପୁର ଜେଲ୍‌ରେ ରହିଥିଲେ।

The post ଆଜମ୍‌ ଖାନ୍‌ ଗୁରୁତର appeared first on Dharitri Odia News.