Skip to main content

ଫ୍ରେଞ୍ଚ୍‌ ଓପନ୍‌: ନାଡାଲ ଫେଭରାଇଟ୍‌, ଯୁବ ଖେଳାଳିଙ୍କ ପାଇଁ ସୁଯୋଗ

ପ୍ୟାରିସ,୩୦।୫(ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ଟେନିସ ରବିବାରଠାରୁ ଆରମ୍ଭ ହେବ। ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଟେନିସର ଏହି ମେଗା ଇଭେଣ୍ଟ ଆରମ୍ଭ ହେବା ବିଶ୍ୱ କ୍ରୀଡ଼ା ପାଇଁ ଏକ ଖୁସି ଖବର ବୋଲି ବିବେଚିତ ହେଉଛି। ଫ୍ରେଞ୍ଚ୍‌ ଓପନର ଏହି ୧୨୫ତମ ସଂସ୍କରଣ ଉପରେ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି। କ୍ଲେ କୋର୍ଟ ଉପରେ ଖେଳାଯାଇଥିବା ଏହି ଟୁର୍ନାମେଣ୍ଟର ଗତ ସଂସ୍କରଣରେ ସ୍ପେନର ରାଫାଲ ନାଡାଲ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ସେହିପରି ମହିଳା ସିଙ୍ଗଲ୍ସରେ ପୋଲାଣ୍ଡର ଇଗା ସ୍ବିଟେକ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ।
ପ୍ରାୟ ସବୁ ଇଭେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଅଂଶଗ୍ରହଣ କରିବେ। ପୁରୁଷ ସିଙ୍ଗଲ୍ସରେ ସାମିଲ ଥିବା ଟପ୍‌-୧୦ ସିଡେଡ୍‌ ଖେଳାଳିମାନେ ହେଲେ ସର୍ବିୟାର ନୋଭାକ ଜୋକୋଭିଚ୍‌, ରୁଷିଆର ଡାନିଲି ମେଡଭେଡେଭ, ସ୍ପେନ୍‌ର ନାଡାଲ, ଅଷ୍ଟ୍ରିଆର ଡୋମିନିକ ଥିମ୍‌, ଗ୍ରୀସ୍‌ର ଷ୍ଟିଫାନୋସ ସିତିସପାସ, ଜର୍ମାନୀର ଆଲେକଜାଣ୍ଡର ଜେଭେରେଭ, ରୁଷିଆର ଆନ୍ଦ୍ରେ ରୁବ୍ଲେଭ, ସୁଇଜରଲାଣ୍ଡର ଅଭିଜ୍ଞ ଖେଳାଳି ରୋଜର ଫେଡେରର, ଇଟାଲୀର ମାଟେଓ ବେରେଟିନୀ ଓ ଆର୍ଜେଣ୍ଟିନାର ଡିଏଗୋ ସ୍ବାର୍ଜମ୍ୟାନ।
ଅନ୍ୟପଟେ ମହିଳା ସିଙ୍ଗଲ୍ସରେ ଟପ୍‌-୧୦ ଖେଳାଳିମାନେ ହେଲେ ଅଷ୍ଟ୍ରେଲିଆର ଆଶଲେ ବାର୍ଟି, ଜାବାନ ନାଓମି କ୍ୟାମ୍ପବେଲ, ବେଲାରୁଷର ଅରିନା ସାବାଲେଙ୍କା, ଆମେରିକାର ସୋଫିଆ କେନିନ, ୟୁକ୍ରେନର ଏଲିନା ଭିଟୋଲିନା, କାନାଡାର ବାୟାଙ୍କା ଆଣ୍ଡ୍ରେସ୍କୁ, ଆମେରିକାର ସେରେନା ଓ୍ବିଲିୟମ୍ସ, ସ୍ବିଟେକ, ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭା ଓ ସୁଇଜରଲାଣ୍ଡର ବେଲିଣ୍ଡା ବେନ୍‌କିକ୍‌।
ସାରା ଟୁର୍ନାମେଣ୍ଟରେ ସେରେନା, ଫେଡେରର, ନାଡାଲ ଓ ଜୋକୋଭିଚ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ। ତେବେ କେତେଜଣ ସ୍ବଳ୍ପ ବୟସ୍କା ଖେଳାଳିମାନେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବେ। ସେମାନଙ୍କ ମଧ୍ୟରେ ରହିଛନ୍ତି ୧୭ ବର୍ଷୀୟା ଆମେରିକାର କୋକୋ ଗୌଫ, ସ୍ପେନ୍‌ର ୧୮ ବର୍ଷୀୟା ଖେଳାଳି କାର୍ଲୋସ ଅଲକାରାଜ, ୧୮ ବର୍ଷୀୟା ଡେନ୍‌ମାର୍କ ଖେଳାଳି କ୍ଲାରା ଟୌସନ ଓ ୧୯ ବର୍ଷୀୟ ଇଟାଲୀ ଖେଳାଳି ଜାନିକ ସିନର।
ଏଥର ଫ୍ରେଞ୍ଚ୍‌ ଓପନ ନାଡାଲଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି। କ୍ଲେ କୋର୍ଟର ରାଜା କୁହାଯାଉଥିବା ନାଡାଲ ୧୩ଥର ଫ୍ରେଞ୍ଚ୍‌ ଓପନ ଟାଇଟଲ ଜିତି ରେକର୍ଡ କରିଛନ୍ତି। ଯେକୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ସର୍ବାଧିକ ଟାଇଟଲ ଜିତିବାର ସେ ନୂଆ ରେକର୍ଡ କରିଛନ୍ତି। ଏଥର ସଫଳ ହେଲେ ସେ ୧୪ତମ ଟାଇଟଲ ହାସଲ କରିବେ। ଫ୍ରେଞ୍ଚ୍‌ ଓପନ ତାଙ୍କର ଫେଭରାଇଟ ଟୁର୍ନାମେଣ୍ଟ ବିବେଚିତ ହୋଇଆସିଛି। ମୋଟ ଉପରେ ନାଡାଲଙ୍କ ଉପରେ ସମସ୍ତଙ୍କ ନଜର ଅଧିକ ରହିବ। ତେବେ ନାଡାଲଙ୍କ ସମେତ ଜୋକୋଭିଚ୍‌, ଥିମ୍‌, ମେଡେଭେଡେଭ ଏବଂ ଅନ୍ୟ ଯୁବ ଓ ଅଭିଜ୍ଞମାନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ନାଡାଲ ୪ଥର ଡିଫେଣ୍ଡିଂ ଚାମ୍ପିୟନ ରହିଆସିଛନ୍ତି।

The post ଫ୍ରେଞ୍ଚ୍‌ ଓପନ୍‌: ନାଡାଲ ଫେଭରାଇଟ୍‌, ଯୁବ ଖେଳାଳିଙ୍କ ପାଇଁ ସୁଯୋଗ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...