ଭୁବନେଶ୍ୱର, ୩୧।୫(ବ୍ୟୁରୋ): ଚାଇନାରୁ ଓଡ଼ିଶା ଆସିଛି ଖାଲି ଅକ୍ସିଜେନ ସିଲିଣ୍ଡର। ସିଲିଣ୍ଡର ଧରି ଆସିଥିବା କାର୍ଗୋ ବିମାନଟି ରବିବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ଛି। ଖୁବ୍ଶୀଘ୍ର ଏହି ଅକ୍ସିଜେନ ସିଲିଣ୍ଡରଗୁଡ଼ିକୁ ରାଜ୍ୟର ବିଭିନ୍ନ ମେଡିକାଲକୁ ପଠାଯିବ। ସେହିପରି ଆବଶ୍ୟକସ୍ଥଳେ ଅକ୍ସିଜେନ ସିଲିଣ୍ଡରକୁ ମହଜୁଦ ରଖାଯିବ। ଏ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚାଇନାରୁ ଆସିଥିବା ଏହି ସିଲିଣ୍ଡର ଏବଂ ଆଗକୁ ଆସିବାକୁ ଥିବା ସିଲିଣ୍ଡର କରୋନା ମୁକାବିଲା କ୍ଷେତ୍ରରେ ବେଶ୍ ସହାୟକ ହେବ। ଅକ୍ସିଜେନ ଅଭାବରୁ କୌଣସି ରୋଗୀ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚାଇନାରୁ ଅକ୍ସିଜେନ୍ ସିଲିଣ୍ଡର ଆସିବା ଦେଶରେ ପ୍ରଥମ ବୋଲି ତ୍ରିପାଠୀ କହିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତ କୋଭିଡ୍ ସଂକ୍ରମିତଙ୍କ ପାଇଁ ଅମ୍ଳଜାନର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ବିଦେଶରୁ ମେଡିକାଲ ଅକ୍ସିଜେନ୍ ସିଲିଣ୍ଡର ଆଣୁଛି। ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆର କର୍ପୋରେଟ୍ ସାମାଜିକ ଦାୟିତ୍ୱ ମାଧ୍ୟମରେ ଅକ୍ସିଜେନ ସିଲିଣ୍ଡରର ଏହି ପ୍ରଥମ ଲଟ୍ ପହଞ୍ଚତ୍ଛି।
The post ଚାଇନାରୁ ଆସିଲା ଖାଲି ଅକ୍ସିଜେନ ସିଲିଣ୍ଡର appeared first on Dharitri Odia News.