Skip to main content

୪୦ ଡିଗ୍ରୀ ଉପରେ ୬ ସହର

ଭୁବନେଶ୍ୱର, ୩୧।୫(ବ୍ୟୁରୋ): ରାଜ୍ୟରେ ପାରଦ ଏବେ ପୁଣି ଉପରମୁହଁା ହେଲାଣି। ରବିବାର ୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ରେ ସର୍ବାଧିକ ୪୨ଡିଗ୍ରୀ ଥିବାବେଳେ ସୋନପୁରରେ ୪୦.୬, ଭବାନିପାଟଣାରେ ୪୧.୫, ବଲାଙ୍ଗୀରରେ ୪୧.୨, ମାଲକାନଗିରିରେ ୪୧, ବୌଦ୍ଧରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେପଟେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଏକାଳବୈଶାଖୀ ସହ ବଜ୍ରପାତ ହେବ ବୋଲି ସତର୍କ ସୂଚନା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଛି।

The post ୪୦ ଡିଗ୍ରୀ ଉପରେ ୬ ସହର appeared first on Dharitri Odia News.