ଭୁବନେଶ୍ୱର,୩୧।୫(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ଭୟ ଦୂର ହୋଇ ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଶେଷଜ୍ଞମାନଙ୍କ ମତାମତ ନେଇ ଜୁନ ୧୭ ପର୍ଯ୍ୟନ୍ତ ଲକ୍ଡାଉନ ବୃଦ୍ଧି କରିଛନ୍ତି। ସାମୂହିକ ସ୍ବାର୍ଥ ଦୃଷ୍ଟିରୁ ଲକ୍ଡାଉନ ଓ ଶଟ୍ଡାଉନ ଘୋଷଣାକୁ ସମାଜବାଦୀ ପାର୍ଟି ସମ୍ପୂର୍ଣ୍ଣ ସମର୍ଥନ କରିଛି। କିନ୍ତୁ ଦିନ ମଜୁରିଆ, ଖଟିଖିଆ, ଗରିବ ଓ ଛୋଟ ଜୀବନ ଜୀବିକାକୁ ଆଖି ଆଗରେ ରଖି ସେମାନଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିବା ପ୍ରେସ୍ ବିଜ୍ଞପ୍ତି ଦ୍ୱାରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲକ୍ଡାଉନ ଓ ଶଟ୍ଡାଉନ ଯୋଗୁ ଦିନ ମଜୁରିଆ, ଖଟିଖିଆ, ଦୁଗ୍ଧ ପନିପରିବା ଚାଷୀ ଓ ରାସ୍ତାକଡ଼ରେ ବସି ଛୋଟ ବ୍ୟବସାୟ କରୁଥିବା ଲୋକେ ବହୁତ କ୍ଷତିଗ୍ରସ୍ତ ହେଉଛନ୍ତି। ଗରିବ ଲୋକଙ୍କ ଜୀବନ ଜୀବିକାର ସହାୟତା ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛନ୍ତି।
The post ମଜୁରିଆ, ଗରିବଙ୍କ ପାଇଁ ପ୍ୟାକେଜ୍ ଘୋଷଣା ଦାବି appeared first on Dharitri Odia News.