Skip to main content

ଭାରତୀୟ ଗଣତନ୍ତ୍ରର ଡିଜିଟାଲ ରୂପାନ୍ତର

ଅମର ପଟ୍ଟନାୟକ

ମହାମାରୀ ଦ୍ୱିତୀୟ ଲହରରେ ମଧ୍ୟ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ କୋଭିଡ୍‌-ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଥିଲା। ଏ ନେଇ ନିକଟରେ ମାଡ୍ରାସ ଏବଂ କଲିକତା ହାଇକୋର୍ଟ ନିର୍ବାଚନ କମିଶନର (ଇସି)ଙ୍କୁ କଡ଼ା ସମାଲୋଚନା କରିଥିଲେ। ଗତବର୍ଷ ପ୍ରଥମ ଲହର ବେଳେ ଜାତୀୟ ତଥା ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ସହ ପରାମର୍ଶ ପରେ ନିର୍ବାଚନ କମିଶନର କୋଭିଡ୍‌-୧୯ ସମୟରେ ନିର୍ବାଚନ ପରିଚାଳନା ପାଇଁ ବ୍ୟାପକ ଗାଇଡ୍‌ଲାଇନ ଜାରି କରିଥିଲେ। ତଥାପି, ଇସିଙ୍କ ଗାଇଡ୍‌ଲାଇନ କେବଳ ସାମୂହିକ ସମାରୋହର ସଂଖ୍ୟା କମାଉଛି, ଯେତେବେଳେ ଏବେ ଏକ ପ୍ରତ୍ୟକ୍ଷ ନିର୍ବାଚନ ପ୍ରଚାରର ମୌଳିକ ସଂରଚନାକୁ ବଜାୟ ରଖିଛି। ଆମ ମଧ୍ୟରୁ ଅନେକେ ଜାଣିଥିବେ ଯେ, ଏହି କଟକଣା ଠିକ୍‌ ଭାବେ ପାଳନ କରିବା କିମ୍ବା ପ୍ରଭାବଶାଳୀ ଭାବେ ନିରୀକ୍ଷଣ କରିବା ଅସମ୍ଭବ।
ଭବିଷ୍ୟତରେ ଉତ୍ତମ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ସାମ୍ପ୍ରତିକ ସ୍ଥିତିକୁ ପ୍ରଭାବିତ କରିବା ସକାଶେ ଅନେକ ଉପାୟ ଅଛି। ପ୍ରଥମତଃ ଅନ୍‌ଲାଇନ୍‌ ଏବଂ ସୋସିଆଲ ମିଡିଆ, ଓ୍ବେବ୍‌ ଆଧାରିତ ପ୍ରସାରଣ, ଓ୍ବେବ୍‌କାଷ୍ଟ ଏବଂ ଓ୍ବେବିନାର୍‌ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚତ୍ବା ପାଇଁ ଲକ୍‌ଡାଉନ୍‌ ଅନେକ ସମ୍ଭାବନା ଆଣିଦେଇଥିଲା। ୨୦୧୪ରେ ୧୦%ରୁ କମ୍‌ ଭୋଟର ଏବଂ ୨୦୧୯ରେ ୩୦%ରୁ ଅଧିକ ଭୋଟର ସୋସିଆଲ ମିଡିଆ ଦ୍ୱାରା ପ୍ରଭାବିତ ହୋଇଥିବା ଜଣାଯାଏ। କିନ୍ତୁ ଅଗଷ୍ଟ ୨୦୨୦ରେ ଦୁଇଟି ଘଟଣା ପରିବର୍ତ୍ତନଶୀଳ ଭାବରେ ଉଭା ହୋଇଥିଲା। କଂଗ୍ରେସର ସ୍ପିକ୍‌ଅପ୍‌ ଅଭିଯାନରେ ଦଳର କର୍ମୀ ଏବଂ ନେତାମାନେ ସେମାନଙ୍କ ଫେସ୍‌ବୁକ୍‌, ଟୁଇଟର, ଇନ୍‌ଷ୍ଟାଗ୍ରାମ ଏବଂ ୟୁଟୁବ୍‌ ଆକାଉଣ୍ଟ ମାଧ୍ୟମରେ ବାର୍ତ୍ତା ପଠାଇଥିଲେ। ଏପରି କି ଭାଜପା ପ୍ରତ୍ୟେକ ରାଜ୍ୟରେ ନିଜର ଜନ ସମ୍ବାଦ ଭର୍ଚୁଆଲ ରାଲି ଆରମ୍ଭ କରିଥିଲା, ଯେଉଁଥିରେ ଦଳର ପ୍ରାୟ ୫ ଲକ୍ଷ କର୍ମୀ ୟୁଟ୍ୟୁବ୍‌, ଫେସ୍‌ବୁକ୍‌ ଲାଇଭ୍‌ ଏବଂ ନମୋ ଆପ୍‌ରେ ସେମାନଙ୍କ ନେତାଙ୍କ ଭାଷଣ ଶୁଣିବେ। ଏହି ଅନ୍‌ଲାଇନ୍‌ ରାଲିଗୁଡ଼ିକ କେନ୍ଦ୍ରୀୟ ସ୍ଥାନରୁ ବୁଥ୍‌ସ୍ତରକୁ ଖୁବ୍‌ଶୀଘ୍ର ପହଞ୍ଚତ୍ବାରେ ସକ୍ଷମ ହୋଇଥିବା ବେଳେ ପ୍ରତ୍ୟକ୍ଷ ରୂପେ ଏହା ସମ୍ଭବ ହୋଇ ନ ଥାନ୍ତା। ଆମେ ଭଲ ଭାବରେ ଚିନ୍ତା କରିପାରିବା ଯେ, ଏହିଭଳି ଅନ୍‌ଲାଇନ୍‌ ଆୟୋଜନ ଦ୍ୱାରା ପ୍ରାର୍ଥୀମାନଙ୍କ ପ୍ରଚାର ଖର୍ଚ୍ଚକୁ ବହୁ ପରିମାଣରେ ହ୍ରାସ କରାଯାଇପାରିବ।
ଦ୍ୱିତୀୟତଃ ଇ-ଭୋଟିଂ ପାଇଁ ଟେକ୍ନୋଲୋଜିର ବ୍ୟବହାର ସହିତ ମତଦାନ ପ୍ରକ୍ରିୟାରେ ପରିବର୍ତ୍ତନ ପାଇଁ ଏବେ ପ୍ରକୃଷ୍ଟ ସମୟ। ଏହି ମହାମାରୀ ସମୟରେ ବୁଥ୍‌କୁ ଯାଇ ଗୋଟିଏ ଇଲେକ୍‌ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ସମାନ ବଟନ ଦବାଇବା ବିଶେଷଜ୍ଞଙ୍କ ମତରେ ଉଚିତ ନୁହେଁ। ଏହାବ୍ୟତୀତ ଜନସାଧାରଣଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଜନ କରିବା ବି ବହୁତ ବ୍ୟୟବହୁଳ। ଏଥିପାଇଁ ନିର୍ବାଚନ କମିଶନ କିମ୍ବା ସରକାରଙ୍କ ପକ୍ଷରୁ ପ୍ରାୟ ୩୦-୪୦ ଲକ୍ଷ ମେଡିକାଲ କର୍ମଚାରୀ ନିଯୁକ୍ତି, କୀଟାଣୁନାଶକ ସାମଗ୍ରୀ କ୍ରୟ କରିବା ଏବଂ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବୁଥ୍‌ରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଚିକିସତ୍ା ସାମଗ୍ରୀ ଆବଶ୍ୟକ ହେବ। ଏପରି କି ମତଦାନ ସୁରକ୍ଷାବାହିନୀର ସମ୍ପୃକ୍ତିକୁ ଆମନ୍ତ୍ରଣ କରିଥାଏ, ଯାହାର ରହଣି, ଗତିବିଧି ଓ ନିୟୋଜନ ଖର୍ଚ୍ଚ ମଧ୍ୟ ବହୁତ ଅଧିକ। ଅନ୍ୟପକ୍ଷରେ ଇ-ଭୋଟିଂ ପଦ୍ଧତିର ସୁରକ୍ଷା ବିଷୟରେ ପ୍ରଶ୍ନ ଉଠେ। କିନ୍ତୁ ଯେତେବେଳେ କୋଟି କୋଟି ଭାରତୀୟଙ୍କ ଆର୍ଥିକ ତଥ୍ୟ ଦୃଢ଼ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ସୁରକ୍ଷିତ ଭାବରେ ରଖାଯାଇପାରୁଛି, ଆଧାର-ଲିଙ୍କ୍‌ ହୋଇଥିବା, ବ୍ୟକ୍ତିଗତ-ଭୋଟର-ନିର୍ଦ୍ଦିଷ୍ଟ, ଅଣ-ସ୍ଥାନାନ୍ତରଯୋଗ୍ୟ ଲିଙ୍କ୍‌ ବ୍ୟବହାର କରି ଏବଂ ଘରେ କିମ୍ବା ଜନସେବା କେନ୍ଦ୍ରରୁ (ମୁଖ୍ୟତଃ ଗ୍ରାମୀଣ ଭୋଟର ପାଇଁ) ଇ-ଭୋଟ୍‌ ପାଇଁ ସମାନ ସମ୍ଭାବନା ରହିପାରେ। କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଏବଂ ବ୍ଲକ୍‌ ଚେନ୍‌ ଆଧାରିତ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ୱାରା ଏହା ସମ୍ଭବ। ଯଦି ଏଭଳି ହୁଏ ସିଷ୍ଟମରେ ହେବାକୁ ଥିବା ସଞ୍ଚୟକୁ କଳ୍ପନା କରାଯାଇପାରେ। ଇଷ୍ଟୋନିଆ ଗତ ବର୍ଷର ସଂସଦୀୟ ନିର୍ବାଚନରେ ଦେଶର ପ୍ରାୟ ୪୭% ଭୋଟରଙ୍କୁ ମତଦାନ କରାଇ ଇ-ମତଦାନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କରିଛି। ଡିଜିଟାଲ ଭୋଟିଂ ସହିତ ସମାନ୍ତରାଳ ଭାବେ ପେପର ବ୍ୟାଲେଟ୍‌ ଯୋଗେ ଭୋଟ ଦେବା ଅଧିକାର ସୁନିଶ୍ଚିତ କଲାବେଳେ ଏହା ଭୋଟରଙ୍କ ଗୋପନୀୟତାକୁ ମଧ୍ୟ ରକ୍ଷାକରେ। ତେଣୁ ଏହା ଅନୁକରଣଯୋଗ୍ୟ।
ତୃତୀୟତଃ, ସଂସଦ କିମ୍ବା ବିଧାନସଭା ଭଳି ଏକ ବୃହତ୍‌ ସ୍ଥାନରେ ସାଂସଦ ଏବଂ ବିଧାୟକଙ୍କ ଉପସ୍ଥିତି ବୈଠକର ଆଧାରକୁ ପରିବର୍ତ୍ତନ କରିବା ଉଚିତ। ନିର୍ବାଚିତ ପ୍ରତିନିଧିମାନେ ପ୍ରାୟତଃ ଅନ୍‌ଲାଇନ ମାଧ୍ୟମରେ ସାକ୍ଷାତ କରିପାରିବେ। ଏହାଦ୍ୱାରା ଅନେକ ଖର୍ଚ୍ଚକାଟ କରାଯାଇପାରିବ। ସେହିଭଳି, କମିଟି ବୈଠକ ମଧ୍ୟ ପ୍ରାୟତଃ ଗୋପନୀୟତା ବିଷୟରେ ଚିନ୍ତା ନ କରି ଅନୁଷ୍ଠିତ ହୋଇପାରେ, ଯାହା ଉପଯୁକ୍ତ ସୂଚନା ପ୍ରଯୁକ୍ତି ସୁରକ୍ଷା (IT Security) ଏବଂ ଫାୟାରୱାଲ (fire walls) ଗ୍ରହଣ ଦ୍ୱାରା ନିଶ୍ଚିତ ହୋଇପାରିବ।
ଏହାଦ୍ୱାରା ଦେଶ ଯେ କେବଳ ଗଣତନ୍ତ୍ରର ପର୍ବକୁ ଯାଉଥିବା ଅନେକ ଅଣ-ଉପତ୍ାଦକ ଖର୍ଚ୍ଚକୁ ସଞ୍ଚୟ କରିପାରିବ ତା’ ନୁହେଁ, ବରଂ ସାମ୍ପ୍ରତିକ ମହାମାରୀ ପରି ବିପର୍ଯ୍ୟୟ ସମୟରେ ଲୋକମାନଙ୍କର ପ୍ରକୃତ ତ୍ରାଣକର୍ତ୍ତା ଭାବରେ କାର୍ଯ୍ୟ କରିବ। କାରଣ ଅନ୍‌ଲାଇନ ପଦ୍ଧତି ମାଧ୍ୟମରେ ସବୁ ପରିସ୍ଥିତିରେ ଲୋକଙ୍କ ସହିତ ସମ୍ପର୍କ ରଖି ହେବ। ପ୍ରତ୍ୟକ୍ଷ ଭାବେ ସମ୍ପର୍କ ରଖିବା ବ୍ୟତୀତ ଅନ୍‌ଲାଇନ ପଦ୍ଧତି ମାଧ୍ୟମରେ ସାହାଯ୍ୟ ଓ ସହାୟତା ଯୋଗାଇ ଦିଆଯାଇପାରିବ। ବର୍ତ୍ତମାନ ସଂସଦରେ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆଲୋଚନା କରିବାକୁ ମଧ୍ୟ ଆମେ ସକ୍ଷମ ନୁହଁ।
ନିର୍ବାଚନ ପାଇଁ ଆବଣ୍ଟିତ ଜାତୀୟ ବଜେଟକୁ ସ୍ବାସ୍ଥ୍ୟ ସୁବିଧାରେ ସୁଧାର ଆଣିବା ଏବଂ ଭୋଟରଙ୍କ ପକେଟ ଚାପ କମାଇବାରେ ବିନିଯୋଗ କରାଯାଇପାରିବ। ଏକ ଅଧ୍ୟୟନ ଅନୁଯାୟୀ, ଗୋଟିଏ ଭୋଟ ପାଇଁ ଭାରତୀୟ ନିର୍ବାଚନ ଖର୍ଚ୍ଚ ୮ ଡଲାର, ଯାହାକି କୌଣସି ଦିନରେ ୬୦% ଭାରତୀୟଙ୍କ ବଞ୍ଚତ୍ବା ପାଇଁ ଖର୍ଚ୍ଚ କରୁଥିବା ଟଙ୍କାର ତିନି ଗୁଣ। ତେଣୁ ଆମକୁ ଉଭୟ ଭୋଟ ମୂଲ୍ୟ ଏବଂ ଜୀବନ ମୂଲ୍ୟକୁ ବୁଝିବା ଆବଶ୍ୟକ।
– ଲେଖକ ବିଜେଡି ସାଂସଦ (ରାଜ୍ୟ ସଭା)

The post ଭାରତୀୟ ଗଣତନ୍ତ୍ରର ଡିଜିଟାଲ ରୂପାନ୍ତର appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...