Skip to main content

Posts

Showing posts from January, 2021

ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷର ପ୍ରଥମ ବଜେଟ ଅଧିବେଶନରେ ଅନେକ ପ୍ରକାରର ନିୟମ ଓ କଟକଣା ଆଣିପାରନ୍ତି ସରକାର। ସେହିଭଳି ବିଭିନ୍ନ ଉପାୟରେ ପ୍ରସ୍ତୁତ ଏହି ଇ-ବଜେଟ ସ୍ବତନ୍ତ୍ର ହେବାକୁ ଯାଉଛି। ଗୋଟିଏ ପଟେ ଦେଶର ସାଧାରଣ ବଜେଟ ଉପସ୍ଥାପିତ ହୋଇଥିବା ବେଳେ ଅପରପକ୍ଷେ ସରକାର ଏହି ଅଧିବେଶନ ସମୟରେ ଡିଜିଟାଲ୍‌ ମୁଦ୍ରା ବିରୋଧରେ ଏକ ବିଲ୍‌ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନୂତନ ବିଲ୍‌ରେ ଘରୋଇ କ୍ରିପ୍ଟୋକରେନ୍ସି ବା ବିଟ୍‌ କଏନ ଉପରେ ପ୍ରତିବନ୍ଧକ ଲଗାଯିବା ସହିତ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ମଧ୍ୟ ଏହି ବେସରକାରୀ ମୁଦ୍ରାର ବିକଳ୍ପ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଆର୍‌ବିଆଇ କହିଛି ଯେ, ଏହି ଡିଜିଟାଲ୍‌ ମୁଦ୍ରାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟ କରୁଛି। ତଥାପି, ଏହା ଏକ ବ୍ୟକ୍ତିଗତ ମୁଦ୍ରା ଭାବରେ ଗଣା ହେବ ନାହିଁ ବୋଲି ବିଗତ ଦିନରେ ସେଣ୍ଟ୍ରାଲ ବ୍ୟାଙ୍କ ମତ ଦେଇଛି। ସେହିପରି ସେଣ୍ଟ୍ରାଲ ବ୍ୟାଙ୍କ କହିଛି ଯେ, ନିକଟ ଅତୀତରେ ବେସରକାରୀ ଡିଜିଟାଲ୍‌ ମୁଦ୍ରାର ଲୋକପ୍ରିୟତା ବହୁଳ ଭାବରେ ବୃଦ୍ଧି ପାଇଛି। ଏହାକୁ ନେଇ ଭାରତରେ ସରକାର ଏବଂ ନିୟାମକମାନେ ମଧ୍ୟ ସନ୍ଦେହ ପ୍ରକାଶ କରୁଛନ୍ତି। ଆର୍‌ବିଆଇ ଏହାର ଆବଶ୍ୟକତା ଅଛି କି ନାହିଁ ତାହା ଅନୁସନ୍ଧାନ କରୁଥିବା ସୂଚନା ମିଳିଛି। ଭାରତରେ କ୍ରିପ୍ଟୋକରେନ୍ସି ବା ...

କେବଳ ଏକ ଫୋନ୍‌ କଲ୍‌ର ଦୂରତା

ନୂଆଦିଲ୍ଲୀ,୩୧ା୧(ପି.ଟି.): ୩ ନୂଆ କୃଷି ଆଇନକୁ ନେଇ କୃଷକ ସଙ୍ଗଠନଗୁଡ଼ିକ ସହ ଆଲୋଚନା ପାଇଁ ସରକାର ଏବେ ମଧ୍ୟ ପ୍ରସ୍ତୁତ। ଆମେ କେବଳ ଚାଷୀ ନେତାଙ୍କ ଗୋଟିଏ ଫୋନ୍‌ କଲ୍‌ ଦୂରରେ ରହିଛୁ ବୋଲି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି। କୃଷକ ଆନ୍ଦୋଳନ ୬୮ ଦିନରେ ପହଞ୍ଚତ୍ ଅଚଳାବସ୍ଥା ଲାଗିରହିଥିବାବେଳେ ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ପାର୍ଲାମେଣ୍ଟରେ କେନ୍ଦ୍ରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ତେଣୁ ସର୍ବଦଳୀୟ ବୈଠକରେ ମୋଦି ଏଭଳି ନରମ ଆଭିମୁଖ୍ୟ ଦେଖାଇଥିବା କୁହାଯାଉଛି। ପାର୍ଲାମେଣ୍ଟର ବଜେଟ ଅଧିବେଶନ ପରିପ୍ରେକ୍ଷୀରେ ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ଭର୍ଚୁଆଲ୍‌ ବୈଠକକୁ ସମ୍ବୋଧିତ କରି ମୋଦି କହିଛନ୍ତି, ଆନ୍ଦୋଳନରତ କୃଷକମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ସରକାର ନିରନ୍ତର ଉଦ୍ୟମ ଚଳାଇଛନ୍ତି। କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆନ୍ଦୋଳନ କରୁଥିବା କୃଷକମାନଙ୍କ କେବଳ ଏକ ଫୋନ୍‌ କଲ୍‌ ଦୂରତାରେ ଅଛନ୍ତି। ତୋମାର ଏହି ବିଷୟରେ ସେମାନଙ୍କୁ ନିକଟରେ ଅବଗତ କରାଇଥିଲେ ବୋଲି ମୋଦି କହିଥିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜୋଷୀ କହିଛନ୍ତି, କୃଷକଙ୍କ ସମସ୍ୟାର ସମାଧାନ ପାଇଁ ସରକାର ଖୋଲାମନରେ ଉଦ୍ୟମ କରୁଛ...

ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗର ମହଙ୍ଗା ଭତ୍ତା ୮୫.୨ ପ୍ରତିଶତ

ଭୁବନେଶ୍ୱର,୩୧।୧: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଅନୁସାରେ ଗତ ନଭେମ୍ବରରେ ୧୧୯.୯ ପଏଣ୍ଟ ରହିଥିଲା। ଏହା ଗତ ଡିିସେମ୍ବରରେ ୧.୧ ପଏଣ୍ଟ ହ୍ରାସ ପାଇ ସେହି ସମୟରେ ୧୧୮.୮ ପଏଣ୍ଟରେ ରହିଛି। ସେହିଭଳି ନଭେମ୍ବରରେ ତାଳଚେର ଓ ଅନୁଗୋଳରେ ମଧ୍ୟ ଏହା ୧୨୮.୩ ପଏଣ୍ଟରେ ରହିଥିବାବେଳେ ଡିସେମ୍ବରରେ ଏହା ୧.୬ ପଏଣ୍ଟ ହ୍ରାସ ପାଇ ଉକ୍ତ ମାସରେ ଏହା ୧୨୬.୭ ପଏଣ୍ଟରେ ପହଞ୍ଚତ୍ଛି। ସେହିପରି କଟକରେ ମଧ୍ୟ ଏହା ୧୨୬.୬ ପଏଣ୍ଟରେ ଥିବାବେଳେ ଏଥିରେ ୦.୬ ପଏଣ୍ଟ ହ୍ରାସ ପାଇ ଡିସେମ୍ବରରେ ଏହା ୧୨୬.୦ ପଏଣ୍ଟକୁ ଖସି ଆସିଛି। ଅନ୍ୟପକ୍ଷରେ ନଭେମ୍ବରର ହିସାବ ଅନୁସାରେ କେନ୍ଦୁଝର ୧୨୪.୯ ପଏଣ୍ଟରେ ରହିଥିଲା। ଯାହା ଡିସେମ୍ବରରେ ୦.୩ ପଏଣ୍ଟ ହ୍ରାସ ପାଇ ୧୨୪.୬ ପଏଣ୍ଟରେ ପହଞ୍ଚିଛି ବୋଲି ସୂଚନା ମିଳିଛି। ଅଧିକାଂଶ ସରକାରୀ କର୍ମଚାରୀ ବର୍ତ୍ତମାନ ସମୟରେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ୧୧ ପ୍ରତିଶତ ଭତ୍ତା ବୃଦ୍ଧି ହୋଇ ୨୮ ପ୍ରତିଶତରେ ପହଞ୍ଚତ୍ଛି। ଏହି ବର୍ଦ୍ଧିତ ଡିଏ ମଧ୍ୟରୁ ୪ ପ୍ରତିଶତ ପିଛିଲା ଭାବରେ ଗତ ୨୦୨୦ ଜାନୁୟାରୀ ଏବଂ ଅବଶିଷ୍ଟ ୩ ପ୍ରତିଶତ ଗତ ଜୁଲାଇ ପହିଲାରୁ ଏବଂ ବଳକା ୪ ପ୍ରତିଶତ ୨୦୨୧ ଜାନୁୟାରୀ ପହିଲାରୁ କର୍ମଚାରୀମାନେ ପାଇବେ ବୋଲି ଜଣାପଡିଛି। ସେହିଭଳି ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ବର୍ତ୍ତମାନ ୮୧.୯ % ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ଭତ୍ତ...

୮୭ ବର୍ଷରେ ପ୍ରଥମ ଥର ହେବନି ରଣଜୀ ଟ୍ରଫି

ନୂଆଦିଲ୍ଲୀ, ୩୧ା୧ (ପି.ଟି.)- କୋଭିଡ୍‌ କାରଣରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୮୭ ବର୍ଷରେ ପ୍ରଥମ ଥର ଏହାର ପ୍ରମୁଖ ପ୍ରଥମ ଶ୍ରେଣୀ ଘରୋଇ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ଆୟୋଜନ କରିବ ନାହିଁ। କାରଣ ଅଧିକାଂଶ ରାଜ୍ୟ ୟୁନିଟ୍‌ ବିଜୟ ହଜାରେ ଟ୍ରଫି ସପକ୍ଷରେ ମତ ଦେଇଛନ୍ତି। ବିସିସିଆଇ ସମ୍ପାଦକ ଜୟ ଶାହା ରାଜ୍ୟ ୟୁନିଟ୍‌ଗୁଡ଼ିକ ନିକଟକୁ ପଠାଇଥିବା ଚିଠି ଅନୁସାରେ ବିସିସିଆଇ ଭିନୁ ମଙ୍କଡ ଟ୍ରଫି ପାଇଁ ୧୯ବର୍ଷରୁ କମ୍‌ ଜାତୀୟ ଦିନିକିଆ ଟୁର୍ନାମେଣ୍ଟ ଆୟୋଜନ କରିବ। ଜାତୀୟ ମହିଳା ଦିନିକିଆ ଟୁର୍ନାମେଣ୍ଟ ମଧ୍ୟ ଖେଳାଯିବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଶାହା ରଣଜୀ ଟ୍ରଫି ସପକ୍ଷରେ ଥିଲେ। କାରଣ ଏଥିରେ ମ୍ୟାଚ୍‌ ଫି’ ଅଧିକ ମିଳିଥାଏ। ଜଣେ ଖେଳାଳି ମ୍ୟାଚ ପିଛା ହାରିହାରି ୧.୫ ଲକ୍ଷ ଟଙ୍କା ପାଇଥାଏ। କୋଭିଡ୍‌ ସମୟରେ ଦୁଇ ପର୍ଯ୍ୟାୟ ବିଶିଷ୍ଟ ରଣଜୀ ଟ୍ରଫି ଖେଳା ଗଲେ ଦୁଇ ମାସ ସମୟ ଲାଗିବ। ଏତେ ସମୟ ବାୟୋ-ବବଲରେ ରହିବା ସହଜ ନୁହେଁ। ବିଜୟ ହଜାରେ ଟ୍ରଫି ଆସନ୍ତା ମାସରେ ଖେଳାଯିବ। କୋଭିଡ୍‌ ସମୟରେ ଘରୋଇ କ୍ୟାଲେଣ୍ଡର ପ୍ରସ୍ତୁତ କରିବା କେତେ କଷ୍ଟକର ଶାହା ସେ ବିଷୟ ତାଙ୍କ ଚିଠିରେ ବର୍ଣ୍ଣନା କରିଛନ୍ତି। ପ୍ରଥମେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଓ ପରେ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜନ ହୋଇ ପାରିଥିବାରୁ ଏଥିପାଇଁ ସେ ବିସିସିଆଇ ଷ୍ଟାଫ୍‌ ଏବଂ ରାଜ...

ବିକାଶ ଖୋଜୁଛି ବୁଦ୍ଧେଶ୍ୱର ପୀଠ

ଭୁବନ, ୩୧।୧(ଡି.ଏନ.ଏ.) ଇତିହାସ ଏବଂ କିମ୍ବଦନ୍ତୀକୁ ନେଇ ସମୃଦ୍ଧ। ପର୍ଯ୍ୟଟନସ୍ଥଳୀର ମାନ୍ୟତା ମଧ୍ୟ ମିଳିଛି। ଅନୁଦାନ ଆସୁଛି। ଶ୍ରଦ୍ଧାଳୁ ଦେଉଛନ୍ତି ଲକ୍ଷାଧିକ ଟଙ୍କା ଦାନ। ହେଲେ ଅର୍ଥର ସଦ୍‌ବିନିଯୋଗ ହୋଇପାରୁ ନ ଥିବାରୁ ଐତିହାସିକ ବୁଦ୍ଧେଶ୍ୱର ଶୈବପୀଠର ବିକାଶ ଅଟକିଛି। ଅବଧି ସରିଯାଇଥିବାବେଳେ ପରିଚାଳନା କମିଟି ପୁନର୍ଗଠନ ଲାଗି ଦେବୋତ୍ତର ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ, ଯାହାକୁ ନେଇ ବୁଦ୍ଧିଜୀବୀ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ଅବସ୍ଥିତ ଦ୍ୱାଦଶ ଶତାବ୍ଦୀର ଐତିହ୍ୟସମ୍ପନ୍ନ ବୁଦ୍ଧେଶ୍ୱର ଶୈବପୀଠ। ୮ ଏକର ଜମି ଉପରେ ପରିବ୍ୟାପ୍ତ ଏହି ମନ୍ଦିରକୁ ୨୦୦୮ରେ ମିଳିଛି ପର୍ଯ୍ୟଟନସ୍ଥଳୀର ମାନ୍ୟତା। ଜିଲା ପର୍ଯ୍ୟଟନ ତାଲିକାରେ ୯ ଏବଂ ରାଜ୍ୟସ୍ତରରେ ୩୦୭ ନମ୍ବରରେ ରହିଛି ଏହି ପ୍ରାଚୀନ ମନ୍ଦିର। ମୁଖ୍ୟମନ୍ଦିରକୁ ବାଦ୍‌ ଦେଲେ ଏହାର ଚାରିପଟେ ପାର୍ବତୀ ମନ୍ଦିର, ଶନି ମନ୍ଦିର, ହନୁମାନ ମନ୍ଦିର, ଗଣେଶ ମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିର ଏବଂ ତ୍ରିନାଥ ମନ୍ଦିର ରହିଛି। ମହାଶିବରାତ୍ରି, ବଡ଼ଓଷା, ଗଣେଶ ପୂଜା, ହନୁମାନ ଜୟନ୍ତୀ ଭଳି ପର୍ବପର୍ବାଣି ଏଠାରେ ଜାକଜମକର ସହ ପାଳିତ ହୋଇଥାଏ। ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ, ମାନସିକଧାରୀ, ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ହେଲେ ମନ୍ଦିରର ଆନୁଷଙ୍ଗିକ ବିକାଶ କାର୍ଯ୍ୟ ଯେଉଁ ଭଳି ହେବା କଥା...

ଆଲାପ୍‌ ଆପ୍‌ ଲୋକାର୍ପଣ

ଭୁବନେଶ୍ୱର,୩୧।୧:  ଭାରତୀୟ ଟେକ୍ନୋଲୋଜିରେ ନିର୍ମିତ ସୋସିଆଲ ମିଡିଆ ଆପ୍‌ ‘ଆଲାପ୍‌’ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ଝାରପଡା ଅଞ୍ଚଳର ଏକ ହୋଟେଲ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ଆଲାପ୍‌’ର ସିଇଓ ଲୋକନାଥ ରେଡ୍ଡୀ, କୋ-ଫାଉଣ୍ଡର ଅମିତ କୁମାର ମିଶ୍ର ଏବଂ ଓଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଯାହାର ‘ବିଟା’ ଭର୍ସନ ବର୍ତ୍ତମାନ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ। ଏହି ଆପ୍‌ରେ ହାଇସିକ୍ୟୁରିଟି ପଲିସି, ଜବରଦସ୍ତ ଫିଚର୍‌, ଚାଟିଙ୍ଗ ଅପଶନ୍‌ ଓ ଆକର୍ଷଣୀୟ ଇଣ୍ଟରଫେସ ୟୁଜର୍ସଙ୍କୁ ପସନ୍ଦ ଆସିବ ବୋଲି ରେଡ୍ଡୀ କହିଛନ୍ତି। The post ଆଲାପ୍‌ ଆପ୍‌ ଲୋକାର୍ପଣ appeared first on Dharitri Odia News .

କ୍ରମାଗତ ହ୍ରାସ ପାଉଛି ସୁନା, ରୁପା ଦର

ଭୁବନେଶ୍ୱର,୩୧।୧: ଗତ ଏକ ସପ୍ତାହ ହେବ କ୍ରମାଗତ ଭାବେ ଦେଶରେ ସୁନା ଓ ରୁପା ଦର ହ୍ରାସ ପାଉଛି। ଏମ୍‌ସିଏକ୍ସରେ ସୁନା ଦର ଶନିବାର ୦.୩୩ % ହ୍ରାସ ଘଟି ୧୦ ଗ୍ରାମ ସୁନା ପିଛା ୪୮,୭୦୨ ଟଙ୍କା ଦେବାକୁ ପଡୁଛି। ସେହିଭଳି ରୁପା ଦର ମଧ୍ୟ ୧% ହ୍ରାସ ଘଟି କିଲୋ ପିଛା ୬୫,୮୬୬ ଟଙ୍କାରେ ରହିଛି। ଶୁକ୍ରବାର ସୁନା ଦରରେ ୦.୧୧% ଏବଂ ରୁପାରେ ୦.୬୪% ହ୍ରାସ ଘଟିଛି। ଗତ ଅଗଷ୍ଟରେ ସୁନା ଦର ରେକର୍ଡ ୫୬,୩୦୦ ଟଙ୍କା ରହିଥିଲା। ସେହି ମୂଲ୍ୟ ତୁଳନାରେ ସୁନା ଦର ବର୍ତ୍ତମାନ ପ୍ରାୟ ୭,୫୦୦ ଟଙ୍କା କମ୍‌ ହୋଇଛି। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଶନିବାର ସୁନା ଦର ୦.୩ % ହ୍ରାସ ଘଟି ଆଉନ୍ସ ପିଛା ୧୮୩୯.୨୧ ଡଲାର ରହିଛି। ସେହିପରି ରୁପା ଦର ମଧ୍ୟ ୦.୨% ହ୍ରାସ ଘଟି ଆଉନ୍ସ ପିଛା ୨୫.୧୮ ଡଲାର ରହିଛି। ଅନ୍ୟପକ୍ଷେ ପ୍ଲାଟିନମ୍‌ ଦର ୦.୨% ହ୍ରାସ ପାଇ ୧୦୬୩.୭୬ ଡଲାର ରହିଛି। ୨୦୨୦ରେ ବିଶ୍ବରେ ସୁନା ଚାହିଦା ଗତ ୧୧ ବର୍ଷ ମଧ୍ୟରେ ସବୁଠୁ କମ୍‌ ରହିଛି ବୋଲି ୱାଲର୍‌ଡ ଗୋଲ୍ଡ କାଉନସିଲ୍‌ ରିପୋର୍ଟରୁ ଜଣାପଡିଛି। ଗତବର୍ଷ ବିଶ୍ବରେ ସୁନାର ଚାହିଦା ୨୦୧୯ ତୁଳନାରେ ୧୪% ହ୍ରାସ ଘଟି ୩୭୫୯.୬ ଟନ୍‌ ରହିଛି। ୨୦୦୯ ଠାରୁ ପ୍ରଥମ ଥର ପାଇଁ ସୁନାର ଚାହିଦା ୪ ହଜାର ଟନ୍‌ ତଳେ ରହିଛି। ଭୁବନେଶ୍ବରରେ ମଧ୍ୟ ସୁନା ଓ ରୁପା ଦର ହ୍ରାସ ପାଇଛି। ଗତ ସପ୍ତାହ ମଧ୍ୟରେ ୨୨ କ୍ୟାରେଟ୍‌ ସୁନା ଦର ପାଖାପାଖି ୧୩୦୦ ଟଙ୍କା ହ୍ରାସ ପାଇଛି। ଶନିବାର କେତେକ ପ୍ରମୁଖ ଶ...

ଚୂଡ଼ାନ୍ତ ପର୍ଯ୍ୟାୟରେ କପିଳାସ ଭକ୍ତନିବାସ

ଢେଙ୍କାନାଳ ଅଫିସ, ୩୧।୧: ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁଙ୍କ ରହଣି ସୁବିଧା ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟରେ ଚାଲିଥିବା ଭକ୍ତ ନିବାସ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା ଜାଗର ଯାତ୍ରା ପୂର୍ବରୁ ଏହାକୁ ଲୋକାର୍ପିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି, ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଶନିବାର ନିର୍ମାଣାଧୀନ ଭକ୍ତ ନିବାସ ସମେତ ଶୌଚାଳୟ ବ୍ୟବସ୍ଥା ପରିଦର୍ଶନ କରିଥିଲେ। ପ୍ରସିଦ୍ଧ କପିଳାସ ପୀଠରେ ସ୍ବଳ୍ପଖର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ରହିବା ଲାଗି କୌଣସି ସୁବିଧା ନ ଥିଲା। ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ହଇରାଣ ହେଉଥିଲେ। ବହୁବାର ଦୃଷ୍ଟି ଆକର୍ଷଣ କରିବା ପରେ ଜିଲା ପ୍ରଶାସନର ସହାୟତାରେ ଦେବୋତ୍ତର ବିଭାଗ ପକ୍ଷରୁ ଭକ୍ତ ନିବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। କପିଳାସ ପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନୁମୋଦିତ ୧ କୋଟି ଟଙ୍କା ଅନୁଦାନରୁ ଭକ୍ତ ନିବାସ, ମହିଳା ଓ ପୁରୁଷଙ୍କ ପାଇଁ ପୃଥକ୍‌ ଶୌଚାଳୟ ନିର୍ମାଣ ଚାଲିଛି। ଶୌଚାଳୟ ନିର୍ମାଣ ଲାଗି ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି ଭକ୍ତ ନିବାସରେ ପ୍ରାୟ ୧୦୦ଜଣ ଯାତ୍ରୀ ରହିବା ସୁବିଧା କରାଯାଉଛି। ଏ ସଂକ୍ରାନ୍ତରେ ଜ...

ଅଭ୍ୟାସ କଲେ ଷ୍ଟୋକ୍ସ, ଆର୍ଚର, ବର୍ଣ୍ଷ

ଚେନ୍ନାଇ,୩୧।୧: ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ, ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ରିଜର୍ଭ ଓପନର ରୋରି ବନର୍‌ସ ଶନିବାର ପ୍ରଥମଥର ପାଇଁ ଅଭ୍ୟାସ କରିଛନ୍ତି। ୬ ଦିନର ହାର୍ଡ କ୍ୱାରାଣ୍ଟାଇନ୍‌ ପରେ ସ୍ଥାନୀୟ ଚିପକ ଷ୍ଟାଡିୟମରେ ପ୍ରଥମ ଟ୍ରେନିଂ ସେସନରେ ଏହି ଖେଳାଳିମାନେ ଝାଳ ବୁହାଇଛନ୍ତି। ସେପଟେ ଇଂଲଣ୍ଡ ଦଳର ଅନ୍ୟ ଖେଳାଳିମାନେ ସେମାନଙ୍କର ଦ୍ୱିତୀୟ କୋଭିଡ୍‌-୧୯ ଟେଷ୍ଟ କ୍ଲିୟର କରିଛନ୍ତି। ଅଭ୍ୟାସ କରିଥିବା ଏହି ୩ ଖେଳାଳି ଶ୍ରୀଲଙ୍କା ଗସ୍ତରେ ସାମିଲ ନ ଥିଲେ। ଅତ୍ୟଧିକ କାର୍ଯ୍ୟଭାର ପାଇଁ ଷ୍ଟୋକ୍ସ ଓ ଆର୍ଚରଙ୍କୁ ବିଶ୍ରାମ ଦିଆଯାଇଥିଲା। ତେବେ ବନର୍‌ସ ନିଜର ପ୍ରଥମ ସନ୍ତାନ ଜନ୍ମ ପାଇଁ ପିତୃତ୍ୱ ଛୁଟିରେ ରହିଥିଲେ। ତେଣୁ ଅନ୍ୟମାନଙ୍କ ପୂର୍ବରୁ ଏହି ୩ ଖେଳାଳି ଆଗୁଆ ଭାରତ ଆସି ସେମାନଙ୍କର ୩ଟି ଆରଟି- ପିସିଆର ଟେଷ୍ଟ କ୍ଲିୟର କରି ଅଭ୍ୟାସ କରିବାର ସୁଯୋଗ ପାଇଛନ୍ତି। ଆର୍ଚର, ବନର୍‌ସ ଓ ଷ୍ଟୋକ୍ସ ଆଗାମୀ ୩ ଦିନ ସକାଳେ ଅଭ୍ୟାସ କରିବେ। ଅଭ୍ୟାସ ପାଇଁ ଏମାନଙ୍କୁ ଦୁଇଘଣ୍ଟା ସମୟ ଦିଆଯାଇଛି। ସମ୍ପୂର୍ଣ୍ଣ ଇଂଲଣ୍ଡ ଦଳ ଶୁକ୍ରବାର ସେମାନଙ୍କ ଦ୍ୱିତୀୟ ପିସିଆର କୋଭିଡ୍‌-୧୯ ଟେଷ୍ଟ କରାଇଛନ୍ତି। ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି। ଆସନ୍ତା ୨ ତାରିଖରୁ ସମ୍ପୂର୍ଣ୍ଣ ଇଂଲଣ୍ଡ ଦଳ ଟ୍ରେନିଂ ଆରମ୍ଭ କରିବ। ୫ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। The post ଅ...

ଏମ୍‌ଜିଏମ୍‌ ଓଡ଼ିଶା ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌ର ସହଜ ବିଜୟ

ଭୁବନେଶ୍ୱର,୩୧।୧(ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଏମ୍‌ଜିଏମ୍‌ ଓଡ଼ିଶା ମହିଳା ଟି୨୦ ଲିଗ୍‌ରେ ଓଡ଼ିଶା ରେଡ୍‌ ଶନିବାର ୫୯ଟି ବଲ ବାକି ରଖି ୧୦ ଉଇକେଟରେ ଓଡ଼ିଶା ୟେଲୋକୁ ଅତି ସହଜରେ ପରାସ୍ତ କରିଛି। ଟୁର୍ନାମେଣ୍ଟର ୧୭ତମ ମ୍ୟାଚ୍‌ରେ ୟେଲୋ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୮୯ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ସଙ୍ଗୀତା ଖାଡିଆ ୩୨, ପ୍ରିୟଙ୍କା ସାହୁ ୨୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ରେଡ୍‌ ତରଫରୁ ସୋନାଲି ହେମ୍ବ୍ରମ ୨, ସ୍ବର୍ଣ୍ଣଲତା ନାୟକ ଓ ପ୍ରୀତି ପ୍ରିୟଦର୍ଶନୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ବ୍ୟାଟିଂ ଆରମ୍ଭ କରି ରେଡ୍‌ ୧୦.୧ ଓଭରରେ ୯୩ ରନ କରି ବିଜୟୀ ହୋଇଛି। ଦୁଇ ଓପନର ମାଧୁରୀ ମେହେଟା ୪୯(୩୬ ବଲ) ଓ କାଜଲ ଜେନା ୪୨ (୨୫ ବଲ) ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ମାତ୍ର ୮ ରନ ଦେଇ ଗୋଟିଏ ଉଇକେଟ ଅକ୍ତିଆର କରିଥିବା ରେଡ୍‌ର ସ୍ବର୍ଣ୍ଣଲତା ନାୟକଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଦସ୍ୟ ଅନୁପ୍‌ କୁମାର ପାତ୍ର ଓମ୍ୟାନ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ଭାଓଲେଟ୍‌ ୬ ଉଇକେଟରେ ବିଜୟୀ କିଟ୍‌ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ଓଡ଼ିଶା ଭାଓଲେଟ୍‌ ୪୫ଟି ବଲ ବାକି ରଖି ୬ ଉଇକେଟରେ ଓଡ଼ିଶା ପର୍ପଲକୁ ସହଜରେ ହରାଇଛି। ଟୁର୍ନାମେଣ୍ଟର ୧୮ତମ ମ୍ୟାଚ୍‌ରେ ଟସ୍‌ ଜିତି ଭାଓ...

ଏସିସି ଅଧ୍ୟକ୍ଷ ଭାବେ ଜୟ ଶାହା ନିର୍ବାଚିତ

ନୂଆଦିଲ୍ଲୀ,୩୧।୧(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହାଙ୍କୁ ଆଉ ଏକ ନୂଆ ଗୁରୁଦାୟିତ୍ୱ ମିଳିଛି। ସେ ଏସିଆନ୍‌ କ୍ରିକେଟ କାଉନସିଲ (ଏସିସି)ର ଅଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ନାଜମୁଲ ହାସନ ପାପୋନଙ୍କ ସ୍ଥାନରେ ସେ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବେ। ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂ ଧୂମାଲ ଏ ନେଇ ଟୁଇଟରରେ ସୂଚନା ଦେଇଛନ୍ତି। ଏଥିପାଇଁ ସେ ଜୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ନେତୃତ୍ୱରେ ଏସିସି ସଫଳତାର ଶୀର୍ଷକୁ ଛୁଇଁବ ଓ ଏସିଆର କ୍ରିକେଟରମାନେ ନିଶ୍ଚିତ ଲାଭବାନ ହୋଇପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି। ଏସିଆ କପ୍‌ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଏସିସିକୁ ଦାୟିତ୍ୱ ପ୍ରଦାନ କରାଯାଇଥାଏ। କୋଭିଡ୍‌-୧୯ ପାଇଁ ଏସିଆ କପ୍‌ର ୨୦୨୦ ସଂସ୍କରଣ ଆସନ୍ତା ଜୁନ୍‌ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପ୍ରଥମେ ପାକିସ୍ତାନ ଏସିଆ କପ୍‌ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ବର୍ତ୍ତମାନ ଏହି ଟୁର୍ନାମେଣ୍ଟ ଶ୍ରୀଲଙ୍କା କିମ୍ବା ବାଂଲାଦେଶରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। The post ଏସିସି ଅଧ୍ୟକ୍ଷ ଭାବେ ଜୟ ଶାହା ନିର୍ବାଚିତ appeared first on Dharitri Odia News .

ଆଇ- ଲିଗ୍‌: ଆଇଜଲ ଏଫ୍‌ସି ବିଜୟୀ

କୋଲକାତା,୩୧।୧(ପି.ଟି.): ସ୍ଥାନୀୟ ମୋହନ ବାଗାନ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ଆଇ- ଲିଗ୍‌ର ଏକ ମ୍ୟାଚ୍‌ରେ ଆଇଜଲ ଏଫ୍‌ସି ୨-୧ ଗୋଲରେ ନେରେକା ଏଫ୍‌ସିକୁ ପରାସ୍ତ କରିଛି। ଆଇଜଲ ତରଫରୁ ପିସି ଲାଲଡିନପୁଇଆ ୩୭ତମ ମିନିଟ୍‌ରେ ପ୍ରଥମ ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ନେରେକା ତରଫରୁ ଜୁଡା ଗାର୍ସିଆ ୪୯ତମ ମିନିଟ୍‌ରେ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ। ତେବେ ୫୬ତମ ମିନିଟ୍‌ରେ ଏମ୍‌ସି ମାଲସମଜୁଆଲା ଗୋଲ ଦେଇ ଆଇଜଲକୁ ଜିତାଇଥିଲେ। ଏହି ବିଜୟ ସହ ଆଇଜଲ ୪ଟି ମ୍ୟାଚ୍‌ ଖେଳି ୨ ବିଜୟ, ଗୋଟିଏ ଲେଖାଏ ଡ୍ର ଓ ପରାଜୟ ସହ ୭ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ନେରୋକା ୪ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ୨ଟି ପରାଜୟ ସହ ୪ ପଏଣ୍ଟ ପାଇ ତାଲିକାର ଦଶମ ସ୍ଥାନରେ ରହିଛି। ଗୋକୁଳମ କେରଳ- ରିୟଲ କାଶ୍ମୀର ମ୍ୟାଚ୍‌ ଡ୍ର ସେହିପରି ଶନିବାର ଗୋକୁଳମ କେରଳ ଓ ରିୟଲ କାଶ୍ମୀର ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ ଗୋଲଶୂନ୍ୟ ଭାବେ ଶେଷ ହୋଇଛି ଓ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ୭ ପଏଣ୍ଟ ପାଇ କେରଳ ଚତୁର୍ଥ ସ୍ଥାନରେ ରହିଥିବା ବେଳେ କାଶ୍ମୀର ୬ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ରହିଛି। The post ଆଇ- ଲିଗ୍‌: ଆଇଜଲ ଏଫ୍‌ସି ବିଜୟୀ appeared first on Dharitri Odia News .

ମୋଦିଙ୍କ ୮ମ ବଜେଟ

ଆକାର ପଟେଲ ଉପସ୍ଥାପନ ହେବାକୁ ଯାଉଛି ମୋଦି ସରକାରଙ୍କ ୮ମ ବଜେଟ। ଚଳିତ ଆଥିର୍କବର୍ଷ ଅର୍ଥାତ୍‌ ଏପ୍ରିଲ ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ସାମଗ୍ରୀ ଓ ସେବାର ମୋଟ ଘରୋଇ ଉତ୍ପାଦ (ଜିଡିପି) ଏପ୍ରିଲ ୨୦୨୦ରୁ ମାର୍ଚ୍ଚ ୨୦୨୧ର ଜିଡିପି ତୁଳନାରେ ୧୧% ଅଧିକ ହେବ ବୋଲି କୁହାଯାଉଛି। ଅଭିବୃଦ୍ଧି ୬% ହେବ ଏହି ତଥ୍ୟ ଗତ ବର୍ଷ ଆର୍ଥିକ ସର୍ଭେରେ ପ୍ରକାଶ କରାଯାଇଥିଲା। କିନ୍ତୁ ଏହା ପରିବର୍ତ୍ତେ ଅଭିବୃଦ୍ଧି -୭.୭% ହେଲା। ଆସନ୍ତା ବର୍ଷ ସରକାର ପୁଣି କହିବେ ଯେ, ଭାରତ ହେଉଛି ବିଶ୍ୱର ‘ସବୁଠୁ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା’। ଏଭଳି କହିବା ପଛରେ ବି କାରଣ ରହିଛି। ଏବର ନକାରାମତ୍କ ଅଭିବୃଦ୍ଧିରେ ସୁଧାର ଆସି ୨୦୧୯ରୁ ୨୦୨୨ ଦୁଇ ଆର୍ଥିକ ବର୍ଷରେ ଆମେ ପ୍ରାୟ ୨.୨%ର ମଧ୍ୟମ ଧରଣର ଅଭିବୃଦ୍ଧି ହାସଲ କରିସାରିଥିବା। ହେଲେ ଅଭିବୃଦ୍ଧି ନକାରାମତ୍କରୁ ସକାରାମତ୍କ ହେବା ମରୀଚିକା ସଦୃଶ। କାରଣ ଆମର ନୈରାଶ୍ୟଜନକ ଅଭିବୃଦ୍ଧିର ରେକର୍ଡ ରହିଛି। ବାସ୍ତବରେ ଆଶା କରାଯାଉଥିବା ଅଭିବୃଦ୍ଧି ହାସଲ ହୋଇପାରିବ ନାହିଁ। ଚଳିତ ସପ୍ତାହରେ ସରକାର କହିଲେ ଯେ, ୨୦୧୯-୨୦ର ଅଭିବୃଦ୍ଧି ୪.୨% ଥିଲା। ଏହା ମଧ୍ୟ ପୂର୍ବରୁ ବି କହିଥିଲେ। କିନ୍ତୁ ବାସ୍ତବରେ ତାହା ଥିଲା ୪%। ଏହାହିଁ ପ୍ରକୃତ ଧାରା,ଯେଉଁଥିରେ ଆମେ ଚାଲିଛୁ। ସତ କହିବାକୁ ଗଲେ ଏହା ୪%ଠାରୁ ବି କମ୍‌ ରହିଥିଲା। ମୁଖ୍ୟ କଥା ହେଉଛି, ଏହା ମୋଦିଙ୍କ ୮ମ ବଜେଟ। ବଡ଼ ସଫଳତା କି ବୃହତ୍‌ ଯୋଜନ...

ଆସାମରେ ଏସ୍‌ଟିସି ଉଦ୍‌ଘାଟନ କଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ,୩୧।୧(ପି.ଟି.): ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲଙ୍କ ଉପସ୍ଥିତିରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶନିବାର ଆସାମର ନର୍ଥ ଲକ୍ଷ୍ମୀପୁର ଟାଉନ୍‌ସ୍ଥିତ ସୋଲାଲ ଗାଓଁରେ ସାଇ ଟ୍ରେନିଂ ସେଣ୍ଟର (ଏସ୍‌ଟିସି) ଉଦ୍‌ଘାଟନ କରିଛନ୍ତି। ଏହି ଟ୍ରେନିଂ ସେଣ୍ଟରରେ ଆଥ୍‌ଲେଟଙ୍କ ପାଇଁ ହଷ୍ଟେଲ ଓ ମଲ୍ଟି ସ୍ପୋଟର୍‌ସ ଇନ୍‌ଡୋର ହଲ୍‌ ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଏସ୍‌ଟିସିରେ ଆଥଲେଟମାନେ ଓ୍ବେଟଲିଫ୍ଟିଙ୍ଗ୍‌ ଓ ବକ୍ସିଂ ପାଇଁ ଭିତ୍ତିଭୂମି ପାଇ ପାରିବେ। ଦେଶର ଉତ୍ତର ପୂର୍ବାଞ୍ଚଳର ଲୋକମାନେ ପାରମ୍ପରିକ ଭାବେ କ୍ରୀଡ଼ାପ୍ରେମୀ ରହିଥାନ୍ତି। ଏଠାରେ ଲୋକମାନେ ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରିଥାନ୍ତି। ଏହି ଅଞ୍ଚଳର ଯୁବ ଖେଳାଳିମାନେ ଭବିଷ୍ୟତରେ ଦେଶ ପାଇଁ ଗୌବ ଆଣିଦେବେ। ଉତ୍ତରପୂର୍ବାଞ୍ଚଳକୁ କ୍ରୀଡ଼ାର ଏକ ପେଣ୍ଠସ୍ଥଳୀରେ ପରିଣତ କରିବାକୁ ସରକାର ସବୁ ପ୍ରକାର ପ୍ରୟାସ ଜାରି ରଖିବେ ବୋଲି ରିଜିଜୁ କହିଛନ୍ତି। ଏହି ଅବସରରେ ସୋନୋଓ୍ବାଲ ଫିଟ୍‌ ଇଣ୍ଡିଆ ଫିଟ୍‌ନେସ ପ୍ରୋଟୋକଲ ଲଞ୍ଚ୍‌ କରିଥିଲେ। ଉଲ୍ଲେଖଥାଉ କି, ଆସାମରେ ଶିବ ଥାପ୍ପା, ଲୋଭଲିନା ବୋରେଗୋହେନ ଓ ଜମୁନା ବୋରୋଙ୍କ ଭଳି ବକ୍ସର ସୃଷ୍ଟି ହୋଇଛନ୍ତି। ଏହି ହଷ୍ଟେଲରେ ୭୦ଜଣ ଆଥଲେଟ ରହିପାରିବେ। ରେସିଡେନ୍ସିଆଲ ବ୍ୟବସ୍ଥାରେ ବାଳିକା ଓ ବୋର୍ଡିଂ ବ୍ୟବସ୍ଥାରେ ବାଳକମାନେ ରହିପାରିବେ। The post ଆସାମରେ ଏସ୍‌ଟିସି ଉଦ୍‌ଘାଟନ କଲେ କ୍ରୀଡ...

ଟିକା ପରେ ବି ଟିକେ ଅପେକ୍ଷା କର

ସହଦେବ ସାହୁ ଲୋକେ ଟିକା ନେଲେଣି, ଏଣିକି ଯୁଆଡ଼େ ସିଆଡ଼େ ଯିବା-ଏମିତି ନିରାପଦ ଅବସ୍ଥା ଆସିଗଲା ବୋଲି ଭାବନ୍ତୁ ନାହିଁ। ଏବେ ଡାକ୍ତର ଡାକ୍ତରାଣୀ ତ ଟିକା ନେଲେଣି, ସ୍ବାସ୍ଥ୍ୟ ସେବକ ସେବିକାମାନେ ଟିକା ନେଇ ସାରିଲେଣି, ତେଣୁ ସେମାନଙ୍କ ସାଙ୍ଗରେ ମିଶିବା ତ? କିଛିଦିନ ଭିତରେ ଜେଜେମା’ ଜେଜେବାପା କି ଆଈ ଅଜା ବି ଟିକା ନେଇ ସାରିଥିବେ, ତା’ ପରେ ଆମ ମା’ ବାପା, ଶାଶୁ ଶ୍ୱଶୁର ଟିକା ନେବେ। ଏଥର ଛୁଟି କଟାଇବାକୁ ବିମାନରେ ଯିବା ତ! ଟିକା ନେଇଥିବା ଲୋକଙ୍କ ସାଙ୍ଗରେ ମିଶିଲେ କ୍ଷତି ଅଛି କି ? ଯୁବତୀ ଯୁବକମାନେ ଟିକା ନେବାକୁ ବର୍ଷେ ପାଖାପାଖି ଲାଗିଯିବ, ଟିକା ନେଇ ନ ଥିବା ଲୋକ ଟିକା ନେଇଥିବା ଡାକ୍ତର ଓ ସେବକମାନଙ୍କ ସହ ପାଖାପାଖି ବସିପାରିବୁ କି? ପିଲାମାନେ ଟିକା ନେବାର ବେଳ କେବେ ଆସିବ ଜଣାନାହିଁ, ନିକଟ ଭବିଷ୍ୟତରେ ଟିକା ନେବେ ନାହିଁ, କାରଣ ପିଲାମାନଙ୍କ ଉପରେ ଏ ଟିକା ପରୀକ୍ଷିତ ହୋଇନାହିଁ, ଫଳ କ’ଣ ହେବ ଜଣାନାହିଁ। ଏତିକି ଜଣାପଡିଛି ଯେ, ପିଲାମାନଙ୍କଠାରେ କରୋନା ଭୂତାଣୁର ପ୍ରତିକୂଳ ପ୍ରଭାବ ବେଶି କିଛି ପଡ଼ୁନାହିଁ। ପିଲାମାନଙ୍କ ଦେହରେ ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ବେଶ୍‌ କାମ କରୁଛି। କରୋନାକୁ ରୋକିପାରୁଛି । ଏବେ ସେମାନଙ୍କୁ ଟିକା ଦିଆଯିବ ନାହିଁ ା ଜେଜେମା’ ଜେଜେବାପା କି ଆଈ ଅଜାଙ୍କ କୋଳରେ ନାତୁଣୀ ନାତିମାନେ ଖେଳିପାରିବେନି କି ? ପିଲାମାନେ ବିକଳ ହେଲେଣି ସେମାନଙ୍କ କୋଳରେ କେବେ ବସିବେ।...

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇକୁ ହରାଇଲା ନର୍ଥଇଷ୍ଟ

ବାମ୍ବୋଲିମ୍‌, ୩୧।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ୨-୧ ଗୋଲରେ ଟେବୁଲ ଟପ୍ପର ମୁମ୍ବାଇ ସିଟି ଏଫ୍‌ସିକୁ ପରାସ୍ତ କରିଛି। ଏଥିସହିତ ନର୍ଥଇଷ୍ଟ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ମୁମ୍ବାଇର କ୍ରମାଗତ ୧୨ଟି ମ୍ୟାଚ୍‌ର ଅପରାଜେୟ ଧାରାରେ ବ୍ରେକ୍‌ ଲାଗିଛି। ସ୍ଥାନୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ମାତ୍ର ୩ ମିନିଟ୍‌ ମଧ୍ୟରେ ନର୍ଥଇଷ୍ଟର ଡେଶୋର୍ନ ବ୍ରାଉନ୍‌ ୨ଟି ଗୋଲ ସ୍କୋର କରି ପ୍ରଥାମାର୍ଦ୍ଧରେ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ବ୍ରାଉନ ଷଷ୍ଠ ଓ ଦଶମ ମିନିଟ୍‌ରେ ଦୁଇଟି ଗୋଲ ଦେଇଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ମୁମ୍ବାଇର ଆଡାମ ଲେ ଫୋଣ୍ଡ୍ରେ ୮୫ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ମ୍ୟାଚ୍‌କୁ ଫେରାଇଥିଲେ। ଇଞ୍ଜୁରି ଟାଇମ ବାବଦରେ ୬ ମିନିଟ୍‌ ଖେଳ ହୋଇଥିଲେ ମଧ୍ୟ ଗୋଲ ସମ୍ଭବ ହୋଇ ନ ଥିଲା। ଫଳରେ ନର୍ଥଇଷ୍ଟ ବାଜି ମାରିଥିଲା। ମ୍ୟାଚ୍‌ରେ କିନ୍ତୁ ମୁମ୍ବାଇ ଅପେକ୍ଷାକୃତ ଭଲ ଖେଳି ପ୍ରଭାବ ବିସ୍ତାର କରିଥିଲା। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ନର୍ଥ ଇଷ୍ଟଠାରୁ ମୁମ୍ବାଇ ଯଥେଷ୍ଟ ଆଗରେ ରହିଥିଲା। ଏହି ବିଜୟ ସହ ନର୍ଥଇଷ୍ଟ ୧୪ଟି ମ୍ୟାଚ୍‌ ଖେଳି ୫ ବିଜୟ, ୬ ଡ୍ର ଓ ୩ ପରାଜୟ ସହ ୨୧ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ପରାସ୍ତ ହୋଇଥିଲେ ମଧ୍ୟ ମୁମ୍ବାଇ ୧୪ଟି ମ୍ୟାଚ୍‌ ଖେଳି ୯ ବ...

ଉଦାରବାଦୀ ବିଦ୍ୱାନ୍‌

ଭାରତୀୟ ଧର୍ମୀୟଧାରାକୁ ଦେଖିଲେ ପ୍ରତ୍ୟେକ ଧର୍ମରେ ରକ୍ଷଣଶୀଳ ଚିନ୍ତାଧାରାକୁ ଅନେକେ ଗ୍ରହଣ କରିଥାଆନ୍ତି। କିନ୍ତୁ କେତେକେ ସେହି ଶଗଡ଼ଗୁଳାରେ ନ ଯାଇ ବାସ୍ତବବାଦୀ ଆଭିମୁଖ୍ୟ ନେଇଥାଆନ୍ତି। ମଣିଷର ଜୀବନଧାରାକୁ ଏଭଳି ବ୍ୟକ୍ତି ଧର୍ମଠାରୁ ଊର୍ଦ୍ଧ୍ୱରେ ଦେଖୁଥିବାରୁ ସେମାନେ ଉଦାହରଣ ପାଲଟିଥାଆନ୍ତି। ନିକଟରେ ଭାରତ ସରକାରଙ୍କ ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମବିଭୂଷଣ’ ପାଇବା ଲାଗି ୭ ଜଣଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ମୌଲାନା ଓ୍ବାହିଦୁଦ୍ଦିନ୍‌ ଖାନ୍‌ଙ୍କୁ ଆଧ୍ୟାତ୍ମବାଦ ଲାଗି ମନୋନୀତ କରାଯାଇଛି। ଏହି ଇସ୍‌ଲାମୀୟ ବିଦ୍ୱାନ୍‌ ଗତାନୁଗତିକ ଧାରାରୁ ଉପରକୁ ଉଠି ବହୁ ସଂସ୍କାରମୂଳକ ପଦକ୍ଷେପ ନେଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଅଧିକ ଉଜ୍ଜ୍ୱଳ ହୋଇଛି। ଭାରତୀୟ ଇସ୍‌ଲାମୀୟ ବିଦ୍ୱାନ୍‌ ତଥା ଶାନ୍ତିକାମୀ ବ୍ୟକ୍ତି ଭାବେ ପରିଚିତ ଓ୍ବାହିଦୁଦ୍ଦିନ୍‌ ଉତ୍ତରପ୍ରଦେଶ ଆଜମଗଡ଼ ଜିଲାର ବାଢରିଆଠାରେ ୧ ଜାନୁୟାରୀ ୧୯୨୫ରେ ଜନ୍ମଗ୍ରହଣ କରିଥିଲେ। ଧର୍ମଗ୍ରନ୍ଥ ‘କୋରାନ୍‌’ର ସେ ସରଳ ଭାଷାନ୍ତର କରିଛନ୍ତି। ତାହା ଇଂଲିଶ ଭାଷାରେ ଅନୁବାଦିତ ହେବା ପରେ ଚାରିଆଡ଼େ ଆଦୃତ ହୋଇଛି। ଇସ୍‌ଲାମରେ ମହିଳାଙ୍କ ଅଧିକାର, ତତ୍‌କ୍ଷଣାତ୍‌ ଟ୍ରିପଲ୍‌ ତଲାକ୍‌, ଜେହାଦ, ଆତଙ୍କବାଦ ଓ ପରିବାର କଲ୍ୟାଣ (ଫାମିଲ୍‌ ପ୍ଲାନିଂ) ଆଦି ଅତି ବିବାଦୀୟ ବିଷୟ ଉପରେ ୯୬ ବର୍ଷୀୟ ଖାନ୍‌ଙ୍କ ସୁଚିନ୍ତିତ ମତ ଯୁକ୍ତିସଙ୍ଗତ ମନେହୋଇଛି।...

ଏଇ ଭାରତରେ

ନୂଆ ନୂଆ ଜିନିଷ ଗଢ଼ିବାରେ ଏବେ ଯୁବଶକ୍ତି ବେଶ୍‌ ଆଗକୁ ଯାଇପାରିଛନ୍ତି, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ମଣିଗନ୍ଦନ କୁମାରାପ୍ପାନ ଏବଂ ତାଙ୍କ ଟିମ୍‌ ଷ୍ଟାର୍ଟଅପ୍‌ ମାଧ୍ୟମରେ ନଡ଼ିଆପତ୍ରରୁ ଷ୍ଟ୍ର ତିଆରି କରୁଛନ୍ତି। ପ୍ଲାଷ୍ଟିକ ଷ୍ଟ୍ର ଜନିତ ପରିବେଶ ପ୍ରଦୂଷଣ ଦୂର କରିବା ଲାଗି ସେ କର୍ପୋରେଟ ଚାକିରି ଛାଡ଼ି ୨୦୧୬ରେ ଏହି ଷ୍ଟାର୍ଟଅପ୍‌ ଆରମ୍ଭ କରିଥିତ୍ଲେ। ନଡ଼ଆବାହୁଙ୍ଗା ପଡ଼ିବା ପରେ ସେଥିରୁ ପତ୍ର ସଂଗ୍ରହ କରାଯାଇ ଏହି ଷ୍ଟ୍ର ପ୍ରସ୍ତୁତ କରାଯାଉଛି। ଗ୍ରାମାଞ୍ଚଳରୁ ଏହି ପତ୍ର ସଂଗ୍ରହ କରାଯାଇ ସେଠାକାର ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଷ୍ଟ୍ର ତିଆରି କାମରେ ଲଗାଯାଇଛି। ପତ୍ରକୁ ସଫାକରି ଷ୍ଟେରିଲାଇଜ କରାଯିବା ପରେ ବିଭିନ୍ନ ପଦ୍ଧତିରେ ସେଥିରୁ ୪ ଇଞ୍ଚରୁ ୧୨ ଇଞ୍ଚ ଲମ୍ବର ଷ୍ଟ୍ର ତିଆରି ହେଉଛି। ଗରମ ପାନୀୟରେ ୩୦ ମିନିଟ୍‌ ଓ ଥଣ୍ଡା ପାନୀୟରେ ଏହା ୬ ଘଣ୍ଟା ଯାଏ ଅକ୍ଷତ ଅବସ୍ଥାରେ ରହିପାରୁଛି। ଷ୍ଟ୍ରର ଦାମ୍‌ ୧.୫ ଟଙ୍କାରୁ ୩ ଟଙ୍କା ଯାଏ ରହୁଛି। କେବଳ ଏତିକି ନୁହେଁ,କୃଷି ବର୍ଜ୍ୟରୁ କୁମାରାପ୍ପାନ ଲାଭଜନକ ଜିନିଷ ତିଆରି କରୁଛନ୍ତି। ଏଥିରେ ଗ୍ରମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। The post ଏଇ ଭାରତରେ appeared first on Dharitri Odia News .

ଏହି ସ୍ଥାନରେ ଶୁଟିଂ ହେବ ସଲମାନଙ୍କ ‘ଟାଇଗର-୩’, ଯେଉଁଠି ଆଜିପର୍ଯ୍ୟନ୍ତ କୌଣସି ବଲିଉଡ୍‌ ଫିଲ୍ମ ହୋଇନାହିଁ

ମୁମ୍ବାଇ: ଗୋଟିଏ ଥିଲା ସୁପରହିଟ୍‌ ‘ଟାଇଗର’। ପରେ ସଲମାନଙ୍କ ଆଉ ଏକ ‘ଟାଇଗର’ ଜୀବନ୍ତ ହୋଇ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଲଗାତର ଦୁଇ ଦୁଇଟି ଫିଲ୍ମ ହିଟ୍‌ ହେବା ପରେ ନିର୍ମାତା ଆଉ ଏକ ଟାଇଗର ନିର୍ମାଣ ପାଇଁ ଆଗେଇ ଆସିଛନ୍ତି। ଏବେ ସଲମାନଙ୍କ ‘ଟାଇଗର-୩’କୁ ନେଇ ଚର୍ଚ୍ଚା ହେଉଛି। କୁହାଯାଉଛି, ସଲମାନ ଚଳିତବର୍ଷ ମାର୍ଚ୍ଚରେ ଏକ ବଡ଼ ବଜେଟରେ ଫିଲ୍ମ କାମ ଆରମ୍ଭ କରିବେ। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ସଲମାନଙ୍କ ଫିଲ୍ମର କିଛି ସିନ୍‌ ମୁମ୍ବାଇରେ ଶୁଟିଂ ହେବ। ଏହା ପରେ ସଲମାନ ସିଧା ମିଡିଲ ଇଷ୍ଟକୁ ଟାର୍ଗେଟ କରିଛନ୍ତି। ଦୁବାଇରେ ଏହାର ଆକ୍ସନ ସିନ୍‌ ଶୁଟିଂ କରାଯିବ। ‘ଟାଇଗର-୩’ରେ ଆକ୍ସନ ଅଧିକ ରହିବ। ଏମିତି ସ୍ଥାନରେ ଶୁଟିଂ କରାଯିବ ଯାହା ବଲିଉଡ୍‌ରେ କୌଣସି ଫିଲ୍ମ ଆଜି ପର୍ଯ୍ୟନ୍ତ ହୋଇନାହିଁ। ମହେଶ ମଞ୍ଜରକରଙ୍କ ଫାଇନାଲର ଶୁଟିଂ ଶେଷ ହେବା ମାତ୍ରେ ସଲମାନ ତାଙ୍କର ସ୍ବତନ୍ତ୍ର ପ୍ରୋଜେକ୍ଟ ଆରମ୍ଭ କରିବେ। ଆସନ୍ତାବର୍ଷ ‘ଟାଇଗର-୩’ ରିଲିଜ୍‌ ହେବ। ପୂର୍ବ ଫିଲ୍ମ ପରି କ୍ୟାଟ୍ରିନା କୈଫ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ତୃତୀୟ ଭାଗରେ ମଧ୍ୟ ସଲମାନ ଏବଂ କ୍ୟାଟ୍ରିନାଙ୍କ ପ୍ରେମକାହାଣୀ ଦେଖିବାକୁ ମିଳିବ। ପୂର୍ବ ଭାଗ ପରି ଏଥର ମଧ୍ୟ ନିର୍ମାତା ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ‘ଟାଇଗର-୩’ର ନିର୍ଦ୍ଦେଶନା ଦେବେ ମନୀଷ ଶର। ଏହି ଫିଲ୍ମରେ ସଲମାନଙ୍କ ଆକ୍ସନ ମୁଖ୍ୟ ଆକର୍ଷଣ ପାଲଟିବ ବୋଲି ଅନୁ...

ଧାନକିଣା ଅନିୟମିତତାରେ ନିଲମ୍ବିତ ହେଲେ ୮ପ୍ୟାକ୍ସ ସମ୍ପାଦକ

ବରଗଡ଼ ଅଫିସ୍‌,୩୧।୧: ବରଗଡ଼ ଜିଲାରେ ଧାନକିଣା ଅନିୟମିତତା ବିଭାଗୀୟ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ୨୦୧୮-୧୯ ରବିଋତୁ ଧାନ କିଣାବିକାରେ ହୋଇଥିବା ଅନିୟମିତତାକୁ ନେଇ ଜିଲାର ୮ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଛି। ସମବାୟ ଉପନିବନ୍ଧକ (ଡିଆର୍‌ସିଏସ୍‌) ଭକ୍ତବନ୍ଧୁ ସାହୁଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ପ୍ୟାକ୍ସ ଦାୟିତ୍ୱରେ ରହିଥିବା ପ୍ରଶାସକମାନେ ସେମାନଙ୍କୁ ନିଲମ୍ବିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଝାରବନ୍ଧ, ଡଭା, ସୋହେଲା, ଚଢ଼େଇଗାଁ, ସତଲମା (ନାରାୟଣ ସେବା ସମବାୟ ସମିତି), ଭୁକ୍ତା ଏବଂ କଟାପାଲି(ବରପାଲି) ପ୍ୟାକ୍ସର ସମ୍ପାଦକମାନେ ରହିଛନ୍ତି। ୨୦୧୮-୧୯ ରବିଋତୁ ଧାନ କିଣାବିକା ଅନୁଧ୍ୟାନ ପାଇଁ ପୂର୍ବରୁ ଏକ ରାଜ୍ୟସ୍ତରୀୟ ସ୍କ୍ବାଡ୍‌ ବରଗଡ଼ ଜିଲାକୁ ଆସି ବିଭିନ୍ନ ପ୍ୟାକ୍ସ ବୁଲି ଦେଖିଥିଲେ ଏବଂ ସେହି ସ୍କ୍ବାଡ୍‌ର ତଦନ୍ତ ରିପୋର୍ଟକୁ ଆଧାର କରି ସମ୍ପୃକ୍ତ ପ୍ୟାକ୍ସ ସମ୍ପାଦକମାନଙ୍କୁ ନିଲମ୍ବନ କରାଯାଇଛି ବୋଲି ଡିଆରସିଏସ୍‌ ସାହୁ କହିଛନ୍ତି। ଆଗକୁ ଜିଲାର ଆହୁରି ପ୍ୟାକ୍ସ ସମ୍ପାଦକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । The post ଧାନକିଣା ଅନିୟମିତତାରେ ନିଲମ୍ବିତ ହେଲେ ୮ପ୍ୟାକ୍ସ ସମ୍ପାଦକ appeared first on Dharitri Odia News .

ଆମେରିକାରେ ଶେଷ ହୋଇଥିଲା ପ୍ରୀତିଙ୍କ ଜୀବନସାଥୀ ସନ୍ଧାନ…

ମୁମ୍ବାଇ, ୩୧।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କୁ ରବିବାର ୪୬ ବର୍ଷ ପୂରଣ ହୋଇଛି। ସେ ୪୭ ବର୍ଷରେ ପାଦଥାପିଛନ୍ତି। ୧୯୭୫ ଜାନୁୟାରୀ ୩୧ରେ ସେ ଶିମଲାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ପ୍ରୀତମ ସିଂ ଜିଣ୍ଟା। ତାଙ୍କୁ ୧୩ ବର୍ଷ ହୋଇଥିବାବେଳେ ପିତା ଦୁର୍ଗାନନ୍ଦ ଜିଣ୍ଟାଙ୍କୁ ହରାଇଥିଲେ। ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଗାନନ୍ଦ ଭାରତୀୟ ସେନାରେ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ପ୍ରୀତି ଜିଣ୍ଟା ବିଦେଶରେ ପାଠପଢ଼ା ଶେଷ କରିବା ପରେ ଫିଲ୍ମ ‘ଦିଲ ସେ’ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ସଫଳ ରହିଥିଲା। ପରବର୍ତ୍ତୀ ସମୟରେ ତାଙ୍କ ଅଭିନୀତ ସୋଲଜର୍‌, ସଂଘର୍ଷ, ମିଶନ କଶ୍ମୀର, ଦିଲ୍‌ ଚାହାତା ହୈ, ଚୋରି ଚୋରି ଚୁପ୍‌କେ ଚୁପ୍‌କେ, ଦିଲ୍‌ ହୈ ତୁହ୍ମାରା, କୋଇ ମିଲ୍‌ ଗୟା, କଲ୍‌ ହୋ ନା ହୋ, ବୀର୍‌ ଜରା, ସଲାମ୍‌ ନମସ୍ତେ, କଭି ଅଲବିଦା ନା କହେନା ଆଦି ଫିଲ୍ମକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ୨୦୦୪ରେ ପ୍ରୀତି ୨ ଥର ନିଶ୍ଚିତ ମୃତ୍ୟୁ ମୁହଁରୁ ରକ୍ଷା ପାଇଥିଲେ। କଲୋମ୍ବୋରେ ଏକ କନସର୍ଟରେ ସେ ଯୋଗଦେଇଥିଲେ। ଏଠାରେ ବିସ୍ଫୋରଣ ହେବାରୁ ପେଣ୍ଡାଲ ଉଡିଯାଇଥିଲା। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ପ୍ରୀତି ରକ୍ଷା ପାଇଥିଲେ। ସେହିପରି ଥାଇଲାଣ୍ଡରେ ଛୁଟି କଟାଉଥିବାବେଳେ ସେଠାରେ ସୁନାମୀ ଆସିଥିଲା। ତେବେ ପ୍ରୀତିଙ୍କର କୌଣସି ...

ଦେଶ ସୀମା ଜଗିବେ ଭଉଣୀ ଭାଇ

ବରଗଡ଼ ଅଫିସ,୩୧।୧: ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଟିହିକିପାଲି ଗ୍ରାମର ରାତ୍ର ବାରିକଙ୍କ ସାନ ଝିଅ ରଶ୍ମିତା ଓ  ପୁଅ ପ୍ରଭାତ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ରେ ଯୋଗ ଦେବାକୁ ମନୋନିତ ହୋଇଛନ୍ତି। ସଦ୍ୟ ପ୍ରକାଶିତ ପରୀକ୍ଷାଫଳରେ ଉଭୟ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ରଶ୍ମିତା ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷାଲାଭ ପରେ କାଦୋବାହାଲ କଲେଜରେ ଯୁକ୍ତ ଦୁଇ ଏବଂ ବିନିକା ସିଦ୍ଧାର୍ଥ କଲେଜରେ ସ୍ନାତକ ଡିଗ୍ରୀ ଶେଷ କରିଛନ୍ତି। ପିଲାବେଳୁ ପୋଲିସରେ ଯୋଗଦେବା ପାଇଁ ଇଚ୍ଛା ରହିଥିଲା। ଏନେଇ ଅଭ୍ୟାସ ଜାରି ରଖି ବିଭିନ୍ନ ପରୀକ୍ଷା ଦେଇଛି। ତେବେ ସେହି ପରୀକ୍ଷାଗୁଡ଼ିକରେ ବିଫଳ ହେଉଥିଲେ ସୁଦ୍ଧା ସଫଳତା ଲକ୍ଷ୍ୟରେ ସବୁବେଳେ ରହିଥିଲି। ସୀମା ସୁରକ୍ଷା ବାହିନୀରେ ଯୋଗଦେବା ପାଇଁ ମୁଁ ଓ ମୋ ଭାଇ ଏକାସାଥୀରେ ମନୋନୀତ ହେବା ପରେ ବହୁତ ଖୁସି ଲାଗୁଛି । ଏଭଳି ସଫଳତା ମିଳିବ ବୋଲି କେବେ ସୁଦ୍ଧା ଭାବି ନ ଥିଲି। ଭଗବାନ ପରିଶ୍ରମର ଫଳ ଦେଲେ। ବର୍ତ୍ତମାନ ସ୍ବପ୍ନ ସାକାର ହେଲା ବୋଲି ଅନୁଭବ କରୁଥିବା ରଶ୍ମିତା କହିଛନ୍ତି। ପ୍ରଭାତ ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ। ପରେ ସେ ତୁରୁମ ହାଇସ୍କୁଲରେ ମାଟ୍ରିକ ପାସ୍‌ କରି ବରଗଡ଼ ପଞ୍ଚାୟତ କଲେଜରେ ଯୁକ୍ତ ଦୁଇ ଓ ସ୍ନାତକ ଡିଗ୍ରୀ ଶେଷ କରିଥିଲେ। ହେଲେ ପରିବାର ଏବଂ ଗାଁ ଲୋକଙ୍କ ଉତ୍ସାହରୁ ଏହି ସଫଳତା ମିଳିଛି । ଏଥିପାଇଁ କେବଳ ଘରେ ଅଭ୍ୟାସ କରୁଥିଲୁ । କେ...

ସିଙ୍ଘୁରେ ଖଣ୍ଡା ବୁଲିଲା

ନୂଆଦିଲ୍ଲୀ,୩୦ା୧(ପି.ଟି.): ଦିଲ୍ଲୀ-ହରିୟାଣାର ସିଙ୍ଘୁସୀମାରେ ୨ ମାସ ଧରି ଆନ୍ଦୋଳନରତ ଚାଷୀଙ୍କୁ ଘଉଡ଼ାଇବା ଆରମ୍ଭ କରିଛନ୍ତି ସ୍ଥାନୀୟ ଲୋକେ। ଶୁକ୍ରବାର ଉକ୍ତ ସୀମାର କଲୋନୀଗୁଡ଼ିକରେ ରହୁଥିବା ପ୍ରାୟ ୨୦୦ ଲୋକ ସେମାନଙ୍କୁ ଆନ୍ଦୋଳନ ସ୍ଥଳ ଖାଲି କରିବାକୁ କହିଥିଲେ। ଫଳରେ ସିଙ୍ଘୁବାସୀ ଓ ଚାଷୀ ମୁହଁାମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ପରସ୍ପରକୁ ଠେଙ୍ଗା ଓ ଟେକାମାଡ଼ କରାଯାଇଥିଲା। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ ସହ ଲାଠିଚାର୍ଜ କରିଥିଲା। କିଛି ସମୟ ପାଇଁ ସମ୍ପୃକ୍ତ ଅଞ୍ଚଳ ରଣକ୍ଷେତ୍ର ପାଲଟିଯାଇଥିଲା। ଆକ୍ରମଣ ଓ ପ୍ରତି ଆକ୍ରମଣରେ ଅନେକେ ଆହତ ହୋଇଛନ୍ତି। ସେଠାରେ ଦିଲ୍ଲୀ ପୋଲିସର ଅନେକ କର୍ମଚାରୀ ମୁତୟନ ଥିବାବେଳେ ଆଲିପୁର ଏସ୍‌ଏଚ୍‌ଓ ପ୍ରଦୀପ ପଲିଓ୍ବାଲଙ୍କୁ ଜଣେ ବ୍ୟକ୍ତି ଖଣ୍ଡାରେ ଆକ୍ରମଣ କରିଥିଲେ। ୨ ପୋଲିସ କର୍ମଚାରୀ ଆହତ ହେବା ପରେ ସୁରକ୍ଷା କର୍ମୀମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାଡ଼ମାରି କାବୁ କରିନେଇଥିଲେ। ଏହି ମାମଲାରେ ପୋଲିସ ୪୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲାରେ ଜାତୀୟ ପତାକାକୁ ଅସମ୍ମାନ କରିଥିବାରୁ କୃଷକମାନେ ଆନ୍ଦୋଳନସ୍ଥଳ ଛାଡ଼ି ଚାଲିଯାଆନ୍ତୁ ବୋଲି ସିଙ୍ଘୁବାସୀ ଦାବି କରିଛନ୍ତି। The post ସିଙ୍ଘୁରେ ଖଣ୍ଡା ବୁଲିଲା appeared first on Dharitri Odia News .

ପାଣିରେ ଉଡ଼ି ପାରୁଥିବା ସାଟେଲାଇଟ ପ୍ରସ୍ତୁତ କରିବ ନାସା

ଆମେରିକାର ସ୍ପେସ୍‌ ଏଜେନ୍ସି ନାସା ଖୁବ୍‌ଶୀଘ୍ର ଏକ ସାଟେଲାଇଟ ବା ଉପଗ୍ରହ ପ୍ରସ୍ତୁତ କରିବ। ଯାହାକି ପାଣିରେ ଉଡ଼ିପାରିବ। ଯଦି ନାସା ଏହିପରି ସାଟେଲାଇଟ୍‌ ତିଆରି କରିବାରେ ସଫଳ ହୁଏ, ତେବେ ଏହା କୋଟି କୋଟି ଟଙ୍କା ସଞ୍ଚୟ କରିବ। ନାସା ଚଳିତ ମାସ ଶେଷରେ ପାଥଫାଇଣ୍ଡର ଟେକ୍ନୋଲୋଜି ଡିମୋନଷ୍ଟ୍ରେଟର ଅଧୀନରେ ପ୍ରଥମଥର ପାଇଁ ପାଣିରେ ଉଡ଼ିବା ପାରିବା ସାଟେଲାଇଟ୍‌ ଲଞ୍ଚ କରିବାକୁ ଯାଉଛି। ଏହି ସାଟେଲାଇଟ ଫ୍ଲୋରିଡାର କେପ୍‌ରୁ ସ୍ପେସ୍‌ ଏକ୍ସର ଫାଲକନ-୯ ରକେଟରୁ ଉତ୍‌କ୍ଷେପଣ କରାଯିବ। ନାସା କ୍ୟୁବ୍‌ସ୍ୟାଟ୍‌କୁ ଭି-ଆର ‌୩ ଏକ୍ସ ନାମ ମଧ୍ୟ ଦେଇଛି। ନାସା ଅନୁଯାୟୀ, ପାଣି ଯୋଗେ ସାଟେଲାଇଟ୍‌ ଉଡ଼ିବା ଯୋଗୁ ମହାକାଶରେ ପ୍ରଦୂଷଣ ହେବ ନାହିଁ। ଯଦି ଏହି ମିଶନ ସଫଳ ହୁଏ, ତେବେ ଭବିଷ୍ୟତରେ ଏହି ଟେକ୍ନୋଲୋଜି ମଧ୍ୟ ବଡ଼ ଉପଗ୍ରହରେ ବ୍ୟବହୃତ ହେବ। ନାସା ଆହୁରି ମଧ୍ୟ କହିଛି ଯେ, ପାଣିରେ ଉଡୁଥିବା ସାଟେଲାଇଟଗୁଡ଼ିକ ଧକ୍କା ହେଲେ ମଧ୍ୟ ବିସ୍ଫୋରଣର ବିପଦ ନାହିଁ। The post ପାଣିରେ ଉଡ଼ି ପାରୁଥିବା ସାଟେଲାଇଟ ପ୍ରସ୍ତୁତ କରିବ ନାସା appeared first on Dharitri Odia News .

ଜୀବନର ଅନ୍ତିମ ସମୟରେ ପାଖରେ ଥାନ୍ତି ଏ ୪ ବନ୍ଧୁ

ଆଚାର୍ଯ୍ୟ ଚାଣକ୍ୟ ଜଣେ ଭଲ ବନ୍ଧୁଙ୍କ ବିଷୟରେ ଅନେକ କଥା କହିଛନ୍ତି। ଏଥି ସହିତ, ସେ ଜଣେ ବନ୍ଧୁଙ୍କ ପ୍ରକୃତି ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି, ଯିଏ ସାରା ଜୀବନ ସାଥିରେ ରହିଥାନ୍ତି। ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ମଧ୍ୟ ଏପରି ବନ୍ଧୁଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ଯିଏ ଶେଷ ପର୍ଯ୍ୟନ୍ତ ରହିଥାନ୍ତି। ଆସନ୍ତୁ ଜାଣିବା ସେହି ବନ୍ଧୁମାନଙ୍କ ବିଷୟରେ ଯେଉଁମାନେ ଜୀବନସାରା ସାଥିରେ ରହିଥାନ୍ତି । ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଯେ, ଘରଠାରୁ ଦୂରରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଜ୍ଞାନଠାରୁ ବଡ଼ ବନ୍ଧୁ ନାହିଁ। ଜଣେ ବ୍ୟକ୍ତି ଯିଏ ନିଜ ପ୍ରିୟଜନଙ୍କଠାରୁ ଦୂରରେ ରୁହନ୍ତି, ଜ୍ଞାନ ତାଙ୍କୁ ଶେଷ ସମୟ ପର୍ଯ୍ୟନ୍ତ ସାହାଯ୍ୟ କରେ। ସେ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ସର୍ବୋତ୍ତମ ବନ୍ଧୁ, ଯାହାର ପତ୍ନୀ ଭଲ, ସେ ସମାଜରେ ସର୍ବଦା ସମ୍ମାନ ପାଆନ୍ତି। ଔଷଧ ହେଉଛି ପ୍ରକୃତ ବନ୍ଧୁ। ସ୍ବାସ୍ଥ୍ୟ ଖରାପ ସମୟରେ ଏହାକୁ ଖାଇଲେ ସୁସ୍ଥ ଲାଗିଥାଏ। ଏଥି ସହିତ, ଚାଣକ୍ୟ ଧର୍ମକୁ ମନୁଷ୍ୟର ଚତୁର୍ଥ ସର୍ବୋତ୍ତମ ବନ୍ଧୁ ଭାବରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କ ଜୀବିତ ଥିବାବେଳେ କେବଳ ଯେଉଁ ଧର୍ମ ଅର୍ଜନ କରିଥାନ୍ତି। ଏହି ଧର୍ମ ବ୍ୟକ୍ତିଙ୍କୁ ମୃତ୍ୟୁ ପରେ ମଧ୍ୟ ଜୀବିତ କରିଥାଏ। The post ଜୀବନର ଅନ୍ତିମ ସମୟରେ ପାଖରେ ଥାନ୍ତି ଏ ୪ ବନ୍ଧୁ appeared first on Dharitri...

ୟୁପିରେ ଟିକା ନେଇ ଜଣେ ମୃତ

ପିଲ୍‌ଭିଟ୍‌,  ୩୦।୧: ଉତ୍ତରପ୍ରଦେଶର ପିଲ୍‌ଭିଟ୍‌ ଜିଲା ଅନ୍ତର୍ଗତ ଉମାରିଆ ସହରରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଟିକା ନେବାର କିଛି ଘଣ୍ଟାରେ ପ୍ରାଣ ହରାଇଛନ୍ତି। ତେବେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିବା ସିଏମ୍‌ଓ ପକ୍ଷରୁ କୁହାଯାଇଛି। ଉତ୍ତରପ୍ରଦେଶରେ ଟିକା ନେବା ପରେ ପ୍ରାଣ ହରାଇବା ଏହା ଦ୍ୱିତୀୟ ଘଟଣା। ଶିଶୁ କଲ୍ୟାଣ ଓ ପୋଷଣ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରତାପ ରାମ ଗୁରୁବାର ସକାଳେ କୋଭିଡ୍‌ ଟିକା ନେବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। The post ୟୁପିରେ ଟିକା ନେଇ ଜଣେ ମୃତ appeared first on Dharitri Odia News .

ଅନ୍ନଶନ କରିବେ ନି ଆନ୍ନା ହଜାରେ

ପୁଣେ,୩୦।୧- ଭେଟେରାନ ସାମାଜିକ କର୍ମୀ ଆନ୍ନା ହଜାରେ ୩ ନୂଆ କୃଷି ଆଇନ ବିରୋଧରେ ଅନ୍ନଶନ କରିବା ଯୋଜନାକୁ ବାତିଲ କରି ଦେଇଛନ୍ତି। ସିନିୟର ଭାଜପା ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ନିଜ ନିଷ୍ପତ୍ତି ଘୋଷଣା କରିଛନ୍ତି ଆନ୍ନା। ”ମୁଁ ଦୀର୍ଘ ଦିନ ହେଲା ବିଭିନ୍ନ ସମସ୍ୟା ଉପରେ ଆନ୍ଦୋଳନ କରି ଆସୁଛି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବା ବେଆଇନ ନୁହେଁ। ଶଷ୍ୟ ଉପରେ ଉଚିତ ମୂଲ୍ୟ ପାଉ ନ ଥିବାରୁ କୃଷକମାନେ ଆତ୍ମହତ୍ୟା କରୁଛନ୍ତି। ଏଥିଯୋଗୁ ଗତ ୩ ବର୍ଷ ହେଲା ଏମ୍‌ଏସ୍‌ପି ବଢ଼ାଇବା ଲାଗି ମୁଁ ଆନ୍ଦୋଳନ କରୁଛି। ସରକାର ଏମ୍‌ଏସ୍‌ପି ଉପରେ ୫୦ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଉଛନ୍ତି। ମୋତେ ସରକାରଙ୍କ ଠାରୁ ଲିଖିତ ଆଶ୍ୱସନା ମିଳିଛି“ ବୋଲି ଆନ୍ନା କହିଛନ୍ତି। The post ଅନ୍ନଶନ କରିବେ ନି ଆନ୍ନା ହଜାରେ appeared first on Dharitri Odia News .

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ: ଆରମ୍ଭ ହେଲା ସାଟେଲାଇଟ୍‌ ସର୍ଭେ

ଜଳେଶ୍ୱର, ୩୦।୧(ଡି.ଏନ.ଏ.)-ଦୀର୍ଘବର୍ଷ ହେଲା ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ଲାଗି ରହିଛି। ପଶ୍ଚିମବଙ୍ଗ ବାଲିମାଫିଆମାନେ ଓଡ଼ିଶା ସୀମାରୁ କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ କରି ମାଲେମାଲ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ଯୋଗୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ନଦୀକୂଳ ଗ୍ରାମ ବିଳାସପୁର, ଗୋପାଳପୁର, କୁଆଁରପୁର, ମାକିଡ଼ିଆ, ତୋଟାପଡ଼ା, ବେହେରାସାହି, ପ୍ରହରାଜପୁର, ଦକ୍ଷିଣ ପ୍ରହରାଜପୁର ଓ ମକରମପୁର ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଏନ୍‌ଜିଟିରେ ମାମଲା ଚାଲୁ ରହିଥିଲା ବେଳେ ଉଭୟ ରାଜ୍ୟକୁ କୋର୍ଟ ତାଗିଦ୍‌ କରିବା ସହ ଏହାର ସୀମା ନିର୍ଦ୍ଧାରଣ ଲାଗି ପରାମର୍ଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ଏହି ସମସ୍ତ ଗ୍ରାମର ସୀମାରେ ଜଳେଶ୍ୱର ତହସିଲ ପକ୍ଷରୁ ମାପଚୁପ କରାଯାଇ ୩୬ଟି ପଏଣ୍ଟ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏଗୁଡିକର ସାଟେଲାଇଟ୍‌ ପଏଣ୍ଟ ନିର୍ଦ୍ଧାରଣ ଲାଗି ଆସ୍କାର ସାଟେଲାଇଟ୍‌ ପକ୍ଷରୁ ୧୦ଜଣିଆ ବୈଜ୍ଞାନିକ ଦଳ ଏଠାରେ ପହଞ୍ଚି ଏଗୁଡ଼ିକର ଡିଜିପି ଓ ଇଟିଏସ୍‌ ହାଇଟେକ୍‌ ସାଟେଲାଇଟ୍‌ ସର୍ଭେ କରିଛନ୍ତି। ଭବିଷ୍ୟତରେ ନଦୀ ମଧ୍ୟରେ ଏହି ପଏଣ୍ଟଗୁଡ଼ିକ ନଷ୍ଟ ହୋଇଗଲେ ମଧ୍ୟ ତାହା ପୁଣିଥରେ ପୁନଃ ଅବସ୍ଥାପନା କରାଯାଇପାରିବ ବୋଲି ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା କହିଛନ୍ତି। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ କାର୍ଯ୍ୟ ଚାଲିବାକୁ ଥିବାବ...

ତ୍ରିବେଣୀ ସଙ୍ଗମ ଗାଉଛି ଗାନ୍ଧିବାଦର ଗୀତ

ଆରଡ଼ି,୩୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୂରୀ ନିକଟସ୍ଥ ଶାସନଠାରେ ବୈତରଣୀର ୨ ଜଳ ଧାର ଓ କୋଚିଳା ନଦୀର ସଙ୍ଗମ ସ୍ଥଳ। ୧୯୪୮ ଫେବୃୟାରୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅସ୍ଥି କଳସକୁ ଏଠାରେ ବିସର୍ଜନ କରାଯାଇଥିଲା। ସେହିଦିନଠାରୁ ଏହି ସ୍ଥାନ ଗାନ୍ଧିଘାଟ ଶାସନ ଭାବେ ପରିଚିତ। ୨୦୧୮ ଠାରୁ ଏହି ସ୍ଥାନ ଓଡ଼ିଶା ମାନଚିତ୍ରରେ ପର୍ଯ୍ୟଟନ ସ୍ଥଳ ଭାବେ ସ୍ଥାନିତ ହୋଇଛି। ଆଉ ନୂତନ ଭାବେ ସ୍ଥାପିତ ହୋଇଛି ଗାନ୍ଧୀ ସ୍ମୃତିପୀଠ। ଏହି ତ୍ରିବେଣୀ ସଙ୍ଗମ ସ୍ଥଳ ଦୀର୍ଘବର୍ଷ ଧରି ଗାଇ ଆସୁଛି ଗାନ୍ଧିବାଦର ସଙ୍ଗୀତ। ବିଳମ୍ବିତ ରାତିରେ ଏଠାରେ ରଘୁପତି ରାଘବ ରାଜାରାମ ସଙ୍ଗୀତର ଧୁନ୍‌ ଶୁଣିବାକୁ ମିଳେ ବୋଲି ଗାନ୍ଧିଘାଟ ଶାସନ ଜନପଦର ଲୋକେ କହନ୍ତି। ଅସ୍ଥି ବିସର୍ଜନ ପରେ ଏଠାରେ ଏକ ଗାନ୍ଧୀ ମଣ୍ଡପ ସ୍ଥାପନ କରାଯାଇଥିଲା। ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସରେ ନିକଟସ୍ଥ ସାଅଁାଳପୁର ଓ ଅନ୍ୟ ସ୍ଥାନୀୟ ଗ୍ରାମର ଯୁବକମାନଙ୍କ ସହଯୋଗରେ ଏହି ସ୍ଥାନରେ ପାଳିତ ହୋଇଆସୁଛି ଗାନ୍ଧୀମେଳା। ବହୁ ବିଶିଷ୍ଟ ସାହିତି୍ୟକ, କବି, ପଣ୍ଡିତ ଗାନ୍ଧିବାଦ ଉପରେ ଚର୍ଚ୍ଚା କରନ୍ତି। ଏଥିସହିତ ସ୍କୁଲ ଓ କଲେଜସ୍ତରୀୟ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥାଏ। ୨୦୧୮ରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଉଦ୍ୟମରେ ଏହି ସ୍ଥାନ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଛି। ଗାନ୍ଧୀ ସ୍ମୃତିପୀଠ ସମ୍ପର୍କରେ ଆଖଣ୍ଡଳମଣି ମହାବିଦ୍ୟାଳୟର ଅଧ୍ୟକ୍ଷ ...

ନେତାଙ୍କୁ ଦୁଃଖରେ ଦେଖି ବହୁ ସଂଖ୍ୟାରେ ଏକତ୍ରିତ ହେଲେଣି କୃଷକ

ମୁଜାଫରନଗର,୩୦।୧- ଭାରତୀୟ କିଷାନ ୟୁନିଅନ ନେତା ନରେଶ ଟିକାଏତ୍‌ଙ୍କ ଡାକରାରେ ଦିଲ୍ଲୀ ଗାଜିପୁର ସୀମାଠାରୁ ୧୫୦ କିଲୋମିଟର ଦୂରରେ ପୁଣି ଏକତ୍ରିତ ହେଲେଣି ଚାଷୀ। ଉତ୍ତର ପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗାଜିପୁର ସୀମାରୁ ବଳ ପୂର୍ବକ ଆନ୍ଦୋଳନସ୍ଥଳରୁ କୃଷକଙ୍କୁ ତଡ଼ାଯିବା ଲାଗି ଉଦ୍ୟମ ପରେ ଭିକେୟୁ ନେତା ନରେଶ ଟିକାଏତ୍‌ ମହାପଞ୍ଚାୟତ ତଥା କୃଷକଙ୍କ ବୈଠକ ଡକାଇଥିଲେ। ଗାଜିପୁର ସୀମାରୁ କୃଷକଙ୍କୁ ପୋଲିସ ବଳ ପୂର୍ବକ ଘଉଡ଼ା ଯାଇଥିବା ଆକଳନ କରାଯାଉଛି। ଗତକାଲି ଆନ୍ଦୋଳନସ୍ଥଳରୁ ବିଦ୍ୟୁତ ଓ ପାଣି ଯୋଗାଣ ବିଚ୍ଛିନ୍ନ କରି ଦିଆଯାଇଥିଲା। କୃଷକମାନେ ଆନ୍ଦୋଳନସ୍ଥଳରୁ ଚାଲିଯିବା ପରେ କୃଷକ ନେତା ରାକେଶ ଟିକାଏତ୍‌  କ୍ୟାମେରା ଆଗରେ କାନ୍ଦି ପକାଇଥିଲେ।“ସେମାନେ କୃଷକ ଆନ୍ଦୋଳନକୁ ଧ୍ୱଂଶ କରିଦେବାକୁ ଚାହୁଁଛନ୍ତି, କିନ୍ତୁ ଆମେ ଏହା ହେବାକୁ ଦେବୁ ନାହିଁ। ନୂଆ କୃଷି ଆଇନ ପ୍ରତ୍ୟାହାର କରାଯିବ ନହେଲେ ଆତ୍ମହତ୍ୟା କରିବି। ଏହା କୃଷକଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର” ବୋଲି ଟିକାଏତ୍‌ ‌ କହିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଗାଜିପୁର ସୀମାକୁ ଫେରିବା ଆରମ୍ଭ କରିଛନ୍ତି କୃଷକ। The post ନେତାଙ୍କୁ ଦୁଃଖରେ ଦେଖି ବହୁ ସଂଖ୍ୟାରେ ଏକତ୍ରିତ ହେଲେଣି କୃଷକ appeared first on Dharitri Odia News .

କିନ୍ନରଙ୍କ ହାତକୁ କାମ

ଅନୁଗୋଳ ଅଫିସ, ୩୦।୧ ସହର ସଫେଇ ସହଜ ହେବ। ଟଲି ବଦଳରେ ବ୍ୟାଟେରି ଚାଳିତ ଗାଡ଼ିରେ ସହରରୁ ଅଳିଆ ଉଠିବ। ଆଉ ଘର ଘର ବୁଲି ଏହି ଆବର୍ଜନା ସଂଗ୍ରହ କରିବେ କେତେଜଣ କିନ୍ନର। କେବଳ ଏତିକି ନୁହେଁ, ଇ-ଟଏଲେଟ୍‌ର ରକ୍ଷଣାବେକ୍ଷଣ ସହ ଫିକଲ ସ୍ଲଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଏଫ୍‌ଏସ୍‌ଟିପି)ରେ ହେବାକୁ ଥିବା ମତ୍ସ୍ୟଚାଷ ମଧ୍ୟ କିନ୍ନର କରିବେ। କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଅନୁଗୋଳ ପୌରପାଳିକା ପକ୍ଷରୁ ଏପରି ଯୋଜନା କରାଯାଇଥିବା ବେଳେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଥିବା ସୂଚନା ମିଳିଛି। ଅନୁଗୋଳ ପୌରପାଳିକାରେ ଥିବା ୨୩ଟି ୱାର୍ଡରୁ କିନ୍ନରମାନେ ଅଳିଆ ଉଠାଇବେ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୪ଟି ବ୍ୟାଟେରି ଚାଳିତ ଗାଡ଼ି ଅଣାଯାଇଛି। ଆଗାମୀ ଦିନରେ ଆଉ ୪ଟି ଗାଡ଼ି ଆସିବାର ଯୋଜନା ରହିଛି। ଉକ୍ତ ଗାଡ଼ିରେ ଘର ଘର ବୁଲି ଅଳିଆ ସଂଗ୍ରହ କରାଯିବ। ପ୍ରତ୍ୟେକ ଗାଡ଼ିରେ ଜଣେ ଚାଳକ ଓ ଜଣେ ହେଲପରଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଜିପିଏସ୍‌ ସିଷ୍ଟମ ଲଗାଯାଇ ରୁଟ୍‌ ମ୍ୟାପ୍‌ ପ୍ରଦାନ କରାଯିବ। କେଉଁ ଗାଡ଼ି କେଉଁ ଅଞ୍ଚଳକୁ ଯିବ, ତାହାର ସମ୍ପୂର୍ଣ୍ଣ ବିବରଣୀ ପୌରପାଳିକା ନିକଟରେ ରହିବ। ଏହାର ପରିଚାଳନା କରିବାକୁ ପୌର କାର୍ଯ୍ୟାଳୟରେ ଏକ ସେଲ୍‌ ଗଢ଼ାଯିବ। ଦୈନିକ ସକାଳୁ ସହରବାସୀ ଓଦା ଓ ଶୁଖିଲା ଅଳିଆକୁ ପୃଥକ ପୃଥକ୍‌ ଭାବେ ଗାଡ଼ିରେ ପ୍ରଦାନ କରିବେ। ସହରର ସୌନ୍ଦର୍ଯ୍ୟକରଣ ପାଇଁ ଏଭଳି ଅଭିନବ ପଦକ୍...

ଟ୍ରକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଟିଟିଲାଗଡ଼, ୩୦।୧ (ଡି.ଏନ.ଏ.) -ବଲାଙ୍ଗୀର ଜିଲା ଟିଟିଲାଗଡ ସହରର ମଦଭାଟି ପଡାରେ ଶୁକ୍ରବାର ପୂର୍ବାହ୍ନରେ ଏକ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତକ ମଦଭାଟି ପଡାର କୁମୁଦ ପାଢୀ (୫୪) ବୋଲି ଜଣାପଡିଛି। ଏନେଇ ସ୍ଥାନୀୟ ଲୋକେ ଉପଯୁକ୍ତ କ୍ଷତିପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି। ମଦଭାଟି ପଡାର କୁମୁଦ କୌଣସି ଏକ କାମରେ ବାହାରି ଥିବା ବେଳେ ଟିଟିଲାଗଡ କଣ୍ଟାବାଞ୍ଜି ବାଇପାସ ରାସ୍ତାର ସହର ମଧ୍ୟସ୍ଥ ମଦଭାଟି ପାଖରେ ଏଆରଏସଏସ କମ୍ପାନୀର ଏକ ଟ୍ରକ ପଛ ପଟରୁ ଆସି ଧକ୍କା ଦେଇଥିଲା। ଏନେଇ ପରିବାର ଲୋକେ ତାଙ୍କୁ ଟିିଟିଲାଗଡ ଉପଖଣ୍ଡ ଡାକ୍ତରଖାାନରେ ଭର୍ତ୍ତି କରିଥିଲେ। ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିତ୍ଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଖବର ପାଇ ସହରରେ ଉତ୍ତେଜନା ଦେଖାଦେଇଥିଲା। ଉପଜିଲାପାଳ ସହର ମଧ୍ୟରେ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ ଉପରେ କଟକଣା ଲଗାଇଥିବା ବେଳେ ଟ୍ରକ କିଭଳି ପ୍ରବେଶ କଲା ବୋଲି ଲୋକଙ୍କ ମଧ୍ୟରେ ଆକ୍ରୋଶ ପ୍ରକାଶ ପାଇଥିଲା। ଏନେଇ ମଦଭାଟି ପଡା ନିକଟରେ ଲୋକେ ଟାୟାର ଜାଳି ଅବରୋଧ କରିଥିଲେ। ଘଟଣାସ୍ଥଳରେ ଭାଜପା ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ, ନାରୀ ଶକ୍ତି ଏବଂ ନାରୀ ସଙ୍ଗଠରୁ ଅଞ୍ଜଳି ବେହେରା ପ୍ରମୁଖ ବହୁ ସ୍ଥାନୀୟ ଲୋକେ ପହଞ୍ଚି ପରିବାରକୁ ଉପଯୁକ୍...

ମାର୍ସେଲିନୋଙ୍କ ବଦଳରେ ଓଡ଼ିଶା ଏଫ୍‌ସିରେ ଇନ୍‌ମ୍ୟାନ

ଭୁବନେଶ୍ୱର, ୩୦।୧(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ରେ ଖେଳାଳି ବିନିମୟ ଚୁକ୍ତି କ୍ରମରେ ଓଡ଼ିଶା ଏଫ୍‌ସି ଦଳରେ ଯୋଗ ଦେଇଛନ୍ତି ଅଷ୍ଟ୍ରେଲିଆ ଜନ୍ମିତ ସ୍କଟିଶ୍‌ ମିଡ୍‌ଫିଲ୍ଡର ବ୍ରାଡ୍‌ ଇନ୍‌ମ୍ୟାନ। ଚଳିତ ସିଜନ୍‌ରେ ସେ ପୂର୍ବରୁ ଏଟିକେ ମୋହନବାଗାନ ଦଳରେ ସାମିଲ ଥିଲେ। ଚୁକ୍ତି ଅନୁସାରେ ୨୯ ବର୍ଷୀୟ ଇନ୍‌ମ୍ୟାନ ଚଳିତ ସିଜନ୍‌ ଶେଷ ପର୍ଯ୍ୟନ୍ତ ଭୁବନେଶ୍ୱରଭିତ୍ତିକ ଦଳ ପକ୍ଷରୁ ଖେଳିବେ। ପ୍ରତିବଦଳରେ ଓଡ଼ିଶା ଏଫ୍‌ସିର ବ୍ରାଜିଲିଆନ ଫରଓ୍ବାର୍ଡ ମାର୍ସେଲୋ ଲେଇଟେ ପେରେରା ଏଟିକେ ମୋହନବାଗାନ ଦଳକୁ ଯାଇଛନ୍ତି। ପ୍ରିମିୟର ଲିଗ୍‌ କ୍ଲବ ନ୍ୟୁ କାଷ୍ଟଲ ସହିତ ଯୁବ କ୍ୟାରିୟର କଟିବା ପରେ ଇନ୍‌ମ୍ୟାନ ଅନ୍ୟ ଇଂଲିଶ୍‌ କ୍ଲବ କ୍ରିଉ ଆଲେକ୍‌ଜାଣ୍ଡ୍ରା, ପିଟରବର୍ଗ ୟୁନାଇଟେଡ ଏବଂ ରୋକ୍‌ଡେଲ୍‌ ପକ୍ଷରୁ ଖେଳିଥିଲେ। ପରେ ସେ ଅଷ୍ଟ୍ରେଲିଆ ଯାଇ ବ୍ରିସ୍‌ବେନ୍‌ ରୋଅର ପକ୍ଷରୁ ୨୦୧୯ରେ ପ୍ରତିନିଧିତ୍ୱ କରିଥିଲେ। ଏହି ପୂର୍ବତନ ସ୍କଟଲାଣ୍ଡ ୟୁଥ୍‌ ଟିମ୍‌ ସଦସ୍ୟ ଚଳିତ ସିଜନ୍‌ରେ ଏଟିକେ ମୋହନବାଗାନ ପକ୍ଷରୁ ୭ଟି ମ୍ୟାଚ ଖେଳିଥିଲେ। ଇନ୍‌ମ୍ୟାନଙ୍କୁ ସ୍ବାଗତ କରିବା ସହ କ୍ଲବ ସଭାପତି ରାଜ ଅଥଓ୍ବାଲ ଚଳିତ ସିଜନ୍‌ର ଅବଶିଷ୍ଟ ୭ଟି ମ୍ୟାଚରେ ଓଡ଼ିଶା ଏଫ୍‌ସିର ପ୍ରଦର୍ଶନରେ ଉନ୍ନତି ଆସିବା ନେଇ ଆଶାପ୍ରକାଶ କରିଛନ୍ତି। The post ମାର୍ସେଲିନୋଙ୍କ ବଦଳରେ ଓଡ଼ିଶା ଏଫ୍‌ସିରେ ଇନ୍‌ମ୍ୟାନ appeared first on Dh...

ସେରେନା, ନାଡାଲ, ହାଲେପ ବିଜୟୀ

ଆଡିଲେଡ୍‌, ୩୦ା୧(ଏପି)-ଆଡିଲେଡ ପ୍ରଦର୍ଶନୀ ଟୁର୍ନାମେଣ୍ଟରେ ସେରେନା ଓ୍ବିଲିୟମ୍ସ, ରାଫାଲ ନାଡାଲ ଓ ସିମୋନା ହାଲେପ ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆର କୋଭିଡ୍‌ ନିୟମ ଅନୁସାରେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ଏମାନେ ଏହି ଟୁର୍ନାମେଣ୍ଟରେ ଭାଗ ନେଇଛନ୍ତି। ନାଓମି ଓସାକାଙ୍କୁ ସେରେନା ୬-୨, ୨-୬, ୧୦-୭ ସେଟ୍‌ରେ ହରାଇ ଦେଇଛନ୍ତି। ପ୍ରତିଯୋଗିତାରେ ଖେଳିବା ପୂର୍ବରୁ ୨୩ ଗ୍ରାଣ୍ଡସ୍ଲାମ ବିଜୟିନୀ ତାଙ୍କ ଝିଅକୁ ସ୍ଥାନୀୟ ଏକ ଚିଡ଼ିଆଖାନା ବୁଲାଇ ଦେଖାଇଥିଲେ। ଏହା ତାଙ୍କ ପାଇଁ ଟନିକ୍‌ ଭଳି କାର୍ଯ୍ୟ କରିଥିଲା ବୋଲି ସେରେନା କହିଛନ୍ତି। ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ରାଫାଲ ନାଡାଲ ୟୁ.ଏସ. ଓପନ ଚାମ୍ପିୟନ ଡୋମିନିକ୍‌ ଥିମ୍‌ଙ୍କୁ ୭-୫, ୬-୪ ସେଟରେ ପରାସ୍ତ କରିଛନ୍ତି। ସେହିପରି ଦ୍ୱିତୀୟ ର଼୍ୟାଙ୍କିଙ୍ଗପ୍ରାପ୍ତ ସିମୋନା ହାଲେପ୍‌ ୩-୬, ୬-୧, ୧୦-୮ରେ ନମ୍ବର ଓ୍ବାନ ଖେଳାଳି ଆଶଲେ ବାର୍ଟିଙ୍କୁ ହରାଇ ଦେଇଛନ୍ତି। କରୋନା ଭାଇରସ ଜନିତ ଗମନାଗମନ କଟକଣା ଯୋଗୁ ୧୧ ମାସ ବ୍ୟବଧାନରେ ବାର୍ଟିଙ୍କର ଏହାଥିଲା ପ୍ରଥମ ମ୍ୟାଚ। ଗତବର୍ଷ ବିଳମ୍ବରେ ହୋଇଥିବା ଫ୍ରେଞ୍ଚ୍‌ ଓପନ୍‌ରେ ସେ ତାଙ୍କ ୨୦୧୯ ଟାଇଟଲ ବଜାୟ ରଖିବାକୁ ଚାହିଁ ନ ଥିଲେ। ଶୁକ୍ରବାର ପ୍ରାରମ୍ଭରେ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ନୋଭାକ ଜୋକୋଭିଚ୍‌ ଇଟାଲୀର ପ୍ରତିଭାସମ୍ପନ୍ନ ଜାନିକ ସିନରଙ୍କ ସହିତ ମୁକାବିଲା କରିବାର କାର୍ଯ୍ୟକ...

ଭାରତୀୟ ମହିଳା ହକି ଦଳର ପରାଜୟ

ବୁଏନ୍ସଏୟାର୍ସ, ୩୦ା୧(ପି.ଟି.)- ଭାରତୀୟ ମହିଳା ହକି ଦଳ ବିପକ୍ଷରେ ଆର୍ଜେଣ୍ଟିନା ୨-୦ ଗୋଲରେ ବିଜୟ ହାସଲ କରିଛି। ଭ୍ରମଣକାରୀ ଦଳର ଏହାର କ୍ରମାଗତ ଦ୍ୱିତୀୟ ପରାଜୟ। ଦୁଇଦିନ ପୂର୍ବେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତ ଆୟୋଜକ ଦେଶଠାରୁ ୨-୩ ଗୋଲରେ ହାରିଯାଇଥିଲା। ଶୁକ୍ରବାର ମ୍ୟାଚରେ ବିଜୟୀ ଦଳ ପକ୍ଷରୁ ସିଲ୍‌ଭିନା ଡି’ଏଲିଆ (୨ୟ ମିନିଟ) ଏବଂ ଅଗଷ୍ଟିନା ଅଲବର୍ଟାରିଓ (୫୪ତମ) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଅନ୍ୟପକ୍ଷରେ ଭାରତୀୟ ଦଳ ଗୋଟିଏ ହେଲେ ଗୋଲ ଦେବାକୁ ସମର୍ଥ ହୋଇ ନ ଥିଲା। ପ୍ରଥମ କ୍ୱାର୍ଟର ଖେଳ ଆରମ୍ଭରେ ଆର୍ଜେଣ୍ଟିନାର ଫରଓ୍ବାର୍ଡ ଭାରତର ଡିଫେନ୍ସରେ ପ୍ରବେଶ କରି ଆରମ୍ଭରୁ ଚାପ ସୃଷ୍ଟି କରିଥିଲେ। ଖେଳର ଦ୍ୱିତୀୟ ମିନିଟ୍‌ରେ ସିଲ୍‌ଭିନା ଏକ ପେନାଲ୍ଟି କର୍ନରକୁ ଗୋଲରେ ରୂପାନ୍ତରିତ କରିବାରେ ସଫଳ ହୋଇଥିଲେ। ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ କହିଛନ୍ତି, ପ୍ରଥମ ଦୁଇ କ୍ୱାର୍ଟରରେ ଆମେ ସର୍କଲ ଭିତରେ କେତୋଟି ସୁଯୋଗ ସୃଷ୍ଟି କରିଥିଲେ ହେଁ କାର୍ଯ୍ୟକାରୀ କରିପାରି ନ ଥିଲୁ। ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟରରେ କୌଣସି ଦଳ ଗୋଲ ସ୍କୋର କରିବାରେ ସଫଳ ରହି ନ ଥିଲେ। ଚତୁର୍ଥ କ୍ୱାର୍ଟର ଖେଳ ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା। ଅଭିଜ୍ଞ ଆର୍ଜେଣ୍ଟିନା ଦଳ ୫୪ତମ ମିନିଟ୍‌ରେ ଅଗଷ୍ଟିନାଙ୍କ ସହାୟତାରେ ଏକ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ମ୍ୟାଚକୁ ୨-୦ରେ ଜିତି ନେଇଥିଲା। ଦୁଇ ଦଳ ମଧ୍ୟରେ ତୃତୀୟ ମ୍ୟାଚ ଶନିବା...

ପଏଣ୍ଟ ବାଣ୍ଟିଲେ ଗୋଆ ଓ ଇଷ୍ଟବେଙ୍ଗଲ

ମାର୍ଗାଓ, ୩୦ା୧: ସ୍ଥାନୀୟ ଫାତୋର୍ଡା ଷ୍ଟାଡିୟମ୍‌ରେ ଶୁକ୍ରବାର ଏଫ୍‌ସି ଗୋଆ ଓ ଏସ୍‌ସି ଇଷ୍ଟବେଙ୍ଗଲ ମଧ୍ୟରେ ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଏକ ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ଭାବେ ଶେଷ ହୋଇଛି। ଇଗୋର ଆଙ୍ଗୁଲୋ ଖେଳର ୩୯ତମ ମିନିଟ୍‌ରେ ଏକ ଗୋଲ ସ୍କୋର କରି ଗୋଆକୁ ପ୍ରଥମେ ଅଗ୍ରଣୀ କରାଇଥିଲେ। ମାତ୍ର ଡ୍ୟାନି ଫକ୍ସ ୬୫ତମ ମିନିଟ୍‌ରେ ଏକ ଗୋଲ ଦେଇ ମ୍ୟାଚକୁ ବରାବର ସ୍ଥିତିକୁ ନେଇ ଆସିଥିଲେ। ଖେଳର ୬୬ତମ ମିନିଟ୍‌ରେ ଗୋଆର ଏଡୁ ବେଡିଆଙ୍କୁ ରେଡ୍‌କାର୍ଡ ହୋଇଥିଲା। ଏହି ମ୍ୟାଚରେ ଗୋଆ ଅପେକ୍ଷାକୃତ ଭଲ ଖେଳିଥିଲେ ହିଁ ମ୍ୟାଚ ଜିତିପାରି ନ ଥିଲା। ଦୁଇ ଦଳ ପଏଣ୍ଟ ବଣ୍ଟୁଆରା କରିଛନ୍ତି। ଏହି ମ୍ୟାଚ ପରେ ଗୋଆ ୧୪ ମ୍ୟାଚରୁ ୫ ବିଜୟ, ୬ ଡ୍ର ଓ ୩ ପରାଜୟ ସହ ୨୧ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଇଷ୍ଟବେଙ୍ଗଲ ସମାନ ସଂଖ୍ୟକ ମ୍ୟାଚରୁ ୧୩ ପଏଣ୍ଟ ସହ ୧୦ମ ସ୍ଥାନରେ ରହିଛି। ମୁମ୍ବାଇ ସିଟି ଓ ଏଟିକେ ମୋହନ ବାଗାନ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି। The post ପଏଣ୍ଟ ବାଣ୍ଟିଲେ ଗୋଆ ଓ ଇଷ୍ଟବେଙ୍ଗଲ appeared first on Dharitri Odia News .

ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରତିବଦ୍ଧ: ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୩୦।୧(ଏପି): ଜାପାନରେ କରୋନା ଭାଇରସ ମହାମାରୀର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି। ଏହା ସତ୍ତ୍ୱେ ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରତିବଦ୍ଧ ଅଛୁ ବୋଲି ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା କହିଛନ୍ତି। ମହାମାରୀ ଉପରେ ମନୁଷ୍ୟର ବିଜୟକୁ ସାବ୍ୟସ୍ତ କରିବା ପାଇଁ ଏହି ମେଗା ଇଭେଣ୍ଟ ଆୟୋଜନ କରିବା ଜରୁରୀ ହୋଇପିଡିଛି ବୋଲି ଓ୍ବାଲର୍‌ଡ ଇକୋନୋମିକ ଫୋରମ୍‌ର ଭର୍ଚୁଆଲ ମିଟିଂରେ ଯୋଗ ଦେଇ ସେ କହିଛନ୍ତି। ଆଗାମୀ ଦିନରେ ବିଭିନ୍ନ ମହାମାରୀକୁ ସାମ୍ନା କରିବାରେ ଏହା ସହାୟକ ହେବ। ଆସନ୍ତା ଗ୍ରୀଷ୍ମରେ ଆମେ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସ ଆୟୋଜନ କରିବୁ। ଏହା ମହାମାରୀ ବିରୋଧରେ ବିଜୟକୁ ସୂଚାଇବ। ଅଲିମ୍ପିକ୍ସ ସଫଳତାର ସହ ଆୟୋଜନ ହେଲେ ସାରା ବିଶ୍ୱରେ ଲୋକଙ୍କ ମଧ୍ୟରେ ଆଶା ଓ ସାହସ ବୃଦ୍ଧିପାଇବ ବୋଲି ସେ କହିଛନ୍ତି। ମହାମାରୀ କାରଣରୁ ଗୋଟିଏ ବର୍ଷ ଅଲିମ୍ପିକ୍ସକୁ ପୂର୍ବରୁ ଘୁଞ୍ଚାଯାଇଥିଲା। ଆଗାମୀ ଜୁଲାଇରେ ଏହା ଆୟୋଜନ ହେବ ବୋଲି ଅଲିମ୍ପିକ୍ସ ଅଧିକାରୀମାନେ ବାରମ୍ବାର କହିଆସୁଛନ୍ତି। ଜାପାନରେ କରୋନା ସଂକ୍ରମଣ ଖୁବ୍‌ଶୀଘ୍ର ନିୟନ୍ତ୍ରଣକୁ ଆସିବ। କୋଭିଡ୍‌-୧୯ ଆମକୁ ବହୁତ କଥା ଶିଖାଇଛି ଓ ଭବିଷ୍ୟତରେ ବିଭିନ୍ନ ବିପଦକୁ ସମ୍ମୁଖୀନ ହେବାରେ ଏହା ସହାୟତା ପ୍ରଦାନ କରିବ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି ଟୋକିଓରେ ଇତିମଧ୍ୟରେ କରୋନାର ଅବନତ...

ମୁସ୍ତାକ ଅଲୀ ଟି୨୦: ତାମିଲନାଡୁ- ବରୋଦା ଫାଇନାଲ

ଅହମ୍ମଦାବାଦ,୩୦।୧(ପି.ଟି.): ଦେଶର ସର୍ବବୃହତ୍‌ ଘରୋଇ ଟି୨୦ ଟୁର୍ନାମେଣ୍ଟ ମୁସ୍ତାକ ଅଲୀ ଟ୍ରଫିରେ ତାମିଲନାଡୁ ଫାଇନାଲରେ ପ୍ରବେଶ କରିଛି। ୩୧ ତାରିଖ ରବିବାର ତାମିଲନାଡୁ ଫାଇନାଲରେ ବରୋଦାକୁ ଭେଟିବ। ପ୍ରଥମ ସେମିରେ ତାମିଲନାଡୁ ରାଜସ୍ଥାନକୁ ହରାଇ ଓ ଦ୍ୱିତୀୟ ସେମିରେ ବରୋଦା ପଞ୍ଜାବକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ସ୍ଥାନୀୟ ମୋଟେରା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ତାମିଲନାଡୁ ୮ଟି ବଲ ବାକିଥାଇ ୭ ଉଇକେଟରେ ରାଜସ୍ଥାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଟସ୍‌ ଜିତି ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୫୪ ରନ ସଂଗ୍ରହ କରିଥିଲା। ଜବାବରେ ତାମିଲନାଡୁ ୧୮.୪ ଓଭରରେ ୩ ଉଇକେଟ ହରାଇ ୧୫୮ ରନକରି ବିଜୟୀ ହୋଇଥିଲା। ତାମିଲନାଡୁ ତରଫରୁ ଅରୁଣ କାର୍ତ୍ତିକ ୫୪ ବଲରୁ ୯ ଚୌକା, ୩ ଛକା ସହ ୮୯ ରନ୍‌ର ଧୂଅଁାଧାର ପାଳି ଖେଳି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ସେହିପରି ଅଧିନାୟକ ତଥା ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ୧୭ ବଲରୁ ୩ ଚୌକା ସହ ଅପରାଜିତ ୨୬ ରନ୍‌ କରି ଅରୁଣ କାର୍ତ୍ତିକଙ୍କୁ ଉପଯୁକ୍ତ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ଜଗଦୀଶାନ ୨୮, ସି. ହରି ନିଶାନ୍ତ ୪ ଓ ବାବା ଅପରାଜିତ ୨ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବୋଲିଂରେ ରାଜସ୍ଥାନ ତରଫରୁ ତନବୀର-ଉଲ-ହକ, ଅନିକେତ ଚୌଧୁରୀ, ରବି ବିଷ୍ନୋଇ ଗୋଟି...

ପ୍ରଥମ ଟେଷ୍ଟ: ପାକିସ୍ତାନ ୭ ଉଇକେଟରେ ବିଜୟୀ :ଫଓ୍ବାଦ ଆଲାମ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌

କରାଚୀ,୩୦।୧(ଏପି): ଦୁଇ ସ୍ପିନର ନୌମାନ ଅଲୀ ଓ ୟାସିର ଶାହାଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ପାକିସ୍ତାନ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୪ ଦିନରେ ୭ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପଦାର୍ପଣ କରିଥିବା ୩୪ ବର୍ଷୀୟ ବାମହାତୀ ସ୍ପିନର ନୌମାନ ଦ୍ୱିତୀୟ ଇନିଂସରେ ୫ ଓ ୟାସିର ୪ ଉଇକେଟ ଅକ୍ତିଆର କରି ଦକ୍ଷିଣ ଆଫ୍ରିକାକୁ ନିରାଶ କରିଥିଲେ। ମ୍ୟାଚରେ ଦୁଇ ସ୍ପିନର ମୋଟ ଉପରେ ୧୪ଟି ଉଇକେଟ ହାସଲ କରିଛନ୍ତି। ଉଭୟ ଇନିଂସରେ ଦକ୍ଷିଣ ଆଫ୍ରିକା ସ୍ପିନରଙ୍କ ବିପକ୍ଷରେ ସଂଘର୍ଷ କରିଥିବା ଦେଖାଯାଇଥିଲା। ଏଥିସହ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ୨୭ଟି ଟେଷ୍ଟ ଖେଳିଥିବା ବେଳେ ପଞ୍ଚମ ବିଜୟ ହାସଲ କରିଛି। ଶେଷଥର ପାଇଁ ଏହି ଭେନ୍ୟୁରେ ପାକିସ୍ତାନ ୨୦୦୭ରେ ବିଜୟ ହାସଲ କରିଥିଲା। ଏଥିସହ ବାବର ଆଜମ ନିଜ ନେତୃତ୍ୱରେ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଜିତାଇବାରେ ସଫଳ ହୋଇଛନ୍ତି। ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସେ ଆହତ ହୋଇ ବାଦ୍‌ ପଡିଥିଲେ। ଏବେ ରାଓ୍ବଲପିଣ୍ଡିରେ ଫେବୃୟାରୀ ୮ ତାରିଖରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଟେଷ୍ଟ ସିରିଜ ପରେ ଦୁଇ ଦଳ ଲାହୋରରେ ୧୧ରୁ ୧୪ ତାରିଖ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବେ। ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୬୯.୨ ଓଭରରେ ୨୨୦ ରନକରି ଅଲ୍‌ଆଉଟ ହୋଇଥିଲା। ଜବାବରେ ପାକିସ୍ତାନ ପ୍ରଥମ ଇନିଂସ ଆରମ୍ଭ କର...

ଏଇ ଭାରତରେ

ପରିବେଶ ସୁରକ୍ଷାରେ ସଦା ବ୍ୟସ୍ତ ମହାରାଷ୍ଟ୍ରର ମହମ୍ମଦ ଦିଲାଓ୍ବାର। ସେ ଘରଚଟିଆଙ୍କ ସହ ଦେଶୀ ପ୍ରଜାତି ଗଛଗୁଡ଼ିକର ସଂରକ୍ଷଣ କରୁଛନ୍ତି। ମହମ୍ମଦ ରହୁଛନ୍ତି ନାସିକରେ। ଏବେ ସୁଦ୍ଧା ମହମ୍ମଦ ଭାରତରେ ଥିତ୍ବା ୪୦୦ ପ୍ରଜାତିର ଦେଶୀ ଗଛ ସଂଗ୍ରହ କରିଛନ୍ତି। ଗଛଗୁଡ଼ିକୁ ସେ ନାସିକସ୍ଥିତ ଦିଲାଓ୍ବାର ନର୍ସରିରେ ରଖିଛନ୍ତି । କେବଳ ନର୍ସରିରେ ଚାରା ଉତାରୁ ନାହାନ୍ତି, ବରଂ ତାହାକୁ ମହାରାଷ୍ଟ୍ରର ମୁମ୍ବାଇ, ପୁଣେ, ପାଲଘର ଏବଂ ନାସିକ ସହରରେ ରୋପଣ କରି ୨୫ଟି ସିଟି ଫରେଷ୍ଟ ସୃଷ୍ଟି କରିପାରିଛନ୍ତି। ଘରଚଟିଆ ବଂଶ ରକ୍ଷା ପାଇଁ ଦେଶୀ ଗଛର ଆବଶ୍ୟକତାକୁ ଲକ୍ଷ୍ୟକରି ସେ ଏଭଳି ପଦକ୍ଷେପ ନେଇଛନ୍ତି। ଏବେ ସୁଦ୍ଧା ସିଟି ଫରେଷ୍ଟଗୁଡ଼ିକରେ ମହମ୍ମଦ ଓ ତାଙ୍କ ଟିିମ୍‌ ଦେଶୀ ପ୍ରଜାତିର ୨୫,୦୦୦ ଗଛ ଲଗାଇ ସାରିଛନ୍ତି। ଭାରତର ୩୫,୦୦୦ରୁ ଊର୍ଦ୍ଧ୍ୱ ଦେଶୀ ପ୍ରଜାତି ଗଛ ମଧ୍ୟରୁ ୫,୦୦୦ ପ୍ରଜାତିର ଗଛ ତାଙ୍କ ନର୍ସରିରେ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ମହମ୍ମଦ। ୨୦୧୫ରେ ପୁଣେର ଓ୍ବିପ୍ରୋ କ୍ୟାମ୍ପସରେ ପ୍ରଥମେ ସେ ସିଟି ଫରେଷ୍ଟ ଆରମ୍ଭ କରିଥିଲେ। ଏଥିତ୍ରେ ସଫଳତା ପାଇବା ପରେ ମହାରାଷ୍ଟ୍ର ସରକାର, ଏନ୍‌ଜିଓ ଓ ଘରୋଇ ସଂସ୍ଥାଗୁଡ଼ିକ ସହ ମିଳିତ ଭାବେ ଅନ୍ୟ ସହରଗୁଡ଼ିକରେ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ମହମ୍ମଦ ପ୍ରତିଷ୍ଠା କରିଥିବା ସଂସ୍ଥା ‘ନେଚର ଇଣ୍ଡିଆ ନର୍ସରି’ ମାଧ୍ୟମରେ ଗଛ ସଂରକ୍ଷଣ ପାଇଁ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ପ୍ରୋଗ୍...

ପ୍ରାଚୀନ ଭାରତର ବିଶ୍ୱବିଦ୍ୟାଳୟ

ଇଂ.ମାୟାଧର ସ୍ବାଇଁ ପାଶ୍ଚାତ୍ୟ ଜଗତରେ ବିଶ୍ୱବିଦ୍ୟାଳୟ ସ୍ଥାପନର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ଏବଂ ଏଠାରେ ଦେଶ, ବିଦେଶର ଅନେକ ଛାତ୍ର ଶିକ୍ଷାଲାଭ କରିଥିଲେ। ଇଂଲଣ୍ଡର ଅକ୍‌ସଫୋର୍ଡ ବିଶ୍ୱବିଦ୍ୟାଳୟ ୧୦୯୬ ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏହାକୁ ୟୁରୋପର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଏ। ଆମ ଦେଶରେ ଏହାର ପ୍ରାୟ ୧୫୦୦ ବର୍ଷ ପୂର୍ବରୁ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା। ପୃଥିବୀର ପ୍ରଥମ ବିଶ୍ୱବିଦ୍ୟାଳୟ ତକ୍ଷଶିଳା(ବର୍ତ୍ତମାନ ପାକିସ୍ତାନ ଅନ୍ତର୍ଗତ)ରେ ସ୍ଥାପନ କରାଯାଇଥିଲା। ଏହା ଖ୍ରୀ.ପୂ. ସପ୍ତମ ଶତାବ୍ଦୀରେ ସ୍ଥାପିତ ହୋଇ ୫୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା। ଛଅ ବର୍ଗ ମାଇଲ ଅଞ୍ଚଳରେ ବ୍ୟାପ୍ତ ଏହା ରାଓଲପିଣ୍ଡି ଠାରୁ ପଶ୍ଚିମକୁ ୨୦ ମାଇଲ ଦୂରରେ ଅବସ୍ଥିତ ଥିଲା। ଭାରତ ସମେତ ସମଗ୍ର ଏସିଆ ମହାଦେଶରୁ ଛାତ୍ରମାନେ ଏଠାକୁ ପଢ଼ିବାକୁ ଆସୁଥିଲେ। ଏଠାରେ କେବଳ ଉଚ୍ଚତର ଶିକ୍ଷା ଦିଆଯାଉଥିଲା। ଏଣୁ ଏଠାକୁ ଆସୁଥିବା ଛାତ୍ରମାନଙ୍କର ବୟସ ୧୬ରୁ ୨୦ ବର୍ଷ ମଧ୍ୟରେ ଥିଲା। ଶିକ୍ଷାର ସମୟ ସାଧାରଣତଃ ଆଠ ବର୍ଷ ଥିଲା, ମାତ୍ର ଛାତ୍ରର ଶିକ୍ଷାଗ୍ରହଣ କ୍ଷମତାକୁ ନେଇ ଅଧ୍ୟାପକ ଏହାକୁ କମ୍‌ କିମ୍ବା ବେଶି କରି ପାରୁଥିଲେ। ଏଠାରେ ବେଦ, ହିନ୍ଦୁ ସଂସ୍କୃତି, ଜ୍ୟୋତିଷ ଶାସ୍ତ୍ର, ବ୍ୟାକରଣ, ସାହିତ୍ୟ, ଶିଳ୍ପ ବିଜ୍ଞାନ, ରାଜନୀତି, ଅର୍ଥନୀତି, ଯୁଦ୍ଧ ବିଜ୍ଞାନ...

ଗାନ୍ଧୀ ଦର୍ଶନରେ ଗ୍ରାମୋଦ୍ୟୋଗ ଓ କୃଷିନୀତି

ଡ. ଅଶ୍ୱିନୀ କୁମାର ଶତପଥୀ ଗାନ୍ଧିଜୀ ୧୮୯୩ ମସିହାରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚତ୍ ନିଜର ଓକିଲାତି ଆରମ୍ଭ କରିଥିଲେ। ଆଇନ ବ୍ୟବସାୟ ସହିତ ସେଠାରେ ଅବସ୍ଥାନ କରୁଥିବା ଭାରତୀୟମାନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବା ଦିଗରେ ସେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ । ସେଠାକାର ରହଣି କାଳରେ ସେ ପାଶ୍ଚାତ୍ୟ ସଭ୍ୟତା ପ୍ରାୟୋଜିତ ଶିକ୍ଷା ଓ ବ୍ୟବହୃତ ଯାନ୍ତ୍ରିକ ଉପକରଣଗୁଡ଼ିକ ଦ୍ୱାରା ଦୟନୀୟ ଭାବେ ଉପେକ୍ଷିତ ହେଉଥିବା ‘ମାନବଶ୍ରମ’ ତଥା ଦରିଦ୍ର ଶ୍ରମିକ ସମାଜ ଉପରେ ଏହାର ସୁଦୂରପ୍ରସାରୀ ଦୁଷ୍ପରିଣାମକୁ ଅତି ନିକଟରୁ ଅନୁଭବ କରିଥିଲେ। ବେକାରି ସୃଷ୍ଟି କରୁଥିବା ଏହି ଯନ୍ତ୍ରଗୁଡ଼ିକ ଯେ ଭାରତ ଓ ଭାରତୀୟମାନଙ୍କ ପରିପ୍ରେକ୍ଷୀରେ ଉପଯୋଗୀ ନୁହନ୍ତି, ସେଇ ନିଷ୍କର୍ଷରେ ଗାନ୍ଧିଜୀ ପହଞ୍ଚତ୍ଥିଲେ। ବିଦେଶର ସହରୀ ସଭ୍ୟତା, ସେଠାକାର ଚାଲିଚଳନ ଓ ଖାଦ୍ୟପେୟ ଆଦିର ଅନ୍ଧାନୁକରଣ ଦିନେ ଭାରତୀୟ ଗ୍ରାମ୍ୟ ଜୀବନକୁ ଧ୍ୱସ୍ତବିଧ୍ୱସ୍ତ କରିଦେବ- ଏଥିରେ ତାଙ୍କର ଆଦୌ ସନ୍ଦେହ ନ ଥିଲା। ଭାରତର ଗ୍ରାମ୍ୟ ସଂସ୍କୃତି ହେଉଛି ଭାରତର ପ୍ରାଣ। ଗ୍ରାମରେ ହିଁ ପ୍ରକୃତ ଭାରତ ବଞ୍ଚତ୍ ରହିଛି। ଏଣୁ ଗ୍ରାମର ସାମାଜିକ, ଅର୍ଥନୈତିକ ଏବଂ ନୈତିକ ବିକାଶ ହିଁ ଭାରତୀୟ ଜନଜୀବନକୁ ପରିପୁଷ୍ଟ ଓ ସମୃଦ୍ଧିଶାଳୀ କରିପାରିବ- ଏଥିରେ ଥିଲା ତାଙ୍କର ଦୃଢ ବିଶ୍ୱାସ। ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ପ୍ରତ୍ୟାବର୍ତ୍ତନ କଲା ପରେ ୨୫ ମେ ୧୯୧୫ରେ ଅହମଦାବାଦଠ...

ବଦଳି ପାଲା

କେନ୍ଦ୍ରରେ ମୋଦି ସରକାର ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏଥିରେ ୧୮ ଜଣ ସଚିବଙ୍କୁ ବଦଳି କରାଯାଇ ସେମାନଙ୍କୁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ନିଯୁକ୍ତି ଦିଆଯାଇଛି। ଅନେକଙ୍କୁ ବି ପଦୋନ୍ନତି ମିଳିଛି। ବହୁ ସମୟରେ ଏଭଳି ଅଦଳବଦଳ ନାଟକ ଦେଖିତ୍ବାକୁ ମିଳେ। ଏବେ ଡିପାର୍ଟମେଣ୍ଟ୍‌ ଅଫ୍‌ ପର୍ସୋନେଲ ଆଣ୍ଡ୍‌ ଟ୍ରେନିଂ (ଡିଓପିଟି) ଜଣେ ନୂଆ ସଚିବ ଦୀପକ ଖାଣ୍ଡେକରଙ୍କୁ ପାଇଛି। ଖାଣ୍ଡେକର ଜନଜାତି ବ୍ୟାପାର ସଚିବ ଥିତ୍ଲେ। ବର୍ତ୍ତମାନ ତାଙ୍କୁ ଡିଓପିଟିରେ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଏହି ପଦ ୪ ମାସ ହେବ ଖାଲି ପଡିଥିଲା। ତେବେ ଖାଣ୍ଡେକର ଆଉ ୭ ମାସ ପରେ ଅବସର ନେବାକୁ ଯାଉଥିତ୍ବାବେଳେ ସରକାର ତାଙ୍କ ପରେ ସେହି ପଦବୀରେ ଆଉ ଜଣଙ୍କୁ ଅବସ୍ଥାପିତ କରିବାକୁ ପଡ଼ିବ। ଆଉ ମଧ୍ୟ ୪୫ ଦିନ ପରେ ବିତ୍ତ ସଚିବ ପଦରୁ ଏ.ବି.ପି. ପାଣ୍ଡେ ଅବସର ନେବା ପରେ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆଯିବ ତାହାକୁ ନେଇ କାନକୁହା କଥା ଶୁଣିବାକୁ ମିଳୁଛି। ଏହି ବଦଳି ପାଲାରେ ଜଡିତ ୧୮ ଜଣ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରୁ ୧୩ ଜଣଙ୍କୁ ସଚିବ ଭାବେ ନିଯୁକ୍ତ କରାଯାଇଥିବାବେଳେ ୫ ଜଣଙ୍କୁ ସ୍ବତନ୍ତ୍ର ସଚିବ ଭାବେ ପଦୋନ୍ନତି ଦିଆଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ପ୍ରବୀଣ ଗର୍ଗ,ଏସ୍‌.ଏସ୍‌.ସାନ୍ଧୁ , ଅଞ୍ଜଳି ଭାଓ୍ବାରା, ଜେ.ଏନ୍‌. ସ୍ବାଇଁ ଏବଂ ଅନିଲ କୁମାର ଝା। ଏହାବାଦ୍‌ ଆଉ ଦୁଇ ଅଧିକାରୀଙ୍କୁ ଅଣଦେଖା କର...

ଜେଲ ଗଲେ ପ୍ରେମିକ

ଯାଜପୁର ଅଫିସ୍‌/ରସୁଲପୁର/ଯାଜପୁର ଟାଉନ,୩୦ା୧: ଯାଜପୁର ଜିଲା କୁଆଖିଆ ଥାନା ମୂଳାପାଳ ଛକ ନିକଟରୁ ବୁଧବାର ସକାଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଜବତ ହୋଇଥିଲା। ତାଙ୍କ ମୃତଦେହକୁ ଦୁଇଜଣ ସ୍କୁଟିରେ ଆଣି ଫୋପାଡ଼ିଥିବା ଏକ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ଝରାଫୁଲଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ପୋଲିସ ଏ ନେଇ ତଦନ୍ତ ଚଳାଇଛି। ଝରାଫୁଲ ଆଦିବାସୀ ସମ୍ପ୍ରଦାୟର ବୋଲି ଜଣାପଡ଼ିବା ପରେ ମାମଲାରେ ଏସ୍‌ସି ଏସ୍‌ଟି ଦଫା ଯୋଡ଼ାଯାଇଛି। ଏହାସାଙ୍ଗକୁ ତଦନ୍ତକାରୀ ଅଧିକାରୀ ମଧ୍ୟ ବଦଳିଛନ୍ତି। ତଦନ୍ତ ଦାୟିତ୍ୱ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁଙ୍କଠାରୁ ଏସ୍‌ଡିପିଓ ଚିନ୍ମୟ ନାୟକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ଯାଜପୁର ଜିଲା ପୋଲିସ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ସହାୟତାରେ ଗୁରୁବାର ଗିରଫ କରିଥିବା ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ଶୁକ୍ରବାର ଜିଲା ଦୌରାଜଜ୍‌ଙ୍କ କୋର୍ଟକୁ ଚାଲାଣ କରିଛି। ବିଚାରପତି ରାକେଶଙ୍କୁ ଯାଜପୁର ଜିଲା କାରାଗାରକୁ ପଠାଇ ଦେଇଛନ୍ତି। କୁଆଖିଆ ପୋଲିସ ରାକେଶକୁ ୫ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା। ଏହାର ଶୁଣାଣି ଆସନ୍ତା ୧ ତାରିଖରେ କରିବା ପାଇଁ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି। ଝରାଫୁଲଙ୍କ ଘର ମୟୂରଭଞ୍ଜ ଜିଲା ଯଶିପୁର ଥାନା ବୁନ୍ଦେଇପୋଷି ଗ୍ରାମରେ। ରାକେଶଙ୍କ ଘର ଭୁବନେ...

ଦୀପ ସିଦ୍ଧୁ ଫେରାର

ଜଳନ୍ଧର,୨୯।୧: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ହିଂସାର ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଗୁରୁବାର ଫେରାର ହୋଇଯାଇଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରାଯାଇଛି। ମଙ୍ଗଳବାର କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଟ୍ରାକ୍ଟର ରାଲି କରାଯାଇଥିବାବେଳେ ଦୀପ ସିଦ୍ଧୁ ଭିଡ଼କୁ ଉସୁକାଇ ବିଭ୍ରାଟ ସୃଷ୍ଟି କରିଥିଲେ। ସେ ଲାଲକିଲ୍ଲାର ତ୍ରିରଙ୍ଗା ଉତ୍ତୋଳନସ୍ଥଳରେ ଶିଖ୍‌ମାନଙ୍କ ଧର୍ମୀୟ ପତାକା ‘ନିଶାନ ସାହିବ’ ଉଡ଼ାଇଥିଲେ। ଭାଜପା ସହ ତାଙ୍କ ସମ୍ପର୍କ ଥିବା ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଛି ଏବଂ ତାଙ୍କର ପତ୍ତା ମିଳୁନାହିଁ। ଦୀପ ସିଦ୍ଧୁ ଏକ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି, ଆମେ କେବଳ ବିକ୍ଷୋଭ କରିବା ନେଇ ଗଣତାନ୍ତ୍ରିକ ଅଧିକାର ଜାହିର କରିଛୁ। ଅନ୍ୟପକ୍ଷରେ ଆଉ ଏକ ପୋଷ୍ଟରେ ତାଙ୍କୁ ଗ୍ୟାଙ୍ଗଷ୍ଟର ତଥା ହିଂସାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଲଖା ସିଧାନାଙ୍କ ସହ ବାଇକ୍‌ରେ ଯାଉଥିବା ଦେଖିବାକୁ ମିଳିଛି। The post ଦୀପ ସିଦ୍ଧୁ ଫେରାର appeared first on Dharitri Odia News .

ଲାଲ୍‌କିଲ୍ଲା ହିଂସା ନେଇ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ,୨୯।୧(ପି.ଟି.): ସାଧାରଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ବେଳେ ଲାଲ୍‌କିଲ୍ଲାରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏହି ହିଂସାରେ ସମ୍ପୃକ୍ତ କୃଷକଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଦେଶଦ୍ରୋହ ଏବଂ ୟୁଏପିଏ (ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ)ରେ ମାମଲା ରୁଜୁ କରିଛି। ଆଇପିସି ଧାରା ୧୨୪ଏ (ଦେଶଦ୍ରୋହ)ରେ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ କରାଯାଉଛି। ଲାଲ୍‌କିଲ୍ଲା ହିଂସା ସହ ସମ୍ପୃକ୍ତି ନେଇ ପୂର୍ବରୁ ପୋଲିସ ଦାଏର କରିଥିବା ଏତଲାରେ ଦୀପ୍‌ ସିଧୁ ଏବଂ ଗ୍ୟାଙ୍ଗଷ୍ଟର୍‌ରୁ ସାମାଜିକ କର୍ମୀ ପାଲଟିଥିବା ଲାଖା ସିଧାନାଙ୍କ ନଁା ଥିଲା। ଜାନୁୟାରୀ ୨୬ରେ ଗାଜିପୁର ସୀମାରୁ ଟ୍ରାକ୍ଟର ରାଲିରେ ବାହାରି ଆଇଟିଓରେ ପହଞ୍ଚତ୍ଥିବା ଆନ୍ଦୋଳନକାରୀ ଚାଷୀଙ୍କ ସହ ପୋଲିସର ସଂଘର୍ଷ ହୋଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଟ୍ରାକ୍ଟର ଚଳାଇ ଲାଲ୍‌କିଲ୍ଲାରେ ପହଞ୍ଚତ୍ବା ସହ ଏହା ଭିତରେ ପ୍ରବେଶ କରିଥିଲେ। ଲାଲ୍‌କିଲ୍ଲା ଗମ୍ବୁଜ ଓ ପ୍ରାଚୀରରେ ସେମାନେ ପତାକା ଲଗାଇଥିଲେ। The post ଲାଲ୍‌କିଲ୍ଲା ହିଂସା ନେଇ ଦେଶଦ୍ରୋହ ମାମଲା appeared first on Dharitri Odia News .

ପେଟ୍‌ କୋକ୍‌ ବ୍ୟବହାର ବନ୍ଦ କର: ଏନ୍‌ଜିଟି ନିର୍ଦ୍ଦେଶ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଶିଳ୍ପଗୁଡ଼ିକରେ ଜାଳେଣି ଭାବେ ବ୍ୟବହୃତ ହେଉଥିବା ପେଟ୍‌କୋକ୍‌ ଏବଂ ଫର୍ନେସ ଅଏଲ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହା କେବଳ ପରିବେଶ ନୁହେଁ, ମନୁଷ୍ୟ ସ୍ବାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛି। ଏଥିଯୋଗୁ ଲୋକମାନେ ମାରାତ୍ମକ ରୋଗର ଶିକାର ହେଉଛନ୍ତିି। ଏହାର ବ୍ୟବହାରକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶିଳ୍ପାନୁଷ୍ଠାନରେ ଏହାର ବ୍ୟବହାରକୁ ତୁରନ୍ତ ବନ୍ଦ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରିବା ସହିତ ଆସନ୍ତା ୪ ମାସ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ (ଏଟିଆର) ଦେବାକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟି ଅଧ୍ୟକ୍ଷ ଏ. କେ. ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ ଦୁଇଟି ମାମଲାର ଶୁଣାଣି କରି ୨୦୨୧ ଜାନୁୟାରୀ ୧୫ରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟିଙ୍କଠାରୁ କଡ଼ା ନିର୍ଦ୍ଦେଶ ପରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ପେଟ୍‌କୋକ୍‌ ଏବଂ ଫର୍ନେସ ଅଏଲ ବ୍ୟବହାରକୁ ନିଷେଧ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଠି ଲେଖି ଜଣାଇଛନ୍ତି। ପ୍ରଦୂଷଣ ସୃଷ୍ଟି କରୁଥିବାରୁ ସୁପ୍ରିମକୋର୍ଟ ୨୦୧୭ ନଭେମ୍ବର ୧୭ ତାରିଖରେ ଦିଲ୍ଲୀରେ ...