Skip to main content

ବଦଳି ପାଲା

କେନ୍ଦ୍ରରେ ମୋଦି ସରକାର ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏଥିରେ ୧୮ ଜଣ ସଚିବଙ୍କୁ ବଦଳି କରାଯାଇ ସେମାନଙ୍କୁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ନିଯୁକ୍ତି ଦିଆଯାଇଛି। ଅନେକଙ୍କୁ ବି ପଦୋନ୍ନତି ମିଳିଛି। ବହୁ ସମୟରେ ଏଭଳି ଅଦଳବଦଳ ନାଟକ ଦେଖିତ୍ବାକୁ ମିଳେ। ଏବେ ଡିପାର୍ଟମେଣ୍ଟ୍‌ ଅଫ୍‌ ପର୍ସୋନେଲ ଆଣ୍ଡ୍‌ ଟ୍ରେନିଂ (ଡିଓପିଟି) ଜଣେ ନୂଆ ସଚିବ ଦୀପକ ଖାଣ୍ଡେକରଙ୍କୁ ପାଇଛି। ଖାଣ୍ଡେକର ଜନଜାତି ବ୍ୟାପାର ସଚିବ ଥିତ୍ଲେ। ବର୍ତ୍ତମାନ ତାଙ୍କୁ ଡିଓପିଟିରେ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଏହି ପଦ ୪ ମାସ ହେବ ଖାଲି ପଡିଥିଲା। ତେବେ ଖାଣ୍ଡେକର ଆଉ ୭ ମାସ ପରେ ଅବସର ନେବାକୁ ଯାଉଥିତ୍ବାବେଳେ ସରକାର ତାଙ୍କ ପରେ ସେହି ପଦବୀରେ ଆଉ ଜଣଙ୍କୁ ଅବସ୍ଥାପିତ କରିବାକୁ ପଡ଼ିବ। ଆଉ ମଧ୍ୟ ୪୫ ଦିନ ପରେ ବିତ୍ତ ସଚିବ ପଦରୁ ଏ.ବି.ପି. ପାଣ୍ଡେ ଅବସର ନେବା ପରେ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆଯିବ ତାହାକୁ ନେଇ କାନକୁହା କଥା ଶୁଣିବାକୁ ମିଳୁଛି। ଏହି ବଦଳି ପାଲାରେ ଜଡିତ ୧୮ ଜଣ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରୁ ୧୩ ଜଣଙ୍କୁ ସଚିବ ଭାବେ ନିଯୁକ୍ତ କରାଯାଇଥିବାବେଳେ ୫ ଜଣଙ୍କୁ ସ୍ବତନ୍ତ୍ର ସଚିବ ଭାବେ ପଦୋନ୍ନତି ଦିଆଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ପ୍ରବୀଣ ଗର୍ଗ,ଏସ୍‌.ଏସ୍‌.ସାନ୍ଧୁ , ଅଞ୍ଜଳି ଭାଓ୍ବାରା, ଜେ.ଏନ୍‌. ସ୍ବାଇଁ ଏବଂ ଅନିଲ କୁମାର ଝା। ଏହାବାଦ୍‌ ଆଉ ଦୁଇ ଅଧିକାରୀଙ୍କୁ ଅଣଦେଖା କରାଯାଇଆସୁଥିଲା ବୋଲି ଗୁଜବ ଉଠିବା ସତ୍ତ୍ୱେ ଏମାନଙ୍କୁ ଅତି ଭଲ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି । ପ୍ରଥମ ଜଣକ ହେଉଛନ୍ତି ୧୯୮୮ ବ୍ୟାଚ୍‌ ଉତ୍ତରପ୍ରଦେଶ (ୟୁପି) କ୍ୟାଡର ଆଇଏଏସ୍‌ ଅଧିକାରୀ ଆଲୋକ କୁମାର । ତାଙ୍କ କ୍ୟାଡର ଷ୍ଟେଟରୁ ତାଙ୍କୁ ବଦଳି କରି କେନ୍ଦ୍ର ଶକ୍ତି ସଚିବ ଭାବେ ନିଯୁକ୍ତ କରାଯାଇଛି। ଆଉ ଜଣେ ବି ସେହି ୟୁପି କ୍ୟାଡର ଅଧିକାରୀ ଆଲୋକ ଟଣ୍ଡନ, ଯାହାଙ୍କୁ ଖଣି ମନ୍ତ୍ରଣାଳୟର ସଚିବ ଦାୟିତ୍ୱ ଦିଆଯାଇଛି। ଅରବିନ୍ଦ କୁମାର ଶର୍ମା ନିିକଟରେ ୟୁପି ବିଧାନସଭାକୁ ପ୍ରବେଶ କରିବା ଲକ୍ଷ୍ୟରେ ଇଚ୍ଛାଧୀନ ଅବସର ନେଇଛନ୍ତି। ତାଙ୍କ ଜାଗାରେ ଆଉଜଣେ ଗୁଜରାଟ କ୍ୟାଡର ଅଧିକାରୀ ବି. ବି. ସ୍ବାଇଁଙ୍କୁ ଅଣୁ ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରଣାଳୟରେ ଅବସ୍ଥାପିତ କରାଯାଇଛି।
ଏବେ ବି ସମୟ ଅଛି
ଦିଲ୍ଲୀ ମେଟ୍ରୋର ପରିଚାଳନା ନିର୍ଦ୍ଦେଶକ ପଦ ପାଇଁ ଦରଖାସ୍ତ ଆହ୍ବାନ କରିବାରେ ବିଳମ୍ବ ଯୋଗୁ ମଙ୍ଗୁ ସିଂଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୩୧ରେ ଆଉ ଥରେ ସମ୍ପ୍ରସାରଣ ହେବ ବୋଲି ଅନୁମାନ କରାଯାଉଛି। ଏହିଦିନ ତାଙ୍କର ଦ୍ୱିତୀୟ ସମ୍ପ୍ରସାରଣ ଶେଷ ହେଉଛି। ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେଶନ( ଡିଏମ୍‌ଆର୍‌ସି) ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଅଧୀନରେ ପରିଚାଳିତ। ଏଣୁ ଦୁଇ ସରକାର ଏହି ଘଟଣାରେ କିଭଳି ଆଗେଇବେ ତାହା ସ୍ଥିର କରି ନ ପାରିବାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାରେ ବିଳମ୍ବ ହୋଇଛି ବୋଲି ସୂତ୍ରରୁ ପ୍ରକାଶ। ସାଧାରଣତଃ କେନ୍ଦ୍ରର ସହମତି ନେଇ ଏହି ପ୍ରକ୍ରିୟାକୁ ଦିଲ୍ଲୀ ସରକାର ଆରମ୍ଭ କରି ଶେଷ କରିଥାନ୍ତି। କେନ୍ଦ୍ର ଓ ଦିଲ୍ଲୀ ସରକାର ବିଭିନ୍ନ ଘଟଣାରେ ପରସ୍ପର ବୁଝାମଣାରେ କାମ କରିବା ପ୍ରାୟତଃ ଦେଖାଯାଏ ନାହିଁ। ଏହା ମଧ୍ୟ ତା’ର ଏକ ଉଦାହରଣ ହୋଇପାରେ। ଅପରପକ୍ଷରେ ଏକ ଦୀର୍ଘ ସମୟ ଧରି ମଙ୍ଗୁ ସିଂ ଦିଲ୍ଲୀ ମେଟ୍ରୋର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ୨୦୧୨ରେ ସେ ‘ମେଟ୍ରୋ ମ୍ୟାନ’ ଇ. ଶ୍ରୀଧରନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୬ରେ ତାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଥିଲା। ଗତ ବର୍ଷ ଡିସେମ୍ବରରେ ପୁଣି ଥରେ ତାଙ୍କ କାର୍ଯ୍ୟକାଳ ୩୧ ମାର୍ଚ୍ଚ ୨୦୨୧କୁ ବଢ଼ାଯାଇଥିଲା। ତାଙ୍କ ପଦବୀରେ ଜଣେ ଯୋଗ୍ୟ ଅଧିତ୍ତ୍କାରୀଙ୍କୁ ଚୟନ କରିବା ଲାଗି ଏଭଳି ସମ୍ପ୍ରସାରଣ କରାଯାଇଥିଲା। କିନ୍ତୁ ଏହା ହୋଇପାରୁନାହିଁ ବୋଲି ପର୍ଯ୍ୟବେକ୍ଷକମାନେ କହୁଛନ୍ତି। ଦିଲ୍ଲୀ ମେଟ୍ରୋ ଆଇନର ଏକ ଅନୁଚ୍ଛେଦ ଅନୁସାରେ କର୍ପୋରେଶନର ଶୀର୍ଷ ପଦ ଖାଲି ହେବା ପୂର୍ବରୁ ଏହା ପାଇଁ ଜଣେ ଯୋଗ୍ୟ ବ୍ୟକ୍ତିଙ୍କ ନାମ ସ୍ଥିର କରାଯିବା ଉଚିତ। ତେବେ ନିଯୁକ୍ତି ପ୍ରକ୍ରିୟା ପାଇଁି କିଛି ସମୟ ରହିଛି । ସରକାରଙ୍କ ହାତରେ ବି ସମୟ ଅଛି। ଅତିକମ୍‌ରେ ସରକାର ପ୍ରକ୍ରିୟା ଆରମ୍ଭ କରିବା ଦରକାର।
ନିର୍ବାସନରୁ ଫେରିଲେ
ବାରମ୍ବାର ବଦଳି ହେବାରେ ୨୦୦୪ ବ୍ୟାଚ ଆଇଏଏସ୍‌ ଅଧିକାରୀ ତୁକାରାମ ମୁଣ୍ଡେ ବେଶ୍‌ ଜଣାଶୁଣା। ତାଙ୍କୁ ଗତ ବର୍ଷ ଅଗଷ୍ଟରୁ ନିଯୁକ୍ତି ପାଇଁ ଓ୍ବେଟିଂରେ ରଖାଯାଇଥିଲା। ଏବେ ସେ ତାଙ୍କ ନିର୍ବାସନ ଛାଡି ଆମତ୍ପ୍ରକାଶ କରିବା ସହ ସକ୍ରିୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତାଙ୍କୁ ମହାରାଷ୍ଟ୍ର ମାନବ ଅଧିକାର କମିଶନରେ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ମହାରାଷ୍ଟ୍ର କ୍ୟାଡର ଅଧିକାରୀ ତୁକାରାମଙ୍କର ୧୫ ବର୍ଷ ସିଭିଲ ସର୍ଭିସ କ୍ୟାରିୟରରେ ଏହା ୧୭ ତମ ନିଯୁକ୍ତି! ସେ ନିୟମ ଆଧାରିତ କାର୍ଯ୍ୟ କରିଥାନ୍ତି। ଏଥିତ୍ପାଇଁ ମ୍ୟୁନିସିପାଲିଟିଗୁଡ଼ିକରେ ଦାୟିତ୍ୱ ନିର୍ବାହ କରିବା ସମୟରେ ତାଙ୍କୁ ଅନେକ ଥର ଧମକ ଦିଆଯାଇଛି ଏବଂ ବହୁ ମ୍ୟୁନିସିପାଲିଟିରେ ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ପାସ୍‌ କରାଯାଇଛି। ଗତ ବର୍ଷ ସେପ୍ଟେମ୍ବରରେ ସେ ମହାରାଷ୍ଟ୍ର ଜୀବନ ପ୍ରାଧିକରଣରେ ସଦସ୍ୟ ସଚିବ ଭାବେ ନିଯୁକ୍ତି ପାଇଥିଲେ। ନାଗପୁର ମ୍ୟୁନିସିପାଲ କର୍ପୋରେଶନ୍‌ରେ ଏହା ଥିଲା ତାଙ୍କ ଶେଷ ନିଯୁକ୍ତି, କିନ୍ତୁ ଏହାକୁ ଦିନକ ଭିତରେ ରଦ୍ଦ କରି ଦିଆଯାଇ ନିଯୁକ୍ତି ପାଇଁ ଓ୍ବେଟିଂରେ ରଖାଯାଇଥିଲା। ପୂର୍ବାପେକ୍ଷା ଏବେ ତାଙ୍କ ନୂଆ ପଦ ତଥା କାର୍ଯ୍ୟକାଳ ଅଧିକ ସ୍ଥାୟୀ ହେବ ବୋଲି ଆଶା କରାଯାଉଛି। କିନ୍ତୁ ଏଭଳି ଆଶା କି ଭରସା ରଖନାହିଁ।
Email: dilipcherian@gmail.com

The post ବଦଳି ପାଲା appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...