Skip to main content

ତ୍ରିବେଣୀ ସଙ୍ଗମ ଗାଉଛି ଗାନ୍ଧିବାଦର ଗୀତ

ଆରଡ଼ି,୩୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୂରୀ ନିକଟସ୍ଥ ଶାସନଠାରେ ବୈତରଣୀର ୨ ଜଳ ଧାର ଓ କୋଚିଳା ନଦୀର ସଙ୍ଗମ ସ୍ଥଳ। ୧୯୪୮ ଫେବୃୟାରୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅସ୍ଥି କଳସକୁ ଏଠାରେ ବିସର୍ଜନ କରାଯାଇଥିଲା। ସେହିଦିନଠାରୁ ଏହି ସ୍ଥାନ ଗାନ୍ଧିଘାଟ ଶାସନ ଭାବେ ପରିଚିତ। ୨୦୧୮ ଠାରୁ ଏହି ସ୍ଥାନ ଓଡ଼ିଶା ମାନଚିତ୍ରରେ ପର୍ଯ୍ୟଟନ ସ୍ଥଳ ଭାବେ ସ୍ଥାନିତ ହୋଇଛି। ଆଉ ନୂତନ ଭାବେ ସ୍ଥାପିତ ହୋଇଛି ଗାନ୍ଧୀ ସ୍ମୃତିପୀଠ। ଏହି ତ୍ରିବେଣୀ ସଙ୍ଗମ ସ୍ଥଳ ଦୀର୍ଘବର୍ଷ ଧରି ଗାଇ ଆସୁଛି ଗାନ୍ଧିବାଦର ସଙ୍ଗୀତ। ବିଳମ୍ବିତ ରାତିରେ ଏଠାରେ ରଘୁପତି ରାଘବ ରାଜାରାମ ସଙ୍ଗୀତର ଧୁନ୍‌ ଶୁଣିବାକୁ ମିଳେ ବୋଲି ଗାନ୍ଧିଘାଟ ଶାସନ ଜନପଦର ଲୋକେ କହନ୍ତି।
ଅସ୍ଥି ବିସର୍ଜନ ପରେ ଏଠାରେ ଏକ ଗାନ୍ଧୀ ମଣ୍ଡପ ସ୍ଥାପନ କରାଯାଇଥିଲା। ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସରେ ନିକଟସ୍ଥ ସାଅଁାଳପୁର ଓ ଅନ୍ୟ ସ୍ଥାନୀୟ ଗ୍ରାମର ଯୁବକମାନଙ୍କ ସହଯୋଗରେ ଏହି ସ୍ଥାନରେ ପାଳିତ ହୋଇଆସୁଛି ଗାନ୍ଧୀମେଳା। ବହୁ ବିଶିଷ୍ଟ ସାହିତି୍ୟକ, କବି, ପଣ୍ଡିତ ଗାନ୍ଧିବାଦ ଉପରେ ଚର୍ଚ୍ଚା କରନ୍ତି। ଏଥିସହିତ ସ୍କୁଲ ଓ କଲେଜସ୍ତରୀୟ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥାଏ। ୨୦୧୮ରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଉଦ୍ୟମରେ ଏହି ସ୍ଥାନ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଛି। ଗାନ୍ଧୀ ସ୍ମୃତିପୀଠ ସମ୍ପର୍କରେ ଆଖଣ୍ଡଳମଣି ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଗୋସ୍ବାମୀ କହନ୍ତି, ନୂଆଦିଲ୍ଲୀ ସ୍ଥିତ ଗାନ୍ଧୀ ସ୍ମୃତିପୀଠ ଆଉ ଏଠାକାର ଗାନ୍ଧୀ ସ୍ମୃତିପୀଠ ମଧ୍ୟରେ କୌଣସି ଅସାମଞ୍ଜସ୍ୟ ନାହିଁ। ଉଭୟ ପୀଠ ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଛି। ଗାନ୍ଧୀ ସ୍ମୃତି କମିଟି ସଦସ୍ୟ ଅଧ୍ୟାପକ ରବୀନ୍ଦ୍ର ବେହୁରିଆ କହନ୍ତି, ଏହି ପର୍ଯ୍ୟଟନ ସ୍ଥଳକୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଛୁଟି ଆସୁଛନ୍ତି। ସ୍ମୃତି ପୀଠ ସ୍ଥାପନ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଉଦ୍ୟମ ପ୍ରଶଂସନୀୟ। ପାଳସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ନାୟକ ମହାତ୍ମା ଗାନ୍ଧୀଙ୍କ ଚିତାଭସ୍ମ ବିସର୍ଜନ ହୋଇଥିବା ସ୍ଥାନ ଆଜି ପବିତ୍ର ସ୍ଥାନରେ ପରିଣତ ହୋଇଛି ବୋଲି କହିଛନ୍ତି।

The post ତ୍ରିବେଣୀ ସଙ୍ଗମ ଗାଉଛି ଗାନ୍ଧିବାଦର ଗୀତ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...