Skip to main content

କିନ୍ନରଙ୍କ ହାତକୁ କାମ

ଅନୁଗୋଳ ଅଫିସ, ୩୦।୧

ସହର ସଫେଇ ସହଜ ହେବ। ଟଲି ବଦଳରେ ବ୍ୟାଟେରି ଚାଳିତ ଗାଡ଼ିରେ ସହରରୁ ଅଳିଆ ଉଠିବ। ଆଉ ଘର ଘର ବୁଲି ଏହି ଆବର୍ଜନା ସଂଗ୍ରହ କରିବେ କେତେଜଣ କିନ୍ନର। କେବଳ ଏତିକି ନୁହେଁ, ଇ-ଟଏଲେଟ୍‌ର ରକ୍ଷଣାବେକ୍ଷଣ ସହ ଫିକଲ ସ୍ଲଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଏଫ୍‌ଏସ୍‌ଟିପି)ରେ ହେବାକୁ ଥିବା ମତ୍ସ୍ୟଚାଷ ମଧ୍ୟ କିନ୍ନର କରିବେ। କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଅନୁଗୋଳ ପୌରପାଳିକା ପକ୍ଷରୁ ଏପରି ଯୋଜନା କରାଯାଇଥିବା ବେଳେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଥିବା ସୂଚନା ମିଳିଛି।
ଅନୁଗୋଳ ପୌରପାଳିକାରେ ଥିବା ୨୩ଟି ୱାର୍ଡରୁ କିନ୍ନରମାନେ ଅଳିଆ ଉଠାଇବେ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୪ଟି ବ୍ୟାଟେରି ଚାଳିତ ଗାଡ଼ି ଅଣାଯାଇଛି। ଆଗାମୀ ଦିନରେ ଆଉ ୪ଟି ଗାଡ଼ି ଆସିବାର ଯୋଜନା ରହିଛି। ଉକ୍ତ ଗାଡ଼ିରେ ଘର ଘର ବୁଲି ଅଳିଆ ସଂଗ୍ରହ କରାଯିବ। ପ୍ରତ୍ୟେକ ଗାଡ଼ିରେ ଜଣେ ଚାଳକ ଓ ଜଣେ ହେଲପରଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଜିପିଏସ୍‌ ସିଷ୍ଟମ ଲଗାଯାଇ ରୁଟ୍‌ ମ୍ୟାପ୍‌ ପ୍ରଦାନ କରାଯିବ। କେଉଁ ଗାଡ଼ି କେଉଁ ଅଞ୍ଚଳକୁ ଯିବ, ତାହାର ସମ୍ପୂର୍ଣ୍ଣ ବିବରଣୀ ପୌରପାଳିକା ନିକଟରେ ରହିବ। ଏହାର ପରିଚାଳନା କରିବାକୁ ପୌର କାର୍ଯ୍ୟାଳୟରେ ଏକ ସେଲ୍‌ ଗଢ଼ାଯିବ। ଦୈନିକ ସକାଳୁ ସହରବାସୀ ଓଦା ଓ ଶୁଖିଲା ଅଳିଆକୁ ପୃଥକ ପୃଥକ୍‌ ଭାବେ ଗାଡ଼ିରେ ପ୍ରଦାନ କରିବେ। ସହରର ସୌନ୍ଦର୍ଯ୍ୟକରଣ ପାଇଁ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ମେଡିକାଲ ଛକରେ ଖୋଲାହେବାକୁ ଥିବା ଇ-ଟଏଲେଟ୍‌ ପରିଚାଳନା ଦାୟିତ୍ୱ ମଧ୍ୟ କିନ୍ନରଙ୍କ ହାତରେ ରହିବ। ଏହି ଟଏଲେଟ୍‌ ନିକଟରେ କିନ୍ନରମାନଙ୍କ ପକ୍ଷରୁ ଏକ ଛୋଟ ଦୋକାନ ନିର୍ମାଣ କରିବାକୁ ପୌରପାଳିକାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ସହରର ମଳ ପଞ୍ଚମହଲାରେ ନିର୍ମାଣ ହୋଇଥିବା ଏଫ୍‌ଏସ୍‌ଟିପିରେ ପଡ଼ୁଛି। ସେଠାରେ ଥିବା ପୋଖରୀରେ ମାଛ ଚାଷ କରାଯିବ ବୋଲି ପୌରପାଳିକା ପକ୍ଷରୁ ଯୋଜନା ରହିଛି। ଏହି ମାଛ ଚାଷରେ କିନ୍ନରମାନେ ନିୟୋଜିତ ହେବେ। ଏଥିପାଇଁ ସହରର ୧୦ ଜଣ କିନ୍ନରଙ୍କୁ ନେଇ ସପ୍ତରଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ଗଢ଼ାହୋଇଛି। ସେମାନଙ୍କ ନାମରେ ବ୍ୟାଙ୍କରେ ପାସ୍‌ବୁକ୍‌ ଖୋଲା ସରିଛି। ଗାଡ଼ି ଚଳାଇବା ପାଇଁ ଡ୍ରାଇଭିଂ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି। କିନ୍ନରମାନଙ୍କୁ ସ୍ବାବଲମ୍ବୀ କରିବାକୁ ପୌର ପ୍ରଶାସନର ଏପରି ଯୋଜନାକୁ ସହରବାସୀ ପ୍ରଶଂସା କରିଛନ୍ତି।
୮ଟି ଗାଡ଼ିରେ ଅଳିଆ ଉଠାଯିବ
ବ୍ୟାଟେରି ଚାଳିତ ଗାଡ଼ିରେ ଅଳିଆ ଉଠାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବର୍ତ୍ତମାନ ଚାରୋଟି ଗାଡ଼ି ପୌରପାଳିକାରେ ରହିଛି। କିନ୍ନରମାନେ ଏହି ଗାଡ଼ି ନେଇ ଅଳିଆ ଉଠାଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୪ଟି ଗାଡ଼ି ସହରକୁ ଆସିବ। ଏହାଦ୍ୱାରା ୨୩ଟି ୱାର୍ଡରୁ ଅଳିଆ ଉଠାଯିବ ସହଜ ହେବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ
ଆଉ ଟାହିଟାପରା ଶୁଣିବାକୁ ପଡ଼ିବ ନାହିଁ
ଅନୁଗୋଳର କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୌରପ୍ରଶାସନର ଏହି ଉଦ୍ୟମ ପ୍ରଶଂସନୀୟ। ଏଥିପାଇଁ ସପ୍ତରଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଶାସନ ନିକଟରେ କୃତଜ୍ଞ। କିନ୍ନରମାନଙ୍କ ପ୍ରତି ସମାଜରେ ଥିବା ଖରାପ ଚିନ୍ତାଧାରା ଏହାଦ୍ୱାରା ଦୂର ହେବ। ସ୍ବାଭିମାନର ସହ କାର୍ଯ୍ୟ କରିବାରୁ ସେମାନଙ୍କୁ ଆଉ ଟାହିଟାପରା ଶୁଣିବାକୁ ପଡ଼ିବ ନାହିଁ।
-ଭାନୁପ୍ରିୟା ସାମଲ, ସୁପରଭାଇଜର, ସପ୍ତରଙ୍ଗ ଏସ୍‌ଏଚ୍‌ଜି
ସ୍ବାଗତଯୋଗ୍ୟ ପଦକ୍ଷେପ
କିନ୍ନରମାନଙ୍କ ପାଇଁ କର୍ମ ନିୟୋଜନ ସୃଷ୍ଟି କରାଯିବା ନିଶ୍ଚିତ ଏକ ଭଲ ପଦକ୍ଷେପ। ସେମାନେ ଘର ଘର ବୁଲି ଅଳିଆ ସଂଗ୍ରହ କଲେ ସହରବାସୀଙ୍କୁ ଆଉ ଏଥିପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ। ଠିକ୍‌ ସମୟରେ ଗାଡ଼ି ନେଇ ଘର ଦୁଆରୁ ଅଳିଆ ଅଣାଯିବା କାର୍ଯ୍ୟ ଭଲ ଭାବେ ପରିଚାଳନା ହେବା ଦରକାର। ଏହାଦ୍ୱାରା ସହର ଅଧିକ ପରଷ୍କାର ରହିବ।
-ରଞ୍ଜନ ବାରିକ, ଅନୁଗୋଳ
ଗାଡ଼ି ଚାଳନା ପ୍ରଶିକ୍ଷଣ ଆରମ୍ଭ ହେଲାଣି
ପୌରପ୍ରଶାସନ କିନ୍ନରମାନଙ୍କୁ ପ୍ରାଧାନ୍ୟ ଦେଉଥିବାରୁ ଧନ୍ୟବାଦ। ସପ୍ତରଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଯେଉଁମାନେ ବ୍ୟାଟେରି ଚାଳିତ ଗାଡ଼ି ଚଳାଇବେ, ଇ-ଟଏଲେଟ୍‌ ପରିଚାଳନା ଓ ମାଛ ଚାଷ କରିବେ ସେମାନଙ୍କୁ ଉକ୍ତ କାର୍ଯ୍ୟ ସମ୍ପର୍କିତ ତାଲିମ ଦିଆଯାଉଛି। ଏହାକୁ ନେଇ କିନ୍ନରମାନେ ବେଶ୍‌ ଖୁସି ଅଛନ୍ତି।
-ସୁହାନୀ ଦେହୁରୀ, ସଭାପତି, ସପ୍ତରଙ୍ଗ ଏସ୍‌ଏଚ୍‌ଜି

 

The post କିନ୍ନରଙ୍କ ହାତକୁ କାମ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...