ଢେଙ୍କାନାଳ ଅଫିସ, ୩୧।୧: ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁଙ୍କ ରହଣି ସୁବିଧା ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟରେ ଚାଲିଥିବା ଭକ୍ତ ନିବାସ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା ଜାଗର ଯାତ୍ରା ପୂର୍ବରୁ ଏହାକୁ ଲୋକାର୍ପିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି, ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଶନିବାର ନିର୍ମାଣାଧୀନ ଭକ୍ତ ନିବାସ ସମେତ ଶୌଚାଳୟ ବ୍ୟବସ୍ଥା ପରିଦର୍ଶନ କରିଥିଲେ।
ପ୍ରସିଦ୍ଧ କପିଳାସ ପୀଠରେ ସ୍ବଳ୍ପଖର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ରହିବା ଲାଗି କୌଣସି ସୁବିଧା ନ ଥିଲା। ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ହଇରାଣ ହେଉଥିଲେ। ବହୁବାର ଦୃଷ୍ଟି ଆକର୍ଷଣ କରିବା ପରେ ଜିଲା ପ୍ରଶାସନର ସହାୟତାରେ ଦେବୋତ୍ତର ବିଭାଗ ପକ୍ଷରୁ ଭକ୍ତ ନିବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। କପିଳାସ ପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନୁମୋଦିତ ୧ କୋଟି ଟଙ୍କା ଅନୁଦାନରୁ ଭକ୍ତ ନିବାସ, ମହିଳା ଓ ପୁରୁଷଙ୍କ ପାଇଁ ପୃଥକ୍ ଶୌଚାଳୟ ନିର୍ମାଣ ଚାଲିଛି। ଶୌଚାଳୟ ନିର୍ମାଣ ଲାଗି ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି ଭକ୍ତ ନିବାସରେ ପ୍ରାୟ ୧୦୦ଜଣ ଯାତ୍ରୀ ରହିବା ସୁବିଧା କରାଯାଉଛି। ଏ ସଂକ୍ରାନ୍ତରେ ଜିଲା ଦେବୋତ୍ତର ଅଧିକାରୀ କୁହନ୍ତି, ଭକ୍ତ ନିବାସ ଏବଂ ଶୌଚାଳୟ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଜାଗରଯାତ୍ରା ପୂର୍ବରୁ ଏହି ଦୁଇଟି ପ୍ରକଳ୍ପକୁ ଲୋକାର୍ପିତ କରାଯିବାର ଲକ୍ଷ୍ୟ ରହିଛି ା
The post ଚୂଡ଼ାନ୍ତ ପର୍ଯ୍ୟାୟରେ କପିଳାସ ଭକ୍ତନିବାସ appeared first on Dharitri Odia News.