Skip to main content

ମୋଦିଙ୍କ ୮ମ ବଜେଟ

ଆକାର ପଟେଲ

ଉପସ୍ଥାପନ ହେବାକୁ ଯାଉଛି ମୋଦି ସରକାରଙ୍କ ୮ମ ବଜେଟ। ଚଳିତ ଆଥିର୍କବର୍ଷ ଅର୍ଥାତ୍‌ ଏପ୍ରିଲ ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ସାମଗ୍ରୀ ଓ ସେବାର ମୋଟ ଘରୋଇ ଉତ୍ପାଦ (ଜିଡିପି) ଏପ୍ରିଲ ୨୦୨୦ରୁ ମାର୍ଚ୍ଚ ୨୦୨୧ର ଜିଡିପି ତୁଳନାରେ ୧୧% ଅଧିକ ହେବ ବୋଲି କୁହାଯାଉଛି। ଅଭିବୃଦ୍ଧି ୬% ହେବ ଏହି ତଥ୍ୟ ଗତ ବର୍ଷ ଆର୍ଥିକ ସର୍ଭେରେ ପ୍ରକାଶ କରାଯାଇଥିଲା। କିନ୍ତୁ ଏହା ପରିବର୍ତ୍ତେ ଅଭିବୃଦ୍ଧି -୭.୭% ହେଲା। ଆସନ୍ତା ବର୍ଷ ସରକାର ପୁଣି କହିବେ ଯେ, ଭାରତ ହେଉଛି ବିଶ୍ୱର ‘ସବୁଠୁ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା’। ଏଭଳି କହିବା ପଛରେ ବି କାରଣ ରହିଛି। ଏବର ନକାରାମତ୍କ ଅଭିବୃଦ୍ଧିରେ ସୁଧାର ଆସି ୨୦୧୯ରୁ ୨୦୨୨ ଦୁଇ ଆର୍ଥିକ ବର୍ଷରେ ଆମେ ପ୍ରାୟ ୨.୨%ର ମଧ୍ୟମ ଧରଣର ଅଭିବୃଦ୍ଧି ହାସଲ କରିସାରିଥିବା। ହେଲେ ଅଭିବୃଦ୍ଧି ନକାରାମତ୍କରୁ ସକାରାମତ୍କ ହେବା ମରୀଚିକା ସଦୃଶ। କାରଣ ଆମର ନୈରାଶ୍ୟଜନକ ଅଭିବୃଦ୍ଧିର ରେକର୍ଡ ରହିଛି। ବାସ୍ତବରେ ଆଶା କରାଯାଉଥିବା ଅଭିବୃଦ୍ଧି ହାସଲ ହୋଇପାରିବ ନାହିଁ। ଚଳିତ ସପ୍ତାହରେ ସରକାର କହିଲେ ଯେ, ୨୦୧୯-୨୦ର ଅଭିବୃଦ୍ଧି ୪.୨% ଥିଲା। ଏହା ମଧ୍ୟ ପୂର୍ବରୁ ବି କହିଥିଲେ। କିନ୍ତୁ ବାସ୍ତବରେ ତାହା ଥିଲା ୪%। ଏହାହିଁ ପ୍ରକୃତ ଧାରା,ଯେଉଁଥିରେ ଆମେ ଚାଲିଛୁ। ସତ କହିବାକୁ ଗଲେ ଏହା ୪%ଠାରୁ ବି କମ୍‌ ରହିଥିଲା।
ମୁଖ୍ୟ କଥା ହେଉଛି, ଏହା ମୋଦିଙ୍କ ୮ମ ବଜେଟ। ବଡ଼ ସଫଳତା କି ବୃହତ୍‌ ଯୋଜନା ସମ୍ପର୍କରେ ଆମର କିଛି ଧାରଣା ଅଛି କି? ମୋଦିଙ୍କ ନିନ୍ଦୁକ କି ପ୍ରଶଂସକ ବୋଲି ନିଜକୁ ପରିଚୟ ଦେଇପାରିବା କି? ନା, ଆମେ ଏହା କରିପାରିବା ନାହିଁ। କାରଣ, ଜାତୀୟ ସୁରକ୍ଷା ନୀତିକୁ ପରିଚାଲିତ କରୁଥିବା ମୋଦିଙ୍କର ଜଣେ ବନ୍ଧୁଙ୍କ କଥାରେ ଆମେ ଚାଲିଛୁ। କିଏ ମେକ୍‌ ଇନ୍‌ ଇଣ୍ଡିଆକୁ ମନେରଖିଛି? ମେକ୍‌ ଇନ୍‌ ଇଣ୍ଡିଆ ପଛରେ ଯୁକ୍ତି ଦର୍ଶାଯାଇଥିଲା ଯେ, ମାନୁଫାକ୍‌ଚରିଂ ସେକ୍ଟରର ଶେୟାର ବୃଦ୍ଧି କରି ଆମେ ଫର୍ମାଲ ସେକ୍ଟରରେ ଅଧିକ ନିଯୁକ୍ତି ସୃଷ୍ଟି କରିପାରିବା। ଭଲ କଥା, ହେଲେ ଜିଡିପିର ମାନୁଫାକ୍‌ଚରିଂ ଶେୟାର ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା ଆରମ୍ଭ ହେବା ପରଠାରୁ ୧୫% ରୁ ୧୪%କୁ ଖସିଛି ଏବଂ କୋଭିଡ ପରେ ସମ୍ଭବତଃ ଏହା ୧୩% ରହିଛି। ବେରୋଜଗାରି ମଧ୍ୟ ବଢ଼ିଚାଲିଲା। ମୋଦି କ୍ଷମତାକୁ ଆସିବା ପୂର୍ବରୁ ଏହା ୪% ଥିଲା। ତା’ପରେ ୬% ଏବଂ ୯% ହେଲା। ବାସ୍ତବରେ ଏହି ତଥ୍ୟ ବି ଠିକ୍‌ ନୁହେଁ। କାରଣ ଆମେ ଶ୍ରମ ଶକ୍ତି ବିନିଯୋଗ ହାରରେ ସବୁଠୁ ତଳେ ରହିଛୁ। ଅର୍ଥାତ ଚାକିରି ନ ଥିବା ଏବଂ କାମ କରିବା ପାଇଁ ଚାହଁୁ ନ ଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟ ଢ଼େର ଉଚ୍ଚ ରହିଛି। ପ୍ରକୃତରେ ମୂଳ ସ୍ଥିତିକୁ ଫେରିବାକୁ ୮ଟି ବଜେଟ ଯଥେଷ୍ଟ। ଏହି ବଜେଟ ସଂଖ୍ୟା ନରସିମା ରାଓଙ୍କ ଠାରୁ ବି ବେଶି, ଏହା ବାଜପେୟୀଙ୍କଠାରୁ ବେଶି କିମ୍ବା କମ୍‌ ହୋଇପାରେ। ବାଜପେୟୀଙ୍କ ନେତୃତ୍ୱରେ ଜନସଂଘ ଭାରତୀୟମାନଙ୍କ ଦରମା ୨୦୦୦ ଟଙ୍କାରେ ସୀମିତ ରଖିତ୍ବାକୁ ପ୍ରତିଜ୍ଞା କରିଥିବା କଥା ଲୋକମାନେ ହୁଏତ ଜାଣି ନ ଥିବେ। ଏହାଠାରୁ ଅଧିକ ଆୟ ହେଲେ ତାହାକୁ ସରକାର ନେବେ ବୋଲି କହିଥିଲା (ଏହାର ସବିଶେଷ ବିବରଣୀ ମୋ ଶେଷ ବହି ‘ଆଓ୍ବାର ହିନ୍ଦୁରାଷ୍ଟ୍ର’ରେ ରହିଛି)। ବାଜପେୟୀ ମଧ୍ୟ କହିଥିତ୍ଲେ,୧୦୦୦ ବର୍ଗ ଗଜ ଜାଗାରେ ଘର କରିବା ଲାଗି ଭାରତୀୟମାନଙ୍କୁ ତାଙ୍କ ପାର୍ଟି ବାଧ୍ୟ କରିବ। ଏଭଳି ସମାଜବାଦୀ ଚିନ୍ତାଧାରାରେ ଥିବା ବାଜପେୟୀ କେନ୍ଦ୍ରରେ ଏକ ସରକାର ଚଳାଇଲେ, ଯାହା ପୂର୍ବ ସରକାରଗୁଡ଼ିକ ତୁଳନାରେ ଅଧିକ ଘରୋଇକରଣ କୈନ୍ଦ୍ରିକ ହୋଇଗଲା। ୨୦୦୪ରେ ‘ଇଣ୍ଡିଆ ସାଇନିଂ’ ଥିଲା ବାଜପାୟୀଙ୍କ ନିର୍ବାଚନ ସ୍ଲୋଗାନ। କାରଣ ତାଙ୍କ ଆର୍ଥିକ ନୀତି ଅଧିକ ସଶକ୍ତ ଓ ସମ୍ପୂର୍ଣ୍ଣ ଭିନ୍ନ ଥିଲା, ଯାହାକୁ ନେଇ ଦେଶକୁ ବିକଶିତ କରିପାରିବେ ବୋଲି ସେ ବିଶ୍ୱାସ କରୁଥିଲେ। ନିର୍ବାଚନ ହାରିଗଲେ। କିନ୍ତୁ ଭୁଲ ନୀତି ଯୋଗୁ ହାରି ନ ଥିଲେ, ଯଦିଓ ତାଙ୍କ ନୀତିଗୁଡ଼ିକ ଉଲ୍ଲେଖନୀୟ ଥିଲା। ୨୦୧୪ ପରଠାରୁ ଭାରତରେ ଯାହା ଘଟିଛି, ତା’ସମ୍ପର୍କରେ ଏହି ସମାନ କଥା କହିପାରବା କି?
ମୋଦି ନୀତି ଆୟୋଗ ଗଠନ କଲେ। ଏହାର ପ୍ରଥମ ମୁଖ୍ୟ ଅରବିନ୍ଦ ପାନଗରିୟା କହିଚାଲିଲେ ଯେ, ଖୋଲା ଏବଂ କଟକଣାବିହୀନ ମୁକ୍ତ ବାଣିଜ୍ୟ ଦେଶର ଅର୍ଥ ବ୍ୟବସ୍ଥାରେ ଶୀଘ୍ର ଅଭିବୃଦ୍ଧି ପାଇଁ ଏକମାତ୍ର ବାଟ। ଏବକାର ମୁକ୍ତ ବାଣିଜ୍ୟର ବିପରୀତ ନୀତି ଉପରେ ପାନଗରିୟା ନିଶ୍ଚୟ ଦୁଃଖ ପ୍ରକାଶ କରୁଥିବେ। ଆତ୍ମନିର୍ଭର ଭାରତ ଅର୍ଥ ଆମଦାନୀ ବିକଳ୍ପ। ଅନ୍ୟ ଅର୍ଥରେ କହିବାକୁ ଗଲେ ବିଦେଶରୁ ଆମଦାନୀ କରାଯାଉଥିବା ଶସ୍ତା ଜିନିଷଗୁଡ଼ିକ ଉପରେ ବେଶି ଟିକସ ଲଗାଇବା, ଯଦ୍ଦ୍ବାରା ଭାରତୀୟ କମ୍ପାନୀଗୁଡ଼ିକ ତାହାକୁ ଭାରତୀୟମାନଙ୍କୁ ଅଧିକ ଦାମରେ ବିକ୍ରି କରିବେ। ଏହା କ’ଣ ଏକ ଉତ୍ତମ ଅର୍ଥନୀତି?
ଶାସନରେ ଉଲ୍ଲେଖନୀୟ ସଫଳତା ହାସଲ କରିିବା ପାଇଁ ୮ଟି ବଜେଟ ସରକାର ପାଇଁ ଅତ୍ୟଧିକ ସମୟ। କିନ୍ତୁ ତାହା ହୋଇପାରିଲା ନାହିଁ। ଏହା ସୂଚାଉଛି ଭାରତ କେଉଁଠି ଥିଲା, ଆମେ ଏବେ କେଉଁଆଡ଼େ ମୁହାଁଇଛୁ ଓ ଆଗକୁ କେମିତି ଏହା ହାସଲ କରବୁ, ତା’ଉପରେ କେହି ଜଣେହେଲେ ଏପରିକି ସରକାରରେ ଥିବା ବ୍ୟକ୍ତିମାନେ ବି ଏହାର ଉତ୍ତର ରଖିପାରିବେ ନାହିଁ। କାରଣ ଏବେ କୌଣସି ଆଖିଦୃଶିଆ ନୀତି ନାହିଁ। ନିର୍ଦ୍ଦିଷ୍ଟ ଭାବେ ଏହି ବଜେଟ ‘ଗେମ୍‌ ଚେଞ୍ଜର’ ହେବ ବୋଲି ବିଶ୍ୱାସ କରାଯାଉଛି, ଯାହା ପାଇଁ ଦେଶବାସୀ ଚାହିଁ ରହିଛନ୍ତି। ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ଅଭିଭାଷଣ ରଖିବା ପରେ ତାହା ଅର୍ଥହୀନ ପ୍ରମାଣିତ ହେବ ଏବଂ ଯେଉଁ ପରିମାଣର ବଜେଟ ଆସିବ ତାହା ଆଶାଠାରୁ ବହୁ ଦୂରରେ ରହିଯିବା କଥା ପୁଣି ଶୁଣିବେ। କିନ୍ତୁ ଆମେ ଏହି ଧାରାରେ ଏମିତି ଦ୍ୱନ୍ଦ୍ୱ ଭିତରେ ଚାଲୁଥିତ୍ବା। ଗତ ୮ଟି ବଜେଟରେ କ’ଣ ସବୁ ଘଟିଛି,ତାହା ଉପରେ ଆମେ ଗଭୀର ଭାବେ ଚିନ୍ତା କରିପାରିବା ନାହିଁ। ଏକ ସମର୍ଥ ଏବଂ ଦେଖିଲାଭଳି ବଜେଟ ନୁହେଁ,ବରଂ କରିସ୍ମା ଏବଂ କପଟ ଦ୍ୱାରା ଅର୍ଥ ବ୍ୟବସ୍ଥାକୁ ଚଳାଇବା ଲାଗି ଆମେ ଏହି ଦେଶକୁ ଅନୁମତି ଦେଇଚାଲିିଥିବା।

The post ମୋଦିଙ୍କ ୮ମ ବଜେଟ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...