Skip to main content

ସେରେନା, ନାଡାଲ, ହାଲେପ ବିଜୟୀ

ଆଡିଲେଡ୍‌, ୩୦ା୧(ଏପି)-ଆଡିଲେଡ ପ୍ରଦର୍ଶନୀ ଟୁର୍ନାମେଣ୍ଟରେ ସେରେନା ଓ୍ବିଲିୟମ୍ସ, ରାଫାଲ ନାଡାଲ ଓ ସିମୋନା ହାଲେପ ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆର କୋଭିଡ୍‌ ନିୟମ ଅନୁସାରେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ଏମାନେ ଏହି ଟୁର୍ନାମେଣ୍ଟରେ ଭାଗ ନେଇଛନ୍ତି। ନାଓମି ଓସାକାଙ୍କୁ ସେରେନା ୬-୨, ୨-୬, ୧୦-୭ ସେଟ୍‌ରେ ହରାଇ ଦେଇଛନ୍ତି। ପ୍ରତିଯୋଗିତାରେ ଖେଳିବା ପୂର୍ବରୁ ୨୩ ଗ୍ରାଣ୍ଡସ୍ଲାମ ବିଜୟିନୀ ତାଙ୍କ ଝିଅକୁ ସ୍ଥାନୀୟ ଏକ ଚିଡ଼ିଆଖାନା ବୁଲାଇ ଦେଖାଇଥିଲେ। ଏହା ତାଙ୍କ ପାଇଁ ଟନିକ୍‌ ଭଳି କାର୍ଯ୍ୟ କରିଥିଲା ବୋଲି ସେରେନା କହିଛନ୍ତି। ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ରାଫାଲ ନାଡାଲ ୟୁ.ଏସ. ଓପନ ଚାମ୍ପିୟନ ଡୋମିନିକ୍‌ ଥିମ୍‌ଙ୍କୁ ୭-୫, ୬-୪ ସେଟରେ ପରାସ୍ତ କରିଛନ୍ତି। ସେହିପରି ଦ୍ୱିତୀୟ ର଼୍ୟାଙ୍କିଙ୍ଗପ୍ରାପ୍ତ ସିମୋନା ହାଲେପ୍‌ ୩-୬, ୬-୧, ୧୦-୮ରେ ନମ୍ବର ଓ୍ବାନ ଖେଳାଳି ଆଶଲେ ବାର୍ଟିଙ୍କୁ ହରାଇ ଦେଇଛନ୍ତି। କରୋନା ଭାଇରସ ଜନିତ ଗମନାଗମନ କଟକଣା ଯୋଗୁ ୧୧ ମାସ ବ୍ୟବଧାନରେ ବାର୍ଟିଙ୍କର ଏହାଥିଲା ପ୍ରଥମ ମ୍ୟାଚ। ଗତବର୍ଷ ବିଳମ୍ବରେ ହୋଇଥିବା ଫ୍ରେଞ୍ଚ୍‌ ଓପନ୍‌ରେ ସେ ତାଙ୍କ ୨୦୧୯ ଟାଇଟଲ ବଜାୟ ରଖିବାକୁ ଚାହିଁ ନ ଥିଲେ। ଶୁକ୍ରବାର ପ୍ରାରମ୍ଭରେ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ନୋଭାକ ଜୋକୋଭିଚ୍‌ ଇଟାଲୀର ପ୍ରତିଭାସମ୍ପନ୍ନ ଜାନିକ ସିନରଙ୍କ ସହିତ ମୁକାବିଲା କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଜୋକୋଭିଚ୍‌ଙ୍କ ଡାହାଣ ହାତରେ ସମସ୍ୟା ଦେଖାଦେବାରୁ ନାଡାଲଙ୍କ କ୍ୱାରାଣ୍ଟାଇନ୍‌ ପ୍ରାକ୍ଟିସ ପାର୍ଟନର ସିନରଙ୍କୁ ଫିଲିପ୍‌ କ୍ରାଜିନୋଭିଚ୍‌ଙ୍କ ସହ ଖେଳିବାକୁ ହୋଇଥିଲା। କିନ୍ତୁ ୮ଥର ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ଦ୍ୱିତୀୟ ସେଟ୍‌ ଖେଳ ପୂର୍ବରୁ କୋର୍ଟରେ ପହଞ୍ଚତ୍ୟାଇଥିଲେ। ଦର୍ଶକ ତାଙ୍କୁ ଉତ୍ସାହିତ କରିଥିଲେ। କ୍ରାଜିନୋଭିଚ୍‌ ସେତେବେଳକୁ ପ୍ରଥମ ସେଟ୍‌ ୬-୩ରେ ଜିତିସାରିଥିଲେ। ଜୋକୋଭିଚ୍‌ ଦ୍ୱିତୀୟ ସେଟ୍‌ ସମାନ ସ୍କୋରରେ ଜିତିଥିଲେ। ଫଳରେ ଏହି ମ୍ୟାଚରେ ସର୍ବୀୟ ଟ୍ୟାଗ୍‌ ଟିମ୍‌କୁ ବିଜୟୀ ଘୋଷଣା କରାଯାଇଥିଲା। ମେଲବୋର୍ନରେ ଖେଳାଯାଉଥିବା ଆଡିଲେଡ୍‌ ଟୁର୍ନାମେଣ୍ଟ ହେଉଛି ଏକମାତ୍ର ଅଷ୍ଟ୍ରେଲିଆନ ଓପନ୍‌ ଟ୍ୟୁନ୍‌ ଅପ୍‌ ଟୁର୍ନାମେଣ୍ଟ। ଏଟିପି କପ୍‌ ଓ ୩ ଡବ୍ଲ୍ୟୁଟିଏ ଇଭେଣ୍ଟ ସମେତ ଅନ୍ୟଗୁଡ଼ିକ ରବିବାରଠାରୁ ଆରମ୍ଭ ହେବ। ଅଷ୍ଟ୍ରେଲିଆନ ଓପନ୍‌ ଫେବୃୟାରୀ ୮ରୁ ଆରମ୍ଭ ହେବ।

The post ସେରେନା, ନାଡାଲ, ହାଲେପ ବିଜୟୀ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...