Skip to main content

Posts

Showing posts from November, 2020

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମାଙ୍ଗନୁଇ,୩୦।୧୧: ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ୭୨ ରନରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୨-୦ରେ ଅଗ୍ରଣୀ ହେବା ସହ ନ୍ୟୁଜିଲାଣ୍ଡ ଆଗୁଆ ସିରିଜ ହାତେଇ ନେଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଗ୍ଲେନ ଫିଲିପ୍ସଙ୍କ ଧୂଆଁଧାର ଶତକ (୧୦୮ ରନ, ୫୧ ବଲ, ୧୦ ଚୌକା, ୮ ଛକା) ସହାୟତାରେ ୩ ଉଇକେଟ ହରାଇ ୨୩୮ ରନର ବୃହତ୍‌ ସ୍କୋର ଛିଡା କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୯ ଉଇକେଟ ହରାଇ ୧୬୬ ରନରେ ସୀମିତ ରହିଥିଲା। ଫିଲିପ୍ସ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ୨୩୯ ରନ ଟାର୍ଗେଟ୍‌ ପିଛା କରିଥିବା ଓ୍ବେଷ୍ଟଇଣ୍ଡିଜ ତରଫରୁ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର ହାସଲ କରିପାର ନ ଥିଲେ। ଦଳ ତରଫରୁ ଆନ୍ଦ୍ରେ ଫ୍ଲେଚର ୨୦, ସିମରନ ହେଟମେୟର ୨୫, କାଏଲ ମେୟର୍ସ ୨୦, ଅଧିନାୟକ କିରନ ପୋଲାର୍ଡ ୨୮, ଫାବିଆନ ଆଲେନ ୧୫, କିମୋ ପଲ ଅପରାଜିତ ୨୬ ରନ ସଂଗ୍ରହ କରିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡର କାଏଲ ଜେମିସନ ଓ ମିଚେଲ ସାଣ୍ଟନର ୨ଟି ଲେଖାଏ, ଟିମ ସୌଦି, ଲୋକି ଫର୍ଗୁସନ, ଆଇଏସ୍‌ ସୋଧୀ ଓ ଜେମ୍ସ ନିଶାମ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ତରଫରୁ ଫିଲିପ୍ସଙ୍କ ଶତକକୁ ବାଦ୍‌ ଦେଲ...

ସଂସ୍କୃତ କଲେଜରେ ଚାକିରିଆ ଛାତ୍ର

ଯାଜପୁର ଅଫିସ,୩୦ା୧୧:ଯାଜପୁର ଜିଲା ସୀମାନ୍ତବର୍ତ୍ତୀ କଟକ ଜିଲା ମାହାଙ୍ଗା ବ୍ଲକ ଅଧୀନ କଇଥା ତ୍ରିନାଥପୁର ମୀରାଦେବୀ ସଂସ୍କୃତ କଲେଜରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଛାତ୍ରୀଛାତ୍ରଙ୍କଠାରୁ ବିନା ରସିଦରେ ଅର୍ଥ ଆଦାୟ ଏବଂ କେତେଜଣ ବାହାରେ ଚାକିରି କରି ଏହି କଲେଜରେ ନିୟମିତ ଭାବେ ପାଠ ପଢ଼ୁଥିବା ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉଚ୍ଚଶିକ୍ଷା ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ଅଭିଯୋଗ ଆଧାରରେ ଉଚ୍ଚଶିକ୍ଷା ବିଭାଗର ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶାଳୟ ଉପନିର୍ଦ୍ଦେଶକ ଗତ ୨୪ ତାରିଖରେ ୧୦ ଦିନ ମଧ୍ୟରେ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରଦାନ କରିବାକୁ କଲେଜ ଅଧ୍ୟକ୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁସାରେ ୧୯୯୭ ମସିହାରେ ମୀରାଦେବୀ ସଂସ୍କୃତ କଲେଜ ପ୍ରତିଷ୍ଠା ହୋଇଛି। ଛାତ୍ରୀଛାତ୍ରମାନଙ୍କ ଆଡ୍‌ମିଶନ ସମୟରେ ଯୁକ୍ତ୨ରେ ସର୍ବନିମ୍ନ ୮ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ଆଦାୟ କରାଯାଉଛି। କୌଣସି ପିଲାଙ୍କୁ ରସିଦ ଦିଆଯାଉନାହିଁ। ଯଦି କୌଣସି ଛାତ୍ରୀଛାତ୍ର ରସିଦ ମାଗନ୍ତି, ପରୀକ୍ଷାରେ ଫେଲ କରିଦେବୁ ବୋଲି ଧମକ ଦିଆଯାଉଛି। ଏହାସହ ଯୁକ୍ତ୨ ପରୀକ୍ଷା ସମୟରେ ୪୦୦ରୁ ୫୦୦ ଟଙ୍କା ଏବଂ ବାର୍ଷିକ ପରୀକ୍ଷା ସମୟରେ କେନ୍ଦ୍ରରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବିନା ରସିଦରେ ଆଦାୟ କରାଯାଉଛି। ଶିକ୍ଷାନୀତିରେ ପୂଜାପାର୍ବଣରେ ଚାନ୍ଦା ଆଦାୟ କରିବାର ନିୟମ ନ ଥାଇ ମଧ୍ୟ ପ୍ରତ୍ୟେକ ପ...

ସାଢେ ୬ ମାସ ପରେ ପୁରୀରେ ପଜିଟିଭ ଶୂନ

ପୁରୀ ଅଫିସ,୩୦ା୧୧: ଦୀର୍ଘ ସାଢ଼େ ୬ମାସ ପରେ ପୁରୀ ସହରର ଦୈନିକ କରୋନା ପଜିଟିଭ ସଂଖ୍ୟା ଶୂନ ରହିଛି। ରବିବାର ପୁରୀ ଜିଲାରୁ ୧୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୌରାଞ୍ଚଳରୁ କୌଣସି ସଂକ୍ରମିତ ବାହାରି ନାହାନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ ସଂଖ୍ୟା ୧୩,୫୪୨ରେ ପହଞ୍ଚତ୍ଛି। ଏମାନଙ୍କ ମଧ୍ୟରୁ ୧୩,୨୫୨ଜଣ ଆରୋଗ୍ୟ ହୋଇଥିବାବେଳେ ୧୮୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ଜିଲାରୁ ୧,୭୦,୭୬୮ କୋଭିଡ୍‌ ଟେଷ୍ଟ କରାଯାଇଛି। ସୁସ୍ଥ ହାର ୯୭.୮୬ ପ୍ରତିଶତ ରହିଛି। ରବିବାର ଚିହ୍ନଟଙ୍କ ମଧ୍ୟରେ ପୁରୀ ପୌରାଞ୍ଚଳରୁ କୌଣସି ପଜିଟିଭ ବାହାରି ନ ଥିବାବେଳେ ବ୍ରହ୍ମଗିରି ଓ ପିପିଲିରୁ ୫ ଲେଖାଏ, କାକଟପୁର ଓ ପୁରୀ ସଦରରୁ ୨ ଲେଖାଏ ଏବଂ ଗୋପ ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି। ଗତ ଏପ୍ରିଲ ୩ରେ ପୁରୀ ଜିଲାର ପ୍ରଥମ ପଜିଟିଭ୍‌ ଚିହ୍ନଟ ହେବାର ୩୬ ଦିନ ଯାଏ ଜିଲାରେ କେହି କରୋନାରେ ଆକ୍ରାନ୍ତ ନ ଥିଲେ। କିନ୍ତୁ ମେ ୧୦ରେ ପୁରୀ ସହରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। The post ସାଢେ ୬ ମାସ ପରେ ପୁରୀରେ ପଜିଟିଭ ଶୂନ appeared first on Dharitri Odia News .

ଆରମ୍ଭରୁ ହାତ ଟେକିଲେଣି

ଯୋଡ଼ା,୨୯।୧୧(ଡି.ଏନ୍‌.ଏ.) ଚଳିତବର୍ଷ ମାର୍ଚ୍ଚରେ ଶେଷ ହୋଇଥିବା ରାଜ୍ୟର ବିଭିନ୍ନ ଖଣିମଣ୍ଡଳର ୧୭ଟି ଲୁହାପଥର ଖଣି ପାଇଁ ୨୦୧୯ ଶେଷ ଭାଗରେ ନିଲାମ ଡକାଯାଇଥିଲା। ସେଥିମଧ୍ୟରୁ ଯୋଡ଼ା ଖଣିମଣ୍ଡଳରେ ୯ଟି ଖଣି ରହିଥିଲା। ନିଲାମ ପ୍ରକ୍ରିୟାରେ ବହୁ କମ୍ପାନୀ ପ୍ରତିଦ୍ୱନ୍ଦ୍ୱିତା କରି ଖଣି ହାତେଇ ଥିଲେ। ଏପରି କି କିଛି କମ୍ପାନୀ ଖଣିଜ ବିକ୍ରି ମୂଲ୍ୟର ଯଥେଷ୍ଟ ଅଧିକ ଅର୍ଥାତ୍‌ ୧୫୪%ରେ ମଧ୍ୟ ଖଣି ନିଲାମ ନେଇଛନ୍ତି। ଏହି ନିଲାମ ପରେ ସର୍ବାଧିକ ରାଜସ୍ବ ଆଦାୟ ହେବ ବୋଲି ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିଲା। ଖଣି ହାତେଇଥିବା କମ୍ପାନୀଗୁଡ଼ିକ ୨୦୨୦-୨୧ ଆର୍ଥିକ ବର୍ଷରେ ୬୫ରୁ ୭୦ ମିଲିୟନ୍‌ ଟନ୍‌ ଲୁହାପଥର ଉତ୍ତୋଳନ କରିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ଏହି ଲକ୍ଷ୍ୟ ପୂରଣ ହେବା ଆଶା ସମ୍ଭବପର ନୁହେଁ। ଖଣିଜ ଉତ୍ତୋଳନ ପାଇଁ ସମସ୍ତ ଖର୍ଚ୍ଚର ଆକଳନ ପରେ ନିଲାମ ଡାକିଥିବା ଅର୍ଥ ସରକାରଙ୍କୁ ପଇଠ କରିବା ଅସମ୍ଭବ ବୋଲି ଜାଣି ଯୋଡ଼ା ଓ କୋଇଡ଼ା ଖଣି ମଣ୍ଡଳର ଏକାଧିକ ଖଣି କମ୍ପାନୀ ହାତ ଟେକି ଦେଲେଣି। ଏନେଇ ଚଳିତ ମାସରେ ଉକ୍ତ କମ୍ପାନୀଗୁଡ଼ିକ ରାଜ୍ୟ ସରକାରଙ୍କୁ ଅବଗତ କରାଇ ନିଜକୁ ଏଥିରୁ ଓହରାଇ ନେବାକୁ ଆବେଦନ କରିଥିବା ଖଣି ନିର୍ଦ୍ଦେଶାଳୟ ସୂତ୍ରରୁ ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରେ ନଦୀଡିହି ଲୁହାପଥର ଖଣି(ଡି ଫୋମେଣ୍ଟୋ ଇଣ୍ଡଷ୍ଟ୍ରିଆଲ ପ୍ରାଇଭେଟ ଲିମିଟେଡ୍‌), ନଦୀଡିହି ଲୁହା ପଥର ଓ ମାଙ୍ଗାନିଜ୍‌ ଖଣି(ବିଶାଲ ଏଲ୍‌ପିଜ...

ବୋଇତ ବନ୍ଦାଣ ଉପରେ କଟକଣା: ସଂସ୍କୃତି, ପରମ୍ପରା ପ୍ରତି କୁଠାରାଘାତ

ଖୋର୍ଦ୍ଧା ଅଫିସ,୩୦ା୧୧:ପବିତ୍ର କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଏ। ଓଡ଼ିଆ ପରମ୍ପରା ଅନୁଯାୟୀ ପଞ୍ଚକ ଶେଷଦିନ କାର୍ତ୍ତିକ ପୂର୍ଣ୍ଣମୀରେ ସମୁଦ୍ର ଓ ପୁଷ୍କରିଣୀରେ ଡଙ୍ଗା ଭସାଯିବା ସହ ବୋଇତ ବନ୍ଦାଣ କରାଯାଇଥାଏ। ତେବେ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୋଖରୀ, ପୁଷ୍କରିଣୀରେ ବୋଇତ ବନ୍ଦାଣ ଏବଂ ସ୍ନାନ ଉପରେ କଟକଣା ଜାରି କରିବା ସହ ବିଭିନ୍ନ ମନ୍ଦିରରେ ୧୪୪ ଧାରା ଜାରି କରିଛନ୍ତି। ଏ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କରୋନା ଆଳ ଦେଖାଇ ସରକାର ଓଡ଼ିଶାର ସଂସ୍କୃତି ଓ ପରମ୍ପରା ପ୍ରତି କୁଠାରାଘାତ କରୁଛନ୍ତି ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି। ସରକାର କରୋନା ଆଳ ଦେଖାଇ ଉତ୍କଳୀୟ ସଂସ୍କୃତି, ପରମ୍ପରା ଉପରେ କୁଠାରାଘାତ କରିଛନ୍ତି। ସଭା, ସମିତିି ଆୟୋଜନ କରାଯାଉଥିବାବେଳେ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିବା କେତେଦୂର ଠିକ୍‌ ତାହା ବୁଝାପଡୁନାହିଁ। ବୋଇତ ବନ୍ଦାଣ ଉତ୍ସବ ଓଡ଼ିଶାର ମହାନ ପର୍ବ। ମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ କଲ, ଠିକ୍‌ ଅଛି। ହେଲେ ଏବେ ବୋଇତ ବନ୍ଦାଣକୁ ନା କହିବାର କୌଣସି ଆବଶ୍ୟକତା ନ ଥିଲା। ଏହା ଅସହ୍ୟ ହେଲାଣି। -ଶୋଭନ ଘୋଷ, ଆବାହକ ଖୋର୍ଦ୍ଧା ସୁରକ୍ଷା ମଞ୍ଚ ଗୋଟିଏ ଜାତିର ପରିଚୟ ହେଉଛି ତା’ର ସଂସ୍କୃତି, ପରମ୍ପରା। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାରଙ୍କ ସମସ୍ତ ନିର୍ଦ୍ଦେଶନାମାକୁ ଓଡ...

ଭକ୍ତିସଙ୍ଗୀତରେ ଭିଜିଲା ସିଂହଦ୍ୱାର

ପୁରୀ ଅଫିସ,୩୦ା୧୧:ପବିତ୍ର ବୈକୁଣ୍ଠ ଚତୁର୍ଦ୍ଦଶୀ ଅବସରରେ ରବିବାର ଶ୍ରୀମନ୍ଦିର ସିଂହଦ୍ୱାର ଅଞ୍ଚଳ ଭକ୍ତି ସଙ୍ଗୀତରେ ଭିଜିଥିଲା। ପ୍ରବୀଣ ଓ ନବୀନ କଣ୍ଠଶିଳ୍ପୀଙ୍କ ଭାବଭକ୍ତିର ସଙ୍ଗୀତରେ ବିଭୋର ହୋଇଥିଲେ ଶ୍ରୋତା। ଏକ ଭକ୍ତିମୟ ପରିବେଶରେ ସମସ୍ତେ ମହାପ୍ରଭୁଙ୍କ ପାଖରେ ସମର୍ପିତ ହୋଇଯାଇଥିଲେ। ଏମିତି ଏକ ଅବସର ଆଣିଦେଇଥିଲା ସାଂସ୍କୃତିକ ସଙ୍ଗଠନ ଶ୍ରୀକ୍ଷେତ୍ର କଳା ପ୍ରକାଶିକା। ଅନୁଷ୍ଠାନ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ୫୧ତମ ବୈକୁଣ୍ଠ ଚତୁର୍ଦ୍ଦଶୀ ଭଜନ ସମାରୋହ ଆୟୋଜିତ ହୋଇଯାଇଛି। କରୋନା କଟକଣା ଯୋଗୁ ଚଳିତବର୍ଷ କୌଣସି ରାଜ୍ୟ ବାହାର କଳାକାରଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। କଣ୍ଠଶିଳ୍ପୀ ମହାପ୍ରସାଦ କର, ନାଜିଆ ଆଲାମ୍‌, ଇଣ୍ଡିଆନ ଆଇଡଲ ଜୁନିୟର ବିଜେତା ଅନନ୍ୟା ଶ୍ରୀତମ ନନ୍ଦ, ରଶ୍ମିତା ଦାଶ, ବିଜୟ କୁମାର ମହାପାତ୍ର, କାର୍ତ୍ତିକ କୁମାର ସାହୁ, ଅର୍ପିତା ଚୌଧୁରୀ, ରଚିତା ସାହୁ ପ୍ରମୁଖ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ବିଜୟ ମହାପାତ୍ରଙ୍କ କଣ୍ଠରେ ଶ୍ରୀମନ୍ଦିର ତୁମ ଭକତଙ୍କ ପାଇଁ କେବେ ଆଉ ପ୍ରଭୁ ଖୋଲିବ…., ରଚିତା ସାହୁଙ୍କ କେଉଁ ନାମ ଧରି ଡାକିବି ତୁମକୁ…, ଅର୍ପିତା ଚୌଧୁରୀଙ୍କ ଏକ ରାଧା, ଏକ ମୀରା…, କାର୍ତ୍ତିକ କୁମାର ଲୁଚି ଲୁଚି ବେଢା ଭିତରେ ଚନ୍ଦନ ଚାପ ଖେଳିଲ…, ରଶ୍ମିତା ଦାସ ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ…, ଅନନ୍ୟା ଶ୍ରୀତମଙ୍କ କଣ୍ଠରେ ଆସ ଆସ ଜଗନ୍ନାଥ ଓ ଶ୍ୟାମ ତେରି ବଂଶୀ...

ଫିଟିପାରୁନି ରତ୍ନଭଣ୍ଡାର ଚାବି ରହସ୍ୟ

ପୁରୀ ଅଫିସ,୩୦ା୧୧:ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଏକଦା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ। ଦାବି ଜୋରଦାର ହେବାରୁ ସରକାର ତଦନ୍ତ କମିଶନ ବସାଇଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ତଦନ୍ତ ବାବଦରେ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କମିଶନ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାର ଇତିମଧ୍ୟରେ ୨ବର୍ଷ ପୂରିଛି। ହେଲେ ଏ ପର୍ଯ୍ୟନ୍ତ ରିପୋର୍ଟ ସାର୍ବଜନୀନ ହୋଇନାହିଁ କି ରତ୍ନଭଣ୍ଡାର ଚାବି ରହସ୍ୟ ଫିଟିପାରିନାହିଁ। ୨୦୧୮ ମାର୍ଚ୍ଚ ୨୦ରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଗୃହର ସ୍ଥିତି ଓ ମରାମତି ନେଇ ଆଲୋଚନା ହୋଇଥିଲା। ଏହାପରେ ବିଧି ବ୍ୟବସ୍ଥା ଅନୁଯାୟୀ ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ। ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲାଯିବାକୁ ସ୍ଥିର ହୋଇଥିଲା। ୧୬ଜଣିଆ ସଦସ୍ୟ ସମସ୍ତ ପ୍ରସ୍ତୁତି ସହ ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଇଥିଲେ। ମାତ୍ର ଭିତର ଭଣ୍ଡାରର ଚାବି ନ ଥିବାରୁ ବାହାର ଭଣ୍ଡାରରୁ ଭିତର ଭଣ୍ଡାରର ସ୍ଥିତି ଦେଖି ବୈଷୟିକ ଟିମ୍‌ ଏବଂ ଅଧିକାରୀମାନେ ଫେରିଆସିଥିଲେ। ଏହାପରେ ରତ୍ନଭଣ୍ଡାର ବିବାଦ ଘେରକୁ ଚାଲିଯାଇ ଥିଲା। ଚାବି ହଜିଥିବା ନେଇ ପରିଚାଳନା କମିଟି ବୈଠକ ବିବରଣୀରେ ଜଣାପଡ଼ିବା ପରେ ହଟଚମଟ ଆରମ୍ଭ ହୋଇଥିଲା। ଭକ୍ତଙ୍କ ମଧ୍ୟରେ ଅସନ୍ତୋ...

ଆଜି ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୩୦ା୧୧:କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ରବିବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଛି। ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ରତ୍ନସିଂହାସନରେ ମହାପ୍ରଭୁଙ୍କ ଅତ୍ୟନ୍ତ ମନୋରମ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହେବ। କିନ୍ତୁ କୋଭିଡ୍‌ କଟକଣା ପାଇଁ ଏହି ଦିବ୍ୟ ବେଶକୁ ଭକ୍ତ ଦର୍ଶନ କରିପାରିବେ ନାହିଁ। ତେବେ ଭକ୍ତମାନେ ପତିତପାବନଙ୍କ ଦର୍ଶନ କରିପାରିବେ। ରବିବାର ଅବକାଶ ନୀତି ପରେ ଦାରୁବିଗ୍ରହଙ୍କୁ ଲକ୍ଷ୍ମୀନୃସିଂହ ବେଶ କରାଯାଇଥିଲା। ଏହି ବେଶରେ ଠାକୁରମାନେ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର, କିରୀଟ, କୁଣ୍ଡଳ, ଚନ୍ଦ୍ରିକା ଆଦି ଧାରଣ କରିଥିଲେ। ପ୍ରଭୁ ବଳଭଦ୍ର ସୁବର୍ଣ୍ଣର ହଳମୂଷଳ ଏବଂ ଜଗନ୍ନାଥ ମହାପ୍ରଭୁ ରୁପାଶଙ୍ଖ ଓ ସୁବର୍ଣ୍ଣ ଚକ୍ର ଧାରଣ କରିଥିଲେ। ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଚୁଳରେ ସୁବର୍ଣ୍ଣ କିଆ ଖଞ୍ଜାଯାଇଥିଲା। ଠାକୁରମାନେ ସୋଲ ଓ ଜରି ନିର୍ମିତ ବିଭିନ୍ନ ସୁବାସିତ ପୁଷ୍ପ ସମେତ ପାଟବସ୍ତ୍ରରେ ବିଭୂଷିତ ହୋଇଥିଲେ। The post ଆଜି ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ appeared first on Dharitri Odia News .

ତେଲ ଦର ବୃଦ୍ଧି ଥମୁନି: ପେଟ୍ରୋଲ ୧.୩୫ ଟଙ୍କା, ଡିଜେଲ ୨.୧୯ ଟଙ୍କା ବଢ଼ିଲା

ଭୁବନେଶ୍ୱର,୩୦ା୧୧:ପେଟ୍ରୋଲ ଏବଂ ଡିଜେଲ ଦର ଥମୁନାହିଁ। ଗତ ୧୦ ଦିନ ମଧ୍ୟରେ ତେଲ ଦର ୯ ଥର ବୃଦ୍ଧି ପାଇଛି। ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି। କରୋନା ମହାମାରୀ ସମୟରେ ଲଗାତର ତେଲ ଦର ବୃଦ୍ଧି ଯୋଗୁ ଗ୍ରାହକଙ୍କ ଉପରେ ବୋଝ ପଡୁଛି। ଏବେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିଥିବା ବେଳେ ଇନ୍ଧନ ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରିଥିବା ଜଣାପଡିଛି। ତୈଳ କମ୍ପାନୀଗୁଡିକର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୨୧ ପଇସା ବୃଦ୍ଧି ପାଇ ୮୨.୯୫ ଟଙ୍କା ଛୁଇଁଛି। ସେହିଭଳି ଏଠାରେ ଡିଜେଲ ଦର ମଧ୍ୟ ୩୨ ପଇସା ବଢି ୭୮.୮୭ ଟଙ୍କାରେ ପହଞ୍ଚତ୍ଛି। ଦିଲ୍ଲୀ ସମେତ ଅନ୍ୟ ପ୍ରମୁଖ ମେଟ୍ରୋ ସହରଗୁଡିକରେ ପେଟ୍ରୋଲ ଲିଟର ପିଛା ୧୯ରୁ ୨୧ ପଇସା ଏବଂ ଡିଜେଲ ଲିଟର ପିଛା ୨୮ରୁ ୩୧ ପଇସା ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଫଳରେ ନୂଆଦିଲ୍ଲୀରେ ପେଟ୍ରୋଲ ଦର ୮୨.୩୪ ଟଙ୍କା ଥିବା ବେଳେ ଡିଜେଲ ଦର ୭୨.୪୨ ଟଙ୍କା ରହିଛି। ସେହିଭଳି ଚେନ୍ନାଇ, ମୁମ୍ବାଇ ଓ କୋଲକାତା ଭଳି ମେଟ୍ରୋ ସହରରେ ପେଟ୍ରୋଲ ଦର ଯଥାକ୍ରମେ ୮୫.୩୧, ୮୯.୦୨ ଏବଂ ୮୩.୮୭ ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ଏହି ସବୁ ମେଟ୍ରୋ ସହରରେ ଡିଜେଲ ଦର ମଧ୍ୟ ଯଥାକ୍ରମେ – ୭୭.୮୪, ୭୮.୯୭ ଓ ୭୫.୯୯ ଟଙ୍କା ରହିଛି। The post ତେଲ ଦର ବୃଦ୍ଧି ଥମୁନି: ପେଟ୍ରୋଲ ୧.୩୫ ଟଙ୍କା, ଡିଜେଲ ୨.୧୯ ଟଙ୍କା ବଢ଼ିଲା appeared first on Dharitri Odia Ne...

୫ଜଣଙ୍କୁ ମିଳିଲା ‘ଧର୍ମପଦ ପୁରସ୍କାର’

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ତଥା ମର୍ଯ୍ୟାଦାଜନକ ସମ୍ମାନ ‘ଧର୍ମପଦ ପୁରସ୍କାର’ ୫ବର୍ଷ ପାଇଁ ୫ଜଣଙ୍କୁ ପ୍ରଦାନ କରାଯାଇଛି। ସେହିଭଳି ୨୫ଜଣ ବୟୋଜ୍ୟେଷ୍ଠ ଶିଳ୍ପୀଙ୍କୁ ‘ଶିଳ୍ପୀ ସମ୍ବର୍ଦ୍ଧନା’ ଦିଆଯାଇଛି। ରବିବାର ସଂସ୍କୃତି ଭବନ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପୁରସ୍କାର ଏବଂ ସମ୍ବର୍ଦ୍ଧନା ଦେଇଥିଲେ। ଧର୍ମପଦ ପୁରସ୍କୃତ ଶିଳ୍ପୀଙ୍କୁ ଅଙ୍ଗବସ୍ତ୍ର, ଉପଢୌକନ, ମାନପତ୍ର ସହ ୫ଲକ୍ଷ ଟଙ୍କାର ଚେକ୍‌ ଓ ସମ୍ବର୍ଦ୍ଧିତ ଶିଳ୍ପୀଙ୍କୁ ୧ଲକ୍ଷ ଟଙ୍କାର ଚେକ୍‌ ସହ ଅଙ୍ଗବସ୍ତ୍ର, ଉପଢୌକନ, ମାନପତ୍ର ପ୍ରଦାନ କରିଥିଲେ। ୨୦୧୬ ମସିହା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବନବିହାରୀ ପରିଡ଼ା, ୨୦୧୭ ପାଇଁ ବିଶିଷ୍ଟ ସ୍ଥପତି ଶ୍ୟାମସୁନ୍ଦର ପଟ୍ଟନାୟକ, ୨୦୧୮ ପାଇଁ ଜଗଦୀଶ ଚନ୍ଦ୍ର କାନୁନ୍‌ଗୋ, ୨୦୧୯ ପାଇଁ ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଓ ୨୦୨୦ ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ବର୍ଦ୍ଧିତ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ୨୦୧୬ ମସିହା ପାଇଁ ଚନ୍ଦ୍ର କୁମାର ସାମନ୍ତରାୟ, ଶରତ ଚନ୍ଦ୍ର ମହାନ୍ତି, ବସନ୍ତ କୁମାରୀ ସାମନ୍ତ, ବାଞ୍ଛାନିଧି ପଟ୍ଟନାୟକ ଓ ଯୋଗେଶ ପ୍ରସାଦ ଦାନୀ ଏବଂ ୨୦୧୭ ପାଇଁ ରାଧାଶ୍ୟାମ ବିଶୋଇ, ଦେବେନ୍ଦ୍ର ଦାସ, ବନମାଳୀ ମ...

ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭା ଶୀତକାଳୀନ ଅଧିବେଶନରେ ରବିବାର ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ ହୋଇଛି। ପୂର୍ବାହ୍ନ ଅଧିବେଶନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ୨୦୨୦-୨୧ ବର୍ଷ ପାଇଁ ୧୧,୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ କରିଥିଲେ। ଗୃହର ମଞ୍ଜୁରୀ ମିଳିଲେ ଏହି ଅର୍ଥ କୋଭିଡ୍‌ ପରିଚାଳନା ସମେତ ବିଭିନ୍ନ ଜନକଲ୍ୟାଣ ଓ ଉନ୍ନୟନମୂଳକ କାର୍ଯ୍ୟପାଇଁ ବିନିଯୋଗ କରାଯିବ ବୋଲି ମନ୍ତ୍ରୀ କହିଥିଲେ। କୋଭିଡ୍‌-୧୯ର ପ୍ରଭାବ ପୂର୍ବରୁ ରାଜ୍ୟରେ ଚଳିତ ଆର୍ଥିକବର୍ଷ ପାଇଁ ମୂଳ ବଜେଟ ପ୍ରସ୍ତୁତ କରାଯାଇଥିଲା। ବଜେଟରେ ବିଭିନ୍ନ ବିଭାଗର ଭିତ୍ତିଭୂମି ବିକାଶ ଜରିଆରେ ନୂତନ ଓଡ଼ିଶା ଗଠନର ଆଭିମୁଖ୍ୟ ରହିଥିଲା। ମାତ୍ର କୋଭିଡ୍‌-୧୯ ଲାଗି ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ନିମନ୍ତେ ଚଳିତ ଆର୍ଥିକବର୍ଷର ପ୍ରାଥମିକତାକୁ ସଂଶୋଧନ କରିବାକୁ ପଡ଼ିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ମହାମାରୀକୁ ଆଖିଆଗରେ ରଖି ଅତିରିକ୍ତ ବଜେଟରେ ‘ଆବଣ୍ଟନର ପୁନଃ ପ୍ରାଥମିକତା’ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିରେ ସ୍ବାସ୍ଥ୍ୟ, ଖାଦ୍ୟ ଓ ସାମାଜିକ ସୁରକ୍ଷା, ଜୀବିକା, ରୋଜଗାର ସୃଷ୍ଟି ସମ୍ବନ୍ଧୀୟ କୋଭିଡ୍‌ ପରିଚାଳନା ଉପରେ ଫୋକସ୍‌ ରହିଛି। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କୋଭିଡ୍‌ ଯୋଦ୍ଧା ପ୍ୟାକେଜ୍‌, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ର, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମି...

ଦିଲ୍ଲୀ ହାଫ୍‌ ମାରାଥନ: ଓ୍ବାଲେନ୍‌, ୟେହୁଲାଙ୍କୁ ଟାଇଟଲ

ନୂଆଦିଲ୍ଲୀ, ୩୦ା୧୧ (ପି.ଟି.)-କୋଭିଡ୍‌ ଯୋଗୁ ଜୈବସୁରକ୍ଷିତ ପରିବେଶ ମଧ୍ୟରେ ରବିବାର ଏୟାରଟେଲ ଦିଲ୍ଲୀ ହାଫ୍‌ ମାରାଥନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇଥିଓପିଆର ଆମେଡଓ୍ବର୍କ ଓ୍ବାଲେନ୍‌ ଏବଂ ୟାଲେନ୍‌ଜର୍ଫ ୟେହୁଲା ଯଥାକ୍ରମେ ପୁରୁଷ ଓ ମହିଳା ଟାଇଟଲ ଜିତିଛନ୍ତି। ଏହି ଓ୍ବାଲର୍‌ଡ ଆଥଲେଟିକ୍ସ ଗୋଲ୍ଡ ଲେଭଲ ରୋଡ୍‌ ରେସ୍‌ ଅଭୂତପୂର୍ବ ଥିଲା। ଏହି ଦୁଇ ଏଲିଟ ରେସ୍‌ ବିଜେତା ଇଭେଣ୍ଟ ରେକର୍ଡ କରିଛନ୍ତି। ଓ୍ବାଲେନ (୫୮.୫୩ ସେକେଣ୍ଡ) ଏବଂ ୟେହୁଲା ପ୍ରଥମ ପୁରସ୍କାର ବାବଦରେ ୨୭,୦୦୦ ଆମେରିକୀୟ ଡଲାର ପକେଟସ୍ଥ କରିଥିବାବେଳେ ଇଭେଣ୍ଟ ରେକର୍ଡ ବୋନସ ବାବଦରେ ଅତିରିକ୍ତ ୧୦,୦୦୦ ଆମେରିକୀୟ ଡଲାର ପାଇଛନ୍ତି। ମହିଳା ହାଫ୍‌୍‌ ମାରାଥନରେ ୟେହୁଲା ଦ୍ୱିତୀୟ ଦ୍ରୁତତମ ବିବେଚିତ ହୋଇଛନ୍ତି। ତାଙ୍କର ଟାଇମିଂ ୧:୦୪:୪୬ ରହିଥିଲା। ବିଶ୍ୱରେକର୍ଡ ଟାଇମ୍‌ (୧:୦୪:୩୧)ଠାରୁ ଏକ ସେକେଣ୍ଡ ଚତୁର୍ଥାଂଶ ପଛରେ ରହିଯାଇଥିଲେ। ବିଶ୍ୱରେକର୍ଡଧାରିଣୀ ଇଥିଓପିଆର ଆବାବେଲ୍‌ ୟେଶାନେ ମଧ୍ୟ ରବିବାର ରେସ୍‌ରେ ଭାଗ ନେଇଥିଲେ। ସେ କିନ୍ତୁ ତୃତୀୟ ହୋଇଥିଲେ। ଭାରତରୁ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅବିନାଶ ସାବ୍‌ଲେ ୧:୦୦:୩୦ ଟାଇମିଂରେ ଜାତୀୟ ରେକର୍ଡ ଭଙ୍ଗ କରିଥିଲେ। ମହାରାଷ୍ଟ୍ରର ୨୬ ବର୍ଷୀୟ ସାବ୍‌ଲେ ଓଭରାଲ ୧୦ମ ହୋଇଥିଲେ। ପ୍ରଥମ ପୁରସ୍କାର ବାବଦରେ ତାଙ୍କୁ ୩.୫ ଲକ୍ଷ ଟଙ୍କା ଦିଆଯାଇଥିଲା। ଭାରତୀୟଙ୍କ ମଧ୍ୟରେ ସେ ଇଭେ...

ଭିତରକନିକା ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ: ଜନପ୍ରତିନିଧିଙ୍କ ସହ ମନ୍ତ୍ରୀ ଆଲୋଚନା କରନ୍ତୁ

ଭୁବନେଶ୍ୱର(ବ୍ୟୁରୋ)/ରାଜନଗର,୩୦ା୧୧(ଡି.ଏନ.ଏ.):ଭିତରକନିକା ଜାତୀୟ ଉଦ୍ୟାନର ସୀମା ନିର୍ଦ୍ଧାରଣ ପୂର୍ବରୁ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ଡାକି ଆଲୋଚନା କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ରବିବାର ଶୂନ୍ୟକାଳରେ ଭିତରକନିକାର ସୀମା ନିର୍ଦ୍ଧାରଣ ନେଇ କେନ୍ଦ୍ରାପଡ଼ା ଜିଲାର ବିଧାୟକମାନେ ଗୃହରେ ଉଦ୍‌ବେଗ ପ୍ରକାଶ କରିବା ପରେ ବାଚସ୍ପତି ଏନେଇ ରୁଲିଂ ଦେଇଥିଲେ। ବିଜେଡି ବିଧାୟକ ପ୍ରତାପ ଦେବ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଜଙ୍ଗଲ ଓ ପରିବେଶ ବିଭାଗ ଭିତରକନିକା ଅଭୟାରଣ୍ୟର ସୀମା ପୁନଃ ନିର୍ଦ୍ଧାରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ହେଲେ ଏନେଇ ଜିଲାର ଲୋକ ପ୍ରତିନିଧିମାନଙ୍କ ପରାମର୍ଶ ନିଆଯାଇନାହିଁ କିମ୍ବା ଆଲୋଚନା କରାଯାଇନାହିଁ। ନୂତନ ସୀମା ନିର୍ଦ୍ଧାରଣ ଦ୍ୱାରା କେନ୍ଦ୍ରାପଡ଼ା ଜିଲାର ୪୦ ପ୍ରତିଶତ ଅଞ୍ଚଳ ଅଭୟାରଣ୍ୟ ଭିତରକୁ ଚାଲିଯିବ। ଅଭୟାରଣ୍ୟ ପରିସର ମଧ୍ୟକୁ ମହାକାଳପଡ଼ା, ଆଳି, ରାଜନଗର ନିର୍ବାଚନମଣ୍ଡଳୀର ଯେଉଁ ଅଞ୍ଚଳ ନିଆଯାଇଛି ସେଠାରେ ଆଦୌ ଜଙ୍ଗଲ ନାହିଁ। ଉକ୍ତ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ସରକାରୀ ପ୍ରକଳ୍ପ ଚାଲିଥିବାରୁ ଅଭୟାରଣ୍ୟ ମଧ୍ୟକୁ ଗଲେ ଉକ୍ତ କାମ ଅଟକିଯିବ। ତେଣୁ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା ଲାଗି ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ସେ ବାଚସ୍ପତିଙ୍କୁ କହିଥିଲ...

ନାଗାର୍ଜୁନ ବେଶ ଚନ୍ଦ୍ର, ସୂର୍ଯ୍ୟ ନେଇଯିବା ଘଟଣା:ସିଂହଦ୍ୱାର ଥାନାରେ ଏତଲା

ପୁରୀ ଅଫିସ, ୩୦ା୧୧:ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ ନେଇଯିବା ଘଟଣାରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ରବିବାର ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ମଞ୍ଚ ଉପସଭାପତି ଲଲାଟେନ୍ଦୁ ମିଶ୍ର ଏହି ଏତଲା ଦେଇଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ, ବିନା ଭକ୍ତରେ ନାଗାର୍ଜୁନ ବେଶ ହେଲା। ଏହାସତ୍ତ୍ବେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କିନ୍ତୁ ଏହାରି ଭିତରେ ଶ୍ରୀମନ୍ଦିରରୁ ବାହାରକୁ ଆସି ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ ଜଣେ ସେବାୟତଙ୍କ ଘରକୁ ନିଆଗଲା। ତେଣୁ ଏହାର ନିରପେକ୍ଷ ତଦନ୍ତ କରାଯାଉ। ଏଥିରେ ଯିଏ ସମ୍ପୃକ୍ତ, ତାଙ୍କୁ ସହଯୋଗ କରିଥିବା ମନ୍ଦିର କର୍ମଚାରୀ ଓ ଅଧିକାରୀ ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଆଦି ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଏତଲାରେ ଅନୁରୋଧ କରାଯାଇଛି। The post ନାଗାର୍ଜୁନ ବେଶ ଚନ୍ଦ୍ର, ସୂର୍ଯ୍ୟ ନେଇଯିବା ଘଟଣା:ସିଂହଦ୍ୱାର ଥାନାରେ ଏତଲା appeared first on Dharitri Odia News .

ଟାଇସନ-ଜୋନ୍ସ ଲଢେଇ ଡ୍ର’

ଲସ୍‌ଏଞ୍ଜେଲ୍ସ, ୩୦ା୧୧ (ପି.ଟି.)-ଦୀର୍ଘ ୧୫ ବର୍ଷ ପରେ ପ୍ରଥମ ଥର ବକ୍ସିଂ ରିଙ୍ଗକୁ ଫେରିଛନ୍ତି ମାଇକ ଟାଇସନ । ୫୪ ବର୍ଷୀୟ ପୂର୍ବତନ ହେଭିିଓ୍ବେଟ୍‌ ଚାମ୍ପିୟନ ଏବଂ ୫୧ବର୍ଷୀୟ ରୟ ଜୋନ୍ସ ଜୁନିୟରଙ୍କ ମଧ୍ୟରେ ଶନିବାର ଏକ ପ୍ରଦର୍ଶନୀ ବାଉଟ୍‌ ଅନୁଷ୍ଠିତ ହୋଇଥିଲା। ଷ୍ଟେପଲ୍ସ ସେଣ୍ଟରଠାରେ ୮ ରାଉଣ୍ଡବିଶିଷ୍ଟ ଏହି ଲଢେଇ ବେଶ୍‌ ଆମୋଦଦାୟକ ଥିଲା। ରିଙ୍ଗ୍‌ ପାର୍ଶ୍ୱରେ ରହିଥିବା ଡବ୍ଲ୍ୟୁବିସି ଜଜ୍‌ଗଣ ଅଣ ବିଧିବଦ୍ଧଭାବେ ଏହାକୁ ଡ୍ର ଭାବେ ଘୋଷଣା କରିଥିଲେ। ବିଭିନ୍ନ ଚ୍ୟାରିଟି ପାଇଁ ଅର୍ଥ ସଂଗ୍ରହ ଉଦ୍ଦେଶ୍ୟରେ ଏହି ପ୍ରଦର୍ଶନୀ ଲଢେଇର ଆୟୋଜନ କରାଯାଇଥିଲା। ନକ୍‌ ଆଉଟ ହୋଇ ନ ଥିବାରୁ ଟାଇସନ ଆନନ୍ଦିତ। ପରବର୍ତ୍ତୀ ମୁକାବିଲାରେ ସେ ଆହୁରି ଭଲ କରିପାରିବି ବୋଲି ଟାଇସନ ବାଉଟ୍‌ ପରେ କହିଛନ୍ତି। ଯେଉଁ ପ୍ରଭାବୀ ପଞ୍ଚ୍‌ ଓ ଫୁଟ୍‌ଓ୍ବର୍କ କମ୍ବିନେଶନ ପାଇଁ ଏକଦା ବିଶ୍ୱର ଜଣେ ଭୟାନକ ବକ୍ସର ହୋଇପାରିଥିଲେ ତାହାର ନମୁନା ସେ ଏହି ପ୍ରଦର୍ଶନୀ ମୁକାବିଲାରେ ଦେଖାଇଥିଲେ। ପୂର୍ବରୁ ସେ ଚାମ୍ପିୟନଶିପ୍‌ରେ ଭାଗ ନେଉଥିଲେ। ମାତ୍ର ଏଥର ଜନହିତକର କାର୍ଯ୍ୟ ଲାଗି ଫାଇଟରେ ଅବତୀର୍ଣ୍ଣ ହୋଇଥିଲେ। ପୂର୍ବତନ ଫୋର୍‌ ଡିଭିଜନ ବିଶ୍ୱ ଚାମ୍ପିୟନ ଜୋନ୍ସ ତାଙ୍କ ସମୟରେ ସବୁଠାରୁ କୁଶଳୀ ବକ୍ସର ଭାବେ ପରିଚିତ ଥିଲେ। ସେ କହିଛନ୍ତି, ଟାଇସନଙ୍କ ପଞ୍ଚକୁ ସାମ୍ନା କରିବା ସହଜ ନୁହେଁ। ବାଉଟ ଡ୍ର’ଭାବେ ଶେଷ ହୋଇଥିବାରୁ ସେ ଖୁସି। ଭବିଷ୍ୟତରେ ସ...

ଅନାବଶ୍ୟକ ଉତ୍କଣ୍ଠା

କୋଭିଡ୍‌-୧୯ ସଂକ୍ରମଣ ରହିଥିଲେ ମଧ୍ୟ ସେଥିପ୍ରତି ବିଶ୍ୱବାସୀ ପୂର୍ବଭଳି ଆତଙ୍କିତ ହେଉ ନ ଥିବା ପରିଲକ୍ଷିତ ହେଉଛି। ଭାରତ ଭଳି ଦେଶରେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ସବୁଆଡ଼େ ଭିଡ଼ ଲାଗି ରହିଥିବାର ଦେଖାଯାଉଛି। ସାମାଜିକ ଦୂରତା ସମ୍ପର୍କରେ ନ କହିବା ଭଲ। ସେହିପରି ମୁହଁରେ ମୁଖା ପିନ୍ଧିବାକୁ କେହି ଖାତିର କରୁଥିବା ଭଳି ଦେଖାଯାଉ ନାହିଁ। ଲୋକଙ୍କ ଗତିବିଧିରୁ ଧାରଣା ସୃଷ୍ଟି ହେଉଛି ଯେପରି କେହି କୋଭିଡ୍‌ ବିଷୟରେ କିଛି ମନେରଖି ନାହାନ୍ତି। ବାସ୍ତବତା ଭିନ୍ନ ଚିତ୍ର ଦେଖାଉଛି। ଦିଲ୍ଲୀର ନିଗମବୋଧ ଘାଟଠାରୁ ଭୁବନେଶ୍ୱର ସତ୍ୟନଗର ପର୍ଯ୍ୟନ୍ତ ଧାଡ଼ିରେ ଶବ ପୋଡ଼ା ହେଉଥିବା ବେଳେ ସମ୍ପର୍କୀୟମାନେ ଦୂରରେ ଠିଆ ହୋଇ କାନ୍ଦୁଥିବାର ଏକ ନିତିଦିନିଆ ଦୃଶ୍ୟ ହୋଇଗଲାଣି। କରୋନା ଟିକା ବାହାର କରିବା ପାଇଁ ଅସଂଖ୍ୟ ଗବେଷକ ଅନବରତ ପ୍ରୟାସ ଜାରି ରଖିଛନ୍ତି। କେତେକ କମ୍ପାନୀ ଟିକାର ୯୦ ପ୍ରତିଶତ ସଫଳତା ବିଷୟ ପ୍ରଚାର କରିଥିବା ବେଳେ ଆଉ କିଛି ୯୫ ପ୍ରତିଶତ ଯାଏ ଟିକା ଫଳପ୍ରଦ ହୋଇଛି ବୋଲି କହୁଛନ୍ତି। ଏହିସବୁ ସଂଖ୍ୟା ଦେଖିଲେ ମନେହେଉଛି ଯେପରି ଘରେ ରହୁଥିବା ଛାତ୍ରୀଛାତ୍ର ସେମାନଙ୍କ ପରୀକ୍ଷାଫଳ ସମ୍ପର୍କରେ ଆଲୋଚନା କରୁଛନ୍ତି। ଏତିକି ସଂଖ୍ୟା ରଖି ପାଶ୍‌ ହେଲେ କୌଣସି ଭଲ କଲେଜରେ ସେମାନେ ନାମ ଲେଖାଇବା ଅସମ୍ଭବ ହୁଅନ୍ତା। ତଥାପି ଆମେ କୋଭିଡ୍‌ ଟିକା ବିଷୟରେ ଶୁଣୁଥିବା ପ୍ରତିଶତ ମନକୁ ଆଶ୍ୱାସନା ଦେଉଛି। ଅନ୍ୟପକ୍...

ମୌରିସିଓଙ୍କ ଡବଲ ଗୋଲ ସମ୍ମାନ ରଖିଲା: ଓଡ଼ିଶା ଏଫସି-ଜାମସେଦପୁର ଏଫସି ମ୍ୟାଚ ଡ୍ର

ଭାସ୍କୋ, ୩୦।୧୧-  ଡିଏଗୋ ମୌରିସିଓଙ୍କ ଡବଲ ଗୋଲ ଚଳିତ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ରବିବାର ମ୍ୟାଚରେ ଓଡ଼ିଶା ଏଫସିର ସମ୍ମାନ ରଖିଛି। ପ୍ରଥମାର୍ଦ୍ଧରେ ୦-୨ ଗୋଲରେ ପଛୁଆ ରହିବାସତ୍ତ୍ୱେ ଜାମସେଦପୁର ଏଫସି ବିପକ୍ଷ ମ୍ୟାଚକୁ ଓଡ଼ିଶା ଏଫସି ୨-୨ରେ ଡ୍ର ରଖିବାରେ ସକ୍ଷମ ହୋଇଛି। ଫଳରେ ନିଜର ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ଏଫସି ନିକଟରୁ ୦-୧ରେ ପରାଜିତ ହୋଇଥିବା ଭୁବନେଶ୍ୱର ଭିତ୍ତିକ ଓଡ଼ିଶା ଦଳ ଏହି ମ୍ୟାଚରୁ ପଏଣ୍ଟର ଶୁଭାରମ୍ଭ କରିଛି। ଉଭୟ ଦଳକୁ ୧ ପଏଣ୍ଟ ଲେଖାଏ ମିଳିଛି। ମ୍ୟାଚର ପ୍ରଥମାର୍ଦ୍ଧରେ ଜାମସେଦପୁର ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୧୨ତମ ମିନିଟରେ ନେରିଜୁସ ଭାଲ୍ସକିସ୍‌ ଗୋଲ ଦେଇ ଜାମସେଦପୁର ଦଳକୁ ଅଗ୍ରଣୀ କରାଇଥିଲେ। ନେରିଜୁସ ଧୈର୍ଯ୍ୟର ସହ ପୋଷ୍ଟର ବାମ କର୍ନରରେ ବଲ୍‌ ନେଟ୍‌କୁ ସ୍ପର୍ଶ କରାଇଥିବାବେଳେ ପ୍ରତିପକ୍ଷ ଗୋଲକିପର ବିପରୀତ ଦିଗକୁ ଡାଇଭ୍‌ ମାରିଥିଲେ। ଓଡ଼ିଶା ଦଳର ଡିଫେନ୍ସିଭ୍‌ ବିଫଳତାର ସୁଯୋଗ ନେଇ ୨୭ତମ ମିନିଟରେ ସେ ତାହାକୁ ଡବଲରେ ପରିଣତ କରିଥିଲେ। ମାତ୍ର ଦ୍ୱିତୀୟାର୍ଦ୍ଧରେ ଭିନ୍ନ ଖେଳ ଦେଖିବାକୁ ମିଳିଥିଲା। ଓଡ଼ିଶା ଏଫ୍‌ସି ଗୋଲ ପରିଶୋଧ କରିବାକୁ ଉଦ୍ୟମକୁ ଜୋରଦାର କରିଥିବାବେଳେ ଜାମସେଦପୁର କଡ଼ା ଟକ୍କର ଦେଇଥିଲା। ୭୪ତମ ମିନିଟରେ ରେହେନେଶ ଥୁମ୍ବିରିମ୍ବୁ ପରମ୍ବା ରେଡ୍‌କାର୍ଡ ପାଇବାରୁ ଜାମସେଦପୁର ୧୦ ଜଣିଆ ହୋଇ ଯାଇଥିଲା। ୭୭ତମ ମିନିଟରେ ଓଡ଼ିଶା ଏଫସିର ବ୍ରାଜ...

ରାଜ୍ୟ ଓପନ ଚେସ୍‌: ସୌମ୍ୟଙ୍କୁ ୫୯ତମ ଟାଇଟଲ

ଭୁବନେଶ୍ୱର, ୩୦।୧୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଓ ବାଙ୍କି ଚେସ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ରବିବାର ମା’ ଚର୍ଚ୍ଚିକା ରାଜ୍ୟ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇ ଯାଇଛି। କରୋନା କଟକଣା ଜନିତ ଦୀର୍ଘ ୯ ମାସର ବ୍ରେକ୍‌ ପରେ ଏହାଥିଲା ରାଜ୍ୟର ପ୍ରଥମ ଫେସ୍‌ ଟୁ ଫେସ୍‌ ଚେସ୍‌ ଟୁର୍ନାମେଣ୍ଟ। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଫିଡେ ମାଷ୍ଟର ଭୁବନେଶ୍ୱରର ସୌମ୍ୟରଞ୍ଜନ ମିଶ୍ର ୫.୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ରାଜ୍ୟ ଚେସ୍‌ରେ ସୌମ୍ୟଙ୍କ କ୍ୟାରିୟରର ଏହା ୫୯ତମ ଟାଇଟଲ। କଟକର ସେକ୍‌ ରାଜା ଓ ଜଟଣୀର ଅବିନାଶ ବଳିୟାର ସିଂ ୫ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରଦର୍ଶନ ଭିତ୍ତିରେ ପ୍ରଥମ ୧୩ ସ୍ଥାନରେ ରହିଥିବା ପ୍ରତିଯୋଗୀମାନେ ହେଲେ ଜିତେନ୍ଦ୍ର କୁମାର ଦାସ, ଚନ୍ଦନ କୁମାର ପ୍ରଧାନ, ସ୍ମୃତି ରଞ୍ଜନ ମହାନ୍ତି, ସିଦ୍ଧାର୍ଥ ରୟ, ଦୀପ୍ତିରଞ୍ଜନ ନାୟକ, ପ୍ରକାଶ ସାହୁ, ଭୀମସେନ ପ୍ରଧାନ, ସୁଦର୍ଶନ ବେହେରା, ସୂରଜ କୁମାର ମହାରଣା ଓ ଗଣେଶ ଚନ୍ଦ୍ର ପରିଡ଼ା। ଭାଗ ନେଇଥିବା ସ୍କୁଲ ଛାତ୍ରଙ୍କ ମଧ୍ୟରୁ ଅମନ ଅଲୀ, ଇଶାନି ଦାସ, ଅମ୍ଳାନ ସେନାପତି, ଆଦିତୀ ମହାରଣା, ଶ୍ରୀୟସ୍ମିତା ବଳିୟାର ସିଂଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବାଙ୍କିସ୍ଥିତ ଚର୍ଚ୍ଚିକା ୟୁଜିଏମ୍‌ଇ ସ୍କୁଲର ପ୍ରଧାନ ଶିକ୍ଷକ ମାନସ ନନ୍ଦ, ବାଙ୍କି...

ଏଇ ଭାରତରେ

ଯୁବପିଢ଼ି ଚାହିଁଲେ ଓ୍ବେଷ୍ଟ ମ୍ୟାନେଜ୍‌ମେଣ୍ଟକୁ ବ୍ୟାପକ କରିପାରିବେ, ଯାହାର ଦୃଷ୍ଟାନ୍ତ ହେଉଛନ୍ତି ମଧୁର ଏବଂ ତାଙ୍କ ବନ୍ଧୁମାନେ। ମହାରାଷ୍ଟ୍ରର ଅମରାବତୀ ନିବାସୀ ମଧୁର ଏନ୍‌. ରଥି ଏବଂ ତାଙ୍କର ତିନି ବନ୍ଧୁ ରୋଶନ ପିଦିୟାର୍‌, ଅଭିଷେକ ମୋଡାକ, ଭୂଷଣ ବୁବ୍‌ ପ୍ଲାଷ୍ଟିକ ବର୍ଜ୍ୟରୁ ରିସାଇକେଲିଂ ପଦ୍ଧତିରେ ବିଭିନ୍ନ ପ୍ରକାର ଜିନିଷ ପ୍ରସ୍ତୁତ କରୁଛନ୍ତି। ସେମାନେ ରିସାଇକେଲ୍‌ ବେଲ୍‌ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀ ମାଧ୍ୟମରେ ଘର ଉପକରଣ ପ୍ଲାଷ୍ଟିକ ଜିନିଷ ତିଆରି କରି ‘ଇକୋନିଚର’ ବ୍ରାଣ୍ଡ୍‌ରେ ବିକ୍ରି କରୁଛନ୍ତି। ମଧୁର ଏହି କମ୍ପାନୀର ସିଇଓ ଓ ତାଙ୍କୁ ବୟସ ଏବେ ୩୩। ଏମ୍‌ବିଏ ପରେ ଅହମ୍ମଦାବାଦ୍‌ରେ ଏକ ଓ୍ବେଷ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରୁଥିଲେ। ସେଠାରୁ ହାସଲ କରିଥିବା ଅଭିଜ୍ଞତାକୁ ଆଧାର କରି ସେ ତାଙ୍କ ସାଙ୍ଗମାନଙ୍କ ସହଯୋଗରେ ଏହା ଚଳାଇଛନ୍ତି। ଏହିସବୁ ଜିନିଷର ମୂଲ୍ୟ ୩୦୦ଟଙ୍କାରୁ ୨୯୦୦ ଟଙ୍କା ପର୍ଯ୍ୟନ୍ତ ରଖିଛନ୍ତି। ୨୦୧୯ ଅକ୍ଟୋବରରୁ ‘ଇକେନିଚର’ ଆରମ୍ଭ କରି ଏବେ ସୁଦ୍ଧା ସେମାନେ ୧୪୦୦ ମେଟ୍ରିକ୍‌ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟ ଉପଯୋଗ କରିସାରିଲେଣି। ସେମାନେ ପ୍ଲାଷ୍ଟିକ ଚେୟାର, ଷ୍ଟୁଲ, ର଼୍ୟାକ୍‌, ସେଲ୍‌ଭସ ପଟସ୍‌, ବେଞ୍ଚ ଓ ଟେବୁଲ ଆଦି ତିଆରି କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୫୦୦୦ କେ.ଜି. ଓ୍ବେଷ୍ଟ ପ୍ଲାଷ୍ଟିକ ଓଜନର ଜିନିଷ ବିକ୍ରି କରି ସାରିଲେଣି। ବର୍ଷକୁ ୧ କୋଟି ଟଙ୍କାର କାରବାର କ...

ଆମ ଐତିହ୍ୟର ଜୟଯାତ୍ରା

ଡ.ପ୍ରଫୁଲ୍ଲ କୁମାର ସାହୁ ପାଇକ ପୁଅର ବୀରତ୍ୱ ଓ ରଣକୌଶଳ ବଳରେ ଯେମିତି ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପିଥିଲା କଳିଙ୍ଗର ସୀମା, ସେମିତି ଅର୍ଣ୍ଣବ ପୋତ ବିଦ୍ୟାରେ ଅସାଧାରଣ ପାରଦର୍ଶିତା ଯୋଗୁ ସାଗରକୁ ସାମ୍ରାଜ୍ୟରେ ପରିଣତ କରିଦେଇଥିଲା ଓଡ଼ିଆ ସାଧବ ପୁଅ। ସେଥିପାଇଁ ବଙ୍ଗୋପସାଗରକୁ କଳିଙ୍ଗ ମହାସାଗର କୁହାଯାଉଥିଲା ଏବଂ ମହୋଦଧିପତି ଭାବରେ (ମହାକବି କାଳିଦାସଙ୍କ ରଘୁବଂଶ କାବ୍ୟରେ) ଅଭିହିତ ହୋଇଥିଲେ କଳିଙ୍ଗର ମହାରାଜା। ସେତେବେଳେ ଯନ୍ତ୍ରଚାଳିତ ଜାହାଜ ନ ଥିଲେ ବି ଦୁଃସାହସୀ ଓଡ଼ିଆ ଜାତି ପାଇଁ ବିପଦପୂର୍ଣ୍ଣ ସାଗର ଯାତ୍ରା ଥିଲା ଏକ ଆହ୍ବାନ। ସଂପଦ ଆହରଣ ନିମନ୍ତେ କାଠତିଆରି ବୋଇତରେ ଅଝାଲ ଉଡ଼େଇ ସେ ପାରି ହୋଇଯାଉଥିଲା ଅତଳ ସମୁଦ୍ର। ତା’ର ଏହି ବିପୁଳ ସାହସିକତା ପାଇଁ କୁହାଯାଉଥିଲା କଳିଙ୍ଗା ସାହସିକାଃ। କାର୍ତ୍ତିକର କାକରଭିଜା କ୍ଷେତରେ ଯେତେବେଳେ ଲହଡ଼ି ଭାଙ୍ଗେ ଦରପାଚିଲା ଧାନ, ସେତେବେଳେ ଦରିଆ ପାରି ବଣିଜ ପାଇଁ ସଜ ହୁଏ ସାଧବ ପୁଅ। ଲକ୍ଷ୍ମୀପୂଜା ଠାରୁ କାର୍ତ୍ତିକ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଜାହାଜରେ ସାଇତି ରଖେ ପୂର୍ବରୁ ସଂଗ୍ରହ କରିଥିବା କୃଷିଜାତ ଦ୍ରବ୍ୟ, ଅରଣ୍ୟ ସମ୍ପଦ, ପାନ, ଗୁଆ, ହଳଦୀ, ଶଙ୍ଖ, ଲୌହ, ଟସର ବସ୍ତ୍ର, ଲୁଣ, ଗରମମସଲା, ଗୁଡ଼, ନବାତ ଓ ତୈଳଜାତ ଦ୍ରବ୍ୟ ଇତ୍ୟାଦି। କାର୍ତ୍ତିକ ପୂର୍ଣ୍ଣିମାର ମାହେନ୍ଦ୍ର ମୁହୂର୍ତ୍ତରେ ମା’ ମଙ୍ଗଳାଙ୍କ ପାଖରେ ପୂଜାର୍ଚ୍ଚନା ପୂର୍ବକ ଅନୁକୂଳ କ...

ବାହାରିନ୍‌ ଗ୍ରାଁ ପ୍ରି: ଅଳ୍ପକେ ବର୍ତ୍ତିଗଲେ ଗ୍ରସ୍‌ଜେଁ

ସାଖିର (ବାହାରିନ୍‌), ୩୦ା୧୧ (ଏପି)-ରବିବାର ଅନୁଷ୍ଠିତ ବାହାରିନ୍‌ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟରରେସିଂ ଆରମ୍ଭରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ହାସ୍‌ ଟିମ୍‌ର ରୋମେନ ଗ୍ରସ୍‌ଜେଁ। ପ୍ରଥମ ଲ୍ୟାପ୍‌ରେ ୩୪ ବର୍ଷୀୟ ଫ୍ରେଞ୍ଚ୍‌ ଡ୍ରାଇଭରଙ୍କ ହାତମୁଠା ଖସିଯାଇଥିଲା। ତାଙ୍କ କାର୍‌ଟି ଡାହାଣପଟକୁ ଚାଲିଯାଇଥିଲା। ସେଠାରେ ଆଲ୍‌ଫା ତାଉରିର ଡାନିଲ୍‌ କ୍ୟାତ୍‌ଙ୍କ ସମ୍ମୁଖ ଭାଗ ଗ୍ରୋସ୍‌ଜେଁଙ୍କ ପଛ ଚକାରେ ଲାଗିଯିବାରୁ କାରଟି କ୍ଷୀପ୍ର ଗତିରେ ଉପରୁ ଉଠି ବ୍ୟାରିୟରରେ ଜୋର୍‌ରେ ପିଟି ହୋଇଯାଇଥିଲା। କାର୍‌ରେ ନିଆଁ ଲାଗିଯିବା ସହ ଭାଙ୍ଗିରୁଜି ଯାଇଥିଲା। ଗ୍ରୋସ୍‌ଜେଁ କୌଣସିମତେ କାର୍‌ରୁ ବାହାରି ବ୍ୟାରିୟର ଉପରକୁ ଚଢ଼ିଯାଇଥିଲେ। ନିଆଁର ପ୍ରଭାବରେ ତାଙ୍କ ରେସ୍‌ ହେଲମେଟର ଉପରି ଭାଗ ସାମାନ୍ୟ ପୋଡିଯାଇଥିଲା। ଅଗ୍ନି ନିର୍ବିପାକ ଯନ୍ତ୍ର ସହାୟତାରେ ନିଆଁକୁ ଲିଭାଇ ଦିଆଯାଇଥିଲା। ଗ୍ରୋସେ୍‌ଜେଁ କେତେଦୂର ଆଘାତପ୍ରାପ୍ତ ହୋଇଛନ୍ତି ତାହା ତୁରନ୍ତ ଜଣାପଡ଼ିନାହିଁ। ଆଶୁ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସରେ ସ୍ଥାନୀୟ ମେଡିକାଲ ସେଣ୍ଟରକୁ ନିଆଯାଇଥିଲା। ପରେ ସେଠାରୁ ହେଲିକପ୍ଟର ଯୋଗେ ତାଙ୍କୁ ବାହାରିନ ଡିଫେନ୍ସ ଫୋର୍ସ (ବିଡିଏଫ୍‌) ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କିଛି ସମୟ ସ୍ଥଗିତ ରହିବାପରେ ରେସ୍‌ ପୁଣି ଆରମ୍ଭ ହୋଇଥିଲା। ରେସ୍‌ରେ ମର୍ସିଡିଜର ଲୁଇସ୍‌ ହାମିଲଟନ ଟାଇଟଲ ବିଜୟୀ ହୋଇଛନ୍ତି। ଚଳିତ ସ...

ପରିତାପର ବିଷୟ

ଡ. ମୌସୁମୀ ପରିଡ଼ା ଆଜିକାଲି କେମିତି ଗୋଟେ ଅଚଳାବସ୍ଥା, ଅସହାୟତା, ଅସ୍ବସ୍ତିକର ପରିବେଶ ଚାରିଆଡେ। ମାନସିକ ଚାପଗ୍ରସ୍ତ ହୋଇ ଅମୂଲ୍ୟ ସମ୍ପର୍କ ଓ ନୈତିକତା ଭୁଲିବସୁଛେ। ପାରିବାରିକ, ସାମାଜିକ ବା କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ମନକୁ ଅଶାନ୍ତ ରଖୁଛି, ଯାହାର ପ୍ରଭାବ ଆମ ଉପରେ ଏବଂ ସମାଜରେ ପ୍ରତିଫଳିତ ହେଉଛି। ଏଥିରୁ ମୁକୁଳିବାର ଉପାୟ ନାହିଁ। ନା ଆମେ କର୍ମକ୍ଷେତ୍ର ଛାଡ଼ିପାରିବା ନା ପରିବାର ଓ ସମାଜକୁ। ଏସବୁ ଭିତରେ ଉଚିତ ସମନ୍ବୟ ରଖିବାର କୌଶଳ ଓ ଧୈର୍ଯ୍ୟ କମି କମି ଯାଉଛି ମନମସ୍ତିଷ୍କରୁ। ଫଳରେ ସମସ୍ୟା ଭିତରେ ପେଷିହୋଇ ରୋଗାକ୍ରାନ୍ତ ହେବା ନତୁବା ସବୁଠି ରହି ମଧ୍ୟ କୋଉଠି ବି ନିଜକୁ ଆବିଷ୍କାର ନକରିପାରିବା ଆମ ଦୁଃସ୍ଥିତି ପାଲଟିଯାଇଛି। ଏ ବୈକଲ୍ୟ ପାଇଁ ପାରିପାର୍ଶ୍ୱିକ ଅବସ୍ଥା ଯେତିକି ପରିମାଣରେ ଦାୟୀ ସେ ଅନୁସାରେ ଆମେ ମଧ୍ୟ କମ୍‌ ଦାୟୀ ନୋହୁଁ। ସବୁବେଳେ ଅନ୍ୟ ଉପରେ ଦୋଷ ଲଦି ସହଜରେ ଖସିଯିବାର ଉପାୟ ଆମେ ଅବଲମ୍ବନ କରୁଛେ, କାରଣ ସତ୍ୟକୁ ସ୍ବୀକାର କରିବାର ସାହସ କିମ୍ବା ନିଜକୁ ସୁଧାରିବାର ମାନସିକତା ନାହିଁ ଆମମାନଙ୍କ ପାଖେ। ଯେଉଁଥିପାଇଁ ନାନାଦି ସମସ୍ୟା ଆମକୁ ଘେରି ରହିଛି। ନିଜର ଅହଂକାର ଆମ ପାଇଁ ଏତେ ବଡ଼ ହୋଇଯାଇଛି ଯେ ନିଜ ଦୋଷତ୍ରୁଟିକୁ ନ ସୁଧାରି ଅନ୍ୟକୁ ଦୋଷ ଦେଉଛେ। ଏ କିଛିଦିନ ଭିତରେ ବୃଦ୍ଧ ମା’ବାପାଙ୍କ ଅସହାୟତା-ସମ୍ବଳିତ ଭିଡିଓ ଚିତ୍ର ମନକୁ ଲହୁଲୁହାଣ କରୁଛି। କୋଉଠି ସମ୍ପତ୍ତ...

ସ୍ମିଥ୍‌ଙ୍କ ଶତକ: ଅଷ୍ଟ୍ରେଲିଆ ସିରିଜ ବିଜୟୀ

ସିଡ୍‌ନୀ, ୩୦।୧୧-  ଷ୍ଟିଭେନ୍‌ ସ୍ମିଥ୍‌ଙ୍କ କ୍ରମାଗତ ଦ୍ୱିତୀୟ ଶତକ ସହାୟତାରେ ଅଷ୍ଟ୍ରେଲିଆ ରବିବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ୫୧ ରନରେ ଭାରତକୁ ପରାସ୍ତ କରିଛି। ଫଳରେ ୨-୦ରେ ଅଗ୍ରଣୀ ଲାଭ କରି ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଘରୋଇ ଦଳ ଆଗୁଆ ଜିତିନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୩୮୯ ରନର ବିଶାଳ ସ୍କୋର ଛିଡ଼ା କରିଥିବାବେଳେ ଭାରତ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ୫୦ ଓଭରରେ ୯ ଉଇକେଟ ହରାଇ ୩୩୮ ରନ କରି ପାରିଥିଲା। ଅଷ୍ଟ୍ରେଲିଆ ମାଟିରେ ଦୁର୍ବଳ ବୋଲିଂ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ବିସ୍ଫୋରକ ଶତକୀୟ ଇନିଂସ ପାଇଁ ସ୍ମିଥ୍‌ ଲଗାତର ଦ୍ୱିତୀୟ ଥରପାଇଁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପୂର୍ବ ମ୍ୟାଚ ଭଳି ଏଠାରେ ମଧ୍ୟ ଓପନିଂ ଯୋଡ଼ିରେ ୧୪୨ ରନ ସ୍କୋର କରି ବଡ଼ ସ୍କୋର ପାଇଁ ପଥ ପରିଷ୍କାର କରିଥିଲା। ଭାରତୀୟ ବୋଲରଙ୍କୁ ଧୂଲେଇ କରି ଡେଭିଡ ଓ୍ବାର୍ନର ଓ ଅଧିନାୟକ ଆରୋନ ଫିଞ୍ଚ୍‌ ଦଳ ଲାଗି ଭଲ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ୨୩ତମ ଓଭରରେଯାଇ ଭାରତକୁ ପ୍ରଥମ ଉଇକେଟ ମିଳିଥିଲା। ଫିଞ୍ଚ୍‌ଙ୍କୁ ଆଉଟ କରି ମହମ୍ମଦ ସାମି ଏହି ବ୍ରେକ୍‌ ଥ୍ରୁ ଦେଇଥିଲେ। ତେବେ ବିଶେଷ କିଛି ଫାଇଦା ମିଳି ନ ଥିଲା। ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ଅପ୍‌ର ୫ ଜଣ ଯାକ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଚମତ୍କାର ଖେଳିଥିଲେ। ଦ୍ରୁ...

ଟିକା ନେବା ପରେ ଚିକିତ୍ସାଳୟ ଯିବା ଦରକାର ନାହିଁ

ଭୁବନେଶ୍ୱର,୨୯ା୧୧: ସାରା ଦେଶରେ କୋଭିଡ୍‌-୧୯ର ଭୟ ବର୍ତ୍ତମାନ ମଧ୍ୟ ସମସ୍ତଙ୍କୁ ଚକିତ କରି ରଖିଛି। ଏହି ମହାମାରୀକୁ ରୋକିବା ପାଇଁ ଟିକାର ଆବଶ୍ୟକତା ରହିଛି। ହେଲେ ଟିକା ନେବା ପରେ ଆଉ ଚିକିତ୍ସାଳୟ ଯିବା ଠିକ୍‌ ନୁହେଁ। ଏହିି ଭୟାନକ ସଂକ୍ରମଣ କେତେବେଳେ ଯେ ଜଣଙ୍କଠାରୁ ଅନ୍ୟ ଜଣଙ୍କ ପାଖକୁ ଯାଏ ତାହା କହିହେବ ନାହିଁ। ଟିକା ନେଇସାରିବା ପରେ ଏହା ଆଉ ସଂକ୍ରମିତ ହେବନାହିଁ। ଏପରିକି ଟିକା ନେବା ପରେ ହସ୍ପିଟାଲ ଯିବାର ଆବଶ୍ୟକତା ନାହିଁ। କରୋନା ଟିକା ପ୍ରସ୍ତୁତ କରୁଥିବା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଏ ନେଇ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକାର ନାମ କୋଭିଶିଲ୍ଡ ରହିଛି। ଏହି ଟିକା ନେବା ପରେ ମୃତ୍ୟୁ ହାର ମଧ୍ୟ କମିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ସେହିଭଳି ହସ୍ପିଟାଲ ଯିବା ସଂଖ୍ୟା ଶୂନ ପ୍ରତିଶତ ହେବା ସମ୍ଭାବନା ରହିଛି। ସେହିପରି ଭାଇରସ୍‌ର ପ୍ରଭାବ ୬୦% କମିବ। କୋଭିଶିଲ୍ଡର ପରୀକ୍ଷା ହେବା ବେଳେ ଏହିସବୁ ପରିଣାମ ଆସିଛି ବୋଲି କମ୍ପାନୀର ସିଇଓ ସୂଚନା ଦେଇଛନ୍ତି। ଉକ୍ତ ଟିକା ସହ ଜଡିତ ସମସ୍ତ ସୂଚନା ଭାରତର ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି। ଟିକା ପ୍ରସ୍ତୁତିକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିବା ସୂଚନା ମିଳିଛି। ଶନିବାର ମୋଦି ସେରମ୍‌ ଲାବରେଟୋରି ...

୧ରୁ ବଦଳିବ ପିଏନ୍‌ବି ଏଟିଏମ୍‌ ନିୟମ

ଭୁବନେଶ୍ୱର,୨୯ା୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଡିସେମ୍ବର ୧ରୁ ଏହାର ଏଟିଏମ୍‌ରୁ ଟଙ୍କା ଉଠାଣ ପ୍ରକ୍ରିୟାରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ଉନ୍ନତ ସେବା ଓ ସୁବିଧା ସହ ବିଭିନ୍ନ ପ୍ରକାର ଠକେଇରୁ ସୁରକ୍ଷା ଦେବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି। ବ୍ୟାଙ୍କ ଓ୍ବାନ୍‌ ଟାଇମ୍‌ ପାସ୍‌ଓ୍ବାର୍ଡ ପ୍ରେରଣ କରିବା ପରେ ଗ୍ରାହକଙ୍କର ଟଙ୍କା ଉଠାଣ ପ୍ରକ୍ରିୟା ଆରମ୍ଭ ହେବ। ଫଳରେ ଏହି ନୂତନ ବ୍ୟବସ୍ଥା ବଳରେ ନିଜର ଧନ ଓ ଜୀବନ ସୁରକ୍ଷା ହୋଇପାରିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂତନ ନିୟମ ଅନୁଯାୟୀ ଏଟିଏମ୍‌ରୁ ଟଙ୍କା ଉଠାଣ ସମୟରେ ଗ୍ରାହକଙ୍କୁ ବ୍ୟାଙ୍କରେ ପଞ୍ଜୀକୃତ କରିଥିବା ମୋବାଇଲ ନମ୍ବରରେ ଆସୁଥିବା ଓଟିପି ଦେବାକୁ ପଡିବ। ଏହି ନିୟମ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ଉଠାଣ ଉପରେ ଲାଗୁ ହେବ। ଏ ନେଇ ବ୍ୟାଙ୍କ ପକ୍ଷରୁ ଶନିବାର ଟୁଇଟ୍‌ ଜରିଆରେ ସୂଚନା ଦିଆଯାଇଛି। The post ୧ରୁ ବଦଳିବ ପିଏନ୍‌ବି ଏଟିଏମ୍‌ ନିୟମ appeared first on Dharitri Odia News .

ଟ୍ରାଭେଲ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍‌ସ ଦେବାଳିଆ

ଭୁବନେଶ୍ୱର,୨୯ା୧୧: ଦେଶର ଅଗ୍ରଣୀ ଟ୍ରାଭେଲ ଆଣ୍ଡ ଟୁର୍ସ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍‌ସର ପ୍ରମୋଟର ପିଟର କେରକରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏକାଧିକ ବ୍ୟାଙ୍କରୁ ୫,୫୦୦ କୋଟି ଟଙ୍କାର ଋଣ ଘୋଟାଲା ଓ ମନି ଲଣ୍ଡରିଂ ମାମଲାରେ ପିଟରଙ୍କୁ ଇଡି ଗିରଫ କରିଥିବା ସୂଚନା ମିଳିଛି। ଏହି ଋଣ ଘୋଟାଲାରେ ସବୁଠୁ ଅଧିକ ୨୨୬୭ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ବାକି ପଡିଥିତ୍ବା ଜଣାପଡ଼ିଛି। ଏହି ଟ୍ରାଭେଲ୍‌ କମ୍ପାନୀ ବର୍ତ୍ତମାନ ସମୟରେ ଦେବାଳିଆ ହୋଇଯାଇଛି। ଅକ୍ଟୋବର ୨୦୧୯ରେ କମ୍ପାନୀକୁ ବ୍ୟାଙ୍କ୍ରପ୍ସୀ କୋର୍ଟକୁ ପଠାଯାଇଥିଲା। ଏହି କମ୍ପାନୀର ପ୍ରତିଷ୍ଠାତା କେରକର ଓ ତାଙ୍କ ପରିବାରବର୍ଗଙ୍କୁ ଚଳିତ ମାସ ସିବିଆଇ କକ୍ସ ଆଣ୍ଡ କିଙ୍ଗ୍‌ସର ସହଯୋଗୀ କମ୍ପାନୀ ଇଜିଗୋ ଆଣ୍ଡ ଟୁର୍ସ ଲିମିଟେଡ୍‌ ବିରୋଧରେ ମଧ୍ୟ ମାମଲା ରୁଜୁ କରିଥିଲା। ୟେସ୍‌ ବ୍ୟାଙ୍କରେ ୯୦୦ କୋଟିରୁ ଅଧିକ ଋଣ ଘୋଟାଲାକୁ ନେଇ ମାମଲା ରୁଜୁ କରିଥିଲା ସିବିଆଇ। ଘଟଣାର ବ୍ୟାପକ ଯାଞ୍ଚ ବେଳେ ଇଡି ଜାଣିବାକୁ ପାଇଥିଲା ଯେ କକ୍ସ ଆଣ୍ଡ କିଙ୍ଗ୍‌ସ ଜାଲ୍‌ ଗ୍ରାହକଙ୍କ ନାଁ ବ୍ୟବହାର କରି ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଋଣ ନେଇଥିଲା। କମ୍ପାନୀ ପରବର୍ତ୍ତୀ ସମୟରେ ଏହି ଟଙ୍କା ପରିଶୋଧ କରିପାରି ନ ଥିଲା। ମାର୍ଚ୍ଚ ୮ରେ ଇଡି ୟେସ୍‌ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ରାଣା କପୁରଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ...

ସଂରକ୍ଷିତ ଜଙ୍ଗଲରେ ଶିକାରୀ ସକ୍ରିୟ

ଢେଙ୍କାନାଳ ଅଫିସ, ୨୯ା୧୧:  ସଂରକ୍ଷିତ ଜଙ୍ଗଲରେ ଗର୍ଜୁଛି ବନ୍ଧୁକ। ବିଦ୍ୟୁତ୍‌ ଫାଶରେ ପଡ଼ି ବନ୍ୟଜନ୍ତୁ ପଡୁଛନ୍ତି ମୃତ୍ୟୁମୁଖରେ। ମାଂସ, ଚମଡ଼ା, ଦାନ୍ତ ଲୋଭରେ ଶିକାରୀମାନେ ଅବାଧ ଜନ୍ତୁ ଶିକାର କରୁଥିବାବେଳେ ଅସୁରକ୍ଷିତ ହୋଇପଡ଼ିଛି ଜୈବ ବିବିଧତାରେ ଭରପୂର ଢେଙ୍କାନାଳର ଅଭୟାରଣ୍ୟ। ଶିଳ୍ପ, ଖଣିଖାଦାନ ପରେ ଜଙ୍ଗଲ ସମ୍ପଦରେ ସମୃଦ୍ଧ ଢେଙ୍କାନାଳ। ଓଡ଼ିଶାରେ ମଧ୍ୟସ୍ଥଳରେ ଅବସ୍ଥିତ ଏହି ଜିଲାର ପାଣିପାଗ ଅପେକ୍ଷାକୃତ ଥଣ୍ଡା। ତେଣୁ ଏକଦା ସଂରକ୍ଷିତ ଜଙ୍ଗଲ ପାଲଟିଥିବା ବହୁ ପ୍ରଜାତିର ଜୀବଜନ୍ତୁଙ୍କ ନିରାପଦ ଆଶ୍ରୟସ୍ଥଳ। ତେବେ ବନ୍ୟଜନ୍ତୁଙ୍କ ଶିକାରରେ ରାତାରାତି ଲକ୍ଷାଧିକ ଟଙ୍କା କମାଇବା ଲୋଭରେ ଏବେ ଅଭୟାରଣ୍ୟରେ ସକ୍ରିୟ ହୋଇଉଠିଛନ୍ତି ଶିକାରୀ। ଅନ୍ୟପଟେ ଜଙ୍ଗଲ ଇଲାକାକୁ ଶିକାରୀ ମୁକ୍ତ କରିବାକୁ ବନ ବିଭାଗ ପକ୍ଷରୁ ଚଢ଼ାଉ ଅଭିଯାନ ଜାରି ରହିଛି। ଏହାକୁ ନେଇ ଶିକାରୀ ଏବଂ ବନ ବିଭାଗ ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା। ଗତ ସେପ୍ଟେମ୍ବରରୁ ନଭେମ୍ବର ୨୭ ସୁଦ୍ଧା ଜିଲାରେ ୮ ରେଞ୍ଜ୍‌ରୁ ୩୨ଜଣ ଶିକାରୀ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ସଦର ରେଞ୍ଜ୍‌ରୁ ୩, କପିଳାସ ରେଞ୍ଜ୍‌ରୁ ୯, ଷଡଙ୍ଗୀ ରେଞ୍ଜ୍‌ରୁ ୨, ହିନ୍ଦୋଳ ରେଞ୍ଜ୍‌ରୁ ୫, କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ରୁ ୩, ପଶ୍ଚିମାଞ୍ଚଳ ରେଞ୍ଜ୍‌ରୁ ୪ ଏବଂ ମହାବିରୋଡ ରେଞ୍ଜ୍‌ରୁ ୬ଜଣ ଶିକାରୀ ଅଛନ୍ତି। ସେମାନଙ୍କ ନିକଟରୁ ୧୦ ବନ୍ଧୁକ...

‘ଘରୋଇକରଣ ପରେ ବି ସବ୍‌ସିଡି ମିଳିବ’

ଭୁବନେଶ୍ୱର,୨୯ା୧୧: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌)ରେ ସରକାର ନିଜର ଅଂଶଧନ ବିକ୍ରି କରିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଦେଶର ୭ କୋଟିରୁ ଊର୍ଦ୍ଧ୍ୱ ଏଲ୍‌ପିଜି ବ୍ୟବହାର କରୁଥିବା ଗ୍ରାହକଙ୍କ ମନରେ ସବ୍‌ସିଡିକୁ ନେଇ ନାନା ପ୍ରଶ୍ନ ଉଠିଛି। ଏହାକୁ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ହେଲେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସବିଶେଷ ସୂଚନା ଦେଇ କହିଛନ୍ତି, ବିପିସିଏଲ୍‌ର ଘରୋଇକରଣ ପରେ ମଧ୍ୟ ସମସ୍ତ ଉପଭୋକ୍ତାଙ୍କୁ ଗ୍ୟାସ୍‌ ସବ୍‌ସିଡି ପୂର୍ବପରି ମିଳିବ। ଦେଶର ପ୍ରମୁଖ ତୈଳ ବିତରଣ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌), ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌) ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ଏଚ୍‌ପିସିଏଲ୍‌) ଉପଭୋକ୍ତାଙ୍କୁ ସବ୍‌ସିଡିରେ ଗ୍ୟାସ୍‌ ଯୋଗାଇ ଦେଇଥାନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ପ୍ରଧାନ କହିଥିଲେ, ସମସ୍ତ ଭେରିଫାଏଡ୍‌ ଗ୍ରାହକଙ୍କୁ ଡିଜିଟାଲ ତରିକାରେ ଏଲ୍‌ପିଜି ସବ୍‌ସିଡି ଗ୍ୟାସ୍‌ ଯୋଗାଇ ଦିଆଯାଇଥାଏ। ଯେହେତୁ କମ୍ପାନୀଗୁଡିକ ଉପଭୋକ୍ତାମାନଙ୍କୁ ସିଧାସଳଖ ଗ୍ୟାସ୍‌ ଯୋଗାଇ ଦିଆଯାଇଥାନ୍ତି, ସେଥିପାଇଁ ସର୍ଭିସିଂ କମ୍ପାନୀ ସରକାରୀ ବା ଘରୋଇ କ୍ଷେତ୍ର ଭିତରେ ବାଛବିଚାର କରନ୍ତି ନାହିଁ। ଏହି ସେବା ଯୋଗାଣ ପରେ ମଧ୍ୟ ବିପିସିଏଲ୍‌ର ଉପଭୋକ୍ତାଙ୍କ ପାଇଁ ଏ...

ଭାବ ଲଗାଇଲେନି ଭାବବିନୋଦିଆ

ଅନୁଗୋଳ ଅଫିସ, ୨୯ା୧୧: ଦୀର୍ଘ ୨୫ ବର୍ଷ ପରେ ଶୁକ୍ରବାର ଅତି ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଥିଲେ ଶ୍ରୀଜୀଉ। ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ଏହା ଥିଲା ତିନିଠାକୁରଙ୍କ ପ୍ରଥମ ବୀର ବେଶ। ତେଣୁ ଏହି ଦିନକୁ ଅତି ଆତୁର ହୋଇ ଚାହିଁ ରହିଥିଲେ ଜିଲାର ହଜାର ହଜାର ଶ୍ରଦ୍ଧାଳୁ। କରୋନା କାରଣରୁ ଦୀର୍ଘ ୭ ମାସ ହେଲା ମନ୍ଦିର ଦ୍ୱାର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ଏହି ବିରଳ ବେଶ ପୂର୍ବରୁ ସରକାର କଟକଣା କୋହଳ କରିପାରନ୍ତି ବୋଲି ସେମାନେ ଆଶା କରିଥିଲେ। ହେଲେ ଏ ଦିଗରେ ସରକାର ପଦକ୍ଷେପ ନ ନେବାରୁ ଭକ୍ତମାନେ ନିରାଶ ହୋଇଛନ୍ତି। ଏ ନେଇ ଅନେକେ ସରକାରଙ୍କ କଠୋର କଟକଣାକୁ ଦାୟୀ କରିଥିବା ବେଳେ ଆଉ କେତେଜଣ ଶ୍ରଦ୍ଧାଳୁ ଭାବ ବିନୋଦିଆ ଭାବ ଲଗାଇଲେନି ବୋଲି ମତବ୍ୟକ୍ତ କରିଛନ୍ତି। ୨୦୦୨ ମସିହାରେ ପ୍ରତିଷ୍ଠା ହୋଇଥିଲା ଅନୁଗୋଳ ଶୈଳଶ୍ରୀକ୍ଷେତ୍ର। ତେଣୁ ପ୍ରଥମ କରି ୩ ଠାକୁରଙ୍କ ଏହି ପରାକ୍ରମୀ ବେଶ ଦେଖିବା ପାଇଁ ଅନୁଗୋଳବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ମଧ୍ୟ ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ବନ୍ତଳାରେ ଥିବା କାରିଗରଙ୍କୁ ଧନୁ, ତୀର ଓ ଅନ୍ୟ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ବରାଦ ଦିଆଯାଇଥିଲା। ଶୁକ୍ରବାର ନିର୍ଦ୍ଧାରିତ ପରମ୍ପରା ଅନୁଯାୟୀ ସରକାରୀ କଟକଣା ମଧ୍ୟରେ ଶୈଳଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କ ନାଗାର୍ଜୁନ ବେଶ କରାଯାଇଥିଲା। ଏହା ପୂର୍ବରୁ ସବୁଦିନ ଭ...

ସୁକମା ମାଓବାଦୀ ଆକ୍ରମଣ: ଆଇଇଡି ବିସ୍ଫୋରଣରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶହୀଦ

ରାୟପୁର,୨୯ ।୧୧: ଛତିଶଗଡ଼ ସୁକମାରେ ବୁର୍କାପାଲ କ୍ୟାମ୍ପରୁ ପାଖାପାଖି ୬ କିଲୋମିଟର ଦୂରରେ ସର୍ଚ୍ଚ ଅପରେଶନ ପାଇଁ ବାହାରିଥିବା ଯବାନ ମାଓବାଦୀଙ୍କ ଟାର୍ଗେଟ ପାଲଟି ଯାଇଛନ୍ତି । ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫାରଣରେ କୋବରା ବାଟାଲିୟନର ଜଣେ ଆସିଷ୍ଟାଣ୍ଡ କାମାଣ୍ଡାଣ୍ଟ ଶହୀଦ ହୋଇଥିବା ସୂଚନା ମିଳିଛି । ଏଥିରେ ଆହୁରି ୮ ଯବାନ ଆହତ ମଧ୍ୟ ହୋଇଛନ୍ତି । ଏହିଠାରେ ହିଁ ୨୦୧୦ରେ ହୋଇଥିବା ମାଓବାଦୀ ଆକ୍ରମଣରେ ସିଆର୍‌ପିଏଫ୍‌ର ୭୬ ଯବାନ ଶହୀଦ ହୋଇଥିଲେ । ସେତେବେଳେ ପ୍ରାୟ ୧ହଜାର ମାଓବାଦୀଙ୍କ ମଧ୍ୟରେ ଦେଢଶହ ଯବାନ ଫସି ଯାଇଥିଲେ । ବସ୍ତରରେ ଏପର୍ଯ୍ୟନ୍ତ ହୋଇଥିବା ମାଓବାଦୀ ଆକ୍ରମଣ ମଧ୍ୟରୁ ଏହା ସବୁଠାରୁ ବଡ । ତେବେ ଶନିବାର ରାତିରେ ସର୍ଚ୍ଚ ଅପରେଶନ ସାରି ଫେରୁଥିବା ଯବାନ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡି ସଂସ୍ପର୍ଶରେ ଆସି ଯିବାରୁ ଏହା ବିସ୍ଫୋରଣ ହୋଇଥିଲା । ଗୁରୁତର ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । The post ସୁକମା ମାଓବାଦୀ ଆକ୍ରମଣ: ଆଇଇଡି ବିସ୍ଫୋରଣରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶହୀଦ appeared first on Dharitri Odia News .

ସ୍ଲୋ ଓଭର ରେଟ୍‌ ପାଇଁ ଭାରତକୁ ଜରିମାନା

ଦୁବାଇ, ୨୯ା୧୧ (ପି.ଟି.)-ସିଡ୍‌ନୀଠାରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ ଓଭର ରେଟ୍‌ ବୋଲିଂ ପାଇଁ ଭାରତୀୟ କ୍ରିକେଟ ଦଳକୁ ମ୍ୟାଚ ଫି’ର ୨୦ ପ୍ରତିଶତ ଜରିମାନା କରାଯାଇଛି। ୬୬ରନରେ ପରାଜିତ ଏହି ମ୍ୟାଚରେ ଭାରତ ସେମାନଙ୍କର ୫୦ ଓଭର ବୋଲିଂ ଶେଷ କରିବା ଲାଗି ୪ ଘଣ୍ଟା ୬ ମିନିଟ୍‌ ସମୟ ନେଇଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ଭାରତ ଗୋଟିଏ ଓଭର ପଛୁଆ ରହିଯାଇଥିଲା। ଏହାଦ୍ୱାରା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆଚରଣବିଧିର ଧାରା ୨.୨୨ର ଉଲ୍ଲଂଘନ ହୋଇଥିଲା। ଆଇସିସି ମ୍ୟାଚ ରେଫରି ଡେଭିଡ୍‌ ବୁନ୍‌ ଭାରତୀୟ ଦଳକୁ ଦଣ୍ଡିତ କରିଥିଲେ। ଅଧିନାୟକ ବିରାଟ କୋହଲି ଦଣ୍ଡକୁ ଗ୍ରହଣ କରିନେଇଥିବାରୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକ ପଡ଼ି ନ ଥିଲା। ଅନ୍‌ ଫିଲ୍ଡ ଅମ୍ପାୟର ରଡ୍‌ ଟକର ଓ ସାମ୍‌ ନୋଗାଜସ୍କି, ଟିଭି ଅମ୍ପାୟର ପଲ୍‌ ରିଫେଲ ଏବଂ ଚତୁର୍ଥ ଅମ୍ପାୟର ଜେରାର୍ଡ ଆବୁଡ୍‌ ଭାରତ ବିରୋଧରେ ରିପୋର୍ଟ କରିଥିଲେ। ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ରବିବାର ସିଡ୍‌ନୀଠାରେ ଖେଳାଯିବ। The post ସ୍ଲୋ ଓଭର ରେଟ୍‌ ପାଇଁ ଭାରତକୁ ଜରିମାନା appeared first on Dharitri Odia News .

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...

ରେସ୍‌ଲର ନରସିଂହଙ୍କୁ କରୋନା

ସୋନେପତ, ୨୯ା୧୧ (ପି.ଟି.)-ଡୋପିଂ ପାଇଁ ୪ ବର୍ଷ ବାସନ୍ଦ ଦଣ୍ଡ ଭୋଗି ସାରିବା ପରେ ପ୍ରଥମ ଅନ୍ତର୍ଜାତୀୟ ଇଭେଣ୍ଟରେ ଭାଗନେବା ଲକ୍ଷ୍ୟରେ ଥିବା ରେସଲ୍‌ର ନରସିଂହ ଯାଦବ ଶନିବାର କୋଭିଡ୍‌୍‌ ଟେଷ୍ଟରେ ପଜିଟିଭ ହୋଇଛନ୍ତି। ଗ୍ରୀକୋ ରୋମାନ ରେସ୍‌ଲର ଗୁରପ୍ରୀତ୍‌ ସିଂ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ନରସିଂହ ବେଲଗ୍ରେଡ୍‌ରେ ଡିସେମ୍ବର ୧୨ରୁ ୧୮ ପର୍ଯ୍ୟନ୍ତ ହେବାକୁଥିବା ବ୍ୟକ୍ତିଗତ ବିଶ୍ୱକପ୍‌ ଇଭେଣ୍ଟରେ ଭାଗ ନେଇଥାନ୍ତୋ। ୭୪କେଜି ଶ୍ରେଣୀରେ ତାଙ୍କୁ ଜିତେନ୍ଦର କିନ୍‌ହାଙ୍କ ସ୍ଥାନରେ ମନୋନୀତ କରାଯାଇଥିଲା। ଉଭୟ ନରସିଂହ ଓ ଗୁରପ୍ରୀତ୍‌ଙ୍କ ପାଖରେ କୌଣସି କରୋନା ଲକ୍ଷଣ ପ୍ରକାଶ ପାଇ ନ ଥିଲା। ଏହି ଦୁଇ ଜଣଙ୍କ ବ୍ୟତୀତ ଫିଜିଓଥେରାପିଷ୍ଟ ବିଶାଲ ରାୟ ମଧ୍ୟ ମହାମାରୀ ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ଏହି ୩ ଜଣଙ୍କୁ ସୋନେପତସ୍ଥିତ ଭଗବାନ ମହାବୀର ଦାସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। The post ରେସ୍‌ଲର ନରସିଂହଙ୍କୁ କରୋନା appeared first on Dharitri Odia News .

ମହିଳା ବିଗ୍‌ ବାସ୍‌ ଲିଗ୍‌: ସିଡ୍‌ନୀ ଥଣ୍ଡରକୁ ଦ୍ୱିତୀୟ ଟାଇଟଲ୍‌

ସିଡନୀ,୨୯।୧୧: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ରେ ସିଡ୍‌ନୀ ଥଣ୍ଡର ଏଥର ଚାମ୍ପିୟନ ହୋଇଛି। ଶନିବାର ସ୍ଥାନୀୟ ନର୍ଥ ସିଡ୍‌ନୀ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ସିଡ୍‌ନୀ ଥଣ୍ଡର ୭ ଉଇକେଟରେ ମେଲବୋର୍ନ ଷ୍ଟାର୍ସକୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଟାଇଟଲ ହାସଲ କରିଛି। ଦକ୍ଷିଣ ଆଫ୍ରିକା ବୋଲର ଶବନୀମ ଇସ୍‌ମାଇଲ୍‌ ପ୍ଳେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଟସ୍‌ ଜିତି ମେଲବୋର୍ନ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ହରାଇ ୮୬ ରନ ସଂଗ୍ରହ କରିଥିଲା। ଜବାବରେ ସିଡ୍‌ନୀ ଥଣ୍ଡର ୧୩.୪ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ସିଡ୍‌ନୀ ତରଫରୁ ହିଦର ନାଇଟ ୨୬ ଓ ଅଧିନାୟିକା ରାଚେଲ ହେନ୍ସ ୨୧ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଚଲେ ଟ୍ରେନ୍‌ମ୍ୟାନ ୨୩, ଟାମି ବିୟୁମାଉଣ୍ଟ ୧୬ ରନ୍‌ ସଂଗ୍ରହ କରିଥିଲେ। ବୋଲିଂରେ ମେଲବୋର୍ନ ତରଫରୁ ନାଟଲି ସ୍କିଭର, ଆଲାନା କିଙ୍ଗ୍‌, ଟେସ୍‌ ଫ୍ଲିଣ୍ଟଫ୍‌ ଗୋଟଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ମେଲବୋର୍ନ ତରଫରୁ କାଥେରାଇନ ବ୍ରଣ୍ଟ ସର୍ବାଧିକ ଅପରାଜିତ ୨୨, ଅନାବେଲ ସଦରଲାଣ୍ଡ ୨୦, ନାଟାଲି ସ୍କିଭର ୧୧, ଅଧିନାୟିକା ମେଗ୍‌ ଲାନିଂ ୧୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ସିଡ୍‌ନୀ ତରଫରୁ ଇସ୍‌ମାଇଲ ଓ ସାମି ଜୋ ଜନସନ ୨ଟି ଲେଖାଏ, ସାମନ୍ଥା ...

ଶ୍ରଦ୍ଧାଳୁଙ୍କୁ ଶିବଗଙ୍ଗା ମନା

ଆରଡ଼ି,୨୯।୧୧(ଡି.ଏନ.ଏ.)-ଭଦ୍ରକ ଜିଲାର ଅନନ୍ୟ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ବିଜେସ୍ଥଳ ଆରଡ଼ିର ଶିବଗଙ୍ଗା ପୁଷ୍କରିଣୀରେ ଏବର୍ଷ କୋଭିଡ୍‌ କଟକଣା ପାଇଁ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇପାରିବେ ନାହିଁ। ରାହାସ ପୂର୍ଣ୍ଣିମାରେ ପୀଠକୁ ଭକ୍ତମାନଙ୍କ ଆଗମନରେ ରୋକ ଲଗାଇଛି ଜିଲା ପ୍ରଶାସନ। ଏଥିସହିତ ପୀଠରେ ଥିବା ମନ୍ଦିର ଓ ଶିବଗଙ୍ଗା ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ପିତାମ୍ବର ସାମଲ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କେବଳ ସେତିକି ନୁହେଁ ସେବାୟତମାନଙ୍କ ପାଇଁ ମଧ୍ୟ କିଛି କଟକଣା ଜାରି ହୋଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜାରି ହୋଇଥିବା କଟକଣା ଅନୁଯାୟୀ, ପୂର୍ଣ୍ଣିମା ଦିନ ନୀତିକାନ୍ତି ପାଇଁ ଜଣେ ମାତ୍ର ସେବାୟତ ମନ୍ଦିର ଭିତରକୁ ଯାଇପାରିବେ। ମନ୍ଦିର ପରିସରରେ ୭ ଜଣ ସେବାୟତ ରହି ପୂଜାକାର୍ଯ୍ୟ ସମ୍ପାଦନ କରିବେ। ପୀଠରେ ଡାକବାଜି ଯନ୍ତ୍ର ବାଜି ପାରିବ ନାହିଁ। ସମସ୍ତ ସେବାୟତ ପୂଜାକାର୍ଯ୍ୟ ସମ୍ପାଦନ ବେଳେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେବେ। ଭୋର ୪ ଟାରେ ମଙ୍ଗଳ ଆଳତି, ପରେ ବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯିବ। ଅପରାହ୍ନ ୪ଟାରେ ନାଗାର୍ଜୁନ ବେଶରେ ସଜ୍ଜିତ ହେବେ ବାବା। ଉଲ୍ଲେଖନୀୟ ଯେ, ବାବା ଆଖଣ୍ଡଳମଣିଙ୍କ ପୀଠ ଶୈବକ୍ଷେତ୍ର ହେଲେ ବି ଏଠାରେ ବିଷ୍ଣୁ ଓ ଶକ୍ତି ...

ଆଇଏସ୍‌ଏଲ୍‌: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା, ଜାମଶେଦ୍‌ପୁର

ଭାସ୍କୋ,୨୯।୧୧(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରଣରେ ଓଡ଼ିଶା ଏଫ୍‌ ଓ ଜାମ୍‌ଶେଦପୁର ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ତିଳକ ମଇଦାନରେ ଏହି ଦୁଇ ଦଳ ସେମାନଙ୍କର ଦ୍ୱିତୀୟ ମ୍ୟାଚ୍‌ରେ ରବିବାର ପରସ୍ପରକୁ ଭେଟିବେ। ଏହି ମୁକାବିଲାରେ ଉଭୟ ଦଳ ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଛନ୍ତି। ଫଳରେ ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ନଭେମ୍ବର ୨୩ ତାରିଖରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ଏଫ୍‌ସିଠାରୁ ୧-୦ ଗୋଲରେ ପରାସ୍ତ ହୋଇଥିଲା। ସେହିପରି ଜାମସେଦପୁର ୧-୨ ଗୋଲରେ ଏହାର ଗୋଟିଏ ଦିନ ପରେ ଚେନ୍ନାଇନ୍‌ ଏଫ୍‌ସିଠାରୁ ପରାସ୍ତ ହୋଇଥିଲା। ନୂଆ କୋଚିଂ ଷ୍ଟାଫ୍‌ ଓ ଦଳ ସହ ଏହି ଦୁଇ ଦଳ ପଡିଆକୁ ଏଥର ଓହ୍ଲାଇଛନ୍ତି। ଡିଫେନ୍ସରେ ଓଡ଼ିଶା ତା’ର ସମସ୍ୟା ନେଇ ଚିନ୍ତିତ ଅଛି। ଦଳର ତ୍ରୁଟିକୁ ଆମେ ଚିହ୍ନଟ କରିଛୁ ଓ ଏଥିରେ ସୁଧାର ଆଣିବୁ ବୋଲି ଓଡ଼ିଶା କୋଚ୍‌ ଷ୍ଟୁଆର୍ଟ ବକ୍ସଟର କହିଛନ୍ତି। ଦଳର ସନ୍ତୁଳନରେ କିଛିଟା ତ୍ରୁଟି ଥିଲା। ଅପରପକ୍ଷରେ ଦଳରେ କେତେଜଣ ଖେଳାଳି ଆହତ ହୋଇଥିବାରୁ ଜାମ୍‌ଶେଦପୁର କୋଚ୍‌ ଓଓ୍ବେନ କୋଏଲ ଚିନ୍ତିତ ଅଛନ୍ତି। ଡିଫେଣ୍ଡର ପିଟର ହାର୍ଟଲି ଓ ନରେନ୍ଦର ଗାହଲଟ ଆହତ ହୋଇଛନ୍ତି। ରବିବାର ଏହି ଦୁଇ ଜଣ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଟୁର୍ନାମେଣ୍ଟ ଆଗକୁ ବଢିଲେ ଦଳର ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି ସେ କହିଛନ...

‘ଆଗଭଳି ବେପାର ହେଉନି’ – କରୋନା ପାଇଁ ସବୁ ଠପ୍‌

କେନ୍ଦୁଝର, ୨୯ା୧୧ (ସ୍ବ.ପ୍ର.)-କରୋନା କଟକଣାରେ ବହୁ ଲୋକଙ୍କ ଜୀବନଜୀବିକା ଠପ୍‌ ହୋଇଯାଇଛି। ବିଶେଷ କରି ଦିନମଜୁରିଆ ଓ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଜଳଖିଆ ଦୋକାନ, ହୋଟେଲ ଆଦି ଖୋଲି ଗୁଜୁରାଣ ମେଣ୍ଟାଉଥିବା ବହୁ ଗରିବ ଶ୍ରେଣୀର ଲୋକେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଜଳଖିଆ ବିକ୍ରି କରୁଥିବା ବିଦ୍ୟାଧର ସାହୁ ନାମକ ଜଣେ ବ୍ୟବସାୟୀ ୮ମାସ ହେଲା ଏଭଳି ସମସ୍ୟା ମଧ୍ୟରେ ଘାଣ୍ଟି ହେଉଛନ୍ତି। ସେ ସ୍ଥାନୀୟ ଇଞ୍ଜିନିୟରିଂ କଲେଜ ନିକଟରେ ଛୋଟ ଦୋକାନ ଖୋଲି ଦହିବରା ଓ ଜଳଖିଆ ବିକି ପରିବାର ଚଳାଇ ଆସୁଥିଲେ। କଲେଜ ପାଖ ହୋଇଥିବାରୁ ଭଲ ବେପାର ମଧ୍ୟ ହେଉଥିଲା। କରୋନା ମହାମାରୀ ପାଇଁ କଲେଜ ବନ୍ଦ ହୋଇଯାଇଥିବାରୁ ବିଦ୍ୟାଧରଙ୍କ ବେପାର ପୂରା ଠପ୍‌ ହୋଇଯାଇଛି କହିଲେ ଭୁଲ୍‌ ହେବନାହିଁ। ଏବେ କରୋନା କଟକଣା କୋହଳ ହୋଇଥିଲେ ହେଁ କଲେଜ ଖୋଲି ନ ଥିବାରୁ ସେ ପେଟପାଟଣା ପାଇଁ ଏଣେ ତେଣେ ବୁଲି ଦହିବରା ବିକି ଚଳୁଛନ୍ତି। ବିଦ୍ୟାଧରଙ୍କ ବୟସ ୬୦ ହେବ। ଘର ନୟାଗଡ ଜିଲାରେ କିନ୍ତୁ ଦୀର୍ଘ ୧୦/୧୨ ବର୍ଷ କେନ୍ଦୁଝରକୁ ଆସି ଦହିବରା, ଜଳଖିଆ ଆଦି ବିକି ଦୁଇ ପୁଅ, ସ୍ତ୍ରୀଙ୍କୁ ଧରି ରହିଆସୁଥିଲେ। ସ୍ତ୍ରୀଙ୍କ ଦେହାନ୍ତ ପରେ ଦୁଇ ପୁଅ ଓ ବୋହୂ ସହିତ ରହୁଛନ୍ତି। ଆଗରୁ ଭଲ ରୋଜଗାର ହେଉଥିଲା। ବଡ ପୁଅ ଓ ଅନ୍ୟ ଜଣେ ପିଲା ସହାୟତାରେ ଦୋକାନ ଖୋଲି ବରା, ଇଡ୍‌ଲି, ଗୁଲୁଗୁଲା, ସିଙ୍ଗଡା ଏବଂ ଦହିବରା ଆଦି ବିକି ଚଳୁଥିଲେ। ଏବେ ବୁଲି ବୁଲି ବିକିବାକୁ ...

ଚରିତ୍ର ବଦଳୁ ନାହିଁ

ଆକାର ପଟେଲ ଭାରତର ଅର୍ଥବ୍ୟବସ୍ଥା ଆଉ ତିନି ମାସ ପାଇଁ ତଳକୁ ଖସିଲା ବୋଲି ଚଳିତ ସପ୍ତାହରେ ଆମକୁ କୁହାଗଲା। ଅର୍ଥାତ୍‌ ଗତବର୍ଷ ଏହି ସମୟରେ ଆମେ ସାମଗ୍ରୀ ଓ ସେବାରେ ଯେତିକି ଉତ୍ପାଦନ କରିଥିଲୁ ତା’ଅପେକ୍ଷା ଏବର୍ଷ ଏଥିରେ ପଛାଇଯାଇଛୁ। ଏହା ମଧ୍ୟ ସୂଚାଉଛି କି ଲକ୍ଷ ଲକ୍ଷ ସମ୍ଭବତଃ କୋଟି କୋଟି ପରିବାର ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ଦେଶରେ ଲକ୍‌ଡାଉନ ଲାଗୁ କରିବା ପରେ ଅର୍ଥବ୍ୟବସ୍ଥା ୬ ମାସ ହେବ ହ୍ରାସ ପାଇଚାଲିଛି। ଅର୍ଥନୀତିଜ୍ଞଙ୍କ ମତରେ ଏହା ଦେଶରେ ଏକ ମାନ୍ଦାବସ୍ଥା ସୃଷ୍ଟି କରିଛି। ଆମେ ଜାଣୁ ଗଣମାଧ୍ୟମ ଯୋଗୁ ଆମେମାନେ ମାନ୍ଦାବସ୍ଥାରେ ରହିଛୁ। ସରକାର ଯେଉଁ ତଥ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ କି ଅର୍ଥମନ୍ତ୍ରୀ ତାହାକୁ ଟୁଇଟ କରିନାହାନ୍ତି।  ନୀତି ଆୟୋଗ ମୁଖ୍ୟ କହଛନ୍ତି ,ଯେଉଁ ସଂଖ୍ୟା ଆଶା କରାଯାଇଥିଲା  ତା’ ତୁଳନାରେ ତାହା ଏତେ ଖରାପ ନ ଥିଲା। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କହିଛନ୍ତି ଯେ, ପୂର୍ବରୁ ସେ ଏପ୍ରିଲରୁ ସେପ୍ଟେମ୍ବର ଯାଏ ତ୍ରୈମାସିକର ଅଭିବୃଦ୍ଧି ଆକଳନ କରିଥିଲେ। କିନ୍ତୁ ଏହା ୨୩.୯% ତଳକୁ ଖସିଗଲା। ଅର୍ଥନୈତିକ ସର୍ଭେରେ ସେ ଓ୍ବିକିପିଡ଼ିଆକୁ ଏକ ଉତ୍ସ ଭାବେ ବ୍ୟବହାର କରିଛନ୍ତି। ତୃତୀୟ ତ୍ରୈମାସିକ ସମ୍ବନ୍ଧରେ ଖବର ଭଲ ନାହିଁ। ଅର୍ଥବ୍ୟବସ୍ଥା ହ୍ରାସ ପାଇଥିତ୍ଲାବେଳେ  ବ୍ୟାଙ୍କ୍‌ କ୍ରେଡିଟ୍‌ ୧ରେ ଥିଲା, କିନ୍ତୁ ସମ୍ପ୍ରତି ଏହା ତା’ଠାର...

ଅଙ୍ଗ ଦାନ କରିବେ ବଲିଉଡର ରକ୍‌ଷ୍ଟାର ରଣବୀର କପୁର

ମୁମ୍ବାଇ, ୨୯।୧୧-ଅଙ୍ଗ ଦାନ କରିବେ ବଲିଉଡର ରକଷ୍ଟାର ରଣବୀର କପୁର। ନଭେମ୍ବର ୨୭ରେ ଜାତୀୟ ଅଙ୍ଗ ଦାନ ଦିବସରେ ଅମର ଗାନ୍ଧୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରଣବୀର ଏହି ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅଙ୍ଗଦାନ କରିବାକୁ ମୁଁ ନିଷ୍ପତ୍ତି ନେଇଛି । ମୋର ଏହି ପଦକ୍ଷେପ ନିଶ୍ଚିନ୍ତ ରୂପେ ଜଣେ କିମ୍ବା ଦୁଇ ଜଣ ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ତାଙ୍କର ଏହି ପଦକ୍ଷେପକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ରଣବୀରଙ୍କ ଏହି ନିଷ୍ପତ୍ତି ଉପରେ ତାଙ୍କ ଗାର୍ଲଫ୍ରେଣ୍ଡ ଆଲିଆ ଭଟ୍ଟ ମତ ରଖି କହିଛନ୍ତି, ସାଧାରଣ ଲୋକଙ୍କ ମନରେ ଅଙ୍ଗଦାନକୁ ନେଇ ସଚେତନତା ସୃଷ୍ଟି କରିବା ନିହାତି ଜରୁରୀ। ଫଳରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି। The post ଅଙ୍ଗ ଦାନ କରିବେ ବଲିଉଡର ରକ୍‌ଷ୍ଟାର ରଣବୀର କପୁର appeared first on Dharitri Odia News .

ପ୍ରଥମ ଟି୨୦: ଇଂଲଣ୍ଡ ୫ ଉଇକେଟରେ ବିଜୟୀ

କେପ୍‌ ଟାଉନ,୨୯।୧୧(ଏପି): ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କ ଧୂଆଁଧାର ବ୍ୟାଟିଂ ବଳରେ ୫ ଉଇକେଟରେ ବିଜୟ ହାସଲ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୧୭୯ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ୧୯.୨ ଓଭରରେ ୫ ଉଇକେଟ ହରାଇ ୧୮୩ ରନକରି ବିଜୟ ହାସଲ କରିଛି। ଏଥିସହ ଇଂଲଣ୍ଡ ୩ ମ୍ୟାଚ୍‌ବଶିଷ୍ଟ ଏହି ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ୪୮ ବଲର ସମ୍ମୁଖୀନ ହୋଇ ୯ ଚୌକା ଓ ୪ ଛକା ସହ ଅପରାଜିତ ୮୬ ରନକରି ଇଂଲଣ୍ଡ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେୟାରଷ୍ଟୋ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ୧୮୦ ରନ ଟାର୍ଗେଟର ପିଛ କରି ଇଂଲଣ୍ଡ ୩୪ ରନରେ ୩ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଜାସନ ରଏ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ସେହିପରି ଜୋଶ ବଟଲର ୭ ଓ ଡଓ୍ବେିଡ ମଲାନ ୧୯ ରନକରି ପ୍ୟାଭିଲିୟନ ଫେରିଥିଲେ। ବେୟାରଷ୍ଟୋଙ୍କୁ ବାଦ୍‌ ଦେଲେ ବେନ୍‌ ଷ୍ଟୋକ୍ସ ୩୭, ଅଧିନାୟକ ଇଅନ ମୋର୍ଗାନ୍‌ ୧୨ ରନ ସଂଗ୍ରହ କରିଥିଲେ। ସାମ କୁରାନ ୭ ରନ୍‌ କରି ଅପରାଜିତ ରହିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକ ତରଫରୁ ଜର୍ଜ ଲିଣ୍ଡେ ଓ ଲୁନ୍‌ଗି ଏନ୍‌ଗିଡି ୨ଟି ଲେଖାଏ, ତାବ୍ରେ...

ଟେକ୍ନୋ ଚିନ୍ତକ

ଉଚ୍ଚଶିକ୍ଷା ଲାଭ କରିବା ପରେ ଭାରତୀୟ ଯୁବପିଢ଼ିଙ୍କ ମଧ୍ୟରୁ ଅଧିକାଂଶ ଚାକିରି ପଛରେ ଗୋଡ଼ାଇଥାଆନ୍ତି। କିନ୍ତୁ ଏମିତି କେତେକେ ଅଛନ୍ତି, ଯେଉଁମାନେ ଔଦ୍ୟୋଗିକ ବିକାଶ ଦିଗରେ ନିଜକୁ ନିୟୋଜିତ କରନ୍ତି। ନିଜେ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବାରୁ ସେମାନେ ଆଦର୍ଶ ପାଲଟିଥାଆନ୍ତି। ଯୁବାବସ୍ଥାରୁ ଏଭଳିି ଲକ୍ଷ୍ୟ ରଖି ଆଗକୁ ବଢ଼ିଥିବା ବ୍ୟକ୍ତି ସେଲିବ୍ରିଟି ସ୍ତରକୁ ଯିବା ଦେଖାଯାଇଛି। ସଦ୍ୟ ଉଦାହରଣ ଦେଖିଲେ ଟେକ୍ନୋ ଉଦ୍ୟୋଗୀ ସେନାପଥି ଗୋପାଲକ୍ରିଷ୍ଣନ୍‌ଙ୍କ ନାମ ଚର୍ଚ୍ଚାକୁ ଆସିଛି। କ୍ରିସ୍‌ ଗୋପାଲକ୍ରିଷ୍ଣନ୍‌ ନାମରେ ପରିଚିତ ଏହି ବ୍ୟକ୍ତି ଜୀବନର ପ୍ରତି ପଦକ୍ଷେପରେ ନୂଆ ପିଢ଼ି ପାଇଁ ଅଭିନବତ୍ୱ ଆଣିବାରେ ପ୍ରୟାସ କରିଆସିଛନ୍ତି। ସମ୍ଭବତଃ ତାଙ୍କ କାର୍ଯ୍ୟକୁ ନିରେଖିଲା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କ୍ରିସ୍‌ଙ୍କୁ ରିଜର୍ଭ ବ୍ୟାଙ୍କ ଇନୋଭେଶନ ହବ୍‌ର ଅଧ୍ୟକ୍ଷ ନିଯୁକ୍ତ କରିଛି। ଉଲ୍ଲେଖଯୋଗ୍ୟ ଯେ, ଆର୍ଥିକ ଜଗତରେ ଅଭିନବ ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି କରିବା ଦିଗରେ ଏହି ହବ୍‌ କାର୍ଯ୍ୟ କରିବ। ଏଥିପାଇଁ ଦକ୍ଷ ବ୍ୟାଙ୍କିଙ୍ଗ୍‌ ସେବା, ଗଭୀର ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଖାଉଟି ସୁରକ୍ଷାକୁ ସୁଦୃଢ଼ କରିବା, ଜରୁରୀ ସମୟରେ ବ୍ୟବସାୟ ଜାରି ରଖିବା ଭଳି ଅନ୍ୟାନ୍ୟ ଅଭିନବ ଚିନ୍ତାଧାରା ସୃଷ୍ଟି କରିବାରେ ହବ୍‌ ଗୁରୁତ୍ୱ ବହନ କରିବ। କ୍ରିସ୍‌ କେରଳର ଥିରୁଭାନନ୍ଥପୁରମ୍‌...

କୃଷି ଓ ଆତ୍ମନିର୍ଭର ଭାରତ

ବିଚିତ୍ର ବିଶ୍ୱାଳ କେବେ ଦିନେ କଥା ଥିଲା ‘ଚାଷ କାମ ଯାହାର, କେତେ ସୁଖ ତାହାର।’ କିନ୍ତୁ ଆଜି ଏହା ସମ୍ପୂର୍ଣ୍ଣ ଓଲଟି ଯାଇଛି। କେହି ଭୁଲ୍‌ରେ ବି ଚାଷକୁ ନିଜ ବୃତ୍ତି ଭାବେ ଆଦରି ନେବାକୁ ଚାହୁଁନାହାନ୍ତି। କାରଣ ଆମ ଦେଶରେ ଚାଷ ତଥା କୃଷି ବ୍ୟବସ୍ଥା ହିଁ ସବୁଠୁ ବେଶି ଅବହେଳିତ। ଯଦିଓ ଆମ ଅର୍ଥ ବ୍ୟବସ୍ଥାର କୃଷି ଏକ ପ୍ରମୁଖ ଆଧାର କିନ୍ତୁ ଅସଲରେ ଦୀର୍ଘ ବର୍ଷ ହେବ କୃଷିକୁ ସମ୍ପୂର୍ଣ୍ଣ ଉପେକ୍ଷିତ କରି ରଖାଯାଇଛି। ଆଜି ଚାଷୀ ଚାଷ ଛାଡ଼ି ସହରରେ ମୂଲିଆ ହେବାକୁ ପସନ୍ଦ କରୁଛି। କୃଷି ମନ୍ତ୍ରାଳୟର ତଥ୍ୟ ଅନୁସାରେ ୧୯୫୧ମସିହାରେ ଅର୍ଥବ୍ୟବସ୍ଥାକୁ କୃଷି କ୍ଷେତ୍ରର ଅବଦାନ ଥିଲା ୫୧ ପ୍ରତିଶତ, କିନ୍ତୁ ୨୦୧୧ ସୁଦ୍ଧା ଆମ ଅର୍ଥବ୍ୟବସ୍ଥାକୁ କୃଷି କ୍ଷେତ୍ରର ଅବଦାନ ହେଉଛି ମାତ୍ର ୧୯ ପ୍ରତିଶତ। ୨୦୧୯-୨୦ ଅର୍ଥନୈତିକ ସର୍ବେକ୍ଷଣର ତଥ୍ୟ ଅନୁସାରେ ଏହି ପ୍ରତିଶତ ଆହୁରି କମି ୧୬.୫ ପ୍ରତିଶତରେ ପହଞ୍ଚତ୍ଛି। ୧୯୫୧ରେ କୃଷି କ୍ଷେତ୍ରରେ ୭୦ ପ୍ରତିଶତ ଶ୍ରମ ଶକ୍ତି ନିୟୋଜିତ ଥିବାବେଳେ ସଂପ୍ରତି ଏହା କମି କମି ୪୨.୩୯ ପ୍ରତିଶତରେ ପହଞ୍ଚିଛି। ଯେଉଁ ଶ୍ରମଶକ୍ତି ବି ଏବେ କୃଷି କ୍ଷେତ୍ରରେ ଅଛନ୍ତି, ସେମାନେ ନିଜ ଇଚ୍ଛାନୁସାରେ ନାହାନ୍ତି। ସେମାନଙ୍କ ପାଖରେ ଆଉ କୌଣସି ବେଉସା ନାହିଁ ବୋଲି ସେମାନେ କୃଷି କାମକୁ ଆଦରି ପଡ଼ିରହିଛନ୍ତି। ଗୋଟେ କୃଷିପ୍ରଧାନ ଦେଶ ପାଇଁ ଏହାଠାରୁ ବଳି ଦୁର୍ଭାଗ୍ୟର ବିଷୟ ଆଉ କ’ଣ ଥାଇପାରେ। କୃଷି କ୍ଷ...