Skip to main content

ବାହାରିନ୍‌ ଗ୍ରାଁ ପ୍ରି: ଅଳ୍ପକେ ବର୍ତ୍ତିଗଲେ ଗ୍ରସ୍‌ଜେଁ

ସାଖିର (ବାହାରିନ୍‌), ୩୦ା୧୧ (ଏପି)-ରବିବାର ଅନୁଷ୍ଠିତ ବାହାରିନ୍‌ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟରରେସିଂ ଆରମ୍ଭରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ହାସ୍‌ ଟିମ୍‌ର ରୋମେନ ଗ୍ରସ୍‌ଜେଁ। ପ୍ରଥମ ଲ୍ୟାପ୍‌ରେ ୩୪ ବର୍ଷୀୟ ଫ୍ରେଞ୍ଚ୍‌ ଡ୍ରାଇଭରଙ୍କ ହାତମୁଠା ଖସିଯାଇଥିଲା। ତାଙ୍କ କାର୍‌ଟି ଡାହାଣପଟକୁ ଚାଲିଯାଇଥିଲା। ସେଠାରେ ଆଲ୍‌ଫା ତାଉରିର ଡାନିଲ୍‌ କ୍ୟାତ୍‌ଙ୍କ ସମ୍ମୁଖ ଭାଗ ଗ୍ରୋସ୍‌ଜେଁଙ୍କ ପଛ ଚକାରେ ଲାଗିଯିବାରୁ କାରଟି କ୍ଷୀପ୍ର ଗତିରେ ଉପରୁ ଉଠି ବ୍ୟାରିୟରରେ ଜୋର୍‌ରେ ପିଟି ହୋଇଯାଇଥିଲା। କାର୍‌ରେ ନିଆଁ ଲାଗିଯିବା ସହ ଭାଙ୍ଗିରୁଜି ଯାଇଥିଲା। ଗ୍ରୋସ୍‌ଜେଁ କୌଣସିମତେ କାର୍‌ରୁ ବାହାରି ବ୍ୟାରିୟର ଉପରକୁ ଚଢ଼ିଯାଇଥିଲେ। ନିଆଁର ପ୍ରଭାବରେ ତାଙ୍କ ରେସ୍‌ ହେଲମେଟର ଉପରି ଭାଗ ସାମାନ୍ୟ ପୋଡିଯାଇଥିଲା। ଅଗ୍ନି ନିର୍ବିପାକ ଯନ୍ତ୍ର ସହାୟତାରେ ନିଆଁକୁ ଲିଭାଇ ଦିଆଯାଇଥିଲା। ଗ୍ରୋସେ୍‌ଜେଁ କେତେଦୂର ଆଘାତପ୍ରାପ୍ତ ହୋଇଛନ୍ତି ତାହା ତୁରନ୍ତ ଜଣାପଡ଼ିନାହିଁ। ଆଶୁ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସରେ ସ୍ଥାନୀୟ ମେଡିକାଲ ସେଣ୍ଟରକୁ ନିଆଯାଇଥିଲା। ପରେ ସେଠାରୁ ହେଲିକପ୍ଟର ଯୋଗେ ତାଙ୍କୁ ବାହାରିନ ଡିଫେନ୍ସ ଫୋର୍ସ (ବିଡିଏଫ୍‌) ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କିଛି ସମୟ ସ୍ଥଗିତ ରହିବାପରେ ରେସ୍‌ ପୁଣି ଆରମ୍ଭ ହୋଇଥିଲା। ରେସ୍‌ରେ ମର୍ସିଡିଜର ଲୁଇସ୍‌ ହାମିଲଟନ ଟାଇଟଲ ବିଜୟୀ ହୋଇଛନ୍ତି। ଚଳିତ ସିଜନରେ ଏହା ହେଉଛି ତାଙ୍କର ୧୧ତମ ବିଜୟ। ରେଡ୍‌ବୁଲ୍‌ର ଦୁଇ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ୍‌ ଓ ଆଲେକ୍ସ ଆଲବନ୍‌ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି।

The post ବାହାରିନ୍‌ ଗ୍ରାଁ ପ୍ରି: ଅଳ୍ପକେ ବର୍ତ୍ତିଗଲେ ଗ୍ରସ୍‌ଜେଁ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...