Skip to main content

ଆରମ୍ଭରୁ ହାତ ଟେକିଲେଣି

ଯୋଡ଼ା,୨୯।୧୧(ଡି.ଏନ୍‌.ଏ.) ଚଳିତବର୍ଷ ମାର୍ଚ୍ଚରେ ଶେଷ ହୋଇଥିବା ରାଜ୍ୟର ବିଭିନ୍ନ ଖଣିମଣ୍ଡଳର ୧୭ଟି ଲୁହାପଥର ଖଣି ପାଇଁ ୨୦୧୯ ଶେଷ ଭାଗରେ ନିଲାମ ଡକାଯାଇଥିଲା। ସେଥିମଧ୍ୟରୁ ଯୋଡ଼ା ଖଣିମଣ୍ଡଳରେ ୯ଟି ଖଣି ରହିଥିଲା। ନିଲାମ ପ୍ରକ୍ରିୟାରେ ବହୁ କମ୍ପାନୀ ପ୍ରତିଦ୍ୱନ୍ଦ୍ୱିତା କରି ଖଣି ହାତେଇ ଥିଲେ। ଏପରି କି କିଛି କମ୍ପାନୀ ଖଣିଜ ବିକ୍ରି ମୂଲ୍ୟର ଯଥେଷ୍ଟ ଅଧିକ ଅର୍ଥାତ୍‌ ୧୫୪%ରେ ମଧ୍ୟ ଖଣି ନିଲାମ ନେଇଛନ୍ତି। ଏହି ନିଲାମ ପରେ ସର୍ବାଧିକ ରାଜସ୍ବ ଆଦାୟ ହେବ ବୋଲି ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିଲା। ଖଣି ହାତେଇଥିବା କମ୍ପାନୀଗୁଡ଼ିକ ୨୦୨୦-୨୧ ଆର୍ଥିକ ବର୍ଷରେ ୬୫ରୁ ୭୦ ମିଲିୟନ୍‌ ଟନ୍‌ ଲୁହାପଥର ଉତ୍ତୋଳନ କରିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ଏହି ଲକ୍ଷ୍ୟ ପୂରଣ ହେବା ଆଶା ସମ୍ଭବପର ନୁହେଁ। ଖଣିଜ ଉତ୍ତୋଳନ ପାଇଁ ସମସ୍ତ ଖର୍ଚ୍ଚର ଆକଳନ ପରେ ନିଲାମ ଡାକିଥିବା ଅର୍ଥ ସରକାରଙ୍କୁ ପଇଠ କରିବା ଅସମ୍ଭବ ବୋଲି ଜାଣି ଯୋଡ଼ା ଓ କୋଇଡ଼ା ଖଣି ମଣ୍ଡଳର ଏକାଧିକ ଖଣି କମ୍ପାନୀ ହାତ ଟେକି ଦେଲେଣି। ଏନେଇ ଚଳିତ ମାସରେ ଉକ୍ତ କମ୍ପାନୀଗୁଡ଼ିକ ରାଜ୍ୟ ସରକାରଙ୍କୁ ଅବଗତ କରାଇ ନିଜକୁ ଏଥିରୁ ଓହରାଇ ନେବାକୁ ଆବେଦନ କରିଥିବା ଖଣି ନିର୍ଦ୍ଦେଶାଳୟ ସୂତ୍ରରୁ ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରେ ନଦୀଡିହି ଲୁହାପଥର ଖଣି(ଡି ଫୋମେଣ୍ଟୋ ଇଣ୍ଡଷ୍ଟ୍ରିଆଲ ପ୍ରାଇଭେଟ ଲିମିଟେଡ୍‌), ନଦୀଡିହି ଲୁହା ପଥର ଓ ମାଙ୍ଗାନିଜ୍‌ ଖଣି(ବିଶାଲ ଏଲ୍‌ପିଜି ଫୁଏଲ୍‌ସ ପ୍ରାଇଭେଟ ଲିମିଟେଡ୍‌) ଏବଂ ତେହେରାଇ ଲୁହାପଥର ଏବଂ ମାଙ୍ଗାନିଜ ଖଣି(ତମରା ଆପାର୍ଟମେଣ୍ଟ ପ୍ରାଇଭେଟ ଲିମିଟେଡ୍‌) ରହିଛି। ଏହି ଖଣିଗୁଡ଼ିକରେ ପ୍ରାୟ ୬ହଜାର ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ତେବେ ଖଣିଜ ଉତ୍ତୋଳନରେ ବିଳମ୍ବ ହେଉଥିବା କାରଣରୁ ଲୋକମାନେ ନିଜର ଭବିଷ୍ୟତ ରୋଜଗାରକୁ ନେଇ ସନ୍ଦିହାନରେ ଅଛନ୍ତି।
ନିଲାମ ନେଇ ଖଣିଜ ଉତ୍ତୋଳନ ପାଇଁ ଅସମର୍ଥ ଥିବା ଦର୍ଶାଇବା ପରେ ସରକାର ଉକ୍ତ ଖଣିଗୁଡ଼ିକର ପୁନଃ ନିଲାମ ପ୍ରକ୍ରିୟା କରିବେ କି ଅନ୍ୟ ଉପାୟ ଅବଲମ୍ବନ କରି ଖଣି ଚଳାଇବେ, ତାହା ଏଯାବତ୍‌ ସ୍ପଷ୍ଟ ହୋଇପାରିନାହିଁ। ନିୟମ ଅନୁସାରେ ଯେଉଁ ଖଣି କମ୍ପାନୀ ନିଲାମରୁ ଓହରି ଯିବାକୁ ଚାହୁଁଛନ୍ତି ସେମାନେ ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ କୌଣସି ଖଣି ନିଲାମରେ ଭାଗ ନେଇପାରିବେ ନାହିଁ। ତେଣୁ ଉକ୍ତ ଖଣି ଗୁଡ଼ିକରେ କାର୍ଯ୍ୟ କରୁଥିବା ଲୋକେ ଏବେ ଆଶଙ୍କାରେ ରହିଛନ୍ତି। ଏପରି କି ଚଳିତ ବର୍ଷ ଶତାଧିକ ଶ୍ରମିକ କାର୍ଯ୍ୟହରା ହୋଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେଣି ବୋଲି ବରିଷ୍ଠ ଶ୍ରମିକ ନେତା ମହେଶ୍ୱର ରାଉତ କହିଛନ୍ତି। ଅନ୍ୟପକ୍ଷେ କାଁ ଭାଁ ଚାଲୁଥିବା କିଛି ହାତଗଣତି ଖଣିରେ ଶ୍ରମିକ ନିଯୁକ୍ତିକୁ ନେଇ ଆନ୍ଦୋଳନ, ଧର୍ମଘଟ, ଧାରଣା ବୃଦ୍ଧି ପାଇବାରେ ଲାଗିଛି। ପରିବହନ କ୍ଷେତ୍ରରେ ମଧ୍ୟ ଟ୍ରକ ମାଲିକଙ୍କ ସହିତ ନିର୍ଦ୍ଧାରିତ ମୂଲ୍ୟକୁ ନେଇ ନୂତନ ଖଣି ନିଲାମଧାରୀମାନଙ୍କ ବିବାଦ ଘନେଇବାରେ ଲାଗିଛି। ଶତପ୍ରତିଶତରୁ ଅଧିକ ପ୍ରିମିୟମ ଦେଇ କେତେକ ସଂସ୍ଥା ଖଣି ଲିଜ୍‌ ନେଇଥିବାରୁ କ୍ଷତିଭରଣା ପାଇଁ ଚଞ୍ଚକତା କରି ଖଣିଜ ପଦାର୍ଥର ମାନରେ ହେର୍‌ଫେର୍‌ ଆରମ୍ଭ କଲେଣି। ନିକଟ ଅତୀତରେ ଏହାର ଉଦାହରଣ ଦେଖିବାକୁ ମିଳିଥିଲା। କେତେକ ଖଣି ସଂସ୍ଥା କ୍ଷତି ଭରଣା କରିବା ସହିତ ଲାଭ ଉଠାଇବା ପାଇଁ ସରକାରଙ୍କ ନିର୍ଦ୍ଧାରିତ ନୀତି ପାଳନ କରୁ ନ ଥିବା ଅଭିଯୋଗ ହେବା ପରେ ଭୁବନେଶ୍ୱର ଖଣି ଯୁଗ୍ମ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଯୋଡ଼ା ଗସ୍ତ କରିଥିଲେ। ଗସ୍ତ ସମୟରେ କେତେକ ଖଣିରେ ବେଆଇନ କାମ ଚାଲିଥିବା ଚିଠି ନଂ.୬୬୦୫/୨୩।୦୯।୨୦୨୦ରୁ ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ ସଲୀଲ କୁମାର ବେହେରାଙ୍କୁ ପଚାରିବାରୁ ଜୁନ୍‌ରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରାୟ ୧୬୦୦ କୋଟି ଟଙ୍କା ଖଣି ରାଜସ୍ବ ଆଦାୟ ହୋଇଛି ା ଖଣିଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ ହେଲେ ଚଳିତ ଆର୍ଥିକବର୍ଷରେ ରାଜସ୍ବ କମିବାର ଆଶଙ୍କା ରହିଥିବା ବେହେରା କହିଛନ୍ତି।

The post ଆରମ୍ଭରୁ ହାତ ଟେକିଲେଣି appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...