Skip to main content

ଭକ୍ତିସଙ୍ଗୀତରେ ଭିଜିଲା ସିଂହଦ୍ୱାର

ପୁରୀ ଅଫିସ,୩୦ା୧୧:ପବିତ୍ର ବୈକୁଣ୍ଠ ଚତୁର୍ଦ୍ଦଶୀ ଅବସରରେ ରବିବାର ଶ୍ରୀମନ୍ଦିର ସିଂହଦ୍ୱାର ଅଞ୍ଚଳ ଭକ୍ତି ସଙ୍ଗୀତରେ ଭିଜିଥିଲା। ପ୍ରବୀଣ ଓ ନବୀନ କଣ୍ଠଶିଳ୍ପୀଙ୍କ ଭାବଭକ୍ତିର ସଙ୍ଗୀତରେ ବିଭୋର ହୋଇଥିଲେ ଶ୍ରୋତା। ଏକ ଭକ୍ତିମୟ ପରିବେଶରେ ସମସ୍ତେ ମହାପ୍ରଭୁଙ୍କ ପାଖରେ ସମର୍ପିତ ହୋଇଯାଇଥିଲେ। ଏମିତି ଏକ ଅବସର ଆଣିଦେଇଥିଲା ସାଂସ୍କୃତିକ ସଙ୍ଗଠନ ଶ୍ରୀକ୍ଷେତ୍ର କଳା ପ୍ରକାଶିକା। ଅନୁଷ୍ଠାନ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ୫୧ତମ ବୈକୁଣ୍ଠ ଚତୁର୍ଦ୍ଦଶୀ ଭଜନ ସମାରୋହ ଆୟୋଜିତ ହୋଇଯାଇଛି। କରୋନା କଟକଣା ଯୋଗୁ ଚଳିତବର୍ଷ କୌଣସି ରାଜ୍ୟ ବାହାର କଳାକାରଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। କଣ୍ଠଶିଳ୍ପୀ ମହାପ୍ରସାଦ କର, ନାଜିଆ ଆଲାମ୍‌, ଇଣ୍ଡିଆନ ଆଇଡଲ ଜୁନିୟର ବିଜେତା ଅନନ୍ୟା ଶ୍ରୀତମ ନନ୍ଦ, ରଶ୍ମିତା ଦାଶ, ବିଜୟ କୁମାର ମହାପାତ୍ର, କାର୍ତ୍ତିକ କୁମାର ସାହୁ, ଅର୍ପିତା ଚୌଧୁରୀ, ରଚିତା ସାହୁ ପ୍ରମୁଖ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ବିଜୟ ମହାପାତ୍ରଙ୍କ କଣ୍ଠରେ ଶ୍ରୀମନ୍ଦିର ତୁମ ଭକତଙ୍କ ପାଇଁ କେବେ ଆଉ ପ୍ରଭୁ ଖୋଲିବ…., ରଚିତା ସାହୁଙ୍କ କେଉଁ ନାମ ଧରି ଡାକିବି ତୁମକୁ…, ଅର୍ପିତା ଚୌଧୁରୀଙ୍କ ଏକ ରାଧା, ଏକ ମୀରା…, କାର୍ତ୍ତିକ କୁମାର ଲୁଚି ଲୁଚି ବେଢା ଭିତରେ ଚନ୍ଦନ ଚାପ ଖେଳିଲ…, ରଶ୍ମିତା ଦାସ ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ…, ଅନନ୍ୟା ଶ୍ରୀତମଙ୍କ କଣ୍ଠରେ ଆସ ଆସ ଜଗନ୍ନାଥ ଓ ଶ୍ୟାମ ତେରି ବଂଶୀ… ସଙ୍ଗୀତ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଉପଜିଲାପାଳ ଭବତାରଣ ସାହୁ ଏହାକୁ ଉଦ୍‌ଘାଟନ କରିଥିବାବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୋମନାଥ ଗୁରୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହାକୁ କୈଳାସ ଚନ୍ଦ୍ର ଟିକାୟତରାୟ, ଜମ୍ବେଶ୍ୱର ପୂଜାପଣ୍ଡା, ଗୋବିନ୍ଦ ମହାନ୍ତି, ପ୍ରସନ୍ନ ମିଶ୍ର, ରାମଚନ୍ଦ୍ର ଦାସମହାପାତ୍ର, ରଘୁନାଥ ପ୍ରତିହାରୀ, ଶ୍ୟାମପ୍ରକାଶ ସେନାପତି, ମହାଦୀପ କର, ହରିହର ଗୁରୁ ପ୍ରମୁଖ ପରିଚାଳନା କରିଥିଲେ।

The post ଭକ୍ତିସଙ୍ଗୀତରେ ଭିଜିଲା ସିଂହଦ୍ୱାର appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...