Skip to main content

ଟେକ୍ନୋ ଚିନ୍ତକ

ଉଚ୍ଚଶିକ୍ଷା ଲାଭ କରିବା ପରେ ଭାରତୀୟ ଯୁବପିଢ଼ିଙ୍କ ମଧ୍ୟରୁ ଅଧିକାଂଶ ଚାକିରି ପଛରେ ଗୋଡ଼ାଇଥାଆନ୍ତି। କିନ୍ତୁ ଏମିତି କେତେକେ ଅଛନ୍ତି, ଯେଉଁମାନେ ଔଦ୍ୟୋଗିକ ବିକାଶ ଦିଗରେ ନିଜକୁ ନିୟୋଜିତ କରନ୍ତି। ନିଜେ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବାରୁ ସେମାନେ ଆଦର୍ଶ ପାଲଟିଥାଆନ୍ତି। ଯୁବାବସ୍ଥାରୁ ଏଭଳିି ଲକ୍ଷ୍ୟ ରଖି ଆଗକୁ ବଢ଼ିଥିବା ବ୍ୟକ୍ତି ସେଲିବ୍ରିଟି ସ୍ତରକୁ ଯିବା ଦେଖାଯାଇଛି। ସଦ୍ୟ ଉଦାହରଣ ଦେଖିଲେ ଟେକ୍ନୋ ଉଦ୍ୟୋଗୀ ସେନାପଥି ଗୋପାଲକ୍ରିଷ୍ଣନ୍‌ଙ୍କ ନାମ ଚର୍ଚ୍ଚାକୁ ଆସିଛି। କ୍ରିସ୍‌ ଗୋପାଲକ୍ରିଷ୍ଣନ୍‌ ନାମରେ ପରିଚିତ ଏହି ବ୍ୟକ୍ତି ଜୀବନର ପ୍ରତି ପଦକ୍ଷେପରେ ନୂଆ ପିଢ଼ି ପାଇଁ ଅଭିନବତ୍ୱ ଆଣିବାରେ ପ୍ରୟାସ କରିଆସିଛନ୍ତି। ସମ୍ଭବତଃ ତାଙ୍କ କାର୍ଯ୍ୟକୁ ନିରେଖିଲା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କ୍ରିସ୍‌ଙ୍କୁ ରିଜର୍ଭ ବ୍ୟାଙ୍କ ଇନୋଭେଶନ ହବ୍‌ର ଅଧ୍ୟକ୍ଷ ନିଯୁକ୍ତ କରିଛି। ଉଲ୍ଲେଖଯୋଗ୍ୟ ଯେ, ଆର୍ଥିକ ଜଗତରେ ଅଭିନବ ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି କରିବା ଦିଗରେ ଏହି ହବ୍‌ କାର୍ଯ୍ୟ କରିବ। ଏଥିପାଇଁ ଦକ୍ଷ ବ୍ୟାଙ୍କିଙ୍ଗ୍‌ ସେବା, ଗଭୀର ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଖାଉଟି ସୁରକ୍ଷାକୁ ସୁଦୃଢ଼ କରିବା, ଜରୁରୀ ସମୟରେ ବ୍ୟବସାୟ ଜାରି ରଖିବା ଭଳି ଅନ୍ୟାନ୍ୟ ଅଭିନବ ଚିନ୍ତାଧାରା ସୃଷ୍ଟି କରିବାରେ ହବ୍‌ ଗୁରୁତ୍ୱ ବହନ କରିବ।
କ୍ରିସ୍‌ କେରଳର ଥିରୁଭାନନ୍ଥପୁରମ୍‌ରେ ୫ ଏପ୍ରିଲ ୧୯୫୫ରେ ଜନ୍ମଗ୍ରହଣ କରିଥିଲେ। ସେଠାକାର ସରକାରୀ ଆଦର୍ଶ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ସେ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ପରେ ସେ ଆଇଆଇଟି ମାଡ୍ରାସରୁ ୧୯୭୭ରେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ସେହିଠାରୁ ୧୯୭୯ରେ କମ୍ପ୍ୟୁଟର ସାଇନ୍ସରେ ଏମ୍‌ଟେକ୍‌ କରିଥିଲେ। ପଢ଼ା ଶେଷ ହେଉଣୁ ସେହିବର୍ଷ ମୁମ୍ବାଇର ପାଟ୍‌ନୀ କମ୍ପ୍ୟୁଟର ସିଷ୍ଟମ୍‌ରେ ସେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ ଯୋଗ ଦେଇଥିଲେ। ସଫ୍ଟଓ୍ବେର କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିବା ପରେ ୧୯୮୧ରେ ସେ ଅନ୍ୟ ୬ ଉଦ୍ୟୋଗୀଙ୍କ ସହ ମିଶି ଇନ୍‌ଫୋସିସ୍‌ ପ୍ରତିଷ୍ଠା କରିଥିଲେ। ସେତେବେଳର ପ୍ରାରମ୍ଭିକ ସମୟରେ କ୍ରିସ୍‌ ଆମେରିକାର ଉପଭୋକ୍ତା ଉତ୍ପାଦ ଶିଳ୍ପର ଗ୍ରାହକଙ୍କୁ ସୂଚନା ବ୍ୟବସ୍ଥାରେ ସହଯୋଗ କରିବା ଲାଗି କାର୍ଯ୍ୟ କରିଥିଲେ। ସୂଚନା ପହଞ୍ଚାଇବା ପାଇଁ ଆବଶ୍ୟକ ଡିଜାଇନ୍‌, ତା’ର ବିକାଶ ଓ କାର୍ଯ୍ୟକାରିତା ଦିଗକୁ ଦେଖୁଥିଲେ। ୧୯୮୭ରୁ ୧୯୯୪ ଯାଏ ସେ ଇନ୍‌ଫୋସିସ୍‌ ଓ ଜର୍ଜିଆର ଆଟଲାଣ୍ଟାସ୍ଥିତ କେଏସ୍‌ଏ ଯୌଥ ଉଦ୍ୟୋଗର ବୈଷୟିକ ବିଭାଗ ମୁଖ୍ୟ ହୋଇଥିଲେ। ୨୦୦୭ରେ ନନ୍ଦନ ନିଲେକାନୀଙ୍କଠାରୁ କ୍ରିସ୍‌ ଇନ୍‌ଫୋସିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା ପରିଚାଳନା ନିର୍ଦ୍ଦେଶକ ପଦବୀ ଦାୟିତ୍ୱ ଗ୍ରହଣ କରିଥିଲେ। ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଇନ୍‌ଫୋସିସ୍‌ର ଆୟ ଦ୍ୱିଗୁଣିତ କରି ୬ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇ ଦେଇଥିଲେ। ୨୦୧୧ରେ ସେ ତାଙ୍କ ଦାୟିତ୍ୱ ଇନ୍‌ଫୋସିସ୍‌ର ଅନ୍ୟତମ ସହ-ପ୍ରତିଷ୍ଠାତା ଏସ୍‌. ଡି. ଶିବୁଲାଲଙ୍କୁ ଅର୍ପଣ କରିଥିଲେ। ଏହା ପରେ କ୍ରିସ୍‌ ଇନ୍‌ଫୋସିସ୍‌ ବୋର୍ଡର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ହୋଇଥିଲେ। ତେବେ ୨୦୧୪ରେ ସେ ଯୁବ ଉଦ୍ୟୋଗୀଙ୍କ ସକାଶେ ଆକ୍ସିଲର ଭେଞ୍ଚର ନାମରେ ଭେଞ୍ଚର କ୍ୟାପିଟାଲ ମଞ୍ଚ ସୃଷ୍ଟି କରିଥିଲେ। ଔଦ୍ୟୋଗିକ ବିକାଶ ଦିଗରେ ନିରନ୍ତର ପ୍ରଚେଷ୍ଟା ତାଙ୍କୁ ବାଙ୍ଗାଲୋରର ନ୍ୟାଶନାଲ ଲ’ ସ୍କୁଲ ଅଫ୍‌ ଇଣ୍ଡିଆ ୟୁନିଭର୍ସିଟିର କନ୍‌ସିଲିଏନ୍ସ-୨୦୧୩ରେ ମୁଖ୍ୟ ବକ୍ତା ହେବାର ସୁଯୋଗ ଦେଇଥିଲା। ଉଲ୍ଲେଖ କରାଯାଇପାରେ ଯେ, ଛାତ୍ରୀଛାତ୍ରଙ୍କ ବାସ୍ତବ ବୃତ୍ତିଗତ ଜୀବନକୁ ରୁଦ୍ଧିମନ୍ତ କରିବା ନିମନ୍ତେ ଯେଉଁ ପ୍ରେରଣାଦାୟୀ ବକ୍ତବ୍ୟର ଆବଶ୍ୟକତା ରହିଥାଏ ସେହି ଦିଗରେ ସେ ମାର୍ଗଦର୍ଶକ ପାଲଟିପାରିଥିଲେ। କର୍ନାଟକ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବୋର୍ଡ ଫର୍‌ ଇନ୍‌ଫର୍ମେଶନ ଟେକ୍ନୋଲୋଜି ଏଜୁକେଶନ ଷ୍ଟାଣ୍ଡାର୍ଡର ଉପାଧ୍ୟକ୍ଷ ରହିବା ସହ ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍ମେଶନ ଟେକ୍‌ନୋଲୋଜି, ବାଙ୍ଗାଲୋରର ଅଧ୍ୟକ୍ଷ ଅଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପଦବୀକୁ ଦେଖିବସିଲେ ୨୦୧୨ରେ କ୍ରିସ୍‌ ପୁନର୍ଗଠିତ ଜାତିସଂଘର ଗ୍ଲୋବାଲ କମ୍ପାକ୍ଟ ବୋର୍ଡର ସଦସ୍ୟ ଭାବେ ୩ ବର୍ଷ ନିଯୁକ୍ତ ହୋଇଥିଲେ। ଏଥିସହିତ ୫ ଏପ୍ରିଲ ୨୦୧୩ରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ସଭାପତି ମଧ୍ୟ ଥିଲେ।
କ୍ରିସ୍‌ ଗୋପାଲକ୍ରିଷ୍ଣନ୍‌ଙ୍କ କାର୍ଯ୍ୟ କେବଳ ବୃତ୍ତିଗତ ଜୀବନ ଓ ମାର୍ଗଦର୍ଶନରେ ସୀମିତ ରହିନାହିଁ। ତାଙ୍କ ବ୍ୟକ୍ତିତ୍ୱ ପୂର୍ବରୁ ‘ବଦାନ୍ୟ’ ଭଳି ବିଶେଷଣ ଲଗାଯାଇପାରିବ। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ(ଆଇଆଇଏସ୍‌ସି)ର ମସ୍ତିଷ୍କ ଗବେଷଣା କେନ୍ଦ୍ର ସକାଶେ ସେ ବ୍ୟକ୍ତିଗତ ଭାବେ ୨୨୫ କୋଟି ଟଙ୍କା ଦାନ କରିଛନ୍ତି। ୧୦୫ ବର୍ଷର ଏହି ସଂସ୍ଥାକୁ ଏକାକୀ ଦାନ କରିଥିବା ପରିମାଣ ସର୍ବାଧିକ ରହିଥିବା ରେକର୍ଡରୁ ଜଣାପଡ଼ିଛି। ଏଥିସହିତ ସେ ଆଇଆଇଏସ୍‌ସିରେ ନ୍ୟୁରୋକମ୍ପ୍ୟୁଟିଂ ଏବଂ ଆଇଆଇଟି ମାଡ୍ରାସ ପାଇଁ ଡାଟା ସାଇନ୍ସରେ ଭିଜିଟିଂ ଚେୟାର ସ୍ଥାପନ କରିବା ନିମନ୍ତେ ଅତିରିକ୍ତ ୬୦ କୋଟି ଟଙ୍କା ଦାନ କରିଛନ୍ତି। ଟେକ୍ନୋଲୋଜି ଦୁନିଆର ବିକାଶ ଓ ନୂତନ ଚିନ୍ତା ପ୍ରସୂତ କରିବାରେ କ୍ରିସ୍‌ଙ୍କ ଅବଦାନ ଲାଗି ତାଙ୍କୁ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନ ମିଳିଛି। ୨୦୧୧ରେ ଭାରତ ସରକାରଙ୍କ ତୃତୀୟ ସର୍ବାଧିକ ନାଗରିକ ସମ୍ମାନ ‘ପଦ୍ମଭୂଷଣ’ରେ ତାଙ୍କୁ ସମ୍ମାନିତ କରାଯାଇଛି। ୨୦୧୯ରେ କେରଳ ବିଶ୍ୱବିଦ୍ୟାଳୟ କ୍ରିସ୍‌ଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ କରିଛି।
-ଜିତେନ୍ଦ୍ର କୁମାର ନାୟକ

The post ଟେକ୍ନୋ ଚିନ୍ତକ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...