Skip to main content

ସଂରକ୍ଷିତ ଜଙ୍ଗଲରେ ଶିକାରୀ ସକ୍ରିୟ

ଢେଙ୍କାନାଳ ଅଫିସ, ୨୯ା୧୧:  ସଂରକ୍ଷିତ ଜଙ୍ଗଲରେ ଗର୍ଜୁଛି ବନ୍ଧୁକ। ବିଦ୍ୟୁତ୍‌ ଫାଶରେ ପଡ଼ି ବନ୍ୟଜନ୍ତୁ ପଡୁଛନ୍ତି ମୃତ୍ୟୁମୁଖରେ। ମାଂସ, ଚମଡ଼ା, ଦାନ୍ତ ଲୋଭରେ ଶିକାରୀମାନେ ଅବାଧ ଜନ୍ତୁ ଶିକାର କରୁଥିବାବେଳେ ଅସୁରକ୍ଷିତ ହୋଇପଡ଼ିଛି ଜୈବ ବିବିଧତାରେ ଭରପୂର ଢେଙ୍କାନାଳର ଅଭୟାରଣ୍ୟ।
ଶିଳ୍ପ, ଖଣିଖାଦାନ ପରେ ଜଙ୍ଗଲ ସମ୍ପଦରେ ସମୃଦ୍ଧ ଢେଙ୍କାନାଳ। ଓଡ଼ିଶାରେ ମଧ୍ୟସ୍ଥଳରେ ଅବସ୍ଥିତ ଏହି ଜିଲାର ପାଣିପାଗ ଅପେକ୍ଷାକୃତ ଥଣ୍ଡା। ତେଣୁ ଏକଦା ସଂରକ୍ଷିତ ଜଙ୍ଗଲ ପାଲଟିଥିବା ବହୁ ପ୍ରଜାତିର ଜୀବଜନ୍ତୁଙ୍କ ନିରାପଦ ଆଶ୍ରୟସ୍ଥଳ। ତେବେ ବନ୍ୟଜନ୍ତୁଙ୍କ ଶିକାରରେ ରାତାରାତି ଲକ୍ଷାଧିକ ଟଙ୍କା କମାଇବା ଲୋଭରେ ଏବେ ଅଭୟାରଣ୍ୟରେ ସକ୍ରିୟ ହୋଇଉଠିଛନ୍ତି ଶିକାରୀ। ଅନ୍ୟପଟେ ଜଙ୍ଗଲ ଇଲାକାକୁ ଶିକାରୀ ମୁକ୍ତ କରିବାକୁ ବନ ବିଭାଗ ପକ୍ଷରୁ ଚଢ଼ାଉ ଅଭିଯାନ ଜାରି ରହିଛି। ଏହାକୁ ନେଇ ଶିକାରୀ ଏବଂ ବନ ବିଭାଗ ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା।
ଗତ ସେପ୍ଟେମ୍ବରରୁ ନଭେମ୍ବର ୨୭ ସୁଦ୍ଧା ଜିଲାରେ ୮ ରେଞ୍ଜ୍‌ରୁ ୩୨ଜଣ ଶିକାରୀ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ସଦର ରେଞ୍ଜ୍‌ରୁ ୩, କପିଳାସ ରେଞ୍ଜ୍‌ରୁ ୯, ଷଡଙ୍ଗୀ ରେଞ୍ଜ୍‌ରୁ ୨, ହିନ୍ଦୋଳ ରେଞ୍ଜ୍‌ରୁ ୫, କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ରୁ ୩, ପଶ୍ଚିମାଞ୍ଚଳ ରେଞ୍ଜ୍‌ରୁ ୪ ଏବଂ ମହାବିରୋଡ ରେଞ୍ଜ୍‌ରୁ ୬ଜଣ ଶିକାରୀ ଅଛନ୍ତି। ସେମାନଙ୍କ ନିକଟରୁ ୧୦ ବନ୍ଧୁକ, ୧୫ ଜୀବନ୍ତ ଗୁଳି, ଧନୁତୀର, ହରିଣ ଛାଲ, ହରିଣ ଶିଙ୍ଗ, ସମ୍ବର ଶିଙ୍ଗ, ୨ଟି ହାତୀ ଦାନ୍ତ, ଶିକାରରେ ବ୍ୟବହୃତ ବିଦ୍ୟୁତ୍‌ ତାର ଏବଂ ଜନ୍ତୁ ମାଂସ ଜବତ କରାଯାଇଛି। ଅପରପକ୍ଷେ କପିଳାସ ରେଞ୍ଜରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବା ବନ ବିଭାଗର ଚିନ୍ତା ବଢ଼ାଇଛି। କାରଣ ହାତୀଙ୍କ ଅବାଧ ଚରାଭୂଇଁ ଏହି ସଂରକ୍ଷିତ ଜଙ୍ଗଲ ବହୁ ବିରଳ ଜୀବଜନ୍ତୁଙ୍କ ଆବାସସ୍ଥଳୀ। ବିଦ୍ୟୁତ୍‌ ତାର ବିଛାଇ ଶିକାର କରିବା ଐତିହ୍ୟ ପ୍ରାଣୀ ହାତୀଙ୍କ ଜୀବନକୁ ବିପଦରେ ପକାଉଛି।
ସେହିପରି ଗଁଦିଆ ଥାନା ଦେଓଗଁା-ଟାଙ୍ଗୀ ରାସ୍ତା ପାର୍ଶ୍ୱ ଜଙ୍ଗଲରେ ମାସକ ମଧ୍ୟରେ ହରିଣ, ବାର୍‌ହା ଶିକାର ବଢ଼ିଛି। ଶିକାରୀମାନେ ଶିକାର ଲାଗି ସୁଚିନ୍ତିତ ଯୋଜନା କରୁଛନ୍ତି। ଦିନରେ ଜଙ୍ଗଲକୁ ଯାଇ ବିଦ୍ୟୁତ୍‌ ତାର ବିଛାଉଛନ୍ତି। ସନ୍ଧ୍ୟାରେ ଖାଦ୍ୟ ଅନ୍ବେଷଣରେ ବାହାରୁଥିବା ଜନ୍ତୁ ଏଥିରେ ଲାଗି ପ୍ରାଣ ହରାଉଛନ୍ତି। ଶିକାରୀମାନେ ରାତିରେ ତାରରେ ଲାଗି ମରିଥିବା ହରିଣ, ବାର୍‌ହା ଆଣି ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ଜନ୍ତୁମାଂସ ବିକ୍ରି କରୁଛନ୍ତି, ଯାହା ବନ ବିଭାଗ ନଜରକୁ ଆସିପାରୁନାହିଁ। ଅନ୍ୟପଟେ ବିଦ୍ୟୁତ୍‌ ତାରରେ ଲାଗି ଅନେକ ସମୟରେ ଶିକାରୀ ନିଜେ ଶିକାର ହେଉଛନ୍ତି। ଗତ ମାସକ ତଳେ ଏପରି ଏକ ଘଟଣା ମହାବିରୋଡ ଅଞ୍ଚଳର ଘଟିଥିଲା। ଏଥିରେ ଜଣେ ଯୁବକଙ୍କ ଜୀବନ ଯାଇଥିଲା। ଗୋଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରିବା, ରାତ୍ରିକାଳୀନ ପାଟ୍ରୋଲିଂ ସାଙ୍ଗକୁ ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେଲେ ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଅବାଧରେ ବିଚରଣ କରିପାରିବେ ବୋଲି ପ୍ରାଣୀ ପ୍ରେମୀମାନେ ମତ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶ ଚନ୍ଦ୍ର ଗୁଗ୍‌ନାନି କୁହନ୍ତି, ଗତ କିଛି ମାସ ହେଲା ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀ ଶିକାର ବଢ଼ିଥିବା ନଜରକୁ ଆସିଛି। ଏହାପରେ ସମସ୍ତ ରେଞ୍ଜ୍‌ ଅଧିକାରୀ ଏବଂ କର୍ମଚାରୀଙ୍କୁ ଚଢ଼ାଉ ଜୋର୍‌ଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟପ୍ରାଣୀ ଶିକାରକୁ ରୋକିବା ପାଇଁ ଉଦ୍ୟମ ଜାରି ରହିଛି।

The post ସଂରକ୍ଷିତ ଜଙ୍ଗଲରେ ଶିକାରୀ ସକ୍ରିୟ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...