Skip to main content

ଟାଇସନ-ଜୋନ୍ସ ଲଢେଇ ଡ୍ର’

ଲସ୍‌ଏଞ୍ଜେଲ୍ସ, ୩୦ା୧୧ (ପି.ଟି.)-ଦୀର୍ଘ ୧୫ ବର୍ଷ ପରେ ପ୍ରଥମ ଥର ବକ୍ସିଂ ରିଙ୍ଗକୁ ଫେରିଛନ୍ତି ମାଇକ ଟାଇସନ । ୫୪ ବର୍ଷୀୟ ପୂର୍ବତନ ହେଭିିଓ୍ବେଟ୍‌ ଚାମ୍ପିୟନ ଏବଂ ୫୧ବର୍ଷୀୟ ରୟ ଜୋନ୍ସ ଜୁନିୟରଙ୍କ ମଧ୍ୟରେ ଶନିବାର ଏକ ପ୍ରଦର୍ଶନୀ ବାଉଟ୍‌ ଅନୁଷ୍ଠିତ ହୋଇଥିଲା। ଷ୍ଟେପଲ୍ସ ସେଣ୍ଟରଠାରେ ୮ ରାଉଣ୍ଡବିଶିଷ୍ଟ ଏହି ଲଢେଇ ବେଶ୍‌ ଆମୋଦଦାୟକ ଥିଲା। ରିଙ୍ଗ୍‌ ପାର୍ଶ୍ୱରେ ରହିଥିବା ଡବ୍ଲ୍ୟୁବିସି ଜଜ୍‌ଗଣ ଅଣ ବିଧିବଦ୍ଧଭାବେ ଏହାକୁ ଡ୍ର ଭାବେ ଘୋଷଣା କରିଥିଲେ। ବିଭିନ୍ନ ଚ୍ୟାରିଟି ପାଇଁ ଅର୍ଥ ସଂଗ୍ରହ ଉଦ୍ଦେଶ୍ୟରେ ଏହି ପ୍ରଦର୍ଶନୀ ଲଢେଇର ଆୟୋଜନ କରାଯାଇଥିଲା। ନକ୍‌ ଆଉଟ ହୋଇ ନ ଥିବାରୁ ଟାଇସନ ଆନନ୍ଦିତ। ପରବର୍ତ୍ତୀ ମୁକାବିଲାରେ ସେ ଆହୁରି ଭଲ କରିପାରିବି ବୋଲି ଟାଇସନ ବାଉଟ୍‌ ପରେ କହିଛନ୍ତି। ଯେଉଁ ପ୍ରଭାବୀ ପଞ୍ଚ୍‌ ଓ ଫୁଟ୍‌ଓ୍ବର୍କ କମ୍ବିନେଶନ ପାଇଁ ଏକଦା ବିଶ୍ୱର ଜଣେ ଭୟାନକ ବକ୍ସର ହୋଇପାରିଥିଲେ ତାହାର ନମୁନା ସେ ଏହି ପ୍ରଦର୍ଶନୀ ମୁକାବିଲାରେ ଦେଖାଇଥିଲେ। ପୂର୍ବରୁ ସେ ଚାମ୍ପିୟନଶିପ୍‌ରେ ଭାଗ ନେଉଥିଲେ। ମାତ୍ର ଏଥର ଜନହିତକର କାର୍ଯ୍ୟ ଲାଗି ଫାଇଟରେ ଅବତୀର୍ଣ୍ଣ ହୋଇଥିଲେ। ପୂର୍ବତନ ଫୋର୍‌ ଡିଭିଜନ ବିଶ୍ୱ ଚାମ୍ପିୟନ ଜୋନ୍ସ ତାଙ୍କ ସମୟରେ ସବୁଠାରୁ କୁଶଳୀ ବକ୍ସର ଭାବେ ପରିଚିତ ଥିଲେ। ସେ କହିଛନ୍ତି, ଟାଇସନଙ୍କ ପଞ୍ଚକୁ ସାମ୍ନା କରିବା ସହଜ ନୁହେଁ। ବାଉଟ ଡ୍ର’ଭାବେ ଶେଷ ହୋଇଥିବାରୁ ସେ ଖୁସି। ଭବିଷ୍ୟତରେ ସେମାନଙ୍କ ମଧ୍ୟରେ ପୁଣି ଏହିଭଳି ଲଢେଇର ଆୟୋଜନ ହୋଇପାରେ ବୋଲି ସେ କହିଥିଲେ। ପାରୁଲ ଚୌଧାରୀ ଓ ସଞ୍ଜିବାନୀ ଯାଦବ ଭାରତୀୟ ମହିଳା ବିଭାଗରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।

The post ଟାଇସନ-ଜୋନ୍ସ ଲଢେଇ ଡ୍ର’ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...