Skip to main content

ଅନାବଶ୍ୟକ ଉତ୍କଣ୍ଠା

କୋଭିଡ୍‌-୧୯ ସଂକ୍ରମଣ ରହିଥିଲେ ମଧ୍ୟ ସେଥିପ୍ରତି ବିଶ୍ୱବାସୀ ପୂର୍ବଭଳି ଆତଙ୍କିତ ହେଉ ନ ଥିବା ପରିଲକ୍ଷିତ ହେଉଛି। ଭାରତ ଭଳି ଦେଶରେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ସବୁଆଡ଼େ ଭିଡ଼ ଲାଗି ରହିଥିବାର ଦେଖାଯାଉଛି। ସାମାଜିକ ଦୂରତା ସମ୍ପର୍କରେ ନ କହିବା ଭଲ। ସେହିପରି ମୁହଁରେ ମୁଖା ପିନ୍ଧିବାକୁ କେହି ଖାତିର କରୁଥିବା ଭଳି ଦେଖାଯାଉ ନାହିଁ। ଲୋକଙ୍କ ଗତିବିଧିରୁ ଧାରଣା ସୃଷ୍ଟି ହେଉଛି ଯେପରି କେହି କୋଭିଡ୍‌ ବିଷୟରେ କିଛି ମନେରଖି ନାହାନ୍ତି। ବାସ୍ତବତା ଭିନ୍ନ ଚିତ୍ର ଦେଖାଉଛି। ଦିଲ୍ଲୀର ନିଗମବୋଧ ଘାଟଠାରୁ ଭୁବନେଶ୍ୱର ସତ୍ୟନଗର ପର୍ଯ୍ୟନ୍ତ ଧାଡ଼ିରେ ଶବ ପୋଡ଼ା ହେଉଥିବା ବେଳେ ସମ୍ପର୍କୀୟମାନେ ଦୂରରେ ଠିଆ ହୋଇ କାନ୍ଦୁଥିବାର ଏକ ନିତିଦିନିଆ ଦୃଶ୍ୟ ହୋଇଗଲାଣି।
କରୋନା ଟିକା ବାହାର କରିବା ପାଇଁ ଅସଂଖ୍ୟ ଗବେଷକ ଅନବରତ ପ୍ରୟାସ ଜାରି ରଖିଛନ୍ତି। କେତେକ କମ୍ପାନୀ ଟିକାର ୯୦ ପ୍ରତିଶତ ସଫଳତା ବିଷୟ ପ୍ରଚାର କରିଥିବା ବେଳେ ଆଉ କିଛି ୯୫ ପ୍ରତିଶତ ଯାଏ ଟିକା ଫଳପ୍ରଦ ହୋଇଛି ବୋଲି କହୁଛନ୍ତି। ଏହିସବୁ ସଂଖ୍ୟା ଦେଖିଲେ ମନେହେଉଛି ଯେପରି ଘରେ ରହୁଥିବା ଛାତ୍ରୀଛାତ୍ର ସେମାନଙ୍କ ପରୀକ୍ଷାଫଳ ସମ୍ପର୍କରେ ଆଲୋଚନା କରୁଛନ୍ତି। ଏତିକି ସଂଖ୍ୟା ରଖି ପାଶ୍‌ ହେଲେ କୌଣସି ଭଲ କଲେଜରେ ସେମାନେ ନାମ ଲେଖାଇବା ଅସମ୍ଭବ ହୁଅନ୍ତା। ତଥାପି ଆମେ କୋଭିଡ୍‌ ଟିକା ବିଷୟରେ ଶୁଣୁଥିବା ପ୍ରତିଶତ ମନକୁ ଆଶ୍ୱାସନା ଦେଉଛି। ଅନ୍ୟପକ୍ଷେ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟିକାର ପରୀକ୍ଷା ସ୍ତରରେ ଫେଲ୍‌ ହୋଇଯିବା ବିଷୟରେ ସମସ୍ତେ ଜାଣୁଛୁ। ସେହିଭଳି ଭାରତକୁ ଆସିବାକୁ ଥିବା ରୁଷିଆ ପ୍ରସ୍ତୁତ ‘ସ୍ପୁଟନିକ୍‌ ଭି’ର ପରୀକ୍ଷାଫଳ ଅଜଣା ଥିବାବେଳେ ୨୮ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦ, ହାଇଦ୍ରାବାଦ ଓ ପୁଣେ ଯାଇ ସେହିସବୁ ସ୍ଥାନରେ ପ୍ରସ୍ତୁତ ହେଉଥିବା କୋଭିଡ୍‌ ଟିକାର ସମୀକ୍ଷା କରିଛନ୍ତି। ଭାରତ ହେଉଛି ପୃଥିବୀର ଅନ୍ୟତମ ବୃହତ୍‌ ଟିକା ନିର୍ମାଣକାରୀ ଦେଶ। ମନେ ରଖିବାକୁ ହେବ ଯେ, ଭାରତରେ ସେଭଳି କୌଣସି ବୈଜ୍ଞାନିକ ନାହାନ୍ତି, ଯିଏ ଏହି ଦେଶରେ ଗବେଷଣା କରି ଟିକା ପ୍ରସ୍ତୁତ କରିପାରିବେ। ଅର୍ଥାତ୍‌ ବିଦେଶରୁ ବୈଷୟିିକ ଜ୍ଞାନକୌଶଳ ବିନା ଭାରତରେ କିଛି ପ୍ରସ୍ତୁତ ହୋଇପାରିବ ନାହିଁ। ବିଦେଶୀ ବୈଜ୍ଞାନିକମାନେ ସ୍ବାସ୍ଥ୍ୟ ସମ୍ପର୍କରେ ଏବଂ ବିଶେଷକରି କରୋନା ଭାଇରସ୍‌ ନିୟନ୍ତ୍ରଣ ପାଇଁ ଗବେଷଣା କରି ଯାହା କିଛି କରିବେ, ତାହାକୁ ଆମ ଲାବରେଟୋରୀରେ ପ୍ରସ୍ତୁତ ମାତ୍ର କରାଯାଇପାରିବ। ଆମେରିକାର ଫାଇଜର କମ୍ପାନୀ ଦ୍ୱାରା ପ୍ରସ୍ତୁତ ଭାକସିନ୍‌ ଗବେଷଣା କ୍ଷେତ୍ରରେ ସବୁଠାରୁ ଆଗରେ ଅଛି ବୋଲି ଖବର ମିଳୁଛି। ପୁଣି ବଜାରକୁ ଟିକା ଆସି ନ ଥିବା ବେଳେ ଏହା କାହାକୁ କେମିତି ଆଗେ ଦିଆଯିବ ତା’ର ତାଲିକା ପ୍ରସ୍ତୁତ ହୋଇସାରିଲାଣି।
ଆମେରିକୀୟ କମ୍ପାନୀ ଫାଇଜରର ପୂର୍ବତନ ଉପ ସଭାପତି ତଥା ମୁଖ୍ୟ ବୈଜ୍ଞାନିକ ମାଇକେଲ ୟାଡନ କହିଲେଣି ଯେ, କରୋନା ଭୂତାଣୁଜନିତ ମହାମାରୀର ସମାପ୍ତି ଲାଗି ଟିକାର କୌଣସି ଆବଶ୍ୟକତା ନାହିଁ। ଯେଉଁମାନଙ୍କଠାରେ କରୋନାର କିଛି ବିପଦ ନାହିଁ, ସେମାନଙ୍କୁ ଟିକା ଦେଲେ ସମସ୍ୟା ବଢ଼ିବ। ଯେହେତୁ ଟିକା ବେଶି ଲୋକଙ୍କ ଉପରେ ପ୍ରୟୋଗ କରାଯାଇ ନାହିଁ, ତାହା କେତେଦୂର ଫଳପ୍ରଦ ହେବ ବୋଲି ୟାଡନ ଚିନ୍ତା ପ୍ରକଟ କରିଛନ୍ତି। ଏହା ସହିତ ସେ ଆହୁରି ଯୋଡ଼ିିଛନ୍ତି ଯେ, କରୋନା ଭାଇରସ୍‌ର ମୁଖ୍ୟ ତାପ ପୃଥିବୀସାରା ବ୍ୟାପୀ ଏବେ ଅପସରି ଗଲାଣି। ଯଦି ୟାଡନଙ୍କ କଥାକୁ ବିଶ୍ୱାସ କରାଯାଏ, ତେବେ ଯେଉଁ ଟିକା ପ୍ରସ୍ତୁତ ହେବ ତାହା କେବଳ ବ୍ୟବସାୟିକ ସ୍ବାର୍ଥକୁ ରଖି କରାଯାଇଛି ବୋଲି କୁହାଯାଇପାରେ। ଅନ୍ୟ ଦିଗକୁ ଦେଖିଲେ ଯଥେଷ୍ଟ ସଂଖ୍ୟକ ଲୋକଙ୍କ ଉପରେ ଏହାର ପ୍ରୟୋଗ ହୋଇ ନ ଥିବାରୁ କରୋନା ଭାଇରସ୍‌ ଭଳି ନିରୋଧକାରୀ ଟିକାର ଯେଉଁପ୍ରକାର ସାଇଡ୍‌ ଇଫେକ୍ଟ ବା ପାର୍ଶ୍ୱ ପ୍ରତିକ୍ରିୟା ପ୍ରକଟ ହେବ, ତାହା ମଧ୍ୟ ଆଜି ଅଜଣା। ସେଥିପାଇଁ ଅତି ଉତ୍‌ଫୁଲ୍ଲିତ ହୋଇ ଟିକା ନେବା ପାଇଁ ହାଇଁପାଇଁ ହେଲେ ତାହାର ନକାରାତ୍ମକ ଦିଗ ସହିବା ପାଇଁ ମଧ୍ୟ ପ୍ରସ୍ତୁତ ହେବା ଦରକାର। ଏବେ ପ୍ରସିଦ୍ଧ କ୍ଲିନିକାଲ୍‌ ରିସର୍ଚ୍ଚର ତଥା ଟିକା ବିଶେଷଜ୍ଞ ଡା. ଗଙ୍ଗାଦୀପ କାଙ୍ଗ କହିଲେଣି ଯେ, କୋଭିଡ୍‌ ପ୍ରତିଷେଧକ ଓ ଚିକିତ୍ସାଠାରୁ ଲୋକଙ୍କ ଦୃଷ୍ଟି ଟିକା ଆଡ଼କୁ ଗଲାଣି। ସେ କହିଛନ୍ତି ଯେଉଁମାନଙ୍କ ନାମ ଟିକା ନେବା ତାଲିକାରେ ଅଛି, ସେମାନଙ୍କୁ ପ୍ରଥମେ ଦିଆଯିବ। ଅର୍ଥାତ୍‌ ଅଗ୍ରାଧିକାର ତାଲିକାରେ ସ୍ଥାନ ପାଇ ନ ଥିବା ବର୍ଗକୁ ୨୦୨୨ ପୂର୍ବରୁ ମିଳିପାରିବ ନାହିଁ। ବେହିସାବି ହୋଇ କୋଟି କୋଟି ଡୋଜ୍‌ କଥା ମଧ୍ୟ କୁହାଯାଉଛି। କାଙ୍ଗ୍‌ ପୁଣି କହିଛନ୍ତି ଯେ, ୧୦ କୋଟି ରୋଟାଭାଇରସ୍‌ ଟିକା ‘ରୋଟାଭାକ୍‌’ ଦେବା ଲାଗି ଦୁଇ ବର୍ଷ ଲାଗି ଯାଇଥିଲା। ଏବେ ସରକାର କହୁଛନ୍ତି ଗୋଟିଏ ମାସରେ ୧୦ କୋଟି ଲୋକଙ୍କୁ କୋଭିଡ୍‌ ଟିକା ଦିଆଯିବ। ଏହି ବିଶେଷଜ୍ଞଙ୍କ ତଥ୍ୟକୁ ଦେଖିଲେ ପ୍ରଚାରସର୍ବସ୍ବ ଚିନ୍ତାଧାରା ରଖାଯାଇ ସରକାର ଯାହା ପାରୁଛନ୍ତି କହିଦେଉଛନ୍ତି। ଏହାଦ୍ୱାରା ଲୋକେ ପ୍ରକୃତ ତଥ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ଓ ସେମାନଙ୍କଠାରେ ଅନାବଶ୍ୟକ ଉତ୍କଣ୍ଠା ବଢ଼ିବଢ଼ି ଯାଉଛି।

The post ଅନାବଶ୍ୟକ ଉତ୍କଣ୍ଠା appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...