Skip to main content

ଚରିତ୍ର ବଦଳୁ ନାହିଁ

ଆକାର ପଟେଲ

ଭାରତର ଅର୍ଥବ୍ୟବସ୍ଥା ଆଉ ତିନି ମାସ ପାଇଁ ତଳକୁ ଖସିଲା ବୋଲି ଚଳିତ ସପ୍ତାହରେ ଆମକୁ କୁହାଗଲା। ଅର୍ଥାତ୍‌ ଗତବର୍ଷ ଏହି ସମୟରେ ଆମେ ସାମଗ୍ରୀ ଓ ସେବାରେ ଯେତିକି ଉତ୍ପାଦନ କରିଥିଲୁ ତା’ଅପେକ୍ଷା ଏବର୍ଷ ଏଥିରେ ପଛାଇଯାଇଛୁ। ଏହା ମଧ୍ୟ ସୂଚାଉଛି କି ଲକ୍ଷ ଲକ୍ଷ ସମ୍ଭବତଃ କୋଟି କୋଟି ପରିବାର ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ଦେଶରେ ଲକ୍‌ଡାଉନ ଲାଗୁ କରିବା ପରେ ଅର୍ଥବ୍ୟବସ୍ଥା ୬ ମାସ ହେବ ହ୍ରାସ ପାଇଚାଲିଛି। ଅର୍ଥନୀତିଜ୍ଞଙ୍କ ମତରେ ଏହା ଦେଶରେ ଏକ ମାନ୍ଦାବସ୍ଥା ସୃଷ୍ଟି କରିଛି। ଆମେ ଜାଣୁ ଗଣମାଧ୍ୟମ ଯୋଗୁ ଆମେମାନେ ମାନ୍ଦାବସ୍ଥାରେ ରହିଛୁ। ସରକାର ଯେଉଁ ତଥ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ କି ଅର୍ଥମନ୍ତ୍ରୀ ତାହାକୁ ଟୁଇଟ କରିନାହାନ୍ତି।  ନୀତି ଆୟୋଗ ମୁଖ୍ୟ କହଛନ୍ତି ,ଯେଉଁ ସଂଖ୍ୟା ଆଶା କରାଯାଇଥିଲା  ତା’ ତୁଳନାରେ ତାହା ଏତେ ଖରାପ ନ ଥିଲା। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କହିଛନ୍ତି ଯେ, ପୂର୍ବରୁ ସେ ଏପ୍ରିଲରୁ ସେପ୍ଟେମ୍ବର ଯାଏ ତ୍ରୈମାସିକର ଅଭିବୃଦ୍ଧି ଆକଳନ କରିଥିଲେ। କିନ୍ତୁ ଏହା ୨୩.୯% ତଳକୁ ଖସିଗଲା। ଅର୍ଥନୈତିକ ସର୍ଭେରେ ସେ ଓ୍ବିକିପିଡ଼ିଆକୁ ଏକ ଉତ୍ସ ଭାବେ ବ୍ୟବହାର କରିଛନ୍ତି। ତୃତୀୟ ତ୍ରୈମାସିକ ସମ୍ବନ୍ଧରେ ଖବର ଭଲ ନାହିଁ। ଅର୍ଥବ୍ୟବସ୍ଥା ହ୍ରାସ ପାଇଥିତ୍ଲାବେଳେ  ବ୍ୟାଙ୍କ୍‌ କ୍ରେଡିଟ୍‌ ୧ରେ ଥିଲା, କିନ୍ତୁ ସମ୍ପ୍ରତି ଏହା ତା’ଠାରୁ କମ୍‌ ରହିଛି। କୋର୍‌ ସେକ୍ଟର (ଷ୍ଟିଲ୍‌, ସିମେଣ୍ଟ୍‌, ବିଦ୍ୟୁତ୍‌, କୋଇଲା, ତୈଳ, ରିଫାଇନିଂ ଆଣ୍ଡ୍‌ ଫର୍ଟିଲାଇଜର) ଅକ୍ଟୋବରରେ ହ୍ରାସ ପାଇଛିି। ଯଦି ଆପଣ ଏହା ଜାଣନ୍ତି ନାହିଁ ତେବେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ  ଏସମ୍ପର୍କରେ ଟୁଇଟ୍‌ କରି ନ ଥିବା ଯୋଗୁ ଜାଣିପାରିନାହାନ୍ତି ବୋଲି ଜାଣନ୍ତୁ। ସେମାନେ ଯଦି କିଛି ଛାଡ଼ିଯାଉଛନ୍ତି ତେବେ ତାହା ଘଟିନି ବୋଲି କୁହାଯାଉଛି।

ସବୁ ତଥ୍ୟ କର୍ପୋରେଟ ସେକ୍ଟରରୁ ଆସିଛି। ସବୁଠୁ ବେଶି ଭାରତୀୟ କାମ କରୁଥିବା ଅଣସଂଗଠିତ ଏବଂ ସ୍ମଲ ସେକ୍ଟରରେ କ’ଣ ଘଟୁଛି ସେ ସମ୍ପର୍କରେ ଆମର କିଛି ଧାରଣା ନ ଥିଲା। ଦୁର୍ବଳ ଓ ଗରିବ ଘରେ ରହି କେବେ ବି କାମ କରିପାରିବେ ନାହିଁ। ସେମାନେ ଆହାର ପାଇଁ ପ୍ରତିଦିନ କଠିନ ପରିଶ୍ରମ କରିବାକୁ ବାଧ୍ୟ। ଆମେ ଜାଣୁ ଯେ, ବିମୁଦ୍ରୀକରଣ ଓ ଜିଏସ୍‌ଟି ଭଳି ଲକ୍‌ଡାଉନ ସ୍ମଲ ସେକ୍ଟରରୁ ଗରିବମାନଙ୍କ କାମ ଛଡାଇନେଇ କର୍ପୋରେଟ ସେକ୍ଟରକୁ ଦେଇଛି।  ଏହି କାରଣରୁ ଷ୍ଟକ୍‌ ମାର୍କେଟ ଏବେ ରେକର୍ଡ ସ୍ତରରେ ରହିଛି। ଅପରପକ୍ଷରେ ଆମ ଦେଶର ରାଜଧାନୀ ଚାଷୀ ଆନ୍ଦୋଳନର ସମ୍ମୁଖୀନ ହେଉଛି। ସେମାନଙ୍କ ଜୀବିକାକୁ ପ୍ରଭାବିତ କରୁଥିତ୍ବା କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସେମାନେ ଚାହାନ୍ତି। ସରକାରଙ୍କ ଏଜେଣ୍ଟ କହିଛନ୍ତି ଯେ, ପ୍ରତିବାଦକାରୀମାନେ ଦେଶଦ୍ରୋହୀ ଏବଂ ବିଚ୍ଛିନ୍ନତାବାଦୀ। ଯେଉଁ ବୁଦ୍ଧିଜୀବୀ, ସଂଖ୍ୟାଲଘୁ, କୃଷକ, ଅସନ୍ତୁଷ୍ଟ ବ୍ୟବସାୟୀମାନେ ସରକାରଙ୍କ ତ୍ରୁଟି ଧରି ଲୋକଲୋଚନକୁ ଆଣୁଛନ୍ତି ସେମାନଙ୍କ ପାଇଁ ଏଭଳି ବାକ୍ୟ ବ୍ୟବହାର କରାଯାଉଛି।

ଲଦାଖ ସୀମାରେ ଚାଇନା ଆମର ଯେଉଁ ଜାଗା ମାଡି ବସିଛି ସେଠାରୁ ପଛକୁ ଫେରିଯିବା ପାଇଁ ମନା କରିଦେଇଛି। ଏଭଳି ପରିସ୍ଥିତିରେ ସେନାକୁ ଶୀତରେ ସେଠାରେ ରହିବାକୁ ପଡିବ। ଯବାନମାନଙ୍କୁ ସ୍ଲିପିଂ ବ୍ୟାଗ ଦିଆଯାଇଥିଲା, କିନ୍ତୁ ଅତିଉଚ୍ଚ ବରଫାଞ୍ଚଳରେ ରହିବା ପାଇଁ ଏହା ଅନୁପଯୁକ୍ତ । ସରକାର ଏହିି ସମସ୍ୟାକୁ ସମାଧାନ କରିବା ଲାଗି ଆଗ୍ରହୀ ନୁହନ୍ତି ଯେଉଁଥିତ୍ପାଇଁ ଯବାନମାନେ  ତାହାକୁ ବ୍ୟବହାର କରିବାକୁ ବାଧ୍ୟ। ପ୍ରଧାନମନ୍ତ୍ରୀ ଟୁଇଟ କରିଥିଲେ ଯେ ସେ ତାଙ୍କ ବନ୍ଧୁ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ ଜନଶନଙ୍କ ସହ ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟ ପ୍ରସଙ୍ଗରେ ବଢିଆ  ଆଲୋଚନା ହୋଇଥିଲା। କିନ୍ତୁ ଭାରତ ସୀମାରୁ ଚାଇନା ସେନା ଫେରିଯିବା  ସମ୍ପର୍କରେ ତାଙ୍କ ବନ୍ଧୁ ଜିନ୍‌ପିଙ୍ଗଙ୍କ ସହ ଆଲୋଚନା କରିବା ପାଇଁ ସେ ସମୟ ପାଇନାହାନ୍ତି। ପୁନଶ୍ଚ ଯଦି ସମସ୍ୟା ବିଷୟରେ ଆଲୋଚନା ହୋଇନାହଁ ବୁଝିବା ଯେ ସେଭଳି ସମସ୍ୟା ନାହିଁ ।

ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ନାଗରରିକତ୍ୱ ସଂଶୋଧନ ଆଇନ ( ସିଏଏ)ର କାର୍ଯ୍ୟକାରିତାକୁ କୋଭିଡ୍‌ ପାଇଁ ବନ୍ଦ ରଖାଯାଇଛି ଏବଂ ମହାମାରୀ ଦୂର ହେଲେ ପୁଣି ଏହାକୁ ଲାଗୁ କରାଯିବ। ଯେଉଁ ଅଣ ମୁସଲମାନମାନେ ଡିସେମ୍ବର ୨୦୧୪ ପୂର୍ବରୁ ଭାରତକୁ ବେଆଇନ ଭାବେ ଆସିଥିଲେ ସେମାନଙ୍କୁ ଭାରତର ନାଗରିକତ୍ୱ ଦେବା ପ୍ରକ୍ରିୟାକୁ କାହିଁକି କୋଭିଡ୍‌ ପ୍ରଭାବିତ କରିବ ତାହା ବୁଝାପଡୁନାହିଁ। ଏହା ଯୋଗୁ ଅନ୍ୟ କୌଣସି ଆଇନ ତ ଅଟକିଯାଇନାହିଁ। ସେମାନଙ୍କ ବିରୋଧରେ ଏକ ଆକ୍ରମଣାମତ୍କ ଅଭିଯାନ  ଚଳାଗଲ। ଏବେ ଭାରତକୁ ସାମ୍ପ୍ରଦାୟିକ ବିଦ୍ୱେଷ  ପଥରୁ ଓହରାଇ ନେବେ କି ନାହିଁ ଅମିତ ଶାହା ଦ୍ୱନ୍ଦ୍ୱରେ ରହିଛନ୍ତି। ଗତ ଦୁଇ ସପ୍ତାହ ଧରି ଆମେରିକାର ସେହି ନେତାମାନଙ୍କ ସହ ଆଲୋଚନା ସେ କରିଛନ୍ତି ଯେଉଁମାନେ ସିଏଏ,ଜାତୀୟ ନାଗରିକ ପଞ୍ଜିକା ଏବଂ କଶ୍ମୀର ଉପରେ ଭାରତର ପଦକ୍ଷେପକୁ ବିରୋଧ କରିଥିଲେ। ସେ ଆଲୋଚନାର ସବିଶେଷ ବିବରଣୀ ଟୁଇଟ କରିଆସୁଛନ୍ତି । କିନ୍ତୁ କହୁ ନାହାନ୍ତି କାହିଁକି ସେମାନଙ୍କ ସହ ଭାରତ ଏଭଳି ଆଲୋଚନା କରୁଥିତ୍ତ୍ଲା ଯେଉଁମାନେ ମୋଦି ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କରୁଥିଲେ। ସମ୍ଭବତଃ ମୋଦିଙ୍କ ବନ୍ଧୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନେତୃତ୍ୱକୁ ଆମେରିକୀୟମାନେ ଅସ୍ବୀକାର କରିବା ଓ ଦୁଇମାସ ମଧ୍ୟରେ ଜଣେ ଡେମୋକ୍ରାଟ୍‌ ଆମେରିକାର ରାଷ୍ଟ୍ରପତି ହେବାକୁ ଲକ୍ଷ୍ୟ କରି ଏଭଳି ଆଲୋଚନା କରାଯାଇଛି । ମୋଦି ସରକାରରେ ଭାରତ ଭୁଲ୍‌ ବାଟରେ ଯାଉଛି ଏବଂ ନିଜ ସଂଖ୍ୟାଲଘୁମାନଙ୍କୁ ଧୋକାଦେବା ଓ ଭୟଭୀତ କରିବା  ଦ୍ୱାରା ନିଜର କ୍ଷତି କରୁଛି  ବୋଲି ଡେମୋର୍କାଟିକ ପାର୍ଟି  ଏ ସମ୍ପର୍କରେ ଚିନ୍ତା ପ୍ରକଟ କରିଆସିଛି। ଆଲୋଚନା ଡେମୋକ୍ରାଟଙ୍କୁ  କେତେ ଶୀଘ୍ର ପ୍ରଭାବିତ କରିପାରୁଛି ତାହା ଦେଖିତ୍ବା।

ଏହି ସମୟରେ ଶାସକଦଳର ଚରିତ୍ରରେ କୌଣସି ପରିବର୍ତ୍ତନ ହେଉନାହିଁ। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଅନ୍ୟତ୍ର ଜଣେ ମୁସଲମାନ ପୁରୁଷ ଜଣେ ହିନ୍ଦୁ ମହିଳାଙ୍କୁ ବିବାହ କଲେ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବକୁ ପଡିବ ବୋଲି ଆଇନ ପାସ୍‌ କରାଯାଇଛି। ହାଇଦ୍ରାବାଦରେ ସ୍ଥାନୀୟ ନିର୍ବାଚନରେ ଭାଜପା ତା’ନିର୍ବଚନ ପ୍ରଚାରରେ କହିଛି ଯେ, ମୁସଲମାନଙ୍କୁ ଗୋଟିଏ ଭୋଟ ଦେବା ମାନେ ଦେଶ ବିରୋଧରେ ଭୋଟଟିଏ ଦେବା । ୧୦ ବର୍ଷ ତଳେ ଏହା ହୁଏତ ଦଙ୍ଗା ସୃଷ୍ଟି କରିଥାନ୍ତା, କିନ୍ତୁ ଏବେ ତାହାକୁ ସାମାନ୍ୟ ଭାବେ ଗ୍ରହଣ କରାଯାଉଛି, କାରଣ ଏହା ସାମ୍ପ୍ରତିକ ପରିସ୍ଥିତିରେ ସାମାନ୍ୟ ହୋଇଯାଇଛି,ଯେଉଁଥିତ୍ପାଇଁ ଏବେ ଆମ ଦେଶରେ ଏଭଳି ଘଟିଚାଲିଛି।

Email:aakar.patel@gmail.com

The post ଚରିତ୍ର ବଦଳୁ ନାହିଁ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...