Skip to main content

Posts

Showing posts from July, 2021

ଅଲିମ୍ପିକ ୧୦୦ମିଟରରେ ଭାଗ ନେଇପାରିବେନି ରିଚାର୍ଡସନ

ୟୁଜେନି(ଓରେଙ୍ଗୋ),୩ା୭(ଏପି)-ଆମେରିକାନ ଚାମ୍ପିୟନ ଶା’କାରି ରିଚାର୍ଡସନ ଅଲିମ୍ପିକ ମହିଳା ୧୦୦ମିଟର ରେସ୍‌ରେ ଭାଗ ନେଇପାରିବେ ନାହିଁ। ଅଲିମ୍ପିକ ଟ୍ରାଏଲ୍ସ ବେଳେ ତାଙ୍କର ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପୁଲରେ ନିଶାଦ୍ରବ୍ୟ ଗଞ୍ଜେଇର ଏକ ରାସାୟନିକ ଠାବ କରାଯାଇଥିଲା। ଜୁନ୍‌ ୧୯ରେ ଅଲିମ୍ପିକ ଟ୍ରାଏଲରେ ସେ ୧୦୦ମିଟର ରେସ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କର ଟାଇମିଂ ୧୦.୮୬ ସେକେଣ୍ଡ ରହିଥିଲା। ମାତ୍ର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କ ଫଳାଫଳ ମୂଲ୍ୟହୀନ ହୋଇ ପଡ଼ିଛି। ତାଙ୍କ ସ୍ଥାନରେ ରେସ୍‌ରେ ୪ର୍ଥ ହୋଇଥିବା ଜିନା ପ୍ରାନ୍ଦିନୀଙ୍କୁ ହୁଏତ ଅଲିମ୍ପିକ ୧୦୦ ମିଟର ରେସ୍‌ରେ ଭାଗ ନେବାର ସୁଯୋଗ ମିଳିପାରେ। ରିଚାର୍ଡସନଙ୍କୁ ୩୦ ଦିନ ସସ୍‌ପେଣ୍ଡ କରାଯାଇଛି। ସେ ହୁଏତ ମହିଳା ରିଲେ ଦୌଡ଼ରେ ଭାଗନେଇ ପାରନ୍ତି। ହେଲେ ୟୁଏସ୍‌ଏ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ୨୧ ବର୍ଷୀୟା ଏହି ସ୍ପ୍ରିଣ୍ଟରଙ୍କ ଅଲିମ୍ପିକ ଟ୍ରାକ୍‌ ମିଟ୍‌ରେ ଶେଳି ଆନ୍‌ ଫ୍ରେଜର ପ୍ରାଇସ୍‌ଙ୍କ ସହ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଥିଲା। ରିଚାର୍ଡସନ ଟୁଇଟ କରି କହିଛନ୍ତି, ଯାହା ହେଲେ ବି ସେ ଜଣେ ମଣିଷ। ତାଙ୍କ ମା’ଙ୍କ ବିୟୋଗରେ ସେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ। ଦୁଃଖ ଭୁଲିଯିବା ଲାଗି ସେ ଗଞ୍ଜେଇ ସେବନ କରିଥିଲେ। The post ଅଲିମ୍ପିକ ୧୦୦ମି...

ବଗ୍‌ରାମ ଛାଡ଼ିଲେ ଆମେରିକା ସୈନ୍ୟ

କାବୁଲ,୩ା୭: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରୁ କିଛି ସମୟ ଧରି ଆମେରକୀୟ ସେନା ପର୍ଯ୍ୟାୟକ୍ରମେ ସ୍ବଦେଶକୁ ଫେରିବାରେ ଲାଗିଛନ୍ତି। ଏହି କ୍ରମରେ ବଗ୍‌ରାମ ବାୟୁସେନା ଘାଟିରୁ ଆମେରିକା ଓ ନାଟୋ ସୈନ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଫଗାନ ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ବଳକୁ ଉକ୍ତ ଏୟାରଫିଲ୍ଡ ସମ୍ପୂଣ୍ଣର୍‌ ରୂପେ ହସ୍ତାନ୍ତର କରାଯାଇଛି। ଏହି ଅଞ୍ଚଳ ୨୦ ବର୍ଷ ଧରି କଠୋରପନ୍ଥୀଙ୍କ ବିରୋଧରେ ଲଢ଼େଇର କେନ୍ଦ୍ରସ୍ଥଳ ରହି ଆସିଥିଲା। ଆମେରିକା ଓ ନାଟୋ ସୈନ୍ୟଙ୍କ ପ୍ରତ୍ୟାହାର ଆଫଗାନିସ୍ତାନରୁ ଖୁବ୍‌ ଶୀଘ୍ର ସମସ୍ତ ବିଦେଶୀ ସୈନ୍ୟ ଫେରିଯିବେ ବୋଲି ଦର୍ଶାଉଛି। କିନ୍ତୁ ରାଜଧାନୀ କାବୁଲର ଉତ୍ତରରେ ଥିବା ଏହି ବିସ୍ତୃତ ସେନା ଘାଟିରୁ ସୈନ୍ୟ ପ୍ରତ୍ୟାହାର ଦେଶର ବିଭିନ୍ନ ପ୍ରାନ୍ତରେ ତାଲିବାନକୁ ଶକ୍ତି ବୃଦ୍ଧି ପାଇଁ ସୁଯୋଗ ଦେଇପାରେ। ୩ ହଜାର ଲୋକଙ୍କ ଜୀବନ ନେଇଥିବା ୯/୧୧ ଓ୍ବାଲର୍‌ଡ ଟ୍ରେଡ୍‌ ସେଣ୍ଟର ଆକ୍ରମଣର ୧୦ ବର୍ଷ ପୂର୍ତ୍ତି (ଆସନ୍ତା ସେପ୍ଟେମ୍ବର ୯) ସୁଦ୍ଧା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପୂର୍ବରୁ ଘୋଷଣା କରିସାରିଛନ୍ତି। ଅଲ୍‌-କାଏଦା ପକ୍ଷରୁ ଏହି ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା। ତାଲିବାନଠାରୁ ସହାୟତା ପାଇ ଅଲ୍‌-କାଏଦା ଆଫଗାନିସ୍ତାନରେ ସକ୍ରିୟ ଥିଲା। ଏହି ଆକ୍ରମଣ ପରେ ଆମେରିକା ନେତୃତ୍ୱାଧୀନ ନାଟୋ ସେନା ଆଫଗାନିସ୍ତାନରେ ...

ନାମ୍ବିଆର ଦୁଇ ଆଥ୍‌ଲେଟ ଅଲିମ୍ପିକ ୪୦୦ମିଟରରୁ ବଞ୍ଚତ୍ତ

କେପ୍‌ଟାଉନ୍‌, ୩ା୭(ଏପି)-ନାମ୍ବିଆର ଦୁଇଜଣ ୧୮ ବର୍ଷୀୟା ଧାବିକାଙ୍କୁ ଟୋକିଓ ଅଲିମ୍ପିକ୍ସ ୪୦୦ ମିଟର ରେସ୍‌ରେ ଭାଗ ନେବାକୁ ଅନୁମତି ମିଳିବ ନାହିଁ। କାରଣ ମେଡିକାଲ ଟେଷ୍ଟ ପରେ ଜଣାପଡ଼ିଥିଲା ଉଭୟଙ୍କ ଶରୀରରେ ପୁରୁଷ ହରମୋନ ସ୍ତର (ଟେଷ୍ଟୋଷ୍ଟେରୋନ ଲେଭଲ) ଅଧିକ ରହିଛି। ଏହି କାରଣରୁ ଦକ୍ଷିଣ ଆଫ୍ରିକାର କାଷ୍ଟର ସିମେନ୍ୟା ପ୍ରତିଯୋଗିତାରେ ଅଂଶଗ୍ରହଣରୁ ବଞ୍ଚତ୍ତ ହୋଇଥିଲେ। ନାମ୍ବିଆ ଅଲିମ୍ପିକ କମିଟିର ସୂଚନା ଅନୁସାରେ ଧାବିକା ଦ୍ୱୟଙ୍କ ନାମ ଖ୍ରିଷ୍ଟିନେ ଏମ୍‌ବୋମା ଓ ବିଟ୍ରିସ୍‌ ମାସିଲିଙ୍ଗି। ୪୦୦ ମିଟର ଦୌଡ଼ରୁ ସେମାନଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ସେମାନେ ବର୍ତ୍ତମାନ ପୂରାମାତ୍ରାରେ ୨୦୦ ମିଟର ରେସ୍‌ରେ ମନୋନିବେଶ କରିବେ। ବିଶ୍ୱ ଆଥ୍‌ଲେଟିକ୍ସ ଟେଷ୍ଟୋଷ୍ଟେରୋନ୍‌ ନିୟମ କେବଳ ୪୦୦ ମିଟର ଓ ୧ ମାଇଲ ମଧ୍ୟରେ ରହିଥିବା ଇଭେଣ୍ଟଗୁଡ଼ିକ ଲାଗି ଉଦ୍ଦିଷ୍ଟ। ଚଳିତବର୍ଷ ପୂର୍ବରୁ ଏହି ଦୁଇ ସ୍ବଳ୍ପ ବୟସ୍କା ବିଶେଷ ପରିଚିତ ନ ଥିଲେ। ବୁଧବାର ପୋଲାଣ୍ଡରେ ଅନୁଷ୍ଠିତ ଏକ ରେସ୍‌ରେ ଏମ୍‌ବୋମା ଆଶ୍ଚର୍ଯ୍ୟଜନକ ୪୮.୫୪ ସେକେଣ୍ଡ ଟାଇମିଂରେ ଜିତିଥିଲେ। ଏହା ଦ୍ୱାରା ସେ ୨୦ ବର୍ଷରୁ କମ୍‌ ୩୦ବର୍ଷର ପୁରୁଣା ବିଶ୍ୱ ରେକର୍ଡକୁ ଭଙ୍ଗ କରିଦେଇଥିଲେ। ମହିଳା ୪୦୦ ମିଟରରେ ଏହା ୭ମ ଦ୍ରୁତତମ ରହିଥିଲା। ଏହାଛଡ଼ା ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ସମସ୍ତ ଇଭେଣ୍ଟରେ ଏହା ସବୁଠାରୁ ଦ୍ରୁତତମ। ଏପ୍ରିଲରେ ଜାମ୍ବିଆରେ ଅନୁଷ୍ଠିତ ...

ବୋପାନ୍ନା-ସାନିଆ ବିଜୟୀ

ଲଣ୍ଡନ, ୩।୬(ପି.ଟି.)-ଅଭିଜ୍ଞ ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡ଼ି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମିକ୍ସଡ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅଲ୍‌ ଇଣ୍ଡିଆନ ପ୍ରଥମ ରାଉଣ୍ଡ ମୁକାବିଲାରେ ବୋପାନ୍ନା-ସାନିଆ ୬-୨, ୭-୬(୫) ସେଟ୍‌ରେ ନିଜ ଦେଶର ରାମକୁମାର ରମାନାଥନ ଓ ଅଙ୍କିତା ରାଇନାଙ୍କୁ ପରାସ୍ତ କରିଛନ୍ତି। ଓପନ ଯୁଗରେ ପ୍ରଥମ ଥର ପାଇଁ ଦୁଇ ଭାରତୀୟ ଯୋଡ଼ି କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ରାମକୁମାରଙ୍କ ପାଇଁ ଏହା ଗ୍ରାଣ୍ଡସ୍ଲାମ ପଦାର୍ପଣ ମ୍ୟାଚ ଥିଲା। ପୂର୍ବରୁ ସେ ୨୧ ଥର ପୁରୁଷ ସିଙ୍ଗଲ୍ସ ମୁଖ୍ୟ ଡ୍ର’ରେ ସ୍ଥାନ ପାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସାନିଆ-ବୋପାନ୍ନା ପ୍ରଥମ ରାଉଣ୍ଡରେ ସହଜରେ ବିଜୟୀ ହୋଇଥିଲେ ହେଁ ଦ୍ୱିତୀୟ ରାଉଣ୍ଡରେ ରାମକୁମାର-ଅଙ୍କିତା କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ମାତ୍ର ଶେଷରେ ଭେଟେରାନ ଯୋଡ଼ିଙ୍କର ବିଜୟ ହୋଇଥିଲା। ତେବେ ସାନିଆଙ୍କ ସର୍ଭିସ ଶଟ୍‌ ସେତେଟା ପ୍ରଭାବୀ ନ ଥିଲା। ପ୍ରକାଶ ଯୋଗ୍ୟ ଯେ, ସାନିଆ ତାଙ୍କ ପାର୍ଟନର ବେଥାନି ମାଟେକ-ସାଣ୍ଡ୍ସଙ୍କୁ ସାଥିକରି ମହିଳା ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମାତ୍ର ରାଇନା ଓ ତାଙ୍କ ଆମେରିକା ପାର୍ଟନର ଲୌରେନ ଡେଭିସ ଆମେରିକା ଯୋଡ଼ି ଆସିଆ ମହମ୍ମଦ ଓ ଜେସିକା ପେଗୁଲାଙ୍କଠାରୁ ହାରି ବିଦାୟ ନେଇଛନ୍ତି। ପୁରୁଷ ଡବଲ୍ସରେ ପ୍ରଥମ ରାଉଣ୍ଡ ମ୍ୟାଚ ହାରି...

ଆଇଏସ୍‌ଆଇର ଡ୍ରୋନ୍‌ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ/ଶ୍ରୀନଗର, ୩।୭: ଜୁନ୍‌ ୨୬-୨୭ ମଧ୍ୟରାତ୍ରିରେ ଜମ୍ମୁସ୍ଥିତ ବାୟୁସେନା ଘାଟିକୁ ପାକିସ୍ତାନୀ ଡ୍ରୋନ୍‌ ଟାର୍ଗେଟ କରିଥିଲା। ଏହି ହାଇସିକ୍ୟୁରିଟି ଜୋନ୍‌ର ଟେକ୍ନିକାଲ ଏରିଆରେ ଲଗାତର ଘଟିଥିବା ଦୁଇଟି ଆର୍‌ଡିଏକ୍ସ ବିସ୍ଫୋରଣ ଯଦିଓ ବିଶେଷ କ୍ଷୟକ୍ଷତି ଘଟାଇ ପାରିନାହିଁ, ତଥାପି ଭାରତର ଚିନ୍ତା ବଢ଼ାଇଦେଇଛି। କାରଣ ଏହା ପରେ ଉପତ୍ୟକାରେ ୬ ଦିନ ମଧ୍ୟରେ ୧୩ ଥର ଡ୍ରୋନ୍‌ ଦେଖିବାକୁ ମିଳିଲାଣି, ଯାହାକି ଦେଶର ଜାତୀୟ ସୁରକ୍ଷା ପ୍ରତି ଆସନ୍ନ ଏକ ବଡ଼ ବିପଦର ସଙ୍କେତ ଦେଉଛି। କେବଳ ଏତିକି ନୁହେଁ, ଏହି ଆକ୍ରମଣ ଦିନ ଇସ୍‌ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଅଫିସ ଉପରେ ମଧ୍ୟ ପାକିସ୍ତାନୀ ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ଯେଉଁ ଅଞ୍ଚଳରେ ଭାରତୀୟ ହାଇକମିଶନଙ୍କ ଅଫିସ ଅବସ୍ଥିତ ସୁରକ୍ଷା ଦୃଷ୍ଟିରୁ ତାହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ। ସମ୍ପୃକ୍ତ ଅଞ୍ଚଳରେ ଅନେକ ଦେଶର ଦୂତାବାସ ରହିଥିବାରୁ ପାକିସ୍ତାନ ସରକାର ଓ ସେନାର ବିନା ଅନୁମତିରେ ପକ୍ଷୀ ମଧ୍ୟ ଉଡ଼ିପାରିବ ନାହିଁ। ତେଣୁ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ଉପରେ ଡ୍ରୋନ୍‌ ଉଡ଼ାଣ ପଛରେ ସେଠାକାର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ହାତ ଥିବା ସନ୍ଦେହ କରାଯାଉଛି। ଏହାକୁ ପାକିସ୍ତାନର ଏକ ବଡ଼ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କୁହାଯାଉଛି। ଉଚ୍ଚାୟୁକ୍ତଙ୍କ ଅଫିସ ଉପରେ ଡ୍ରୋନ୍‌ ଚକ୍କର କାଟିବା ଘଟଣ...

ଟୋକିଓ ଅଲିମ୍ପିକ୍ସ : ଭାରତୀୟ ପତାକାଧାରୀ ଦୌଡ଼ରେ ସିନ୍ଧୁ, ପୁନିଆ

ନୂଆଦିଲ୍ଲୀ, ୩ା୭-ଟୋକିଓ ଅଲିମ୍ପିକ୍ସ କ୍ରମେ ପାଖେଇ ଆସିଥିବାବେଳେ ଉଦ୍‌ଘାଟନୀ ସମାରୋହରେ କେଉଁ ଆଥ୍‌ଲେଟ ଭାରତୀୟ ପତାକାଧାରୀ ହେବେ ତାହାକୁ ନେଇ ଉତ୍ସାହ ବଢ଼ିଛି। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଜୁଲାଇ ୫ରେ ପତାକାଧାରୀଙ୍କ ନାମ ଘୋଷଣା କରିବା ସମ୍ଭାବନା ରହିଛି। ଏହା ମଧ୍ୟରେ କିଛି ଆଥ୍‌ଲେଟଙ୍କ ନାମ ଶର୍ଟଲିଷ୍ଟ ହୋଇଥିବା ଜଣା ଯାଇଛି। ସେମାନଙ୍କ ମଧ୍ୟରେ ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ତାରକା ପି.ଭି. ସିନ୍ଧୁ ଏବଂ ରେସଲର ବଜରଙ୍ଗ ପୁନିଆ ଆଗରେ ରହିଥିବା ସୂଚନା ମିଳିଛି। ତେବେ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇନାହିଁ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଓ ଆଇଓଏ ମଧ୍ୟରେ ଆଲୋଚନା ଚାଲିଛି। ଏଥିପାଇଁ ହକ୍‌ଦାର ଆଥ୍‌ଲେଟଙ୍କୁ ସୁଯୋଗ ଦିଆଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି। The post ଟୋକିଓ ଅଲିମ୍ପିକ୍ସ : ଭାରତୀୟ ପତାକାଧାରୀ ଦୌଡ଼ରେ ସିନ୍ଧୁ, ପୁନିଆ appeared first on Dharitri Odia News .

ବାଦ୍‌ ପଡ଼ିବ ୩ ହଜାର ଏଫ୍‌ପିଏସ୍‌ କାଉଣ୍ଟର

ଭୁବନେଶ୍ୱର,୩ା୭(ବ୍ୟୁରୋ): ଶ୍ରମିକମାନେ କାମଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସେହି ଲୋକମାନେ କିପରି ଅନ୍ୟ ରାଜ୍ୟରେ ନିଜର ରାଶନ ପାଇପାରିବେ ସେନେଇ କେନ୍ଦ୍ର ସରକାର ‘ୱାନ୍‌ ନେଶନ ୱାନ୍‌ ରାଶନ’ ବ୍ୟବସ୍ଥା କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଥିଲେ। ୨୦୧୯ରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଉନାହିଁ। ହାତଗଣତି କେତୋଟି ରାଜ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ତାହା ଗରିବ ଲୋକଙ୍କୁ ରାଶନ ଯୋଗାଇବାରେ ସହାୟକ ହେଉନାହିଁ। ଫଳରେ କରୋନା ମହାମାରୀ ପାଇଁ ଜୀବିକା ହରାଇଥିବା ଲୋକମାନେ ଅନ୍ୟ ରାଜ୍ୟରେ କିମ୍ବା ନିଜ ରାଜ୍ୟର ଅନ୍ୟ ଜିଲାରେ ରାଶନ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଜୁଲାଇ ୩୧ ସୁଦ୍ଧା ସମସ୍ତ ରାଜ୍ୟ ୱାନ୍‌ ନେଶନ, ୱାନ୍‌ ରାଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ତାଗିଦ୍‌ ପରେ ରାଜ୍ୟ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ କୌଣସି ଜିଲାରେ ୱାନ୍‌ ନେଶନ ୱାନ୍‌ ରାଶନ ବ୍ୟବସ୍ଥା ଆରମ୍ଭ କରାଯାଇ ନାହିଁ। ୨୦୧୯ ସେପ୍ଟେମ୍ବରରୁ ବିଏମ୍‌ସି ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଭାବେ ଏହାକୁ ଆରମ୍ଭ କରାଯାଇଥିଲା। ୯୦...

ବେଜୋସ୍‌ଙ୍କ ପୂର୍ବରୁ ମହାକାଶ ଯିବେ ବ୍ରାନ୍‌ସନ

ବ୍ଲୁ ଅରିଜିନ୍‌ ତଥା ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଜୁଲାଇ ୨୦ରେ ମହାକାଶ ଯାତ୍ରା ପାଇଁ ଯୋଜନା କରିଥିବାବେଳେ ଏହା ପୂର୍ବରୁ ଅନ୍ୟ ଜଣେ ଅରବପତି ଉଦ୍ୟୋଗୀ ରିଚାର୍ଡ ବ୍ରାନ୍‌ସନ ଭିର୍ଜିନ୍‌ ଗାଲାକ୍ଟିକ୍‌ ହୋଲ୍ଡିଂସ୍‌ ଆଇଏନ୍‌ଏସ୍‌ର (ଏସ୍‌ପିସିଇ.ଏନ୍‌)ର ପରୀକ୍ଷାମୂଳକ ଉଡ଼ାଣରେ ମହାକାଶ ଯିବାକୁ ବାହାରିଛନ୍ତି। ବ୍ରାନ୍‌ସନ ଆସନ୍ତା ୧୧ ତାରିଖରେ ମହାକାଶ ଯିବା ନେଇ ତାଙ୍କ ସ୍ପେସ୍‌ ଟ୍ୟୁରିଜମ୍‌ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଘରୋଇ ବ୍ୟବସାୟିକ ମହାକାଶ ଭ୍ରମଣର ନୂଆ ଯୁଗରେ ବ୍ରାନ୍‌ସନଙ୍କ ଭିର୍ଜିନ କମ୍ପାନୀର ଭିଏସ୍‌ଏସ୍‌ ୟୁନିଟ ସ୍ପେସ୍‌ପ୍ଲେନ୍‌ ଏକ ବଡ଼ ସଫଳତା ହେବାକ୍ଯଯ ଆସନ୍ତା ୨୦ରେ ବେଜୋସ୍‌ଙ୍କ ସହ ତାଙ୍କ ଭାଇ ମାର୍କ ଓ ୮୨ ବର୍ଷୀୟା ମହିଳା ପାଇଲଟ ଓ୍ବାଲି ଫଙ୍କ୍‌ ମହାକାଶ ଯିବେ। The post ବେଜୋସ୍‌ଙ୍କ ପୂର୍ବରୁ ମହାକାଶ ଯିବେ ବ୍ରାନ୍‌ସନ appeared first on Dharitri Odia News .

ୟାମି ଗୌତମଙ୍କୁ ଇଡି ସମନ

ବିଦେଶୀ ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ସମ୍ପୃକ୍ତ ଅଭିନେତ୍ରୀ ୟାମି ଗୌତମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସମନ ଜାରି କରାଯାଇଛି। ଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବା ଲାଗି ଏହି ‘ଭିକି ଡୋନର’ ଅଭିନେତ୍ରୀଙ୍କୁ କୁହାଯାଇଛି। ନିକଟରେ ଚଳଚ୍ଚିତ୍ର ପ୍ରଯୋଜକ ଆଦିତ୍ୟ ଧର୍‌ଙ୍କୁ ବିବାହ କରିଥିବା ୟାମି ଫେମା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଇଡିର ଜୋନ୍‌ ୨ ଏହି ମାମଲାର ତଦନ୍ତ କରୁଛି। ଅଭିଯୋଗ ଅନୁଯାୟୀ ୟାମିଙ୍କ ଘରୋଇ ବ୍ୟାଙ୍କ ଆକାଉଣ୍ଟରୁ ବିଦେଶକୁ ଅର୍ଥ ଟ୍ରାନ୍ସଫର କରାଯାଇଥିଲା। ଏ ସମ୍ପର୍କରେ ସେ କର୍ତ୍ତୃପକ୍ଷଙ୍କୁ ଜଣାଇ ନ ଥିଲେ। The post ୟାମି ଗୌତମଙ୍କୁ ଇଡି ସମନ appeared first on Dharitri Odia News .

ଗଞ୍ଜାମ ଜିଲାରେ ଦିଆଯିବ କୋଭାକ୍ସିନ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଚଳିତ ମାସରୁ ଗଞ୍ଜାମ ଜିଲାରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭାକ୍ସିନ ଟିକା ଦିଆଯିବ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର ଗଞ୍ଜାମ ଜିଲାପାଳ, ବ୍ରହ୍ମପୁର ମହାନଗର ନିଗମ କମିଶନର ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ଯେଉଁମାନେ ପ୍ରଥମ ଡୋଜ୍‌ ଟିକା ନେଇନାହାନ୍ତି ସେମାନଙ୍କୁ କୋଭାକ୍ସିନ ଦିଆଯିବ। ଯେଉଁମାନେ କୋଭିସିଲ୍ଡ ପ୍ରଥମ ଡୋଜ ଟିକା ନେଇଛନ୍ତି ସେମାନଙ୍କୁ କୋଭିସିଲ୍ଡ ଯୋଗାଇ ଦିଆଯିବ। ଦ୍ୱିତୀୟ ଡୋଜ କୋଭିସିଲ୍ଡ ଟିକା କେତେ ଆବଶ୍ୟକ ତାହା ପୂର୍ବରୁ ରାଜ୍ୟ ସରକାରଙ୍କୁ ଜଣାଇବା ପାଇଁ ଜିଲା ପ୍ରଶାସନକୁ କୁହାଯାଇଛି। ଯେଉଁମାନେ କୋଭିସିଲ୍ଡର ପ୍ରଥମ ଡୋଜ ନେଇଛନ୍ତି ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଦ୍ୱିତୀୟ ଡୋଜ କୋଭିସିଲ୍ଡ ଟିକାକରଣ କରିବାକୁ ପରାମର୍ଶ ଦିଆଯାଇଛି। ତେବେ କୌଣସି ପରିସ୍ଥିତିରେ କୋଭାକ୍ସିନ ଓ କୋଭିସିଲ୍ଡକୁ ଅଦଳବଦଳ କରି ନ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। କୋଭାକ୍ସିନ ଟିକାକରଣ କରିବା ପୂର୍ବରୁ ସ୍ବାସ୍ଥ୍ୟ କର୍ମୀମାନଙ୍କ ଏକ ତାଲିମ କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି। The post ଗଞ୍ଜାମ ଜିଲାରେ ଦିଆଯିବ କୋଭାକ୍ସିନ appeared first on Dharitri Odia News .

କୁଷ୍ଠ ଯନ୍ତ୍ରଣାରେ କଲବଲ କାଳିଆ

ଢେଙ୍କାନାଳ ଅଫିସ, ୩।୭ ଚିକିତ୍ସା ବିଜ୍ଞାନର ଚମତ୍କାରିତା ପରେ କୁଷ୍ଠ ଆଉ ଦୁରାରୋଗ୍ୟ ବ୍ୟାଧି ହୋଇ ରହିନାହିଁ। କୁଷ୍ଠରୋଗୀଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାକୁ ସରକାର ଅଜସ୍ର ଅର୍ଥ ବ୍ୟୟ କରୁଛନ୍ତି। ଆକ୍ରାନ୍ତଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ନିଃଶୁଳ୍ପ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ତଥାପି ରୋଗୀ ଘୃଣାର ଶିକାର ହେଉଛନ୍ତି। ବ୍ୟାପକ ସଚେତନତା ସତ୍ତ୍ୱେ ସେମାନଙ୍କ ପ୍ରତି ରହିଥିବା ମାନସିକତା ବଦଳୁନାହିଁ। ସାମାଜିକ ବାସନ୍ଦ, ଦାରିଦ୍ର୍ୟର ତାଡ଼ନାର ଶିକାର ହୋଇ ସେମାନେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ଗଁଦିଆ ଥାନା ଦେଓଗଁା ପଂଚାୟତ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ। କୁଷ୍ଠ ରୋଗରେ ଆକ୍ରାନ୍ତ କାଳିଆ ବେହେରା ନାମକ ଜଣେ ଦିବ୍ୟାଙ୍ଗ ଯୁବକ ସାମାଜିକ ବାସନ୍ଦର ଶିକାର ହେବା ପରେ ଘଞ୍ଚ ଜଙ୍ଗଲରେ ବୃଦ୍ଧ ବାପାଙ୍କ ସହ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ବାପାଙ୍କୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତାରେ ଦୁଇପ୍ରାଣୀ ବଡ଼ କଷ୍ଟରେ ଚଳୁଥିବାବେଳେ ପ୍ରଶାସନ କାନରେ କାଳିଆଙ୍କ ଯନ୍ତ୍ରଣାର ଚିତ୍କାର ବାଜୁ ନ ଥିବା ଅଭିଯୋଗ ହୋଇଛି। ମହୁଲଖୋଳି ଗ୍ରାମଠାରୁ ୨ କିମି ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଝାଟିମାଟିର ଏକ କୁଡ଼ିଆ। ସେହି କୁଡ଼ିଆରେ ଜୀବନମରଣ ସହିତ ସଂଘର୍ଷ କରୁଛନ୍ତି କୁଷ୍ଠ ରୋଗରେ ଆକ୍ରାନ୍ତ ୩୬ ବର୍ଷୀୟ କାଳିଆ ଏବଂ ତାଙ୍କ ୬୫ ବର୍ଷୀୟ ବୃଦ୍...

ସମିତି ବଢ଼ାଉଛି ବିହନ ସମସ୍ୟା

ପାଲଲହଡ଼ା,୩ା୭ ଚାଷ ପାଇଁ ସଜବାଜ ହେଉଥିବା ଚାଷୀ ପାଇବେ ଧାନ ବିହନ। ଚଳିତବର୍ଷ ଏଥିପାଇଁ ଆଗୁଆ ବ୍ୟବସ୍ଥା କରାଯାଇଛି। ଗୋଟିଏ ପରିବର୍ତ୍ତେ ଦୁଇଟି ଗୋଦାମରୁ ଯୋଗାଣ ହୋଇଛି। ଅତୀତର ତ୍ରୁଟି ଆଉ ଦୋହରାଯିବ ନାହିଁ ବୋଲି ଅନୁଗୋଳ ଜିଲା କୃଷି ବିଭାଗ କହୁଥିବା ବେଳେ ପାଲଲହଡ଼ା ଉପଖଣ୍ଡରେ ବିହନ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଛି। ଫଳରେ ଏଠାକାର ଚାଷୀ ଅଣପଞ୍ଜୀକୃତ ବ୍ୟବସାୟିକ ସଂସ୍ଥାଠାରୁ ଚଢ଼ା ଦରରେ ଧାନ ବିହନ କିଣିବାକୁ ବାଧ୍ୟ ହେଉଛନ୍ତି। ବ୍ଲକରେ ଥିବା ୧୧ଟି କୃଷି ସମବାୟ ସମିତି ପ୍ରକୃତ ଆବଶ୍ୟକତା ସମ୍ପର୍କରେ ନ ବୁଝି ଚାହିଦାର ମାତ୍ର ୨୫ ପ୍ରତିଶତ ବିହନ ଆଣିଥିବାରୁ ସମସ୍ୟା ବଢ଼ିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପାଲଲହଡ଼ା ଉପଖଣ୍ଡ ଏକ କୃଷି ବହୁଳ ଅଞ୍ଚଳ। ପରିବା, କଦଳୀ, ତରଭୁତ ଚାଷ ଉପରେ ଏଠାକାର ଚାଷୀ ଜୋର୍‌ ଦେଉଥିଲେ ମଧ୍ୟ ପ୍ରମୁଖ ସ୍ଥାନରେ ରହିଛି ଧାନ। ଉପଖଣ୍ଡର ପ୍ରାୟ ୧୦ ହଜାର ୫୧୦ ହେକ୍ଟର ଜମିରେ ଚଳିତବର୍ଷ ଧାନ ଚାଷ ହେବ। ଏଥିପାଇଁ ୪ ହଜାର ୫୦୦ କୁଇଣ୍ଟାଲ ବିହନ ଚାଷୀଙ୍କ ନିକଟରେ ପହଞ୍ଚିବା କଥା। କିନ୍ତୁ ଉପଖଣ୍ଡରେ ଥିବା ୧୧ଟି ସମବାୟ ସମିତି ଚଳିତ ବର୍ଷ ମାତ୍ର ୧୧୨୦ କୁଇଣ୍ଟାଲ ଧାନ ବିହନ ବିକ୍ରି ପାଇଁ ଆଣିଥିବା ବେଳେ ବେସରକାରୀ ଭାବେ ଜଣେ ମାତ୍ର ବ୍ୟବସାୟୀ ୫୧.୫୦ କୁଇଣ୍ଟାଲ ବିହନ ଆଣିଛନ୍ତି। ସେହିପରି ବ୍ଲକ କୃଷି ବିଭାଗ ପକ୍ଷରୁ ବିହନ ପ୍ରସ୍ତୁତ ନିମନ୍ତେ ପାଖାପାଖି ୧୨୦ କୁଇଣ୍ଟାଲ ଯୋଗାଇ ...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୫ ଜୀବନ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ ଶନିବାର ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌। ଶନିବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୫ ଜଣଙ୍କ ପ୍ରାଣହାନୀ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪,୦୧୫୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। The post ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୫ ଜୀବନ appeared first on Dharitri Odia News .

ବୈବାହିକ ଜୀବନରେ ସଫଳ ହୋଇ ନଥିଲେ ହିମେଶ: ପୁଅ ଥାଇବି ପ୍ରଥମ ସ୍ତ୍ରୀଙ୍କୁ ଦେଇଥିଲେ ଛାଡ଼ପତ୍ର

ବଲିଉଡ୍‌ ଗାୟକ ହିମେଶ ରେଶ୍‌ମିଆ ଅନେକ ହିଟ୍‌ ଗୀତ ଗାଇଛନ୍ତି। ତାଙ୍କ ଗୀତ ପ୍ରାୟ ହିଟ୍‌ ହୋଇଥାଏ। ତେବେ ସେ କେବେ ଗାୟକ ହେବାକୁ ଚାହୁଁ ନ ଥିଲେ। କେବଳ ତାଙ୍କ ବାପା ଭିପିନ ରେଶ୍‌ମିଆଙ୍କ ଇଚ୍ଛା ପୂରଣ କରିବା ପାଇଁ ସେ ବଡ଼ ଗାୟକ ହୋଇଛନ୍ତି। ସେ ବିଳାସପୂର୍ଣ୍ଣ ଜୀବନଶୈଳୀ ବଞ୍ଚିବାକୁ ଅଧିକ ପସନ୍ଦ କରନ୍ତି । ହିମେଶ ଇଣ୍ଡିଆନ ଆଇଡଲ ସିଜିନ୍‌ ୧୨ ରେ ବିଚାରପତି ଭାବରେ ପ୍ରାୟ ୨.୫ ଲକ୍ଷ ଟଙ୍କା ଚାର୍ଜ କରନ୍ତି । ଏହା ସହିତ ହିମେଶ ମଧ୍ୟ ବ୍ୟକ୍ତିଗତ କଥା ଆଲୋଚନା କରିଛନ୍ତି। ତାଙ୍କ କ୍ୟାରିୟର ଯେତିକି ଉଚ୍ଚତାକୁ ଛୁଇଁଛି ତାଙ୍କ ବୈବାହିକ ଜୀବନ ନୁହେଁ। ବର୍ତ୍ତମାନ ହିମେଶ ତାଙ୍କର ଦ୍ୱିତୀୟ ପତ୍ନୀ ସୋନିଆ କପୁରଙ୍କ ସହ ରହୁଥିବା ବେଳେ ପ୍ରଥମ ସ୍ତ୍ରୀ ଥିଲେ କୋମଲ। ଯାହାଙ୍କ ସହ ସେ ୨୨ ବର୍ଷ ରହିିଥିଲେ। ପରେ ୨୦୧୭ରେ ସେ କୋମଲଙ୍କୁ ଛାଡପତ୍ର ଦେଇଥିଲେ। ସେମାନଙ୍କ ଛାଡପତ୍ର ଖବର ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଥିଲା। ହିମେଶ ଏବଂ କୋମଲଙ୍କର ମଧ୍ୟ ସ୍ବୟଂନାମକ ଏକ ପୁଅ ଅଛି। ପରେ ୨୦୧୮ରେ ହିମେଶ ସୋନିଆ କପୁରଙ୍କୁ ବିବାହ କରିଥିଲେ। ସୋନିଆ ଜଣେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ। ସେ ଅନେକ ସିରିଏଲରେ ଅଭିନୟ କରିଛନ୍ତି। ବର୍ତ୍ତମାନ ମୁମ୍ବାଇରେ ହିମେଶଙ୍କର ଏକ ବିଳାସପୂର୍ଣ୍ଣ ଫ୍ଲାଟ ଅଛି ଯେଉଁଥିରେ ସେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ସୋନିଆ କପୁରଙ୍କ ସହିତ ରୁହନ୍ତି । The post ବୈବାହିକ ଜୀବନରେ ସଫଳ ହୋଇ ନଥିଲେ ହିମେଶ: ପୁଅ ଥ...

ଏଇ ଭାରତରେ

କୋଭିଡ୍‌ ମହାମାରୀରେ ସବୁଠୁ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସଂକ୍ରମିତ ଗର୍ଭବତୀମାନେ। ଏହି ସମୟରେ ସନ୍ତାନ ପ୍ରସବ କରିବା ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ତେବେ ସନ୍ତାନ ପ୍ରସବ କରାଇବାରେ ଶ୍ରୀନଗରର ଜେଏଲ୍‌ଏନ୍‌ଏମ୍‌ ହସ୍ପିଟାଲର ସୁଗୁପ୍ତା ଆରା ନିଜର ସାହସ, ଧୈର୍ଯ୍ୟ ଓ କର୍ତ୍ତବ୍ୟନିଷ୍ଠାର ପରିଚୟ ଦେଇଛନ୍ତି। ସେ ୧୦୦ କୋଭିଡ୍‌ ସଂକ୍ରମିତ ମା’ଓ ସେମାନଙ୍କ ଶିଶୁମାନଙ୍କ ଯନତ୍ ନେଇପାରିଛନ୍ତି। ଏମିତି ହୋଇଥିଲା ଯେ, ଶିଶୁକୁ ସୁରକ୍ଷିତ ପ୍ରସବ କରାଇବା ତଥା କୋଭିଡ୍‌ମୁକ୍ତ ରଖିତ୍ତ୍ବା ଲାଗି ସେ ପିପିଇ କିଟ୍‌ ପିନ୍ଧିବାକୁ ମଧ୍ୟ ସମୟ ପାଇ ନ ଥିଲେ। ତାଙ୍କ ପରିବାର କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିଲେ ମଧ୍ୟ ସୁଗୁପ୍ତା ଦିନଟିଏ ଛୁଟି ନେଇନାହାନ୍ତି। ଦୁଇଟି ସନ୍ତାନର ମା’ ସୁଗୁପ୍ତା ସେମାନଙ୍କ ଯନତ୍ ନେବା ସହ କୋଭିଡ୍‌ ସଂକ୍ରମିତ ମା’ ଓ ନବଜାତକମାନଙ୍କ ସେବାରେ କେବେ ବି ଅବହେଳା କରିନାହାନ୍ତି। The post ଏଇ ଭାରତରେ appeared first on Dharitri Odia News .

ରାଜ୍ୟରେ କମିଲା ସଂକ୍ରମଣ:ଗତ ୨୪ଘଣ୍ଟାରେ ୩ହଜାର ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ୩ହଜାରରୁ ଉପରେ ରହୁଥିଲା। ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ତେବେ ଶୁକ୍ରବାର ରାଜ୍ୟରେ ୩,୨୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨,୯୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧,୬୭୭ଜଣ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୧,୨୪୦ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୫୪୯ ଓ କଟକରୁୁ ୪୨୨ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୮୬, ବାଲେଶ୍ୱର ୨୩୭, ବରଗଡ଼ ୨୨, ଭଦ୍ରକ ୧୬୩, ବଲାଙ୍ଗୀର ୭, ବୌଦ୍ଧ ୧୯, ଦେବଗଡ଼ ୫, ଢ଼େଙ୍କାନାଳ ୭୭, ଗଜପତି ୬, ଗଞ୍ଜାମ ୨୧, ଜଗତସିଂହପୁର ୧୧୯, ଯାଜପୁର ୨୧୮, ଝାରସୁଗୁଡ଼ା ୮, କଳାହାଣ୍ଡି ୨୧, କନ୍ଧମାଳ ୧୩, କେନ୍ଦ୍ରାପଡ଼ା ୭୯, କେନ୍ଦୁଝର ୭୫, କୋରାପୁଟ ୫୫, ମାଲକାନଗିରି ୫୯, ମୟୁରଭଞ୍ଜ ୧୬୫, ନବରଙ୍ଗପୁର ୧୯, ନୟାଗଡ଼ ୯୬, ନୂଆପଡ଼ା ୮, ପୁରୀ ୧୩୨, ରାୟଗଡ଼ା ୫୩, ସମ୍ବଲପୁର ୨୨, ସୁବର୍ଣ୍ଣପୁର ୧୨, ସୁନ୍ଦରଗଡ଼ ୪୮ ଓ ଷ୍ଟେଟ ପୁଲରୁ ୧୦୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍...

ଶିକ୍ଷା ଓ ବିଦ୍ୟା

ଇଂ. ମୁରଲୀଧର ହୋତା ଆମର ପ୍ରଚଳିତ ଧାରଣାରେ ଶିକ୍ଷା, ସାକ୍ଷରତାରୁ ଆରମ୍ଭ କରି ବୈଷୟିକ ପାଠ୍ୟକ୍ରମରେ ସିଦ୍ଧି, କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସାଫଲ୍ୟ ଅଥବା ଜୀବିକା ନିର୍ବାହ ତଥା ସମୃଦ୍ଧି ପ୍ରାପ୍ତିପାଇଁ ଅନ୍ୟ କୌଣସି ବୃତ୍ତିରେ ତାଲିମ ପ୍ରାପ୍ତି। ଏହିଥିରୁ ଯେକୌଣସି ଗୋଟିଏ ବା ଏକାଧିକ ବିଭାଗରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିଟି ଶିକ୍ଷିତ ପଦବାଚ୍ୟ। ଶିକ୍ଷାର ଉପରୋକ୍ତ ଅର୍ଥରେ ଆମ ଦେଶରେ ଶିକ୍ଷିତ ସଂଖ୍ୟାରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି। ମାତ୍ର ଏହାଦ୍ୱାରା ଆମର ସାମାଜିକ ନିରାପତ୍ତା, ନୀତି-ନୈତିକତା, ପରାର୍ଥଭାବ, ଭ୍ରାତୃଭାବ, ଜାତୀୟ-ସଂହତି ସର୍ବୋପରି ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ ସେଭଳି କିଛି ଉନ୍ନତିର ଲକ୍ଷଣ ଦେଖିବାକୁ ମିଳୁନାହିଁ ବରଂ ଏହା ସମାଜରେ ଏକ ନୈରାଶ୍ୟଜନକ ସ୍ଥିତି ସୃଷ୍ଟି କରୁଛି। ଅଶାନ୍ତିର ବାତାବରଣ ଭିତରେ ପ୍ରାୟ ସମସ୍ତେ ଅଳ୍ପ ବହୁତେ ଅଣନିଃଶ୍ୱାସୀ ହେବାରେ ଲାଗିଛନ୍ତି। ଆଜି ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନେ ଏକପ୍ରକାର ଶିଳ୍ପରେ ପରିଣତ ହୋଇଛନ୍ତି। ଏହି ଶିଳ୍ପ, ଶିକ୍ଷିତ ନାମରେ ଯାହା ଉପତ୍ାଦନ କରୁଛି, ତାହା ପ୍ରାୟତଃ ଏକ ବୈଚିତ୍ର୍ୟହୀନ ପ୍ରାଣୀ (ଷ୍ଟେରିଓଟାଇପ୍‌)। ସେ ପ୍ରାଣୀର ଆଭିମୁଖ୍ୟ ହେଲା ପ୍ରତିଯୋଗିତାରେ ସାମିଲ ହେବା ଏବଂ ସୁଖର ମରୀଚିକା ପଛରେ ଧାବମାନ ହେବା। ଏଠାରେ ମନେପଡ଼ିଯାଏ ବିଖ୍ୟାତ ଲେଖକ ଟଲଷ୍ଟୟଙ୍କର ଏକ କାହାଣୀ- ‘କେତେ ଜାଗା ଜଣକର ଲୋଡ଼ା’ ଅଥବା ତା...

ଦେଶର ଅର୍ଥନୀତି ତଳକୁ ତଳକୁ

କିଶୋର ଜେନା ଦେଶର ଅର୍ଥନୀତି ତଳକୁ ତଳକୁ ଯାଉଛି, ଆଉ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ସଂସ୍କାରର ଗଳ୍ପ ଶୁଣାଉଛନ୍ତି। ସଂସ୍କାର ନୀତି ସମ୍ପର୍କରେ ତାଙ୍କର ଦାବି, କୋଭିଡ୍‌ ମହାମାରୀ ସମୟରେ ଏହି ଉଦ୍ୟମ ଆସ୍ଥା ଓ ଉତ୍ସାହ ସୃଷ୍ଟିରେ ସହାୟକ ହେବ। ଏହି ସଂସ୍କାର ପ୍ରକ୍ରିୟାରେ ସେ ଅଂଶୀଦାର ଭାବେ ରାଜ୍ୟଗୁଡ଼ିକୁ ନେଇଛନ୍ତି। ତାଙ୍କ ଭାଷାରେ କେନ୍ଦ୍ର ଓ ରାଜ୍ୟର ଭାଗୀଦାରି। ଏହାଫଳରେ ଦେଶର ନଇଁପଡ଼ିଥିବା ଅର୍ଥନୀତିର ଅବସ୍ଥା ଫେରିପାଇଛି ବା ଫେରିପାଇବ କି ନାହିଁ, ଏଭଳି ଆଶା ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଜାଗ୍ରତ କରିପାରିନାହାନ୍ତି। ତେବେ ବେଶ୍‌ ମନଭୁଲାଣିଆ କଥା ଶୁଣେଇଛନ୍ତି ଏବଂ ଚାରି ସଂସ୍କାରନୀତି କଥା ମଧ୍ୟ କହିଛନ୍ତି। ୨୨ଜୁନ୍‌ରେ ସାମାଜିକ ଗଣମାଧ୍ୟମ ‘ଲିଙ୍କ୍‌ ଉଇନ’ରେ ଦେଶର ଅର୍ଥନୀତି ଓ ଏହାର ସଂସ୍କାର ସମ୍ପର୍କରେ ଦୀର୍ଘ ପୋଷ୍ଟ କରିଛନ୍ତି। ଏଥିରେ ସେ ଦାବି କରିଛନ୍ତି ”କୋଭିଡ୍‌ ମହାମାରୀ ସମୟରେ ଏକ ନୂଆ ଧରଣର ଅର୍ଥନୈତିକ ସିଦ୍ଧାନ୍ତ ନିଆଯାଇଛି ପରିସ୍ଥିତିର ମୁକାବିଲା ପାଇଁ। କେତେବେଳେ ସେହି ସମାନ ଧରଣର ଢାଞ୍ଚା ଅନୁସରଣ କରାଯାଇ ନାହିଁ। ଏଭଳି ନୁହେଁ ଯେ ‘ସମସ୍ତଙ୍କ ପାଇଁ ସମାନ ସାଇଜ ଲାଗିବ।’ ମହାମାରୀ ସମୟରେ ସମଗ୍ର ବିଶ୍ୱର ଅର୍ଥନୀତି ଯେତେବେଳେ ସଙ୍କଟରେ ସେତେବେଳେ ଆମ ଦେଶର ରାଜ୍ୟଗୁଡ଼ିକ ଅନେକ ବେଶି ଅର୍ଥ ଯୋଗାଡ଼ କରିବାରେ ସକ୍ଷମ ହେବା ଏକ ବିରଳ ଦୃଷ୍ଟାନ୍ତ। ଅତିରିକ୍ତ ୧.୦୬ ଲକ୍ଷ କୋଟି ଟ...

ସଞ୍ଚାର ଭବନରେ ନିରାଶା

ସଞ୍ଚାର ଭବନରେ ଜଟିଳ ପରିସ୍ଥିତିରେ କାର୍ଯ୍ୟ ସମ୍ପାଦନ କରିବାକୁ କେହି ରାଜି ନ ଥିତ୍ବା ଭଳି ଜଣାପଡ଼ୁଛି। ଏବେ ସେଠାରେ ବିଭିନ୍ନ ବିଭାଗରେ ବାବୁମାନଙ୍କ ସଂଖ୍ୟା ପୂର୍ବଭଳି ରହିଛି। କିନ୍ତୁ ଭିତିରିଆ ଭାବେ ନୀତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ଲାଗି କାର୍ଯ୍ୟ ଜାରି ରହିଥିଲା ବୋଲି ସଞ୍ଚାର ଭବନରେ ଏ ସମ୍ପର୍କରେ ଅବଗତ ଥିବା ବ୍ୟକ୍ତିମାନେ କହୁଛନ୍ତି। ୨୦୧୯ରେ ସରକାର ଯେତେବେଳେ ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ର ହଜାର ହଜାର କର୍ମଚାରୀଙ୍କୁ ଭିଆର୍‌ଏସ୍‌ ବା ସ୍ବେଚ୍ଛାକୃତ ଅବସର ଦେବାକୁ କାହିଁକିି ତରବରିଆ ଭାବେ କାର୍ଯ୍ୟ କଲେ ସେ ସମ୍ପର୍କରେ ଏଯାବତ କେହି ବି ପ୍ରଶ୍ନ ଉତ୍‌ଥାପନ କରୁନାହାନ୍ତି। ଏହାର ଦୁଇ ବର୍ଷ ପରେ ଡିପାର୍ଟମେଣ୍ଟ ଅଫ୍‌ ଟେଲିକମ୍ୟୁନିକେଶନସ୍‌ (ଡିଓଟି) ବାବୁମାନଙ୍କୁ ଅସୁବିଧାରେ ପକାଇବାକୁ ପୁଣି ସେଭଳି ଏକ ନିଷ୍ପତ୍ତି ଲାଗୁ କରିଛି। ଆର୍ଥିକ ସମସ୍ୟାରେ ବୁଡି ରହିଥିବା ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ୍ୟୁନିକେଶନ କମ୍ପାନୀ ଚାଲୁ ରହିବା ଲାଗି ସଂଗ୍ରାମ କରୁଛନ୍ତି। ତେବେ ବ୍ୟାପକ କର୍ମଚାରୀ ଭିଆର୍‌ଏସ୍‌ ନେବା ସତ୍ତ୍ୱେ ବି ଏହା ଠିକ୍‌ ଭାବେ କାର୍ଯ୍ୟ କରିପାରିଲା ନାହିଁ। ସଞ୍ଚାର ଭବନରେ ନିରାଶା ଭାବ ବଢୁଛି। ଏହା ଏବେ କାର୍ଯ୍ୟରତ ଗୋଟିଏ ଗୋଷ୍ଠୀର ବାବୁମାନଙ୍କ ଯୋଗୁ ହେଉଛି ବୋଲି ଶୁଣିବାକୁ ମିଳୁଛି। ଯେଉଁ ବାବୁମାନେ ସେତେବେଳେ ଚାକିରିରୁ ଅବସର ନେଇ ପ୍ରଚୁର ଟଙ୍କା ପାଇଥିତ୍ଲେ ସେହି ବ...

ରଙ୍ଗ କଳା ବୋଲି ଦୁଇ ବର୍ଷ ଧରି ନିର୍ଯାତନା ସହୁଥିଲେ ଏହି ଅଭିନେତ୍ରୀ, ରାଗି ଯାଇ ନେଲେ ଏଭଳି…

ଦେହର ରଙ୍ଗ କଳା ପାଇଁ ଅନେକ ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ କମେଣ୍ଟର ଶିକାର ହେବାକୁ ପଡେ । ଲୋକଙ୍କ ଏହି କମେଣ୍ଟ ଏତେ ଖରାପ ଯେ, ଏହା ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯଦିଓ ଅନେକ ଥର ଅଭିନେତ୍ରୀମାନେ ସୋସିଆଲ ମିଡିଆରେ ଲୋକଙ୍କ ଏପରି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିବାକୁ ଲଜ୍ଜିତ ବୋଧ କରନ୍ତି, କିନ୍ତୁ ଯେତେବେଳେ ସୀମା ଅତିକ୍ରମ ହୁଏ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିଥାଏ। ନିକଟରେ ଟେଲିଭିଜନ ଅଭିନେତ୍ରୀ ଶ୍ରୁତି ଦାସ ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟର ଶିକାର ହୋଇଛନ୍ତି। ବଙ୍ଗଳା ଇଣ୍ଡଷ୍ଟ୍ରିର ‘ଦେଶର ମାଟି’ ପରି ଶୋ’ର ଅଂଶଥିବା ଶ୍ରୁତିଙ୍କୁ ତାଙ୍କ ରଙ୍ଗ ନେଇ ଲୋକମାନେ କମେଣ୍ଟ କରୁଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ, ଏହା ତାଙ୍କ ସହିତ ପ୍ରଥମ ଥର ନୁହେଁ, କିନ୍ତୁ ଲଗାତାର ଦୁଇ ବର୍ଷ ଧରି ସେ ଏହି ଯନ୍ତ୍ରଣା ଭୋଗୁଛନ୍ତି। ଯେତେବେଳେ ଶ୍ରୁତି ଏକ ଫଟୋ ପୋଷ୍ଟ କରନ୍ତି ଲୋକମାନେ ଏହା ଉପରେ ଭୁଲ ମନ୍ତବ୍ୟ ଦିଅନ୍ତି। ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ଲୋକମାନେ କମେଣ୍ଟ ବକ୍ସରେ ତାଙ୍କ ରଙ୍ଗକୁ ପରିହାସ କରୁଛନ୍ତି। ଅଶାଳୀନ ଭାଷା ମଧ୍ୟ ବ୍ୟବହାର କରୁଛନ୍ତି। ଲୋକଙ୍କ ଏହି କାର୍ଯ୍ୟ ଦ୍ୱାରା ଶ୍ରୁତି ବହୁତ ବିରକ୍ତ ହୋଇଛନ୍ତି। ସୋସିଆଲ ମିଡିଆରେ ଏହି ନିର୍ଯାତନାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ଶ୍ରୁତି ବର୍ତ୍ତମାନ ପୋଲିସ ନିକଟରେ...

ଜାଣନ୍ତି କି ସୌନ୍ଦର୍ଯ୍ୟ ବୃଦ୍ଧି କରେ ଅଦା

ଅଦା ସ୍ବାସ୍ଥ୍ୟ ଲାଗି ଲାଭ ଦାୟକ ହୋଇଥାଏ। ଏହାର ଅନେକ ପ୍ରକାର ଚମତ୍କାର ଗୁଣ ସମ୍ପର୍କରେ ଆପଣ ଆଗରୁ ଜାଣିଥିବେ ବା ନିଜେ ମଧ୍ୟ ଅନୁଭବ କରିଥିବେ। ମାତ୍ର କ’ଣ ଆପଣ ଜାଣନ୍ତି ଏହାର ବ୍ୟବହାର ସୁନ୍ଦରତା ବଢ଼ାଇଥାଏ। ଅଦାରେ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ। ଯାହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେବା ସହ ଚେହେରାର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିଥାଏ। ଅଦା ଖାଇବା ଫଳରେ ରକ୍ତ ସଞ୍ଚାଳନ ବଢ଼ିଥାଏ ଯାହା ଚେହେରାକୁ ଗ୍ଲୋ କରିବା ସହ ଚ୍ଚର୍ମ କୁଞ୍ଚନ ସମସ୍ୟା ଦେଖାଦେଇ ନ ଥାଏ। ଏହା ଏକ ଆଣ୍ଟି ବ୍ୟାକ୍ଟେରିଆଲ ଓଷଧୀ ହୋଇଥିବା ବେଳେ ଭରପୁର ଆଣ୍ଟି ଅକ୍ସିଡାଣ୍ଟ ଗୁଣ ତ୍ୱଚାକୁ ତରୁଣ ରଖିଥାଏ। ଅଦା ତେଲ ବା ଅଦାରୁ ପ୍ରସ୍ତୁତ ତେଲକୁ ମୁଣ୍ଡରେ ମାରିବା ଫଳରେ ରୂପି ସମସ୍ୟା ଦୂର ହୋଇଥାଏ। ଅଦା ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ଭଲରେ ହେବା ଫଳରେ କେଶ ବଢ଼ିଥାଏ। ଚନ୍ଦାପଣ ଦୂରଲାଗି ଅଦାରସରେ ଲେମ୍ବୁ ରସ ମିଶାଇ କେଶରେ ଲଗାନ୍ତୁ। ଫେସ୍‌ ମାର୍କ ସମସ୍ୟା ଲାଗି ଏହାକୁ ଫେସ୍‌ ପ୍ୟକ୍‌ରେ ମିଶାଇ ଲଗାଇ ପାରିବେ। ଏହାକୁ ଖାଇବା ଫଳରେ ରକ୍ତ ସଞ୍ଚାଳନ ଯୋଗୁ ତ୍ୱଚା ଉଜ୍ଜ୍ୱଳ ଦେଖାଯାଇଥାଏ। The post ଜାଣନ୍ତି କି ସୌନ୍ଦର୍ଯ୍ୟ ବୃଦ୍ଧି କରେ ଅଦା appeared first on Dharitri Odia News .

ପାଣିରେ ଜରୁରୀ ଅବତରଣ କଲା ବିମାନ

ନ୍ୟୁୟର୍କ,୨।୭: ଦୁଇ କ୍ରୁ ମେମ୍ବରକୁ ନେଇ ଉଡାଣ ଆରମ୍ଭ କରିଥିବା ଏକ ବୋଇଂ ୭୩୭ କାଗ୍ରୋ ବିମାନ ଶୁକ୍ରବାର ସକାଳେ ହୋନୋଲୁଲୁ ପାଣିରେ ଜରୁରୀକାଳିନ ଅବତରଣ କରିଛି। ବିମାନର ଇଞ୍ଜିନରେ ତ୍ରୁଟି ଦେଖା ଦେବାରୁ ପାଇଲଟଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଲା ବୋଲି ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିମାନର ଦୁଇ ପାଇଲଟଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଗୁରୁତର ହୋଇପଡ଼ିଥିଲା। ହୋନୋଲୁଲୁରୁ କାହୁଲୁଇ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା ଟ୍ରାନ୍ସସେର ଫ୍ଲାଇଟ ୮୧୦। ହୋନୋଲୁଲୁକୁ ଫେରିବାକୁ ଉଦ୍ୟମ କରୁଥିବାବେଳେ ବିମାନକୁ ଅପରାହ୍ନ ପ୍ରାୟ ୧ଟା ୩୦ରେ ପାଣିରେ ଅବତରଣ କରିବାକୁ ପଡ଼ିଥିଲା ବୋଲି ଏଫ୍‌ଏଏ ପ୍ରବକ୍ତା କହିଛନ୍ତି। The post ପାଣିରେ ଜରୁରୀ ଅବତରଣ କଲା ବିମାନ appeared first on Dharitri Odia News .

ଏକଦା ସଲ୍‌ମାନଙ୍କୁ ସେକ୍ସିଏଷ୍ଟ ବ୍ୟକ୍ତି ବୋଲି କହିଥିଲେ ଏହି ଅଭିନେତ୍ରୀ : ଏବେ ମୁହଁ ଚାହିଁବାକୁ ବି ପସନ୍ଦ ନାହିଁ

ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଭିଷେକଙ୍କ ସ୍ତ୍ରୀ, ତାଙ୍କର ଏକ ଝିଅ ଅଛି। ତେବେ ଏପରି ଏକ ସମୟ ଥିଲା ଯେତେବେଳେ ଐଶ୍ୱର୍ଯ୍ୟାଙ୍କ ନାମ ସଲମାନ ଖାନଙ୍କ ସହ ଯୋଡ଼ା ଯାଉଥିଲା। ଐଶ୍ୱର୍ଯ୍ୟା ଏବଂ ସଲମାନ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ’ରେ କାମ କରିଥିଲେ। ଯଦିଓ ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ସହ ଜଡିତ ଅନେକ ପୁରୁଣା କଥା ଅଛି ଯାହା ଦର୍ଶକ ପସନ୍ଦ କରନ୍ତି। ଜାଣନ୍ତୁ ସେ ସମ୍ପର୍କରେ… ସେତେବେଳ ସମୟରେ ବଲିଉଡ ଅଭିନେତ୍ରୀ ସିମି ଗାରେୱାଲଙ୍କ ଚାଟ୍‌ ଶୋ ବହୁତ ପ୍ରସିଦ୍ଧ ଥିଲା। ସେଠାକୁ ଅନେକ ବଲିଉଡ ତାରକା ଯାଇ ଗୋଟିଏରୁ ଅନେକ କଥା କହିଥା’ନ୍ତି। ଏହିପରି ଗୋଟିଏ ଏପିସୋଡରେ ଐଶ୍ୱର୍ଯ୍ୟା ମଧ୍ୟ ସେଠାରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କ କ୍ୟାରିୟର ଏବଂ ଚଳଚ୍ଚିତ୍ର ସହ ଜଡିତ ଅନେକ କଥା କହିଥିଲେ। ୧୯୯୯ରେ ଯେତେବେଳେ ଐଶ୍ୱର୍ଯ୍ୟା ଏହି ଶୋ’ରେ ପହଞ୍ଚିଥିଲେ, ସିମି ଗାରେୱାଲ ତାଙ୍କୁ ଏକ ବିଶେଷ ପ୍ରଶ୍ନ ପଚାରିଥିଲେ । ସିମି ପଚାରିଥିଲେ, ‘ଐଶ୍ୱର୍ଯ୍ୟା ଆପଣଙ୍କ ଅନୁଯାୟୀ ଇଣ୍ଡଷ୍ଟ୍ରିର ସବୁଠାରୁ ସେକ୍ସିଏଷ୍ଟ ବ୍ୟକ୍ତି କିଏ? ଏ ନେଇ ଐଶ୍ୱର୍ଯ୍ୟା ପ୍ରଥମେ କିଛି ସମୟ ଚିନ୍ତା କରି ପଚାରିଲେ ସେକ୍ସିଏଷ୍ଟ ଶବ୍ଦକୁ ଆକର୍ଷଣୀୟ ଶବ୍ଦ ସହିତ ବଦଳାଯାଇପାରିବ କି? ଏହା ଉପରେ ସିମି କୁହନ୍ତି, ନା, ତୁମେ ଏହି ଶବ୍ଦ ପାଇଁ ସେହି ବ୍ୟକ୍ତିଙ୍କ ନାମ ରଖ’। ଏହା ପରେ ଐଶ୍ୱର୍ଯ୍ୟା ସଲ୍‌ମାନଙ୍କ ନାମ ନ...

ଏଇ ଭାରତରେ

ମହାମାରୀ କରୋନା ସମୟରେ ସୁରକ୍ଷିତ ରହିବା ଲାଗି ଆମେ ଘରେ ରହୁଥିତ୍ବାବେଳେ ପୁଡୁଚେରୀର ମଣିକନ୍ଦନ କିନ୍ତୁ ଦିନରାତି କୋଭିଡ୍‌ ସଂକ୍ରମିତଙ୍କ ସେବାରେ ଲାଗିଛନ୍ତି। ସେ ରୁହନ୍ତି ରାମନାଥପୁରମ୍‌ରେ ଓ ପ୍ରତିଦିନ କୋଭିଡ୍‌ ପୀଡ଼ିତଙ୍କୁ ଆମ୍ବୁଲାନ୍ସ ଯୋଗେ ମାଗଣାରେ ହସ୍ପିଟାଲ ନେଉଛନ୍ତି। ଏଭଳି ମାଗଣା ସେବା ଯୋଗାଇ ଦେବା ପାଇଁ ତାଙ୍କୁ ଜଣେ କାର୍‌ ସେଲ୍ସମ୍ୟାନ୍‌ ଭାବେ କାମ କରିବାକୁ ପଡୁଛି। ଏଥିରୁ ସେ ଯାହା ରୋଜଗାର କରୁଛନ୍ତି, ତାହାକୁ ଆମ୍ବୁଲାନ୍ସ ସେବାରେ ଲଗାଉଛନ୍ତି। ସେ କାହାଠାରୁ କିଛି ଆର୍ଥିକ ସାହାଯ୍ୟ ନେଉନାହାନ୍ତି। ମହାମାରୀ ଦେଖାଦେବା ପରଠାରୁ ଘର ଲୋକେ ସଂକ୍ରମିତ ହେବାର ଆଶଙ୍କା ଥିତ୍ବାରୁ ସେ ଆଦୌ ଘରକୁ ଯାଉନାହାନ୍ତି। ଆମ୍ବୁଲାନ୍ସରେ ଶୋଉଛନ୍ତି ଓ ଖାଦ୍ୟ ପାଇଁ ସ୍ଥାନୀୟ ପୋଲିସ ଉପରେ ନିର୍ଭର କରୁଛନ୍ତି। ଏବେ ସୁଦ୍ଧା ସେ ୨୪ ଜଣ ଗର୍ଭବତୀ ମହିଳାଙ୍କ ସମେତ ୬୫ ଜଣ କୋଭିଡ୍‌ ପୀଡ଼ିତଙ୍କୁ ହସ୍ପିଟାଲକୁ ନେଇସାରିଲେଣି। ତାଙ୍କ ସାନଭାଇଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ମଣିକନ୍ଦନ ଏହି ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ। ଏହି ସେବା ପାଇଁ ତାଙ୍କୁ ଲୋକେ ଶ୍ରଦ୍ଧାରେ ଡାକନ୍ତି ଆମ୍ବୁଲାନ୍ସ ମଣି। କୋଭିଡ୍‌ ପୀଡ଼ିତଙ୍କ ମୃତଦେହକୁ ମଧ୍ୟ ମଣି ଶ୍ମଶାନକୁ ନେଉଛନ୍ତି। The post ଏଇ ଭାରତରେ appeared first on Dharitri Odia News .

ମାର୍କ ଜୁକରବର୍ଗଙ୍କ ଭଳି ଦେଖାଯାଉଥିବା ଅପରାଧୀଙ୍କୁ ଖୋଜି ଆଣିଲେ ମିଳିବ ୨୨ କୋଟି ଟଙ୍କା ପୁରସ୍କାର

କଲମ୍ବିଆ,୨।୭: କଲମ୍ବିଆ ପୋଲିସ ଦେଶର ରାଷ୍ଟ୍ରପତିଙ୍କ ହେଲିକପ୍ଟରକୁ ଗୁଳି ଚଳାଇବା ମାମଲାରେ ଦୁଇ ଅଭିଯୁକ୍ତଙ୍କ ସ୍କେଚ ଫେସବୁକରେ ଜାରି କରିଛି। ସେମାନଙ୍କ ଠିକଣା ପ୍ରକାଶ ପାଇଁ ୨୨ କୋଟି ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ବିଶେଷ କଥା ହେଉଛି ଏକ ସ୍କେଚରେ ଅଭିଯୁକ୍ତଙ୍କ ଚେହେରା ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସହ ମେଳ ଖାଉଛି। ଫେବୃଆରୀ ୨୮ରେ ଫେସବୁକରେ ଅପଲୋଡ ହେବା ପରେ ହଜାର ହଜାର ଲୋକ ଏହି ସ୍କେଚ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୟୁଜର୍ସ ଜୁକରବର୍ଗ ଉପରେ ଅନେକ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ସୂଚନାଯୋଗ୍ୟ, କଲମ୍ବିଆର ରାଷ୍ଟ୍ରପତି ଇଭାନ ଡ୍ୟୁକ ଯାଉଥିବା ହେଲିକପ୍ଟରରେ ଅନେକ ଗୁଳି ବିନିମୟ ହୋଇଥିଲା। ଦେଶର ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ରାଜ୍ୟପାଳ ମଧ୍ୟ ଏହି ହେଲିକପ୍ଟରରେ ଥିଲେ। ତଦନ୍ତରେ ପୋଲିସ କେତେକ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଥିଲା। ଫେସବୁକରେ ସନ୍ଦିଗ୍ଧଙ୍କ ସ୍କେଚ ଅପଲୋଡ କରି ଜାତୀୟ ପୋଲିସ କହିଛି ଯେ, ସେମାନଙ୍କୁ ଧରିବାରେ ପୋଲିସକୁ ସାହାଯ୍ୟ କରିବ। ଠିକଣା କହୁଥିବା ବ୍ୟକ୍ତିଙ୍କୁ ପ୍ରାୟ ୨୨ କୋଟି ଟଙ୍କା ପୁରସ୍କାର ଘୋଷଣା ସହିତ ଯୋଗାଯୋଗ ପାଇଁ ଫୋନ ନମ୍ବର ମଧ୍ୟ ଦିଆଯାଇଥିଲା। ସ୍କେଚରେ ଜଣଙ୍କ ଚେହେରା ମାର୍କ ଜୁକରବର୍ଗଙ୍କ ସହିତ ମେଳ ହେବା ପରେ ପୋଲିସର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। The post ମାର୍କ ଜୁକରବର୍ଗଙ୍କ ଭଳି ଦେଖାଯାଉଥିବ...

ଚଳନ୍ତି ଈଶ୍ବର

ଡ. ପ୍ରଫୁଲ୍ଲ କୁମାର ସାହୁ ବାପା କେବଳ ଏକ ଶବ୍ଦ ନୁହେଁ, ଅନୁଭବ। ସ୍ବପ୍ନର ଝଲକାଏ ଆତ୍ମପ୍ରକାଶ। ଆମ ମୁଗ୍ଧ ଅନୁଭବର ଏକ ଅମୃତମୟ ସତ୍ତା; ଯାହାକୁ ବୁଝେଇ ହୁଏ ନାହିଁ କୌଣସି ସଂଜ୍ଞାରେ। ନିଅଣ୍ଟ ପଡ଼େ ଶବ୍ଦ। ସେ ପିଲାଙ୍କୁ ଗଢ଼ନ୍ତି ଅତି ଆଦର ଓ ଯତ୍ନରେ। ନିଜ ଆଖି ଲୁହ ନିଜେ ପିଇ ପିଲାଙ୍କୁ ହସିବା ଶିଖାନ୍ତି ଏବଂ ବତେଇ ଦିଅନ୍ତି ମୁଠାଏ ମାଟିକୁ ଚନ୍ଦନରେ ପରିଣତ କରିବାର ମନ୍ତ୍ର। ତାଙ୍କର ଏହି ସକଳ ଶ୍ରମ ଓ ସାଧନା ଫୁଲ ହୋଇ ଫୁଟିିଲା ମାତ୍ରେ ଖୁସିରେ ଫାଟି ପଡ଼େ ବାପାଙ୍କ ଛାତି। ମାତ୍ର ଜୀବନ୍ୟାସ ପାଇଥିବା କଣ୍ଢେଇଟା ଯଦି ମା’ ପାଲଟି ଯାଏ, ତେବେ ଅତି ଦୟନୀୟ ଭାବରେ ନିଜ ପାଖରେ ନିିଜେ ହାରିଯାଏ ପିତୃତ୍ୱ। ପିତାଙ୍କ ପ୍ରତି ଭକ୍ତି ଓ ସମ୍ମାନ ଆମ ସଂସ୍କୃତିର ଏକ ବିଶେଷତ୍ୱ, ଯା’ର ମୂଳ ଆଧାର ହେଉଛି ଏକାନ୍ନବର୍ତ୍ତୀ ପରିବାର ପରମ୍ପରା। ଦିନ ଥିଲା ପୁଅ, ବୋହୂ, ନାତି, ନାତୁଣୀ ଓ ଅଣନାତି ପ୍ରମୁଖ ବହୁକୁଟୁମ୍ବଙ୍କୁ ନେଇ ସକାଳୁ ରାତିଯାଏ କମ୍ପୁଥିଲା ଘର। ବାପା ଥିଲେ ସେ ଘରର ମେରୁଖୁଣ୍ଟ। ପିଲାମାନେ ଯିଏ ଯେତେ ଉପରକୁ ଗଲେ ବି ପରିବାରରେ କେବେ ଅଚଳ ହେଉ ନ ଥିଲା ବାପାଙ୍କ ମୁରବିପଣିଆ। ଏହା ହିଁ ଦିନେ ପାଶ୍ଚାତ୍ୟ ଲୋକଙ୍କ ପାଇଁ ଥିଲା ବିସ୍ମୟ ଓ ଅବୋଧ୍ୟ। ସେମାନେ ଖୋଜି ପାଉ ନ ଥିଲେ ଜଣେ ଅଶୀ ନବେ ବର୍ଷର ବୁଢ଼ା ବଙ୍କୁଲି ବାଡ଼ି ଖଣ୍ଡେ ଧରି ଏତେ ବଡ଼ ପରିବାରକୁ ଚଳେଇ ପାରିବାର ଅସଲ ରହସ୍ୟ। ଆମ ପାରିବାରିକ ଜୀବନବୋଧ...

ମହାମାରୀ ଓ ମହିଳା ନେତୃତ୍ୱ

ମିସେଲ୍‌ ବ୍ୟାରୀ, ଗୀତା ରାଓ ଗୁପ୍ତା କୋଭିଡ୍‌ -୧୯ ମହାମାରୀରେ ଏବେ ସାରା ବିଶ୍ୱ ପ୍ରଭାବିତ। ଏହା କୋଟି କୋଟି ଲୋକଙ୍କ ରୋଜଗାର ଛଡ଼ାଇ ନେଇଛି। ମହିଳାମାନଙ୍କ କ୍ୟାରିୟର ଉପରେ ପ୍ରଚଣ୍ଡ ଆଘାତ ଦେଇଛି ଯାହା ଆମେରିକାରେ ସ୍ପଷ୍ଟ ପ୍ରତୀୟମାନ ହୋଇଛି। ମହାମାରୀ ଯାଗୁ ୪ ଜଣରେ ଜଣେ, ଏହି ଅନୁପାତରେ ଆମେରିକୀୟ ମହିଳାମାନେ ସେମାନଙ୍କ କ୍ୟାରିୟରର ଅଧୋଗତି ହେଉଥିବା ମନେକରୁଛନ୍ତି କିମ୍ବା ସେମାନଙ୍କୁ କର୍ମସ୍ଥଳୀ ଛାଡିବାକୁ ପଡ଼ୁଛି। କେବଳ ଗୋଟିଏ ବର୍ଷରେ ମହାମାରୀ ଯୋଗୁ ଆମେରିକାରେ ୨ ମିଲିୟନ ବା ୨୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା କର୍ମସ୍ଥଳୀ ଛାଡି ଦେଇଛନ୍ତି, ଅର୍ଥାତ ରୋଜଗାର ହରାଇଛନ୍ତି। ଏହାଦ୍ୱାରା ବେରୋଜଗାରୀରେ ରହିଥିତ୍ବା ପୁରୁଷ ଓ ମହିଳାଙ୍କ ଅନ୍ତର ଢେର ବୃଦ୍ଧି ପାଇଛି ଓ ଏହା ବିଗତ ଦୁଇ ଦଶନ୍ଧିରେ ସବୁଠାରୁ ଅଧିକ। କର୍ମଜୀବୀ ମା’ମାନେ ମଧ୍ୟ ରୋଜଗାର ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୪୦%ରୁ ଅଧିକ ଯେଉଁମାନେ ପରିବାରର ରୋଜଗାରର ମୁଖ୍ୟ ମାଧ୍ୟମ ସେମାନେ ମଧ୍ୟ ଅତ୍ୟନ୍ତ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଘରେ ଦାୟିତ୍ୱ ଅତ୍ୟଧିତ୍କ ବଢିଯିବା ଯୋଗୁ ଅନେକ ମଧ୍ୟ ସେମାନଙ୍କ କ୍ୟାରିୟରରେ ସମନ୍ବୟ ରକ୍ଷା କରିପାରୁନାହାନ୍ତି। କେବଳ ଆମେରିକା ନୁହେଁ,ସାରା ବିଶ୍ୱରେ ଏଭଳି ସମାନ ଧାରା ପ୍ରତିଫଳିତ ହୋଇଛି। ସବୁ ଦେଶରେ ମହିଳାମାନେ ଚାକିରି ହରାଇଛନ୍ତି। ଜଣାପଡ଼ିଛି ଯେ, ୨୦୨୦ରେ ପୁରୁଷଙ୍କ ତୁଳନାରେ ଅ...

ଆକର୍ଷଣ ମୋହ-ବିସ୍ମୟର

ଡ.ବାସୁଦେବ ମିଶ୍ର ଈଶ୍ୱର ତାଙ୍କ ସୃଷ୍ଟିରେ ନିଜ ହାତରେ ଗଢ଼ିଥିବା ପ୍ରାଣୀମାନଙ୍କୁ ସେମାନଙ୍କ ଜୀବନକାଳ ମଧ୍ୟରେ ସୁଖଦୁଃଖ ନେଇ ବଞ୍ଚତ୍ବାର ପୂର୍ଣ୍ଣ ସୁଯୋଗ ଦିଅନ୍ତି। ପ୍ରାଣୀମାନେ ମଧ୍ୟ ଜୀବନକାଳ ମଧ୍ୟରେ ସେପରି ସୁଯୋଗର ପୂର୍ଣ୍ଣ ଉପଯୋଗ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ସେହି ସୁଯୋଗର ଉପଯୋଗ କରିବା ଭିତରେ ପ୍ରାଣୀଟି ପ୍ରତି ମୁହୂର୍ତ୍ତରେ ବିଭିନ୍ନ ବାଟରେ ଈଶ୍ୱରଙ୍କର ପରୀକ୍ଷାର ସମ୍ମୁଖୀନ ହେଉଥାଏ, ସେ କଥା ତାକୁ ଜଣା ନଥାଏ। ଚାଲିବା ପାଇଁ ପ୍ରାଣୀଟିକୁ ପାଦ ଦେବା ସହିତ ତା’ର ଚଲାବାଟକୁ କେଉଁଠି ନା କେଉଁଠି ପିଚ୍ଛିଳ କରି ଦେଇଥାଆନ୍ତି ସେ। ଆଖି ଦେଇଥାଆନ୍ତି ଦେଖିବାକୁ ସତ, କିନ୍ତୁ ତା’ ସହିତ ଖରାପ ଦୃଶ୍ୟ ତା’ ଆଖି ସମ୍ମୁଖକୁ ମଧ୍ୟ ଆଣିଥାଆନ୍ତି ସେ। ଏମିତି ବଞ୍ଚତ୍ବାର ପୂର୍ଣ୍ଣ ସୁଯୋଗ ଦେବା ସହିତ ଶରୀରରେ ଯୁକ୍ତ ହୋଇଥିବା କର୍ମେନ୍ଦ୍ରିୟଗୁଡ଼ିକର ଦୁରୁପଯୋଗ ନିମିତ୍ତ ବିଭିନ୍ନ ବାଟରେ ସୁଯୋଗ ସୃଷ୍ଟି କରିବା ତାଙ୍କ ପରୀକ୍ଷାର ଅନ୍ତର୍ଗତ ହୋଇଥାଏ। ମନ୍ଦିରକୁ ଯାଇ ଦିଅଁଦର୍ଶନ କରିବାକୁ ତୁମେ ଯେପରି ମୁକ୍ତ, ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଅଥବା ଦିଅଁ ଦର୍ଶନ ପରେ ମନ୍ଦିର ଗାତ୍ରରେ ଥିବା ମନମତାଣିଆ ଚିତ୍ର ଅଥବା ମୂର୍ତ୍ତିଗୁଡ଼ିକୁ ଦେଖିବାକୁ ତୁମେ ସେହିପରି ସ୍ବାଧୀନ। ଦିଅଁଦର୍ଶନ କରି ଅନ୍ତର ମନକୁ ପବିତ୍ରିତ କରିବ କି ଅନ୍ୟ ଚିତ୍ର ମୂର୍ତ୍ତିଗୁଡ଼ିକୁ ଦେଖି ମନ-ହୃଦୟକୁ କଳୁଷିତ କରିବ, ତାହା ତୁମ ବ...

କାଭେଣ୍ଡିସ୍‌ ଜିତିଲେ ଷ୍ଟେଜ୍‌-୬

ପ୍ୟାରିସ, ୨ା୭-ବ୍ରିଟେନର ମାର୍କ କାଭେଣ୍ଡିସ୍‌ ଟୁର୍‌ ଡି’ ଫ୍ରାନ୍ସର ସାଇକେଲ ରେସ୍‌ର ୬ଷ୍ଠ ଷ୍ଟେଜ୍‌ ଜିତିଛନ୍ତି। ଫଳରେ ବେଲଜିୟମର ଏଡି ମର୍କକ୍ସଙ୍କ ସର୍ବକାଳୀନ ରେକର୍ଡ ୩୪ଠାରୁ ସେ ଆଉ ମାତ୍ର ଦୁଇଟି ବିଜୟ ପଛରେ ରହିଛନ୍ତି। ଚେଟେରକ୍ସଠାରେ ସବୁବେଳେ ତାଙ୍କ ପ୍ରଦର୍ଶନ ଭଲ ରହିଛି। ଏହା ପୂର୍ବରୁ ସେ ଏହି ରୁଟ୍‌ରେ ୨୦୦୮ ଓ ୨୦୧୧ ପରେ ପୁଣି ୨୦୨୧ରେ ଷ୍ଟେଜ୍‌ ବିଜେତା ହୋଇପାରିଛନ୍ତି। ମାଥ୍ୟୁ ଭାନ୍‌ ଡର ପୋଏଲ୍‌ ୟେଲୋ ଜର୍ସି ବଜାୟ ରଖିଛନ୍ତି। ଟୁର୍ସଠାରୁ ଚେଟେରକ୍ସ ୧୬୦.୬ କିଲୋମିଟର ଦୂରତାକୁ ୩ ଘଣ୍ଟା ୧୭ ମିନିଟ୍‌ ଓ ୩୬ ସେକେଣ୍ଡରେ ଶେଷ କରିଥିଲେ। ତାଙ୍କ ପଛକୁ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଦୁଇ ରାଇଡର ଜସ୍ପର ଫିଲିପସେନ୍‌ ଓ ନାସେର ବେହାନୀ ରହିଥିଲେ। ଚତୁର୍ଥରୁ ୧୦ମ ସ୍ଥାନ ଯଥାକ୍ରମେ ଆର୍ନଡ ଡେମାରେ, ପିଟର ସାଗନ, ସେସ୍‌ ବୋଲ୍‌, ଟିମ୍‌ ମର୍ଲିଆର, ଆଉଟ୍‌ ଭାନ୍‌ ଆଏର୍ଟ, ମାଇକେଲ ମାଥ୍ୟୁସ୍‌ ଓ ମ୍ୟାଡ୍ସ ପେଡରସନ ରହିଥିଲେ। ଆୟର୍ଲାଣ୍ଡ ସ୍ପ୍ରିଣ୍ଟର ସାମ ବେନେଟ ଆଘାତପ୍ରାପ୍ତ ହେବାରୁ ଡେସିଉନିକ୍‌-କ୍ୱିକ୍‌ଷ୍ଟେପ୍‌ ଟିମ୍‌ରେ ଶେଷ ମୁହୂର୍ତ୍ତରେ କାଭେଣ୍ଡିସଙ୍କୁ ନିଆଯାଇଥିଲା। ଟିମ୍‌ ମ୍ୟାନେଜର ପ୍ୟାଟ୍ରିକ୍‌ ଲେଫିଭେର ତାଙ୍କ ଉପରେ ଯେଉଁ ଭରସା ରଖିଥିଲେ ତାହା ଯଥାର୍ଥ ବୋଲି ପ୍ରମାଣ କରି ଦେଖାଇଛନ୍ତି। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ତାଙ୍କ କ୍ୟାରିୟର ପ୍ରତି ବିପଦ ଦେଖା ଦେଇଥିଲା। ମାତ୍ର...

ଅର୍ଜୁନ ପାଇଁ ପଦ୍ମିନୀ ରାଉତଙ୍କ ନାମ ସୁପାରିସ

ଚେନ୍ନାଇ, ୨ା୭(ପି.ଟି.)-ସର୍ବଭାରତୀୟ ଚେସ୍‌ ମହାସଂଘ (ଏଆଇସିଏଫ୍‌) ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ବର୍ତ୍ତମାନ ବିଶ୍ୱ ରାପିଡ୍‌ ଚେସ୍‌ ଚାମ୍ପିୟନ କୋନେରୁ ହମ୍ପିଙ୍କ ନାମ ସୁପାରିସ କରିଥିବାବେଳେ ଓଡ଼ିଶାର ପଦ୍ମିନୀ ରାଉତଙ୍କ ସମେତ ଅନ୍ୟ ୬ଜଣଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ୩୪ ବର୍ଷୀୟା ହମ୍ପି ବର୍ତ୍ତମାନ ବିଶ୍ୱର ୩ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି। ସେ ଆସନ୍ତା ବର୍ଷ ଫିଡେ ମହିଳା କ୍ୟାଣ୍ଡିଡେଟ୍ସ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୨୦୨୦ ଅନ୍‌ଲାଇନ୍‌ ଚେସ୍‌ ଅଲିମ୍ପିଆଡ୍‌ ଜିତିଥିବା ଭାରତୀୟ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ହମ୍ପିି ପୂର୍ବରୁ ଅର୍ଜୁନ ପୁରସ୍କାର ଓ ପଦ୍ମଶ୍ରୀ ଜିତିସାରିଛନ୍ତି। ଅର୍ଜୁନ ପୁରସ୍କାର ପାଇଁ ପଦ୍ମିନୀଙ୍କ ବ୍ୟତୀତ ସୁପାରିସ ହୋଇଥିବା ଅନ୍ୟ ଖେଳାଳିମାନେ ହେଲେ ଭିଦିତ୍‌ ଗୁଜରାଠୀ, ବି. ଅଧିବନ, ଏସ୍‌.ପି. ସେଥୁରମଣ, ଏମ୍‌.ଆର୍‌. ଲଳିତବାବୁ ଓ ଭକ୍ତି କୁଲକର୍ନୀ। ଗତବର୍ଷ ଅନ୍‌ଲାଇନ୍‌ ଚେସ୍‌ ଅଲିମ୍ପିଆଡ୍‌ରେ ସ୍ବର୍ଣ୍ଣ ଜିତିଥିବା ଭାରତୀୟ ଦଳର ଅଧିନାୟକତ୍ୱ କରିଥିଲେ ୨୬ବର୍ଷୀୟ ଗୁଜରାଠୀ। ଏହାଛଡ଼ା ଗ୍ରାଣ୍ଡମାଷ୍ଟର ତଥା ବିଶିଷ୍ଟ କୋଚ୍‌ ଅଭିଜିତ୍‌ କୁନ୍ତେଙ୍କ ନାମ ମେଜର ଧ୍ୟାନଚାନ୍ଦ ପୁରସ୍କାର ପାଇଁ ସୁପାରିସ ହୋଇଛି। The post ଅର୍ଜୁନ ପାଇଁ ପଦ୍ମିନୀ ରାଉତଙ୍କ ନାମ ସୁପାରିସ appeared first on Dharitri Odia News...

ଓ୍ବିମ୍ବେଲଡନ ଟେନିସ୍‌: ଦ୍ୱିତୀୟ ରାଉଣ୍ଡରେ ସାନିଆ- ବେଥାନି

ଲଣ୍ଡନ,୨।୭: ଚଳିତ ଓ୍ବିମ୍ବେଲଡନ ଟୁର୍ନାମେଣ୍ଟରେ ଭାରତୀୟ ଅଭିଜ୍ଞ ମହିଳା ଟେନିସ ତାରକା ସାନିଆ ମିର୍ଜା ଓ ତାଙ୍କ ଆମେରିକୀୟ ପାର୍ଟନର ବେଥାନି ମାଟେକ- ସାଣ୍ଡ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ମହିଳା ଡବଲ୍ସ ଇଭେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଅଣସିଡ୍‌ ଏହି ଇଣ୍ଡୋ ଆମେରିକୀୟ ଯୋଡି ୭-୫, ୬-୩ ସେଟ୍‌ରେ ଷଷ୍ଠ ସିଡ୍‌ ଡେଜେର କ୍ରଜିକ ଓ ଚିଲିର ଆକେକ୍ସା ଗୌରାଚିଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ବିଜୟୀ ହେବାକୁ ସାନିଆ ଓ ବେଥାନିଙ୍କୁ ଏକ ଘଣ୍ଟା ୨୭ ମିନିଟ ସମୟ ଆବଶ୍ୟକ ହୋଇଥିଲା। ଅନ୍ୟତମ ଭାରତୀୟ ମହିଳା ଖେଳାଳି ଅଙ୍କିତା ରାଇନା ଓ ତାଙ୍କ ଆମେରିକା ପାର୍ଟନର ଲରେନ ଡେଭିସ୍‌ ପ୍ରଥମ ରାଉଣ୍ଡରେ ୧୪ତମ ସିଡ୍‌ ଯୋଡି ଆମେରିକାର ଏସିଆ ମହମ୍ମଦ ଓ ଜେସିକା ପେଗୁଲାଙ୍କୁ ଭେଟିବେ। ଅଙ୍କିତା ତୃତୀୟଥର ପାଇଁ କୌଣସି ମେଜର ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଚଳିତବର୍ଷ ଅଷ୍ଟ୍ରେଲିଆନ ଓପନ୍‌ରେ ପଦାର୍ପଣ କରିଥିଲେ। ପ୍ରଥମଥର ପାଇଁ ଭାରତର ଦୁଇ ମହିଳା ଖେଳାଳି କୌଣସି ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ର ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ ଇତିହାସ ସୃଷ୍ଟି କରିବେ। ୨୦୦୫ରୁ ସାନିଆ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିଆସୁଛନ୍ତି। The post ଓ୍ବିମ୍ବେଲଡନ ଟେନିସ୍‌: ଦ୍ୱିତୀୟ ରାଉଣ୍ଡରେ ସାନିଆ- ବେଥାନି appeared first on Dharitri Odia News . ...

ଜାବିରଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

କୋଚି, ୨।୭(ପି.ଟି.)-ଭାରତୀୟ ନେଭିର ତାରକା ଆଥ୍‌ଲେଟ ଏମ୍‌.ପି. ଜାବିର ଟୋକିଓ ଅଲିମ୍ପିକ୍ସର ୪୦୦ ମିଟର ହର୍ଡଲ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପଟିଆଲା ନିକଟରେ ଅନୁଷ୍ଠିତ ଆନ୍ତଃରାଜ୍ୟ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ସେ ୪୯.୭୮ ସେକେଣ୍ଡ ସମୟ ନେବା ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ଅଲିମ୍ପିକ୍ସ ଯୋଗ୍ୟତା ଟାଇମିଂ ହୋଇ ନ ଥିଲେ ହେଁ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ କୋଟାରେ ଜାବିରଙ୍କୁ ଟୋକିଓ ଟିକେଟ ମିଳିଛି। ଟାଇମିଂ ଅନୁସାରେ ଆଥ୍‌ଲେଟମାନେ ଯୋଗ୍ୟତା ଅର୍ଜନ କରିବା ପରେ ଆହୁରି ୧୪ଟି ସ୍ଥାନ ଖାଲି ପଡ଼ିଥିଲା। ୨୫ ବର୍ଷୀୟ ନାଭାଲ ସେଲର କେରଳର ମାଲାପୁରମ ବାସିନ୍ଦା। ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ ରୋଡ୍‌ ରୁ ଅଲିମ୍ପିକ୍ସ ର଼୍ୟାଙ୍କିଙ୍ଗ୍‌ରେ ସେ ୩୪ତମ ସ୍ଥାନରେ ରହିଛନ୍ତି। ମୋଟ ୪୦ ଆଥ୍‌ଲେଟ ଅଲିମ୍ପିକ୍ସର ୪୦୦ ମିଟର ହର୍ଡଲ୍ସରେ ଭାଗନେବେ। ଭାରତର ପ୍ରଥମ ପୁରୁଷ ଆଥ୍‌ଲେଟ ଭାବେ ଜାବିର ଅଲିମ୍ପିକ୍ସର ୪୦୦ ମିଟର ହର୍ଡଲ୍ସରେ ଅଂଶଗ୍ରହଣ କରିବେ। କେରଳର କିମ୍ବଦନ୍ତୀ ଆଥ୍‌ଲେଟ ପି.ଟି. ଉଷା ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ୪୦୦ ମିଟର ହର୍ଡଲ୍ସରେ ଭାଗ ନେଇଥିଲେ। ତେଣୁ କେରଳର ଦ୍ୱିତୀୟ ଆଥ୍‌ଲେଟ ଭାବେ ଏହି ଇଭେଣ୍ଟରେ ଜାବିର ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଜାବିର ଭାରତୀୟ ନେଭି ପକ୍ଷରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରି ସଫଳତା ପାଇଛନ୍ତି। The post ଜାବିରଙ୍କୁ ଅଲିମ୍ପିକ୍...

ଅଭିମନ୍ୟୁ ବିଶ୍ୱର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର

ନୂଆଦିଲ୍ଲୀ, ୨।୭-ଭାରତୀୟ ବଂଶୋଦ୍ଭବ ଆମେରିକାର ଅଭିମନ୍ୟୁ ମିଶ୍ର ବିଶ୍ୱର ସର୍ବକନିଷ୍ଠ ଚେସ୍‌ ଗ୍ରାଣ୍ଡମାଷ୍ଟର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ହଙ୍ଗେରୀର ବୁଦାପେଷ୍ଟଠାରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ତୃତୀୟ ଗ୍ରାଣ୍ଡମାଷ୍ଟର ନର୍ମ ପୂରଣ ସହ ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ନ୍ୟୁ ଜର୍ସିରେ ରହୁଥିବା ୧୨ ବର୍ଷୀୟ ଅଭିମନ୍ୟୁ ଗ୍ରାଣ୍ଡମାଷ୍ଟର ଟାଇଟଲ ପାଇଁ ଆବଶ୍ୟକ ୨୫୦୦ ୟେଲୋ ରେଟିଂ ମାଇଲଖୁଣ୍ଟ ମଧ୍ୟ ସ୍ପର୍ଶ କରି ସାରିଛନ୍ତି। ଏ କ୍ଷେତ୍ରରେ ଅଭିମନ୍ୟୁ ରୁଷିଆ ଗ୍ରାଣ୍ଡମାଷ୍ଟର ସର୍ଗି କାର୍ଜାକିନ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୧୬ ଓ୍ବାଲର୍‌ଡ ଚାମ୍ପିୟନ ଚ୍ୟାଲେଞ୍ଜର କାର୍ଜାକିନ୍‌ ୨୦୦୨ ଅଗଷ୍ଟ ୧୨ରେ ୧୨ ବର୍ଷ ୭ ମାସର ହୋଇଥିବାବେଳେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରି ୧୯ ବର୍ଷ ଧରି ରେକର୍ଡର ଅଧିକାରୀ ଥିଲେ। ୨୦୦୯ ଫେବୃୟାରୀ ୫ରେ ଜନ୍ମିତ ଅଭିମନ୍ୟୁ ୧୨ ବର୍ଷ ୪ ମାସ ୨୫ ଦିନର ହୋଇଥିବାବେଳେ ବିଶ୍ୱର ଏହି ସର୍ବୋଚ୍ଚ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ବୁଦାପେଷ୍ଟରେ ଗତ କିଛିମାସ ଧରି ରହିଥିବା ଅଭିମନ୍ୟୁ କ୍ରମାଗତ ଟୁର୍ନାମେଣ୍ଟମାନ ଖେଳି ଗ୍ରାଣ୍ଡମାଷ୍ଟର ହେବାରେ ରେକର୍ଡ କରିଛନ୍ତି। ପାଖାପାଖି ୨୦ ବର୍ଷର ରେକର୍ଡ ଭାଙ୍ଗିଥିବାରୁ ସାମାନ୍ୟ ଦୁଃଖିତ ହୋଇଥିଲେ ହେଁ ଅଭିମନ୍ୟୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି କାର୍ଜାକିନ୍‌। ରେକର୍ଡ ଦିନେ ନା ଦିନେ ଭାଙ୍ଗିବ ବୋଲି ଜାଣିଥିଲି। ତେବେ ଶୀଘ୍ର ହେଉ କି ବିଳମ୍ବରେ କେହ...

ଟଳିପଡିଲେ ଆତଙ୍କବାଦୀ

ଶ୍ରୀନଗର,୨।୭: ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁରୁବାର ବିଳମ୍ବିତ ରାତିରୁ ଏନକାଉଣ୍ଟର ଚାଲିଛି। ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ତିନିରୁ ଚାରି ଜଣ ଆତଙ୍କବାଦୀ ଘେରି ରହିଛନ୍ତି। ଏଥିସହ ଜଣେ ଯବାନ ଆହତ ହୋଇଥିବା ଖବର ମଧ୍ୟ ରହିଛି। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଚାଲିଛି। ସୂଚନାଯୋଗ୍ୟ, ପୁଲୱାମାର ହାଜିନ ରାଜପୋରା ଅଞ୍ଚଳରେ ଏହି ଏନକାଉଣ୍ଟର ଚାଲିଛି। କଶ୍ମୀର ଜୋନର ପୋଲିସ ଅଧିକାରୀ କହିଛନ୍ତି ଯେ, ଏଠାରେ ତିନିରୁ ଚାରି ଆତଙ୍କବାଦୀ ଘେରି ରହିଛନ୍ତି। ଏନକାଉଣ୍ଟର ଜାରି ରହିଛି। ହାଜିନ ରାଜପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚିବା ସମ୍ପର୍କରେ ଗୁପ୍ତଚର ସଂସ୍ଥା ସୂଚନା ପାଇଥିଲା। ଏହା ପରେ ବିଳମ୍ବିତ ରାତିରେ ସୁରକ୍ଷା ବାହିନୀ ସବୁ ଦିଗରୁ ଘେରି ରହି ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ଆତ୍ମସମର୍ପଣ କରିବା ପରିବର୍ତ୍ତେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ମଧ୍ୟ ଗୁଳି ବିନିମୟରେ ଉପଯୁକ୍ତ ଜବାବ ଦେଇଛନ୍ତି। ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। The post ଟଳିପଡିଲେ ଆତଙ୍କବାଦୀ appeared first on Dharitri Odia News .

ପକ୍କା ଅପେକ୍ଷାରେ ୧୦ ପଥ

ବଇଣ୍ଡା,୨ା୭ ଗ୍ରାମାଞ୍ଚଳର ସହରୀକରଣ ଚାଲିଛି। କେଉଁଠି କଂକ୍ରିଟ ତ ଆଉ କେଉଁଠି ପିଚୁ ରାସ୍ତା ନିର୍ମାଣ କରାଯାଇ ମୁଖ୍ୟ ସଡ଼କ ସହ ଯୋଡ଼ାଯାଉଛି। ବସୁଧା ଯୋଜନାରେ ବିଶୁଦ୍ଧ ପାଇପ୍‌ ପାଣି ଯୋଗାଇ ଦେବାକୁ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ବିଦ୍ୟୁତ୍‌ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ୬ଟି ପଞ୍ଚାୟତର ୨୫ ଗ୍ରାମବାସୀ ଗମନାଗମନ କ୍ଷେତ୍ରରେ ବର୍ଷ ବର୍ଷ ଧରି ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ସମସ୍ୟା ଦୂର କରାଯାଉ ନାହିଁ। ଏସବୁ ପଞ୍ଚାୟତରେ ଥିବା ୧୦ଟି ମାଟି ରାସ୍ତାକୁ ପକ୍କା କରିବାକୁ ବାରମ୍ବାର ପ୍ରଶାସନ ନିକଟରେ ଦାବି କରାଯାଉଛି। କିନ୍ତୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କିଶୋରନଗର ବ୍ଲକ ଧଡରପାଳ ପଞ୍ଚାୟତର କତଡା ଠାରୁ ଟେନ୍ତୁଳିଖୋଳ ଯାଏ ୫ କିଲୋମିଟର ମାଟି ରାସ୍ତା ଶୋଚନୀୟ ହୋଇରହିଛି। ଏହା ଉପରେ ୨ ଶହ ଲୋକ ନିର୍ଭର କରୁଥିଲେ ମଧ୍ୟ ଏହାକୁ ମରାମତି କି ପକ୍କା କରାଯାଉ ନାହିଁ। ବିଶେଷକରି ରାସ୍ତାରେ ପଡ଼ୁଥିବା ପାହାଡ଼କୁ କାଟି ଭଲ ସଡ଼କଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀ ବହୁ ବର୍ଷ ହେବ ଦାବି କରିଆସୁଥିବା ବେଳେ କୌଣସି ସୁଫଳ ମିଳୁନାହିଁ। ସେହିପରି ହଣ୍ଡପା ପଞ୍ଚାୟତର ବଣିନାଳୀଠାରୁ ଅର୍ଜୁନଧରା ୩ କିଲୋମିଟର ରାସ୍ତା କଦର୍ଯ୍ୟ ଅବସ୍ଥାରେ ରହିଛି। ଏହା ଉପରେ...

ବାପାଙ୍କଠୁ ହାରିଗଲେ ବ୍ରିଟ୍‌ନି

ଲସ୍‌ ଏଞ୍ଜେଲ୍‌ସ, ୨ା୭:ନିଜ ଜୀବନରେ ବାପାଙ୍କ ହସ୍ତକ୍ଷେପଠାରୁ ମୁକ୍ତି ଚାହୁଁଥିବା ଆମେରିକାର ପପ୍‌ ସିଙ୍ଗର୍‌, ଡ୍ୟାନ୍ସର ତଥା ଅଭିନେତ୍ରୀ ବ୍ରିଟ୍‌ନି ସ୍ପିୟର୍ସ ଆଇନଗତ ଲଢ଼େଇରେ ହାରିଯାଇଛନ୍ତି। ୧୩ ବର୍ଷ ଧରି ଏକପ୍ରକାର ବନ୍ଦୀ ଜୀବନ ବିତାଉଥିବା ବ୍ରିଟ୍‌ନି ପୂର୍ବଭଳି ପିତା ଜେମ୍ସ ‘ଜେମି’ ପରନେଲ୍‌ ସ୍ପିୟର୍ସଙ୍କ ‘କଞ୍ଜରଭେଟରଶିପ୍‌’ରେ ରହିବେ ବୋଲି ଲସ୍‌ ଏଞ୍ଜେଲ୍‌ସର ଏକ କୋର୍ଟ ରାୟ ଦେଇଛନ୍ତି। ଫଳରେ ସ୍ବାଧୀନ ଭାବେ ବଞ୍ଚତ୍ବାକୁ ଚାହୁଁଥିବା ୩୯ ବର୍ଷୀୟା ବ୍ରିଟ୍‌ନିଙ୍କ ଆଶା ଏବେ ମଉଳିଯାଇଛି। ୨୦୦୮ରେ ସ୍ବାମୀ କେଭିନ ଫେଡର୍‌ଲାଇନ୍‌ଙ୍କୁ ଛାଡ଼ପତ୍ର ଦେବା ପରେ ବ୍ରିଟ୍‌ନିଙ୍କ ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ତାଙ୍କ ସମ୍ପତ୍ତି ଉପରେ ବାପା ଜେମି ସ୍ପିୟର୍ସ ଆଇନଗତ ଅଧିକାର ଜମାଇଆସିଛନ୍ତି। ଏହା ବିରୋଧରେ ବ୍ରିଟନି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଜୀବନ ଓ ସମ୍ପତ୍ତି ଜଡ଼ିତ ସମସ୍ତ ନିଷ୍ପତ୍ତି ସେ ନିଜେ ନେବାକୁ ଚାହାନ୍ତି ବୋଲି ଅଦାଲତଙ୍କୁ କହିଥିଲେ। ଏହା ସତ୍ତ୍ୱେ ଅଦାଲତ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ଜୁନ୍‌ ୨୩ରେ ଅଦାଲତଙ୍କୁ ବ୍ରିଟ୍‌ନି କହିଥିଲେ, ଇଚ୍ଛା ବିରୋଧରେ ତାଙ୍କୁ କାମ ପାଇଁ ଯିବାକୁ ବାପା ଜେମି ବାଧ୍ୟ କରୁଛନ୍ତି। ତାଙ୍କୁ ଜବରଦସ୍ତି କିଛି ଔଷଧ ଖାଇବାକୁ ଦିଆଯାଉଛି। ଏପରି କି ପୁନଃ ବିବାହ କିମ୍ବା ସନ୍ତାନ ଜନ୍ମ ଇଚ୍ଛା ପୂରଣ କରିବାକୁ ଦିଆଯାଉନାହିଁ। ତେଣୁ ତାଙ୍କୁ ମୁକ୍...

ଇ-କମର୍ସକୁ ଅବାଞ୍ଛିତ ଅଙ୍କୁଶ

ମୁମ୍ବାଇ/ନୂଆଦିଲ୍ଲୀ,୨ା୭:ଭାରତରେ ବ୍ୟବସାୟିକ ଧାରାକୁ ବଦଳାଇଦେଇଛି ଇ-କମର୍ସ। ଅନ୍‌ଲାଇନ୍‌ରେ ନିଜ ପସନ୍ଦର ସାମଗ୍ରୀ ଅର୍ଡର କରି ଘରକୁ ମଗାଇବାର ମଜା ଅଲଗା। ଏହା ସୁବିଧାଜନକ ଓ ଶସ୍ତା ମଧ୍ୟ। କରୋନା ମହାମାରୀ ସମୟରେ ଏହି ବ୍ୟବସାୟ କରୁଥିବା କମ୍ପାନୀଗୁଡ଼ିକ କୋଟି କୋଟି ଲୋକଙ୍କ ଚାହିଦା ପୂରଣ କରିବା ସହ ବାହାରକୁ ବାହାରିବାରୁ ବଞ୍ଚାଇଛନ୍ତି। ଏହାସତ୍ତ୍ୱେ ସବୁଠୁ ଦ୍ରୁତଗତିରେ ବଢ଼ୁଥିବା ବଜାର ଭାରତରେ ଇ-କମର୍ସ କମ୍ପାନୀଗୁଡ଼ିକୁ ବିବାଦର ସାମ୍ନା କରିବାକୁ ପଡ଼ୁଛି। ନୂଆ ନିୟମ ଅନୁସାରେ ଡେଲିଭରିରେ ବିକ୍ରେତାଙ୍କ ଅବହେଳା ବା ବିଫଳତା ପାଇଁ ଆମାଜନ, ଫ୍ଲିପ୍‌କାର୍ଟ, ବିଗ୍‌ବାସ୍କେଟ, ଜମାଟୋ, ସ୍ବିଗି ଓ ପେଟିଏମ୍‌ ମଲ୍‌ ଭଳି ଇ-କମର୍ସ କମ୍ପାନୀଗୁଡ଼ିକୁ ଦାୟୀ କରାଯିବ। ସରକାରଙ୍କ ଏହି ପ୍ରସ୍ତାବ ସେବା ଓ ସାମଗ୍ରୀ ଯୋଗାଣକାରୀ କମ୍ପାନୀ ଏବଂ କେତ୍ରାଙ୍କ ମଧ୍ୟରେ ମଧ୍ୟସ୍ଥ ଭୂମିକାକୁ ହତ୍ୟା କରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସମୟରେ ଆମାଜନ ଓ ଫ୍ଲିପ୍‌କାର୍ଟ ଭଳି ଅଗ୍ରଣୀ ଇ-କମର୍ସ କମ୍ପାନୀ ନିଜ ପ୍ଲାଟ୍‌ଫର୍ମ ସାମଗ୍ରୀ ଉପଲବ୍ଧ କରାଇ ନ ପାରିଲେ ବିନା ଦ୍ୱିଧାରେ ଅର୍ଥ ଫେରସ୍ତ ଓ ଗ୍ରାହକ ସନ୍ତୁଷ୍ଟ ନ ହେଲେ ଏକ୍ସଚେଞ୍ଜ ସୁବିଧା ଦେଉଛନ୍ତି। ଏହା ସତ୍ତ୍ୱେ ଆଉ କେଉଁ କଥାରେ ସେମାନଙ୍କୁ ଉତ୍ତରଦାୟୀ କରାଯିବ ବୋଲି କମ୍ପାନୀଗୁଡ଼ିକ ମଧ୍ୟ ଏହି ନୂଆ ନିୟମକୁ ନେଇ ଚିନ୍ତିତ। ଷ୍ଟୋରରୁ ବି...

ଗାଁ ମୁହାଁ ସମୁଦ୍ର

ଗୋପାଳପୁର,୨ା୭: ଗଁା ଆଡକୁ ମାଡ଼ି ଆସୁଛି ସମୁଦ୍ର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମରେ। ଗତ ୫ ଦିନ ହେବ ସମୁଦ୍ରର ଉଚ୍ଚ ଜୁଆର ମାଡ଼ ହେବାରୁ ଏଲ. ଭୋଗରାଜୁ, ଏଲ.ଆପନା ଓ କେ.ଭୀମାଙ୍କର ୩ଟି ଘର ଭାଙ୍ଗିଯାଇଛି। ଏଥିଯୋଗୁ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ବାହୁଦା ନଦୀ ମୁହାଣ ସମୁଦ୍ରରେ ମିଶି ଦକ୍ଷିଣା ପବନ ହେବାରୁ ଦିଗ ପରିବର୍ତ୍ତନ କରି ଜୁଆର ରାମେୟାପାଟଣା ଗ୍ରାମ ଆଡ଼କୁ ମୁହଁାଇଲାଣି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ପ୍ରତିବର୍ଷ ଏହି ସମୟରେ ଉଚ୍ଚ ଜୁଆର ମାଡ଼ି ଆସିବାରୁ ବହୁ ଘର ନଷ୍ଟ ହେବା ସହ ଧନ ହାନି ହେବାର ନଜିର ରହିଛି। ୨୦୧୬ରୁ ସମୁଦ୍ରର ଉଚ୍ଚ ଜୁଆର ମାଡ଼ିବା ଆରମ୍ଭ ହୋଇଥିଲା। ୨୦୧୯ରେ ୨୭ଘର ଭାଙ୍ଗିବା ସହ ଏକ ସାହି ସମୁଦ୍ରରେ ଲୀନ ହୋଇଯାଇଥିଲା। ଏହାର ପ୍ରତିକାର ପାଇଁ ପ୍ରଶାସନ ପକ୍ଷରୁ ବହୁବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା କରାଯାଉ ନାହିଁ। ଗଁାକୁ ଜୁଆର ପାଣି ନ ପଶିବା ପାଇଁ ବାହୁଦା ମୁହାଣରେ ଅସ୍ଥାୟୀ ବାଲିବସ୍ତା ପକାଯାଇ ବ୍ୟାରିକେଡ୍‌ କରାଯାଇଥିଲା, କିନ୍ତୁ ଏହା ସାମୁଦ୍ରିକ ଝଡ଼ ପ୍ରଭାବରେ ଭାଙ୍ଗି ଯାଇଥିଲା। ଅନ୍ୟପଟେ ସମୁଦ୍ର ଉପକୂଳରେ ଥିବା ଲୋକମାନଙ୍କୁ ରାମେୟାପାଟଣାର କିଛି ଦୂରରେ ଓଡ଼ିଶା ଡିଜାଷ୍ଟର ରିକୋଭରି ପ୍ରୋଜେକ୍ଟ (ଓଡିଆରପି)ରେ ପକ୍କାଘର ଦିଆଯାଇଥିଲା। କିନ୍ତୁ ସେଠାକୁ ଯାତାୟାତର ସୁବିଧା ନ ଥିବାରୁ ଲୋକମାନେ ସେଠାର...

ଜିସିଇ ହେବ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ

ଭୁବନେଶ୍ୱର,୨ା୭:କେନ୍ଦୁଝରସ୍ଥିତ ଗଭର୍ନମେଣ୍ଟ କଲେଜ ଅଫ୍‌ ଇଞ୍ଜିନିୟରିଂ(ଜିସିଇ)କୁ ରାଜ୍ୟ ସରକାର ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ବା ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ି ତୋଳିବେ। ମାଇନିଂ, ମେଟାଲର୍ଜି ଆଣ୍ଡ୍‌ ମିନେରାଲ୍ସ କ୍ଷେତ୍ରରେ ଏଠାରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ (ସିଓଇ) ସ୍ଥାପନ କରାଯିବାକୁ ଯୋଜନା ରଖାଯାଇଛି। ଭୂତତ୍ତ୍ୱ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣା ଲାଗି ଏହା ଯୋଗଦାନ ରଖିବ। ରାଜ୍ୟରେ ମାଇନିଂ ଏବଂ ମେଟାଲର୍ଜି ଭଳି କ୍ଷେତ୍ରରେ ଗବେଷଣା ଏବଂ ଦକ୍ଷତା ବିକାଶ ଦିଗରେ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି କୁହାଯାଉଛି। ଲୋକସେବା ଭବନରେ ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହୋଇଯାଇଛି। ଦକ୍ଷତା ବିକାଶ ଏବଂ ଟେକ୍ନିକାଲ ଏଜୁକେଶନ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଏହି ପ୍ରସ୍ତାବ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏଥିପାଇଁ ଇକୋସିଷ୍ଟମ ପ୍ରସ୍ତୁତ କରିବା ସହ ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କୁ ଆକୃଷ୍ଟ କରିବାକୁ ମୁଖ୍ୟ ଶାସନ ସଚିବ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାରେ ଖଣି କ୍ଷେତ୍ରରେ ସମ୍ଭାବନା ଥିବାରୁ ଆଇଏସ୍‌ଏମ୍‌, ଧାନବାଦ ଭଳି ପ୍ରତିଷ୍ଠାନ ରାଜ୍ୟରେ ସ୍ଥାପନ କରିବା ଲାଗି ମହାପାତ୍ର ଗୁରୁତ୍ୱାରୋପ କରିଛନ୍ତି। ସାରା ବିଶ୍ୱର ପ୍ରତିଭାମାନେ ଯେଭଳି ଏହି ଅନୁଷ୍...

ଗର୍ଭବତୀଙ୍କୁ ଖୁବ୍‌ଶୀଘ୍ର ଟିକା

ଭୁବନେଶ୍ୱର, ୨ା୭(ବ୍ୟୁରୋ):ରାଜ୍ୟରେ ଏଣିକି ଗର୍ଭବତୀଙ୍କୁ ଦିଆଯିବ ଟିକା। ଏ ନେଇ ଗୁରୁବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗର୍ଭବତୀଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିଛି। ତେଣୁ ରାଜ୍ୟରେ ଖୁବ୍‌ଶୀଘ୍ର ତାହା ଆରମ୍ଭ କରାଯିବ। ସେପଟେ ଗୁରୁବାର ଆଉ ୧ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା ଭୁବନେଶ୍ୱରରେ ଆସି ପହଞ୍ଚତ୍ଛି। ଶୁକ୍ରବାର ଆଉ ୧୦ଲକ୍ଷ ଡୋଜ୍‌ ଟିକା ଆସିବାର ସମ୍ଭାବନା ରହିଛି। ସେହିପରି ସିରମ ଇନଷ୍ଟିଚ୍ୟୁଟ୍‌ରୁ ୮ ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା ଆସିପାରେ ବୋଲି ମହାପାତ୍ର କହିଛନ୍ତି। ରାଜ୍ୟରେ ଟିକା ନ ଥିବାରୁ ଗୁରୁବାର ୧୬ ଜିଲାରେ ଟିକାକରଣ ବନ୍ଦ ରହିଥିଲା। ସରକାରଙ୍କ ପାଖରେ ମାତ୍ର ୧୯,୫୨୦ଡୋଜ୍‌ କୋଭିଶିଲ୍ଡ ଟିକା ଥିବାରୁ କେବଳ ୧୨୩ କେନ୍ଦ୍ରରେ ଟିକାକରଣ ହୋଇଥିଲା। ତେବେ ଗୁରୁବାର ୧ ଲକ୍ଷ ଟିକା ପହଞ୍ଚତ୍ଥିବାରୁ ବର୍ତ୍ତମାନ ରାଜ୍ୟରେ ୧,୧୪,୬୬୦ ଡୋଜ୍‌ କୋଭିଶିଲ୍ଡ ଏବଂ ୪,୪୨,୧୩୦ ଡୋଜ୍‌ କୋଭାକ୍ସିନ ଟିକା ଗଚ୍ଛିତ ରହିଛି। ଶୁକ୍ରବାର ରାଜ୍ୟର ୧୦୨ କେନ୍ଦ୍ରରେ ଟିକାକରଣ ହେବ, ଯେଉଁଥିରେ କେବଳ ଭୁବନେଶ୍ୱରରେ ୬୯ କେନ୍ଦ୍ର ରହିଛି। ତେବେ ୧୭ ଜିଲା ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ରାୟଗଡ଼ା ଓ ସୋନପୁରରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ର...

ସଚିନଙ୍କ ଟ୍ରାଉଜର୍‌ ପିନ୍ଧି ପଡିଆକୁ ଖେଳିବାକୁ ଓହ୍ଲାଇଥିଲେ ଏହି ମହାନ କ୍ରିକେଟର୍‌: ଆଉ ତା’ପରେ..

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ହେମାଙ୍ଗ ବାଦନି ଭାରତୀୟ ଦଳର ସଦସ୍ୟ ଥିବା ସମୟର ଏକ କୌତୁହଳ ବିଷୟ ଉପରୁ ପର୍ଦ୍ଦାଫାଶ କରିଥିଲେ। ଯେ କହିଥିଲେ ଯେ ଥରେ ସଚିନ ତେନ୍ଦୁଲକର ତାଙ୍କୁ ପୂର୍ବତନ ଦ୍ରୁତ ବୋଲର ଜଭଗଲ ଶ୍ରୀନାଥଙ୍କ ଟ୍ରାଉଜର ବଦଳାଇବାକୁ କହିଥିଲେ। ୨୦୦୨ରେ କଟକ ଠାରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ବାଦାନୀ କହିଥିଲେ ଯେ ଶ୍ରୀନାଥ ବହୁତ ନର୍ଭସ ଥିଲେ ଏବଂ ସଚିନ ତାଙ୍କ ମନୋବଳକୁ ଠିକ କରିବା ପାଇଁ ତାଙ୍କ ସହ ଥଟ୍ଟା କରିବାକୁ ଚିନ୍ତା କରିଥିଲେ। ମୁଁ ସେହି ମ୍ୟାଚରେ ଖେଳୁ ନ ଥିଲି, ତେଣୁ ସଚିନ ମୋ ପାଖକୁ ଆସି ଶ୍ରୀନାଥଙ୍କ ସହ ଏକ ଥଟ୍ଟାରେ ଏକ ଖେଳ ଖେଳିବାକୁ କହିଥିଲେ। ସେ କହିଥିଲେ, ତୁମେ ମୋ ଟ୍ରାଉଜରକୁ ନେଇ ଯାଇ ଶ୍ରୀନାଥଙ୍କ କିଟ ବ୍ୟାଗରେ ରଖି ତାଙ୍କୁ ଟ୍ରାଉଜରକୁ ଅନ୍ୟ କୌଣସି ସ୍ଥାନରେ ରଖିଦିଅ। ଶ୍ରୀନାଥଙ୍କ ଟ୍ରାଉଜର ପ୍ରତି ତାଙ୍କ ଆଉ ଧ୍ୟାନ ନ ଥିଲା। ସେ ଛଅ ଫୁଟ ଦୁଇ ଇଞ୍ଚ ଏବଂ ସଚିନ ପାଞ୍ଚ ଫୁଟ ପାଞ୍ଚ ଇଞ୍ଚ ଥିଲେ। ଜାଣି ନ ପାରି ସେ ସଚିନଙ୍କ ଛୋଟ ଟ୍ରାଉଜର ପିନ୍ଧିବା ଆରମ୍ଭ କରିଥିଲେ। ଟ୍ରାଉଜର ପିନ୍ଧି ସିଧାସଳଖ ମ୍ୟାଚ୍‌ ଖେଲିବା ପାଇଁ ପଡିଆକୁ ଗଲେ। ସେ ଗୋଟିଏ ଓଭର ମଧ୍ୟ ଫିଙ୍ଗିଥିଲେ। ଓଭର ଫିଙ୍ଗିବା ପରେ ଶ୍ରୀନାଥ ଦେଖିଲେ ଯେ ପୁରା ଦଳ ତାଙ୍କୁ ଦେଖି ହସୁଛନ୍ତି। ଏହା ପରେ ସେ ଜାଣିପାରି ଡ୍ରେସିଂ ରୁମକୁ ଯାଇ ପ୍ୟାଣ୍ଟ ବଦଳାଇ ଥିଲେ। The post ସଚିନଙ୍କ ଟ୍ରାଉଜର୍‌ ପିନ୍ଧି ପଡିଆକୁ ଖେଳ...

ପେଟ ବଡ଼ ନେଇ ଚିନ୍ତିତ କି ….

ବର୍ତ୍ତମାନ ସମୟରେ ବଡ଼ ପେଟ ଏମକ ମୁଖ୍ୟ ସମସ୍ୟା। ଅଧୁନୀକ ଜୀବନଶୈଳୀ ହେଉ କିମ୍ବା ଗୋଟିଏ ଜାଗାରେ ବେଶି ସମୟ ବସି କାମ କରିବା ଫଳରେ ଅଧିକାଂଶ ଲୋକଙ୍କଠାରେ ଏହି ସମସ୍ୟା ଦେଖାଯାଇଥାଏ। ଯଦି ଏହି ସମସ୍ୟା ଆପଣଙ୍କଠାରେ ଦେଖାଯାଉଛି ତେବେ ଘରୋଇ ଉପାୟରେ ଏହାର ସମାଧାନ କରନ୍ତୁ। ପେଟ କମ୍‌ କରିବାରେ କାକୁଡି ଓ ଲେମ୍ବୁ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ। କାକୁଡି ଖାଇବା ଫଳରେ ଶରୀରରେ ଚର୍ବି ଅଂଶ କମ୍‌ ହୋଇଥାଏ। ସେହିପରି ଲେମ୍ବୁ ପେଟର ଚର୍ବି ଅଂଶକୁ କମ୍‌ କରିଥାଏ। ସେ ଲାଗି ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ କାକୁଡି ଜୁସ ପିଇବା ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଜୁସ ପ୍ରସ୍ତୁତୀ ପାଇଁ ସାମଗ୍ରୀ: ୨ ଟି କାକୁଡି’ ୨ ଚାମମ ଲେମ୍ବୁ ରସ ଛୋଟ ଅଦା ଖଣ୍ଡ ଅଳ୍ପ ଜିରା ପାଉଡର The post ପେଟ ବଡ଼ ନେଇ ଚିନ୍ତିତ କି …. appeared first on Dharitri Odia News .

ହତ୍ୟା ପରେ ସ୍ତ୍ରୀଙ୍କ ମୃତଦେହକୁ ସୁଟକେସରେ ଭର୍ତ୍ତି କରି ଫୋପାଡ଼ି ଦେଲେ

ହାଇଦ୍ରବାଦ,୧।୭: ଆନ୍ଧ୍ର ପ୍ରଦେଶର ତିରୁପତିରେ ଏକ ସୁଟକେସରୁ ମିଳିଥିବା ୨୭ ବର୍ଷୀୟା ମହିଳା ଇଞ୍ଜିନିୟରଙ୍କ ହତ୍ୟା ମାମଲାରେ ତାଙ୍କ ସ୍ବାମୀକୁ ଗିରଫ କରିଛି ପୋଲିସ। ମୃତକ ଭୁବନେଶ୍ୱରୀ ହାଇଦ୍ରାବାଦରେ କଗନିଜାଣ୍ଟ କମ୍ପାନୀରେ କାମ କରୁଥିଲେ। ତାଙ୍କ ସ୍ବାମୀ ଶ୍ରୀକାନ୍ଥ ରେଡ୍ଡୀ ମଧ୍ୟ ଜଣେ ଇଞ୍ଜିନିୟର। ଗତ ୨୩ ତାରିଖରେ ତିରୁପତିର ରୁଇଆ ହସ୍ପିଟାଲ ନିକଟରୁ ଏକ ସୁଟକେସରୁ ମିଳିଥିଲା ସମ୍ପୂର୍ଣ୍ଣ ଜଳି ଯାଇଥିବା ମହିଳାଙ୍କ ମୃତଦେହ। ଏହାର ପର ଦିନ ଜଣେ ଟାକ୍ସି ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା। ପଚରାଉଚୁରା ପରେ ଡ୍ରାଇଭର କହିଥିଲେ, ଶ୍ରୀକାନ୍ଥ ରେଡ୍ଡୀ ନାମକ ଜଣେ ଗ୍ରାହକ ଛୁଆଙ୍କ ସହ ଉକ୍ତ ସୁଟକେସ ଆଣିଥିଲେ। ଛୁଆକୁ ଗାଡ଼ିରେ ଛାଡ଼ି ସୁଟକେସରେ ଆଣିଥିବା ମୃତଦେହକୁ ଜାଳି ଦେଇଥିଲେ। ଅନ୍ୟପକ୍ଷରେ କରୋନାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟଙ୍କୁ କହିଥିଲେ ଶ୍ରୀକାନ୍ଥ। ଭୁବନେଶ୍ୱରୀଙ୍କ ସମ୍ପର୍କୀୟ ମମାଥ ଆପର୍ଟମେଣ୍ଟର ସିସିଟିଭି ଫୁଟେଜ ଶେୟାର କରିଥିଲେ। ଉକ୍ତ ଫୁଟେଜରେ ଶ୍ରୀକାନ୍ଥ ଗୋଟିଏ ହାତରେ ଛୁଆକୁ ଧରିଥିବାବେଳେ ଅନ୍ୟ ହାତରେ ସୁଟକେସକୁ ଘୋଷାଡ଼ି ଘୋଷାଡ଼ି ନେଉଥିବା ଦେଖିବାକୁ ମିଳିଥିଲା। ଟାକ୍ସି ଡ୍ରାଇଭରର ବୟାନ ଓ ସିସିଟିଭ ଫୁଟେଜ ପରେ ଫୋନକୁ ଟ୍ରାକ କରି ଶ୍ରୀକାନ୍ତଙ୍କୁ ଧରିଥିଲା ପୋଲିସ। ଦୁହେଁ ଅଢ଼େଇ ବର୍ଷ ପୂର୍ବେ ବିବାହ କରିଥିଲେ। ଗତ କିଛି ମାସ ହେଲା ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ...

ଅପରାଧୀଙ୍କୁ ଦୌଡ଼ାରେ ପାରିଲାନି ପୋଲିସ

ଝାରସୁଗୁଡା ଅଫିସ,୧।୭: ଏକ ବାଇକ୍‌ ଯୋଗେ ଗୁରୁବାର ସମ୍ବଲପୁରରୁ ଝାରସୁଗୁଡ଼ା ଚାଲାଣ ହେଉଥିଲା ଗଞ୍ଜେଇ। ଏକ ବିଶେଷ ସୂତ୍ରରୁ ଖବର ପାଇ ବଡମାଲ ଥାନା ପୋଲିସ ବିଜୁ ପଟ୍ଟନାୟକ ଛକରେ ଜଗି ରହିଥିଲା। ଏହି ସମୟରେ ଜଣେ ଯୁବକ ବାଇକ୍‌ରେ ଗଞ୍ଜେଇ ଧରି ପହଞ୍ଚି ଥିଲେ । ହେଲେ ପୋଲିସଙ୍କୁ ଦେଖି ଯୁବକ ଜଣଙ୍କ ବାଇକ୍‌ ଓ ଗଞ୍ଜେଇ ଛାଡି ଦୌଡି ଥିଲେ। ଯୁବକଙ୍କୁ ଧରିବା ପାଇଁ ପୋଲିସ ଗୋଡାଇ ଥିଲେ ମଧ୍ୟ ସଫଳ ହୋଇ ନ ଥିଲା । ପୋଲିସ ଘଟଣାସ୍ଥଳରୁ ଏକ ବାଇକ୍‌(ସିଜି ୧୪-ଏମ୍‌ଏଚ୍‌ ୧୭୯୦) ସହ ଏକ ବସ୍ତାରେ ଥିବା ୮କିଲୋ ୬୦୦ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି । ଏନେଇ ବଡ଼ମାଲ ପୋଲିସ ଏକ ମାମଲା (ନଂ ୧୨୬/୨୧) ରୁଜୁ କରି ତଦନ୍ତ ଚଳାଇଛି । The post ଅପରାଧୀଙ୍କୁ ଦୌଡ଼ାରେ ପାରିଲାନି ପୋଲିସ appeared first on Dharitri Odia News .