Skip to main content

ଆକର୍ଷଣ ମୋହ-ବିସ୍ମୟର

ଡ.ବାସୁଦେବ ମିଶ୍ର

ଈଶ୍ୱର ତାଙ୍କ ସୃଷ୍ଟିରେ ନିଜ ହାତରେ ଗଢ଼ିଥିବା ପ୍ରାଣୀମାନଙ୍କୁ ସେମାନଙ୍କ ଜୀବନକାଳ ମଧ୍ୟରେ ସୁଖଦୁଃଖ ନେଇ ବଞ୍ଚତ୍ବାର ପୂର୍ଣ୍ଣ ସୁଯୋଗ ଦିଅନ୍ତି। ପ୍ରାଣୀମାନେ ମଧ୍ୟ ଜୀବନକାଳ ମଧ୍ୟରେ ସେପରି ସୁଯୋଗର ପୂର୍ଣ୍ଣ ଉପଯୋଗ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ସେହି ସୁଯୋଗର ଉପଯୋଗ କରିବା ଭିତରେ ପ୍ରାଣୀଟି ପ୍ରତି ମୁହୂର୍ତ୍ତରେ ବିଭିନ୍ନ ବାଟରେ ଈଶ୍ୱରଙ୍କର ପରୀକ୍ଷାର ସମ୍ମୁଖୀନ ହେଉଥାଏ, ସେ କଥା ତାକୁ ଜଣା ନଥାଏ। ଚାଲିବା ପାଇଁ ପ୍ରାଣୀଟିକୁ ପାଦ ଦେବା ସହିତ ତା’ର ଚଲାବାଟକୁ କେଉଁଠି ନା କେଉଁଠି ପିଚ୍ଛିଳ କରି ଦେଇଥାଆନ୍ତି ସେ। ଆଖି ଦେଇଥାଆନ୍ତି ଦେଖିବାକୁ ସତ, କିନ୍ତୁ ତା’ ସହିତ ଖରାପ ଦୃଶ୍ୟ ତା’ ଆଖି ସମ୍ମୁଖକୁ ମଧ୍ୟ ଆଣିଥାଆନ୍ତି ସେ। ଏମିତି ବଞ୍ଚତ୍ବାର ପୂର୍ଣ୍ଣ ସୁଯୋଗ ଦେବା ସହିତ ଶରୀରରେ ଯୁକ୍ତ ହୋଇଥିବା କର୍ମେନ୍ଦ୍ରିୟଗୁଡ଼ିକର ଦୁରୁପଯୋଗ ନିମିତ୍ତ ବିଭିନ୍ନ ବାଟରେ ସୁଯୋଗ ସୃଷ୍ଟି କରିବା ତାଙ୍କ ପରୀକ୍ଷାର ଅନ୍ତର୍ଗତ ହୋଇଥାଏ। ମନ୍ଦିରକୁ ଯାଇ ଦିଅଁଦର୍ଶନ କରିବାକୁ ତୁମେ ଯେପରି ମୁକ୍ତ, ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଅଥବା ଦିଅଁ ଦର୍ଶନ ପରେ ମନ୍ଦିର ଗାତ୍ରରେ ଥିବା ମନମତାଣିଆ ଚିତ୍ର ଅଥବା ମୂର୍ତ୍ତିଗୁଡ଼ିକୁ ଦେଖିବାକୁ ତୁମେ ସେହିପରି ସ୍ବାଧୀନ। ଦିଅଁଦର୍ଶନ କରି ଅନ୍ତର ମନକୁ ପବିତ୍ରିତ କରିବ କି ଅନ୍ୟ ଚିତ୍ର ମୂର୍ତ୍ତିଗୁଡ଼ିକୁ ଦେଖି ମନ-ହୃଦୟକୁ କଳୁଷିତ କରିବ, ତାହା ତୁମ ବିଚାର, ଚିନ୍ତା ଚେତନାର କଥା। ଶରୀରଟିକୁ ବଞ୍ଚାଇ ରଖିବାକୁ ଯେଉଁ ଖାଦ୍ୟ ଆବଶ୍ୟକ, ତା’ର ସ୍ବାଦର ଉପଲବ୍‌ଧି ନ ହେଲେ ଖାଦ୍ୟ ପ୍ରତି ଆଗ୍ରହ ଆସିବ ନାହିଁ। ଖାଦ୍ୟ ପ୍ରତି ଆଗ୍ରହ ନ ଆସିଲେ ଶରୀର ପୁଷ୍ଟ ହେବା ସମ୍ଭବ ହେବନାହିଁ। ଏହି କଥାଟିକୁ ଦୃଷ୍ଟିରେ ରଖି ଜିହ୍ବାଟିଏ ଶରୀର ଭିତରେ ରଖିଛନ୍ତି ସେ। କିନ୍ତୁ ଖାଦ୍ୟ ପ୍ରତି ଯେତିକି ଆଗ୍ରହ ରହିବା କଥା, ତା’ଠାରୁ ଅଧିକ ଆଗ୍ରହ ରଖିଲେ ଶରୀର ତ ଅସୁସ୍ଥ ହେବ, ତା’ଛଡ଼ା ଗୁଡ଼ାଏ ଭୁଲ କାମ କରିବାର ପରିସ୍ଥିତି ସୃଷ୍ଟିହେବ। ପୁଣି ସେଇ ଜିହ୍ବା ଉପରେ ଆଉ ଗୋଟିଏ ମହାନ୍‌ ଦାୟିତ୍ୱ- କଥା କହିବା। କଥା କହିବା ତ ମଧୁର ବଚନ ନ କହି କର୍କଶ କହିବା କାହିଁକି? ଭାଗବତ କହିଛନ୍ତି- ‘ମଧୁର ବିନୟ ବଚନ, କହି ତୋଷିବ ଜନ ମନ।’ ନା, ସେସବୁ କଥା ଆମର ଶୁଣିବାର ନାହିଁ। ଆମେ କହୁକହୁ ଗୁଡ଼ାଏ ଆବୁରୁଜାବୁରୁ କହୁ। ତଦ୍ଦ୍ବାରା ଆମେ ନିଜର ମନ, ଆମତ୍ାକୁ କଳୁଷିତ କରିବା ସହିତ ଆମର ଚାରିପାଖର ପରିବେଶକୁ ମଧ୍ୟ କଳୁଷିତ କରିଦେଉ। ଏଣୁତେଣୁ ଆବୁରୁଜାବୁରୁ ଆଲୋଚନାରୁ କିଛି ମଜା ମିଳେ ବୋଲି ସେଇଟା ଯେଉଁଠି ସେଇଠି ଚାଲେ। ଚାଲେ ତ ଚାଲେ, ପୁଣି ତାହା ଶାଖା ପ୍ରଶାଖା ଦେଇ କେଉଁଠୁ ଯାଇ କେଉଁଠି ପହଞ୍ଚେ, ତା’ର କିଛି ଠିକଣା କି ହିସାବ ନଥାଏ। ଏସବୁ ହେଉଛି ପରୀକ୍ଷାର ବେଳ। କାହାର ବଞ୍ଚତ୍ବା ନ ବଞ୍ଚତ୍ବାକୁ ଖାତିର ନ କରି ସଂସାରରେ ନିଜେ କେବଳ ସୁଖଶାନ୍ତିରେ ବଞ୍ଚତ୍ଲ ଅବା ନିଜେ ବଞ୍ଚତ୍ବା ସହିତ ଆଉ କାହାକୁ ବଞ୍ଚତ୍ବାର କିଛି ସୁବିଧା ସୁଯୋଗ ଯୋଗାଇଦେଲ କି କାହାର ବଞ୍ଚତ୍ବାର ଯତ୍‌ସାମାନ୍ୟ ସମ୍ବଳକୁ ଅପହରଣ ତଥା ଆମତ୍ସାତ୍‌ କରି ତାକୁ ନିଃସ୍ବ କରିଦେଲ, ସେ ସମସ୍ତ ବିଷୟ ପରୀକ୍ଷାର ପରିସରଭୁକ୍ତ ହୋଇଥାଏ। ତୁମେ ପ୍ରକୃତରେ ତୁମର କାର୍ଯ୍ୟପାଇଁ ପୁରସ୍କାର ପାଇବା ପାଇଁ ଯୋଗ୍ୟ କି ତିରସ୍କାର, ତାହା ସେହି ପରୀକ୍ଷାଫଳ ଉପରେ ନିର୍ଭର କରେ।
ମନୁଷ୍ୟମାନଙ୍କର ମଧ୍ୟ ଦରବାର ଥାଏ। ସେମାନେ ନିଜେ ସମ୍ମାନ ପାଇବା ପାଇଁ ସେପରି ଦରବାରଟିଏ ତିଆରି କରିଥାଆନ୍ତି। ସେପରି ଦରବାରରେ ମିଳିଥିବା ସମ୍ମାନର ପ୍ରକୃତରେ କିଛି ମୂଲ୍ୟ ନଥାଏ। ସେଇଠି ମିଳେ କାଗଜପଟିରେ ଲେଖା ହୋଇଥିବା ମାନପତ୍ରଟିଏ। ନ ହେଲେ ତା’ ସହିତ କିଛି ଅର୍ଥ, ଯାହାକୁ ସେମାନେ ଟଙ୍କା ଅବା ଡଲାର ଅଥବା ଫ୍ରାଙ୍କ୍‌ ବୋଲି କହନ୍ତି। ତାଙ୍କର ଦରବାର କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ସେଇଠି ରଙ୍ଗିନ୍‌ ଆଖିଝଲସା ଆଲୋକମାଳା ନ ଥାଏ, କି ଝୀନ ବସ୍ତ୍ରର ସାଜସଜ୍ଜା ନଥାଏ। ଦୋଷଗୁଣର ବିଚାର କିନ୍ତୁ ଥାଏ ଖୁବ୍‌ ସ୍ବଚ୍ଛ ଏବଂ ଉଜ୍ଜ୍ୱଳ, ସୂର୍ଯ୍ୟଚନ୍ଦ୍ରଙ୍କର ଆଲୋକ ପରି। ସେଇଠି ବିଚାରର ଯେଉଁ ରାୟ ମିଳେ, ତାକୁ ସଂସାରର କେଉଁ କୋର୍ଟ ଖାରଜ କରିପାରେ ନାହିଁ। ସେହି ଦରବାରରେ ଯେଉଁ ସମ୍ମାନ ମିଳେ, ପୃଥିବୀର ଯେକୌଣସି ଦେଶର ଯେ କୌଣସି ସମ୍ମାନ ତା’ ସହିତ ସମକକ୍ଷ ହୋଇପାରେ ନାହିଁ।
କାଗଜ ଉପରେ କଲମ ମୁନରେ ସୃଷ୍ଟି କରିଥିବା ରେଖାପରି ଆମର ଏ ଜୀବନ। ଆରମ୍ଭରୁ ଶେଷଯାଏ ଅସଂଖ୍ୟ ବିନ୍ଦୁର ସମାହାର ଏଇ ରେଖାଟି। ବିନ୍ଦୁଟିଏ- ଯାହାର ଲମ୍ବ ନ ଥାଏ, ପ୍ରସ୍ଥ ନ ଥାଏ କି ଉଚ୍ଚତା ମଧ୍ୟ ନ ଥାଏ। ମୁହୂର୍ତ୍ତଟିଏ ସେମିତି। ତାହା କାଳର ପ୍ରତିନିଧିରୂପେ ଆମ ପାଖକୁ ଆସୁଥାଏ ପ୍ରତିଦିନ, ପ୍ରତି ସକାଳ ସନ୍ଧ୍ୟାରେ, ପ୍ରତିଟି ସମୟରେ। ଯାହାର ଲମ୍ବ, ପ୍ରସ୍ଥ କି ଉଚ୍ଚତାକୁ ମାପିବା ସମ୍ଭବ ନୁହେଁ। ଜୀବନ ସେମିତି ରେଖାଟିଏ ପରି। ଅନେକ ମୁହୂର୍ତ୍ତର ସମଷ୍ଟିରେ ଏଇ ଜୀବନର ସୃଷ୍ଟି। କ୍ଷୁଦ୍ରରେଖା, ଲମ୍ବ ରେଖା ପରି କେଉଁଠି ଜୀବନରେ ମୁହୂର୍ତ୍ତର ପ୍ରାଚୁର୍ଯ୍ୟ ତ କେଉଁଠି କମ୍‌ ମୁହୂର୍ତ୍ତର ସମାବେଶରେ ଜୀବନଟିଏ। ତେବେ ସେହି ମୁହୂର୍ତ୍ତମାନଙ୍କର ଉଚିତ ଉପଯୋଗ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ସୁଖଦୁଃଖ ଦୃଷ୍ଟିରୁ। ଜୀବନର କେତେ ମୂଲ୍ୟବାନ ମୁହୂର୍ତ୍ତ କିପରି ସୁଖ ଅଥବା ଦୁଃଖ ମଧ୍ୟଦେଇ ଅଥବା ସୁଯୋଗ ଆଉ ଦୁର୍ଯୋଗର ସହାୟତା ନେଇ ତୁମେ ବ୍ୟତୀତ କଲ, ତାହା ହିଁ ବିଚାରଯୋଗ୍ୟ ବିଷୟ ହୋଇଥାଏ।
ବାସ୍ତବ କଥାଟା ହେଲା, ଜୀବନରେ ଆମକୁ ଏଇ କେତୋଟି ମୁହୂର୍ତ୍ତ ବଞ୍ଚତ୍ବାର ପୂର୍ଣ୍ଣ ସୁଯୋଗ ଦେବା ଭିତରେ ଈଶ୍ୱର ଆମ ସମ୍ମୁଖରେ ମୋହ ଦୃଶ୍ୟମାନ କରିଦିଅନ୍ତି। ଖୁବ୍‌ କମ୍‌ ଲୋକଙ୍କର ଏଥିପ୍ରତି ନିଘା ନଥାଏ ସିନା, ଏଇଠି କିନ୍ତୁ ଦେଖାଯାଏ ଭୀଷଣ ଭିଡ଼ ଅନବରତ। ଏଇ ଭିଡ଼ ଭିତରେ ଧନୀ, ମାନୀ, ଜ୍ଞାନୀ ସମସ୍ତଙ୍କୁ ଦେଖିବାକୁ ମିଳେ। ଏଠା ରାସ୍ତାଟା ମଧ୍ୟ କିଛି ମାତ୍ରାରେ ଖସଡ଼ା। ଏଇଠୁ ମଦିରା ପାନ କରିବା ପରେ ଖସଡ଼ା ରାସ୍ତାରେ ଗୋଡ଼ ଅବା ନ ଖସିବ କେମିତି? ଗୋଡ଼ ଖସୁଥାଏ ସିନା, ଏହି ମଦିରା ପାନ କରି ସାରା ସଂସାର ଉନ୍ମତ୍ତପ୍ରାୟ ଟଳମଳ ହେଉଥାଏ ଅହରହ। କେହି ସେଥିପାଇଁ ନିଜକୁ ଭାଗ୍ୟବାନ ମଣୁଥାଏ ତ କେହି ଅହଂକାରରେ ଫାଟି ପଡୁଥିବା ଦେଖାଯାଏ। ଆୟୁର ମୁହୂର୍ତ୍ତଗୁଡିକ କେତେବେଳେ କିପରି ବିତିଯାଏ, ଜାଣିହୁଏ ନାହିଁ। ନିଶା ଛାଡ଼ିବା ବେଳକୁ ଦେଖାଯାଏ, ସବୁ ଶେଷ ହୋଇଯାଇଛି। ନିଶାରେ ମସ୍‌ଗୁଲ୍‌ ଥିବାବେଳେ ଜନ୍ମହେବା ସମୟର ଦୁଃଖ, ବିପତ୍ତିର ଦୁଃଖ, ମୃତ୍ୟୁର ଭୟ କିଛି ନଥାଏ। ନିଶା ଛାଡ଼ିବା ପରେ ସବୁ ଆସି ମାଡ଼ିବସେ ଏକାବେଳକେ। ଏଇସବୁ ଭିତରେ ତାଙ୍କର ବିଚାର କାମଟା ସରିଯାଏ, ରାୟ ମଧ୍ୟ ପ୍ରକାଶ ପାଇଯାଏ।
ଦଶରଥପୁର, ଯାଜପୁର
ମୋ: ୯୪୩୮୩୨୮୭୫୫

The post ଆକର୍ଷଣ ମୋହ-ବିସ୍ମୟର appeared first on Dharitri Odia News.



Popular posts from this blog

ପ୍ରଚାର ମୋଡ଼ ବଦଳାଇଲେ କମଲା ହାରିସ୍‌

ଓ୍ବାଶିଂଟନ,୧୪/୮:ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଆମେରିକାର ରାଜନୈତିକ ପାଣିପାଗରେ ଉଷ୍ମତା ଭରିଦେଇଛି। ବିଶେଷକରି ଭାରତୀୟ ବଂଶୋଦ୍ଭବ କାଲିଫର୍ନିଆ ସିନେଟର କମଲା ହାରିସ୍‌ ଡେମୋକ୍ରାଟିକ୍‌ ପାର୍ଟିରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ପରେ ତାଙ୍କ ପ୍ରେସିଡେନ୍ସିଆଲ ନୋମିନି ଜୋ ବିଡେନଙ୍କ ପ୍ରଚାର ରୋଚକ ମୋଡରେ ପହଞ୍ଚତ୍ଛି। ବିଡେନ ଓ ହାରିସ୍‌ ବୁଧବାର ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ଛିଡ଼ାହୋଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ହ୍ବାଇଟ୍‌ ହାଇସ୍‌ ରେକର୍ଡ ଶେୟାର କରିଛନ୍ତି। ରିପବ୍ଲିକାନ ଟ୍ରମ୍ପ୍‌ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହନ୍ତି ବୋଲି ଦୁହେଁ ସମାଲୋଚନା କରିଛନ୍ତି। ୭୭ ବର୍ଷୀୟ ଶ୍ୱେତାଙ୍ଗ ଜୋ ବିଡେନ ମଙ୍ଗଳବାର ୫୫ ବର୍ଷୀୟା କମଲା ହାରିସ୍‌ଙ୍କୁ ତାଙ୍କର ଭାଇସ୍‌ ପ୍ରେସିଡେନ୍ସିଆଲ ରନିଂ ମେଟ୍‌ ଭାବେ ଚୟନ କରିଥିଲେ। ଆମେରିକାର ଏକ ବଡ଼ ରାଜନୈତିକ ଦଳରୁ ଜଣେ କୃଷ୍ଣକାୟ ମହିଳା ଭାବେ ଏହି ଦୌଡ଼ିରେ ସାମିଲ ହେବାରେ ହାରିସ୍‌ ହେଉଛନ୍ତି ପ୍ରଥମ। ଏହାର ଦିନକ ପରେ ଦୁଇନେତା ଡେଲାଓ୍ବେରସ୍ଥିତ ଓ୍ବିଲମିଙ୍ଗଟନରେ ପ୍ରଥମଥର ପାଇଁ ଗୋଟିଏ ମଞ୍ଚରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ବିଡେନ କହିଥିଲେ, ଉପରାଷ୍ଟ୍ରପତି ପଦ ଲାଗି ହାରିସ୍‌ ଜଣେ ସ୍ମାର୍ଟ, ଟାଣୁଆ ଏବଂ ଆମେରିକାର ମଧ୍ୟବିତ୍ତଙ୍କ ପାଇଁ ଲଢ଼ୁଆ ପ୍ରାର୍ଥୀ। କିପରି କଠୋର ନିଷ୍ପତ୍ତି ନିଆଯାଏ ତାଙ୍କୁ ଭଲ

କୁଶଳୀ ଶିଳ୍ପୀ ନିହଣ ସଙ୍ଗେ ଅସ୍ତ୍ର ବି ଧରୁଥିଲେ

ପୂର୍ବ ଆଲୋଚନାରେ (ଧରିତ୍ରୀ, ୨୬ା୪ା୨୧) ‘ମଗୋ ଜାତୀୟ ବ୍ରାହ୍ମଣ’ଙ୍କ ପ୍ରସଙ୍ଗ ଆମେ ଆଲୋଚନା କରିଥିଲେ। ପ୍ରାଚୀନ ଭାରତର ଇତିହାସ ପୁସ୍ତକରେ ବା ଭଗବତ୍‌ ଶରଣ ଉପାଧ୍ୟାୟ ଏ ସମ୍ପର୍କିତ ମତ ଦେବାପରେ ଡ. ରାମ୍‌ଜୀ ଉପାଧ୍ୟାୟ ଏହି ମତକୁ ଆଗେଇ ନେଇଥିଲେ। ମଗୋମାନେ ତୃତୀୟ ଶତାବ୍ଦୀରେ ଭାରତକୁ ଆସି ସୂର୍ଯ୍ୟଙ୍କ ଉପାସନା କରିଥିଲେ ବୋଲି ଲେଖିବା ପରେ କେତେକ ଐତିହାସିକ କୁଶାଣ ଯୁଗରେ ସୂର୍ଯ୍ୟ ଉପାସନା ଇରାନରୁ ଭାରତକୁ ଆସିଥିଲା ବୋଲି ମତ ଦେଇଥିଲେ। ବାସ୍ତବରେ କୁଶାଣ ଯୁଗ ପୂର୍ବରୁ ଭାରତରେ ସୂର୍ଯ୍ୟ ଉପାସନା ପ୍ରଚଳିତ ଥିଲା। ବେଦ ହିଁ ଏହାର ପ୍ରମାଣ। ତୃତୀୟ ଶତକ ପୂର୍ବରୁ ରାମାୟଣ, ମହାଭାରତ, କେତେକ ପୁରାଣ ଓ ତନ୍ତ୍ରଗ୍ରନ୍ଥ ଲେଖା ସରିଥିଲା। ମହାଭାରତରେ ସେତେବେଳକୁ ସୂର୍ଯ୍ୟ ହୋଇ ସାରିଥିଲେ ‘ବ୍ରହ୍ମଶାଶ୍ୱତ’। ପୁରାଣ ଶାସ୍ତ୍ରରେ ସୂର୍ଯ୍ୟଙ୍କର କ୍ରାନ୍ତିବୃତ୍ତିକୁ ସୂର୍ଯ୍ୟରଥ ବୋଲି ପ୍ରମାଣ କରାଯାଇ ସାରିଲାଣି। ଜ୍ୟୋତିଷ ତତ୍ତ୍ୱର ରହସ୍ୟ ପୁରାଣ ଶାସ୍ତ୍ରରେ ସ୍ଥାନ ପାଇ ସାରିଥିଲା। ସୂର୍ଯ୍ୟଙ୍କ ରଥ ବେଦମୟ, ମୁହୂର୍ତ୍ତକେ ୩୪ ଲକ୍ଷ ୮୦୦ ଯୋଜନ ଏହି ରଥ ଗତିକରେ। ଗୋଟିଏ ଚକ ହେଉଛି ସମ୍ବତ୍ସର। ୧୨ ମାସର ପ୍ରତୀକ ୧୨ଟି ଅର। ୬ ଋତୁ ପରି ୬ଟି ପଇ। ଅରୁଣ ହେଉଛନ୍ତି ସାରଥି। ଦତ୍ତାତ୍ରେୟ ତନ୍ତ୍ରରେ ସୂର୍ଯ୍ୟଙ୍କର ରଥର ରହସ୍ୟ ସବିଶେଷ ବର୍ଣ୍ଣନା ହୋଇ ସାରିଥିଲା। ସ୍ଥାପତ୍ୟ କଳାର ଏତେସବୁ ରହସ୍ୟ ଓଡ଼ିଆ ଶିଳ୍ପୀ ଜାଣିଥିଲେ। ବ

ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ(ଆଇସିଏସ୍‌ଆଇ) ପକ୍ଷରୁ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି(ବିଜିୟୁ) ଭୁବନେଶ୍ୱର ଏବଂ ଜାମସେଦପୁରସ୍ଥିତ ଆର୍କଜେନ୍‌ ୟୁନିଭର୍ସିଟି ସହ ଏକାଡେମିକ ସହବନ୍ଧନ ଏମ୍‌ଓୟୁରେ ସାମିଲ ହୋଇଛି। ଛାତ୍ରୀଛାତ୍ର ଏବଂ ଅଂଶୀଦାରଙ୍କ ଉନ୍ନତି ତଥା ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ଏଭଳି ଏକ ଚୁକ୍ତି ବିଶେଷ ଭାବେ ସହାୟକ ହେବ ବୋଲି ଆଇସିଏସ୍‌ଆଇ ସଭାପତି ସିଏସ୍‌ ଆଶିଷ ଗର୍ଗ ସୂଚନା ଦେଇଛନ୍ତି। ଉଭୟ ବିଶ୍ୱବିଦ୍ୟାଳୟ ଆଇସିଏସ୍‌ଆଇ ସହ ମିଳିତ ହୋଇ କାମ କରିବାକୁ ଆଗେଇ ଆସିଥିବାରୁ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଛାତ୍ରୀଛାତ୍ରଙ୍କ ଉନ୍ନତି ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯାଉଥିବା ଉପସଭାପତି ସିଏସ୍‌ ନାଗେନ୍ଦ୍ର ରାଓ କହିଛନ୍ତି। ନୂଆ ସହବନ୍ଧନ ଦ୍ୱାରା ଉଭୟ ଅନୁଷ୍ଠାନ ଲାଭବାନ ହୋଇପାରିବେ ବୋଲି ବିଜିୟୁ କୁଳପତି ପ୍ରଫେସର ପି.ପି. ମାଥୁର ମତ ପ୍ରକାଶ କରିଥିଲେ। ଏଭଳି ପଦକ୍ଷେପ ପାଇଁ ଅର୍କଜେନ ୟୁନିଭର୍ସିଟି କୁଳପତି ଡ.ଏସ୍‌.ଏସ୍‌.ରାଜି ଆଇସିଏସ୍‌ଆଇକୁ ଧନ୍ୟବାଦ ପ୍ରଦାନ କରିଛନ୍ତି। The post ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି appeared first on Dharitri Odia News .