Skip to main content

ମହାମାରୀ ଓ ମହିଳା ନେତୃତ୍ୱ

ମିସେଲ୍‌ ବ୍ୟାରୀ, ଗୀତା ରାଓ ଗୁପ୍ତା

କୋଭିଡ୍‌ -୧୯ ମହାମାରୀରେ ଏବେ ସାରା ବିଶ୍ୱ ପ୍ରଭାବିତ। ଏହା କୋଟି କୋଟି ଲୋକଙ୍କ ରୋଜଗାର ଛଡ଼ାଇ ନେଇଛି। ମହିଳାମାନଙ୍କ କ୍ୟାରିୟର ଉପରେ ପ୍ରଚଣ୍ଡ ଆଘାତ ଦେଇଛି ଯାହା ଆମେରିକାରେ ସ୍ପଷ୍ଟ ପ୍ରତୀୟମାନ ହୋଇଛି। ମହାମାରୀ ଯାଗୁ ୪ ଜଣରେ ଜଣେ, ଏହି ଅନୁପାତରେ ଆମେରିକୀୟ ମହିଳାମାନେ ସେମାନଙ୍କ କ୍ୟାରିୟରର ଅଧୋଗତି ହେଉଥିବା ମନେକରୁଛନ୍ତି କିମ୍ବା ସେମାନଙ୍କୁ କର୍ମସ୍ଥଳୀ ଛାଡିବାକୁ ପଡ଼ୁଛି। କେବଳ ଗୋଟିଏ ବର୍ଷରେ ମହାମାରୀ ଯୋଗୁ ଆମେରିକାରେ ୨ ମିଲିୟନ ବା ୨୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା କର୍ମସ୍ଥଳୀ ଛାଡି ଦେଇଛନ୍ତି, ଅର୍ଥାତ ରୋଜଗାର ହରାଇଛନ୍ତି। ଏହାଦ୍ୱାରା ବେରୋଜଗାରୀରେ ରହିଥିତ୍ବା ପୁରୁଷ ଓ ମହିଳାଙ୍କ ଅନ୍ତର ଢେର ବୃଦ୍ଧି ପାଇଛି ଓ ଏହା ବିଗତ ଦୁଇ ଦଶନ୍ଧିରେ ସବୁଠାରୁ ଅଧିକ। କର୍ମଜୀବୀ ମା’ମାନେ ମଧ୍ୟ ରୋଜଗାର ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୪୦%ରୁ ଅଧିକ ଯେଉଁମାନେ ପରିବାରର ରୋଜଗାରର ମୁଖ୍ୟ ମାଧ୍ୟମ ସେମାନେ ମଧ୍ୟ ଅତ୍ୟନ୍ତ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଘରେ ଦାୟିତ୍ୱ ଅତ୍ୟଧିତ୍କ ବଢିଯିବା ଯୋଗୁ ଅନେକ ମଧ୍ୟ ସେମାନଙ୍କ କ୍ୟାରିୟରରେ ସମନ୍ବୟ ରକ୍ଷା କରିପାରୁନାହାନ୍ତି। କେବଳ ଆମେରିକା ନୁହେଁ,ସାରା ବିଶ୍ୱରେ ଏଭଳି ସମାନ ଧାରା ପ୍ରତିଫଳିତ ହୋଇଛି। ସବୁ ଦେଶରେ ମହିଳାମାନେ ଚାକିରି ହରାଇଛନ୍ତି। ଜଣାପଡ଼ିଛି ଯେ, ୨୦୨୦ରେ ପୁରୁଷଙ୍କ ତୁଳନାରେ ଅଧିକ ପ୍ରତିଶତ ମହିଳାଙ୍କ ଚାକିରି ଚାଲିଯାଇଛିି। ଅନ୍ୟ ପକ୍ଷରେ ଏହି ସମୟରେ ସେମାନେ ଗୋଟିଏ ସପ୍ତାହରେ ହାରାହାରି ୩୦ ଘଣ୍ଟାରୁ ଅଧିକ ସମୟ ଶିଶୁ ଯନତ୍ ନେବାରେ କଟାଇଛନ୍ତି।
କୋଭିଡ୍‌-୧୯ ମହାମାରୀ କାରଣରୁ ବିଭିନ୍ନ କମ୍ପାନୀ ଓ ଫ୍ୟାକ୍ଟ୍ରିରୁ ଅତ୍ୟଧିକ ମହିଳା ଚାକିରି ଛାଡୁଛନ୍ତି। ବିଶ୍ୱର ସ୍ବାସ୍ଥ୍ୟ ବ୍ୟବସ୍ଥା ସମେତ ସବୁ କ୍ଷେତ୍ରରେ ମହିଳାମାନଙ୍କ ମଧ୍ୟରୁ ଅନେକଙ୍କୁ ନେତୃତ୍ୱ ପଦବୀକୁ ଉଠାଇବାକୁ ଆମେ ଜରୁରୀ ଆବଶ୍ୟକ ବୋଲି ମନେ କରୁଥିବାବେଳେ ଏଭଳି ସ୍ଥିତି ବାସ୍ତବିକ ଚିନ୍ତାଜନକ। ବାସ୍ତବରେ ମହିଳାମାନଙ୍କ ଅଧିକାର କ୍ଷେତ୍ର ବା ଦକ୍ଷତା, ନେତୃତ୍ୱ ପରାକାଷ୍ଠା ଏବଂ ନିଆରା ଦୃଷ୍ଟିକୋଣ ପରିସ୍ଥିତିକୁ ସୁଧାରିବାରେ ନୂଆ ପଥ ଦେଖାଏ। ତେବେ ଏସବୁ ବିନା କୌଣସି କ୍ଷେତ୍ରରେ ସୁଧାର ଅପହଞ୍ଚ ହୋଇଯିବ ଏବଂ ପରବର୍ତ୍ତୀ ସ୍ବାସ୍ଥ୍ୟ ସଙ୍କଟକୁ ସମ୍ମୁଖୀନ ହେବାକୁ ଆମେ ଅପ୍ରସ୍ତୁତ ରହି ବିପଦକୁ ଆମନ୍ତ୍ରଣ କରିବା ହିଁ ସାର ହେବ। ବିଶେଷକରି ଏହି ବିପର୍ଯ୍ୟୟ ସମୟରେ ମହିଳାମାନଙ୍କ ନେତୃତ୍ୱ ଅଭାବ ଯୋଗୁ ଲିଙ୍ଗଗତ ପ୍ରଭାବ ବି ସ୍ପଷ୍ଟ ହୋଇଛି। ମହିଳାମାନେ ନେତୃତ୍ୱ ସ୍ଥାନରେ ରହି ଅଧିକ ନୀତି ବା ଯୋଜନାରେ ଭଲ ପରିଣାମ ସାମ୍ନାକୁ ଆଣିପାରିିଛନ୍ତିି। ମୁଖ୍ୟତଃ ସେମାନେ ଲୋକଙ୍କ ଗୁଣବତ୍ତା ଜୀବନଶୈଳୀରେ ଉନ୍ନତି କରିବାରେ ଭଲ କାମ କରିବା ଲକ୍ଷ୍ୟ କରାଯାଇଛି। ଏପରି କି ଏହି ମହାମାରୀରେ ପରିବାର ଓ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ଅସହାୟ ବର୍ଗଙ୍କ ପାଇଁ ପ୍ରାଥମିକତାଭିତ୍ତିରେ କାର୍ଯ୍ୟ କରିବା ବି ସେମାନଙ୍କ ନେତୃତ୍ୱରେ ପ୍ରତିଫଳିତ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ପ୍ରତୀୟମାନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ବାନଗୁଡ଼ିକର ସମାଧାନ ଦିଗରେ ତ୍ୱରିତ କାର୍ଯ୍ୟ କରିବାର କୌଶଳ ଏବଂ ସାମଗ୍ରିକ ପଦକ୍ଷେପ ନେବାରେ ମହିଳାଙ୍କ ସ୍ବର ବା ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। କିନ୍ତୁ ନୀତିନିର୍ଦ୍ଧାରକ ଭାବେ ଅତ୍ୟଧିକ ପୁରୁଷ ରହିଥିବାରୁ ଅନେକ ସମୟରେ ମହିଳାଙ୍କ ନେତୃତ୍ୱକୁ ଆମେ ହରାଉଛୁ।
ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ନ ରହିବା ଯୋଗୁ ପରିଣାମ ଗମ୍ଭୀର ହେଉଛି। ଦେଖିବାକୁ ଗଲେ ଏହି ମହାମାରୀରେ ଘରୋଇ ହିଂସା ବୃଦ୍ଧି ପାଇଛି। ସେକ୍ସୁଆଲ ଆଣ୍ଡ୍‌ ରିପ୍ରଡକ୍ଟିଭ ବା ଯୌନ ଏବଂ ପ୍ରଜନନୀୟ ସ୍ବାସ୍ଥ୍ୟ ସେବା ବିଳମ୍ବ ହୋଇଛି କିମ୍ବା ସ୍ଥଗିତ ରଖାଯାଇଛି। ବହୁ ସମୟରେ ସରକାର ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିବା କିମ୍ବା କାର୍ଯ୍ୟ କରିବାରେ ସମ୍ପୂର୍ଣ୍ଣ ଅପ୍ରସ୍ତୁତ ରହିଥିତ୍ବା ଦେଖାଯାଇଛି। ଦୀର୍ଘଦିନ ଧରି ଆମେ ପୁରୁଷ ଏବଂ ମହିଳାମାନଙ୍କ ଉପରେ ଅଲଗା ସଂଗୃହୀତ ତଥା ବିଶ୍ଳେଷିତ ତଥ୍ୟ ପାଉନାହଁୁ। ଏପରି କି ଉଭୟ କୋଭିଡ୍‌-୧୯ ସଂକ୍ରମଣ ଏବଂ ଟିକାକରଣ କିଭଳି ଗର୍ଭବତୀ ମହିଳାଙ୍କୁ ପ୍ରଭାବିତ କରିଛି ସେ ସମ୍ପର୍କିତ ତଥ୍ୟ ମଧ୍ୟ ଆମେ ପାଇପାରୁନାହଁୁ। ଏହି ସବୁ ତଥ୍ୟ ନ ମିଳିବାର କାରଣ ହେଉଛି, ଏହା ଉପରେ ଗବେଷକମାନେ ନିୟମିତ ଅନୁଧ୍ୟାନ କରୁନାହାନ୍ତି। ତେବେ ନୀତିନିର୍ଦ୍ଧାରଣ କ୍ଷେତ୍ରରେ ମହିଳାମାନେ ଉତ୍ତମ ନେତୃତ୍ୱ ବା ପ୍ରତିନିଧିତ୍ୱ ନ ପାଇବା ଯାଏ ଆମେ ଏସବୁ ତଥ୍ୟ ପାଇବା ଲାଗି ସଂଗ୍ରାମ ଜାରି ରଖିବୁ। ଏହା ସହ ଅନ୍ୟ ସମସ୍ୟା ଦୂର କରିବା ଲାଗି ଲଢ଼େଇ କରିଚାଲିବୁ। କୋଭିଡ୍‌-୧୯ର ବିଧ୍ୱଂସକ ପରିସ୍ଥିତିରୁ ମୁକୁଳି ଆମେ ଅଣ୍ଟାସଳଖୁ ଥିବାରୁ କାର୍ଯ୍ୟ ତଥା ରୋଜଗାରର ନୂତନ ଏବଂ ଉତ୍ତମ ପଥ ଆପଣାଇବା ପାଇଁ ଆମ ପାଖରେ ଏକ ସୁଯୋଗ ରହିଛି, ଯେଉଁଥିରେ ଜଣଙ୍କ ମାତା କିମ୍ବା ପିତାଙ୍କୁ ସେମାନଙ୍କ କ୍ୟାରିୟର ଏବଂ ପରିବାର ଦାୟିତ୍ୱ ମଧ୍ୟରେ ବାଛିବାର ଆବଶ୍ୟକତା ପଡିବ ନାହିଁ। ଏହାଦ୍ୱାରା ମହିଳାମାନେ ସଫଳତାପୂର୍ବକ ଆଗକୁ ବଢ଼ିପାରିବେ ଏବଂ ନେତୃତ୍ୱ ନେଇ ପାରିବେ। ଅନ୍ୟ କ୍ଷେତ୍ର ଭଳି ବିଶ୍ୱ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଥିବା ବାଧାଗୁଡ଼ିକୁ ଠାବ କରି ତାହାକୁ ଭାଙ୍ଗି ଆମକୁ ଏଭଳି ନେତୃତ୍ୱ ଯାତ୍ରା ଆରମ୍ଭ କରିବାକୁ ହେବ। ଯେଉଁମାନେ କ୍ଷମତାର ଆସନରେ ରହିଛନ୍ତି ସେମାନଙ୍କୁ ନୀତିରେ ଆବଶ୍ୟକ ପରିବର୍ତ୍ତନ, ସଂସାଧନର ଆବଣ୍ଟନ ଏବଂ ସାଂସ୍କୃତିକ ମାନକକୁ ଆଗ୍ରହର ସହ ଗ୍ରହଣ କରିବାକୁ ବାଧ୍ୟ କରିବାକୁ ପଡ଼ିବ।
ଷ୍ଟାର୍ଟର ବା କାର୍ଯ୍ୟ ଆରମ୍ଭ କରୁଥିବା ମହିଳାମାନଙ୍କ ପାଇଁ ଆମେ ଆମ କର୍ମକ୍ଷେତ୍ରକୁ ଅଧିକ ପରିବାର ଅନୁକୂଳ କରିବା ଉଚିତ୍‌। ଯେମିତିକି କର୍ମକ୍ଷେତ୍ରରେ ସମୟ ସାରଣୀକୁ ପରିସ୍ଥିତି ଅନୁଯାୟୀ ପରିବର୍ତ୍ତନ କରିବା, ପିଲାଙ୍କ ଯତ୍ନ ନିମନ୍ତେ କିଛି ସୁବିଧା ଦେବା ଏବଂ ପାରିବାରିକ ଛୁଟି ମଧ୍ୟ ଯୋଗାଇ ଦେବା ଉଚିତ୍‌। ତା’ଛଡା ମହିଳାମାନଙ୍କ କ୍ୟାରିୟରର ପ୍ରଗତିରେ ବାଧା ଆଣୁଥିବା ଲିଙ୍ଗଗତ ବୈଷମ୍ୟ, ବାଛବିଚାର ସହ ମା’ମାନଙ୍କ ନିଯୁକ୍ତି ବା ପଦୋନ୍ନତି ନିଷ୍ପତ୍ତି କ୍ଷେତ୍ରରେ ଥିବା ଭ୍ରାନ୍ତ ଏବଂ ନକାରାମତ୍କ ଧରଣାକୁ ଦୂରେଇ ଦେବା ଉଚିତ୍‌। ଏସବୁବାଦ୍‌ ଆମକୁ ଏକଥା ମଧ୍ୟ ବୁଝିବାକୁ ହେବ ଯେ,ମହାମାରୀର ପ୍ରଭାବ ସବୁ ମହିଳାଙ୍କ ଉପରେ ସମାନ ଭାବରେ ପଡିନାହିଁ। ଅନ୍ୟଦେଶଗୁଡିକ ଭଳି ଆମେରିକାରେ ମହିଳା ଅଧିକ ଅସୁବିଧାର ସାମ୍ନା କରିଛନ୍ତିି । କଳା, ସ୍ପେନୀୟ କିମ୍ବା ଏକାକୀ ମାତୃତ୍ୱଲାଭ କରିଥିବା କାରଣରୁ ସେମାନଙ୍କୁ ଅଧିକ ବୋଝ ସମ୍ଭାଳିବାକୁ ପଡିଛି। ଏଭଳି ଅସମାନତା ଦୂର କରିବା ଲାଗି ନୀତି ପ୍ରଣୟନ ଉପରେ ଆମକୁ ଜୋର ଦେବାକୁ ହେବ। ବିଶେଷଭାବରେ ବିଶ୍ୱ ସ୍ତରରେ ପିଲାମାନଙ୍କର ଯତ୍ନ ନେବା ଆଦି ବିଷୟରେ ଆମକୁ ସ୍ବତନ୍ତ୍ର ନୀତି ଲାଗି ସ୍ବର ଉଠାଇବାକୁ ପଡିବ। ଏପରି ହେଲେ ଅବହେଳିତ ମହିଳାମାନେ ସାମ୍ନା କରୁଥିବା ଅସମାନତାକୁ ଦୂର କରାଯାଇପାରିବ।
ଜୀବନ-ଜୀବିକାର ଦ୍ୱାହି ଦେଇ ମହିଳାମାନେ ସେମାନଙ୍କର ସ୍ବାସ୍ଥ୍ୟ, ବୃତ୍ତି ବା ନେତୃତ୍ୱ ଦକ୍ଷତାକୁ ଜଳାଞ୍ଜଳି ଦେବା ଉଚିତ୍‌ ନୁହେଁ। କେବଳ ୫୦ ପ୍ରତିଶତରୁ ନୁହେଁ,ବରଂ ସାରା ମନୁଷ୍ୟ ସମାଜରୁ ହିଁ ଉତ୍ତମ ନେତୃତ୍ୱ ସୃଷ୍ଟି କରିବା ଲାଗି ଆମେ ସାହସ ଓ ସମର୍ଥନ ଜୁଟାଇ ପାରିବା। ଏଥିପାଇଁ ସାରା ବିଶ୍ୱରେ ଏକ ଉତ୍ତମ ସ୍ବାସ୍ଥ୍ୟ ଓ ନୀରୋଗ ସମାଜ ଆବଶ୍ୟକ। ଏହି ମହାମାରୀ ସମୟରେ ଲକ୍ଷ ଲକ୍ଷ ମହିଳା ନିଜ କର୍ମକ୍ଷେତ୍ର ଛାଡି ସାରିଲେଣି। ଅନେକେ ମଧ୍ୟ ଏପରି କରିବା ଲାଗି ଚିନ୍ତା କରୁଛନ୍ତି। ଯଦି ଆମେ ଉକ୍ତ ଧାରାକୁ ଏବେ ବଦଳାଇବା ଲାଗି ଉଦ୍ୟମ ନ କରିବା ତା’ହେଲେ ଏହି ପ୍ରଭେଦ ଦୂର କରିବା ଅସମ୍ଭବ ହୋଇଯିବ। ଏହି ମହାମାରୀ ଓ ଭବିଷ୍ୟତରେ ଆସିବାକୁ ଥିବା ସମସ୍ତ ସ୍ବାସ୍ଥ୍ୟଗତ ଦୁଃସ୍ଥିତିରୁ ଆମକୁ ଯିଏ ନେତୃତ୍ୱ ପ୍ରଦାନ କରିବ ଆମେ ତାକୁ ଏଭଳି ଛାଡି ଦେଇପାରିବା ନାହିଁ।

The post ମହାମାରୀ ଓ ମହିଳା ନେତୃତ୍ୱ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...